ଜନନୀଙ୍କ ସ୍ମୃତି
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୨
- ସ୍ଥିତି
- ସାର୍ବଜନୀନ (Public domain)
“Faithful remembrancer of one so dearO welcome guest, though unexpected here!”W. Cowper.
-୧-
କି ମଧୁର ସ୍ମୃତି ଆଜି ପଡ଼ଇ ରେ ମନେ,କି ବରେଣ୍ୟ ମୂତ୍ତ ମୋର ନାଚଇ ନୟନେ ।ମୋ ପ୍ରାଣ−ଜନନୀଙ୍କର ମଧୁରମୂରତୀ-ସୁଦୂର ଶୈଶବ−ସ୍ମୃତି ଅସ୍ପଷ୍ଚ ତ ଅତି ।ବିଧିର ଦାରୁଣ ବିଧି ଶିରୋଧାର୍ଯ୍ୟ କରିଶୈଶବେ ତେଜିଲେ ମୋତେ ଜନନୀ ମୋହରି ।ଅମୃତ−ମଧୁର ତାଙ୍କ କୋମଳ ବଚନ,ଦୟା−ସରଳତା−ବୋଳା ଆୟତଲୋଚନ ।ପ୍ରଶାନ୍ତ ସରଳ ମୂର୍ତ୍ତି, ଗମ୍ଭୀର ଚମନ,ଗୃହକର୍ମେ ତତ୍ପରତା, ସଖୀ−ସମ୍ଭାଷଣ,ସହାସ−ଆନନ ଆମ୍ଭ ସାଧୁ ଆଚରଣେ,କଠୋରତା−ପୂର୍ଣ୍ଣ ଦଣ୍ଡ ଦୋଷ−ଦରଶନେ ।ବିଗତ ଜନମ−ବାର୍ତ୍ତା−ଅସ୍ପଷ୍ଟ ସ୍ୱପନ-ଆଜି ମୋ ମାନସ ପଥେ କରେ ବିଚରଣ ।
-୨-
ଅତି ପ୍ରତ୍ୟୁଷରୁ ମାତା ତେଜିଣ ଶୟନ,ପ୍ରାତଃକାଳୁଁ କରୁଥିଲେ ସ୍ନାନ ସମାପନ ।‘ଭାଗବତ−ଗୋସେଇଁ’ଙ୍କ ଭୋଗ−ଆୟୋଜନ,କରିଥାନ୍ତି ନ ଆସୁଣୁ ପୂଜକ ବ୍ରାହ୍ମଣ ।ଅପାର ଆନନ୍ଦ ମାତା ପାଉଥିଲେ ତୋଷି-ନ ଖାଇ ନ ପିଇ ଯୋଗୀ, ଦୁଃଖୀ, ଭୋକୀ, ଶୋଷୀରାତ୍ରୁଁ ଥାଏ ପୋଡ଼ିପିଠା, ଦୁଧ, ଦୁଧସର,ଦିଅନ୍ତି ପ୍ରଭାତେ ମୋତେ ଜନନୀ ମୋହର ।କହିଥିଲେ ମାତା ଥରେ ଧରି ମୋତେ କୋଳେ,‘ରଖିବୁ ତୁହି ମୋ ନାମ’ ଚୁମ୍ବି ମୋ କପୋଳେ ।ଅଧମ ସୁତର ମାତଃ ଦେଖି କି ଲକ୍ଷଣ,କହିଥିଲେ ଏହିପରି ଭବିଷ୍ୟ ବଚନ ।କହନ୍ତି ଏ କଥାସବୁ ତବ ସଖୀଗଣ,ତେଜି ମୋତେ କାହିଁ କଲ ଅକାଳେ ଗମନ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ