କିଏ ସେ ଦେବତା
୧୯୦୦–୧୯୩୮
- ସଂକଳନ: ବିବିଧ କବିତା
- ପଢ଼ିବା ସମୟ
- ୨୯ ମିନିଟ୍
- ଶବ୍ଦ
- ୪୬୧୨
- ସ୍ଥିତି
- ସାର୍ବଜନୀନ (Public domain)
ନ ଶୁଭେ କି ମମ କଥା !ଦୂରେ ତୁମେ କେତେ ଦୂରେକେ କହିବ ମୋତେ,ଶୂର କି ଅସୁର ଗୃହେ ତୁମେ ଅଛ ବନ୍ଦି ?ହେ ଦେବତା, ଦେଖିଛ କି ମମ ରୂପସେହି ରୂପ ଘେନି ନିତ୍ୟ ମୁଁ ଧର୍ଷିତା ।ରୂପହୀନା ହେବି ଭାବି କରିଛି ମୁଁ ଯତ୍ନକେତେ ଯତ୍ନ ବିଧବାଠୁଁ ବଳି ନିତିପ୍ରତି,ସାଧିଛି ତପସ୍ୟା । ବେଶଭୂଷାହେବା ଥାଉ ଦୂରେ-ମସ୍ତକେ ନ ଦିଏତୈଳ, ଚକମକି ଲୁଗା ମୁହିଁପିନ୍ଧିବାର ଦୂରେ ଥାଉ,ପରିଷ୍କାର ଲୁଗା କେବେ ନ ପିନ୍ଧଇ ତିଳେ,ଅଳଙ୍କାରେ କେବେ ମୁହିଁ ନ ହୁଏ ଭୂଷିତା ।ତଥାପି କିପାଇଁ ରହେ ଦେହେ ଏ ସୌନ୍ଦର୍ଯ୍ୟ ?ଉଜ୍ଜ୍ୱଳ ସୁନ୍ଦର,ତ୍ରିଭୁବନ କରେ ଝଲମଲ,ନୁହେଁ ମୁଁ ଉର୍ବଶୀ ।ମାତ୍ର ଶତ ଉର୍ବଶୀର ବିତ୍ପାତ ଚମକମମ ଦେହେ,ଯେ ଶୁଣିବ ସେ ହସିବକହିବ ବାତୁଳୀ-ନିଜରୂପ ଅଭିମାନବଖାଣୁଛି ଦାଣ୍ଡେ –କି କରିବି, କି କହିବି କିପରି ବା ମୁହିଁ,କହିବାକୁ ବାଧ୍ୟ ।ଯେଉଁ ରୂପେ ପାଇ ଆଜି ଭୋଗୁଛି ଦୁର୍ଦ୍ଦଶା,ସେ ରୂପ ନ କହି ମୁହିଁ କାହିଁ ଯିବି ?କଳିଙ୍ଗ-କୁମାରୀ ମୁହିଁ ଦୂର ଦେଶ ବନ୍ଦିନୀ ।ଯେ କବୀନ୍ଦ୍ର ଶିରୋଭୂଷା ଜନମିଲେ ପୂର୍ବେଉତ୍କଳ ଭୂଖଣ୍ଡେ ତାଙ୍କ ନାମ କାଳିଦାସଭୁବନ ବିଖ୍ୟାତ ।ଚିତ୍ରିଛନ୍ତି ଯେଉଁ ଶକୁନ୍ତଳା ରୂପବତୀବିଶ୍ୱବିମୋହିନୀ,ସେହି ଶକୁନ୍ତଳା ମୁହିଁ ଚିତ୍ତେ ଆସେ ଭ୍ରମ ।କାତର ପରାଣେ ଯେବେ ପଢ଼େ କାବ୍ୟ ଗୀତି,ଶକୁନ୍ତଳା ଚିତ୍ର ମମ ଚକ୍ଷୁ ଅଗ୍ରେ ଭାତି ଉଠେ ।ଦେଖେ ସେ ସ୍ୱରୂପ ଅନ୍ତରାଳେ ରହି,ମୁକୁର ସମୀପେ ମିଳାଏ ମୁଁ ଗୋଟି ଗୋଟି ।ଋଷିକେଶ, ଶୁଷ୍କ ମୁଖ ତଥାପି କେ ଜାଣି,ସେହି ଶକୁନ୍ତଳା ସଙ୍ଗେ ହୁଅଇ ସମାନ ।ସତେ କି କଳିଙ୍ଗ-କନ୍ୟା ଏପରି ରୂପସୀ ?କାଳିଦାସ ମହାକବି ଉତ୍କଳ-ଗୌରବ,ଉତ୍କଳ ରତ୍ନ-ଚିତ୍ର ସଙ୍ଗେ ଶକୁନ୍ତଳାଭୁବନ-ମୋହିନୀ ଚିତ୍ର ଆଙ୍କି ବିଶ୍ୱବାସୀ,ମୋହିଛନ୍ତି .......ସ୍ୱାଗତମ୍ସ୍ୱାଗତମ୍, ସ୍ୱାଗତମ୍ ତେଜସ୍ୱୀ ତପସ୍ୱୀବର,ଗୋପବନ୍ଧୁ ହୃଦ-ଇନ୍ଦୁ-ଉତ୍କଳ- ଗଗନର ।ପଦାରବିନ୍ଦ ବନ୍ଦନେ ଆଣିଚୁ ଭକତି-ଫୁଲ,ତୁଳସୀଦଳକୁ ମଣି ହୀରା ନୁହେଁ ସମତୁଲ ।ନିଜ ବଡ଼ପଣେ ପାଶେ ଘେନ ହେଉ ମହାମନାଚରବା ସମ୍ଭାର-ଶୂନ୍ୟ ତୁଚ୍ଛ ପୂଜା ଅରଚନା ।ମହାନୁଭବ !
ଆମେ ଏ ଦିଲ୍ଲୀରେ ଦୂର ପରବାସୀ କେତୋଟି ଉତ୍କଳୀ ତବ ଗୁଣଗ୍ରାମ ମୁଗ୍ଧ । ଦେବୋପମ ! ଆଣିଚୁ ଆମର ଶ୍ରଦ୍ଧାର ଅଞ୍ଜଳି, ଆମ ଦେଶନେତା, ଆମ ଆଦରଶ, ଆମ ଜାତିର ଦୁର୍ଦ୍ଦିନ-ସମ୍ୱଳଙ୍କ ଶ୍ରୀକରକମଳେ ;-
ଦେବ !ବାହୁନିବୁ କିସ ତବ ଗୁଣରାଶିନ ଛାଡ଼ିଲ କିସ ଦେଶପ୍ରେମେ ଭାସି !ଉଚ୍ଚ ପଦମାନ, ଧନ ସନମାନ,ଦଣ୍ଡକେ ତେଜିଲ ମୃତ୍ତିକା ସମାନ ।ଦେଶ ସେବାଯଜ୍ଞେ ଦେଇ ପୂର୍ଣ୍ଣାହୂତି,ଅକଳନ୍ତା ତବ ତ୍ୟାଗର ବିଭୂତି ।ଜାତି ପ୍ରାଣ ଜୀର୍ଣ୍ଣ ତରୀର ନାଉରୀ,ଦୁଃଖ-ଜଳଧିରେ ଅସଂଖ୍ୟ ଭଉଁରୀ,କରିବଟି ପାରି ତୁମେ ହିଁ ଭରସା,ଜଗତେ ଯେପରି ନୋହୁ ଲୋକହସା ।ଆମ ଜାତି ଆମ କୀରତିମାଳିନୀ,କଳିଙ୍କ-ଜନନୀ-ଯେହୁ କାଙ୍ଗାଳିନୀ,କୃପାପାତ୍ର ଧରି ପର ଦୁଆରକୁନ କରୁ ସମ୍ବଳ, ତୁମ ବୀର ବୁକୁତପ୍ତ ରକ୍ତସ୍ରାବୀ, ରଖି ତାର ମାନ,ତବ ଯଶ ଶିରୀ ବିକଶୁ ଅମ୍ଳାନ ।କଳିଙ୍ଗର ସେନାପତି,ମହାଭାରତୀୟ ମହାଯୁଦ୍ଧେ ତୁମେଆମ ନେତା ମହାମତି !ଆସ ଆଜି ଆସ ତେଜସ୍ୱୀ ତପସ୍ୱୀଆସ ଅରିନ୍ଦମ ବୀର !ପୂର୍ଣ୍ଣ ପ୍ରାଣେ ଆଜି ସ୍ନେହ ଶ୍ରଦ୍ଧାସାରଅରପି ପୂଜିବୁ ଧୀର !କି ହେବ ଏବେ ବୃଥା କାନ୍ଦିଲେ ଭାଳି !ଅନାଦରେ ସାରିଲ ହେଳାରେ ଚିତ୍ତ,ଏବେ କାନ୍ଦିବା ଭୀରୁ ! ନୁହେଁ ଉଚିତ ।ମରିଚି ଗୋପବନ୍ଧୁ ମରିଚି ସତେ,ମରିଚି ବୋଲି ଦଣ୍ଡେ ନ ହୁଏ ପ୍ରତେ ।ମରିକି ପାରେ ଏଡ଼େ କୀରତିମାନ,ବରିଚି ମରଣେ ସେ ତା ଉଚ୍ଚ ସ୍ଥାନ ।ଲୋକେ କହନ୍ତି ଆହା ମରନ୍ତି ସବୁ,ମରଣ ଭୀତି ଘେନି ଭଜନ୍ତି ପ୍ରଭୁ ।ପ୍ରଭୁଙ୍କ ରାଜ୍ୟେ ତା’ର ଏ କ୍ଷୁଦ୍ର ସ୍ଥାନ,ବରିବ କିପାଁ କହ ସ୍ୱାଧୀନ ପ୍ରାଣ ।ମରିବା ଲାଗି ଯଦି ଦେଲେ ଜନମ,ମରଣେଶ୍ୱର କିପାଁ ପୂଜିବ ମନ ?ଚାହେଁ ଯେ ଜୀବନ ସେ ମାରିବେ ତା’ରେ,କିଏ ରଚିଲା ବିଶ୍ୱ ଏ ଅବିଚାରେ-ଏ ତହୁଁ ବଳି ତାର ନରକ ବାସ,କୋଟି କଳପ ପ୍ରାଣେ ନ ଦେବ ପ୍ରାସ ।ବହୁଥିଲା ପବନ ସ୍ୱପନ ଭୋଳେସେଦିନ ସେ କିଆରୀ ଲଟାର ଦୋଳେ ।କଣ୍ଟକ କ୍ଷୀର କୋଳି ଭଇଁଚ ମୂଳେ,ଦେଖିଲି ଜୀବନର ଛବି ଉଜଳେ ।ଧୀରେ ବସିଲି ଯେବେ ତେନ୍ତୁଳି ତଳେ,ଛାଇଲା କେଡ଼େ ସ୍ନେହେ ପତ୍ର ଗହଳେ ।ଜୀବ ତ ସତେ ଯିବ ଜଗତୁ ଦିନେ,ଝୁରିବ ମରିବ ସେ କିପାଁ ମଉନେ ?କରମ ଧରମ ତା’ ଜୀବନ ସାଥି,ହେମ କି ହେବ, ପ୍ରେମ ବିଶ୍ୱ ବିଭାତି ।ଚିର କଲ୍ୟାଣ-ସରେ ଆତ୍ମା-ସାରସ,କ୍ଳେଶ-କର୍ଦ୍ଦମେ ଫୁଟି ଲଭେ ବିକାଶ ।ମରିବା ନାହିଁ ତା’ର ଲେଖା କପାଳେ,ଚିର ଅମୃତ ସାର କିରଣମାଳେ-ଚିର ରବି ରୁଚିର ଜ୍ୟୋତି ବରଷି,ତୋଳିବ ତାଳେ ତାଳେ ସ୍ନେହେ ଆକର୍ଷି ।ଲୋକୁଁ ଲୋକ ଅନ୍ତର ସୁଖ ଶୋକରେ,ଭ୍ରମିବ ମାନବାତ୍ମା ନାନା ବେଶରେ ।ଅଶେଷ କର୍ମ-ସ୍ୱହା ଜୀବନ ଧାରେ,କ୍ଳାନ୍ତି ତମ ବିହୀନ ଜ୍ୟୋତି ସମ୍ଭାରେ ।ହସିବ ଭାଷିବ ଏ ଆତ୍ମା ଅମର,ସେ ପରା ଦେହଧାମେ ଅଧିଈଶ୍ୱର ।ଆଉ କି ଭାବନା ମୋ ପ୍ରାଣେ ଦୁଃଖର,ଜୀବ ଅନ୍ତେ ଜୀବନ ଚିର ସୁନ୍ଦର !କାହିଁ ମରଣ ତା’ର ଦଣ୍ଡକ ଖେଳାନବ ନଦେ ଭାସିବ ଜୀବନ ଭେଳା ।କିପାଇଁ ଝରେ ଅଶ୍ରୁ ମିଛେ ଅଜ୍ଞାନେ,କି ବିଭୀଷିକା ମୃତ୍ୟୁ ଆଣିବ ପ୍ରାଣେ !ଚିର ଅମୃତ ସୁତ ଚିର ମଙ୍ଗଳେ,ଲୋକେ ଲୋକେ ବୁଲିବ ପ୍ରେମ ସମ୍ୱଳେ ।ତୋଷିବ ଶତ ଆତ୍ମା ଶତ ଆନନ୍ଦେ,ବିଳସି କୋଟି କର୍ମ ବନ୍ଧନ ଛନ୍ଦେ ।ବାନ୍ଧିବ କୋଟି ପ୍ରାଣେ ପ୍ରାଣ ନିଜର,ପୋଛିବ କୋଟି ନେତ୍ରୁଁ ତପତ ଝର ।ହରିବ କୋଟି ପ୍ରାଣ କ୍ଳେଶ ଅନ୍ଧାରଆପେ ମରି କରିବ ଆନେ ଉଦ୍ଧାର ।ଏ କି କଥା ମୋ ମନେ କିମ୍ପା ଉଦିଲା,ଆଚମ୍ୱିତେ ଯେ ବଜ୍ରବାଣୀ ଶୁଣିଲା ।ନାହାନ୍ତି ଗୋପବନ୍ଧୁ ନାହାନ୍ତି ଭବେ,କେଉଁ ସରଗେ ରାଜେ ଦୀପ୍ତ ଗୌରବେ ।ଉତ୍କଳ କୁଳମଣି ପ୍ରାଣ-ଚନ୍ଦନ,ଦେଶ ଜନନୀ କୋଳପୋଛା ନନ୍ଦନ ।ଘନ ଅନ୍ଧକାର କୁଟୀ କୋଣର ଦୀପଦେଢ଼କୋଟି ମଉଡ଼ମଣି ଅଧିପ-କଳିଙ୍ଗ ପ୍ରାଣ ରାଜାସନେ ଯତୀଶ,ଅଶେଷ ଗୁଣ ଭାଳି କହିବ କିସ ?ଅନାଥ-ବନ୍ଧୁ ମାତା ଶୋକ-ପାଶୋରା,ଦୀନ-ହୃଦୟ-ହୀରା ରଙ୍କ-ପସରା ।ମରିଛି ଗୋପବନ୍ଧୁ ପ୍ରାଣର ପୁଅ,ପୋଛିବ କିଏ ଆଉ ମାଆର ଲୁହ ।କେତେ ଉଚ୍ଚ ତାହାର ମନ ଉଦାର,କି ମହାମାନବ ସେ ! ବୁଝିବେ ଛାର –କାହୁଁ ଉତ୍କଳୀ ହୀନ ସ୍ୱାର୍ଥୀନ୍ଧ ଭୀରୁ,ତେଣୁ କି ପ୍ରଭୁ, ଘେନିଗଲ ମହୀରୁ !ଦେବ-ବାଞ୍ଛିତ ବରେ ଦେବଲୋକରେ,ଦେବ ସ୍ଥାନ ତାହାରେ ଦେବଦଳରେ ।ଉଚିତ ପୂଜା କେହି ନ କରେ ଭାଇ,ରୋଷେ ରତନ ଗୋଟି ନେଲ ଛଡ଼ାଇ ।ରାଜାର କୋହିନୂର ଦୀନ ପେଡ଼ିରେ,ବାନ୍ଧି କି ଥିଲ ଚିରା କନା ଧଡ଼ିରେ !ଲୁଚି ରହିବା ତା’ର ନୁହେଁ ନିୟତି,କେତେ ଅନ୍ଧାର ପୁରେ ଜାଳିବ ବତି !କେତେ ତୃଷିତ ଆତ୍ମା ଅଛନ୍ତି ଚାହିଁ,କେତେ ହୃଦୟେ ହେବ ସେ ପ୍ରାଣସାଇଁ !ମହା ବିଶ୍ୱ ଆହ୍ୱାନେ ଗଲା ସେ ଚାଲି,କି ହେବ ଏବେ ବୃଥା କାନ୍ଦିଲେ ଭାଳି !ମାୟଜାଲେ କିପାଁ ଛନ୍ଦୁଅଛ ମୋରସାନ ମନ-ମୀନ ନାରାୟଣ,ଅନ୍ଧ ମୁଁ ଆତୁରେ ଦରାଣ୍ଡି ବୁଲୁଛିସୁରଙ୍ଗ ରାଜୀବ ଶ୍ରୀଚରଣ ।ଆଖି ଆଗେ ମୋର ଧରିଛି ଭୀଷଣତ୍ରିଶୂଳ ଶ୍ରୀଚକ୍ର ସୁଦର୍ଶନ,ନାଶିବ, ଗ୍ରାସିବ କିଦଣ୍ଡେ ଦଣ୍ଡିବଭାଳି ଭାଳି ମରେ ମୁଁ ଅଧମ ।ତଥାପି ତୁମର ମୂରଲୀ ତରଙ୍ଗେତୁମ ପ୍ରେମ-ଗଙ୍ଗା ଧାରାରେ,ଭସାଇବି ମୋର ଅହମିକା ଘୋରମନରେ ଅର୍କ୍ଷିତ ବିଚାରେ ।ରୁଦ୍ରରୂପେ ପ୍ରଭୁ, ଆସ ଯେତେ କତିତେତେ ହାସ ଆଖି କୋଣରେ,ଫୁଟି ପଡ଼ିଲାଣି ଲୁଚାଇବ କେତେଭକ୍ତ ଅନୁଭବେ ପ୍ରାଣରେ ।ଆସ ଆସ ମୋର ପରମ ସୁନ୍ଦରଚିରସାଥି ଜନ୍ମେ ମରଣେ,ଭୟ ନାହିଁ ହେଉ ଭଇରବ ବେଶଧ୍ୟାନ ତ ଅଭୟ ଚରଣେ ।ବିନାଶ ମୋହର ନୁହଇ ତୁମରପ୍ରେମମୟ ଅଭିପ୍ରାୟନୋହିଲେ ରଚିଲ କିପାଁ ସୁକୌଶଳେଚାରୁ କାରୁକଳା ପ୍ରାୟ !ଚିର ବିକାଶ ମୋ ଜନ୍ମ ଅଧିକାରଚିର ମୁକ୍ତ ମୋର ଉନ୍ନତି-ଦୁଆରଅମୃତ ସନ୍ତାନ ତୁମରି ମୁଁ ତାତା,ଶୁଦ୍ଧ ନିରିମଳ ଚିର ଅବତାତପାତକ କଳଙ୍କ ନରକ ନିଗଡ଼େକେତେ ଦିନ ବନ୍ଧାଥିବି ମୁଁ ନିବିଡ଼େ !ଧୂଳିରେ ଧୂସର କାତର କିପାଁ ମୁଁକରୁଥିବି ହାୟ ହାୟ !ନୟନେ ମୋହର ଶତ ସୂର୍ଯ୍ୟ-ପ୍ରଭାଅଙ୍ଗେ ଅଙ୍ଗେ ମୋର ନନ୍ଦନର ଶୋଭାବାହୁରେ ମୋହର ଅସୀମ ଶକତିହୃଦୟେ ଭରିଛି ବିମଳ ଭକତିଶତ ଶୋକ ଜରା ଘେରିଛି ମରଣତଥାପି ନୁହେଁ ମୋର କ୍ଳାନ୍ତ ଚରଣ ।ଜନମେ ଜନମେ ନବ ନବ ବେଶେଧରିବି ନବୀନ କାୟ ।କିପାଁ ଦୂରେ ବନ୍ଧୁ, ଆସ ଏ ମନ୍ଦିରେଆସ ଶୁଭ ନବବର୍ଷ,ଆସ ହେ ନିଖିଳ ଅବନୀ ମୋହନଆସ ହେ ଅମୀୟ ହର୍ଷ ।ନବ ଆଶୀର୍ବାଦେ ମଙ୍ଗଳ ପ୍ରସାଦେନବ ପୁଷ୍ପଗନ୍ଧେ ନବ ଗୀତ ଛନ୍ଦେଆସ ହେ ସୁନ୍ଦର, ନବରବି-ରଶ୍ମି !ଦିଅ ଦିଅ ସୁଧାସ୍ପର୍ଶ ।ନବ ଶକ୍ତିରୂପେ ଜୀବନ ସଞ୍ଚାରିବିକାଶ ମାନସ କୁସୁମ-ମଞ୍ଜରୀହରି ଅତୀତର ବେଦନା ବିଷାଦତବ ପୁଣ୍ୟ ପ୍ରେମ ବର୍ଷ ।ନୈରାଶ୍ୟ ଆଳସ୍ୟ ଦୈନ୍ୟ ଯାଉ ଦୂରେନବ ସ୍ୱର ଜାଗୁ କ୍ଷୀଣ କଣ୍ଠ-ପୂରେନବ କର୍ମ-ପଥେ ଚାଲୁ ଏ ଚରଣପ୍ରାଣ ଘେନି ନବାଦର୍ଶ !ବାଜେ ଆଜି କାନେ କାହାର ଆହ୍ୱାନସେ କେଉଁ ଦୂର ଆକାଶେ,ଘରଦ୍ୱାର ଛାଡ଼ି ଯିବି ମୁଁ ବାହାରିକା’ ପ୍ରେମ ପରମ ବିଳାସେ !ଡାକେ ଡାକେ ମୋତେ ତା ମଧୁ ମୁରଲୀପବନେ ବେଦନା ପଡ଼ଇ ଉଛୁଳିଯାଏ ମୁଁ ତରଳି ପାଗ ପରାଏଘୂରି ମରେ ହତାଶ୍ୱାସେ ।ଦିଶେ ଦିଶେ ପରା ତା’ରୂପ ସୁନ୍ଦରଗଗନେ ବହନେ ରୂପ ଝର ଝରମରମେ ମରମେ ତା’ ମଧୁର ସ୍ୱରବିନୋଦ ବୀଣାଟି ବାଜେ ରେ ।ଲାଜେ ଲାଜେ ମୁହିଁ କିପାଁ ମରୁଥିବିକୁଳ, ମାନ, ଜ୍ଞାନ ସରବ ତେଜିବିତା ପ୍ରେମ-ଯମୁନା ନୀରେ ନିମଜ୍ଜିବିକିଏ କିଛି କହୁ ପଛେ ରେ ।ସେତ ମୋର ପ୍ରିୟ ପରାଣର ଧନକିପାଁ ସଂଗୋପନେ ଅରଣ୍ୟ ରୋଦନନିଜ କରମରେ ଲଭିବି ଯାହାରେତା ପାଇଁ କିପାଇ ହତାଶେ ।ଜୀଇ ଥାଉ ଥାଉ ମରୁଥିବି ନିତିଦହୁଥିବ ଏତେ ଅସମ୍ଭାଳ ପ୍ରୀତିଥାପିବି ହୃଦୟେ ଆଣି ସେ ଚରଣହସିବି ସେ ସ୍ନେହ ପରଶେ ।ଯେତେ ମୁଁ ଚାହିଁଲି ଚାହିଁବା ଇଚ୍ଛିରିଆଶା ତ ପୂରିଲା ନାହିଁ,ଯେତେ ସେବା କରି ସେବା ମନାସିରିସାଧ ତ ସରିଲା ନାହିଁ ।ନିତି ନୂଆ ନୂଆ ରୂପେ ପ୍ରଭୁ ମୋରଦୁଆରେ ହୋଇଲ ଉଭା,ଯେତେ ନିରେଖିଲି ନବ ନବ ଶୋଭାତେତେ ହେଲ ମନଲୋଭା ।ଯେତେ ଦୂରେ ଦୂରେ ଗଲି ଅପସରିତେତିକି ଆସିଲି କତି,ଅପାସୋରା ପରା ପୀରତି ପସରାପରାଣର ପ୍ରିୟ ପତି ।ଗଲାଣି ସେ ଦିନ ଗଲାଣି ସେ ଭାବ,ଗଲାଣି ସେ କଥା ଦୂରେ,ନିତି ହାହାକାରେ ନୀରବ ଅଶ୍ରୁରେଝୁରେ ମୁଁ ମରମ ପୁରେ ।କହିଥିଲ କେତେ କଥା ଏ ଜୀବନେଗୋପନେ ମୋ କାନେ କାନେ,ଗାଇଥିଲ କେତେ ଆଶାର ସଙ୍ଗୀତମୋ ହୃଦୟ-ବୀଣା ତାନେ ।କେତେ ବେଶେ କେତେ ହାସ ହରଷରେସୁଆଗେ କରିଲ ଲୀଳା,ସବୁ ମିଛ ଏବେ ସବୁ ପ୍ରବଞ୍ଚନାକହି ସେ ଆଶା ପୂରିଲା ।ଆଜି ବାପ ତୋତେ କହିବି କଥାଟିଶୁଣିବୁ ତୁ ଦେଇ ମନ,କାହା କୁମର ତୁ କାହା କୁଳମଣିଜାଣିଛୁ କି ଗଣ୍ଠିଧନ ?ନିରିମଳ ତୁହି ସରଗ ତରାଟିସରଗର ଝରାଫୁଲ,ହସ, ଭାଷ ତୋର କଉତୁକ ବାବୁକି ମଧୁର କି ଡଉଲ !ଆଖି ଦୋ’ଟି ତୋର ଆନନ୍ଦ ଉଜ୍ଜ୍ୱଳଚଞ୍ଚଳ ପ୍ରତି ଅଙ୍ଗେ,ଲବଣୀ ପିତୁଳା ସ୍ନେହ-ସୁଧା ବୋଳାଖେଳୁ ଖେଳ ନାନା ରଙ୍ଗେ ।ଧୂଳିମାଟି ଘେନି କି ସୁନ୍ଦର ତୁହିଗଢ଼ିବସୁ ନାନା ଜାତି,ପଶୁ, ପକ୍ଷୀ, ଜୀବ, ଦେବତା, ଦେଉଳସଙ୍ଗୀ ସଙ୍ଗେ ହର୍ଷେ ମାତି ।କେବେ କିରେ ବାପ, ଶୁଣିଛୁ ତୁ କାନେବାପ ଗୋସିବାପ କଥା,କେତେ ସେ ମହତ କରମ ସାଧିଲେଭାଳିଲେ ହଜିବ ଚେତା ।ବାପ ଦାବି ତୋର ଥିଲେ ଅତି ବଡ଼ରଖି ଯାଇଛନ୍ତି ନାମ,ମନ୍ଦିର ତୋଳାଇ ପୋଖରୀ ଖେଳାଇ,ଗଢ଼ି ନାନା ତୀର୍ଥ ଧାମ ।କୋଣାର୍କ ମଥାରେ ଜଗନ୍ନାଥ ପୁରେଉଡ଼େ ତ ତାଙ୍କରି ଛତି,ଲକ୍ଷେ ଦେଉଳରେ ସଞ୍ଜ ଆଳତିରେଜଳେ ତ ତାଙ୍କରି ବତି ।ନଦୀ ବନ୍ଧସବୁ ତାଙ୍କରି କୀରତିଥିଲେ ବଡ଼ କାରିଗର,ପଥର ଉପରେ ଆଙ୍କିଛନ୍ତି ଛବିଅପରୂପ ମନୋହର ।ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କରମଉଡ଼ମଣିର ଜାତି,ପୁରୁଷ ଉତ୍ତମ, ଐର, ଖାରବଳ,ଅନଙ୍ଗଭୀମ, ଯଯାତି ।ମହା ମହା ରାଜା ମହା ମହା ରଥୀଥିଲେ ତୋର ବାପ ଜେଜେ,କିଏ ସରି ହେବ ଗୁଣଜ୍ଞାନେ ତାଙ୍କୁକିଏ ସରି ହେବ ତେଜେ ।ଓଡ଼ିଆ ବୋଲି ତୁ ମନେ ଗର୍ବ ବହିଚାଲରେ ଟେକି ତୋ ମଥା,ନିତି ମନେ ମନେ ଗୁଣି ହେଉଥାଆପୂର୍ବ ପୁରୁଷଙ୍କ କଥା ।ଭଞ୍ଜ, ଜଗନ୍ନାଥ, ସାମନ୍ତସିଂହାରସାରଜାଦି କବିକୁଳତୋ ପୂର୍ବପୁରୁଷ ତାଙ୍କ ସନ୍ତାନ ତୁଏକଥା ମନୁଁ ନ ଭୁଲ ।ସୁଖରେ ଦୁଃଖରେ ନିତି ନର୍ମ ସହଚରୀତରୁଣ ଯୌବନେ ତୋର ତରଳ ଚାହାଣୀ,ସୁଧାହାସଭରା କଥା ସଙ୍ଗୀତର ଠାଣି,ସରଳ ହୃଦୟ ତୋରଲେଶେ ନାହିଁ ଅହଂକାରଭୁଲି ତ ପାରିବି ନାହିଁ ବିନମ୍ର ପ୍ରକୃତି,ଲକ୍ଷ୍ମୀ ସ୍ୱରୂପିଣୀ ତୁ ତ କନ୍ୟା ଗୁଣବତୀ ।କେଡ଼େ ବାଧ୍ୟ ପିତୃଷ୍ୱସା ଚରଣେ ତୁ ଥିଲୁ,ପିତାମହୀ ସ୍ନେହାଦରେ ଯତ୍ନେ ତୁ ବଢ଼ିଲୁ,ମନଯୋଗ ସହକାରେ ବସି ଏକାନ୍ତରେ,କରୁ ଅଧ୍ୟୟନ ଯେବେ ଝରକା କତିରେ ।ଅନାଇ ଦେଖେ ମୁଁ ଆହା କି ଶାନ୍ତି ମୂରତି,ଭାବେ, କାହା ଶିରୋମଣି ହେବ ଗୁଣବତୀ !କାର ସଦ୍ମ-ସରୋବରେ ଫୁଟିବ ଏ ପଦ୍ମ,ସରଳତାମଖା ଆହା ତିଳେ ନାହିଁ ଛଦ୍ମ ।ପ୍ରକାଶ ଜୀବନେ ଆଜଫୁଟିବ ସ୍ନେହ-ସରୋଜହୋଇବୁ ଗୃହିଣୀମଣି ଚିର ଆଦରିଣୀପ୍ରକାଶ ବି ଭାଗ୍ୟବାନ ଲଭି ଏ ସଙ୍ଗିନୀ !ମନୋରମା, ମନୋରମ ଗୁଣ ରାଜି ଘେନି,ଆଲୋକିବୁ ପ୍ରତି ପୁର ହେବୁ ତୁହି ରାଣୀ ।କରିଣ ସୁଧାଂଶୁ ସମସୁଧା ଅଂଶୁ ବିତରଣଗୁରୁଜନ ମନପ୍ରାଣ ତୋଷିବୁ ନିୟତ,ହେବୁ ପତି କୁଞ୍ଜବନେ ନିର୍ଜର ଅମୃତ ।ଦେଖାଇବୁ ତୋ ପ୍ରତିଭା ସୁନ୍ଦରୀ,ଯତ୍ନେ ମାତା, ସ୍ନେହେ ଭଗ୍ନୀ, ସେବାରେ କିଙ୍କରୀ ।କରେ ଆଶୀର୍ବାଦ ହେବୁ ଚିର ଭାଗ୍ୟବତୀ,ଜନେ ଧନେ ପରିପୂର୍ଣ୍ଣ କରିବୁ ବସତି ।ସେ କାଳେ ଗୋ ଭୁଲେ ଦିନେସ୍ମରଣ କରିବୁ ମନେମୋତେ ଥରେ ଥରେ ଇଚ୍ଛା ଥାଏ ତୋର,ଭୁଲିଗଲେ ଭୁଲିଯିବୁ, ମୁଁ ସ୍ମରିବି ଚିର ।ଶ୍ୱଶ୍ରୁ ପାଶେ ଆଦରିଣୀହେବୁ ଦୁହିତା ରୂପିଣୀପ୍ରୀତିମୟୀ ଭ୍ରାତୃଜାୟା ଜନନୀ-ରୂପିଣୀ,ଦେବର ନଣନ୍ଦ ସନେ ହେବୁ ପଦ୍ମାନନୀ,ଅନ୍ଧାରେ ଆଲୋକ ମିଶେ ଯଥା ଗୋଧୂଳିରେ,ମିଶିଯାଏ ତରଙ୍ଗିଣୀ ଯଥା ପାରାବାରେମିଶିଯାଏ ଲତା ଯଥା ପାଦପ ଅଙ୍ଗରେ,ହୀରକ ମିଶଇ ଯଥା କାଞ୍ଚନ ସଙ୍ଗରେ ।ମିଶିଯିବୁ ପତି ପଦେ ପଡ଼ି ସେହିପରି,ସୁଖରେ ଦୁଃଖରେ ନିତି ନର୍ମ୍ମ ସହଚରୀ ।କି ଗୀତି ଗାଉ ବିରଳେ ?ନଭେ ନବଘନ କଳାତହିଁ ବିଳସେ ଚପଳାପ୍ରାଣେ ମୋ ପ୍ରଣୟଲୀଳାନୀର ଉଚ୍ଛୁଳେନବ ବରଷାର ଧୀରେଆସେ କେ ମରମ ଦ୍ୱାରେ,ଅମିୟ ମୋହନ ବେଶେଆଖି ଉଜ୍ୱଳେ ।କି କଥା କହୁଛ କାନେବସି କୁସୁମ ବିତାନେ,କଦମ୍ୱ କେଦକୀ ପ୍ରାଣେ,ପତ୍ର ଗହଳେ,କିଏ ସେ ତୋ ପ୍ରାଣସାଥି,ତୋ’ ବିନା ଫାଟେ କି ଛାତି,ବରହ ଦହନେ ତାତିମରୁ ବିକଳେ ।ସମ୍ୱର ସମ୍ୱର ଗୀତି,ଅଥୟ କଲାଣି ପ୍ରୀତି,ମଧୁର ମିଳନ ଲାଗିଚିତ୍ତ ଚଞ୍ଚଳେ,ବର୍ଷ ବର୍ଷ ଗଲା ବହିଆସିବେ ଆସିବେ କହିଦହିଁ ମୁଁ ହତଭାଗିନୀହୃଦୟାନଳେ ।ଇଲିୟଡ଼୍ପ୍ରଥମ ବର୍ଗବିନୋଦିନୀ ବୀଣାପାଣି ସୁଧାନିସ୍ୟନ୍ଦିନୀ,ଅମର-ବିହାର ଗିରି ଶିଖର ବାସିନୀ ।କୋମଳ ଅଙ୍ଗୁଳି-ଦାମ ଚାଳନେ ଯାହାର,ଲଳିତ ମୋହନ ବାଜିଉଠେ ବୀଣାତାର ।ପୁଲକେ କମ୍ପିତ ମୃଦୁ ଶୀତଳ ସମୀର,ନାଚଇ ଲହରୀ ଛନ୍ଦେ ନୀର ଜଳଧିର ।ଅମୃତ ଉଚ୍ଛ୍ୱାସେ ପୂରେ ଦିଗଦିଗନ୍ତର,ଅଲମ୍ପିସ୍ ଦେବ-ସଭା ସଙ୍ଗୀତେ ମୁଖର ।ବାଅ ଲୋ, ଅମିୟମୟି, ମୋହନ ମୁରଲୀ,ଅମ୍ୱରୁ ଅମୃତ ମେଘ ଝରୁଲୋ ତରଳି !ଅବନୀ ଅର୍ଣ୍ଣବେ ବାଜି ପ୍ରତିଧ୍ୱନି ଛଳେ,ତାନେ ତାନେ ସୁଧାରାଶି ଉଛୁଳୁ ବିରଳେ ।କୋମଳେ କରୁଣେ ଦେବି, ସୁମଧୁର ସ୍ୱରେ,ଏକିଲିସ୍ କୋପ-ଗାଆ ଗାଅ ଆଜି ଥରେ ।ବିଭୀଷଣ ବହ୍ନି ସମ କ୍ରୋଧଜ୍ୱାଳା ଯାର,ଗ୍ରୀସୀୟ ଗରବ ହେଳେ କଳା ଛାରଖାର ।ପ୍ରବେଶିଲେ ଯେଣୁ ଶତ ବୀରେନ୍ଦ୍ର ନନ୍ଦନ,ଭୀଷଣ ତିମିରମୟ ଶମନ ସଦନ ।ଯାର ରୋଷେ ଶତଶତ ଶୁଭ୍ର କଳେବର,ବିସ୍ତୀର୍ଣ୍ଣ ବାରିଧି ବେଳା ଛାଇଲା ସତ୍ୱର ।ଦିଗନ୍ତ-ପ୍ରସାରୀ ମହା ବାଲୁକା ବିତାନ,କ୍ଷଣକେ ହୋଇଲା ଭୀମ-ବିଭତ୍ସ ଶ୍ମଶାନ ।ବିକଟ ଆନନ୍ଦେ, ମୁଖେ କରି କୋଳାହଳଗ୍ରାସିଲେ ଓଟାରି ଶବ, ଶିବା ଦଳ ଦଳ ।ମହା କଳରବେ ଶ୍ୟେନ ଉଡ଼ିଲା ଆକାଶେ,ସଲିଳ କୁକ୍କୁଟୀ ନୀଡ଼େ ଲୁଚିଲା ତରାସେ ।ଶକୁନି ଗୃଧ୍ରିନୀ କରି ପକ୍ଷ ବିଧୁନନ,ଭକ୍ଷି ଶବ-ଶିରାସ୍ନାୟୁ ହରଷେ ମଗନ ।ବିଦାରି ନଖରେ ହିୟା ସବଳେ କାମୋଡ଼ି,ରୁଧିର ପିଅଇ ଶ୍ୱାନ ଦନ୍ତେ କଣ୍ଠ ମୋଡ଼ି ।ଯୁଝେ ସ୍ଥଳଚର ରୋଷ ଖଚର ସଙ୍ଗରେ,ରୁଧିର ପାରଣା ପିଇ ପଡ଼ି ଶବୋପରେ ।ଅନ୍ତ କେ ଓଟାରି ଧରେ, ଗର୍ବେ ଅସ୍ଥି ଆନ,ମାଂସଖଣ୍ଡ ବିଦାରଣେ ଅଛି କା ଧିଆନ ।ହୃଦୟ, ଯକୃତ, ଶିରା କେ ଗିଳେ ଛିଣ୍ଡାଇ,ମସ୍ତକ ଖପୁରି କେହି ଧରିଛି କୁଣ୍ଢାଇ ।ବିଷମ ବିବାଦେ ବେଢ଼ି ପଶୁପକ୍ଷୀ ଦଳ,ନିବାରି ସବଳ କ୍ଷୁଧା, ମାରଇ ଦୁର୍ବଳ ।ଅଦୂରେ ଅନାଇଛନ୍ତି ଶିବିର ଦୁଆରେବିକଳ ସେନାନୀ ନଭଭେଦୀ ହାହାକାରେ ।କିଆଶ-ଲତିକା ମନେ ଯତନେ ବଢ଼ାଇ,ଆସିଥିଲେ ପ୍ରିୟଜନ-ମମତା ଛଡ଼ାଇ ।କ୍ଷଣକେ ଭାଙ୍ଗିଲା ମୋହ- କୁହୁକ ଆଶାର,ନିଦ୍ରାନ୍ତେ ସ୍ୱପନ ସୁଖ ସମାନ ଅସାର ।କାହିଁ ସେ ଗୌରବ କାହିଁ ବିଜୟ ଉଲ୍ଲାସ,ନବବର୍ଷ ପରାଜୟେ ଗ୍ରୀକ୍ ହତାଶ୍ୱାସ ।ଏବେ ପୁଣି ନିଦାରୁଣ ମଡ଼କ ଭୀଷଣ,ଚୌଦିଗେ ଗ୍ରୀସୀୟ ବଳ କରେ ଆକ୍ରମଣ ।ଶତ ଶତ ବୀରେ ପେଶି ଶମନ-ମନ୍ଦିରେ,ଲେଖଇ ବିଜୟ-ବାଣୀ ସମରୀ-ରୁଧିରେ ।କହଲୋ, କରୁଣା ବହି ଦେବୀ ଦୟାମୟି,କି ପାଇଁ କଷଣ ଏତେ ଗୀରିସ୍ ଭୋଗଇ ?କି ପାପ ସନ୍ତାପ ଲାଗି ଭୀମ ଦଣ୍ଡଭାରସ୍କନ୍ଧେ ବହି, କାନ୍ଦେ ଆଜି ଗ୍ରୀକ୍ ସ୍କନ୍ଧାବାର ।ମତ୍ତ ଅହଙ୍କାରେ ଯେଣୁ ଗ୍ରୀସ୍ ନରପତି,କୁକ୍ଷଣେ ହୋଇଲା ତାର ଭୀଷଣ କୁମତି ।ଛାର ସେ ମାନବ କରେ ଦେବ ଅପମାନ,ଦେବ ରୋଷେ ଆଜି ତେଣୁ ଏ ଦଣ୍ଡବିଧାନ ।ଦଗଦିଶ ଆଲୋକିତ ଯା’ ରମ୍ୟ କିରଣେ ।ପ୍ରଫୁଲ୍ଲ ଗୋଲାପ ହସେ ପଲ୍ଲବ ଗହଣେ ।ଯା’ର ପରଶ ଲଭି ସରେ ପଙ୍କଜିନୀ,ବିକଶି କୋମଳ ଦଳ ହସେ ସୁହାସିନୀ ।ସେ ରବି ରଜତଧନୁ ଜଗତ-ଜୀବନଶ୍ରୀଚରଣେ କ୍ରାଇସେସ୍ ଜଗତ-ଜୀବନ-ଫିବସ୍ ପୁରୋଧା ବୃଦ୍ଧ ଚିରଧର୍ମମତି,ରାଜ ଅପମାନ ଲଭି କ୍ଷୁବ୍ଧଚିତ୍ତ ଅତି ।କାନ୍ଦଇ ବିକଳେ ଭ୍ରମି ମହୋଦଧି ତୀରେ,ପବିତ୍ର କ୍ରାଇସା-ରବି ମନ୍ଦିର କତିରେ ।ଏପଲୋ-ପୂଜକ ସାଧୁ ସଦା ନ୍ୟାୟବାନ,ଶୁଭ୍ର କେଶ ବେଶ ଜ୍ୟୋତି-ମଣ୍ଡିତ ମହାନ ।ଲରେଲ ମୁକୁଟ ଶିଖା ଜ୍ୱଳେ ତଦୁପରି,ପବିତ୍ର ଲୋଚନୁଁ ଦିବ୍ୟ ଜ୍ୟୋତି ପଡ଼େ ଝରି ।ବାର୍ଦ୍ଧକ୍ୟ ଶିଥିଳ ଅତି ନତ କଳେବର,ପବିତ୍ର ଧରମ ଚିହ୍ନେ ଶୋଭେ ବେକ, କର ।ଆକୁଳେ ବ୍ୟାକୁଳେ ବୃଦ୍ଧ କରେ ହାହାକାର,ନୟନ ପ୍ରବାହି ବହେ ଲୋତକ ଆସାର ।କ୍ରାଇସେସ୍ ମନୋରମା ବିଶ୍ୱ- ବିନୋଦିନୀ,ଏକମାତ୍ର ସୁତା ତାର ହୋଇଛି ବନ୍ଦିନୀ ।ଗର୍ବିତ ଗ୍ରୀସୀୟ ସେନା ବଳେ ଅପହରି,ଭେଟିଲେ ଛାମୁରେ ଆଣି କାମିନୀ ସୁନ୍ଦରୀ ।ଉଦ୍ଦେଶ ନପାଇ ବୃଦ୍ଧ ଅତୀବ କାତରେ,ତନୟା ଖୋଜିଲା ଯାଇ ନଗରେ ନଗରେ ।ଗ୍ରୀସ୍-ରାଜାଗାରେ ବନ୍ଦୀ ଲଭୀ ସମାଚାର,ଚିନ୍ତିଲାଦିବସ ନିଶି ଉଦ୍ଧାର ସୁତାର ।ଅବଶେଷେ ପାଞ୍ଚି ମନେ ତନୟା ମୁକତି,ଠୁଲ କଲା ଆପଣାର ସକଳ ସମ୍ପତ୍ତି ।ସତ୍ୱରେ ସାଜିଲା ତରୀ ଘେନି ଉପହାର,କରୀ-ଦନ୍ତ-କାରୁକାର୍ଯ୍ୟ ଶୋଭନ ସମ୍ଭାର,ଅଶେଷ ରତନ ରାଜି ହେମ ଅଳଙ୍କାର,ଶିଳ୍ପ ପଣ୍ୟ ଅଗଣନ ପର୍ବତ ଆକାର ।ସପତ ବୋଇତେ ଭରି, ମହା ଆୟୋଜନେମିଳିଲା ବହନ ଗ୍ରୀସ୍ ନରେଶ ଚରଣେ ।ଭେଟି ସହ ରାଜ ପାଶେ ଉତ୍ତରି ସ୍ଥବିର,ଚରଣେ ପ୍ରଣମି ଢାଳେ ନୟନର ନୀର ।ଯେତେକ ଗ୍ରୀସୀୟ ବୀର ସନମାନେ ଅତି,ସମ୍ୱୋଧି ପୁଛିଲେ, ବୃଦ୍ଧ କିପାଁ ଏ ଆରତି ?ସମ୍ୱରି ଲୋତକ ତହୁଁ କହେ ପୁରୋହିତ,କ୍ଷଣେ ସ୍ତବ୍ଧ ସ୍ୱର, କ୍ଷଣେ ବଚନ କମ୍ପିତ ।ଆକୁଳ ହୃଦୟେ ଅତି ଘନ ବହେ ଶ୍ୱାସ,ବିଦରେ ପରାଣ, ମୁଖେ ଯାତନା ବିକାଶ ।‘‘ଦଣ୍ଡେକ କରୁଣାବହି ଶୁଣ ମହାରାଜ,ଶୁଣ ଆହେ ଗ୍ରୀକ୍-ବୀରକେଶରୀ-ସମାଜ ।ବୃଦ୍ଧର ବଚନ ନିଶ୍ଚେଁ ହୋଇବ ସଫଳ,ଯେତେଦିନ ଥିବ ଭବେ ଧର୍ମ୍ମନ୍ୟାୟ ବଳ ।ଟ୍ରୟଦେଶ ଧ୍ୱଂସମୟ ହେବ ସୁନିଶ୍ଚୟ,ଅଭେଦ୍ୟ-ପ୍ରଚୀର ଗର୍ବେ ଲଭିବ ବିଲୟ ।ବୀରୋଚିତ ପ୍ରତିଜ୍ଞାନର କରି ସମାପନ,ଆନନ୍ଦେ ଜନମଭୁମି କରିବ ଦର୍ଶନ ।ଆଶିଷଇ ବୃଦ୍ଧ, ବୀରେ ଚିରଆୟୁ ଲଭ,ବିସ୍ତାର ବିମଳ ଯଶ ଜିଣି ଏ ଆହବ ।ନିବେଦନ ମାତ୍ର ଏକ ହେ ମହାରାଜନ,ଅଭାଜନ ହେଉ ତବ କରୁଣା-ଭାଜନ ।ଅଶେଷ ସମୃଦ୍ଧି ତବ ଐଶ୍ଚର୍ଯ୍ୟ ଅତୁଳ,ଶୁଦ୍ଧାନ୍ତେ ଶୋଭନ୍ତି ଶତ ସୀମନ୍ତିନୀକୁଳ ।କି ବିତ୍ତ ଅଭାବ ତବ, ଗ୍ରୀସ୍ ନରମଣି,ପୂରାଇ ପାର ଏ ଦାସ କାମନା ଏକ୍ଷଣି ।ଧନୀର ଖୁଆଡ଼େ ଭରା ମେଷ ଅଗଣନ,ମାତ୍ର ଏକ ମେଷ ଶିଶୁ ମୋ’ କାଳ ଜୀବନ-ଧନ ।ଧନୀର ଆରାମେ ରାଜେ ଶତ ଫୁଲତରୁ,ଗୋଟିଏ ଗୋଲାପେ ମାତ୍ର ଶୋଭେ ଦୀନ-ମରୁ ।ଦେଲେ ନ ସରିବ ଦେବ, କୀରତି ବଢ଼ିବ,ସ୍ଥବିର ଆଶିଷେ ସୁଖ ଅଶେଷ ଭୁଞ୍ଜିବ ।ଏକମାତ୍ର ସୁତା ମୋର, ନାହିଁ ଆଉ ଆନ,ତା’ବିନା ବଞ୍ଚିବ କି ହେ ମୋ’ ବୃଦ୍ଧ ପରାଣ ?ଅନ୍ଧର ନୟନ-ମଣି, ମୋ’ଦୀନ-ସଙ୍ଖାଳିଜନନୀବିହୀନା ଶିଶୁ ମୋ’ ଗଳାର ମାଳି ।ଅନୁଭବେ ବୁଝ ଥରେ ପିତାର ଯାତନା ।ଏଫିଜିନିୟାର କଥା କର ହେ ଭାବନା ।ଦେବୀ ରୋଷେ ନର-ଶ୍ରେଷ୍ଠ ଦୃଢ଼ ହିୟା ବାନ୍ଧି,ଅସିରେ କୋମଳ ଗଳା ଛେଦିଲା ନ କାନ୍ଦି ।ପିତୃମନେ କି ଦେବତା ହୋଇଥିବ ତବ,ଏବେ ସେ ବେଦନାଭୋଗ କର ଅନୁଭବ ।ଅଧୀନେ ତନୟା ପୁନଃ କରି ଅରପଣ,ହୁଅ ଦେବ, ଏପଲୋର ଆଦରଭାଜନ ।ବିଶାଳ ପ୍ରାଚୀର ଯେହୁ ରଚିଲେ କୌଶଳେ,ହେଲେ ତା ଭାଙ୍ଗିବେ ଦେବ ତୁମ୍ଭର ମଙ୍ଗଳେ ।ଫିବସ୍ ପୟରେ ବୀର ! ବହିଣ ଭକତି,କ୍ରାଇସେସ୍ ମମ କର ବନ୍ଧନ-ମୁକତି ।ଉପହାର ଦ୍ରବ୍ୟରାଶି ଘେନ ବିନିମୟେ,କରୁଣା କରିଣ ବୃଦ୍ଧେ ସଦୟହୃଦୟେ ।ସରୁ ମୋ’ ସମ୍ପଦ ସବୁ ହୁଏଁ ମୁଁ ଭିକାରୀ,ସୁତା ସଙ୍ଗେ ହୋଇବି ମୁଁ କରୁଣା-ଦୁଆରୀ ।ଦୟାରେ କେ ଦେବ ଯଦି ଯବ ମୁଷ୍ଟିମେୟଅଧୀନ ନୟନେ ତାହା ନ ହୋଇବ ହେୟ ।ଏପଲୋ କୃପାରେ ମୋର ସୁଖେ ଯିବ ଦିନ,ଦେବପଦେ ମତି ଜନ, କାହିଁରେ ଉଦ୍ବିଗ୍ନ !’’ସ୍ଥବିର ବଚନ ଶୁଣି ହରଷ ଅନ୍ତରେବୀରବୃନ୍ଦ ଅନୁମତି ଦେଲେ ସମସ୍ୱରେ ।‘‘ଦେବତା ସହିତ ବାଦ କରିବ କି ନର ?ପ୍ରଦାନି କୁମାରୀ ସିନା ପୂଜିବା ପୟର ।’’କିନ୍ତୁ ଗ୍ରୀସ୍ ନରପତି ପାଷାଣ ଅନ୍ତର,ଗରବେ ଗମ୍ଭୀରେ ଗର୍ଜ୍ଜି କହିଲା ଉତ୍ତର –‘‘ରେ ପାମର, ଛଦ୍ମବେଶୀ କପଟ-ସନ୍ୟାସୀ’’ପ୍ରବେଶିଛୁ କି ସାହସେ ଗ୍ରୀକ୍ ଦଳେ ଆସି ?ପଳାରେ ଜୀବନ ଘେନି ତେଜି ଶତ୍ରୁଦଳ,ବୃଥା ଅନୁନୟ ତୋର ବିଫଳ କେବଳ ।ଲରେଲ୍ କିରୀଟ ତୋହର ଦଣ୍ଡ ହେମମୟ,ଗ୍ରୀରିସ୍-ନରେଶ ଠୁଳେ ନ କରଇ ଭୟ ।ବେଗେ ପରିହର ଭଣ୍ଡ ନୃପେଶ ସକାଶ,ପୁରୋହିତ ଚିହ୍ନେ ତୋର ନାହିଁ ମୋ’ ବିଶ୍ୱାସ ।ତୋ’ ନନ୍ଦିନୀ ମୂଢ଼ମତି କିଙ୍କରୀ ଆମ୍ଭର,ନ ଦେବୁଁ ଫେରାଇ, ବୃଥା-ଲୋତକ ସମ୍ୱର ।ରେ ନିର୍ବୋଧ, ତୁଚ୍ଛ ଅତି କ୍ଷୁଦ୍ର ଉପହାର,ଏଥିନୀ ବିଭବେ ପୂର୍ଣ୍ଣ ମୋ କୋଠଭଣ୍ଡାର ।କି ଅଭାବ, ଅତୁଳନ ଚିତ୍ତ ନାହିଁ ସୀମା,ତୁ ପୁଣି ଦେଖାଉ ତୁଚ୍ଛ ସମ୍ପଦଗାରିମା ।ସମଗ୍ର ଗ୍ରୀସୀୟବଳ ସମୃଦ୍ଧି ଅପାର,ସୁବିଶାଳ ଜନପଦ ମହାପାରାବାର ।ଖଟଣୀ କିଙ୍କର ଯାଉ ଶତ ମହୀପତି,କି ସାହସେ ଆସୁ ତାର ସିଂହାସନ କତି ।ପରାଣେ ମମତା ଯଦି ଠୁଳେରେ ଅଧମ,ପଳାଅ ବହନ ତେଜି ବିଫଳ ରୋଦନ ।ବାହୁବଳେ ଅପହରି ଆଣିଛି କାମିନୀ,ଚରଣ ସେବିବ ଏବେ ମଧୁରହାସିନୀ ।ଏ ତ ମହାଭାଗ୍ୟ ତୋର ଦୀନା ଦନୟାର,ଗ୍ରୀକ୍ ରାଜେଶ୍ୱର ରୂପେ ମୋହିତ ଯାହାର ।ବନ୍ଦିନୀ—କିଙ୍କରୀ ରାଜ-ଆରାମ-ନାୟିକା,ଏଥୁଁ ବଳି କେଉଁ ସୁଖ ଲୋଡ଼ା ତୋ ଅଧିକା ?ଲଳନା ଯୌବନ ସିନା ରାଜ-ଭୋଗ ଲାଗି,ଖସିଲେ ବୟସ ମାତ୍ର ହୋଇବୁ ବିରାଗୀ ।ସରିଲେ ସୌନ୍ଦର୍ଯ୍ୟ ତୋର ସୁତା-ସୁନ୍ଦରୀର,ଆଉ ନ କହିବୁଁ ତାକୁ ସୁକୋମଳ ଗିର ।ବାସି ଫୁଲ ଶେଯୋପରେ ରଖେ କେ ଆଦରି ?ବିଗତ ଯୌବନା ନାରୀ ସିନା ସେହିପରି !ସୁକଠିନ ଶ୍ରମେ ତେବେ ଯାପିତ ଜୀବନ,ଝାଡ଼ିବ ସେ ଶେଯ ଏବେ ଯହିଁରେ ଶୟନ ।ରାଜାସନେ ସନମାନେ କରେ ଯେ ଭାଜନ,କିଙ୍କରୀ ଯୋଗାଏ କରେ ବସନ ଭୂଷଣ ।ଦିନେ ତ ପେଷିବ ଚକି ସେ ଦାସୀ ସଙ୍ଗତେ,କି କାର୍ଯ୍ୟ ନାରୀରେ ଆଉ ଯଉବନ ଗତେ ?ଆଦରଇ ଅଳି ସିନା ଦରଫୁଟାକଳିତେସନେ ଆଦରେ ନର ଯଉବନ ଝଳି ।ଯୌବନ ନାୟିକା ମମ, ବାର୍ଦ୍ଧକ୍ୟେ କିଙ୍କରୀ,ଅଛନ୍ତି ଆଗାରେ ବନ୍ଦୀ ଅନେକ ସୁନ୍ଦରୀ ।ଦାସୀ ମାତ୍ର ଜଣେ ତୋର ନନ୍ଦିନୀ ତହିଁରେ,ଅତି ଅଳ୍ପ ମୂଲ୍ୟେ କିଣା ରାଜ ବିପଣୀରେ ।ଆମ୍ଭର ସେ ଶ୍ରମଲବ୍ଧ ଧନ ଯେ ସ୍ଥବିର,ବହିଛି ତା’ ପାଇଁ ଶତ ଶରୀରୁ ରୁଧିର ।ପ୍ରିୟ ଜନ୍ମଭୂମି ପ୍ରିୟ ଜନକ ଜନନୀ,ସରବେ କନ୍ଦାଇ ଛାଡ଼ି ଆସିଅଛି ଧନୀ ।ଚିର ଜନମର ଲାଗି ଆଉ ନ ଫେରିବ,ଆର୍ଗସ ନିବାସ ଆଉ ନେତ୍ରେ ନ ଦେଖିବ ।ବିଅର୍ଥେ ଭାଳୁଛୁ ସିନା ଉଦ୍ଧାର ତାହାର,ଦଣ୍ଡକ ବିଳମ୍ୱେ ଆଉ ନାହିଁ ତୋ ନିସ୍ତାର ।ଛଦ୍ମବେଶୀ ଭଣ୍ଡ ତୋର ପୁରୋହିତ ବେଶ,ସୁଣାଣିତ ଅସିଧାରେ ହେବ ଅବଶେଷ ।ବଚନ ଅନଳସ୍ରାବୀ ଶ୍ରବଣେ ପଶିଲା,ଥରଥର ତନୁ ଯତି ସଭୟେ ଫେରିଲା ।ଦରଦର ଅଶ୍ରୁଧାର ଝରିଲା କପୋଳେ,କାନ୍ଦିଲା ବାରିଧି ତଟେ ଭ୍ରମି ଉଚ୍ଚରୋଳେ ।ଦାରୁଣ-ବେଦନା ଭାରେ ବ୍ୟଥିତ ଅନ୍ତର,ଦେବ ଦିବାକରେ ଚାହିଁ ଡାକେ ନିରନ୍ତର ।‘‘ହେ ପିତଃ, ମରୀଚିମାଳି, ଲାଟୋନା-ଚନ୍ଦନବାରେକ ଶ୍ରବଣ ଡେରି ଶୁଣ ନିବେଦନ ।କି ଦଶା କରିଲା ଦେଖ ଗ୍ରୀକ୍ ସେନାପତି,ହରିଲା ଦୁହିତା ମୋର ବଳେ ମୂଢ଼ମତି ।ଗର୍ଜ୍ଜନେ ତର୍ଜ୍ଜନେ ପୀଡ଼ି ବ୍ୟଥିତ ମରମ,ନୀଚ ପଶୁ ସମ ହାହା, କଲା ବିତାଡ଼ନ ।କି କରିଛି ଦୋଷ ଦେବ ତବ ପଦତଳେ,ବାର୍ଦ୍ଧକ୍ୟେ ଏ ଗୁରୁଦଣ୍ଡ, କାନ୍ଦୁଛି ବିକଳେ ।ତୁ ଦେବତା, ଜାଣୁ ସବୁ ଅନ୍ତର ବେଦନା,ତୋ’ ବିନା ଶୁଣିବ କିଏ ଏ ଦୀନ ପ୍ରାର୍ଥନା ।ଅଶେଷ କରୁଣା ତୋର କରୁଣାନିଧାନ,ଜଗତ ଜୀବନ ସୁଖ ତୋହରି ବିଧାନ,ନିରନ୍ତର ଟିନିଡ଼ସ୍ ପୂଜଇ ଶ୍ରୀପଦ,ତବ ହେତୁ କ୍ରାଇସାର ଗୌରବ ସମ୍ପଦ ।ତବ କରେ ତା’ ଆଳୟେ ସୁଖୀ ନରନାରୀ,ଭୀଷଣ ତିମିର ରାଶି କ୍ଷଣିକେ ସଂହାରି,ବିତରି କରୁଣା ଦେବ, ପାଳୁ ପ୍ରଜାଗଣେ,ବଞ୍ଚିଛି ଜଗତ ସିନା ତୋହରି କିରଣେ !ତୋ’ କିରଣେ ଫୁଟେ ଫୁଲ, ଗାଏ ନୀଳ ଅଳି,ତରୁଡାଳେ ବସି କରେ ବିହଙ୍ଗ କାକଳି ।ସରସେ ସାରସ-ପନ୍ତି ଉଠଇ ବିକଶିକୋମଳ ଗୋଲାପ ହୃଦ ଉଠଇ ଉଲ୍ଲସି ।ତୁହି ଇଷ୍ଟଦେବ ପ୍ରଭୁ ଧାର୍ମିକ ସିଲାର,ତୋ’ ବିନା ନାଶିବ କେ ମୋ’ ଦୁଃଖ ଅନ୍ଧକାର !ସତତ ସେବିଛି ପାଦ ଏକାନ୍ତ ଧିଆନେ,ଆଜି କି ରଖିବୁ ନାହିଁ, ଏ ଦୁଃଖୀ ପରାଣେ !କରିଅଛି ତବୋଦ୍ଦେଶେ ଯଦି ବଳିଦାନ,ଅନଳେ ଆହୁତି ଯଦି କରିଛି ପ୍ରଦାନ,ସଜାଇଛି ଯଦି ତବ ମନ୍ଦିର ସତତ,କୁସୁମ ସୁହାର ଗୁନ୍ଥି ତବ ମନୋନିତ ।ଅରଚିଛି ଯଦି ପାଦ ଏକାନ୍ତେ ଭକତ,ନୋହିବ କରୁଣା ଉଣା ହେ ଦେବ ମହତ !ପ୍ରକାଶିଣ ପରାକ୍ରମ ରଖିବ ସମ୍ମାନ,ଶୋଧିବ ସେ ମହାମତ୍ତ ନୃପ-ଅପମାନ ।ବଡ଼ ଆଶା ମନେ ପ୍ରଭୁ, ତବ କୃପା-କରବରଷିଣ ଶୁଖାଇବ ମୋ’ ଦୁଃଖ-ସାଗର ।ଅଧୀର ଭାସ୍କର ରୋଷେ, ଶୁଣିଣ ଆରତି,ପ୍ରକମ୍ପି ଆସନ ତେଜି ଉଠିଲେ ଝଟତି ।ନୁଆଁଇ ରକତ ଧନୁ କ୍ରୋଧେ ତରତର,ବିଶାଳ ବିକ୍ରମେ ଦେବ ଓହ୍ଲାନ୍ତି ସତ୍ୱର ।ତ୍ୟଜି ଦିବ୍ୟ ଅଗ୍ନିମୟ ସ୍ୟନ୍ଦନ ସଦନ,ତ୍ୟଜି ଗିରିବର ତୁଙ୍ଗ ଶୃଙ୍ଗ ଅପଘନ,ଘୂର୍ଣ୍ଣିତ ପ୍ରଚଣ୍ଡ କ୍ରୋଧେ ଆରକ୍ତ ନୟନ,ଭୀମ କଡ଼ମଡ଼ ନାଦେ ବାଜଇ ଦଶନବାଜଇ ଗଭୀର ରୋଜେ ଶିଞ୍ଚିନୀ ତାହାର,ରଜତ ତୂଣୀରେ ବାଣ ଶୁଖାଏ ଝଙ୍କାର ।ମହା ବାହୁବଳେ କୋପେ ଆକର୍ଣ୍ଣ ବିସ୍ତାରି,ଟଙ୍କାରିଲେ ରୌପ୍ୟଧନୁ ରୋଷେ ହୁହୁଙ୍କାରି ।ବ୍ରାହ୍ମାଣ୍ଡ ବିଧ୍ୱଂସି ଭୀମବାଣ ଶତ ଶତ,ଛାଇଲା ଆକାଶ ଧରା ସାଗର ପର୍ବତ ।ଚରାଚର ମରାମର ଆତଙ୍କେ ଅଧୀର,କମ୍ପିଲେ ଶିବିର କୋଣେ ଗୀରିସୀୟ ବୀର ।କମ୍ପିଲା ଜଳଧିତଳଳେ ବରୁଣ-ଆସନ,ନେପଚ୍ୟୁନ ସେଟାରନ୍ ଭୟେ ନିଗମନ ।ଟିଟାନ୍ ସେଣ୍ଟର ଜଳ-ନିବାସୀ ଦଇତ,ପ୍ଲୁଟୋ ନିକେତନେ ପ୍ରେତଆତ୍ମା ମହାଭୀତ ।କମ୍ପିଲା ବାରିଧି ବାରି କମ୍ପିଲା ଗଗନ,ଅଲିମ୍ପିସ୍ ସଭାତଳେ ଦେବ ଅପଘନ ।ବିସ୍ତାର ବାଲୁକାମୟ କମ୍ପେ ବେଳାଭୂମି,ଉଠଇ ବାଲୁକା ଝଡ଼ ଅନମ୍ୱର ଚୁମ୍ୱି ।ଆକାଶ ପଡ଼ଇ ଭାଙ୍ଗି ଭୀମ ବଜ୍ରନାଦେ,ପ୍ରବଳ ପବନ ଧାଏଁ ଭୀଷଣ ଉନ୍ମାଦେ ।ଉପାଡ଼ିଣ ଅଗଣନ ମହା ମହୀରୁହ,ଭୂମିରେ ନୁଆଁ ଏ ଭାଙ୍ଗି ଶତ ଶତ ଗୃହ ।ମହା ପ୍ରଳୟର କାଳ ଅନ୍ଧାର ଘୋଟଇ,ଆକାଶୁଁ ସହସ୍ର ଉଲ୍କା-ପିଣ୍ଡ ବରଷଇ ।ଭୀଷଣ ଭୈରବ ରବେ ବିକଟେ ଗରଜି,ଧାବଇ ଗଗନେ ରବି ଅନ୍ତକ ସରଜି ।ଆଦେଶେ ଭୈରବ ଘୋରକାଳ-ଅନୁଚର,ବିନାଶିଲେ ଶତ ଶତ ଅଶ୍ୱ, କରୀବର ।ଘୋର ମହାମାରୀ ତହୁଁ ପଶି ସ୍କନ୍ଧାବାରେ,ଓଟାରିଲା ସେନାତୟେ ଶମନ ଆଗାରେ ।ନବ ଦିନ ନବ ରାତି ପ୍ରତାପେ ରବିର,କାନ୍ଦିଲା ଆକୁଳେ ଗ୍ରୀସ୍ ସମରୀ-ଶିବିର ।ଶୋଇଲେ ଅସଂଖ୍ୟ ଶବ ପ୍ରତି ତମ୍ୱୁତଳେ,ଆତ୍ମୀୟ ସୋଦର ବନ୍ଧୁ କାନ୍ଦିଲେ ବିକଳେ ।ଦେବତାର କୋପ ନୁହେ ମାନବ ବିଧାନ,ଭୁଞ୍ଜିବ ଏସନ ଦେବେ କଲେ ହତମାନ ।ସାହସେ ଦେବତା କେହି ପ୍ରତିକାର ଆଣେ,କହି ନ ପାରିଲେ କିଛି ତପନ ସକାଶେ ।ଉଚିତ ଶାସନ ମଣି ଦେବୀ ରଣେଶ୍ୱରୀ,ନ୍ୟାୟବତୀ ରହିଲା ସେ ମରମରେ ମରି !କାନ୍ଦିଲା ବିଦେଶୀଯୁନେ ପୀଡ଼ିତା ମରମେ,ମାତା କି ବାଞ୍ଚଇ ଦଣ୍ଡ, ସୁତ ଅଧରମେ !ନବ ଦିନ ନବ ରାତ୍ରି ଗଲା ଯହୁଁ ଚଳି,ଦିନୁଁ ଦିନ ଦିବାକର କୋପ ଗଲା ବଳି ।ସହି ନ ପାରିଲା ଆଉ ସନ୍ତାନ ବେଦନା,ତ୍ରିଦିବଈଶ୍ୱରୀ ଯୁନୋ ହୋଇଲା ବିମନା ।ସପତ୍ନୀ ତନୟେ ଯେଣୁ ରୋଷ ଅତିଶୟ,ନପାରନ୍ତି କହି କିଛି ଯୋଭେ ବହି ଭୟ ।ମରମେ ଭୀଷଣ କ୍ରୋଧ ଲୁଚାଇ ମରମେ,ଓହ୍ଲାଇଲେ ଧରାପରେ ଦିବସ ଦଶମେ ।ଧୀରେନ୍ଦ୍ର ବୀରେନ୍ଦ୍ର ସୁଧି ଥିଟିସ୍ ନନ୍ଦନେ,ଆଦେଶିଲେ ଆସି ଦେବୀ ସଭା ବିରଚନେ ।ବିରଚିତ ବୀରସଭା ଆଜ୍ଞା ଅନୁସରି,କହେ ତହୁଁ ଏକିଲିସ୍ ରଥି ଅଗ୍ରସରି,ନରେଶେ ସମ୍ୱୋଧି ବୀର କୋମଳେ ସୁଧୀରେ,ବିନୟେ ସଂଯତି ଅତି ବହଇ ଗମ୍ଭୀରେ ।ହେ ରାଜନ, ଋଣ-ଶଯ୍ୟା ବୀରର ବାଞ୍ଛିତ,ଶାଣିତ କୃପାଣ ଅରି ଶୋଣିତେ ରଞ୍ଜିତ ।ଯଶୋମୟ ବେଳା-ବାଲି ଶୟନ ମଧୁର,ଆଶାରେ ଗୀରିସ୍ ଆସିଅଛି ବହୁଦୂର ।ପରିହରି ପରିଜନ, ସନ୍ତାନ, କାମିନୀ,ସୁଦୂର ପ୍ରବାସେ କାଟେ ଦିବସ ଯାମିନୀ ।କହ ରାଜେଶ୍ୱର, ଏଥୁଁ ଦୁଃଖ କି ଭୀଷଣ,ଅଳସ-ଶୟନେ ଏବେ ମଡ଼କେ ମରଣ ।ମହାକାଳ ମହାମାରୀ ଘୋଟିଲା ଭୀଷଣ,ସହସ୍ର ଅୟୁତ ଯୋଦ୍ଧା ଦେଲେଣି ଜୀବନ ।ହେ ରାଜନ, ଟ୍ରୟଭୂମି କର ପରିହାର,ଅଭାଗା ଗ୍ରୀକ୍ର ଆଉ ନାହିଁ ତ ନିସ୍ତାର ।କି କୁକ୍ଷଣେ ଗୀରିସୀୟ ତେଜି ପରିଜନ,ଦୁଃଖମୟ ଟ୍ରୟେ ପଦ କରିଲେ ଅର୍ପଣ ।କର ପଳାୟନ ଏବେ ସମୟ ପ୍ରଚୁର,ଉଦାସୀନେ ଦିନେ ଦିନ ଧନପ୍ରାଣ ଜୁର ।ଗଣକେ ଆହ୍ୱାନି ଅବା କର ହେ ବିଚାର,ଏ ଦୈବୀ ବିପଦେ ଏବେ କିବା ପ୍ରତିକାର ।ଅନଶନେ ଧରାସନେ ଦେବତା ପୟରେ,ନିବେଦି ବିପଦ ହେତୁ ବୁଝ ସ୍ୱପନରେ ।ଏପଲୋପୂଜନ ଯଦି ଏ କ୍ରୋଧ କାରଣ,ଉଚିତ ରାଜନ ତାହା ଆଶୁ ନିବାରଣ ।ବିଳମ୍ୱେ ନରେଶ ମହା ଘଟିବ ପ୍ରମାଦ,ବ୍ୟାପିବ ହୃଦୟେ ଶତ ବ୍ୟାକୁଳ ବିଷାଦ ।ବିଧିମତେ ପୂଜ ଭୂପ ଫିବସ୍ ଚରଣ ।ଦଇବ ବିପଦ ଅବା ହେବ ନିବାରଣ ।ନିରସ୍ତ ହୁଅନ୍ତେ ବୀର, ସର୍ବ ଜ୍ଞାନାକର,ପୁରୋହିତ କ୍ୟାଲକସ୍ ବିହିଲେ ଉତ୍ତର ।ବୟସେ ଲୋଳିତ ତନୁ କୁଞ୍ଚିତ କପୋଳ,ମସ୍ତକେ ପଳିତ କେଶ ବରଣ-ଧବଳ ।ସର୍ବଶାସ୍ତ୍ର ବିଶାରଦ ବିବୁଧପ୍ରବର,ତ୍ରିକାଳ ସତତ ଯାର ନୟନ-ଗୋଚର ।ଉତ୍ଥାନେ ଟଳଇ ପାଦ, ସମ୍ଭାନ୍ତ ସୁଜନ,କମ୍ପିତ ବଚନେ କହେ କରି ସମ୍ୱୋଧନ !ହେ ବୀରେନ୍ଦ୍ର ଏକିଲିସ୍, ଜାଣ କି କାରଣ,ମରୀଚିମାଳାଙ୍କ ଶର ଆଚ୍ଛାଦେ ଗଗନ ।କହିବି ପ୍ରକାଶି ବୀର ପରଶି କୃପାଣ,ଅଭୟ ପ୍ରଦାନି ନିଶ୍ଚେ ରଖିବ ପରାଣ ।ବିଦିତକରଣେ ଜାଣ, ବୀରେନ୍ଦ୍ର ସୁଜନ,ପ୍ରଜା ପକ୍ଷେ ସୁକଠିନ ଭୂପତିର ଭ୍ରମ ।ଯଦି ବା ବିପଦୁଁ ଆମ୍ଭ ପରାଣ ତରିବ,ନରବର ଦଣ୍ଡ ନିଶ୍ଚେଁ ଅଧୀନ ଭୋଗିବ ।’’ଶ୍ରବଣେ ପୁରୋଧା ଗିର ପିଲୁସ୍ ନନ୍ଦନ,କହେ ଭୀମ ଭୁଜ ଯୁଗ କରି ବିଧୁନନ ।‘‘ଯେତେଦିନ ଧମନୀରେ ଶୋଣିତ ମୋହର,ବହିବ ରଖିବି ମାନ ଗ୍ରୀକ୍ ବଚନର ।ସାଧ୍ୟ କେ ଅନିଷ୍ଟ ତିଳେ କରିବ ତୁମର,ଏକିଲିସ୍ ଅସିଧାରେ ନ ଡରେ କେ ନର !ବିଶ୍ୱପତି ଯୋଭ୍ ଦେବ ସ୍ୱରଗ ଈଶ୍ୱର,ଏକାନ୍ତ ହୃଦୟେ ପାଦ ପୂଜି ନିରନ୍ତର ।ଯା’ ପ୍ରସାଦେ ଲଭିଅଛ ଭୂତଭାବୀ ଜ୍ଞାନ,ପ୍ରତିଜ୍ଞା କରିଲି ମୁହିଁ ଧରିଣ ଶ୍ରୀନାମ ।ଯେ ଜନ ବିରୋଧୀ ତବ ଠୁଳେ ନ ବଞ୍ଚିବ,ଶାଣିତ କୃପାଣ ଧୀରେ ପରାଣ ହାରିବ ।ରାଜା ମହାରାଜା ଯେହୁ ଗ୍ରୀକ୍ ସେନାପତି,କେଶାଗ୍ର ପରଶେ ଠୁଳେ ନୋହିବ ଶକତି ।’’ଆଶ୍ୱାସେ ସାହସ ଲଭି ପୁରୋଧା ପ୍ରବର,ଧର୍ମ୍ମମତି ସୁଗମ୍ଭୀରେ ବିହିଲା ଉତ୍ତର ।ଶୁଣ ଆହେ ବୀରବର, ପ୍ରାଚୀନ ବଚନ,ନିଜେ ସେନାପତି ଏହି ବିପଦ କାରଣ ।ଫିବସ୍ ପୁରୋଧା ନେତ୍ରେ ନିରେଖି ଆସାର,କ୍ରୋଧଭରେ ବିହିଛନ୍ତି ଏଭୀମ ସଂହାର ।ପ୍ରେରଣେ ବିମୁଖ ଯେତେ କାନ୍ଦ ନରବର,ପୂତ କୃପାବେଶେ ସୁତା ରବି ସେବକର ।ପ୍ରାର୍ଥନା ଅର୍ଚ୍ଚନା ସବୁ ବିଫଳ କେବଳ,ଦିନେ ଦିନେ ବଢ଼ୁଥିବ ରବି ରୋଷାନଳ ।ନନ୍ଦିନୀ ବଦନ ଚାହିଁ ହରଷ ହୃଦୟ,ସ୍ତବେ ତୁଷ୍ଟ ପୁରୋହିତ କ୍ଷମିବ ନିଶ୍ଚୟ ।ନୀରବେ ସୁବିର କ୍ରୋଧେ କରି ଗରଜନ,ଭୂତଳେ ପଡ଼ିଲା ଭୂପ ତେଜି ସିଂହାସନ ।ଥର ଥର ବିକମ୍ପିତ ଯୁଗଳ ଅଧର,ଜଳିଲା ଅନଳସ୍ରାବୀ ଲୋଚନ ପ୍ରଖର ।କହିଲା ଦର୍ପିତ ଶୂର କମ୍ପାଇ ଅମ୍ୱର,ବୃଥା ଭାବୀ ବାଣୀ ତୋର ମୂର୍ଖତା ମାତର ।ରେ ନିର୍ବୋଧ, ମିଥ୍ୟା ତୋର ଗଣନାର ଫଳ,ସତତ ଗ୍ରୀସ୍ର ତୁହି ଘୋଷୁ ଅମଙ୍ଗଳ ।ଅନ୍ତରେ ବିରାମ ବୀଜ କରୁଛୁ ରୋପଣ,କରନ୍ତି ବିଶ୍ୱାସ ଯେଣୁ ମୋତେ ବୀରଗଣ ।ଆନର ଗୌରବ-ଆଭା ଝଲସେ କି ଆଖି,ଈର୍ଷା ପରବଷେ ଅନ୍ଧ ହେଉ ମିଥ୍ୟାସାକ୍ଷୀ ।କ୍ରାଇସିସ୍ ଧରାଧାମେ ରମଣୀ ରତନ,ନର୍ତ୍ତନେ ବାଦନେ ଗୀତେ ଶିଳ୍ପେ ଅନୁପମ ।ପ୍ରସନ୍ନ ପଙ୍କଜାନନୀ ଲଳିତା ଲଳନା,ଅନୃତ ବଚନେ ମୋରେ କରୁଛୁ ବଞ୍ଚନା ।ବହୁ କ୍ଳେଶ ପରିଶ୍ରମେ ଲଭିଛି ଯେ ଧନ,ତେଜିବି ତାହାକୁ ଯଦି ଦେବେ ଅପ୍ରସନ୍ନ ।ମାନିଲି ମୋ’ ହେତୁ ଏହି ବିପଦ ଘଟନ,ରାଜାର ଉଚିତ ସତ୍ୟ ପ୍ରଜାର ରକ୍ଷଣ ।ବିଦେଶ ଲୁଣ୍ଠନ କଷ୍ଟ ପାଇଲି ଅପାର,ମୋ’ ଭାଗ୍ୟ ହୋଇବ କିପାଁ ନିଷ୍ଫଳ ଅସାର ।ତେଜିବି କାମିନୀ ଏବେ ଲଭିବ କଲ୍ୟାଣ,ମୋ’ କ୍ଷତି ପୂରଣେ ଗ୍ରୀସ୍ କରୁ ସୁବିଧାନ ।’’ଶୁଣି ଏକିଲିସ୍ କହେ, ‘‘ସ୍ୱାର୍ଥ ନରପତି,ସମ୍ଭ୍ରମ ଅପେକ୍ଷା ତବ ପ୍ରିୟତର ଅତି ।ତୁମ୍ଭଲାଗି ଗ୍ରୀକ୍ ଢାଳେ ରକ୍ତ ଆପଣାର,ଏରୂପେ ବିନାଶ ତାର ହେଲା ପୁରସ୍କାର ।ଛାଡ଼ି ସୁତ ସୁତା ଜାୟା ଜନକ ଜନନୀ,ବିଫଳେ ଆସିଲା ଗ୍ରୀକ୍ ଭସାଇ ତରଣୀ ।ଲଙ୍ଘି ଶତ ଜନପଦ ଭୀବ ପାରାବାର,ଶେଷ ଶବଶଯ୍ୟା ତାର ବାଲୁକା ବିସ୍ତାର ।ନବବର୍ଷ ଅକାରଣ ଦାରୁଣ କଷଣ,ଭୀଷଣ ରୁଧିରପାତ କରି ପ୍ରାଣପଣତୁମ୍ଭ ସ୍ୱାର୍ଥ ଲାଗି ନୃପ ତୁମ୍ଭ ସନମାନ-ସକାଶେ, ତେଜଇ ପ୍ରାଣ ଗୀରିସ୍ ସନ୍ତାନ ।ତୁମ୍ଭେ ହେ ଭୁଲିଲ ଦେଖୀ ରମଣୀର ରୂପ,ଶତ ଆତ୍ମବଳିଦାନ, ଉଚିତ କି ଭୂପ !ଶତ୍ରୁଦେଶ ପଦତଳେ ଦଳିତ ଲୁଣ୍ଠିତ,ବିଚାରେ ଭୋଗିବା ସର୍ବେ ହୋଇଣ ମିଳିତ ।କିନ୍ତୁ ନବ ଅର୍ଥ ଲୋଭ ହେ ନୃପ-ପ୍ରଧାନ,କିଙ୍କର କରମ ସେ ତ ତବ ଅପମାନ ।ବିତ୍ତ ଲୋଭେ ଯୁଝ ଯଦି ରଣେ ନରବର,ଟ୍ରୟ-ଦେଶ ଜୟେ ଆଶା ପୂରିବ ସତ୍ୱର ।ମହାବଳୀ ଗ୍ରୀକ୍ସେନା ଯୋଭ୍ କରୁଣାରେ,ଭାଙ୍ଗିବେ ଭୂତଳେ ଫିଙ୍ଗି ଅଭେଦ୍ୟ ପ୍ରାକାରେ ।’’ବିହିଲା ଉତ୍ତର ରୂପ, ‘‘ବିଦ୍ରୂପ ଛଳରେ,ଭୁଲାଇ ରମିବ ପରା ବ୍ରିସସ୍ ସଙ୍ଗରେ ।ମହାବଳୀ ବୀର ତୁମ୍ଭେ ସମ ଦେବତାର,ପ୍ରୟାସ ତୁମ୍ଭରି ପୁଣି ମୋତେ ଛଳିବାର ।ତୁମ୍ଭରି ବଚନ ମାନି ତେଜିବି ରମଣୀ,ତାର ସମ ମୂଲ୍ୟ ଆହେ, ପ୍ରଦାନ ଏକ୍ଷଣି ।ଅନ୍ୟଥା ଅପରା ଦିବ୍ୟା ରମ୍ଭୋରୁ ସୁନ୍ଦରୀ,ଅଛି ଅଧିକାର ମୋର ଆଣିବାକୁ ଧରି ।ଏଜାକ୍ସ, ରଲେସିସ୍ ତେଜନ୍ତୁ ବନ୍ଦିନୀ,ଅବା ଦେଇପାର ମୋତେ ତୁମ୍ଭରି କାମିନୀ ।କର ହେ, ପ୍ରତିଜ୍ଞା,ଏବେ ଦେବି ଅନୁମତି,ସ୍ୱଦେଶେ ବାହୁଡ଼ି ଯିବ ପୁରୋଧା-ସନ୍ତତି ।କେହି ବୀରବର ଘେନି ନାରୀରକ୍ଷା ଭାର,ସଜାଇ ବୋଇତ ଏବେ ହେଉ କର୍ଣ୍ଣଧାର ।ଇଚ୍ଛା ଯଦି ତବ ମହାବୀର ଏକିଲିସ୍,ପବିତ୍ର କୃସାକ ଯାଅ ଘେନି କ୍ରାଇସିସ୍ ।ଅରପି କୁମାରୀ ନତଶିରେ ବୀରବର,ଭକ୍ତ-ପୁରୋହିତ ପଦେ ପଡ଼ିବ ସତ୍ୱର ।ଗୀରିସ୍ କଲ୍ୟାଣ ଲାଗି ଭାବନା ତୁମ୍ଭର,ସେନାନୀ-ଜୀବନ ଦାନେ ହୁଅ ତତପର ।’’ବିଷମ ବିଦ୍ରୂପ ଶେଳ ହୃଦୟେ ବିନ୍ଧିଲା,ମରମେ ମରମେ ଘାରି ପ୍ରଚଣ୍ଡେ ରୁଷିଲା ।ଅସମ୍ଭାଳ କ୍ରୋଧେ କହେ ଫିଲୁସ୍ ନନ୍ଦନ,ବିସ୍ତାରି ଶୋଣିତ ରଙ୍ଗ ପାବକ ଲୋଚନ ।କ୍ରୋଧେ ପ୍ରକମ୍ପିତ ତନୁ କମ୍ପିତ ବଚନ,ଦଶନେ ଦଶନ କ୍ଷଣେ କରି ନିଷ୍ପେଷଣ ।ତୋ’ ସମ ସ୍ୱାର୍ଥାନ୍ଧ ଆଉ କେ ଅଛି ପାମର,ବୃଥାରେ ବୋଲାଉ ତୁହି ରାଜରାଜେଶ୍ୱର ।ଦର୍ପଭରେ ଧରି ଶିରେ ଅହଂକାର ଭାର,ନିତ୍ୟ ପ୍ରଜାପୁଞ୍ଜ ପରେ କରୁ ଅତ୍ୟାଚାର ।କେ ଅଛି ଏ ଧରାଧାମେ ଆରେ ନୀଚମନା,ତୋପରି ନୃପେଶ ବେଶେ କରେ ପ୍ରତାରଣା ?ତୋ’ ଆଜ୍ଞା ପ୍ରମାଣେ ସତେ ଗୀରିସ୍ ସନ୍ତାନ,ଧରିଣ କୃପାଣ ରଣେ ତ୍ୟଜିବ ପରାଣ ?ଟ୍ରୟ୍ଦେଶବାସୀ ଦୂରେ ବସତି ଯାହାର,କଦାଚନ କରିନାହିଁ ଆମ୍ଭ ଅପକାର ।ରାଜ୍ୟେ ମୋର ଟ୍ରୟସେନା ନ କରେ ଗମନ,ଅବାଧେ ସମର-ବାଜି କରେ ବିଚରଣ ।ଜଳନିଧି ପରପାରେ ମୋ ରାଜ୍ୟ ରୁଚିର,ଚୌଦିଗେ ବେଷ୍ଟିତ ଉଚ୍ଚ ପର୍ବତ ପ୍ରାଚୀର ।ଶସ୍ୟ ଶ୍ୟାମଳିତ ଧରା ପୂର୍ଣ୍ଣ ଫୁଲଫଳ,ନିବସନ୍ତି ମହାନନ୍ଦେ ଯହିଁ ପ୍ରଜାଦଳ ।ଟ୍ରୟ୍ ନୁହେଁ ଆମ୍ଭ ଅରି ତୁମ୍ଭରି କାରଣ,କରେ କରବାଳ ସିନା ଧରୁ ଅକାରଣ !ତୁମ୍ଭରି କାରଣେ ବୃଥା ଢାଳିଛୁ ରୁଧିର,ଏତେକାଳେ ପୁରସ୍କାର ଦେଲ ଆହେ ବୀର !ଭୟ ଦରଶାଇ ସତେ କରିବ ଗ୍ରହଣ,ଅତୀବ ଉଚିତ ମୋର ଶ୍ରମଲବ୍ଧ ଧନ ।ଦବ ଲଭ୍ୟଧନ ସହ ତୁଚ୍ଛ ପଟାନ୍ତର,ସମରର ପରିଶ୍ରମ ସବୁ ତ ମୋହର ।ଅସାର ବିଫଳ ଗିରେ ତୋଷି ମୋର ମନ,ପ୍ରତି ବିଜୟର ବସ୍ତୁ କରିଛ ଗ୍ରହଣ ।ପ୍ରତିଯୁଦ୍ଧେ ଅସ୍ତ୍ରାଘାତ ସହିଛି ଅପାର,ସାମାନ୍ୟ ଲୁଣ୍ଠିତ ଦ୍ରବ୍ୟ ମୋ ଭାଗ୍ୟେ ବିଚାର ।ଆଜିଠାରୁ ବୀରବର ମଦେ ଦରପିତ,ଏକିଲିସ୍ ନୁହେଁ ଆଉ ତବ ବଶୀଭୂତ ।ଦେଖିବି ତେଜିଣ ମୋତେ ଆହେ ନରବର,ଭୁଜବଳେ ଟ୍ରୟ ଜହ ହେବ କି ତୁମ୍ଭର ?କହିଲା ସରୋଷେ ରାଜା, ‘‘ପିଲୁସ୍ କୁମର,ତୋ’ ବୃଥା ବଚନେ ମୋର ନାହିଁ ତିଳେ ଡର ।ଟ୍ରୟ ଜୟ ଲାଗି ସେନା ଅଭାବ ନାହିଁ,ନିଜେ ରକ୍ଷାକର୍ତ୍ତା ମୋର ଯୋଭ୍ ସ୍ୱର୍ଗସାଇଁ ।କେଉଁ ରାଜ୍ୟ ସହିବ ହେ ଏଡ଼େ ଅପମାନ,ଆମ୍ଭେ ପୁଣି ମହାବଳ ଭୂପତି-ପ୍ରଧାନ ।ବିବାହ କଳହେ ସଦା ସନ୍ତୋଷ ତୁମ୍ଭର,ଅଜସ୍ର ଶୋଣିତ ପାତେ ହୃଷ୍ଟ ନିରନ୍ତର ।ଅଛି ବଳ ତେଣୁ ଅତି ଗରବେ ମଗନ,ନିମିଷେ ଦେବେଶ କରି ପାରନ୍ତି ହରଣ ।ପଳାଅ ତ୍ୱରିତ ନୀରେ ଭସାଇ ତରଣୀ,ନିଜ ଦେଶ ସୁଶାସନ କର ନରମଣି ।ବୃଥା ଗର୍ବ କାପୁରୁଷ ତେଜି ମୋ ସକାଶ,ତୁଚ୍ଛ ମାର୍ଗିଡ଼ନ୍ ଆଗେ କର ହେ ପ୍ରକାଶ ।ଦେବତା କ୍ରୋଧାଗ୍ନି ଜ୍ୱଳେ ଜାଣିଲି ନିଶ୍ଚୟ,ପ୍ରେରିବି ଦୁହିତା ଏବେ ପୁରୋଧା ନିଳୟେ ।କିନ୍ତୁ ରାଜସୁତ ତୁମ୍ଭେ ଜାଣ ସୁନିଶ୍ଚିତ,ବ୍ରୀସିସ୍ ସୁନ୍ଦରୀ ଭୋଗେ ନ ବଳାଅ ଚିତ୍ତଅରପ ଚଞ୍ଚଳେ ବୃଥା ବିଳମ୍ୱେ କୁଫଳ,ଅବଗତ ନୁହ କେତେ ସମ୍ରାଟର ବଳ ।ସହଜେ ନଦେଲେ ପଶି ତମ ତମ୍ବୁବାସେ,ପ୍ରକାଶି ଯୁଦ୍ଧ ବିକ୍ରମ ଆଣିବି ସକାଶେ ।କେଡ଼େ ବଳବାନ ଗ୍ରୀକ୍ ଜାଣିବ ସେକ୍ଷଣି,ଦେବଙ୍କ ଅଧୀନ ସିନା ଯେତେ ନରମଣି !ରେ ବିଦ୍ରୋହୀ, ଆତ୍ମନିନ୍ଦା କରି ପୁନର୍ବାର,କରିବୁ ପ୍ରାର୍ଥନା କ୍ଷମା ଚରଣେ ରାଜାର ।ଏକିଲସ୍ ଦର୍ପମତି ଶୁଣି ରାଜଗିର,କ୍ଷୋଭେ କ୍ରୋଧେ ଯୁଗତତ ଅନ୍ତରେ ଅଧୀର ।ପରେ ପରେ ନବଭାବ ହୃଦୟେ ଉଦିତ,କ୍ଷଣେ ମହାକୋପେ ପୁଣି କ୍ଷଣେ ଧୀରଚିତ୍ତ ।ବାରମ୍ବାର କ୍ରୋଧ ମନେ ତୋଳେ ଉତ୍ତେଜନା,‘‘ଖୋଲ ତରବାରି ରାଜା ଗରବ ରଖ ନା ।’’ବିବେଚନା ପୁନଃ ହୃଦେ ହୋଇଣ ପ୍ରବଳ,ଧଇରଜ ସ୍ନିଗ୍ଧଜଳେ ସିଞ୍ଚଇ ଶୀତଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ