ଗଙ୍ଗେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
ଗଙ୍ଗାମନ୍ଦିରରେ ଘର,କରିଅଛ ଗଙ୍ଗେଶ୍ୱର ।ଗଙ୍ଗାମନ୍ଦିର ପୋଖରୀ,ନଗରରେ ମନୋହରୀ ।୧।ଗିରିବଇଷ୍ଣବମାନେ,ତବ ପୀଠ ସନ୍ନିଧାନେ ।ଲାଟମନ୍ଦିରକୁ ମାଡି,କରିଥିଲେ ମଠ ବାଡି ହେ ।୨।ଆର୍ତ୍ତେ ଡାକେ ଗଙ୍ଗେଶ୍ୱର,ମସ୍ତକରେ ଗଙ୍ଗାଧର ।ଦିଅ ହେ ଜଳକଣିକା,ସୁଯଶ ରହୁ ଅଧିକା ହେ ।୩।ମଧ୍ୟସ୍ଥଳ ଅଧିକାରୀ,ହୋଇଅଛ ତ୍ରିପୁରାରି ।ନଗରରୁ ଭୋଗରାଗ,ପାଇ କାହଁକି ବିରାଗ ହେ ।୪।ର ।ଜବଗିଚାର ମହାଦେବରାଜବଗିଚାର ଶିବ,କିଞ୍ଚିତେ ଦୟା ରଖିବ ।ଯାଇଅଛି ବହୁତର,ଆଶ୍ରମକୁ ଗଙ୍ଗାଧର ହେ ।୧।ଥିଲେ ଏକ କାଶୀବାସୀ,ତବ ସନ୍ନିଧାନେ ଆସି ।କାଠଯୋଡ଼ି ସ୍ରୋତେ ଭାସି,ଗଲେ ଅଛି ଶିଳାରାଶି ହେ ।୨।ଉତ୍କଳମହୁଡମଣି,ମହାରାଜ ବଡ ଗଣି ।ଆସିଥାନ୍ତି ତବପାଶେ,ଦର୍ଶନ କରିବା ଆଶେ ହେ ।୩।ଆର୍ତ୍ତେ ନାବିକ ଡାକନ୍ତି,ସ୍ରୋତେ ନଉକା ଚାଳନ୍ତି ।ସହାୟ ହୁଅ ଆପଣ,ନୋହିଲେ କାହାର ପଣ ହେ ।୪।ଚର୍ମଧାରୀ ତୁମ୍ଭେ ଶିବ,ଚମଡା କାର୍ଖାନା ଥିବ ।ଅସୁଖୀ ପଥୁକିମାନେ,କାଜିପାଟଣାର ଜନେ ହେ ।୫।