ଜଣାଣ ଓ ସଙ୍ଗୀତ — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପି୧
ନିରାଶ ରୀତିକି ଛାଡ଼ ଗୋ ଜନନୀନୀଳାଦ୍ରି କ୍ଷେତ୍ର ବଦନୀ ମୋହ ଘେନି ନିନ୍ଦା ପାଇବୁଟି ବଡ଼ ଗୋ ।ପଦ ।ପକାଇ ଦେଲେ ମୁଁ ପେଲି ପଶୁଥିବି ଧରି ଚରଣ ପାହୁଡ଼ନାହିଁ ମୋର ଗତି ତ୍ରାହି ଭଗବତି ତୁହି ଏଥର ନହୁଡ଼ ଗୋ ।୧।ଖୋଜି ଖୋଜି କେତେ ଦେଖିଲି ଜଗତେ ଦୟାକୁ ତୋତେ ମୁଁ ବଡ଼ନରଖିବୁ ଯେବେ ଅରଖିତ ତେବେ ଭାସିଲା ଏ କଥା ଦୃଢ଼ ଗୋ ।୨।ସିଂହ ଦୁଆର ଏ ପାଖେ ପକାଇବୁ କରିଣ କାଙ୍ଗାଳ ଧେଡ଼ିତୋ ଭାବେ ମଜ୍ଜନ ହେବ କି ଜୀବନ ଅନ୍ନ ବିନା ଦିଶୁ ବାଡ଼ ଗୋ ।୩।ସେଠାରେ ପଡ଼ିବା ଯାଏ ଚଳୁଥାଉ ପଛେ ଭାଜି ଯାଉ ଗୋଡ଼କବଳେ କବଳେ କଇବଲ୍ୟ ଦେବୁ କଟୀକି ଛିଡ଼ା କାପଡ଼ ଗୋ ।୪।ଆନ ମନ ନକରିଣ ତୋ ଧିଆନ ଭାବେ ହୋଇଯିବ ଜଡ଼ବ୍ରଜନାଥ ବୋଲେ ପତିତପାବନୀ ନାମର ଏ କୃପା ବଡ଼ ଗୋ ।୫।
୨
ଚିତ୍ତ ଚିନ୍ତ ଜଗନ୍ନାଥ କଳା ମୁଖକୁ ।ପାଇବୁ ପରମାନନ୍ଦ ସୁଖକୁ ରେ ।ଅରୁଣ ରଙ୍ଗ ଅଧର ଆହା କେଡ଼େ ମନୋହରହସୁଥିଲା ପ୍ରାୟେ ଦିଶେ ପାଖକୁ ରେ ।୧।ପ୍ରବଳ ବିପୁଳ ବାହା ଟେକିବା ଭଙ୍ଗୀକି ଚାହାଁଯାହା ତଳେ ରଖନ୍ତି ଅରକ୍ଷକୁ ରେ ।୨।ସୁନିଶ୍ଚଳ ଚକା ଆଖି ଚାହିଁଲେ କରି ନିରେଖିନ ଯିବୁ ଯମଦଣ୍ଡ ପାଖକୁ ରେ ।୩।କରୁଣାରେ ପରିପୂର୍ଣ୍ଣ ଢ଼ାଳେ ପଙ୍କଜ ନୟନତାରୁଛନ୍ତି ପାପୀ ଲକ୍ଷ ଲକ୍ଷକୁ ରେ ।୪।ଅଟନ୍ତି କି ଭାବଗ୍ରାହୀ ଶ୍ରୀବତ୍ସ ପାଦକୁ ବହିଅଛନ୍ତି, ଅନାଉ କିନା ବକ୍ଷକୁ ରେ ।୫।କର୍ଣ୍ଣେ ମକର କୁଣ୍ଡଳ ଝଲକେ ଗଣ୍ଡ ମଣ୍ଡଳନାହିଁ ତ ଉପମା ଦେବା ଲକ୍ଷ୍ୟକୁ ରେ ।୬।କପୋଳେ ରତନ ଚିତା ଦେଖି ଧରି ନୋହେ ଚେତାତଥିପରେ ହେମ ରାହୁ ରେଖାକୁ ରେ ।୭।ବ୍ରଜନାଥ ବୋଲେ କାଳ ଦେବତା ନଧରୁଁ ବାଳକରିଥା କରୁଣାସିନ୍ଧୁ ପକ୍ଷକୁ ରେ ।୮।
୩
ଦୀନଜନ ବନ୍ଧୁ ଆରତ ତ୍ରାଣଦଶ ଚାରି ଭୁବନର ଶରଣଦିନକୁ ଦିନ ଦୁଃଖ ହେଲା ଭାରି,ଦୀନଜନମାନେ ଛାଡ଼ିଲେ ହୁରିଦୟା ଏଣୁ ତେଜି,ଦାରୁଣ ହେଲକି ଶ୍ରବଣ ବୁଜି ।୧।ଦେଇ ଦେଇ ହେଲା ଭଣ୍ଡାର ଶୂନ୍ୟ,ଦୁଆର ନ ଛାଡ଼ିଲେ ଦୀନଜନଦଇବେ ତ ଦୁଃଖୀ ହେଲେ ପ୍ରବଳଦେବାକୁ ଯେଣୁ ନ ପାରଲା ବଳଦୟା ଏଣୁ ତେଜି,ଦାରୁଣ ହେଲ କି ଶ୍ରବଣ ବୁଜି ।୨।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ଦ୍ରୋହ କଲ ବା କମଳା ନାରୀଙ୍କି
ଦେଲେ ସେ ଭଣ୍ଡାର ଦ୍ୱାର ପାରିକି
ଦିନେ ତୁମ୍ଭଙ୍କୁ ନମିଳିଲା ବେଳେ
ଦେବ କାହୁଁ ବା ମାଗିଲେ କବଳେ
ଦୟା ଏଣୁ ତେଜି,
ଦାରୁଣ ହେଲ କି ଶ୍ରବଣ ବୁଜି ।୩।
ଦୂରେ ଥାଇ ଗଜ ଡ଼ାକ ଶୁଣିଲ
ଦୁଷ୍ଟ କୁମ୍ଭୀରକୁ ଚନ୍ତ୍ରେ ହାଣିଲ
ଦୌପଦୀ ଆରତ ଫେଡ଼ିଲ ଯେଣୁ
ଦୁଃସହ ଭାରା ହେଲା ଅବା ତେଣୁ
ଦୟା ଏଣୁ ତେଜି,
ଦାରୁଣ ହେଲ କି ଶ୍ରବଣ ବୁଜି ।୪।
ଦ୍ୱିସପ୍ତ ଲୋକର ମୋପରି ଯେଣୁ
ଦୁଃଖୀ ନ ଦେଖି ଭୟ କଲ ତେଣୁ
ଦଇବେ ଦୀନରେ ଅଗ୍ରଣୀ ମୁଁ ତ
ଦିବା ରାତ୍ରରେ ଭାଳେ ବ୍ରଜନାଥ
ଦୟା ଏଣୁ ତେଜି,
ଦାରୁଣ ହେଲ କି ଶ୍ରବଣ ବୁଜି ।୫।
୪
ନବଘନ ଶ୍ୟାମ ହେ, ଶତ କାମଜିତ ଅଭିରାମଗୋପପୁର-କୁଳ-ପାଳିବାକୁଳ-ମୋହ-ମାଦକ-ଧାମ ।କଳିତ କଳରବ ମଧୁର ମଞ୍ଜୁଳଲଳିତ ବେଣୁ ବିଳାସ ଚଞ୍ଚଳଦଳିତ କାଳୀୟ ସର୍ପ ଦର୍ପକ ଦୁଷ୍ଟ ଦାନବ କାଳ ହେ ।୧।କୁଞ୍ଜ କାନନ କେଳି କୌତୁକକୌତୁକୀ ସୁର ନିକର ନାୟକଗବଂ ଗଞ୍ଜନ ସର୍ବ ରଞ୍ଜନ ଗୋପ ଭୂପତି ବାଳ ହେ ।୨।ଲପନ ଛବି ଜିତ ଚନ୍ଦ୍ରମଣ୍ଡଳତପନ ଦୀପନ କର୍ଣ୍ଣ କୁଣ୍ଡଳବିପିନ ଚାରଣ ଚରଣ ରୁଣଝୁଣ,ହେମ ନୁପୁର ନାଦ ହେ ।୩।ବିବୁଧବରବର ଦୁଷ୍ଟଦାରଣଗୋପ ଗୋକୁଳ କଷ୍ଟ ହାରଣପ୍ରଳୟ-ପାଳନ ସୃଷ୍ଟିକାରଣ, ଦେବ ଚିନ୍ତିତପାଦ ହେ ।୪।ଭକ୍ତବତ୍ସଳ ଦୀନବାନ୍ଧବମୁକ୍ତି ଦାୟକ ରାଧିକାଧବଦେବ ବନ୍ଦିତ ହେ ଦୟାମୟ,ଖେଦ ଖଣ୍ଡନ ନାଥ ହେ ।୫।କେଶୀ-ଅଘ-ବକ-ଶକଟ-ସଂକଟନାଶୀ ତବ ପଦ ପଦ୍ମ ମଧୁଲିଟଦୀନବର ବ୍ରଜ-ନାଥ ବୋଲେ ଦର,ଦୂରକର ଦର ହାଥ ହେ ।୬।
୫
ସଖି ! ଦେଖିଲି ଆଜ ମୁଁ ବ୍ରଜପତିଙ୍କି ଗୋମନ ଅଭିରାମ ନବ ଚୂତ କାନ୍ତିକି ଗୋ ।ସଜଳ-ଜଳଦ ନୀଳମଞ୍ଜୁଳ ତମାଳ ଦଳଦଳିତ-କଜ୍ଜ୍ୱଳ ଶ୍ୟାମ ଦ୍ୟୁତିକ ଗୋ ।୧।କଟିତଟେ ପୀତପଟଘନେ ଚପଳା ଚହଟନଟବର ମନୋହର ମୂର୍ତ୍ତିକି ଗୋ ।୨।ଶିଖି ଶିଖଣ୍ଡକ ଚୂଳସୁଷମ କୁସୁମମାଳଲୁଳୁଥିଲା କଣ୍ଠୁ ପାଦ କତିକି ଗୋ ।୩।ମୃଦୁ ମନ୍ଦ ମନ୍ଦ ହାସସୁରଙ୍ଗ ଓଷ୍ଠେ ପ୍ରକାଶହୋଇ ନାଶେ ଅନାୟାସେ ଧୃତିକି ଗୋ ।୪।ନ୍ତ୍ରିଭଙ୍ଗୀ ଛନ୍ଦରେ ଉଭାଶ୍ରୀକରେ ମୁରଲୀ ଶୋଭାଯହିଁ ବାଇ କଲେ କୁଳବତୀଙ୍କି ଗୋ ।୫।ଦୀନ ବ୍ରଜନାଥ ରାତିଦିନ ଏ କେଶୀଅରାତିରୂପ ଭାବୁଅଛି ଭବ ଭୀତି କି ଗୋ ।୬।
୬
(ରାଗ-ଧନାଶ୍ରୀ)ଆଜି ବନମାଳୀ ଗୁଣ ଜପାମାଳି ହୋଇଲାଅଳି କେତକୀ ପରା ଯା ମୋତେ ସେ ନ ଚାହିଁଲା ରେ ।ପଦ ।ଭାଳିଲେ କି ହେବ ଯେ ଯା ଅର୍ଜିଲା ତା ପାଇଲାଭାଳିଆଇ ତୁ ଯା କଲୁ ସେତ ମନେ ରହିଲା ।୧।ଓଳିକି ଓଳି ଲାଗିଲୁ ତୋତେ ଲଘିଂ ନୋହିଲାଓଳି ପଦାରେ ମନ୍ଦିରେ ତା ଗୁଣ ତ ପଇଲା ।୨।ଗାଳି ଦେଲି ତାକୁ ଯେବେ ମୋ ପାଶକୁ ଅଇଲାଟାଳି ଦେଲାକୁ ତୁ ସିନା ବହପ ସେ ପାଇଲା ।୩।ମିଳିଲେନି କେଳିକି ତା ଭଳି ଯେତେ ଛଇଳାତଳିପା ତଳେ ତ ଗୋପ ଭୂପପଣ ଥୋଇଲା ।୪।କୁଳୀନ ଯୁବତୀ ମୋରେ ମଳି କାହୁଁ ଅଇଲାତାଳି ଧରିବାକୁ ଏବେ ନଳୀନ-ଜ ବହିଲା ।୫।କାଳୀଦଳି ନିଆଁ ଗିଳି ତୋଳି ଗିରି ଧଇଲାବଳିଗଲା ସେ ଦିନୁଟି ବ୍ରଜନାଥ ବୋଇଲା ।୬।
୭
ଦୂତି ରତିପତି ଭୀତି ଅତିରେକ ହୋଇଲାହୃଦୟେ ଉଦୟ ହୋଇ କାମାନଳ ଦହିଲାରେ ।ଆନ ହେତୁ କିଛି ନାହିଁଆନନକୁ ମୋର ସହିଆନନ୍ଦେ ନନ୍ଦ-ନନ୍ଦନ ଏକମାତ୍ର ଚାହିଁଲା ।୧।ନାସା ଫୁଲାଇବା ରୀତିସୁସ୍ମିତ ମିଶା ଭାରତୀତା ଚାରୁଠାର ଚାହାଣୀ ଆନକୁ ତ ନଇଲା ।୨।ଦୂରୁଁ ଚାହିଁଲା କ୍ଷଣି ସେଚାରୁ ଭୁରୁ ନାଟ ରସେକରୁଁ କରୁଁ କରୁଁ ମୋର କୁମ୍ଭ ଖସି ପଇଲା ।୩।କଟୀତଟେ ପୀତାମ୍ୱରପଟ୍ଟ ପିନ୍ଧା ଆଡ଼ମ୍ୱରହଟି ଚିତ୍ତ ବଟି ନେଇ ନଟ ସିନା ସାଇଲା ଗୋ ।୪।ବ୍ରଜନାଥ ହୋଇ ରତାଭାସେ ଭାସିଯିବ ଚିନ୍ତାରସା ରସ-ରାଶିକି ତୁ ଭେଟି ଗୋପୀ ବୋଇଲା ।୫।
୮
ପଡ଼ିଲି କି ପରମାଦେ, ନନ୍ଦସୁତ ମୋତେ ଲାଗିଲା ବାଦେରଜନୀ ଦିବସ ସଜନୀ ତା ବଶ ହୋଇ ବାଇ ହେଲି ମୁରଲୀ ନାଦେ ।ଯେତେବେଳେ ମୁହିଁ ପାଣି ଆଣିଯାଇ ଜଗି ବସିଥାଇ ବିଜନ ପଦେଛଟକ ମଟକେ ସରାଗେ ମୋ ଆଗେ ଅଟକେ କହିବାଯାଏ ମୁଁ ପଦେ ।୧।ମନ୍ଦ ନଣନ୍ଦ ଯା ବାଦ ଉପୁଯାଏ ନନ୍ଦ ନନ୍ଦନର ପ୍ରୀତି ଦୁର୍ବାଦେଦୂରେ ତାକୁ ଦେଖି ଦରେ ବୁଜି ଆଖି ଘରେ ପଶିଯାଇ ମନ ବିଷାଦେ ।୨।ଅତି ସରାଗରେ ଅନାଇଁ ଯାଏ ଯା କହ୍ନାଇ ଅଧର ଭିଡ଼ିଣ ରଦେଧରତିରେ ତାର ବରତି ଯିବ କେ ସୁରତି ଇଚ୍ଛିବ ଜରତୀ ହୃଦେ ।୩।ଦିଶେ ଦିଶେ ସହି ଦିଶେ ମୋତେ ସେହି ତା ବେଶ ସପନେ ଦେଖଇ ନିଦେବ୍ରଜନାଥ ବୋଲେ ଲାଜ ଦୂର କଲେ ଆଜ ବୃନ୍ଦାବନେ ମାତିବୁ ମୋଦେ ।୪।
୯
ଏକି ରୀତି ତୋର, କୁଆକୁଟା କଲୁ ଅତୀତ ଲୋ ମାଘର ବର ଦୁଇ ଦୂର କରିଦେଇ ତୋ ବୋଲେ ଅଇଲି ଏଥି ତମରମର ତୁହି ତରତର ହୋଇ ଆଣି କଲୁ ଏତେ ବ୍ୟଥିତ ଲୋମା ।୧।ଦେଲୁ ଏତେ ଦଣ୍ଡ ଭାଲୁ ବାଘ ଗଣ୍ଡ ଚାଲୁଥିବେ ଗଜ-ଯୁଥ ତମୁଖରେ ତାଙ୍କର ମୁଁ ଖରେ ପଡ଼ିଲେ ସୁଖୀ ହୁଅନ୍ତା ଚିତ୍ତ ତ ଲୋମା ।୨।ଏ ଗୋପ ଯୁବତୀ ସତୀକି ଅସତୀ ବାଦ ହୋଇଥାନ୍ତି ନିତି ତଫୁଟିଲେ ଏ ମଳ ଫାଟିଲା କପାଳ ଭୋଗ ହେବ ନାଗ ମଥିତ ଲୋମା ।୩।କହୁଥିଲୁ ତୁ ସେ ସେହିଥିବ କୁଞ୍ଜେ ଚାହିଁ ତୋ ଗମନ ପଥ ତଉଠ ଉଠ ମଠ ନକର ଏପାଠ ଛାଡ଼ କହେ ବ୍ରଜନାଥ ତ ଲୋମା ।୪।
୧୦
ଆହେ ଜଗନ୍ନାଥ ଦୁଃଖୀର ସଂଗାତ, ନରଖିଲେ ଭାସି ଯାଉଛି ।ମତ୍ତ ଗରବରେ ପ୍ରଭୁଙ୍କୁ ନ ଚିହ୍ନି ତହିଁ ପ୍ରତିଫଳ ପାଉଛି ।୧।ପୀନ ବାହୁଯୁଗ ଟେକି ରଖିଅଛ ଦୀନକୁ ରଖିବା ପାଇଁଜଗନ୍ନାଥ ତୁମ୍ଭ ଜଗତ ଭିତରେ ମୋତେ କି ଗଣିଲ ନାହିଁ ।୨।କାଳକ ଯାକ ତ ବାଳକ ବୁଦ୍ଧି ମୋ ନ ଗଲା କେହି ତରିଛିକାଳ ନାଶବ ନାମକୁ ଆଶ୍ରେ କରି ଅକାରଣରେ ମରୁଛି ।୩।ନାହିଁ ତାତ ମାତ ସ୍ୱାମୀ ଇଷ୍ଟ ମିତ୍ର ଭାଇ ବନ୍ଧୁ ଥାଇ ନାହିଁଏପରି ଦରିଦ୍ର ହେଲେହେଁ ସୁରେନ୍ଦ୍ର ! ଆହା ବୋଲନ୍ତାହିଁ ନାହିଁ ।୪।ପତିତପାବନ ବାନା ଉଡ଼ାଉଛ ମୋ ଠାରେ ନଦିଅ ଦୃଷ୍ଟିପର ଅପର ବିଚାର ତୁମ୍ଭେ କଲେ କିପରି ରହିବ ସୃଷ୍ଟି ।୫।ଦୀନଜନଙ୍କର ବନ୍ଧୁ ହୋଇ ଦୀନବନ୍ଧୁ ନାମକୁ ବହିଲମୋହଠାରୁ ଦୀନ ଶ୍ରେଷ୍ଠ କେହୁ ଅଛି କାହାକୁ ଆଉ ରଖିଲ ।୬।ନାହିଁ ଯା ବିନା ଆନ ଗତି ସେ ତାକୁ ସବୁ ତ ଗୋଚର କଲେନଗ ଯେହ୍ନେ ଫଳି ଫୁଟି ଶୀର୍ଣ୍ଣ ହୋଏ କେବଳ ଧରା ଉପରେ ।୭।କି ରୂପ ତୁମ୍ଭର ଭଗତ ହୋଇଛୁ କି ରୂପେ କରୁଛ ଦୟାଏହା ନ ଜାଣିଲି ମୁଖେ ତ ହୋଇଲି କେବଳ ଧରିଣ କାୟା ।୮।ଘରେ ବସିଥାଇ ମୁଖେ ଦେଲେ ଖାଇ ଚତୁର୍ମାସ୍ୟା ବକ ପରିଆଜଗର ଚିନ୍ତୁ ଅଜାଣେ ଧାତା ବା ଗଢିଲା ମନୁଷ୍ୟ କରି ।୯।ପୂରି ରହିଅଛି କରୁଣା ସମୁଦ୍ର ସରିଯିବ ତହୁଁ କେତେକୁଶାଗ୍ର ବିନ୍ଦୁରେ ସୁଖୀ ହୋଇବି ମୁଁ କୋଟି ଜନ୍ମ ପରିଯନ୍ତେ ।୧୦।ଶିଷ୍ଟକରଣ କୁଳରେ ଜାତ ହୋଇ ଇଷ୍ଟ ଭଜି ନ ପାରିଲିଅରକ୍ଷ ରକ୍ଷଣ ଜଗତ କାରଣ ଚରଣେ ଶରଣ ଗଲି ।୧୧।ରଖ ବା ନ ରଖ ମୋର ନାହିଁ ସଖ୍ୟ ବିଧିମତେ ସେବିବାରବାର ବାର କରି ଜଣାଇଛି ଦୀନ ବରଜନାଥ କିଙ୍କର ।୧୨।
୧୧
ଧନ କି ରଙ୍ଗେ ଚାହେତରଙ୍ଗେ ତୁଳ ବାଳ କୁରଙ୍ଗୀ ନୋହେ ।କଟାକ୍ଷ ତଳୁଥାଇ ଶ୍ରବଣ ସୀମା,ନାଶେ ଅନ୍ୟାୟ ଋଷି ଦମ୍ଭ ଗାରିମା ।୧।ଗଣ୍ଡ ମଣ୍ଡଳେ ପୂରିଥାଇ ତ ହାସଓଷ୍ଠ ପଲ୍ଲବେ ଲବେ କରି ପ୍ରକାଶ ।୨।ଲେଖା ନାରୀକୁଳେ ସେ ଲେଖା ରସିକା,ଫୁଲାଇ ପ୍ରଫୁଲ୍ଲିତ ତିଳ ନାସିକା ।୩।ଶତ୍ର ଭୁଲିବ ବତ୍ର ଭ୍ରୂଲତା ନାଟେ,ମୃଦୁ ମଧୁରେ ପଶି ପ୍ରେମ ଉତ୍କଟେ ।୪।ହାବ ଭାବ ଲୀଳାଦି ତା ନେନ୍ତ୍ରେ ଥାଇ,ପ୍ରକାଶ ହୋଏ ରତି ସହି ଅସହି ।୫।ସୁରସେ କବି ବ୍ରଜନାଥ ଭଣଇ,ନାଗରବର ମନ ଏହା ଜାଣଇ ।୬।
୧୨
ମୋତିଦନ୍ତୀ ଦନ୍ତୀବର ଗତି ତ ସେ, କାଲି ରାତି ହେଲା ବାଈଶ୍ୟାମଳ କମଳ-ଦଳନେନ୍ତ୍ରୀ କାମ-ଅମଳ ବା ଥିଲା ଖାଇ ।ଲାଜେ ପାଶେ ସେ ଯେ ନ ବସଇ ଶେଯେ ପଲଙ୍କେ ଅଙ୍କେ ନ ରହେକୁଚ ଯୋଡ଼ି ଯୋଡ଼ି ନିବିଡ଼ରେ ଭିଡ଼ି ଜଡ଼ିଗଲା ମୋର ଦେହେ ।୧।ମୋ ବନ୍ଧ ପରାଣ ଧନ କହି ରାଣ ଦେଲେ ଅବା ଚୁମ୍ୱ ଦିଏଚାରୁ ସରୁ ଚୁମ୍ୱ ଶତ ଶତ ବିମ୍ୱ-ଓଷ୍ଠୀ ଦେଲା କେତେ ସ୍ନେହେ ।୨।ଚାଟୁ କରି ଦିନ-ଯାକ ଅବା ପୀନ-ଜଘଂରୁ ଖସାଇ ବାସଅଚୀର ସର୍ବାଙ୍ଗେ ଚିରକାଳ ରଙ୍ଗେ ବିହରିଲା ଏ ମୋ ଦୃଶ ।୩।ଲାଗିଲେ ବିନତି କରି ଯେ ସୁରତି ସମ୍ମତି କରଇ ନାହିଁବିପରୀତେ ମାତି ଝୁଲି ଝୁଲି ଛାତି ପରେ ଶୁଏ ଶ୍ରମ ପାଇ ।୪।ଏ ଅମଳ ଖାଇ ପ୍ରତି ରାତି ବାଈ ହୋଇଥାନ୍ତା ବାଳା ଯେବେବ୍ରଜନାଥ ଭାଷେ ମନୋଜକୁ ଲେଶେ ଭୟ ହୁଅନ୍ତାନି ତେବେ ।୫।
୧୩
କେଳି କୁଶଳା ବାଳାମଣି ।ପୀରତି ଘେନା ସୁରତି ଆବେଶେଏ ଗତ ରାତି ମିଳିଲା ମୋ ପାଶେଅଙ୍ଗ ରାଜି ସାଜି ସୁନ୍ଦର ବେଶେବିମ୍ୱ ଅଧର ମଣ୍ଡି ଚାରୁ ହାସେମାନସ, ବଶ କଲା ଆହା ସେ ।୧।ଚାହିଁ ମୋହିନୀକି ହୋଇ ଅଦମ୍ଭ,ହୃଦରେ ମୋଦେ ଯୋଡ଼ି କୁଚକୁମ୍ଭବେଗେ ଆରମ୍ଭ କଲି ପରିରମ୍ଭଜାତହେଲା ଅଙ୍ଗୁ ସାତ୍ୱିକ ଦମ୍ଭପ୍ରକାଶେ, କମ୍ପ ପୁଲକ ସ୍ତମ୍ଭ ।୨।ନୀରଦ ନୟନା ହୋଇ ଉଚ୍ଛନ୍ନତନୁକୁ ଚମକାଇ ଘନ ଘନମନ ଉଲ୍ଲାସରେ ଦେଇ ଚୁମ୍ୱନଠେସଇ ହୃଦରେ କଠିନ ସ୍ତନ ।୩।ଚାଖିଲି ତାର ଅଧର ପୀୟୁଷ,ସୁଖୀ ହୋଇଲା କେଡ଼େ ମୋ ମାନସଆଖିର ଦୂର ହୋଇଲା ନିମେଷ,ଦେଖି ତାର ଚିର ମୋହନ ବେଶ ।୪।ଯାହା କଲା ପୁଣି ବିପରୀତରେ,ଆହା ତା ଜାଣେ ଚିତ୍ତଜ ଚିତ୍ତରେକିଙ୍କିଣି କିଣି ଉହୁଁ ନା ଗୀତରେ,ଚାଟୁ ବାଣୀକି କହିଲା ମଧୁରେକିଣିଲା,ମୋତେ ରତି ରତ୍ନରେ ।୫।ଭଣେ ବ୍ରଜନାଥ ମୋ ପୂର୍ବ ପୁଣ୍ୟଥିବାରୁ ହୋଇ ସେ କୁଳ ମଣ୍ଡନରସିକା ମଣି ଅନୁଗ୍ରହ ସ୍ଥାନ,ନ ଦେଖିବି କି ତା ମୁଖ ମଳିନରଖିବ, ମୋରେ ଏ ଅବଧାନ ।୬।
୧୪
(ରାଗ-ସିନ୍ଧୁଡ଼ା)ହେ ପଥିକ ! କାହିଁକି ଯାଉଛ କହ,ଏ ଘନ ସ୍ତନିତ ନ ବରଷି ନିକି ଛାଡ଼ି ଯିବ କହ କହ ।ଘଡ଼ଘଡ଼ି ରଡ଼ି ଶୁଣି ତରତର ହୋଉଛି ଏ ମୋର ମତିଅତନୁ ଅନ୍ଧାର ଘୋଟୁଛି ଏଥିରେ ହେବ ଏକାନ୍ତାର ଗତି ହେ ।୧।ରହ ପୁର ମୋର ପରବାସୀ ବର ଆସୁନାହିଁ କି ବିଚାରେହରବର ଯୋଗ ଅଛି ତୋତେ ଭୋଗ ଯାଅନା ଚଳି ସତ୍ୱରେ ।୨।ସ୍ଫୁଟ ସୁମନେ ମଧୁପେ ବସିଛନ୍ତି ଦେଖ ବାସ ଅଛି ତହିଁହରସେ ମୋହନେ ଶୋଇ ନ ପାରିବି ଦେବି ପରଭାବ ନାହିଁ ହେ ।୩।ସୂତୀକ୍ଷ କଟାକ୍ଷ କାଣ୍ଡ ଲକ୍ଷ ଲକ୍ଷ ଲାଖ ତାର ବକ୍ଷ କଲାକାଶହାସ ପରକାଶ ଆଶା ତାର ଆଶା ଆସ ସୂଚିଗଲା ।୪।ରସିକା-ସିହାଣୀ ଛଳ ଶ୍ଳେଷ ବାଣୀ ଶୁଣି ସେ ନାଗର ମଣିହୁହେଁ ଋତିରଙ୍ଗ କଲେ ମାନଭଙ୍ଗ କବି ବ୍ରଜନାଥ ଭଣି ।୫।
୧୫
ହରବାସ ଦେଖ ହର ଶୁଚିମତେ ଭୋଗକରେ ଦିଗମ୍ୱରେହେବ ଯେ ରସବଳେ ପ୍ରତିବନ୍ଧକ ଏହୁ କାନ୍ତର ବସେର ହେ ।୧।ପରବାସେ ଯାଇ ପ୍ରିୟ କାହିଁ ରହି ପ୍ରଫୁଲ୍ଲ ସୁମନା କୁଳେଏ ଘନ ସ୍ତନିତ ବରଷିଲେ ଆଗମନ କରିବ ଯେ ବଳେ ହେ ।୨।ଦରବାର ତେଜି ପୁରକୁ ଆସିବେ ଦିଅ ରସ ସୁରତରେବରଜନ ନିଶା ସୁଆଇ ମୋଦକ ହୋଇଛି ଏ କାମନାରେ ହେ ।୩।ଭୋଗି ବିଳାସ ଏପୁରେ ତାପ ହେତୁ ବିଶେଷେ ସେ ତ ନାଗରମାରଣରେ ପାଞ୍ଚକାଣ୍ଡ ବୁଡ଼ାଉଛି ଯିବକି ରହିବ ପୁର ହେ ।୪।ଧନ କୁଚଭର ଏକା ହେଲେ ନବ ସତତ ସୁଖ ନଦୀରେକହେ ବ୍ରଜନାଥ ସେ ରସେ ଉନ୍ମତ୍ତ ହୋଇ ମାତିଲେ ରସରେ ହେ ।୫।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ