ଜୟପାଳର ଗୀତ
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
[ଦିଅ ଦିଅ ବାହୁକ ହେ ଦିଅ – ବୃତ୍ତେ]
ମହାଶିକ୍ଷା ଲାଭ ହେଲା ସଖା ରାଜ୍ୟେ ଚାଲ ଯିବ । ନିଜ ଭାଗ୍ୟବୃକ୍ଷ ଫଳ ଆନ କେ କହ ଭୁଞ୍ଜିବ ।ପଦ । ଯାହା ଥିଲା ବିଧିଲେଖା; ତାହା ନେତ୍ରେ ଦେଲା ଦେଖା; ସଳଖକୁ କରେ ବଙ୍କା ଏକା ସେ ପଙ୍କଜଭବ । ଚନ୍ଦ୍ରରେ କଳଙ୍କ କଲି, ସେହି ବିହି ଅଛି ବୋଲି, କର୍ମ ପାଦପରୁ ଫୁଲ ତୋଳିବା ଅଟେ ଦୁର୍ଲୁଭ ।୨। ନଳକୁ ଛଳିଲା କଳି, ରକ୍ଷ ନେଲା ଗ୍ରାମବାଳୀ, ଗୋପାଳ ଉଚ୍ଛିଷ୍ଟ କୋଳି ଖାଇଛନ୍ତି ବାସୁଦେବ ।୩। ସତ୍ୟେ ଥିଲେ ରଖି ମତି; ଶେଷେ ମିଳିବ ସୁଗତି । ଦ୍ୱିଜ ବଇଷ୍ଣବ ଚିତ୍ତେ ଚିନ୍ତେ ନିତି ଶିବ ଶିବ ।
(ଜୟନ୍ତ, ଜୟପାଳ ଓ ମନ୍ତ୍ରୀଜେମା ସହ ନିଜ ରାଜ୍ୟକୁ ପ୍ରସ୍ଥାନ)[ଯବନିକା ପତନ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ