ଯୁଗଳ କିଶୋର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଭୁ ଯୁଗଳକିଶୋର,ନଯିବ ମନୁ ପାଶୋର ।ପଡିବ ଯା ନେତ୍ର ଥରେ,ତୁମ୍ଭ ଆସ୍ଥାନ ଉପରେ ହେ ।୧।ବଡରମ୍ୟ ତପୋବନ,ମଜ୍ଜେ ଦର୍ଶକ ନୟନ ।ବହୁ କାଳୁଁ କୀର୍ତ୍ତି ମୂର୍ତ୍ତି,ସ୍ଥିତି, ମିଳେ ରାଜବୃତ୍ତି ହେ ।୨।ଶେଷେ ମୋ ଏହି ପ୍ରାର୍ଥନା,ହୋଇଣ ଉତ୍ସୁକମନା ।ଯୁଗଳକିଶୋର ଦେବ,ଦେଶରକ୍ଷା ଭଲ ହେବ ହେ ।୩।