ବିଜନ ଚିନ୍ତା — କୁନ୍ତଳା କୁମାରୀ ସାବତ · ସ୍ୱର୍ଣ୍ଣଲିପିନୀରବ ରଜନୀ, ନୀରବ ସଂସାରନିଦ୍ରାବେଶେ ସ୍ତବ୍ଧ ଦିଗଦିଗନ୍ତର ।ନୀରବ ପ୍ରକୃତି ସୁଶାନ୍ତ ସୁନ୍ଦରଆବୋରିଛି ଅଙ୍ଗେ ବେଶ ଅନ୍ଧକାର ।ନୀରବେ ହସୁଛି ନଭେ ଶଶଧରମ୍ଳାନ ଦୀପ୍ତି ଛଟା କ୍ଷୀଣ କଳେବରହସୁଛି ତାରକା, ନୀରବ ନୟନଜଳେ ରୂପପ୍ରଭା କରି ବିଲୋକନ ।ଭାସୁଛି ଆକାଶେ ନୀରବ ନୀରଦ,ପ୍ରଚାରେ କି ନଭ ନୀରବତା ବେଦ ।ଶାନ୍ତି ମନ୍ତ୍ରେ ପୂତ ଦୀକ୍ଷିତ ସକଳେଶୋଇଛି କି ଧରା ଶାନ୍ତି ମାତା କୋଳେ !ଶାନ୍ତିର ସ୍ୱପନେ ହେରି ନିଦ୍ରାବେଶେତାରା-ଶଶୀ-ଛଳେ ହସେ ମୃଦୁ ହାସେ ।ବ୍ୟଜନୁଛି ବାୟୁ ଶାନ୍ତିର ବ୍ୟଜନ,ତାହା ଲଭି ଧରା ଶାନ୍ତ ତନୁ ପ୍ରାଣ ।ସୁସୁପ୍ତେ ଆନନ୍ଦେ ହୋଇଣ ବିଭୋରଶାଖୀ ଶାଖାଚୂଳେ ସଂଚାଳଇ କର ।ସରବ ନୀରବ ବିଶ୍ୱଚରାଚରକିନ୍ତୁ ଏକା ମୋର ବ୍ୟଥିତ ଅନ୍ତର ।ମୁକ୍ତ ବାତାୟନ ସମୀପେ ଆସୀନ,ଚିନ୍ତିତ ଅନ୍ତରେ କରେ ବିଲୋକନ ।ବସୁମତି ଶୋଭା, ଆକାଶ ବିଭବ,ମୋ ଅନ୍ତର ଛାଡ଼ି ସରବେ ନୀରବ ।ସରବେ ଶାନ୍ତିର ସୁଶୀତଳ ଅଙ୍କେଏକା ମୁଁ ମଜ୍ଜିତ ଦୁଃଖଶୋକ-ପଙ୍କେ ।ଜଳୁଅଛି ଦୀପ ଅଗ୍ରତେ ମୋହରକ୍ଷୀଣାଲୋକ କରି ପ୍ରକୋଷ୍ଠେ ସଞ୍ଚାର ।ମୁକ୍ତ ବାତାୟନ ପଥେ ସମୀରଣପରିବେଶି କରେ ଅମୃତ ସିଞ୍ଚନ ।ଲଭି ସେ ମଧୁର ଅମୃତ ହିଲ୍ଲୋଳନ ବହିଲା ହୃଦେ ଶାନ୍ତିର କଲ୍ଲୋଳ ।ଥରେ ଯେବେ ଦଗ୍ଧ ହୋଇଛି ହୃଦୟ,ଆଉ କିବା ସାଧ୍ୟ ହେବ ଶାନ୍ତିମୟ ।ଆଗ୍ନେୟ-ଅଚଳ ସମ ଭୟଙ୍କରଦଗ୍ଧ ହୃଦୟର ଯାତନା ଦୁର୍ବାର ।ଅନ୍ତରେ ଯାହାର ଜ୍ୱଳଇ ପାବକତା’ ବଳି ସଂସାରେ କେ ଭୋଗେ ନରକ !ତା’ ବଳି ଦୁଃଖୀ କେ ଅଛି ଏ ଜଗତେ,ଭଗ୍ନ-ଆଶା-ସୂଚୀ ବିଦ୍ଧ ଯାର ଚିତ୍ତେ ।ନିରାଶାର ବିଷେ ଅନ୍ତର ଜର୍ଜ୍ଜର,ତା’ ବଳି ଯୌବନେ ମୃତ୍ୟୁ ସୁଖକର ।ଆଶାଲତା ଯେବେ ଛିଡ଼େ ଚିରତରେତା’ ବଳି ଆଉ କି ଦୁଃଖ ଏ ସଂସାରେ !ଶତ ଶତ ବ୍ୟାଧି ପୀଡ଼ିତ ଶରୀରବ୍ୟଥିତ ଚିତ୍ତରୁ ନୁହେ କ୍ଳେଶକର ।ଥିଲେ ମନେ ଶାନ୍ତି, ସରବ ସଂସାରଦିଶଇ ନୟନେ ଆନନ୍ଦ ମନ୍ଦିର ।କିନ୍ତୁ ଶାନ୍ତି ବିନା ଭୂପତି ଭୁବନେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ହରୁ ଥିଲେ ଦିନ ବିଳାସ ବ୍ୟସନେ
ପାତି ହେମ ଶଯ୍ୟା ବସି ତହିଁ ପରେ
ହୀରା ମଣି ମୁକ୍ତା ସଜାଇ ଶରୀରେ
ସୁଖ୍ୟାଦ୍ୟେ ପୂର୍ଣ୍ଣିତ କରିଲେ ଉଦର
ପଦତଳେ ପାଇ ସହସ୍ର କିଙ୍କର
ନ ହେବ ତୃପ୍ତ ଏ ବିଦଗ୍ଧ ଚିତ୍ତ
ଶାନ୍ତ, ପିପାସାରେ ହେବ ଆକୁଳିତ ।
ବର୍ଷା ବାରି ପାଇଁ ମଣ୍ଡୁକ ଯେସନ
କରେ ଉଚ୍ଚରବ ଆକୁଳିତ ପ୍ରାଣ,
ଖୋଜି ବୁଲେ ଯେହ୍ନ ସ୍ୱଚ୍ଛ ନିର୍ଝରଣୀ
ଢଳ ଢଳ ନେତ୍ରୀ ଚକିତା ହରିଣୀ
ଧନ୍ୟ ସେହି ନର, ଶାନ୍ତି ଚିତ୍ତ ଯାର
ସହସ୍ର ନୃପତି ଅଗ୍ରତେ ତାର ଛାର ।
କିରୀଟ ନୁହଇ ସୁଖର ଆକର
ଚିତ୍ତ ଶାନତି ବିନା ସେହି ତ ଜହର ।
ଶାନ୍ତି ବିନା ପାଇ ସରବ ସଂସାର
ଚିତ୍ତେ ଲଭି ଅଛି ସୁଖ କେଉଁ ନର ?
ଆହା, ଶାନ୍ତିମୟ ଜୀବନ ଯାହାର
ତାପରି କେ ଭବେ ସୁଖୀ ଅଛି ଆର !
ଦାରିଦ୍ର୍ୟ ପୀଡ଼ନେ ଯଦ୍ୟପି ପୀଡ଼ିତ
ଅନ୍ନବସ୍ତ୍ରାଭାବେ ସତତ ବ୍ୟଥିତ,
ଯଦି ଭିକ୍ଷା କରେ ବୁଲି ଦ୍ୱାର ଦ୍ୱାର
ଗୃହ ବିନା ଆଶ୍ରା କରେ ତରୁତଳ,
ସହସ୍ର ଅଭାବେ ନିତ୍ୟ ନିପତିତ
ତଥାପି କି ସୁଖୀ, ଯାର ଶାନ୍ତ ଚିତ୍ତ !
ଶାନ୍ତିରେ ତାହାର ବଦନ ଉଜ୍ଜଳ
ସରୋବରେ ଯେହ୍ନେ ଫୁଲ୍ଲ ଶତଦଳ,
ଶରଦ ଆକାଶେ ଚନ୍ଦ୍ରମା ଯେସନ
ଭାସୁଥାଏ ହସି ଉଜ୍ଜ୍ୱଳ ଆନନ ।
କି ଶାନ୍ତି ତାହାର ହୃଦୟ-ମନ୍ଦିରେ
ଧନ୍ୟ ସେହି ନର ସଂସାର ମଧ୍ୟରେ ।
ଶାନ୍ତି ସମ ଧନ ନାହିଁ ଏ ସଂସାରେ
ଆହା, ମିଳିବ ସେ ଶାନ୍ତି କେଉଁଠାରେ ?
କେଉଁଠାରେ ସେହି ମହାମୂଲ୍ୟ ଧନ,
କେହି କି ଟିକିଏ ନ ଦେବ ସନ୍ଧାନ ?
କେଉଁଠାରେ ସେହି ଅପୂର୍ବ ରତନ
ଗୁପ୍ତେ ଦୀପ୍ତିଚ୍ଛଟ୍ଟା କରେ ବିକୀରଣ ।
ବସିଛି ନୀରବେ ବାତାୟନ ପାଶେ
ହେରି ଭବ ଶୋଭା ଶାନ୍ତି-ପ୍ରାପ୍ତି ଆଶେ ।
ଶୀତ ସମୀରଣ କରିଣ ସେବକ
ଲଭିବାର ଆଶେ ଶାନ୍ତି ମହାଧନ ।
କିନ୍ତୁ ଦଗ୍ଧ ଚିତ୍ତ ବ୍ୟଥା ବିଦୂରିତ
ହେରି ଭବ ଶୋଭା ହେବ କି କିଞ୍ଚିତ ?
ଦେଖି ନ ଦେଖିଲା ପରି ଏ ନୟନ
ହୃଦୟେ ତ ଦହେ ଅଶାନ୍ତି-ଦହନ ।
କର୍ତ୍ତବ୍ୟ କରମେ ନୋହିବ ବିମୁଖ
କ୍ରମେ କ୍ରମେ ତହୁଁ ଉପୁଜିବ ସୁଖ ।
ନ ପାଇଲେ ଫଳ ନୋହିବ ନିରାଶ
ବିପଦେ ଉଚିତ ଦ୍ୱିଗୁଣ ସାହସ ।
ଶେଷେ ପୁରସ୍କାର ଲଭିବ ନିଶ୍ଚୟ
ପିତା ଈଶ୍ୱର ଯେ ଚିର ଦୟାମୟ ।
ଧରିଥିବି ସଦା ସେ ପିତା ପୟର
କେବେ ତହୁଁ ମନ ନୋହିବ ଅନ୍ତର ।
ମୂର୍ଖ ନିଜେ ମୁହିଁ ଭୁଲି ସ୍ୱକରମ
କରୁଅଛି କିପାଁ ବିଫଳ ରୋଦନ ।
ଶୋକ ଦୂର କଲି ଭାବି ଏହା ମନେ
ପାହିଲା ଯାମିନୀ ସୁସ୍ଥିର ଶୟନେ ।
ହାହାକାର ଅସହ୍ୟ, ଦୁର୍ବାର
ଜଗତର ପ୍ରତି ଅଣୁକଣା ଭେଦି ଉଠେ ହାହାକାର
ମାତ୍ର ମମ ହାହାକାର ଅସହ୍ୟ ଦୁର୍ବାର ।
ନାହିଁ ତାର ପ୍ରତିକାର
ଜଳେ ସେ ବାଡ଼ବ ତେଜେ,
ବହେ ସେ ପବନ ବେଗେ
ନାଚେ ସେ ତାଣ୍ଡବ ରଙ୍ଗେ ଝରେ ଅଶ୍ରୁଧାର ।
ଚାନ୍ଦିନୀ ମୁଁ ଚଉରାଶୀ ଚକ୍ରେ
କି ପାପ କରିଛି ପୂର୍ବେ,
ସହୁଅଛି ଏବେ ।
ଶତ ଲବ୍ଧକ ନାରକୀ
ଆସନ୍ତି ମୋ ପାଶେ
ଚୋଷିବାକୁ ମମ ପ୍ରାଣ-ମଧୁ ନିକାଞ୍ଚନେ,
କେତେ ପ୍ରଲୋଭନ, କେତେ ଚାଟୁବାଣୀ,
କେତେ ଧମକ ଚମକ ଅସ୍ତ୍ର ଶସ୍ତ୍ର ଦାଢ଼
ଦେଖାଇ ଶାସନ୍ତି ମୋତେ,
ଏହି ଲୀଳା ଲାଗିଅଛି ନିତି ।
କୋମଳ ତରଳ ପ୍ରାଣ ହୁଅଇ କରତି
ବରତିବି ବୋଲି ଆଶା ନ ହୁଅଇ ତିଳେ
ହାୟ ହାୟ ହୁଏ ମାତ୍ର ଗୋପନେ ମରମେ ।
ସତ୍ୟ ସତ୍ୟ ଏ ଜୀବନ୍ତ ସତ୍ୟ,
କେବେ ବିକି ନାହିଁ ହୃଦ ଅର୍ଥ ବିନିମୟେ
ସାଜିଛି ଋଣ-ଚଣ୍ଡିକା ମୂର୍ତ୍ତି ଅହରହ ।
ତେଣୁ ଆଜି ନିର୍ବାସିତ ମୁଁ ପାପ କର୍ମରେ
ପଡ଼ିଛି ବନ୍ଦିରେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ