କରମଙ୍ଗାମଠ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
କରମଙ୍ଗାମଠ ଶିବ,କୁଶଳରେ ରଖିଥିବ ।ତୁମ୍ଭଙ୍କୁ ଏହି ମାଗୁଣି,ଅନ୍ନଜଳ ଦିଅ ପୁଣି ହେ ।୧।ଡୋର କୌପୀନ ବସନ,ବ୍ୟାଘ୍ର ଛାଲଟି ଆସନ ।ଏହି ଟି ସୁନ୍ଦର କଥା,ଆଡମ୍ବରଶୂନ୍ୟ ପ୍ରଥା ହେ ।୨।ଭଟ୍ଟନିର୍ମିତ ଦେଉଳେ,ଆସନ ଭିଡି ବର୍ତ୍ତୁଳେ ।ଯୋବରା କଳକୁ ଚାହିଁ,ବସି ରହିଛ ଗୋସାଇଁ ହେ ।୩।ବକସୀବଜାରେ ଜ୍ଞାନୀ,ଜନମାନେ ବଡ ମାନି ।ପାଟ ଅରଣା ମାର୍ଜନା,କରନ୍ତି ସେବା ଅର୍ଚ୍ଚନା ହେ ।୪।କିଞ୍ଚିତେ ନ କରି ଉଣା,ମୋଠାରେ କର କରୁଣା ।ପର୍ବତ ସମାନ ଯଶ,ଲଭିବଟି କୃତ୍ତିବାସ ହେ ।୫।