ମଧୁବାବୁ**
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୫
- ସ୍ଥିତି
- ସାର୍ବଜନୀନ (Public domain)
ମଧୁବାବୁ ! ତୁମେ ମରିଚ ଅଥବା ବଞ୍ଚିଛକହିବ କିଏ ସେ ଓଡ଼ିଶାରେ ?କାହା ପାଇଁ କେତେ ପୁଣ୍ୟର ଫଳ ସଞ୍ଚିଛକିଏ ପାଏ କାହା ଭରସାରେ ?ଏ ଧୂଳି-ମାଟିର ଧରଣୀରେ ତୁମେ ଘର କରିମରଣକୁ କଲ ପରାଜିତଅଢ଼େଇ ଦିନର ଆଜି ଏ ସଚିବ-ପଦଧାରୀବଡ଼େଇରେ ହେଲେ ପରିଚିତ !ତୁମରି ସ୍ମୃତିର ମନ୍ଦିରେ ହୁଏ ଅର୍ଚ୍ଚନାଶଇଳବାଳାର କାନିତଳେଦିନ ଦି’ପହରେ କରି ଏ ଜାତିକି ବଞ୍ଚନାକି ଅପମାନର ନିଆଁ ଜଳେ ?ଜାତି ଅନ୍ତରେ ମଧୁବାବୁ ! ତୁମେ ବନ୍ଦୀ ହେତୁମରି ଚିତ୍ତସିନ୍ଧୁରେତର୍ପଣ କରେ ଏ ଜାତି ଆତ୍ମା କାନ୍ଦି ହେନିଗାଡ଼ି ଅଶ୍ରୁବିନ୍ଦୁରେ !କେତେ ମାମଲାରେ ସନ୍ଦେହ ମନୁ ଭାଙ୍ଗିଲଆଇନ-ସାଗର ଲଙ୍ଘିଲ,ଜାତି ପାଇଁ ନିଜ ସମ୍ପଦ ପଦେ ଫିଙ୍ଗିଲଶେଷେ ହେଲ ଏବେ କାଙ୍ଗାଳ !ବାରିଷ୍ଟର ହେ ! ସ୍ୱର୍ଗ ଭୁବନୁ କହିବ କିଦେଇ କି ପାରିବ ରାୟ ତୁମେଜାତିର ପିତାର ସ୍ମୃତିମନ୍ଦିର ରହିବ କିଏ ଶଇଳବାଳା ସମ୍ମାନେ ?ଜଳାଇଲା ଯେହୁ ଜାତି ଅନ୍ତରେ ବହ୍ନି ହେଫଳାଇଲା ଗୁରୁ ଗୌରବସେ ମହାମାନବ ନାମକୁ ନପାରି ଚିହ୍ନି ହେମଣିଲା ଅପର ସୌରଭ ।ମହାନଦୀ ନାମ ରହିଲା ଗୁପତେ ଗହ୍ୱରେନର୍ଦ୍ଦମା ପଡ଼େ ଉଦ୍ବେଳି,ସ୍ୱର୍ଣ୍ଣ ପ୍ରତିମା ଛାଇହୋଇଗଲା ଲୌହରେବିନ୍ଧାଣି ନବ ଚଉଧୁରୀ !ମହା ମହୀଧର ବିନ୍ଧ୍ୟକୁ କରି ଖର୍ବ ହେଏ ଜାତି ଦେଇଚି ସମ୍ମାନଅନାମିକା ଏକ ଶଇଳକୁ ଟେକି ଗର୍ବରେରଚିଲା ଆପଣା ବଦ୍ନାମ ।[ମେ-୧୯୫୨]ମୁହିଁ ହେବି ଶିବ, ତୁମେ ହେବ ପାର୍ବତୀ*ଲିଭି ନାଇଁ ତୁମ ଚରଣୁ ଅଳତା ଧାରଗଳା ଫୁଲମାଳା ଶୁଖିନାଇଁ, ଶୁଖିନାଇଁ,ସଜଳ କରୁଚ କି ଲାଗି କଜଳଗାରରହିଚି ଅକୁହା ବଚନ ତୁମରି ପାଇଁ ।ତନୁ ମନ ଘେରି ଯଉବନ ଛନଛନଜୀବନଯାତ୍ରା ପିଛିଳ ପଥଘାଟେ,ଶୁଣି କି ପାରୁନ ଡାକରା ସମ୍ମୋହନସଉଦା କରିବା ଫେରିଲେ ସେଦିନ ହାଟେ ।ସେ ହାଟ ଉଜୁଡ଼ିଯାଉଚି ସଜନି ! ଆଜିସେଇ ପଥେପଥେ କଣ୍ଟକ ପୋତେ କିଏ,ବେଳ ହେଲା ଆଜି ସୈନିକ ବେଶ ସାଜିସମରେ ଯାଏ ମୁଁ, ତୁମଠୁ ବିଦାୟ ନିଏ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର