ଜଳଦ ଚଉତିଶା
୧୭୮୫–୧୮୬୨
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୭୧୮
- ସ୍ଥିତି
- ସାର୍ବଜନୀନ (Public domain)
(ରାଗ - କଲ୍ୟାଣୀ ଆହାର)
(ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି ଗୋପାଳକୃଷ୍ଣ ପଟ୍ଟନାୟକ । ବୈଷ୍ଣବମାନେ ତାଙ୍କୁ ମହାତ୍ମା ଭାବେ ଗ୍ରହଣ କରିଥା’ନ୍ତି । କବିସୂର୍ଯ୍ୟ ବଳଦେବ ରଥଙ୍କର ସେ ସମସାମୟିକ କବି । ଶହ ଶହ ଭଜନ, ଜଣାଣ, କୀର୍ତ୍ତନ, ପ୍ରାର୍ଥନା, ମନଃଶିକ୍ଷା, ଦୋଳିଗୀତ ପ୍ରଭୃତି ତାଙ୍କର ଅପୂର୍ବ ସୃଷ୍ଟି ସମ୍ଭାର । ଗୀତିମୟତା, ସାଙ୍ଗୀତିକତା ତାଙ୍କ କବିତା, ଗୀତଗୁଡ଼ିକୁ ମାଧୁର୍ଯ୍ୟ ମଣ୍ଡିତ କରିଛି । ଚଉପଦୀ ପରି କବିଙ୍କର ଚଉତିଶା ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛି । ଏ ସବୁରେ ସୌନ୍ଦର୍ଯ୍ୟମୟତା, କୋମଳତା ତଥା ମାଧୁର୍ଯ୍ୟ ଦେଖିବାକୁ ମିଳିଥାଏ । ‘ଜଳଦ ଚଉତିଶା’ରେ ନାୟକ-ନାୟିକାର ବିଚ୍ଛେଦ- ବିରହଜନିତ ଯନ୍ତ୍ରଣା ସୁନ୍ଦର ଭାବେ ଫୁଟି ଉଠିଛି । ସରଳ, ସୁନ୍ଦର ଶବ୍ଦ ସଂଯୋଜନାରେ ଶ୍ରୀମଣ୍ଡିତ ହୋଇଛି ।)
କେଉଁ ପଥିକ ନଗରେ ବଳାହକ ଦେଖିଣ କରଇ ବିଚାରଖେଦେ ସେହି ନବ ବାଳା ମୋର ନାମ କରୁଥିବ କି ଉଚ୍ଚାରଜଳଦ, ଗୁପତ ପ୍ରୀତି ଖ୍ୟାତି ହେଲା,ଘଟାଇ ଧାତା ଏ ଦଣ୍ଡ ଦେବ ବୋଲି କେତେଦିନରୁ ପାଞ୍ଚିଥିଲା ।୧।ନଖ କାଞ୍ଚୁଲା ସହିତେ ସ୍ତନେ କ୍ଷତ କଲେ ଯେ କରଇ ଦର ଯେଚକୋର ଈକ୍ଷଣି କି କରି ସହିଛି ନିଷ୍ଠୁର ମଦନ ଶର ଯେଜଳଦ, ଛାର ଜୀବ କିମ୍ପା ରହିଛି,ଯେବେ ଯିବି ଏଥୁ ଆଉ କି ତା ମୁଖ ଦେଖିବା ଭରସା ଦିଶୁଛି ।୨।ଝୀନ ବସନ ପଦୁଁ ଶିର ପର୍ଯ୍ୟନ୍ତେ ଆଚ୍ଛାଦି ଥାଇ ଶୟନରେନିଦ ନ ଥାଇ ମିଛେ ବୁଜି ନୟନ ହସୁଥାଇ ଚିତ୍ତ ଭିତରେଜଳଦ, ଟାହି ନ ଜାଣି ମୁଁ ଡାକନ୍ତେଠଣମୁଖୀ ଶୀଘ୍ରେ ଉଠି ମୋ ଲପନ ବୁଜାଇ ଧଇଲା ପଣନ୍ତେ ।୩।
ଭାବାର୍ଥ- (୧-୩) ବିଦେଶରେ ରହୁଥିବା କେଉଁ ଏକ ପଥିକ ମେଘକୁ ଚାହିଁ । ତା’ ପ୍ରିୟାକୁ ଝୁରୁଛି ଓ ମନରେ ବିଚାର କରୁଛି- ଦୁଃଖରେ ମୋର ସେଇ ନବବାଳା । ମୋତେ ଝୁରୁଛି କି-? ରେ ଜଳଦ, ଗୁପ୍ତ ପ୍ରୀତି ଚାରିଆଡ଼େ ବ୍ୟାପିଲା । ବୋଧ ହୁଏ, ବିଧାତା ଏମିତି ଘଟାଇ ମୋତେ ଦଣ୍ଡ ଦେବା ପାଇଁ ବିଚାର କରିଥିଲା ।
ନଖଦ୍ୱାରା କାଞ୍ଚୁଲା ସହିତ ତା’ ବକ୍ଷୋଜରେ କ୍ଷତ ଚିହ୍ନ କଲେ ସେ ଭୟରେ ଆକୁଳ ହୋଇପଡ଼େ । ସେ ଏବେ ନିଷ୍ଠୁର କାମ ଦେବର ଶରର ଯନ୍ତ୍ରଣାକୁ ସହିଥିବ । ରେ ଜଳଦ, ଏ ଛାର ଜୀବନ କାହିଁକି ରହିଛି କେଜାଣି ? ଏହିଠାରୁ ଯେତେବେଳେ ଯିବି, ତା’ ମୁଖକୁ ଦେଖିବା ଭରସା ଦିଶୁନାହିଁ ।
ଶେଯରେ ଶୋଇ ରହିଥିବ । ତା’ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଝୀନବସନ ଘୋଡ଼ାଇ ହୋଇଥିବ । ମୋତେ ଝୁରି ଝୁରି ତାକୁ ନିଦ ହେବ ନାହିଁ । ଆଖୁ ମୁଦି ମନ ମଧ୍ୟରେ ଉଲ୍ଲାସ ହେଉଥିବ । ରେ ଜଳଦ, ମୁଁ ତାକୁ ଡାକିବାରୁ, ସେ ଚନ୍ଦ୍ରମୁଖୀ ଶୀଘ୍ର ଉଠି ମୋ ମୁଖକୁ ତା’ ପଣତ କାନିରେ ବୁଜି ଧରିଲା ।
ଡେରି ଦେଇଥାଏ ଶୁକ ପଞ୍ଜରୀକି ମୋତେ ଚାହିଁବାର ମାର୍ଗରେଢାଳେ ଏହିକ୍ଷଣି ପଢ଼ ବୋଲି ଗିର ଚୁମ୍ବୁଥାଇ ମୋହ ଛଳରେଜଳଦଳ, ଅନାଇଁ ମଥା ପୋତିବାର,ତରଳି ଯିବେ ଚାହିଁଲେ ଜିତେନ୍ଦ୍ରିୟ ମନୁଷ୍ୟ କେତେକ ମାତର ।୪।ଥରେ ମୋ ପରି ରତିରେ ସେ ଭିତ୍ତିରେ ଚାହିଁଲା ତା ଛବି ଛଇକିଦନ୍ତଗତି କେଡ଼େ ଝଟତିରେ କରି ଭାଜିଲା ମୋ ନେତ୍ର ଦୁଇକିଜଳଦ, ଧନ୍ଦି ହୋଇ ଦୀପ ନାଶକୁ,ନ ପାରଇ ବୋଲଇ ପୁଣି ସେ ଛଇଲି ଢଳି ପଡ଼ୁଥାଇ ହୃଦକୁ ।୫।ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ ଆଳୀକି ଡାକି ଦେହଳୀକି