ଇଂଲଣ୍ଡ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୯
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ହେ ଇଂଲଣ୍ଡ ତୁମ୍ଭେ ଧନ୍ୟ ରାଜ୍ୟେଶ୍ୱର,ଅପାର ଅଟଇ ଗୁଣ କୀର୍ତ୍ତି ଯେ ତୁମ୍ଭର ।ସାଗରର ବକ୍ଷଃସ୍ଥଳେ ହୁଅ ଭାସମାନ,ତବ ତୁଲ୍ୟ ମେଦିନୀରେ ନାହିଁ ଅନ୍ୟ ସ୍ଥାନ ।କି ଥିଲ କି ହେଲ ଆସି କରି ପୁଣି ଏବେ,ଆଶ୍ଚର୍ଯ୍ୟ ହୁଅଇ ମୁହିଁ ମନେ ଭାବେ ଯେବେ ।ବୃକ୍ଷର ବକଳ ପିନ୍ଧି ତବ ପୁତ୍ରଗଣ,ଅରଣ୍ୟରେ କରୁଥିଲେ ସମୟ ଯାପନ ।ଅପକ୍ୱ ମାଂସ ଯେ ପୁଣି କରନ୍ତି ଭକ୍ଷଣ,ଶରୀରରେ ରଙ୍ଗମାଟି ହୁଅନ୍ତି ଲେପନ ।ଯେତେବେଳେ ମହାବୀର ରୋମସେନାପତି,ସିଜର ଜୟଆଶାରେ ହେଲେ ତୁମ୍ଭ କତି ।ଭୟ ଦେବେ ସିଜରକୁ ଭାବିଣ ମନରେ,ନାନା ଅସମ୍ଭବ କାର୍ଯ୍ୟ କଲେ ଗୋପନରେ ।ନାନାଦି ବର୍ଣ୍ଣରେ ସବୁ ହୋଇଲେ ଚିତ୍ରିତ,ଶେଷରେ ସିଜରହସ୍ତେ ହେଲେ ପରାଜିତ ।ଦେଖ ସେହି ସ୍ଥାନବାସୀ ଜଗତମଧ୍ୟରେ,ଶ୍ରେଷ୍ଠତର ହୋଇଛନ୍ତି ସମସ୍ତ ଗୁଣରେ ।କେତେ ସେ ଜାଣନ୍ତି ଏବେ ଯୁଦ୍ଧର କୌଶଳ,ବାଣିଜ୍ୟରେ ପୃଥିବୀରେ ଆଦର୍ଶର ସ୍ଥଳ ।ଆଶ୍ଚର୍ଯ୍ୟ ଧୂମଶକଟ ପୁଣି ଜଳଯାନ,କରି ସ୍ୱଚ୍ଛନ୍ଦରେ ସଦା କରନ୍ତି ଗମନ ।କେତେ ନବ ନବ କଳ କରି ଆବିଷ୍କାର,କରନ୍ତି ଜଗତଜନଙ୍କର ଉପକାର ।ପୁରାଣରେ ଶୁଣିଥାଇ ଦେବାସୁରମାନେ,ରଥ ଆରୋହଣ କରି ବୁଲନ୍ତି ଗଗନେ,ଏବେ ଶୁଣି ଇଂଲଣ୍ଡରେ ଚଢ଼ି ବ୍ୟୋମଯାନ,ଚନ୍ଦ୍ର ସୂର୍ଯ୍ୟ ଗ୍ରହଗଣ କରନ୍ତି ପ୍ରମାଣ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ