କ୍ଳିଓପେଟ୍ରା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୮୪
- ସ୍ଥିତି
- ସାର୍ବଜନୀନ (Public domain)
ଆଫେରିକା ପୂର୍ବ ପ୍ରାନ୍ତେ ବିଖ୍ୟାତ ନଗର,ଲୋହିତସାଗର କୂଳେ ବିରାଜେ ମିଶିର ।ଐଶ୍ୱର୍ଯ୍ୟେ, ସୌନ୍ଦର୍ଯ୍ୟେ, ବୀର୍ଯ୍ୟେ, ଜ୍ଞାନଗୌରବରେ,ସମସ୍ତ ଜଗତେ ଖ୍ୟାତ ଯୁଗ ଯୁଗାନ୍ତରେ ।ନୀଳାର ସଲିଳ ନୀଳ ବକ୍ଷେ ପ୍ରବାହିତ,ଦିଏ ଢାଳ ଦେଶେ ଶସ୍ୟ ସମ୍ପତ୍ତି ଅମିତ ।ପ୍ରଚଣ୍ଡ ଅନଳକ୍ଷେତ୍ର ବିଖ୍ୟାତ ସାହାରା,ତହିଁ ପୂର୍ବ ପ୍ରାନ୍ତେ ପ୍ରବାହିତ ନୀଳଧାରା ।ଚନ୍ଦ୍ରଗିରି ଚନ୍ଦ୍ରମାର୍ଗେ ଅଛି କିବା ଉଭା?ନୀଳକାନ୍ତ ମୁକୁଟ କି ଶିରେ ପାଏ ଶୋଭା?ବିଚିତ୍ର ପ୍ରକୃତି ଲୀଳା ଆଫେରିକା ଖଣ୍ଡେ,ଅଗ୍ନିକ୍ଷେତ୍ର ଶୋଭେ ବେନି ଗଣ୍ଡେ ।ଏକ ପାଶେ ଲତା ବୃକ୍ଷ ସମ୍ପତ୍ତି ମହାନ,ଅନ୍ୟ ପାଶେ ଶୁଷ୍କ-ତପ୍ତ- ପ୍ରକୃତି-ଶ୍ମଶାନ ।ଅନନ୍ତ ପ୍ରକୃତି ଲୀଳା ଦେଖ ନିଦର୍ଶନ,ସାହାରା ମିଶର ଏକ ଶିଳ୍ପୀର ସୃଜନ ।ପୁଣ୍ୟକ୍ଷେତ୍ର ଇଉରୋପ ବିରାଜେ ଉତ୍ତରେ,ଅବତାର ଲୀଳାଭୂମି ପ୍ରାଚୀ ବିଭାଗରେ ।ଇଉରୋପ ପଦତଳେ ଦୁଃଖିନୀ ଆଫ୍ରିକା,ହୃଦୟେ ବହିଛି ମରୁଭୂମି ବିଭୀଷିକା ।* ନୀଳ ନାମକ ନଦୀ । (The Nile)ଜ୍ଞାନଗୌରବରେ ନ୍ୟୂନ ପଡ଼ିଛି ପଦରେ,ଈର୍ଷାନଳେ ଦଗ୍ଧୀଭୂତା ମରୁହୃଦୟରେ ।ଦୁଃଖିନୀ କଷ୍ଟରେ ଦୟାମୟ ଭଗବାନସାନ୍ତ୍ୱନା ସକାଶେ କଲେ ମିଶରକୁ ଦାନଅପୂର୍ବ ମିଶର ସୃଷ୍ଟି ନୟନରଞ୍ଜନ,ଐଶ୍ୱର୍ଯ୍ୟ, ମହିମା ଖ୍ୟାତ ସମସ୍ତ ଭୁବନ ।ଟଲେମି ଅକ୍ଷୟ କୀର୍ତ୍ତି ପିରାମିଡ଼ ସ୍ତମ୍ଭ,ଆକାଶ ପ୍ରଦୀପ, ଦୁଇ ଆଫ୍ରିକା ଗୌରବ ।ଆଭିଜାତ୍ୟେ, ଆଧିପତ୍ୟେ, ଶୌର୍ଯ୍ୟେ, ବୀର୍ଯ୍ୟେ, ବଳେ,ମିଶର ଅଧିପ ଖ୍ୟାତ ଜଗତ-ମଣ୍ଡଳେ ।ଅତ୍ୟାଶ୍ଚର୍ଯ୍ୟ ପରିବର୍ତ୍ତ କାଳଚକ୍ରନେମି,ମିଶରର ଅଧିପତି ଅଯୋଗ୍ୟ ଟଲେମି ।କାହିଁ ରାଜଦଣ୍ଡ, ଛତ୍ର, କାହିଁ ଖଡ଼୍ଗ କରେ,ଖଡ଼୍ଗଧାରୀ ବଂଶୀଧାରୀ ପ୍ରମୋଦ ବନରେ ।(୧)ନିଷ୍ଠୁରସ୍ୱଭାବା ଜ୍ୟେଷ୍ଠା ରାଜାର ନନ୍ଦିନୀ,ବିଳାସିନୀ, ରାଜ୍ୟପ୍ରିୟା, ପତିବିଘାତିନୀ ।(୨)ଟଲେମିଙ୍କୁ ରାଜ୍ୟଚ୍ୟୁତ କରି ପ୍ରଜାଗଣଜ୍ୟେଷ୍ଠା କନ୍ୟା ହସ୍ତେ କଲେ ରାଜ୍ୟ ସମର୍ପଣ ।ଟଲେମି ରୋମର ସୈନ୍ୟବଳେ ଘୋର ରଣେ (୩)ରାଜ୍ୟଲୋଭେ ବଧ କଲେ କନ୍ୟାକୁ ଜୀବନେ ।
(୧) ମିଶିର (Egypt) ଶେଷ ଅଧିପତି ଟଲେମି ରାଜକାର୍ଯ୍ୟରେ ମନୋଯୋଗ ନ କରି ବଂଶୀବାଦନ ପୂର୍ବକ ଆମୋଦପ୍ରମୋଦ କରିବାରେ ନିଯୁକ୍ତ ହେବାରୁ ପ୍ରଜାମାନେ ତାହାଙ୍କୁ ତଡ଼ି ଦେଇଥିଲେ ।
(୨) ଟଲେମିଙ୍କର ଜ୍ୟେଷ୍ଠା କନ୍ୟା ନିତାନ୍ତ ଦୁଷ୍ଟା ଓ ପତିଘାତିନୀ ଥିଲେ ।(୩) ରୋମୀୟ ସୈନ୍ୟ ସାହାଯ୍ୟରେ କନ୍ୟାକୁ ବଧ କରି ସିଂହାସନ ଆରୋହଣ କରିଥିଲେ ।ବସିଥିଲା ସିଂହାସନେ ପତିହନ୍ତ୍ରୀ ନାରୀ,ଏବେ ରାଜ୍ୟେ ଅଧୀଶ୍ୱର କନ୍ୟାହତ୍ୟାକାରୀ ।ଘଟିଲା ଟଲେମି ଭାଗ୍ୟେ, - ଘଟେ ଅନିବାର୍ଯ୍ୟ,ଗଲେ ଲୋକାନ୍ତରେ କନ୍ୟାହସ୍ତେ ଦେଇ ରାଜ୍ୟ ।ଯେ ଅଭିଭାବକ ଥିଲା ମନ୍ତ୍ରୀ ନପୁଂସକ,ଆମିଷ ଭଣ୍ଡାରେ ଯଥା ମାର୍ଜାର ରକ୍ଷକ ।ମନ୍ତ୍ରୀ ରାଜ୍ୟେଶ୍ୱର କରି ଆୟତ୍ତ ସଇନୀ,ରାଜକନ୍ୟା କ୍ଳିଓପେଟ୍ରା ଅରଣ୍ୟବାସିନୀ । (୪)ରୋମର ସହାୟେ ପିତୃଦେବ ନିଦର୍ଶନେବସିଲେ ରାଜାର ପୁତ୍ରୀ ରାଜସିଂହାସନେ ।ପଳାଇଲା ଦୁରାଚାରୀ ମନ୍ତ୍ରୀ ନପୁଂସକ,ପାପାର୍ଜିତ ଧନ ସୁଖେ ଭୁଞ୍ଜେ କେଉଁ ଲୋକ?ରାଜ୍ୟେଶ୍ୱରୀ କ୍ଳିଓପେଟ୍ରା ଟଲେମି-ନନ୍ଦିନୀ,ଲଳନା-ଲଲାମଭୂତା ବିଶ୍ୱବିମୋହିନୀ,ଯୁବତୀ, ଲାବଣ୍ୟମୟୀ, ରାଜରାଜେଶ୍ୱରୀ,ସର୍ବାନର୍ଥମୂଳୀଭୂତା ମହାଭୟଙ୍କରୀ ।ସର୍ବାନର୍ଥମୂଳୀଭୂତା ମହାଭୟଙ୍କରୀ ।ଶୌର୍ଯ୍ୟେ, ବୀର୍ଯ୍ୟେ ଖ୍ୟାତ ରୋମ ଅବନୀମଣ୍ଡଳେ,ଛାରଖାର ଭସ୍ମସାର ନାରୀରୂପାନଳେ ।ଇତିହାସ ଗାଏ ଯେଉଁ ବୀରଙ୍କ ମହିମା,ରମଣୀ ସୌନ୍ଦର୍ଯ୍ୟେ ନଷ୍ଟ ସମସ୍ତ ଗାରିମା ।ରୂପାନଳେ ଭସ୍ମସାର ଟାର୍କୁଇନ ବଂଶ,ସବଂଶରେ ଧ୍ୱଂସ ପ୍ରାପ୍ତ ରାବଣ ରାକ୍ଷସ ।(୪) ଟଲେମିଙ୍କ ମୃତ୍ୟୁ ସମୟରେ ତାହାଙ୍କ କନ୍ୟା କ୍ଳିଓପେଟ୍ରା ଯୁବତୀ ମାତ୍ର ଜଣେ ନପୁଂସକ ମନ୍ତ୍ରିକୁ ଅଭିଭାବକ ନିଯୁକ୍ତ କରିଥିଲେ ।ସୁନ୍ଦ ଉପସୁନ୍ଦ କଥା ପୁରାଣେ କଥିତ,ହେଉଛି ଜଗତେ ପ୍ରତିଦିନ ଅଭିନୀତ ।ରାଜକନ୍ୟା କ୍ଳିଓପେଟ୍ରା କିରୂପ ସୁନ୍ଦରୀ?ଉତ୍ତର, - ‘‘ବିଶାଳ ରୋମ ଦେଲା ଧ୍ୱଂସ କରି ।’’ଇତିହାସ ଗାଏ ଯେଉଁ ବୀରଙ୍କ ପ୍ରସଙ୍ଗ,ହେଲେ ଶେଷେ ନାରୀ-ରୂପାନଳରେ ପତଙ୍ଗ ।ବିଖ୍ୟାତ ଯୁଗଳ ବୀର ଏଣ୍ଟାନି ସିଜାର,ବୀରତ୍ୱ ମହିମା ବ୍ୟାପ୍ତ ସମସ୍ତ ସଂସାର ।ରଣକ୍ଷେତ୍ରେ ପ୍ରକାଶିତ ମହିମା ଅଭୁତ,ସାମାନ୍ୟ ପତଙ୍ଗ ସମ ହେଲେ ଭସ୍ମୀଭୂତ ।ରଣକ୍ଷେତ୍ରେ କମାଣର ଆଗ୍ନେୟ ଗୋଲକତୁଚ୍ଛ ମଣି ସ୍ଥିର ଭାବେ ଉଭା ସେ ଯୁବକ ।ରମଣୀ-ଅପାଙ୍ଗଲୀଳା ବିଲୋକ ଦୃଷ୍ଟିରେତୁଚ୍ଛ ତୁଳା ପରି ଉଡ଼ିଗଲେ ମହାବୀରେ ।ବିନାଶର ହେତୁଭୁତ ରମଣୀ ଲାବଣ୍ୟ,ଦୟାମୟ ବିଧି, କଲ କିପାଇଁ ସୃଜନ?ଯେଉଁ ଦୀପଶିଖା ପୃଥ୍ୱୀ ଅନ୍ଧକାର ହରେ,ଲୋଲୁପ ନିର୍ବୋଧ କୀଟବଂଶ ଦଗ୍ଧ କରେ ।ଶ୍ରୀଯୁକ୍ତ ରାଜା ବୈକୁଣ୍ଠନାଥ ଦେ ବାହାଦୁରଜନ୍ମ ମୃତ୍ୟୁ ଧର୍ମାଧୀନ ମାନବ ସକଳେ,ଜନମି କେ ଚିର ଦିନ ଥିବ ଧରାତଳେ?ପଶୁ, ପକ୍ଷୀ, ବୃକ୍ଷ, ଲତା, ମାନବ ସମସ୍ତେଅବିରତେ ଭାସି ଯାଉଛନ୍ତି କାଳସ୍ରୋତେ ।ଧନ୍ୟ ସେ ମାନବକୁଳେ ଯାହା ଯଶରାଜିଲୋକହିତ ବ୍ରତେ ଥାଏ ଜଗତେ ବିରାଜି ।ମଲେ ଯାହା ନାମ ଜଗତ ମଧ୍ୟରେ,ଅମର ଦେବତା ସେହି ମାନବକୁଳରେ ।ଲୋଡ଼ନ୍ତି ନିୟତ ଲୋକେ ଉଦର ପୋଷଣ,ପରହିତେ ସାଧୁ କରେ ଆତ୍ମସମର୍ପଣ ।ହେ ରାଜା ବୈକୁଣ୍ଠନାଥ, ତୁମ୍ଭେ ହିଁ କେବଳଜନ୍ମିଛ ଉତ୍କଳେ ସାଧୁ ଦୃଷ୍ଟାନ୍ତର ସ୍ଥଳ ।ଦେଶବାସୀ ନର ନାରୀ ମଙ୍ଗଳ କାରଣଧନ ମାନ ପ୍ରାଣ ସର୍ବ କରିଛ ଅର୍ପଣ ।ଉତ୍କଳ ଦେଶର ହେବ ଯେପରି ଉନ୍ନତି,ଆଜୀବନ ସେଥିପାଇଁ ହୋଇଅଛ ବ୍ରତୀ ।ବିଚ୍ଛିନ୍ନ ଉତ୍କଳ ଖଣ୍ଡ ହେବା ସମ୍ମିଳନ,ନିଶ୍ଚୟ ଏଥିର ତୁମ୍ଭେ ଆଦିମ କାରଣ ।କରିବାକୁ ଉତ୍କଳର ଭାଷାର ଉନ୍ନତିଅକାତରେ ଦେଇଅଛ ବହୁତ ସମ୍ପତ୍ତି ।ଯେ ନାମ ଅଙ୍କିତ କଲ ପୁରାଣ ଗ୍ରନ୍ଥରେ,ଗାଇବେ ଉତ୍କଳବାସୀ ଯୁଗ ଯୁଗାନ୍ତରେ ।ଆତ୍ମ ପର କିଛି ମାତ୍ର ନ କରି ବିଚାରଅବିଶ୍ରାନ୍ତ କରୁଅଛ ପର ଉପକାର ।କାଳସ୍ରୋତେ ଭାସିଗଲେ କେତେ ନରପତି,ଥିଲା ତ ତାହାଙ୍କ ଦିନେ ବିପୁଳ ସମ୍ପତ୍ତି!କାହାନ୍ତି ସେମାନେ ଅବା ସେ ସମ୍ପତ୍ତି କାହିଁ?ଉତ୍କଳରେ ଥିବ ତୁମ୍ଭେ ଚିରଦିନପାଇଁ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି