ଜଗନ୍ନାଥ-ଜଣାଣ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିଛାନ୍ଦ-କାମୋଦୀ
-୧-
ଜଗତ ତାତମାତ ହେ ପ୍ରଭୁ ଜଗନ୍ନାଥଜଗତ ଜନ ମନ ପ୍ରାଣ,କର ଯୋଡ଼ି କେବଣ ଅଭାଗ୍ୟବନ୍ତ ଜନଛାମୁରେ କରୁଛି ଜଣାଣ ହେ, ମହାପ୍ରଭୁ !ସରିଆସୁଛି କ୍ରମେ ଆୟୁ,ଜରା-ଅସୁରୀ ସାଧେ ଦାଉ,ଜୀର୍ଣ୍ଣ ଅସ୍ଥି ପିଞ୍ଜରା ହେଲାଣି ତ ପୋକରାଜୀବନେ କି ଭରସା ଆଉ ହେ, ମହାପ୍ରଭୁ !
-୨-
ମରଣକୁ ମୋହର ନାହିଁ ତ ତିଳେ ଡରଦିଏ ସେ ବେଶ ବଦଳାଇ,ଜୀର୍ଣ୍ଣ ବେଶ ବର୍ଜନେ ନବବେଶ ଧାରଣେହେବି ବା ଛାନିଆ କିପାଇଁ ହେ, ମହାପ୍ରଭୁ !କି ଗତି ହେବ ମୃତ୍ୟୁ ପରେ,ଏ ଚିନ୍ତା ଘାରେ ହୃଦୟରେ,ଭବିଷ୍ୟତ ଭାବନା- ଅନ୍ଧାରେ ହୋଇ ବଣାନିରତେ ଥରୁଛି ଭୟରେ ହେ, ମହାପ୍ରଭୁ !
-୩-
ଫେଡ଼ ମୋର ସନ୍ଦେହ ସୁସ୍ଥିର ହେଉ ଦେହକର ମୋ ଚିତ୍ତଦ୍ୱିଧା ଦୂର,ତୁମ୍ଭେ ସର୍ବଜ୍ଞ ପ୍ରଭୁ ତୁମ୍ଭଙ୍କୁ ଜଣା ସବୁତୁମ୍ଭେତ ଜଗତଠାକୁର ହେ, ମହାପ୍ରଭୁ !ଅଭୟ ଆଜ୍ଞା ହେଉ ଦାସେ,ନାଚୁ ମୋ ପରାଣ ଉଲ୍ଲାସେ,ଆଶ୍ରା କରି ତୁମ୍ଭରି ବାହୁ ଛାୟାକୁ ହରିପଡ଼ିଛି ଏ ଭବ-ପ୍ରବାସେ ହେ, ମହାପ୍ରଭୁ !
-୪-
ଥାଉ ଅପର କାମ ତୁମ୍ଭ ମଙ୍ଗଳ ନାମଉଚ୍ଚାରି ନାହିଁ ବାରେ ତୁଣ୍ଡେ,ପ୍ରେମ ଭକ୍ତିରେ ଫୁଲି ତୁମ୍ଭ ଚରଣଧୂଳିକେବେ ତ ମାଖି ନାହିଁ ମୁଣ୍ଡେ ହେ, ମହାପ୍ରଭୁ !ବିଷୟ-ପଙ୍କେ ରହି ବୁଡ଼ି,ତୁମ୍ଭଙ୍କୁ ଯାଇଥିଲି ହୁଡ଼ି,ନିଜକୁ ଗିରିବତ ମଣୁଥିଲି ମହତହୋଇ ମୁଁ ନଗଣ୍ୟ ପିମ୍ପୁଡ଼ି ହେ, ମହାପ୍ରଭୁ !
-୫-
ତୁଟିଗଲାଣି ମୋର ସେ ସୁନାସ୍ୱପ୍ନ ଘୋରଆଉ ତ ନାହି କିନ୍ତୁ ବେଳ,ପଶି ମହାଚମକ ହୃଦୟ ଦକଦକମରମେ ବିନ୍ଧେ ଯେହ୍ନେ ଶେଳ ହେ, ମହାପ୍ରଭୁ !ଗେଲ ନା ଏ ତୁମ୍ଭର ଖେଳ,ନ ଚେତାଇଲ ଥାଉଁ ବେଳ,ଭୃତ୍ୟେ ଠକାଇ ଏତେ ଅର୍ଜିଲ ଯଶ କେତେଦାରୁଣ ଏଡ଼େ କିପାଁ ହେଲ ହେ, ମହାପ୍ରଭୁ !
-୬-
ମାମୁ ତୁମ୍ଭର କଂସ ତାହା ପ୍ରାୟେ ନୃଶଂସ
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ନ ହେବ କିପାଁ ନୀଳମଣି,
ମିଛ ନୁହେଁ ଏ କଥା ବିଶ୍ୱଜନେ ସର୍ବଥା
ଆଣନ୍ତି ସିନା ମାମୁ ଅଣି ହେ, ମହାପ୍ରଭୁ !
ତୁମ୍ଭେ ତ ଅଟ ବିଶ୍ୱେ ସାର,
ହେବ କି ତହିଁରୁ ବାହାର,
ପ୍ରଭୁ କିଙ୍କର ପ୍ରତି ହେଲେ ନିଷ୍ଠୁର ମତି
ଆଉ ସେ ହୋଇବ କାହାର ହେ, ମହାପ୍ରଭୁ !
-୭-
ଦେଖିବ କି ନୟନେ ତୁମ୍ଭରି ସୃଷ୍ଟ ଜନେଦଣ୍ଡିବା କାଳେ ଦଣ୍ଡଧର,ପିତୃନୟନ ତବ ସହିବ କି ମାଧବସେ ଦୃଶ୍ୟ ଅତି କଷ୍ଟକର ହେ, ମହାପ୍ରଭୁ !ବିଶ୍ୱର ତୁମ୍ଭେ ପରା ରାଜା,ପର ହାତରେ ତୁମ୍ଭ ପ୍ରଜା,ମାଡ଼ ଖାଇଣ ଯେବେ ମରିବ କହ ତେବେକାହାକୁ ହୋଇବ ସେ ଲଜ୍ଜା ହେ, ମହାପ୍ରଭୁ !
-୮-
ଗାଳିକି ତ ତୁମ୍ଭର ଛଳ ନାହିଁ ନିକରତାହାକୁ କିଣ କରି କାଳି,ସାରାସୃଷ୍ଟିର ଗାଳି ସହୁଛ ବନମାଳିଆନନ୍ଦେ ମାରି କରତାଳି ହେ, ମହାପ୍ରଭୁ !ଗାଳି ତ ତୁମ୍ଭର ଚନ୍ଦନ,ଶ୍ରୀଅଙ୍ଗେ କର ତା ଲେପନ,ନ ଥିଲେ ସହ୍ୟଗୁଣ ଧୈର୍ଯ୍ୟ ତିତିକ୍ଷା ପୁଣକେ ପ୍ରଭୁପଣକୁ ଭାଜନ ହେ, ମହାପ୍ରଭୁ !
-୯-
ଲବଣୀ କ୍ଷୀର ସର ଚୋରାଇ ବଂଶୀଧରବାଳୁତ କାଳେ ଗୋପପୁରେ,ଖାଇଛ ଗାଳି ଯେତେ କହିବି ତାହା କେତେଅଜଣା ନୁହେଁ ତା ଛାମୁରେ ହେ, ମହାପ୍ରଭୁ !ଅଲେକ ସର୍ବ ଗୋପବାଳୀ,ବର୍ଷନ୍ତି ଅନର୍ଗଳ ଗାଳି,ପକାଇ ଡକା ଘୋର କହନ୍ତି ଚୋର ଚୋରଧର ଗୋ ଧର ଗୋ ଓଗାଳି ହେ, ମହାପ୍ରଭୁ !
-୧୦-
ଭାଗ୍ୟବତୀ ଗୁଆଳୀ ଦେଇ ତୁମ୍ଭଙ୍କୁ ଗାଳିଲଭିଲେ ତୁମ୍ଭ ପଦାଶ୍ରୟ,କାହିଁ ସେ ଭାଗ୍ୟ ମୋର ମୁଁ ଯେ ପତିତ ଘୋରପାମର ଛାର ଦୁରାଶୟ ହେ, ମହାପ୍ରଭୁ !ନାହିଁ ମୋହର ଆତ୍ମଜ୍ଞାନ,ବହିଛି ତେଣୁ ଅଭିମାନ,ଦୁର୍ବଳର ସମ୍ୱଳ ତେତିକି ତ କେବଳତା ବିନା ନ ଜାଣେ ସେ ଆନ ହେ, ମହାପ୍ରଭୁ !
-୧୧-
ମୋର ଏ ଅଭିମାନ ନ ହେବ କେବେ ଆନବାନ୍ଧିଛି ଏ ଭରସା ଆଣ୍ଟେ,ଅଣବୁଝା ସନ୍ତାନେ ପିତା ଅଧମ ଜ୍ଞାନେଦିଅନ୍ତି ଅଧିକ ତା ବାଣ୍ଟେ ହେ, ମହାପ୍ରଭୁ !ଏହା ମୁଁ ଜାଣେ ନିଶ୍ଚୟରେ,ରହିଛି ତେଣୁ ନିର୍ଭୟରେ,ଏହି ମୂଢ଼ ବିଶ୍ୱାସ ଅର୍ପେ ମୋତେ ଅଶ୍ୱାସକି ଜାଣି କି ଘଟିବ ପରେ ହେ, ମହାପ୍ରଭୁ !
-୧୨-
ଖେଳି ବିଫଳ ଖେଳ ବିଅର୍ଥେ ଗଲା ବେଳଆଉ ତ ନାହିଁ ଅବସର,ବାନ୍ଧୁ ବାନ୍ଧୁ ପଗଡ଼ି ଗଲାଣି ଲଗ୍ନ ଗଡ଼ିଏ କ୍ଷୋଭ ଦହୁଛି ଅନ୍ତର ହେ, ମହାପ୍ରଭୁ !ଏ ଘାନ୍ତି ମୃତ୍ୟୁ ଘଟିପାରେ,କିବା ବିଶ୍ୱାସ ତାହାଠାରେ,ଅନିଶ୍ଚିତ ଜୀବନ ସୁନିଶ୍ଚିତ ମରଣସଂଶୟ କିସ ଏ କଥାରେ ହେ, ମହାପ୍ରଭୁ !
-୧୩-
ଏହି ଦାରୁଣ ଖେଦ ଚିତ୍ତେ ଆଣି ନିର୍ବେଦଦେଉଛି ଅଶେଷ ଧିକ୍କାର,ନାହିଁ ତ ଦୟା ତାର କରେ ପୁଣି ପ୍ରହାରଅନଳଛାଟ ବାରମ୍ୱାର ହେ, ମହାପ୍ରଭୁ !ଭାବିଲେ ଅନ୍ତିମ ଅବସ୍ଥା,ମରମେ ବାଧେ ବଡ଼ ବ୍ୟଥା,ଉଭେଇଯାଏ ଜ୍ଞାନ କାନ୍ଦି ଉଠେ ପରାଣବିକୃତ ହୋଇଯାଏ ମଥା ହେ, ମହାପ୍ରଭୁ !
-୧୪-
ଜ୍ଞାନ-କିରଣ ବିନ୍ଦୁ ନ ଦେଇ ଜ୍ଞାନ-ସିନ୍ଧୁଦେଉଛ କିପାଁ କ୍ଷୋଭ ପୁଣି,ଚରାଚର ସମସ୍ତ କର୍ଣ୍ଣରେ ଦେଇ ହସ୍ତଚାଟଙ୍କା ହେବେ ଏହା ଶୁଣି ହେ, ମହାପ୍ରଭୁ !ତୁମ୍ଭେ ତ ନୀତିଜ୍ଞ ପ୍ରବର,ନିଖିଳ ନୀତି ଧୁରନ୍ଧର,ନିର୍ମାୟ ନିର୍ବିକାର ତୁମ୍ଭର ଏ ବେଭାରବିଚାର ହେଲା କି ସୁନ୍ଦର ହେ, ମହାପ୍ରଭୁ !
-୧୫-
ଦେଇ ପୀଡ଼ା ଅଧିକ ସହିବା ଶକ୍ତିଟିକନେଉଛ ସବଳେ ଛଡ଼ାଇ,ପଚା କଖାରୁ ପରି ଉପର ରକ୍ଷା କରିଭିତର ଦେଉଛ ସଢ଼ାଇ ହେ, ମହାପ୍ରଭୁ !ଭୁଞ୍ଜୁଛି ଅସହ୍ୟ ଯନ୍ତ୍ରଣା,ବିବେକ ହୋଇଯାଏ ବଣା,କିସ କହିବି ଆଉ ଦୁର୍ଗତି ମହାବାହୁକି ଅବା ତୁମ୍ଭଙ୍କୁ ଅଜଣା ହେ, ମହାପ୍ରଭୁ !
-୧୬-
ନ ଲାଗେ କିଛି ଭଲ ଏ ଆତ୍ମା କଲବଲହେଉଛି ହୋଇପାରେ ଯେତେ,ପ୍ରଚଣ୍ଡ ଝଞ୍ଜାବାତେ ରୁଦ୍ର ତରଙ୍ଗାଘାତେଥରିବ ନାହିଁ ଚରୀ ତେତେ ହେ, ମହାପ୍ରଭୁ !ଭାଷାର କି ସାଧ୍ୟ ବର୍ଣ୍ଣନା-କରିବ ସେ ଅଗ୍ନି ଯନ୍ତ୍ରଣା,ସହି ନ ପାରି ତାର ବିଷମ ଗୁରୁଭାରଫାଟି ତ ଯିବ ତା ମୂର୍ଦ୍ଧନା ହେ, ମହାପ୍ରଭୁ !
-୧୭-
ସଙ୍କଟ ବେଳେ ଆହା ନ ହେଇ ଯେବେ ସାହାହେବ ବା କେଉଁ କାଳେ ଆଉ,ଦର୍ଶନ ଦିଅ ହରି ଆତୁରେ କୃପାକରିପିଣ୍ଡରେ ପ୍ରାଣ ଥାଉଁ ଥାଉଁ ହେ, ମହାପ୍ରଭୁ !ବାରେକ ଦେଖିଲେ ଶ୍ରୀମୁଖ,ପାସୋରିଯିବି ସବୁ ଦୁଃଖ,ହରିଯିବ ଆବର ଯନ୍ତ୍ରଣା ଗୁରୁତରମଣିବି ଦୁଃଖେ ମହାସୁଖ ହେ, ମହାପ୍ରଭୁ !
-୧୮-
ଏତେବେଳେ ଦାରୁଣ ହେଲେ ହେ ପ୍ରଭୁ ଶୁଣଆଶ୍ରିବି ଯେବେ ମୃତ୍ୟୁଅଙ୍କ,ତେବେ ତୁମ୍ଭର ହରେ ଦୟାମୟ ନାମରେନିଶ୍ଚୟ ଲାଗିବ କଳଙ୍କ ହେ, ମହାପ୍ରଭୁ !ମୁଖେ କେ ପତିତ-ତାରଣ,କରିବେ ନାହିଁ ଉଚ୍ଚାରଣ,ଉଠିଯିବ ସୁଖଦ ଆର୍ତ୍ତତ୍ରାଣ ଶବଦଅଭିଧାନରୁ ନାରାୟଣ ହେ, ମହାପ୍ରଭୁ ।
-୧୯-
ତପ୍ତ ଅଶ୍ରୁ ମୋହର ଝରୁଛି ନିରନ୍ତରପଡ଼ି ତା ପୟରେ ତୁମ୍ଭର,ନ ହୁଏ କି ଫୋଟକା ଲାଗେ ମୋତେ ତାଟଙ୍କାପାଷାଣ ହେଲା କି ପୟର ହେ, ମହାପ୍ରଭୁ !ମୋର ଏ ଅନଳ ନିଃଶ୍ୱାସ,ଶ୍ରୀଅଙ୍ଗେ ନ ଦିଏ କି ପ୍ରାସ,କରୁଣା ସିଂହାସନ ନ ଟଳେ କି ମୋହନଶୁଣି ମୋ ଆର୍ତ୍ତ ହା ହା ଭାଷ ହେ, ମହାପ୍ରଭୁ !
-୨୦-
ସତେ କି ଦୀନବନ୍ଧୁ ତପ୍ତ ହୃଦୟ-ଇନ୍ଦୁନିଷ୍ଠୁର ଏଡ଼େ ହୋଇପାର,କିନ୍ତୁ ଏହା ତ ମୋତେ ହେଉ ନାହିଁ ପରତେତୁମ୍ଭେ ଯେ କୃପା-ପାରାବାର ହେ, ମହାପ୍ରଭୁ !ଫଳେ କି ମଧୁର ରସାଳେ,କୋଚିଲା ଫଳ କେଉଁ କାଳେ,ଦୁର୍ଗନ୍ଧରେ ଅତୁଲ ଗନ୍ଧଗୋହିରା ଫୁଲଫୁଟିବ କେବେ କି ମୃଣାଳେ ହେ, ମହାପ୍ରଭୁ !
-୨୧-
ଶୋକ-ସିଂହାସନରେ ଚକ୍ରବର୍ତ୍ତୀପଣରେକେ ଅଛି ମୋ ସମାନେ କାହିଁ,କୋଟି ବ୍ରହ୍ମାଣ୍ଡ ମଧ୍ୟେ ମୋ ପରି ଜଣେ ଅଧେନିରକ୍ଷ ଜନ ଥିବ ନାହିଁ ହେ, ମହାପ୍ରଭୁ !ଭାଗ୍ୟ ଯେ ବଇରୀ ମୋହର,ନୁହେଁ ତା ମୂଲ୍ୟ କଡ଼ାକର,ଦେଲେ ତାକୁ ହେ ହରି ତୁଚ୍ଛାରେ ଯାଚି କରିକେହି ତା’ ନ ନେବ ନିକର ହେ, ମହାପ୍ରଭୁ !
-୨୨-
କାହାକୁ ଜଗଦୀଶ ଦେଉ ନାହଁ ବା କିସମୋ ପ୍ରତି ଏକା ସିନା ବାମ,ପ୍ରେମ ଭକତି ଜ୍ଞାନ ଥିଲେ ମୁଁ ହୀନମାନହୁଅନ୍ତି କିପାଁ ଘନଶ୍ୟାମ ହେ, ମହାପ୍ରଭୁ !ଅଜ୍ଞାନେ ବୁଡ଼ି ଥାଉଁ ଥାଉଁ,ସୁଜ୍ଞାନ ମିଳିବ ବା କାହୁଁ,ଅନ୍ଧାରେ ଆଲୋ ଯେବେ ନ ଦେଖାଇବ ତେବେକିଏ ବା ଦେଖାଇବ ଆଉ ହେ, ମହାପ୍ରଭୁ ।
-୨୩-
ଏ ଆଜ୍ଞା ହେବ ପରା କିପାଁ ହେଉ ଘାବରାକିସ ବା ଦେଇ ନାହିଁ ତୋତେ,ତୋହଠାରେ କରୁଣା କରି ନାହିଁ ତ ଊଣାଭାସୁଛୁ ବୃଥା ଶୋକ-ସ୍ରୋତେ ହେ ମହାପ୍ରଭୁ !ମାନୁଛି ଦେଇଛ ସକଳମାତ୍ର ତା ସୁବର୍ଣ୍ଣ ଶୃଙ୍ଖଳ,ସୁବର୍ଣ୍ଣେ ହେଲେ ଗଢ଼ା ନୁହେଁ କଠିନ ଛଡ଼ାକୁସୁମ ପରାଏ କୋମଳ ହେ, ମହାପ୍ରଭୁ !
-୨୪-
ଦେଇଛ ଯାହା ପ୍ରଭୁ ରହିବ ତାହା ସବୁପଡ଼ି ଏ ମାଟିରେ ତୁମ୍ଭର,ସଙ୍ଗରେ ନେବା ଭଳି ଦିଅ କିଛି ଏ ଅଳିକରୁଛି ଯୋଡ଼ି ବେନି କର ହେ, ମହାପ୍ରଭୁ !ନ ଦେବ ତାହା ଯେବେ ହରି,ନିଜକୁ ଦିଅ କୃପା କରି,ପାଇଲେ ମୁଁ ତୁମ୍ଭଙ୍କୁ ନିସ୍ତରିବି ଆତଙ୍କୁମଣିବି ନିଧିଲାଭ ପରି ହେ, ମହାପ୍ରଭୁ !
-୨୫-
ତୁମ୍ଭେ ପ୍ରଭୁ ଅନନ୍ତ ମୁଁ ଯେ କ୍ଷୁଦ୍ର ଅତ୍ୟନ୍ତକି ଜାଣେ ମହିମା ତୁମ୍ଭର,ଶୁକପକ୍ଷୀ ସମାନ ତୁମ୍ଭରି ବୋଲିମାନଘୋଷୁଛି ସିନା ନିରନ୍ତର ହେ ମହାପ୍ରଭୁ !ନ ଜାଣେ ଅର୍ଥ ମୁଁ ତାହାର,ଘୋଷିବା ମାତ୍ର ଏକା ସାର,କରାଉଛ ଯେ କର୍ମ ନ ବୁଝି ତାହା ମର୍ମକରୁଛି ଅନୁଜ୍ଞା ପ୍ରକାର ହେ, ମହାପ୍ରଭୁ !
-୨୬-
ତାହା ଯେବେ ତୁମ୍ଭର ନ ହେଲା ପ୍ରୀତିକରଅଥବା ନ ହେଲା ପସନ୍ଦ,ସେଥିଲାଗି ମୁଁ ଦାୟୀ ହେବି ବା କାହିଁ ପାଇଁବିଚାର ଭଲା ଆଦିକନ୍ଦ ହେ, ମହାପ୍ରଭୁ !ଆପଣା କଲା କର୍ମ ପାଇଁ,ଦଣ୍ଡିବ ଆନେ ଭାବଗ୍ରାହୀ,ଜାଣି ହେଲେ ଅଜଣା କଲେ ଅବୁଝାମଣାକାହାକୁ ନିନ୍ଦା ଜଗୁସାଇଁ ହେ, ମହାପ୍ରଭୁ !
-୨୭-
ତୁମ୍ଭରି ହେମନ୍ତରେ ଦମ୍ଭ ଧରି ଅନ୍ତରେବିଚାରୁଥାଏଁ ମୁଁ ଏସନ,ଭବେ ବିପଦ ଛାର କି କରିପାରେ ତାରଯା ପ୍ରଭୁ ବିପଦନାଶନ ହେ, ମହାପ୍ରଭୁ !ସତେ କି ଏ ଦମ୍ଭ ମୋହର,ଚୂର୍ଣ୍ଣ କରିବ ଚକ୍ରଧର,ତେବେ କିଏ କାହିଁକି ଶ୍ରୀପଦେ ହୋଇ ବିକିପୂଜିବ ଅଭୟ ପୟର ହେ, ମହାପ୍ରଭୁ !
-୨୮-
କଥାଏ ପଚାରିବି ସଂଶୟ ନିବାରିବିକହିବ ନ କରି କପଟ,ଆଉ ବା କେତେ କାଳ ବହି ବ୍ୟର୍ଥ ଜଞ୍ଜାଳଏରୂପେ ହେବି ଛଟପଟ ହେ, ମହାପ୍ରଭୁ !କେତେ କାଳ ବା ଏହିମତି,ଦେଖିବ ତୁମ୍ଭେ ମୋ ଦୁର୍ଗତି,ଶ୍ରୀକରେ ଚକ୍ର ଥାଉଁ ସତେ କି ମହାବାହୁସେବକେ ଗ୍ରାସିବ ବିପତ୍ତି ହେ, ମହାବାହୁ !
-୨୯-
ତୁମ୍ଭେ ତ ଶିଶୁପରି ଖେଳୁଛ ମୋତେ ଧରିମୁଁ ସିନା ଖେଳଦ୍ରବ୍ୟ ତବ,ତୁମ୍ଭର ହୁଏ କ୍ରୀଡ଼ା କିନ୍ତୁ ମୁଁ ଭୁଞ୍ଜେ ପୀଡ଼ାକର କି ଏହା ଅନୁଭବ ହେ, ମହାପ୍ରଭୁଃ !ତୁମ୍ଭେ ତ ବିବେକ ଆଧାର,ଚିତ୍ତରେ କର ହେ ବିଚାର,ଏକର ସର୍ବନାଶ ଆନର ପୌଷମାସଏ ନିକି ପ୍ରଭୁଙ୍କ ବେଭାର ହେ, ମହାପ୍ରଭୁ !
-୩୦-
ଖିତ ବିଶ୍ୱଠାକୁର ତେଜି ବୈକୁଣ୍ଠପୁରକରିଛି ବିଜେ ନୀଳାଚଳେ,ଭକ୍ତ ଆତୁର ଜନେ ଦେଉଛ ସ୍ୱଚ୍ଛମନେଅଭୟ ଯାଚି ବଳେ ବଳେ ହେ, ମହାପ୍ରଭୁ !ତୁମ୍ଭ କୃପାରୁ ଏ ଉତ୍କଳ,ହୋଇଛି ମହା ତୀର୍ଥସ୍ଥଳ,କୋଟି କୋଟି ମାନବ ଭକ୍ତିରେ କରି ସ୍ତବପୂଜନ୍ତି ତା’ ପଦକମଳ ହେ, ମହାପ୍ରଭୁ !
-୩୧-
ମାତୃମହୀ ଯାହାର ସ୍ୱର୍ଗରୁ ବଳୀଆରଜନକ ଯାର ଜଗନ୍ନାଥ,ଦୀନ ଭିକାରୀ ପରି ହୀନ ଜୀବନ ଧରିସେ କିପାଁ ହୋଇଲା ଅନାଥ ହେ, ମହାପ୍ରଭୁ !ସାଗରେ ଆଶ୍ରାକରି ମୀନ,ହୁଏ କି ପିପାସାରେ କ୍ଷୀଣ,ତୁମ୍ଭଙ୍କୁ ଆଶ୍ରା କରି ହେଲି ମୁଁ ଏତେ ସରିଘୁଞ୍ଚିଲା ନାହିଁ ମୋ ଦୁର୍ଦ୍ଦିନ ହେ, ମହାପ୍ରଭୁ !
-୩୨-
ତୁମ୍ଭ କରୁଣାବିନ୍ଦୁ ଲଭି ଏ ମହାସିନ୍ଧୁସାଧୁଛି ବିଶ୍ୱର କଲ୍ୟାଣ,ଜଳ ବରଷେ ଘନ ଔଷଧି ବାଣ୍ଟେ ବନପବନ ଯାଚିଦିଏ ପ୍ରାଣ ହେ, ମହାପ୍ରଭୁ !ସ୍ୱର୍ଗର ବିଭବ ଅନନ୍ତ,ମର୍ତ୍ତ୍ୟରେ ବିତରେ ବସନ୍ତ,ଶୋଭା ସୁଗନ୍ଧ ଦାନ କରନ୍ତି ପୁଷ୍ପମାନପ୍ରଦାନେ ରତ୍ନ ହିମବନ୍ତ ହେ, ମହାପ୍ରଭୁ !
-୩୩-
ସତ୍ୟ ଶିବ ସୁନ୍ଦର ହେ ପ୍ରଭୁ ନିରୀଶ୍ୱରଘଟାଅ ମୋ ଭାଗ୍ୟେ ଏସନ,-କୁସୁମ ସୁଷମାରେ ଗଲ୍ଲବ ନୀଳିମାରେପାଇବି ତୁମ୍ଭରି ଦର୍ଶନ ହେ, ମହାପ୍ରଭୁ !ସୂତୀକ୍ଷ୍ଣ ରବି ରଶ୍ମି ଧାରେଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନାରେ,ମହାମହିମା ତବ ସର୍ବଦା ଅନୁଭବକରିବି ଯେହ୍ନେ ସବୁଠାରେ ହେ, ମହାପ୍ରଭୁ !
-୩୪-
କା ଭାଗ୍ୟେ ରାଜଟିକା କା ଭାଗ୍ୟେ ମୁଷ୍ଟିଭିକ୍ଷାବିଧାନ କରୁଛ ଶ୍ରୀଧର,ନ ଖୋଜେ ମୁହିଁ ତାହା ଏହା ତ ଜଗୁ ନାହାତୁମ୍ଭର ନୁହେଁ ଅଗୋଚର ହେ, ମହାପ୍ରଭୁ !ଲୋଡ଼େ ମୁଁ ତୁମ୍ଭ ପଦାଶ୍ରୟ,ଆବର ଶାନ୍ତି-ସୁଧାମୟ,ଏତିକି ହେଲେ ମୋର ତୁଟିବ ଚିନ୍ତା ଘୋରମୋ ଚିତ୍ତ ହେବ ନିରାମୟ ହେ, ମହାପ୍ରଭୁ !
-୩୫-
ବେଳୁ ବେଳୁ ସଙ୍କଟ ହୋଇ ଅତି ଉତ୍କଟଧାଇଁଛି କରିବାକୁ ଗ୍ରାସ,ତେଣୁ ତୁମ୍ଭଙ୍କୁ ହରି ଡାକୁଛି ରଡ଼ିକରିଅନ୍ତରେ ବହି ମହାତ୍ରାସ ହେ, ମହାପ୍ରଭୁ !ବିଳମ୍ୱ ହେଲେ ଆଉ କ୍ଷଣେ,ସନ୍ଦେହ ନାହିଁଟି ମରଣେ,ପରହାତେ କିପାଇଁ ମରାଇବ ଗୋସାଇଁସ୍ୱହସ୍ତେ ନ ମାରି ଆପଣେ ହେ, ମହାପ୍ରଭୁ !
-୩୬-
ସ୍ୱରୂପ ଦେଖିବାକୁ କରୁଥିଲି ମୁଁ କାକୁଶୁଣ ହେ ସୃଷ୍ଟି-କାବ୍ୟ-କବି,ମାୟାବି, ମାୟା କରି ପିଲା ଭଣ୍ଡାଣପରିଭଣ୍ଡାଇଦେଲ ଦେଇ ଛବି ହେ, ମହାପ୍ରଭୁ !କିନ୍ତୁ ମୁଁ ନ ହୋଇ ନିରାଶ,ଅଧିକେ ଲଭିଛି ଆଶ୍ୱାସ,ଛବି ପଛେ ସ୍ୱରୂପ ଦେଖିବି ବିଶ୍ୱଭୂପବାନ୍ଧିଛି ଦୃଢ଼େ ଏ ବିଶ୍ୱାସ ହେ, ମହାପ୍ରଭୁ !
-୩୭-
ତୁମ୍ଭେ ମଙ୍ଗଳାଳୟ ଅନନ୍ତ ଇଚ୍ଛାମୟମଙ୍ଗଳ ଇଚ୍ଛା ପୂରୁ ତବ,ଯାହା ତୁମ୍ଭର ଦେୟ ହେୟ ନୁହେଁ ତା ଶ୍ରେୟଏ କଥା ନୁହେଁ ଅବାସ୍ତବ ହେ, ମହାପ୍ରଭୁ !ତୁମ୍ଭେ ତ ବ୍ରହ୍ମାଣ୍ଡଠାକୁର,କେମନ୍ତେ ହେବ ବା ନିଷ୍ଠୁର,କରୁଣାସିନ୍ଧୁ ନାମ ତୁମ୍ଭଙ୍କୁ ଘନଶ୍ୟାମକରାଇଦେବ ନାହିଁ କ୍ରୂର ହେ, ମହାପ୍ରଭୁ !
-୩୮-
ଏତେ ଯେ ମାନ ଧରି ବସିଲି ରୁଷିକରିବେଳେ ତ ବେଉସିଲ ନାହିଁ,ଜାଣିଲି ଏବେ ସିନା ଦାବୀ କରିବା ବିନାରୁଷା ଭିକ୍ଷାରେ ଫଳ କାହିଁ ହେ, ମହାପ୍ରଭୁ !ରଖିବା ଇଚ୍ଛା ଯେବେ ନାହିଁ,ଜନମ କଲ କାହିଁ ପାଇଁ,ନିଜେ ବିଚାର କର ତୁମ୍ଭେ ସିନା ମୋହରଭଲ ମନ୍ଦକୁ ଏକା ଦାୟୀ ହେ, ମହାପ୍ରଭୁ !
-୩୯-
ତେଜି ସକଳ ଦକ ହୋଇଣ ମୁଁ ନିଃଶଙ୍କନଶ୍ୱର ଶରୀର ଜୀବନ,ଚିନ୍ତା ସଙ୍କଟ ଖେଦ ସୁଖ ଦୁଃଖ ନିର୍ବେଦତୁମ୍ଭଙ୍କୁ କଲି ସମର୍ପଣ ହେ, ମହାପ୍ରଭୁ !ଏମାନ ଅଟେ ତ ତୁମ୍ଭର,ଯା ତୁମ୍ଭ ଇଚ୍ଛା ତାହା କର,ମୋହର କହିବାର କି ଅଛି ଅଧିକାରରହିବି ମୁହିଁ ସ୍ୱତନ୍ତର ହେ, ମହାପ୍ରଭୁ !
-୪୦-
ବୃଥାରେ ବକି ବକି ପଡ଼ିଲିଣି ମୁଁ ଥକିରହିବି ଏବେ ହୋଇ ତୁନି,ଘଟୁ ଯା ଘଟିବାର ଅନ୍ତରେ ବାରମ୍ୱାରଢାଳିବି ନାହିଁ ଶୋକଧୁନି ହେ, ମହାପ୍ରଭୁ !ଏ ମୋର ପ୍ରତିଜ୍ଞା ଅଟଳ,କେବେହେଁ ନ ହେବ ବିଫଳ,ନିଶ୍ଚିନ୍ତ ଚିନ୍ତାମଣି ଏ କଥା ଧ୍ରୁବମଣିଦୃଢ଼ତା ଦୁର୍ବଳର ବଳ ହେ, ମହାପ୍ରଭୁ !
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି