ସାନ୍ଧ୍ୟ ଭଜନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ନମୋ ନାରାୟଣ ବ୍ରହ୍ମପରାୟଣଭକ୍ତ ଆପ୍ୟାୟନ-ଯୋଗିଧନ,ସତ୍ୟ ସନାତନ ସୁଚାରିଶାତନବାରଣଯାତନ-ବିମୋଚନ ।ସଦ୍ୟ ପୁରାତନ ଦୁଷ୍ଟନିପାତନକୃତଘ୍ନଘାତନ-ଜନାର୍ଦ୍ଦନ,ନିତ୍ୟ ନିରୀଶ୍ୱର ନୀଳଗିରୀଶ୍ୱରବିଧୁ ଶିରୀଶ୍ୱର-ନିରଞ୍ଜନ ।କୈବଲ୍ୟ କାରଣ ଧ୍ରୁବ ନିସ୍ତାରଣଦୂରିତ ବାରଣ-ଗୋବର୍ଦ୍ଧନ,ବିଭୁ ସଦାଶୟ ନିରାଶ୍ରୟାଶ୍ରୟକୃପା-ଜଳାଶୟ-ଖଗାସନ ।ଯଜ୍ଞେଶ ଯାଦବ ମୁରାରି ମାଧବଗୋକୁଳବାନ୍ଧବ-ଗୋପୀଧନ,ବ୍ରଜେନ୍ଦ୍ରସୁନ୍ଦର ଶାର୍ଙ୍ଗ ଧନୁର୍ଦ୍ଧରବିଚିତ୍ର ହୁନ୍ଦର ବିସୃଜନ ।ସୃଷ୍ଟି ସଞ୍ଚାଳକ ସଂସାରପାଳକଗୋପାଳବାଳକ-ସନାତନ,କଷିତ କାଞ୍ଚନ ପୀତବାସାଚ୍ଛନ୍ନଶ୍ରୀବତ୍ସଲାଞ୍ଛନ-ଚିରନ୍ତନ ।ଭୂତେଶ ଭାବନ ପତିତପାବନଦିବ୍ୟ ଶୋଭାବନ ଶ୍ରୀବାମନ,ଶିଖଣ୍ଡଧାରଣ ମାରିଚମାରଣବାରଣତାରଣ ପଦ୍ମାସନ ।ଶ୍ରୀନନ୍ଦନନ୍ଦନ ବିଶ୍ୱବିବନ୍ଦନସଂସାର ବନ୍ଧନ ବିଚ୍ଛେଦନ,ନମେ ଚିନ୍ତାମଣି ଚିନ୍ତି ଚିନ୍ତାମଣିକଉସ୍ତୁଭମଣି ବିଭୂଷଣ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ