ମାଛ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପ୍ରଳୟ - ପୟୋଧି - ଜଳେ ତୁମେ ଯେବେ ହେଲ ଅଙ୍କୁରିଚଧରଣୀର ସମୁଦ୍ଗତ ପ୍ରଥମ ସେ ସନ୍ତାନ ଚରିତ -ସ୍ମରଇ ଆଜି ଏ ମନ ମୀନରୂପ ଆଦ୍ୟ ଅବତାରେସୃଷ୍ଟିକଲା ସେ ବିଧାତା କାହା ପାଇଁ ଭବିଷ୍ୟ ବିଚାରେ ।ମୀନରୁ କଚ୍ଛପ, ପୁଣି କଚ୍ଛପରୁ ବରାହ ମୂରତିକ୍ରମବିବର୍ତ୍ତନ- ପଥେ ଚାଲିଲା ଏ ଜୀବନର ଗତି ।ପରିପୂର୍ଣ୍ଣ ମାନବର ପରିଣତି ଏ ଯାତ୍ରାପଥରେତୁମକୁ ଲୋଡ଼ୁଚି ମୁହିଁ, ପ୍ରଳୟ କି କରିଲ ଏ ଦରେ ।ପ୍ରଳୟ ବଜାର-ଦର, ତୁମେ ଶସ୍ତା ହେବନାଇଁ ମୀନ ?ସୃଷ୍ଟିର ଜୀବନ ହୋଇ ଦେଖାଦେଇଥିଲ ଯେଉଁ ଦିନସେଦିନ ଫେରାଇ ନିଅ, କର ମୋତେ ମୀନ ଅବତାରନୂଆ ସୃଷ୍ଟି ହେଲେ ଅବା ହେବ ଶସ୍ତା ଏ ବଜାର ଦର ![ଅପ୍ରେଲ୍୧୯୬୪]ଗଧ - ସ୍ତବହେ ମୋର ଦେଶର ଗଧ ! ହେ ସହିଷ୍ଣୁ, ଚିର ପ୍ରପୀଡ଼ିତହେ ବନ୍ଧୁ, ମୋ ଦୁଃଖୀ ଧୋବଣୀରକୋଳର ଦୁଲାଳ ତୁମେ, ନିର୍ବିକାର, ହେ ଅବିଚଳିତସର୍ବଂସହା ଧରଣୀ-ରାଣୀର !ହେ ବୁଭୁକ୍ଷୁ, ପଥପ୍ରାନ୍ତେ ଶ୍ରାନ୍ତ କ୍ଳାନ୍ତ ତରୁତଳବାସୀକେବେ ଦିନେ ଅତୀତେ ଦ୍ୱାପରେଦେବ ଜନାର୍ଦ୍ଦନ ଛଳେ ନ ଭୁଲିଲ, ଶଙ୍ଖ ଦେଲେ ମୁଖେଡାକଦେଲ ଗିରିବ୍ରଜପୁରେ ।ହେ ମୋର ପରମ ଗଧ ! ଦେଶମୟ ତବ ଆବିର୍ଭାବପୁରପଲ୍ଲୀ ନଗ୍ର ଜନପଦେସେ ଦିନୁ ଗଲାଣି କେତେ ଯୁଗ, ଯୁଗ, କାଳ ବକ୍ଷେ ଗାରବିରାଜିତ ତୁମେ ଦୃଢ଼ପଦେ ।ପୃଷ୍ଠା ତବ ଭାରାକ୍ରାନ୍ତ, ଉଠେ ଶ୍ୱାସ, ନେତ ନିମୀଳିତ;ସଭ୍ୟତାର ଶତ ଆବର୍ଜନାତୁମରି ଉପରେ ଚାଲେ - କରଭାର, ଉଦରପୋଷଣ,ଲାଟସଭା ଦୃପ୍ତ ଆଲୋଚନା !ହେ ମୋର ଜାଗ୍ରତ ଗଧ, ହେ ସତ୍ୟର ପରମ ପୂଜାରୀ,କାଳ-ସିନ୍ଧୁ ବେଳାଭୂମି ତଳେ,ସ୍ତୂପୀକୃତ ବେଦନାର କି ନିବିଡ଼ ମହାଭାର ବହିପାଦ ଚାଳ ନେତ୍ର-ନୀରଧାରେ !ତୁମରି ଚରଣେ କବି କରଯୋଡ଼ି କରଇ ବନ୍ଦନା,ତୁମେ ଆଜି ଅଟ ଦେଶମୟ,ଶାସନର ଜରାସନ୍ଧ - ଗଡ଼ ତଳେ ତୁମେ ଭୋଟଦାତା,କହ କିଏ ଲଭିବ ବିଜୟ ![୧୯୫୧]ରାଜନୀତିରେ ଶଙ୍ଖଚିଲହାଟୁ ଫେରୁଥିଲି ସଉଦା ହାତରେ ଧରିଅତି ତରତର ବେଳ ହେଲା ବୋଲି ଜାଣିଚମକି ଚାହିଁଲି ସବୁ ତ ଯାଇଚି ସରିଖାଲି ଅଛି ମୋର କେବଳ ଯୁଗଳ ପାଣି ।କାହିଁ ଥିଲା ସେଇ ଶଙ୍ଖଚିଲଟା ଚାହିଁଝାମ୍ପିନେଇ ଯେ ଗଛରେ ବସିଲା ଯାଇ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ମୁହୂର୍ତ୍ତକରେ ଜାଗିଲା ବେଦନା ବୁକେ -
ଏଡ଼ିକି ଧୂର୍ତ୍ତ, ଏଡ଼ିକି ଚାଲାକ ଚିଲ !
ମାଆ ପଚାରିଲେ କି ଭଳି କହିବି ମୁଖେ
ଲଜ୍ଜାରେ ମୋର ପୋତି ହୋଇଗଲା ଶିର !
ବିଚାରି ବିଚାରି ଦେଖିଲି ଦୁଆରେ ଆସି
ସେଇ ଚିଲ ଯାଏ ଆମରି ଆକାଶେ ଭାସି ।
ଚମକି ଚାହିଁଲି ଥିର ହୋଇଗଲା ଆଖି -
ଦେଖିଲି ଚିଲକୁ ମାଆ ଯୋଡ଼ିଥିଲେ ହାତ ।
କହିଲେ ରେ ଚିଲ, ତୁଇ ତ ରହିଲୁ ସାକ୍ଷୀ
ପରବାସୁ କେବେ ଫେରିବେ ପରାଣନାଥ ?
ବଜର ହେଉ ମୋ ହାତର ଦି’ମୁଠା ଚୁଡ଼ି
କେଣେ ଉଡ଼ିଯାଉ, କାହୁଁ ତୁ ଅଇଲୁ ଉଡ଼ି ?
ପଛରୁ କହିଲି - ଝାମ୍ପିନେଲା ଏ ଚିଲ
ହାଟୁ ଆସୁଥିଲି ହାତରେ ସଉଦା ଧରି,
ମାଆ ମୋ ରହିଲେ ଚାହିଁ ଖାଲି ବଲବଲ-
ହାତ ଟେକିଥିଲେ ଚିଲକୁ ଦେବତା କରି !!
ପୁଅ ହାତୁ ଯେଉଁ ଚିଲଟା ଝାମ୍ପିନେଲା
ମାଆର ଆଖିରେ ସେଇ ତ ଦେବତା ହେଲା !
କି ଗୀତ ଲେଖିବି ହେ ପ୍ରିୟ ପାଠକେ ମୋର
ତୁମକୁ ଠକେ ଯେ ଦିଅଁ ସେ ଅପର ଜନେ,
ତୁମେ ଯା'କୁ କହ ତସ୍କର, ଠକ, ଚୋର
ଆନ ଭଜେ ଫୁଲ ଚନ୍ଦନ ଅରଚନେ ।
ଆଜି ଦଶଦିଗେ ଶଙ୍ଖଚିଲଟା ଉଡ଼େ
କା’ର ପୁଷ ମାସ, କାହାର ବଂଶ ବୁଡ଼େ !
[ଅଗଷ୍ଟ- ୧୯୪୮]
ଶ୍ରୀଗୁଣ୍ଡିଚା
ବରଷକେ ଥରେ ଆସିଲ ଜଗନ୍ନାଥ
ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ କିଆଁ ?
ଯଦି ବା ଆସିଲ କି ଲାଗି ଚଢ଼ିଲ ରଥ,
ଜିପ୍ଗାଡ଼ି କେତେ ପାଖରେ ହୋଇଛି ଥୁଆ ।
ସେଥିରୁ ଗୋଟାଏ ମାଡ଼ିବସିଥିଲେ ତୁମେ
କିଏ ବା କରିବ କାହିଁକି ତୁମକୁ ମନା
ବଳରାମ ଭାଇ ଦକ୍ଷିଣେ, ଭଉଣୀ ବାମେ
ବସାଇ, ବୁଲାଇ ନେଉଥାଆନ୍ତ ସିନା !
ପୁରୁଣାକାଳିଆ ରଥଟାରେ ତୁମେ ଆସ
ଭିଡ଼ି ଭିଡ଼ି ତୁମ ଦଉଡ଼ି ହାଲିଆ ଲାଗେ
ଖାଲି ଗୁମ୍ମାରି ମୁହଁ ବୁଜି ତୁମେ ବସ
ଜାଣିପାରୁନା ହିଁ ରାଗେ ଅବା ଅନୁରାଗେ ।
ପୋଷାକ ତୁମର ସେଇ ଯେ ଚାଦର ଧୋତି
ବହୁତ ପଛରେ ପଡ଼ିଛ ହେ ଜଗନ୍ନାଥ
ଆହୁରି ଛାଡ଼ିନ’ ତାଳପତ୍ରର ପୋଥି
ଆଗେଇଗଲାଣି ଦେଶଟା ବହୁତ ବାଟ !
ତୁମେ ହୋଇଥିଲେ ଅଞ୍ଚଳ-ଅଧିକାରୀ,
ତୁମେ ହୋଇଥିଲେ ଦେଶର ମନ୍ତ୍ରୀବର
ଡ୍ରାଇଭର ଧରି ତୁମର ମୋଟର ଗାଡ଼ି
ମଣିଷ ମଡ଼ାଇ ଉଡ଼ନ୍ତା ଫରଫର ।
ଟେକିଥିଲ ଯେଉଁ ପତିତପାବନ ବାନା
ମୋଡ଼ିମାଡ଼ି କାହିଁ ରଖିଚ ଲୁଚାଇ ଦେଇ
ଆଜି ମୁଁ କହୁଚି କଥା ମୋର କର ଘେନା
ତୁମରି ଶାସନ ଓଡ଼ିଶାରେ ଆଉ ନାହିଁ ।
ଆହେ ଜଗନ୍ନାଥ, ଆହେ ମନ୍ଦିରବାସୀ
ରଥରେ ନ ବସି ମୋଟରେ ବସିବ ଚାଲ
ମୋଟର ଚାଲିବ ଘଡ଼ିକେ ମାଇଲ ଅଶୀ,
ମୋଟରେ ଵୁଲିଲେ ବୁଝିବ ଦେଶର ହାଲ ।
ମୋଟରେ ଆମର ବ୍ୟସ୍ତ ମନ୍ତ୍ରୀମାନେ
ଭତ୍ତା ମାସକେ ହଜାରେ ବାରଶ' କରି
ତୁମେ ଲୁଚିରହି ଏ ବଡ଼ଦେଉଳ କୋଣେ
କେମିତି ବୁଝିବ ଏଡ଼େ ବଡ଼ ଜମିଦାରୀ ?
[ଜୁଲାଇ-୧୯୫୪]
ପ୍ରଥମ ସୂଚୀ*
ସେ ଦିନ କଥା ଆଜି ପଡ଼ୁଚି ମନେ
ଗଗନ ଛାଇଥିଲା ନିବିଡ଼ ଘନେ
ବିଜୁଳି ମାରୁଥଲା ଏଭଳି ତହିଁ
ସେ ବାଟେ ଦେଖାଦେଲ ବାଟୋଇ ତୁମେ ।
କେତେ ଯେ ଆସି କାହୁଁ ହୋଇଲେ ଉଭା
ଚାଲିଲା ଅବା ଏକ ବାଟୋଇ ସଭା
କାହାର ମୁଖେ ତହିଁ ନ ଫୁଟେ କଥା
ଜାଗଇ ମନେ - ବାଟେ କିମିତି ଯିବା !
ଆଗରେ ଘନଘୋର ଗଭୀର ରାତି
ନିବିଡ଼ ଜଡ଼ ଥିଲା ସବୁରି ଛାତି,
ସବୁରି ହାତେ ତୁମେ ଧରାଇ ଦେଲ
ଗୋଟିକି ଗୋଟି ଏଇ କଲମ-ବତି ।
କଲମ-ଗାରେ ନିଆଁ ଉଠିଲା ଜଳି
କଥା ଓ କବିତାରେ ଭଳିକି ଭଳି,
ସେ ନିଆଁ ଗଲା ପୁଣି ପ୍ରସରି ଦୂରେ
ଏଇ ଯେ ଘନକାଳ ବିଜୁଳି ପରି !
ସବୁରି ବୁକେ ତାର ଲାଗିଲା ଦାଗ
ଚାଲିଲା ସନାତନୀ ସାଧନା-ଯାଗ, .
ଜାଗିଲେ ଯୁବା ଶିଶୁ ବୃଦ୍ଧେ ପୁଣି
ଓଡ଼ିଆ ସାହିତ୍ୟରେ କି ଅନୁରାଗ !
ସୃଷ୍ଟି କଲ ନୂଆ ଲେଖାର ଲେଖା,
ଅପରିଚିତେ ପାଇ ତୁମରି ଦେଖା
ସୁପରିଚିତ ହେଲେ କଲମ ଚାଳି
ପ୍ରସରି ଉଠେ ଆଜି ତାହାରି ଶିଖା !
ତୁମରି ମରତନୁ ଯାଇଟି ଲୁଚି
ଦେଖାଇଗଲ ଯେଉଁ ନୂତନ ରୁଚି,
ହୋଇଲେ ଗବେଷଣା ଆଗକୁ କେବେ
ତୁମେହିଁ ହେବ ତାର ପ୍ରଥମ ସୂଚୀ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ