ଜାଗର
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୩୧
- ସ୍ଥିତି
- ସାର୍ବଜନୀନ (Public domain)
କେତେ କାଳ ଅବିରଳ ବସିଲିଣି ଚାହିଁ,ନୟନେ ପଲକେ ହେଲେ ନିଦ ଆସେ ନାହିଁ ।ଜଳି ସରିଲାଣି ଏବେ ଦୀପର ତଇଳ,ନିଭିଯିବ, ହୋଇଯିବ ସକଳ ଅନ୍ଧାର ।ଯାରେ ମୁଁ ଅନାଇ ଏଥି ବସିଲି ରାତିଏ,ଛାୟା ତାର ଆସିବାରେ ନାହିଁ ଦେଖାଦିଏ ।ଶୋଇଥାନ୍ତି ଯେବେ ଆହା ମନ ବିନୋଦନେ,ଦେଖିଥାନ୍ତି କେତେ ଗୁରୁ ସ୍ୱପନ ଶୟନେ ।ତହିଁ ମଧ୍ୟ ଆସି ପୁଣି ଖେଳିଥାନ୍ତା କେତେ,ଯାରେ ମୁଁ ଲୋଡ଼ଇ ତାର ପ୍ରତିମା ନିରତେ ।ଶୟନେ କି ସପନେ ତା ନୋହିଲା ନିକର,ନିଭିଯିବ ଏହିକ୍ଷଣି ରାତିକ ଜାଗର ।ଏହିକ୍ଷଣି ଭାଙ୍ଗିଯିବ କାଳି ଅନ୍ଧାରିଆ,ଭଡ଼ି ନଭେ ରାବ ଦେବେ କୁଆ, କୁମ୍ଭାଟୁଆ,ଦିବସ ଆଲୋକ ଘୋଟି ଆସିବ ତୁରିତେ ।ଜାଗର ନିଭାଇ ଲୋକେ ଯିବେ ଯେ ଯା ପଥେ;ମୁହଁ ଆହା କି କରିବି, ଯିବେ ଅବା କାହିଁ,ମୋ ଜାଗର ବ୍ରତ ଲବେ ପୂରିଲା ତ ନାହିଁ !ରାତିକର ଶୋଇବାରେ, ରାତିକ ଜାଗରେକି ଲୋଡ଼ା ଜଗତେ ପୁଣି, କି ଫଳ ବା ଫଳେସପନ ପ୍ରତିମା ଆସି କରେ ପରିହାସ,କ୍ଷଣୁ କ୍ଷଣେ ଫେଇ କେତେ ବିଲୟ ବିକାଶ;ରାତିକି ଜାଗର ପୁଣି ନିଭେ ଅଯତନେ,ଜୀବନର ନିସ୍ତରଙ୍ଗ ଅନନ୍ତ ଶୟନେ ।କି କରିବି, କାହିଁ ଯିବି ? ନପାରେ ମୁଁ ଭାଳି;ଜୀବନୁ ଅଧେ ମୋ ଆହା ମିଛେ ଗଲା ଚାଲି !ଯାଚି କି ପାରିବି ? *ଘେନ ଏ ସୁମନ ମାଳାଟିକି ଗଳେ,ସେନେହେ ପତାଇ ଶିର;କିଦେବି କବି ହେ, ନ ଜାଣେ କିଞ୍ଚିତେତବ ଯୋଗ୍ୟ ଉପହାର ।ଜନମ ଭୂମିର କୀରତି ସ୍ୱଗୁଣେରଖିଛି ଯତନେ ଟେକି;ନିଜ ବେନି କରେ ମଣ୍ଡିଛି କୁଶଳେକନକ ଚିତ୍ରଣ ଲେଖି ।‘ମାମୁ’, ‘ଉପହାର’, ‘ଧୂଳି’, ‘ପୁଷ୍ପମାଳା’,‘ଛଅ ମାଣ ଆଠଗୁଣ୍ଠ’-ଆଜି ଯେତେ ଯେତେ ବିରଚି ପାରନ୍ତିଏ ମରତେ ବଇକୁଣ୍ଠ;ତାହାରି ରଚକ ଉତ୍କଳ ମଣ୍ଡପେଦୋସର ବାଲ୍ମୀକି ଆଜି,ବଳଙ୍ଗ ପୁଲିନେ କରୁଛ ବିହାର,ସରଗ ସମ୍ପଦ ରାଜି ।ଶଇଳ ସାଗର ଯୁଗଳ ଅଧିରେଖେଳେ ଯେ ମୋହନ ଗୀତ,ତହିଁ ମଧ୍ୟେ କବି ଦେଇଅଛି ଢାଳିଆପଣା ତ୍ରଦିବ ସ୍ଥିତି ।ନିଜ କୁଞ୍ଜବନେ ବିହରି ପୁଲକେ,ହେରୁଛ କନକ ଫୁଲ,ହୃଦ ଉପବନୁ ନବ ଫୁଲ ନିତିକରି ଅନୁରାଗେ ଠୁଳ ।ଉତ୍କଳ କମଳା ବିଳାସ ଭଣ୍ଡାରେଥାପିଛ ଯେ ନିଧିମାନ;ଯୁଗେ ଯୁଗେ, କବି, ସୁମରୁ ଥିବେ ହେତବ ଏ ମହୀୟ ନାମ,ମହେନ୍ଦ୍ର ମନ୍ଦଚ ଚାରୁ ମେଘାସନ,ଋଷିକୁଲ୍ୟା ମହାନଦୀ,ସୋଲରି ଭାଲେରି ବେଢ଼ଣେ ଚିଲିକାମୃଦୁ ମନ୍ଦ୍ର ମହୋଦଧି;ଗୋଟି ଗୋଟି ଯେତେ ପରାଣ ସମ୍ପଦସରଗ ସୁଷମା ବଳି,ସ୍ମରି ହେଉଥିବେ ଜୀବନ ଅୟନେ,କାଳ ପାରାବାରେ ଚାଲି ।ତୁଳିନାହିଁ ତବ ମହତ୍ୱ ସାଳିଆ,କଳିନାହିଁ ଘଣ୍ଟଶିଳା,ତେଣୁ ତୁମ କଥା ବିସୋରି ପାରନ୍ତିଅନୁସରି ଭବଲୀଳାଏ ମହୀ ଉତ୍କଳ ଜାତି ଜୀବନେ ବାକି କ୍ଷୁଦ୍ର ରେଣୁଟି ମୁହଁ;କି ଭଳି, କବି ହେ, ହୃଦ ଉପହାରଚରଣେ ପାରିବି ଥୋଇ ?ଅମର ଆଶିଷୁଁ କଣିକା ମାତରବରଷି ଦିଅ ମୋ ଶିରେ-ତୁମ ଭଳି ସୁଖେ ପାରିବି ବିହରିଏ ପ୍ରିୟ ଜନନୀ କୋଳେ ।ଜନନୀ କି, କବି, ଡାକ ମୁଁ ପାରିବିସନ୍ତାନ ସେନେହେ ଭାଷେ;ତା ଧୂଳିରେ ଢାଳି ଦେବି ଏ ଶୋଣିତହୃଦ ପୁଲକିତ ହାସେ;ଉତ୍କଳ ମାତାର କୋଟିଏ ସନ୍ତାନଗୋଟିଏ ପରାଣ ଧରି,ନଦୀ ଗିରି ବନୁ ଅତୁଳ ସମ୍ପଦଆଣିବେ ଆବର ବରି ।ଏ ଗୋଟି ପରାଣ ପୁଣ୍ୟ ପିତା ଆହେ,ନନ୍ଦନେ ରହିଛ ବସି;ଯାଚି କି ପାରିବି ? ଘେନ ଏ ମାଳାଟି,ତୁମରି ସମ୍ପଦେ ରଚି ।
କବି କଲିକତାରେ ପଢ଼ୁଥିବା ସମୟରେ ସେଠାରେ ଓଡ଼ିଆ ଛାତ୍ରମାନେ ଦିନେ ବ୍ୟାସକବି ଫକିରମୋହନଙ୍କୁ ଅଭିନନ୍ଦନ କରିଥିଲେ । ବ୍ୟାସକବିଙ୍କ ଘରେ ବାଲେଶ୍ୱର ସହରରେ, ଏକ ଫୁଲ ବଗିଚା ମଧ୍ୟରେ । ବାଲେଶ୍ୱରର ପାଖକେ ସମୁଦ୍ର ଓ ଅନ୍ୟ ପାଖରେ ଅରଣ୍ୟାନୀମୟ ଅଭେଦ୍ୟ ପର୍ବତମାଳା । ବାଲେଶ୍ୱର ସହର ବଳଙ୍ଗନଦୀ କୂଳରେ । ସାଳିଆ ନଦୀ ଓ ଘଣ୍ଟଶିଳା ପାହାଡ କବିଙ୍କ ଜନ୍ମସ୍ଥାନ ବାଣପୁରରେ । ବ୍ୟାସ କବି ବାଣପୁର ଯାଇ ନଥିଲେ । ତେଣୁ ସାଳିଆ ଓ ଘଣ୍ଟଶିଳା ତାଙ୍କ ମହତ୍ତ୍ୱ ଉପଲବ୍ଧ କରିବାର ସୁଯୋଗ ପାଇ ନଥିଲେ, କିମ୍ବା ବାଣପୁରବାସୀ କବିତା ଚର୍ଚ୍ଚା କରୁ ନଥିବା ଯୋଗେ ତାହା ଘଟି ପାରିଥାଏ ।
ର୍ନିଜପାହାନ୍ତିରୁ ଉଠି କୁଆ ରାବିବାର ଆଗେ,କୁଆତାରା ନ ଉଉଁଣୁ ଉଷାର ସରାଗେ,ଦେଉଳର ଘଣ୍ଟାରୋଳ ନ ଥାଆନ୍ତା ବାଜି,ନ ଥାଆନ୍ତା ବାଟୋଇର ଶ୍ରମ ନିଦ୍ରା ଭାଜି,ବୋହୂମାନେ ଘାଟେ ଆସି ନ ଥାନ୍ତେ ଗାଧୋଇ,ତରୁଲତା ବିମୋହନ ରହିଥାନ୍ତେ ଶୋଇ,ବିନ୍ଦୁ ବିନ୍ଦୁ ଅଯତନେ ପଡ଼ିଥାନ୍ତା ଝରି,ଯାମିନୀ ଦିବସ ମେନେ ମଧୁ ଅଶ୍ରୁବାରି,ଗଛ ପତ୍ରୁ ପାହାନ୍ତିର କାକର ବରଷା,ଗଛ ପତ୍ରେ ନିଧି ସେ ଯେ ସୁଖ ଦୁଃଖ ମିଶା ।ସେତେବେଳେ ଉଠି ମୁହଁ ପଖାଳି ଶରୀର,ଫେରି ଆସିଥାନ୍ତି, ପାଦ ବେଗେ ତର ତର ।ପାହାନ୍ତି ଶୀତଳ ସୁଧା ଜୀବନ୍ତ ପବନେକହିଥାନ୍ତି ମନ କଥା ମଧୁ ଆଳାପନେ ।ଛୁରିଅନା କୁଞ୍ଜେ ବୁଲି, ତମାଳର କୋଳେ,ଗାଇଥାନ୍ତି ହୃଦ ଗୀତ ମୃଦୁ ମନ୍ଦ୍ର ରୋଳେ ।ନୟନ ନିମିଷେ ମୋର ଅତୀତଟି ଆଣି,ଦୀର୍ଘଶ୍ୱାସେ ଦେଇଥାନ୍ତି ସରସେ ମେଲାଣିଭାବି ଜୀବନର ସ୍ୱପ୍ନ ଭାଳି ଅବହେଳେ,ପ୍ରଣମି ଥାଆନ୍ତି ପ୍ରେମେ ବିଭୁ ଶ୍ରୀପୟରେ ।ନ ହେଲା ନ ହେଲା; ଆଜି ଦିନଟି ବିଫଳ,ଏ ଯେ ସୂର୍ଯ୍ୟ ଉଇଁଲାଣି ବହୁତ ଉଛର ।କାହିଁଗଲା, ବନ୍ଧୁ ଆଜି ନଦେଲ ଉଠାଇ,ଶୟନେ ମୋ ବ୍ରତ କଥା ମନେ ମୋର ନାହିଁ ।ମୋ ନିଜକୁ ନିରନ୍ତର ଯାଏ ମୁଁ ପାସୋରି,ଚାଲିଲା ବେଳକୁ ଠିଆ ହୁଏ ଥକା ମାରି ।ଚାଲେ ପୁଣି ଯେବେ ମୋର ଠିଆ ହେବା ବେଳ,ମୋ ନିଜ ପରାଣ ମୋତେ ଅତି ଅସମ୍ଭାଳ ।ଏକା ମୁହିଁ ଏ ସଂସାରେ ପାରିବି କି ରହି,ଏ ଜୀବନ ଭାରା ମୁଣ୍ଡେ ଏକାକୀ ଟି ବହି ?ତୁମେ ଯେବେ ପାଖେ ପାଖେ ଜଗିଥିବ ମୋର,ବ୍ୟର୍ଥ ଯିବା କେତେ ନିଧି ପାଇବି ଆବର ।ଏକାକୀ ଏ ପ୍ରାଣ ଉଷା ତୁଷରୁ ମୋ ହୀନ,ବିଶ୍ୱ ବିସାରଣେ କାହିଁ ହୋଇଯିବ ଲୀନ ।ସେତେବେଳେ ଖୋଜି ଖୋଜି, ଏଣେ ତେଣେ ଧାଇଁମୋ ନିଜ ଟିକକ ମୁହିଁ ନପାରିବି ପାଇ ।ଭାଳୁଥିବି ଦେଲି କିପାଁ । ଅକାଳେ ମେଲାଣି,କିପାଁ ନ ଦେଖିଲି ନିତି ପାଶେ ମୋର ଆଣି ।ନଯାଅ ନଯାଅ, ବନ୍ଧୁ, ଛାଡ଼ି ମୋତେ କ୍ଷଣେ,ମୋ ନିଜ ବଳି ହେ ନିଜ, ତୁମେ ମୋର ଜଣେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ