ମୌନୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୭
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳହେ ବିଶ୍ୱବିଧାତଃ! ମୋତେ ବୋଲ, କି କାରଣେଦେଇଛ ବିବିଧ ଅସ୍ତ୍ର ଯାଚି ପ୍ରାଣିଗଣେ?ସୁତୀକ୍ଷ୍ଣ ନଖରରାଜି ଭଲ୍ଲୁକ ଶାର୍ଦୂଳେ,ଭୀଷଣ ଦଶନାବଳୀ ଭୁଜଙ୍ଗ ନକୁଳେ,ଗଣ୍ଡାରେ ଦେଇଛ ଖଡ଼୍ଗ, ମହିଷେ ବିଷାଣ,ଆତ୍ମରକ୍ଷା ପୁଣି ନାଶିବାକୁ ଶତ୍ରୁ ପ୍ରାଣ ।ହେ ପ୍ରଭୋ ! ଦେଇଛ ମୋତେ କୋମଳ ରସନା,ଭୟଙ୍କରରୂପେ ଏବେ ଯାଏ ମୋତେ ଜଣା ।ନ କଲି ତ ପ୍ରଭୋ ! ତୁମ୍ଭ ମହିମା ଗାୟନ,ସୁମଧୁର ବାକ୍ୟେ ଜନ ଚିତ୍ତ ବିନୋଦନ!କରିଥାନ୍ତି ସିନା ପର ସୁଯଶ ଘୋଷଣା,ପର ନିନ୍ଦା ପର ଗ୍ଳାନି କରିଛି ରଟନା ।ନିଷ୍ଠୁର ନିର୍ମମ ଭାବେ କେତେ ଲୋକ ପ୍ରାଣେଦେଇଛ ଯନ୍ତ୍ରଣା, ବିଦ୍ଧ କରି ବାକ୍ୟବାଣେ ।ଅସାର ଅଳୀକ କେତେ ବଚନ ପ୍ରକାଶି,ଲୋକସମାଜର ଶାନ୍ତି ପକାଇଛି ନାଶି ।ବିକଟ ବିଦ୍ରୂପ ବହୁ ବିଷାକ୍ତ ବଚନେଦେଇଛ ଅତ୍ୟନ୍ତ କଷ୍ଟ ଲୋକପଣ ମନେ ।କୃପା କର ଏବେ ହେଲେ ହୋଇ ରହେଁ ତୁନି,ଅସାଧୁ କଥାରେ ହୋଇ ରହିବି ମୁଁ ମୌନୀ ।ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ ?ନଳନୀ ଗୌଡ଼ା୧ଯାହା ମୁଖ ଚାହିଁ ରହିଥିଲ ଧୈର୍ଯ୍ୟ ଧରି,ସମ୍ପଦେ ବିପଦେ ପାଶେ ଥିଲା ଛାୟା ପରି,ସଙ୍କଟ କାଳରେ ଦେଉଥିଲା ଯେ ସାନ୍ତ୍ୱନା,ଯା ସେବାରେ ଭୁଲୁଥିଲି ରୋଗର ଯନ୍ତ୍ରଣା,କାଟି ଦେଇ ମାୟା ଚାଲି ଗଲା ସ୍ୱର୍ଗବାସେ,ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?୨ଉପସ୍ଥିତ ଜରା, ନାହିଁ ଦେହରେ ସାମର୍ଥ୍ୟ,ସରି ଯାଇଅଛି ପ୍ରାୟ ଅରଜିଲା ଅର୍ଥ,କରି ତ ପାରିବି ନାହିଁ ଲୋକ ଉପକାର,କେ ଆଉ କରିବ କିପାଁ ମୋତେ ସମାଦର,କିପାଇଁ ଆସିବେ ଆଉ ଲୋକ ମୋହ ପାଶେବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?୩ଯାହାକୁ ଭରସା କରିଥିଲା ଏ ଜୀବନ,ଯାହାପାଇଁ ପ୍ରାଣପଣେ କରିଛି ଯତନ,କରିଥିଲି ଏକମାତ୍ର ଯାହାକୁ ଭରସା,ନ କରେ କରୁଣା ଦେଖି ମୋହର ଦୁର୍ଦ୍ଦଶା,କିଛି ମାତ୍ର ଆସ୍ଥା ନାହିଁ ମୋହର ଜୀବନେ,ପ୍ରତ୍ୟୁତ ଯାତନା ଦିଏ କର୍କଶ ବଚନେ,ଥାଏ ଦୂରେ ଦୂରେ ସଦା ନ ଆସେ ସେ ପାଶେ,ବଞ୍ଚି ମୁଁ ରହିବି ଆଉ କେଉଁ ସୁଖ ଆଶେ?୪ଅଥବା ମୁଁ କିଏ? ଏହା ନ ଆସେ ବୁଦ୍ଧିରେ,ଆପଣା ଆୟତ୍ତେ ରହିଛି କି ପୃଥିବୀରେ?ଦେଇଛନ୍ତି ଯେବା ଏହି ଶରୀର, ଜୀବନ,ସେ ଜାଣନ୍ତି ମୁହିଁ ବଞ୍ଚି ରହିବି କିପାଇଁ,ରହିଥିବି ଧୈର୍ଯ୍ୟ ଧରି ତାହାଙ୍କୁ ଅନାଇ ।୫ବାସନା ପାଳିବି ଦେଶ ଉପକାର ବ୍ରତ,ସଁପିବି ସେଥିକି ଶକ୍ତି ସାମର୍ଥ୍ୟ ସମସ୍ତ,ସେତୁବନ୍ଧେ ସାହା ମୂଷା, ଏହା ଅଛି ଜାଣି,ଲୁହେ ତ ମୁଁ ତାହାଠାରୁ କିଛି କ୍ଷୁଦ୍ର, ପ୍ରାଣୀ?ପର ଉପକାରେ ଯେବେ ପାଇବି ସୁଯୋଗେ,କରିବି ନିଶ୍ଚୟ ଶକ୍ତି ସାମର୍ଥ୍ୟ ସଂଯୋଗ ।ସୁଖ ଭୋଗପାଇଁ ନୁହେଁ ମାନବ ଜୀବନ,ଅଛି ତ ତାହାର କିଛି କର୍ତ୍ତବ୍ୟ ସାଧନ ।କେପାତ କେପାତୀମଙ୍ଗଳନିବିଡ଼ ପଲ୍ଲବଯୁକ୍ତ ଚୂତବୃକ୍ଷ ଡାଳେ
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି