କବିତା (୧୧)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୪
- ସ୍ଥିତି
- ସାର୍ବଜନୀନ (Public domain)
ସତେ ଏ ଭାରତ ସେହି ପୁଣ୍ୟ ଆର୍ଯ୍ୟଋଷି ଭୂମିସଭ୍ୟତାର ଆଦ୍ୟଲୀଳା ସ୍ଥାନସତେ ଏ ଭାରତ ସେହି ନିନାଦିଲା ଯା’ ଅମ୍ୱରପ୍ରାତଃ ସନ୍ଧ୍ୟା ଦେବଗୀତି ଅମୃତ ସୁତାନ,ଯା’ର ଗଙ୍ଗା-ସିନ୍ଧୁତୀରେ ଉଚ୍ଛଳିତ ମନ୍ତ୍ରଗୀରେକଲ୍ଲୋଳିତ ଜଳେ ବାଜେ ବୀଣାର ପଞ୍ଚମପବିତ୍ର ସମିଧ କୁଣ୍ଡେ ଅନଳ ହିଲ୍ଲୋଳୋତ୍ଥିତଗନ୍ଧେ ଅଭିନନ୍ଦିତ କି ପାବନ ପବନ ।କଳାନ୍ତକ ମହାଯଜ୍ଞେ ଜୀବନ ଆହୁତି ଦାନେକେ ସେ ବୀର ଆସ ଅଗ୍ରେ ଆସ ହେ ମହାନଲଳାଟରେ ଯଶୋଟିକା ଜୈତ୍ରମଣି ଦୀପ୍ତିଶିଖାଅମଳୋଜ୍ଜ୍ୱଳ ବିରାଜୁ ଚିର ଜ୍ୟୋତିଷ୍ମାନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର