ଭଗିନୀଙ୍କ ଉପହାର
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
‘They sin who tell us love can die.’Southeyକି ମହାର୍ଗ−ଉପହାର ଆଣିଲୁ ରେ ଚର,ଅଛନ୍ତି ତ ଭଲ ପ୍ରାଣ−ଭଗିନୀ ମୋବର ?ଅଭାଗା ଭ୍ରାତାକୁ ଏତେ ଦିବସେ ଭଉଣୀ,ପାସୋରି କିପାଁଇ ମନେ ପକାଇଲେ ପୁଣି ?ନିୟତି ନିଦେଶେ ଯେବେ ଘେନିଣ ବିଦାୟ,ଆତ୍ମା−ପକ୍ଷୀ ଉଡ଼ିଯିବ ତେଜି ଏ କୁଳାୟ ।ସେତେବେଳେ ଭଗିନୀ କି ଅଧମ ସୋଦରେ,ସଜଳନୟନେ ମନେ ପକାଇବେ ଥରେ ?ମୃତ୍ୟୁ ପରେ ଜଣେ ହେଲେ କରିବ ସ୍ମରଣ,ଏ ଚିନ୍ତାରେ ଆନନ୍ଦିତ ହୁଏ ମୋର ମନ ।ଜ୍ଞାନଜନେ କହିଥାନ୍ତି ‘ପ୍ରୀତି ଅନଶ୍ୱର’,ସ୍ୱର୍ଗେ କି ରହିବ ସ୍ନେହ ତାଙ୍କର ମୋହର ?କହିବୁ ତୁ ଭଗିନୀଙ୍କି ଦରିଦ୍ର ଭାତାର,ନାହିଁ ଶକ୍ତି ଦେବ ତାଙ୍କୁ ପ୍ରୀତି−ଉପହାର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ