କୃଷ୍ଣକୁମାରୀ
୧୮୭୫–୧୯୨୮
- ପଢ଼ିବା ସମୟ
- ୧୬ ମିନିଟ୍
- ଶବ୍ଦ
- ୨୫୯୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ସର୍ଗ
ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେଗିରିଟଙ୍କମରୁମୟ ଭୂଖଣ୍ଡ,ଜନ୍ମଭୂମି−ଅନୁ- ରୂପ କାୟମନଯେ ଦେଶବାସିର ଉଗ୍ର ପ୍ରଚଣ୍ଡ,ଅତୀତ ମହତ୍ତ୍ୱ- ମୁକସାକ୍ଷିରୂପେ“ଆରାବଲ୍ଲୀ” ଯହିଁ ଟେକିଛି ମଥା,ଦିଗବ୍ୟାପୀ ମରୁ ସ୍ମୃତି-ଶ୍ରବଣରେକହୁଛି ବିଗତ ଗୌରବକଥା,ପବିତ୍ର “ପୃଷ୍ଟର” ସର ଯେଉଁ ଦେଶେପାପି−ପାପରାଶି ପଖାଳି ଶୋହେ,ସୁଜଳା ସୁଫଳା କରି ଯେଉଁ ଭୂମି“ଚିତ୍ତକୀୟା” ନଦୀ ନିରତେ ବହେ,ଯହିଁ ନିକାଞ୍ଚନେ “ବିରିସ”−ପୁଳିନେବସି କିଂପୁରୁଷକାମିନୀଗଣଚୌହାନ ରାଠୋର ଶିଶୋଦୀୟ ଯଶଗାଇ କରୁଥିଲେ ପୀୟୂଷ ପାନ,ଯେ ଦେଶେ “ବୁନୋସ” ତଟେ ପୁଷ୍ପବନେଗନ୍ଧର୍ବଲଳନା କରି ଗାୟନନିନାଦିତ କରୁ- ଥିଲେ “ଆରାବଲ୍ଲୀ”“ବ୍ୟାଘ୍ରମେରୁ” “ଗ୍ଳାସିୟାର” ଗହନ,ମୂର୍ତ୍ତିମନ୍ତ କ୍ଷେତ୍ର- ଧର୍ମ ଅବତଂସ-ବୀରବୃନ୍ଦ ଯହିଁ କଲେ ଆହବ,ଅସହାୟା, ହୀନା, ଅବୀରା ପତିତାଦେଖ ସେହି ଭୂମି ଶ୍ମଶାନଶବ !ଚୌହାନତିଳକ ବୀର “ପୃଥ୍ୱୀରାଜ”କରିଥିଲା ଯାହା ଅଙ୍କେ ଧାରଣ,ନିର୍ଭୀକ ତେଜସ୍ୱୀ “ରାଜସିଂହ”ଙ୍କର-ହୋଇଥିଲା ଯାହା ରଣପ୍ରାଙ୍ଗଣ,ସତୀଶିରୋମଣି “ପଦ୍ମିନୀ ସୁନ୍ଦରୀ”ପ୍ରେମିକା “ସଂଯୁକ୍ତା” ବୀରରମଣୀସୁପବିତ୍ର କଲେ ଯେଉଁ ଦେଶେ ଜନ୍ମିସାଧ୍ୱୀ ପତିବ୍ରତାମୁକୁଟମଣି,ଯେ ଦେଶସାହସ, ସ୍ୱଦେଶବାତ୍ସଲ୍ୟଆତ୍ମତ୍ୟାଗ, ବୀର୍ଯ୍ୟ, ଅବନୀତଳେ,ଥିଲା ଅତୁଳନ ସେ ସର୍ବ ତାହାରବିଲୁପ୍ତ ହୋଇଛି କାଳକବଳେ ।ଯେହ୍ନେ କାୟା ଛାଡ଼ି ଯାଏ ଆତ୍ମା ଉଡ଼ିଅଦୃଶ୍ୟ ବିଦେଶେ ବିଶ୍ୱେ କନ୍ଦାଇ,ସେ ଦିବ୍ୟ ଗୌରବ ଏବେ ତେହ୍ନେ ଆହାଯାଇଛି ରେ ତାକୁ ଛାଡ଼ି ପଳାଇ !ଯେ ରାଜସ୍ଥାନର ବିକ୍ରମ ସାହସଥିଲା ଅପ୍ରତିମ ଏ ଧରାଧାମେ,ଅମରାବତୀରେ ନନ୍ଦନ−କାନନସମ ତହିଁ ଦେଶ “ମିବାର” ନାମେ ।ଶୂର ବୀର ବାପା ରାଓ କଲେ ଯହିଁଅସଂଖ୍ୟ କ୍ଷତ୍ରିୟବଂଶ ସ୍ଥାପନଅଚଳ ଅଟଳ ମହୀଧରସମଯେ ଦେଶବାସୀର ଶରୀର ମନସମରପ୍ରାଙ୍ଗଣେ କେଶରୀ “ସମର”ପୃଥ୍ୱୀରାଜ ସହ କରିଣ ରଣରଣଚଣ୍ଡୀଙ୍କୁ ଯେ “ଦୃଷଦ୍ୱତୀ” ତଟେସ୍ୱୀୟରକ୍ତେ କଲେ ଅର୍ଘ୍ୟ ଅର୍ପଣ,ଯେ ଦେଶେ ଜନମି “ରାହୁପ “ହାମିର”ପୂତ କ୍ଷାତ୍ରବ୍ରତ କଲେ ପାଳନ,ପିତୃସତ୍ୟ ପାଳି ଚଣ୍ଡତେଜା “ଚଣ୍ଡରାଜସିଂହାସନ କଲେ ବର୍ଜନ ।ସଂଗ୍ରାମେ ଅଜେୟ “ସଂଗ୍ରାମ ସିଂହ” ଯେଦେଶ ପାଇଁ କରି ବିଷମ ରଣ,ଶୁଦ୍ଧତୋୟା ଦୃଷ- ଦ୍ୱତୀତୀରେ କଲେମାତୃଭୂମିପାଦେ ପ୍ରାଣେ ଅର୍ପଣବୀରା ରାଣୀ “ସଙ୍ଗ” ମୋଗଲଅଗ୍ରଣୀ“ବାବର” ସଙ୍ଗତେ କଲେ ସୁରଣ,ଯାର ସୂନୁ “ରତ୍ନ” ନିଜେ ମରି ଦାରା−ବୈରୀ “ସୂର୍ଯ୍ୟମଲ୍ଲେ” କଲେ ନିଧନ,ସ୍ୱଦେଶପ୍ରେମିକ ଆତ୍ମତ୍ୟାଗୀ ବୀରବିକ୍ରାନ୍ତ ସୁଧୀର ଯାର “ପ୍ରତାପ”ପ୍ରବଳପ୍ରତାପ ଦିଲ୍ଲୀସିଂହାସନଯା ପ୍ରତାପେ ବଡ଼ ପାଇଲା ତାପ ।ସ୍ୱଦେଶପ୍ରେମିକ ଯେଉଁ ରାଜପୁତେଜୀବନର ମାୟା କରି ବର୍ଜନ,ଅନ୍ତିମକାଳରେ ନୀଳାମ୍ୱର ପିନ୍ଧିଏକତ୍ର କରିଣ “ବୀରା” ଗ୍ରହଣ*ଅଦମ୍ୟ ବିକ୍ରମେ ଯବନସେନାନୀସହ ଘୋରରଣମଦରେ ମାତିବୀରଚୂଡ଼ାମଣି ଯେଉଁ ରାଜପୁତସମ୍ମୁଖସମରେ ପାତିଲେ ଛାତି,ତିଳେ ନ ହଟିଣ କୋଟି କୋଟି ଶିରଆହବହୋମରେ ଆହୁତି ଦେଲେ,ଅସଂଖ୍ୟ ବଇରୀ ମାରି ମାରି ନିଜେଅମର ଆଖ୍ୟାରେ ମଣ୍ଡିତ ହେଲେ ।*“ବୀରା”- ବିଦାୟସୂଚକ ତାମ୍ୱୁଳ ।ଯେଉଁ ରାଜପୁତ ବୀରାଙ୍ଗନାଗଣଦେଖି ପତିପୁତ୍ର−ଅନ୍ତିମ−କାଳଅସଂଖ୍ୟ ଅନଳ କୁଣ୍ଡ ଜଳାଇଲେନିରେଖି ସଭୟେ କମ୍ପିଲା କାଳ ।ହୂହୂ ଜଳୁଥିଲା ଘୋର କୃଷ୍ଣଜିହ୍ୱାକରାଳ ବଦନ କରି ବ୍ୟାଦନବାଜୁଥିଲା ବୀର ବାଜା ରଣରଙ୍ଗେଗୀତ ହେଉଥିଲା ସଂଗ୍ରାମ−ଗାନ,ପ୍ରାଣପ୍ରିୟତମା ତରୁଣୀ କନ୍ୟାକୁକହୁଥିଲେ ମାତା ଦେଇ ଚୁମ୍ୱନ,“ପ୍ରବେଶ ବହ୍ନିରେ ଏଡ଼ା ମ୍ଳେଚ୍ଛହସ୍ତନିରେଖୁ ବିସ୍ମୟେ ମ୍ଳେଚ୍ଛନୟନ ।ବାନ୍ଧିଅଛି ମ୍ଳେଚ୍ଛ ମନେ ବଡ଼ ଆଣ୍ଟଗଢ଼ିଛି ଆକାଶେ କନକଗଡ଼,ଜିଣି ରଣେ ତୋର ଚୁମ୍ୱିବ ଚିବୁକରଖିଅଛି ମନେ ଭରସା ବଡ଼,ଗଲେ ପଛେ ଯାଉ ଏ ଛାର ପରାଣଥାଉ ତୋ ସତୀତ୍ୱପରମଧନ,ଦେଖି କେତେ ଶକ୍ତି ମ୍ଳେଚ୍ଛ ଯବନରସତୀର ଶ୍ରୀଅଙ୍ଗ କରେ ସ୍ପର୍ଶନ ।”ଧପ ଧପ ଜଳେ “ଜହର” ଅନଳକରାଳ କବଳ କରି ବ୍ୟାଦାନ,ବାଜେ ଘନଘୋଷେ ସମର ବାଜଣାଘନେ ଗୀତ ହୁଏ ସଂଗ୍ରାମ−ଗାନ ।ସରୋଜନୟନା ଚମ୍ପକବରଣାଶତ ଶତ ରାଜପୁତଯୁବତୀଗାଉଥିଲେ ଆହା ଜହର ସଙ୍ଗୀତପେଷିଣ ସଂଗ୍ରାମେ ତନୟ ପତି ।“ଜଳ ଜଳ ଅଗ୍ନି ଦ୍ୱିଗୁଣ ଜଳରେଅବଳାର ଅଙ୍ଗ ଦହନ କର,ତୋ ଭୀମ ରସନା− ଠାରୁ ଯବନରକୁସୁମତଳପ ଭୀଷଣତର ।ଜଳ ଜଳ ବହ୍ନି ପ୍ରଳୟ ପ୍ରତାପେପାଉ ଅଭାଗିନୀ ସ୍ଥାନ ତୋ ଅଙ୍କେ,ଛାରେ ପରିଣତ ହେଉ ଛାର ଦେହନ ମଜ୍ଜିବ ସତୀ ଘୋର କଳଙ୍କେ ।ସତୀର ପରମ ରତନୀ ସତୀତ୍ୱହରାଇଲେ ବାରେ ନ ମିଳେ ଆଉ,ଉଡ଼ି ଯାଉ ପଛେ ଅସାର ଜୀବନସତୀତ୍ୱଗରିମା ସଂସାରେ ଥାଉ ।ପଶୁ ପକ୍ଷୀ ମଧ୍ୟ ବିପଦେ ସ୍ୱଜନେନ ତେଜି ସଙ୍ଗତେ ପ୍ରାଣ ଅର୍ପନ୍ତି,ମାନବୀଜନମେ କ୍ଷତ୍ରକୂଳବଧୂଭଜିବେ କିପାଇଁ ଅଧମ ଗତି ।ଆମ୍ଭେ ଥିଲେ କାଳେ ସ୍ୱାମିପୁତ୍ରଗଣଆମ୍ଭପାଇଁ ନିଜ ପ୍ରାଣ ରଖିବେ,ପୂତ ପ୍ରତିଷ୍ଠିତ କ୍ଷାତ୍ରଧର୍ମ ଲଙ୍ଘିସ୍ୱାଧୀନତାରତ୍ନେ ମ୍ଳେଚ୍ଛେ ବିକିବେ ।କୀର୍ତ୍ତି ଗୌରବରେ ହୁଅ ଲୋ ମଣ୍ଡିତକୀର୍ତ୍ତିମନ୍ତ ଜନେ ଜୀବିତ,ଅଯଶ−ଗୌରବେ ସଗୋତ୍ରେ ସତୀଏଛାର ପ୍ରାଣ ପାଇଁ ନୁହ ପତିତ ।ମନସ୍ୱିନୀ ସତୀ ପ୍ରାଣରଙ୍କ ହେବାଦେଶେ କାଳେ ଶାସ୍ତ୍ରେ ନୁହେ ବିହିତପତି−ଅପମାନେ ଦକ୍ଷସୁତା ସତୀଜ୍ୱଳନ୍ତ ଅନଳେ ହେଲେ ପତିତ ।ରାବଣେ ବଧିଣ ଶ୍ରୀରାମ ନୃପତିଉଦ୍ଧାର କରିଣ ସତୀ ବୈଦେହୀକଳଙ୍କ ଭୟରେ ପ୍ରତ୍ୟାଖ୍ୟାନ କରୁଁଅଗ୍ନିରେ ମୈଥିଳୀ ପଡ଼ିଲେ ଡେଇଁ ।ଜଳ ରେ ପାବକ ଦ୍ୱିଗୁଣ ଜଳ ରେନିଅ ତୋ କୋଳକୁ ବୀରରମଣୀ,ମିଶୁ ପଞ୍ଚଭୂତେ ଏ ଆମ୍ଭର ତନୁଘୋଷୁ ଆମ୍ଭ ଯଶ ଖିଳ ଅବନୀ ।ଜଳ ଜଳ ଅଗ୍ନି ଦ୍ୱିଗୁଣ ଜଳ ରେତୋ ଗରଭେ ସତୀ କରୁ ପ୍ରବେଶ,ଶାନ୍ତିର ନିଳୟେ ନ ପରଶୁ ତାକୁଦାରୁଣ ଯାତନା−ଲାଞ୍ଛନା ଲେଶ ।”ଯେଉଁ ରାଜପୁତ− ବୀରତ୍ୱ−କାହାଣୀଅମର ସଙ୍ଗୀତେ ହୋଇ ପ୍ରଥିତଚାରଣବୃନ୍ଦର ଉଚ୍ଚ କଣ୍ଠନାଦେଚଉଦିଗେ ହେଉଥିଲା କୀର୍ତ୍ତିତ ।ସ୍ରୋତସ୍ୱିନୀ ତୀର, ଗହନକାନ୍ତାରତୁଙ୍ଗ ମହୀଧର, ହ୍ରଦ ଗଭୀର,ପ୍ରତିଧ୍ୱନି−ବ୍ୟାଜ− ବିଜୟ−ଗୀତରେଦେଲେ ଯା ଉତ୍ତର ଧୀର ଗମ୍ଭୀର ।ନିର୍ଜନେ ତଟିନୀ କଳ କଳ ସ୍ୱନେପ୍ରଚାରୁଥିଲ ଯେ ଜୟ ବାରତାସୁବିସ୍ତୀର୍ଣ୍ଣ ମରୁ− ତପ୍ତ−ପ୍ରଭଞ୍ଜନଘନେ ଘୋଷୁଥିଲା ଯା ପୁଣ୍ୟକଥା ।ଗମ୍ଭୀରନିଶୀଥେ ବନଲତାକୁଞ୍ଜେଦୋଳି ଖେଳେ ରତ ବନ−ଅଙ୍ଗନା,ଦିଗ୍ଦେଶୁଁ ଆଗତ ଅନିଳ ସଙ୍ଗତେକରୁଥିଲେ ଯାର ଗୁଣବର୍ଣ୍ଣନା ।ଆରାବଲ୍ଲୀଶୃଙ୍ଗ ଟପି ଭେଟୁଥିଲାଯାଇଁ ଯାହା ହିମଗିରିଶିଖର,ଯହୁଁ ଚନ୍ଦ୍ର, ତାରା, ନକ୍ଷତ୍ର ଜଗତେରଟୁଥିଲା ଯାର ଅସ୍ପଷ୍ଟ ସ୍ୱର ।ସେହି ବୀରପ୍ରସୂ ମିବାରମାତାରଆଜି କିପାଁ ଏଡ଼େ ମିଳନ ଦଶା,ଅବାସାଦ−ଘନ− ତାମସେ ଆବୃତକିପାଇଁ ମିବାର ଦୁଃଖେ ବିବଶା ?କିପାଇଁ ଚିତୋର- ରାଜସିଂହାସନେବସିଛନ୍ତି ରାଣା ବିମର୍ଷମନେ,କିପାଇଁ ଆଚ୍ଛନ୍ନ ନୃପଚନ୍ଦ୍ରାନନଏ ଘୋର ନୈରାଶ୍ୟ−ବିଷାଦ−ଘନେ ?ସମ୍ମୁଖସମରେ ପ୍ରାଣ ବିସଜବାଯାର ଚିରନ୍ତନ ପ୍ରଥା ଅଟଇ,କିବା ଅଛି କାହିଁ ଏ ମର ଭୁବନେରାଜପୁତ ଯାହା ଭୟ କରଇ ?ତେବେ କିପାଁ ଏହି ବିଷାଦତିମିରଘୋଟିଅଛି ଆଜି ମିବାର−ପୁର,ରାଜପରିବାରୁ ଉଠି ‘ହା ହା’ ରବଘୋଟିଯାଏଁ କିପାଁ ଦୂର ସୁଦୂର ?ଶିଶୋଦୀୟ ଶୌର୍ଯ୍ୟ, ଶିଶୋଦୀୟ ବୀର୍ଯ୍ୟ,ଶିଶୋଦୀୟ ଜାତି ସତ୍ୟଶୀଳତ୍ୱ,କାଳବଳେ କାଳ- କରାଳ କବଳେହୋଇଛି ସକଳ ଲୟ ପ୍ରାପତ ।ଧିକ ତୋତେ କାଳ ଧିକ ତୋ ବିଚାରଧିକ ଧିକ ତୋର କୁଟିଳା ଗତି !ସାରକୁ ଅସାର ଅସାରକୁ ସାରକରାଉ କାଳେ ତୁହି ପ୍ରାପତି ।ଥିଲେ କେତେ ଜାତି ଅସଭ୍ୟ ବର୍ବରହୋଇଛନ୍ତି ଏବେ ବୀରାଗ୍ରଗଣ୍ୟ,କୋଟି ବୀରପ୍ରସୂ- ଭାରତ−ସନ୍ତାନଆଜି ଦୀନ ହୀନ କେଡ଼େ ନଗଣ୍ୟ ।ଅଛି ସେହି ଦେଶ ଅନା ରେ ନୟନସେହି “ଆରାବଲ୍ଲୀ” ଟେକିଛି ମଥା,ଦିଗବ୍ୟାପୀ ମରୁ କଳ୍ପନାକର୍ଣ୍ଣରେକହୁଛି ଅତୀତ ଗୌରବକଥା !ଅଛି ସେ ସଙ୍କଟ* ଯହିଁ ମ୍ଳେଚ୍ଛାଥାଟେକରିଲେ “ପ୍ରତାପ” ମରଣ ବୃଷ୍ଟି,ନାହିଁ ସେ ମହତ୍ତ୍ୱ ଯା ବାର୍ତ୍ତାଶ୍ରବଣେଡେରୁଥିଲା କର୍ଣ୍ଣ ନିଖିଳ ସୃଷ୍ଟି ।
ଦ୍ୱିତୀୟ ସର୍ଗ
ବୀର ଲୀଳାଭୂମି− ମିବାର ରାଜ୍ୟରରଣା ଭୀମସିଂହ ନାମେ ରାଜନ,ବୀର ରାଜପୁତ- ନାମେ ଅଭିହିତହେବାକୁ ନୁହନ୍ତି କିନ୍ତୁ ଭାଜନ ।ଜନ୍ମ ସିନା ଶୂର- କୁଳେ ଲଭିଥିଲେବିପଦେ ପଡ଼ିଲେ ଜନ୍ମକାଳରୁ,କୂଟ, ଷଡ଼ଯନ୍ତ୍ର, ମିଥ୍ୟା, ପ୍ରବଞ୍ଚନାଘେରିଥିଲା ତାଙ୍କୁ ଜେଝା ବେଳରୁ ।ଅର୍ଥଲାଭାଶୟେ ଭୁଲି ବୀରଧର୍ମବିକ୍ରମୀ ସିନ୍ଧିଆ ବଳୀ ହୁଲ୍କାରମହାବୀରବଂଶେ ଜାତ ରାଜସୁତେଦୁର୍ଦ୍ଦିନେ କରନ୍ତି କି ନାରଖାର ।*ହଳଦୀଘାଟ ଗିରିଶଙ୍କଟକୃଷକ କେଦାର ଗୃହସ୍ଥର ଘରପୁଣ୍ୟ ବଣିକର କରି ଲୁଣ୍ଠନ,ରମଣୀର କଣ୍ଠୁ ସ୍ୱଧର୍ମୀ ପାଷଣ୍ଡେକଲେ ଆହା ଅଳଙ୍କାର ହରଣ;ଅର୍ଥଗୃଧ୍ନା ଅର୍ଥ- ଗୃଧ୍ନୁ ଦସ୍ୟୁଙ୍କରଚରିତାର୍ଥ ହୋଇ ନାହିଁ ତଥାପି;ବୀରମାତା ‘ରାଜ- ବାରୀ’ ରାଜଧାନୀଚିତୋରେ ପଶିଲେ ଜମ୍ୱୁକ ପାପୀ ।ରାଜକୋଷ ଶୂନ୍ୟ କରି ଭୀମସିଂହକୋଟି କୋଟି ମୁଦ୍ରା ପ୍ରଥମେ ଦେଲେ ।ଦଶଦିଗଶୂନ୍ୟ ଦେଖି ମହାରାଣାନାରୀସମ ହସ୍ତ ମସ୍ତକେ ଦେଲେ ।ରାଣୀ−ରାଜକନ୍ୟା− ରାଜବଧୂ−ଅଙ୍ଗୁଁଅଳଙ୍କାର ରାଶି ସଂଗ୍ରହ କରିଦସ୍ୟୁଗଣଙ୍କର ଅର୍ଥ ଗୃଧ୍ନା ରାଣାବାରମ୍ୱାର କଲେ ତୃପତ ଡରି ।ହେ ମହାରାଷ୍ଟ୍ରୀୟେ ଅଟ ପରା ତୁମ୍ଭେସ୍ୱଦେଶୀୟ ପୁଣି ସ୍ୱଧର୍ମୀ ବୀର,ମହାକୁଳ ପ୍ରତି ଏତେ ଅତ୍ୟାଚାରକେମନ୍ତେ ସହିଲା ତୁମ୍ଭ ଅନ୍ତର !ବିଦେଶୀୟ ହୋଇ ଥିଲେ ହେଁ ତ ନାରୀ-ଉପରେ ନୁହନ୍ତା ସେ ଅତ୍ୟାଚାରୀ;ରାଜପୁତକୁଳ ବଧୁ ହିନ୍ଦୁବୀରେ !ନୁହନ୍ତି କି ତୁମ୍ଭ କୁଳର ନାରୀ ?ତୁମ୍ଭ କୁଳ ବୀର- କେଶରୀ ‘ଶିବାଜୀ’ନାରୀ ନିଗ୍ରହକୁ ବିଷନୟନେଦେଖୁଥିଲେ ପରା, ହେ ବଂଶବିଦ୍ରୋହୀ !ନାହିଁ କି କଥା କାହାରି ମନେ ?ନଶ୍ୱର ଦୈହିକ ବଳେ କିପାଁ ମତ୍ତ ?ଅଟଇ ନିଶ୍ଚେ ସେ ଅତି ଅଚିର,ଧର୍ମବଳେ ବଳୀ ହୋଇଥିଲେ ନିଶ୍ଚେରହିଥାନ୍ତା ରାଜ୍ୟ ଭାରତେ ସ୍ଥିର ।ଧର୍ମପଥେ ଚାଲି- ଥିଲେ ମହାରାଷ୍ଟ୍ରୀକାର୍ତ୍ତି ରହିଥାନ୍ତା ଚିରଯୁଗରେ,ସତ୍ୟଘୋଷୀ ଇତି- ବୃତ୍ତ ତୁମ୍ଭ କାର୍ଯ୍ୟବୁଡ଼ାଇଛି ଅପଯଶ କୁଣ୍ଡରେ ।ଚିରଦିନ କାର ସମାନ ନ ଥାଏତୁମ୍ଭ ପରାକ୍ରମ ଯିବ ତ ସରି;ଦେଖ ଦେଖ ଦୂରେ ସ୍ୱର୍ଗଦୂତସମଆସୁଛି ଭାରତେ ବୀରକେଶରୀ ।ସପତ ବାରିଧି ତେର ତରଙ୍ଗିଣୀବ୍ରିଟିଶକେଶରୀ ଡେଇଁ ଆସିଛି;ତୁମ୍ଭ ଅତ୍ୟାଚାରେ ସ୍ୱଦେଶୀ ହିନ୍ଦୁଏନ୍ୟାୟର ବିଧାତା ଡୋର ବାନ୍ଧିଛି ।ଅତୁଳନ ଭୁଜ- ବିକ୍ରମେ ବିକ୍ରାନ୍ତହେ ବୀର ପ୍ରତାପ ଦେଖ ତ ଆସି;ଅବୀରା, ସହାୟ- ହୀନା ହୋଇ ତବଜନ୍ମଭୂମି ହେଲା ବିଭୂତିରାଶି ।ତବ ବଂଶେ ଜାତ ହୋଇ ଭୀମସିଂହଛି ଛି କିବା ବିର୍ଯ୍ୟବିହୀନ ହେଲେ;କୋଟିବୀରପୂତ ଶିଶୋଦୀୟ କୁଳେକଳଙ୍କକାଳିମା ଲେପିଣ ଦେଲେ ।ହେ ବିଧାତଃ ଦିଅ କିପାଇଁ ଦୁର୍ବଳେବିଫଳ ଜନମ, ମୃତ ଜୀବନ,ଆତ୍ମରକ୍ଷାବ୍ରତେ ଅସମର୍ଥ ନର−ହସ୍ତେ ପୁଣି ରାଜଦଣ୍ଡ ସ୍ଥାପନ ।ରାଜ୍ୟରକ୍ଷା−ମହା− ବ୍ରତେ ଦେହପ୍ରାଣଯେ ରାଜା ନ ପାରେ କରି ଅର୍ପଣ,ଶତ୍ରୁ−ଉପାନହ- ଲେହନ ସକାଶକି ଫଳ ଥାଇ ସେ ବ୍ୟର୍ଥ ଜୀବନ ?ଚିହ୍ଲୋଟକୁଳର ରୁଧିର ଧମନୀ-ମଧ୍ୟେ କି ତୁମ୍ଭର ନୁହେ ଚାଳିତ,ପ୍ରତାପସିଂହଙ୍କ ବଂଶଧର ବୋଲିକେଉଁ ମୁଖେ ହେଉଅଛ ଚିହ୍ନିତ ?ଜଡ଼ି ଉଦ୍ଭିଦରେ ପଶୁପକ୍ଷୀଠାରେନାରୀ−ରକ୍ଷାବ୍ରତ ହୁଏ ପାଳିତ,କ୍ଷତ୍ରିୟ−ଅଭିଧା– ଧାରୀ ଭୀମସିଂହକିପାଇଁ କଲ ହେ ତା ବିପରୀତ ?ସକଳ ଗୌରବ– ଭ୍ରଷ୍ଟ ହୋଇ ରାଣାରାଜପରିବାରେ କରି ରକ୍ଷଣ,ଅର୍ଥହୀନ ମାନ− ହୀନ ହୋଇ କଲେଦୁଃଖଭାରାନତ ପ୍ରାଣ ଧାରଣ ।ହରାଇଣ ଥିଲେ ଧନ ମାନ ରାଣାଜନନାଶ ଥିଲା ବିଧାତା ଲିହି,ବିପଦ ଆସିଲେ ଏକାକୀ ନ ଆସେସର୍ବନାଶ ତେବେ ଘଟାଏ ବିହି ।
ତୃତୀୟ ସର୍ଗ
କାଳକ୍ରମେ ରାଣା ଭୀମସିଂହଙ୍କରସ୍ୱତନୟା ନାମେ କୃଷ୍ଣକୁମାରୀଚିତୋରଧାମକୁ କଲେ ଦିବ୍ୟ ଧାମନିଜ ଦିବ୍ୟ ପ୍ରଭା ତହିଁ ବିସ୍ତାରି ।ଉପବନମଧ୍ୟେ କରଇ ବିହାରସେ ଲାବଣ୍ୟନିଧି ଏଣୀନୟନା,ତ୍ରିଦିବଭବନେ ନନ୍ଦନକାନନେକ୍ରୀଡ଼ା କରେ ଯେହ୍ନେ ତ୍ରିଦଶକନ୍ୟା ।ଦିଶେ ହେମଗୋରୀ ସେ ନବ କିଶୋରୀଚଞ୍ଚଳ କାଞ୍ଚନମୂର୍ତ୍ତି ଯେସନ,କନକମୃଣାଳେ କନକକମଳଫୁଟି ହରେ ଅବା ଦର୍ଶକମନ,ଚାରୁ ଅପଘନ ଶୋଭନ ଆନନଲତା ଲାବଣ୍ୟେ କି ପ୍ରୀତିପ୍ରସୂନ,ଲାବଣ୍ୟଲଳିତ ବପୁ ପାଶେ କବିମାନସୀ ମୂରତି ହେବ ନିଊନ ।କନକଗଉରୀ ନବୀନକିଶୋରୀକନକପ୍ରତିମା ସରି ଶୋଭନ,କନକମୃଣାଳେ କନକକମଳ−ସମ ଅଙ୍ଗଯଷ୍ଚିଲଗ୍ନବଦନ ।ପ୍ରବେଶୁଁ ଯୌବନ ତନୁ ସୁଶୋଭନଖେଳିଲା କି ଶୋଭା−ସରେ କଲ୍ଲୋଳବିଧିଶିଳ୍ପସୀମା ତନୁ-ଅଙ୍ଗୀ ଶ୍ୟାମାନୀଳନେତ୍ର ପରେ ଭୁରୂ ବିଲୋଳ,ଘନ ନୀଳକେଶ- ତଳେ ସୁନ୍ଦରୀରଅରାଳ ଭ୍ରୂଲତା କିବା ଶୋଭିତ ।ତୁଙ୍ଗ ବିହାୟସେ ନୀଳଘନତଳେସ୍ଥିରପକ୍ଷ ପକ୍ଷୀ କି ଅବା ସ୍ଥିତ ।ଧନ୍ୟ ପିତା ମାତା ଧନ୍ୟ ଜନ୍ମଭୂମିଏ ବାମା ଯେ କୋଳେ ଅଛନ୍ତି ଧରି,କୋଟିଏଗୁଣେ ଧନ୍ୟ ସେ ନରେନ୍ଦ୍ର ଯାଙ୍କଅଙ୍କଲକ୍ଷ୍ମୀ ହେବେ ଏହି ସୁନ୍ଦରୀ ।ଯେ ଯାହାର ଯୋଗ୍ୟ ତାହା ପ୍ରଜାପତିରଖିଛନ୍ତି ସିନା ବେଳୁଁ ଘଟାଇ,ବିଷ୍ଣୁଙ୍କ ନିମନ୍ତେ କ୍ଷୀରବ୍ଧି−ସଲିଳେଥିଲା କମଳାଙ୍କୁ କିଏ ଲୁଚାଇ !ସୁନାଶୀରେ ଶଚୀ ପିନାକୀଙ୍କି ସତୀବହ୍ନିଦେବେ ସ୍ୱାହା ସଙ୍ଗତେ ବିହିକନ୍ଦର୍ପଙ୍କୁ ରତି ସବିତାଙ୍କୁ ଛାୟା−ସଙ୍ଗ ପାଇଁ ଛନ୍ତି ବିଧାତା ବିହି ।ଚୂତସଙ୍ଗ ଯୋଗ୍ୟା ମାଧବୀ ଲତିକାସିନ୍ଧୁସଙ୍ଗଯୋଗ୍ୟା ସେ ସ୍ରୋତସ୍ୱିନୀ,ସୁକୁମାରୀ ଫୁଲ- ରାଣୀସଙ୍ଗୀ ଭୃଙ୍ଗ,ଅଭ୍ର−ଅଙ୍କଯୋଗ୍ୟା ସେ ସୌଦାମିନୀ ।ବିଭାବସୁବଂଶୀ ଜୟପୁରପତିକରିବେ କୃଷ୍ଣାଙ୍କ ପାଣିପୀଡ଼ନ,ଜଗତସିଂହଙ୍କ ଅଙ୍କଲକ୍ଷ୍ମୀ ଜେମାହେବେ, ହେଲା ଏହା ରାଜ୍ୟେ ରଟନ ।ଅଦୃଶ୍ୟ ଭବିଷ୍ୟ- ଗର୍ଭନ ଭେଦିଣଆନନ୍ଦେ ମାତିଲେ ଚିତୋରନରେ,ନ ଜାଣିଲେ କ୍ରୂର କୁଟିଳ ନିୟତିଦେଖାଇଣ ଆଶା କେସନେ ହରେ ।
ଚତୁର୍ଥ ସର୍ଗ
ପ୍ରାର୍ଥୀ ହେଲେ ଜେମା- ପାଣିପୀଡ଼ନରେମାନସିଂହ ଯୋଧପୁରର ରାଜା,ଲାଗିଲା ବିବାଦ ହୋଇଲା ସମରବାଜିଲା ସଘନେ ସଂଗ୍ରାମବାଜା ।ଉପହାର ସହ ତ୍ରିଂଶ ଶତ ସୈନ୍ୟପେଷିଥିଲେ କୃଷ୍ଣା−ପ୍ରାର୍ଥୀ ଜଗତ,ତ୍ରିଂଶ ଶତ ଚମୂ ପ୍ରତିଦ୍ୱନ୍ଦ୍ୱ ପାଇଁଯୋଧପୁର ରାଜ୍ୟୁଁ ହେଲେ ଆଗତ ।ରମଣି ! ତୋହରି ସ୍ୱର୍ଗସୁଖ−ଆଶେକି ନ କରିପାରେ ଆଶାୟୀ ନର ?ତୋ ମୃଣାଳବାହୁ− ଲତା ଆଶେ ନରନ ମାନଇ ବହ୍ନି ଗିରି ସାଗର;ସୀତା ପାଇଁ ରାମ− ରାବଣମଧ୍ୟରେହୋଇଥିଲା ଥରେ ଘୋର ଆହବ,କୃଷ୍ଣା ଅପମାନେ କୁରୁକ୍ଷେତ୍ରରଣେଯୁଝିଲେ ଦ୍ୱାପରେ କୁରୁପାଣ୍ଡବ ।ବାଜେ ବୀରବାଜା ଉଡ଼େ ରଣଧ୍ୱଜାକମ୍ଫେ ଅଭ୍ରଭେଦୀ ଗିରି କାନନ,ମାର ମାର ରଡ଼ି ଛାଡ଼ି କି ମରଣଆକାଶମାର୍ଗରେ କରେ ଭ୍ରମଣ !ପୂରୁବେ ସିନ୍ଧିଆ ଅର୍ଥ−ପ୍ରାର୍ଥୀ ଥିଲେ;ନ ପାଉଁ ଜଗତସିଂହ-ବିପକ୍ଷ ।ଅମ୍ୱର−ଚମ୍ୱକୁ ବାହୁଡ଼ିବା ପାଇଁଆଦେଶିଲେ ହୋଇ ବିପକ୍ଷପକ୍ଷ ।ସିନ୍ଧିଆ−ଆଦେଶ ନ ହେଲା ପାଳିତଆରାବଲ୍ଲୀ କ୍ଷେତ୍ରେ ହେଲା ସଂଗ୍ରାମ,ରାଣା ନିଜ ସେନା ସହ ଜୟପୁର-ଚମୂ ହୋଇଗଲା ବିଫଳକାମ ।ପରାସ୍ତ ହୋଇ ଅମ୍ୱରଦତଙ୍କୁବାହୁଡ଼ାଇ ଦେଲେ ରାଣା ନିରାଶେ,ସ୍ୱ−ଅଷ୍ଟସହସ୍ର ଅନୀକିନୀ ସହରହିଲେ ସିନ୍ଧିଆ ଚିତୋରପାଶେ ।ଅପମାନେ ରୋଷେ ଦ୍ୱାଦଶ ଅୟୁତସେନା ସହ ବିଜେ ଜଗତ ଆପେ ।ଷଡ଼ାୟୁତ ସେନା ସହ ମାନସିଂହବିଧ୍ୱସ୍ତ ହୋଇଲେ ଶତ୍ରୁ ପ୍ରତାପେ,ଦାରାବୈରୀ ପଛେ ପଛେ ଅମ୍ୱରେଶଯୋଧପୁର ରାଜ୍ୟେ କଲେ ପ୍ରବେଶ,ଶତ୍ରୁ ଦୁର୍ଗଧନ କରିଣ ଲୁଣ୍ଠନପଠାଉଥିଲେ ସେ ଆପଣା ଦେଶ ।ମାର୍ଗରେ ରାଠୋର− ବୀରଗଣ ମିଳିଛଡ଼ାଇ ନେଲେ ସେ ପଦାର୍ଥରାଶି,ବିଜୟଲକ୍ଷ୍ମୀ ଯା ପ୍ରତିକୂଳା ହେବେପୌରୁଷ କି କରିପାରେ ପ୍ରକାଶି ।ଅର୍ଦ୍ଧ ବର୍ଷକାଳ ଯୋଧପୁର ଦୁର୍ଗଅବରୋଧ କରି ରହିଲେ ବୀର,ଏମନ୍ତ ସମୟେ ସ୍ୱୀୟ ସ୍କନ୍ଧାବାରଅନ୍ତର୍ବିବାଦରେ ହେଲା ଅସ୍ଥିରାସୁଯୋଗ ପାଇଣ ରାଠୋର ସୈନିକେକୁଶାବହଗଣେ କଲେ ବିନାଶ,ନ ଦେଖି ଉପାୟ ଅମ୍ୱର−ନୃପତିବାହୁଡ଼ିଣ ଗଲେ ହୋଇ ନିରାଶ ।ଭାଗ୍ୟଚିତ୍ର ପଡ଼ି ଜେତା ଜୟସିଂହଘୋର ଅବସାଦେ ଫେରିଣ ଗଲେ,‘ନଶ୍ୱର ଏ ଭବ− ଭାବ’ ଏ ବିଶ୍ୱାସଏହି ଭାବ ରାଏ ସୁଦୃଢ଼ କଲେ ।ମ୍ଳେଚ୍ଛ ନରାଧମ କ୍ରୂର ଅମିର ଖାଁଥିଲା ପୂର୍ବେ ମାନସିଂହବିଦ୍ୱେଷୀ,ଦେଖି ଜୟପୁର ଭାଗ୍ୟ−ବିପର୍ଯ୍ୟୟନେଲା ଶତ୍ରୁ ପକ୍ଷ ସେ ଛଦ୍ମବେଶୀ ।ବିଶ୍ୱାସଘାତକ− ପଣ କରି ତୂରମାରି ପକାଇଲା ବନ୍ଧୁସେନାନୀ,ଏହି ରୂପେ ସିନା ଏ ମହୀମଣ୍ଡଳେପ୍ରଖ୍ୟାତି ଲଭନ୍ତି ନୃଶଂସ ମାନୀ ।ବନ୍ଧୁବିରହିତ ସେନାପରିତ୍ୟକ୍ତଜୟପୁରରାଜା ହେଉଁ ପରାସ୍ତ,ବାହୁଡ଼ିଣ ଗଲେ ଜୟପୁର ଦେଶେସକଳ ଭରସା ହେଲା ବିଧ୍ୱସ୍ତ ।ଧନ୍ୟ ଭାଗ୍ୟଚକ୍ର− କରାଳ ଆବର୍ତ୍ତକେ ପାରେ କଳିଣ ଭାଗ୍ୟର ଗତି !ମାନସିଂହ ଆଜି ବିପଦବିମୁକ୍ତପରାଜିତ ଧ୍ୱସ୍ତ ଅମ୍ୱରପତି ।ଦେଖି ହିନ୍ଦୁଙ୍କର ସ୍ୱଗୃହବିଚ୍ଛେଦଲମ୍ପଟ ଅମିର ବିଚାରେ ମନେ,“ସୁବୁଦ୍ଧି ଖଟାଇ ଚିତୋରେ ଯାଇଁ ମୁଁଲଭିବି ସୁନ୍ଦରୀ−କନ୍ୟା−ରତନେ ।”‘ବୀର−ଅଙ୍କଲକ୍ଷ୍ମୀ ହୁଅଇ ସୁନ୍ଦରୀ’ଏହି ଜନବାଦ ହୋଇ ସାର,‘ଅଛି ଶକ୍ତି ଯାର ହେବ ଜୟ ତାର’ନୁହନ୍ତି ସଂସାରେ କେହି କାହାର ।ଚିତୋରେ ଆସିଣ କହିଲା ପଠାଣ“ହେଉ କୃଷ୍ଣା ଯୋଧପୁରର ରାଣୀ,ନୋହିଲେ ସଂସାରୁ ବିଦାୟ ନେଉ ସେବୀର ଅମିରଙ୍କ ଏ ଧ୍ରୁବବାଣୀ ।”ଖାଆଁଙ୍କ ସଙ୍ଗତେ ଷଡ଼ଯନ୍ତ୍ର କରିରାଣାଙ୍କର ମନ୍ତ୍ରୀ ଭୀରୁ ଅଜିତ,ଶିଶୋଦୀୟ କୁଳେ କଳଙ୍କ ଲଗାଇସମ୍ମତ ହୋଇଲା ହୋଇଣ ଭୀତ ।ନୀଚବଂଶୋଦ୍ଭୂତ ମାନସିଂହ ଯେଣୁରାଠୋରକୁଳରେ ତାହାର ଜନ୍ମ,ମରୁ ପଛେ କୃଷ୍ଣା ଥାଉ ଜାତି ମାନ-ଏହି କୁମନ୍ତ୍ରଣା ଦେଲା ନିର୍ମମ ।ରାଜସେନାପତି ଦୌଲତ ସିଂହକୁହତବୁଦ୍ଧି ରାଣା ଦେଲେ ଆଦେଶ,“ବିଗ୍ରହ−ନିଦାନ କନ୍ୟା ବଧି ବୀରରଖ କୁଳ ଧର୍ମମାନ ସ୍ୱଦେଶ !”ବୀରଦର୍ପଭରେ କହନ୍ତି ଦୌଲତ“ଧିକ ଶତ ଧିକ ରାଜ−ଆଦେଶେ,ଧିକ ଶତ ଧିକ ମୋର ରାଜଭକ୍ତିନାହିଁ ନାହିଁ କାର୍ଯ୍ୟ ମୋର ସ୍ୱଦେଶେ !ନାରୀହତ୍ୟାସଙ୍ଗେ କନ୍ୟାହତ୍ୟାପାପକେମନ୍ତେ ବହିବ ହେ ଭୀମସିଂହ !କିପାଁ ତୁମ୍ଭ ସରି ଭୟାଳୁ ଶୃଗାଳଜନ୍ମ କରିଥିଲା କ୍ଷତ୍ରିୟ ସିଂହ ।କ୍ଷତରୁ ରଖନ୍ତା କ୍ଷତ୍ରିୟ ଅଟଇଆପଣା କନ୍ୟାକୁ ରଖି ନ ପାର,କେଉଁ ଆଶାରେ ହେ ଭୀରୁ ଭୀମସିଂହରହିଅଛି ତୁମ୍ଭ ଜୀବନ ଛାର ?କେଉଁ ମୁଖେ ତୁମ୍ଭେ ବୀରପ୍ରତାପଙ୍କବଂଶଧର ବୋଲି କର ପ୍ରଚାର,ଦେଖ ଆସି ବୀର- କେଶରୀ ପ୍ରତାପତୁମ୍ଭ ବଂଶ ଆଜି କି ନାରଖାର ।”ଯବାନ ଦାସେ କଲେ ଆଜ୍ଞା ରାଣା ଭୀମଦେଶରକ୍ଷା ନାମେ ନେଲେ ସେ ଅସି,ନିର୍ଜନେ ଦେଖି ସେ ସୁଷୁପ୍ତା କୃଷ୍ଣାଙ୍କୁଖଡ଼୍ଗ କରୁ ତାଙ୍କ ପଡ଼ିଲା ଖସି ।ବିଫଳବାସନା ହୋଇ ଯବାନ୍ ଦାସନିବେଦିଲେ ଯାଇଁ ରାଣା−ଚରଣ,“ଏ ନିର୍ଦ୍ଦୟ ଆଜ୍ଞା ନ ପାଳିବ ଦାସଗଲେ ଯାଉ ପଛେ ତାର ଜୀବନ ।”ଖାଆଁ−କୁମନ୍ତ୍ରଣେ ରାଣା ଭୀମସିଂହବିଷଦାନ କଥା ସ୍ଥିର କରିଲେ,ନାରୀମହଲକୁ ସନ୍ଦେଶ ପଠାଇକୋମଳ କରେ ଏ ଭାର ଅର୍ପିଲେ ।ସୁକୁମାରି ନାରି ! ତୋ ହୃଦ କୋମଳସଂସାର−ମରୁରେ ସ୍ୱଚ୍ଛତଟିନୀ,କେସନେ ରାକ୍ଷସୀ- ରୂପ ଧରି କାଳେହେଉ ପୁଣି ନରନାରୀଘାତିନୀ ?ଧିକ ଅମିର ଖାଁ ଧିକରେ ନିଷ୍ଠୁର !ଦୟା ମାୟା କି ତୋ ହୃଦୟେ ନାହିଁ ।ବୃଥା ତୋର ଆଶା ବୃଥାରେ ଲମ୍ପଟହିନ୍ଦୁବାଳା ତୋତେ ବରିବ ନାହିଁ ।ବୀର−ପକ୍ଷପାତୀ ସର୍ବଦା ସୁନ୍ଦରୀପାଷଣ୍ଡ ନୃଶଂସ ନୁହଇ ବୀର,ଦୟା କ୍ଷମା ଧର୍ମ ସାଧୁତା ବିଶ୍ୱାସେଅଳଙ୍କୃତ ସଦା ପ୍ରକୃତ ବୀର ।
ପଞ୍ଚମ ସର୍ଗ
ରାଣୀହଂସପୁରେ ପ୍ରବେଶୁଁ ବାରତାକମ୍ପିଲା ରାଣୀଙ୍କ ସର୍ବ ଶରୀର,କୋଟି ବଜ୍ର ଅବା ଏକତ୍ରିତ ହୋଇଉତ୍ପାଟିଲା ଆସି ଜନନୀଶିର !ଚେତନା ଲଭିଣ କହନ୍ତି ଜନନୀ“ଦାରୁଣ ବିଧାତା କି ଦୋଷେ ମୋରପରାଣେ ନ ମାରି ମରମେ ମାରୁଛୁଦେଇଣ ଏସନ କଷଣ ଘୋର ?”କହିଣ ଏତକ ବଚନ ମହିଷୀପଡ଼ିଗଲେ ପୁଣି ଧରଣୀତଳ;ପ୍ରଶାନ୍ତ ସମୁଦ୍ରେ ଚଳନ୍ତା ନାବରପ୍ରଳୟ−ଜଳକୁ କେବଣ ବଳ ?ଉଠି ବସି ପୁଣି କାନ୍ଦନ୍ତି ମହିଷୀତରଳିବ ଶିଳା ଶୁଣିଲେ ତାହା,“ଆଖି ଲୁହା ଛାତି ପଥର କରିଣକେମନ୍ତେ ବଞ୍ଚିବି ତେଜି ତୋ ମାୟା ?ଜାଣଇ ନିଶ୍ଚୟ ବହୁକାଳ ତୋତେଛାଡ଼ି ଏ ସଂସାରେ ରହିବି ନାହିଁ,ଯେଉଁ କେତେ ଦିନ ରହିବି ମାଆ ଲୋକହ ଦିନ ନେବି କା ମୁଖ ଚାହିଁ ?ଦଶ ମାସ ତୋତେ ଗରଭେ ଧରିଣସହିଲି ଅସହ୍ୟ ଯାତନା ଘୋର,ଆଶା କରିଥିଲି ସୁଖ ଦେଖି ତୋରପସୋରି ଯିବି ସେ କଷଣ ମୋର,ଶୁଭ ସ୍ୱୟମ୍ୱରେ ନୃପତିଗଳାରେଲମ୍ୱାଇ ଥାଆନ୍ତୁ ବରଣମାଳା,ଦେଖି ତା ପରାଣ ତୃପତ ହୁଅନ୍ତାପାସୋରି ପକାନ୍ତି ସକଳ ଜାଳା ।ରୁଧିରପେଣ୍ଡୁଳି ପାଳିଥିଲି ତୋତେଡରି ଡରି ଜଡ଼ ଦେବ ମାନବେ,ମୋ ସୁଖ−ଚନ୍ଦ୍ରମା ଉଇଁଲା ବେଳେରେଘୋର ମେଘ କାହୁଁ ଘୋଟିଲା ନଭେ !ନିତମ୍ୱରୁ ସୁନା− ସୂତା କାଢ଼ିନେଉଦେଖାଇ ହରୁ ରେ ଲାବଣ୍ୟନିଧି,ଭୁଞ୍ଜିଲା ଅନ୍ନରେ ଭସ୍ମ ନିକ୍ଷେପିଣକି ଯଶ ଅର୍ଜୁରେ ଦାରୁଣ ବିଧି ?ସଖୀ−ସଙ୍ଗତରେ ଉଦ୍ୟାନ−କ୍ରୀଡ଼ାରୁଫେରିଆସି ଆଉ କେବେ ଲୋ କୃଷ୍ଣା‘ମାଆ ବୋଲି ବାରେ ଡାକି ନ ହରିବୁଚିରଦୁଃଖିନୀର ପରାଣ ତୃଷ୍ଣା !ବୀଣାଜିଣା କଣ୍ଠି ପିକବଚନାରେନ ଶୁଣିବି ତୋର ମଧୁର ସ୍ୱନ,ପୂର୍ଣ୍ଣ−ଇନ୍ଦୁମୁଖୀ ତୋ ପଦ୍ମବଦନନ ଦେଖିବ ମୋର ଦଗ୍ଧ ନୟନ !ମୋ ଆଗରେ ତୋତେ ଜୀବନ୍ତେ ମାରିବେକେମନ୍ତେ ଏ ଦୃଶ୍ୟ ଦେଖିବି ଚକ୍ଷେ,ଶତଧା ବିଦୀର୍ଣ୍ଣ ହୁଅ ଗୋ ଧରିତ୍ରୀପାଉ ଅଭାଗିନୀ ଠାଇଁ ତୋ ବକ୍ଷେ !ରକ୍ତର ରକତ ମାଂସର ମୋ ମାଂସକି ଦୋଷେ ମା କୋଳୁ କରିବ ଛିନ୍ନ ?ରକ୍ଷାକର ତୁମ୍ଭେ ହେ ଦିବ୍ୟପୁରୁଷଆକାଶରେ ଯେହୁ କରୁଛ ଦିନ ।ଆହା ମୋର କୃଷ୍ଣା ହା କ୍ରୂର ଅଜିତହା ନିର୍ଦ୍ଦୟ ମ୍ଳେଚ୍ଛ ହୋଇ ରେ ବିହି !ଦୁଃଖିନୀପରାଣ− ତନୟାର ଭାଲେଏ ଦାରୁଣ ଦୁଃଖ ଥିଲୁ ତୁ ଲିହି ।ଘେନି ଭିକ୍ଷାଝୁଲି ପଥେ ପଥେ ବୁଲିଭିକ୍ଷା ମାଗି ପଛେ କାଟିବି ଦିନ,ପୁଷ୍ପଗତପ୍ରାଣା ଲତିକାବୃନ୍ତରୁନ କର ବିକଚକୁସୁମ ଛିନ୍ନ ।ଜାଣନ୍ତା ପ୍ରମାଣେ ଜଗତେ କାହାରିଦୋଷ କେବେ ମୂହିଁ କରିତ ନାହିଁ,ବିନା ଅପରାଧେ ମୋ ପ୍ରାଣଦୁହିତାସଙ୍ଗେ ମୋତେ ମାରୁଅଛି କିପାଇଁ ?ବାଟଭିକାରୁଣୀ ଘୋରଚଣ୍ଡାଳୁଣୀଭିକ୍ଷା−ଅନ୍ନେ ହେଲେ ବଞ୍ଚାଏ ପ୍ରାଣ,ରାଜକନ୍ୟା ହୋଇ ମୋର ଦୁହିତାରଏ ଜଗତେ ତିଳେ ନାହିଁ କି ସ୍ଥାନ ?”କାନ୍ଦୁ କାନ୍ଦୁ ରାଣୀ ମୁର୍ଛିତା ହୋଇଲେ,ଏହି ଅବସରେ ଅଙ୍ଗନାଗଣକୃଷ୍ଣକୁମାରୀଙ୍କୁ ଉନ୍ମତ୍ତା ସିଂହୀରପାଶୁଁ ଟାଣିନେଇ କଲେ ଗମନ ।ମାତା ଶୋକ−ଚ୍ଛଳେ କାନ୍ଦିଲା ପ୍ରକୃତିକାନ୍ଦିଲା ବିକଳେ ମିବାରଧରା,ରମଣୀଲଲମ ବୈଦେହୀବିୟୋଗେଯେସନେ ସାକେତ ଶୋକରେ ଭରା !ଶୋକାର୍ତ୍ତା ମାତାଙ୍କୁ ବୋଧୁଥିଲେ କୃଷ୍ଣା“କାନ୍ଦ ନା ଜନନି ! କାନ୍ଦ ନା ଆଉ,ଥାଆନ୍ତୁ ଜନକ ନିରାପଦେ ରହିଗଲେ ପଛେ ମୋର ଜୀବନ ଯାଉ ।ନ ଫୁଟୁଣୁ କଢ଼ୀ ପଡ଼େ ବୃନ୍ତୁଁ ଝଡ଼ି*ବଡ଼ ହୀନମାନ ନାରୀଜନମ,ଏତେ କାଳ ଯାହା ବଞ୍ଚିଲି ପରାଣେଅଟଇ ମାତା ତା ପିତାଙ୍କ ଧର୍ମ ।*ଏଠାରେ ରାଜପୁତନାରେ ପ୍ରଚଳିତ କନ୍ୟାହତ୍ୟା ପ୍ରଥାକୁ ଲକ୍ଷ୍ୟ କରା ହୋଇଅଛି ।ତବ ଆଶୀର୍ବାଦେ ପ୍ରାଣର ଜନନିଆଜିଠାରୁ ଦୁଃଖ ସରି ମୋ ଯାଉ,ଭୀଷଣ ନିର୍ଦ୍ଦୟ ଅଟେ ଏ ସଂସାର,କାନ୍ଦ ନା ଗୋ ମାତଃ କାନ୍ଦ ନା ଆଉ ।ଭଙ୍ଗୁର ଏ ଭବ- ଭଙ୍ଗିମା ମାଆ ଲୋ !ସଂସାରର ମାୟା ଦୁଇ ଦିନର,ଘୋର ଦୁଃଖଶୋକେ ପୂର୍ଣ୍ଣ, ତାହା ପୁଣିନ ଘଟଇ ଭାଗ୍ୟେ କର୍ମହୀନର ।ନୁହେ କି ମୁଁ ତୋର ତନୁଜା ଜନନି !ଡରିବି କି ମୁହିଁ ଛାର ମରଣେ ?ଶାନ୍ତିରେ ରହୁ ଲୋ ଏ ମୋର ସ୍ୱଦେଶଥାଅ ତୁମ୍ଭେମାନେ ଆନନ୍ଦମନେ ।”ଏଥୁଅନ୍ତେ ପିତୃ- ନାମେ ବିଷପାତ୍ରସମର୍ପିଲା ଆଣି ପରିଚାରିକା,ପିତାଙ୍କ ଉଦ୍ଦେଶ୍ୟେ କରିଣ ପ୍ରଣାମପାନ କଲେ ତାହା ବରଦାରିକା ।ପିତାଙ୍କ ଆଦେଶେ ଚଉଦ ବରଷଘେନି ଯେହ୍ନେ ରାମ ଭାରିଯା ଭାଇଗହନବିପିନେ ଭ୍ରମିଥିଲେ ଯାହାଆଦିକାବ୍ୟେ ଗଲେ ବାଲ୍ମୀକି ଗାଇ ।ପିତୃଆଜ୍ଞା ପାଳି ସତ୍ୟବ୍ରତ ଯେହ୍ନେରହିଲେ କୁମାର ଚିରଜୀବନ,ଜନକ ଆଦେଶେ ଯେହ୍ନେ ବୀର ଚଣ୍ଡରାଜସିଂହାସନ କଲେ ବର୍ଜନ ।ନୃଶଂସ ମାନବ କଲା ଯେଉଁ କର୍ମବିଷ କଲା ତହିଁ ଦୟା ବିଚାର,ଉଦ୍ଦାମଯୌବନେ କାଳ−ହଳାହଳନ ନେଇ ପାରିଲା ପ୍ରାଣ କୃଷ୍ଣାର ।କୃଷ୍ଣାରକ୍ତଲୋଭୀ ଅମିର−ଆଦେଶେଦେଲେ ପୁଣି ବିଷ ଦ୍ୱିତୀୟବାର,ଶିରୀଷକୋମଳ ତରୁଣ ତନୁରେପୁଣି କାଳକୂଟ ମାନିଲା ହାରବାର ବାର କରି ତିନି ବାର ବିଷନିରୀହ ବାଳାର ବିନାଶେ ହାରି,ଚତୁର୍ଥ ବାରକ ବିଷପାନେ ଗଲେଭବକାରା ତେଜି କୃଷ୍ଣକୁମାରୀ ।ଶୁଭସ୍ୱୟମ୍ୱର- ଅନ୍ତେ ଯେ କରନ୍ତେନବକାନ୍ତ ସ୍ନିଗ୍ଧଗଣ୍ଡଚୁମ୍ୱନ,ହଳାହଳପାନେ ଦାରୁଣଶ୍ମଶାନେ−କୋଳେ କଲେ ଆହା ଚିରଶୟନ ।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ