କଣ କଲି?
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୫
- ସ୍ଥିତି
- ସାର୍ବଜନୀନ (Public domain)
ଆସିଥିଲି ଭବେ ସ୍ୱରୂପ ମାନବେକି କାର୍ଯ୍ୟ ସାଧନ ପାଇଁ?ସିଦ୍ଧ କି ସାଧନା, ଆତ୍ମ ପ୍ରତାରଣା,ବିଷୟ ବୁଝିଲି କାହିଁ?ଅପାର ବାସନା, ବିଫଳ କାମନା,ତଥାପି ଧାବିତ ମନଜୀବନ ପ୍ରବାହେ ମହାଭୟାବହେଅବିଶ୍ରାନ୍ତ ଅନୁକ୍ଷଣ ।କି ଉନ୍ମାଦ ବେଶେ, କି ମୋହ ଅବେଶେଭ୍ରମି ନିତ୍ୟ ଦିଶି ଦିଶି,ସପନ ସମାନେ ନିଶା ଅବସାନେକାଳଗର୍ଭେ ଯିବି ମିଶି ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି