ଗୋପାଳ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୫
- ସ୍ଥିତି
- ସାର୍ବଜନୀନ (Public domain)
ଘରକୁ ଗୋପାଳ ଏକମାତ୍ର ପୁଅଦରିଦ୍ରପସରା ଅନ୍ଧଲଉଡ଼ି,ଦୁଇଦିନେ ଥରେ ଛୁଏଁ ଅନ୍ନ ମୁଖେବାକି ବେଳେ ଖାଏ ହୁଡ଼ୁମ୍ବ ମୁଢ଼ି ।ଘରେ ଆସି ନିତି ଠାଏ ବସିବାକୁଫୁରୁସତ ନାନା ଜଞ୍ଜାଳେ କାହିଁ ?ବିଭା-ବ୍ରତ-ଶ୍ରାଦ୍ଧ- କୋଠ ଜନ୍ତାଳେ ସେନ ରହିଲେ କାମ ଉଠଇ ନାହିଁ ।କାହା ଘରେ ରୋଗୀ ପଡ଼ିଥିଲେ ଶେଯେ,ତା ବିନେ କେ ସେବା କରିବ ଆଉ ?ଦୋକାନୁଁ ସଉଦା ନ ଆସିଲେ କା’ର,ଗୋପାଳ ତକ୍ଷଣେ ଯୁଟଇ କାହୁଁ ।କା ଗଛୁଁ ନଡ଼ିଆ ତୋଳା ନୋହୁଥିଲେ,ଚଢ଼େ ବିନା ଛନ୍ଦେ ଗଛେ ଗୋପାଳ;କା ଗାଈ ଘରକୁ ଚିରି ନ ଫେରିଲେ;ତାର ବହିଯାଏ ଦେଢ଼ପା ଝାଳ ।କେ ଯଦି ମୁଣ୍ଡାଇ ବୋଝ ବୋହିବାକୁବୁଲି ଖୋଜି ଗ୍ରାମେ ନ ପାଏ ଲୋକ,ଭିଡ଼ି ତ୍ୱଚା ଅଣ୍ଟା ବାହାରେ ଗୋପାଳ,ମନେ ତା ନ ପଡ଼େ ଶୋଷ କି ଭୋକ ।କ୍ଷୁଧାର୍ତ୍ତ ବୁଲିଲେ ମାଗି ଗାଆଁ ଦାଣ୍ଡେ,ଧନୀ ସିନା ମୁହଁ ଦିଅନ୍ତି ମୋଡ଼ି,ଘରୁ ଚୂଡ଼ା ମୁଢ଼ି ଯା ପାଏ ସାଉଁଟିଦିଏ ଆଣି ସେହୁ ତା ହାତେ ଲୋଡ଼ି ।ଗ୍ରାମେ ଯେବେ ଆସେ ଗୁଡ଼ିଆ ପସରା,ମୁଆଁ ପାଇଁ କରେ ହଟା କା ପିଲା,ଉଧାରେ ପଇସା ଆଣି ସେ ଗୋପାଳ,କିଣି ମୁଆଁ ତାକୁ କରଇ ଥିରା ।ହଣା ମରା କାହିଁ ଲାଗିଲେ, ଧାଏଁ ସେ,ଦୁଇଦଳ ମଧ୍ୟେ ହୁଅଇ ଠିଆ;ତା ମୁଣ୍ଡେ ପାହାର ବସେ ଦୁଇପକ୍ଷୁଁମାତ୍ର ନିଭିଯାଏ କଳହ ନିଆଁ ।କେହୁ ଯଦି କରି ଦୋଷ ଅପରାଧଭିଡ଼ା ହୁଏ ଦଣ୍ଡ ଭୋଗିବା ପାଇଁ,ଡ଼େଇଁପଡ଼ି ଆଗେ କହଇ ଗୋପାଳ,‘‘ମୁଁ ଦୋଷ କରିଛି; ସେ କରିନାହିଁ ।’’ଘରେ କାର ନିଆଁ ଲାଗନ୍ତେ, ପ୍ରଥମବୁଜି ଆଖି ସେହୁ ଚଢ଼ଇ ଚାଳେ;ହାତ ମୁହଁ ଘୋଡ଼ି ଶୁଏ ଶେଯେ ସିନା,ପଛାଏ ନାହିଁ ସେ ଆପଦକାଳେ ।ଘରେ ବାପା ମାଆ କାନ୍ଦି ଗଡ଼ୁଥାନ୍ତିହାତରୁ ନୋହିଲା ଦିହାତ ସେହୁ,ଚଉଦ ବରଷୁ ଚାଳିଶ ପାଖାଏ,ବଳ କ୍ରମେ ଖସି ଆସିଲା ଦେହୁଁ ।ପରି ମନ୍ଦ ଚିନ୍ତା କିସ ସେ ନ ଜାଣେ,ପର ଛିଦ୍ର ତୁଣ୍ଡେ ନ ଧରେ ଦିନେ,ତା ସାରା ଜୀବନ ଛୋଟ ବଡ଼ କାମକରି ନାହିଁ ପର କଲ୍ୟାଣ ବିନେ ।ଶେଷେ ଯେବେ ମର୍ତ୍ତୁ ଚାଲିଲା ଗୋପାଳ,ଗ୍ରାମସାରା ଆଉ ନୋହିଲା ଚାହିଁ,‘ଆହା ଆହା’ ତୁଣ୍ଡୁ ନ ସରେ କାହାର,ଲୁହ କା ନୟନ ଶୁଝେଇ ନାହିଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ