ଜେମାର ଜୟପାଳ ପ୍ରତି ଗୀତ
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୧
- ସ୍ଥିତି
- ସାର୍ବଜନୀନ (Public domain)
[ବ୍ରଜରାଜ ସୁତ ଫାନ୍ଦେ ପଡ଼ି ମିତ – ବୃତ୍ତେ]
କହୁଅଛି ସତ, ଯାଇଥିଲି ମୁଁ ତ, ମହାମାୟୀ ଦରଶନକୁ । ଜାୟା ମୁଁ ତୁମ୍ଭର, କାୟା ତୁମ୍ଭେ ମୋର; ତେଜି କି ଭଜିବି ଆନକୁ ।ପଦ । ଯାଏ ନିତିଦିନ ସେବି ଶିବାକୁ, ତୁମ୍ଭ ଆଶେ ଦେଇ ରଙ୍ଗ ଜବାକୁ । ବର ଦେଇଛନ୍ତି ମହିଷନାଶିନୀ ଭେଟିବୁ ପତିରତନକୁ ।୧। ତାଙ୍କ ବର ଆଜି ସଫଳ ହେଲା; ବାରବରଷରେ ଫଳ ଫଳିଲା । କରିଛି ନିୟମ ନୁହ ଆଉ ବାମ; ପଦେ ସ୍ଥାନ ଦିଅ ଦୀନାକୁ-।୨। ମୁହିଁ ପିଣ୍ଡ ତୁମ୍ଭେ ଅଟ ପରାଣ, ବରଣ କରୁଛି ପଶି ଶରଣ । ଏ ଚରଣ ଛଡ଼ା ଆନେ ନାହିଁ ମତି ଚାତକୀ ତେଜେ କି ଘନକୁ ।୩। ନୟନରେ ନିଦ୍ରା ଘୋଟିଲା ମୋର, ଶୟନ କରିବା ହେ ଜୀବେଶ୍ୱର ! ବଇଷ୍ଣବ ଗିର ତବ ମନ୍ତ୍ର ପରି ଜପେ ସଦା ମନକୁ ।୪।
ମନ୍ତ୍ରୀଝିଅ – ଆହାଜୀବେଶ୍ୱରଙ୍କର ନେତ୍ରେ ପୁଣି ନିଦ୍ରା ଢାଙ୍କିଲାଣି;ଦେଖେଁ, ଏ ଝୁଲାରେ କି କି ପଦାର୍ଥମାନ ରଖିଛନ୍ତି ।(ଝୁଲାଖୋଲନ୍ତେ ଏକ ପୁରୁଷ ଉତ୍ପତ୍ତି)ଦେଖୁ ଦେଖୁ ଅସ୍ଥି ଚାରିଖଣ୍ଡ ଗୋଟିଏ ସୁନ୍ଦର ପୁରୁଷ ହୋଇଗଲା ! ଏ ବଡ଼ ଆଶ୍ଚର୍ଯ୍ୟ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ