ହରି-ଭଜନ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିଆସ ଆସ ହରି କରୁଣା ବିତରିବସ ଏ ହୃଦୟ-ମନ୍ଦିରେ,ପ୍ରାଣବୀଣା ତାର ଉଠାଉ ଝଙ୍କାରପ୍ରଣବ ଓଁ କାର ଗମ୍ଭୀରେ । ପଦ ।ତୁମ୍ଭରି ସର୍ଜିତ ଏ ମହା ଜଗତ,ପ୍ରଚାରୁଛି ତୁମ୍ଭ ମହିମା-ମହତ୍ତ୍ୱ,ଦେଇଅଛ ତୁମ୍ଭେ ଜୀବଗଣେ ଠାବଜୀବନ ମରଣ ସନ୍ଧିରେ । ୧ ।ଫୁଲ ମଧ୍ୟେ ଅଛ ଗନ୍ଧରୂପେ ହରି,ଫଳଗର୍ଭେ ଅଛ ରସରୂପ ଧରି,ମେଘେ ଜଳରୂପେ ବାତେ ପ୍ରାଣରୂପେଗଛରୂପେ ଅଛ ମଞ୍ଜିରେ । ୨ ।ଅଣାକାର ପ୍ରଭୁ ଅନନ୍ତ ଅନାଦି,ପୁଷ୍ପଗର୍ଭେ ମଧୁ ରଖିଛ ସମ୍ପାଦି,ନିହିଛ ସେ ମଧୁ ସଂଗ୍ରହର ଶକ୍ତିଅତି କ୍ଷୁଦ୍ର ମଧୁମକ୍ଷୀରେ । ୩ ।ବିଶ୍ୱଚିତ୍ର ନିତି ଅଙ୍କୁଛ ଅନେକ,ପୁରୁଣା ନିଭାଇ ନୂଆ ଚିତ୍ର ଲେଖ,ତୁମ୍ଭ ଶୁଭାଦେଶ କରୁଣା ମୁଦ୍ରିତଜଗତଜୀବନ-ପଞ୍ଜିରେ । ୪ ।କହେ ଚିନ୍ତାଦଗ୍ଧ ଦୀନ ଚିନ୍ତାମଣି,ମଲା ଆଖିପାଣି ଦିନ ଗଣି ଗଣି,କେତେ କାଳ ହରି ନିଗଡ-କଞ୍ଜିରେବାନ୍ଧି ରଖିଥିବ ବନ୍ଦୀରେ । ୫ ।ଆଳତି[ ରସକୁଲ୍ୟା ]ପ୍ରଭୁ ଜଗନ୍ନାଥ ଜଗଜୀବନ,ଭକ୍ତ-ହୃଦ-ସର-ପଦ-ତପନ,ନୀଳ-ମହୀଧର-ମର୍କତ ମଣିଅପାର-ସଂସାର-ସିନ୍ଧୁ-ତରଣୀ,ଭକ୍ତର ଚିର ଅଧୀନ ଯେ,ଭୃତ୍ୟର ମହିମା ପ୍ରଚାରୁଛ ବକ୍ଷେବହିଣ ଚରଣ ଚିହ୍ନ ଯେ ।ସକଳ ମାନବ ତୁମ୍ଭ ସନ୍ତାନ,ପିତୃନେତ୍ରେ ତବ ସର୍ବେ ସମାନ,ପ୍ରଚାରୁଛ ଏହି ନୀତି ଉଦାର,ଭୋଗରେ ନ ରଖି ଜାତି ବିଚାର,ଏକତ୍ରେ ଶୂଦ୍ର ବ୍ରାହ୍ମଣ ଯେ,ନିର୍ବିକାର ଚିତ୍ତେ ଶ୍ରୀମହାପ୍ରସାଦକରନ୍ତି ସୁଖେ ଭୋଜନ ଯେ ।ଉତ୍କଳ-ଅବନୀ କି ତପ କରି,କୃତାର୍ଥ ତୁମ୍ଭଙ୍କୁ ବକ୍ଷରେ ଧରି,ଛଡ଼ାଇ ଆଣିଛି ସ୍ୱର୍ଗ ସମ୍ପଦ,ଲଭିଛି ମର୍ତ୍ତ୍ୟରେ ବୈକୁଣ୍ଠପଦ,ଧନ୍ୟ ତା ପୂଣ୍ୟ ମହିମା ଯେ,ଜଗତନାଥଙ୍କୁ କରି ରଖିଛି ଯାପ୍ରାଣର ପୂଜା ପ୍ରତିମା ଯେ ।ବେଳା-ବାଲିଶେଯେ କରିଛ ବିଜେ,ଖଟିଛି ପୟରେ ବାରିଧି ନିଜେ,ନିତି ସନ୍ଧ୍ୟା ପ୍ରାତେ ତ୍ରିଦିବବାସୀ,ସ୍ୱର୍ଗଦ୍ୱାର ପଥେ ଓହ୍ଲାଇ ଆସି,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ଦେଖନ୍ତି ପୂଣ୍ୟ ଆଳତି ଯେ,
ପାଦୋଦକ ସେବି ଶ୍ରୀମୁଖ ନିରେଖି
ଲଭନ୍ତି ମହାତୃପତି ଯେ ।
ଖେଳେ ଭକ୍ତି ତୁଣ୍ଡେ ପ୍ରାର୍ଥନାବାକ୍ୟ
ଦୁଃଖୀ କଣ୍ଠୁ ଉଠେ ମଣିମା ଡ଼ାକ,
ଉଛୁଳି ପଡ଼ଇ ବାଦିତ୍ର ସ୍ୱନ,
ସାଧକେ କରନ୍ତି ସ୍ତବ କୀର୍ତ୍ତନ,
ସେ ସ୍ୱରେ ମିଶାଇ ସ୍ୱର ଯେ,
ଦୀନ ଚିନ୍ତାମଣି ଦୂରେ ଥାଇ ଡ଼ାକେ
ହେ ପ୍ରଭୁ ଉଦ୍ଧାର କର ଯେ ।
ବିନତି
[ ଚୋଖୀ ]
ଜଗବନ୍ଧୁ ଜଗନ୍ନାଥ ଜଣାଉଛି ଯୋଡ଼ି ହାତ
ଭବ-କାରାଗାରୁ ମୁକ୍ତ କର ଏ ଦାସେ,
ବହୁଦିନୁ ପଡ଼ି ପଡ଼ି ଗଲାଣି ଶରୀର ଝଡ଼ି
ହେଉଅଛି ଆୟୁ କ୍ଷୟ ପ୍ରତି ନିଃଶ୍ୱାସେ,
ଦୁଷ୍ଟା ଜରା ସାଧୁଛି ଦାଉ,
ତୁମ୍ଭେ ନ ତାରିଲେ କିଏ ତାରିବ ଆଉ । ୧ ।
ଛନ୍ଦିଅଛ ଯେଉଁ ବେଢୀ କିଏ ତା ପାରିବ ଫେଡ଼ି
ଶ୍ରୀହସ୍ତରେ ତୁମ୍ଭେ ତାହା ନ ଦେଲେ ଭାଙ୍ଗି
ତୁମ୍ଭେ ପ୍ରଭୁ କୃପାମୟ ହରୁଛ ଆତୁର ଭୟ
ଡ଼ାକେ ମୁଁ ତୁମ୍ଭଙ୍କୁ ସାରା ଯାମିନୀ ଜାଗି,
ଶୁଣ ପ୍ରଭୁ ରଙ୍କ ଗୁହାରି,
କର ଏ କିଙ୍କରେ ଭବ-ସାଗରୁ ପାରି । ୨ ।
କେଉଁ କାଳୁ ତୁମ୍ଭ ପାଶୁ ଆସି, ଏବେ ଏ ପ୍ରକାସୁଁ
ବାହୁଡ଼ିଯିବାକୁ ଚିତ୍ତ ଉଚ୍ଛନ୍ନ ଅତି,
ଛାଡି ପ୍ରଭୁ ପାଦସେବା ସେବକ ହୋଇଣ କେବା
ରହିପାରେ କାହିଁ ହୋଇ ନିଶ୍ଚିନ୍ତ ମତି,
ପ୍ରଭୁ ଏକା ପ୍ରାଣ ତାହାର,
ପ୍ରଭୁ ପାଦପଦ୍ମ ତାର ହୃଦୟ-ହାର । ୩ ।
ଅନ୍ତର୍ଯ୍ୟାମୀ ନାରାୟଣ ନ ଜାଣ କି ଭୃତ୍ୟ ମନ
ବଞ୍ଚିପାରେ କି ସେ ତୁମ୍ଭ ଖଟଣୀ ତେଜି,
ଛାଡି ତୁମ୍ଭ ସହବାସ ଆର୍ତ୍ତେ ଢ଼ାଳେ ଦୀର୍ଘଶ୍ୱାସ
ଝୁରି ଝୁରି ମରେ ହୃତ ସୌଭାଗ୍ୟ ହେଜି,
ଚିନ୍ତାମଣି ବିକଳେ ଭାଷେ,
ନିଅ ପ୍ରଭୁ ସେବକକୁ ପୟର ପାଶେ । ୪ ।
ଦମ୍ଭ
[ ଆଷାଢ ଶୁକ୍ଳ ]
ଉତ୍କଳ ମହୀ ସୌଭାଗ୍ୟ ବିଧାତା,
କୈବଲ୍ୟ ଗୌରବ ସମ୍ପଦଦାତା,
ମଧୁର ମୂର୍ତ୍ତି ସୁଦର୍ଶନପାଣି,
ଅନିନ୍ଦ୍ୟ ସୁନ୍ଦର ମୋହନ ଠାଣି,
ପ୍ରଭୁ ଜଗନ୍ନାଥ,
ଜଗତ-ଭରସା ଦୁଃଖୀ ସଙ୍ଗାତ । ୧ ।
ଶରୀର ତବ ବିଶ୍ୱ ଚରାଚର,
ଯୁଗଳ ନେତ୍ର ଚନ୍ଦ୍ର ଦିବାକର,
ଅନିଳ ଶ୍ରୀଅଙ୍ଗ ତେଜ ବିକାଶ,
ପ୍ରଦୋଷ ପ୍ରଭାତ,
ତୁମ୍ଭ ଆଜ୍ଞାରେ ହୁଏ ଆତଯାତ । ୨ ।
ଆକାଶ ବିରାଟ ଶିର ତୁମ୍ଭର,
ମହାସାଗର ବିଶାଳ ଉଦର,
ଶିରାପ୍ରଶିରା ନଦନଦୀମାନ,
ମହିମା ତୁମ୍ଭର ମହା ମହାନ,
ପାତାଳ ଚରଣ
ବିରାଟ ପୁରୁଷ ବିଶ୍ୱଶରଣ । ୩ ।
ତୁମ୍ଭ ପରି ପ୍ରଭୁ ଲଭି ଭାଗ୍ୟରେ,
ପ୍ରାଣେ ମୁଁ ଦର୍ପ ଅନୁଭବ କରେଁ,
ବିଅର୍ଥ ନୁହେଁ ତ ମୋର ଏ ଗର୍ବ,
ପ୍ରଭୁଗୁଣେ ବଢ଼େ ଭୃତ୍ୟ ଗୌରବ
କହେ ଚିନ୍ତାମଣି,
ପ୍ରଭୁ ସମ୍ପଦେ ଭୃତ୍ୟ ସିନା ଧନୀ । ୪ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ