ଦଣ୍ଡବତ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୪
- ସ୍ଥିତି
- ସାର୍ବଜନୀନ (Public domain)
ବିଶ୍ୱ-କାରଣ, ବାରଣ-ତାରଣ ହେ,ଶୁକ-ସାରଣ-ଦାରଣ-ନାରଣ ହେ । ୧ ।ବ୍ରଜ-ବାଳକ-ଚାଳକ-ପାଳକ ହେ,ସୃଷ୍ଟି-ଧାରକ, ତାରକ, ପାରକ ହେ । ୨ ।ଘନ କାଳିଆ, କାଳିୟଦର୍ପହର,ସାଧୁ-ସଜ୍ଜନ-ରଞ୍ଜନ, କଞ୍ଜକର ହେ । ୩ ।ପ୍ରଭୁ ଚିର-ପୁରାତନ, ଚିରନବ,ରାଜେ ଲୋମକୂପେ ତବ କୋଟି ଭବ । ୪ ।ତୁମ୍ଭେ ସତ୍ୟ, ସାରାତ୍ସାର, ଶାସ୍ତ୍ର ଉଣେ,ଚିତ୍ତ ସ୍ଥିତ ହେଉ ତବ ଶ୍ରୀଚରଣେ । ୫ ।ତବ କୃପାରେ ଜୀବିତ ଜୀବକୁଳେ,ଘେନ ପ୍ରେମ-ପୁଷ୍ପାଞ୍ଜଳି ପାଦମୂଳେ । ୬ ।ସର୍ବ ଦେବଶିର ତବ ପାଦେ ଲୁଳେ,ଘେନ ଭକ୍ତି-ଅର୍ଘ୍ୟ ହରି, ପାଦମୂଳେ । ୭ ।କଲ ନନ୍ଦିତ ବନ୍ଦିତ ନନ୍ଦକୁଳେ,ଘେନ ପୂଣ୍ୟ-ପ୍ରୀତି-ପୂଜା ପାଦମୂଳେ । ୮ ।ବେଣୁ ବାଦ୍ୟ ନାଦ କର ନୀପମୂଳେ,କୋଟି ଦଣ୍ଡବତ ତବ ପାଦମୂଳେ । ୯ ।ରଚ ନିତ୍ୟ ଲୀଳା ନୀଳ ଶୈଳ ଚୂଳେ ,ନମୋ ଦୀନ ଚିନ୍ତାମଣି ପାଦମୂଳେ । ୧୦ ।ମନପ୍ରତି
( ୧ )
ଫେରି ଚାଲ ଘରକୁ ମନ,କରିବୁ ଶ୍ମଶାନେ କେତେ କାଳ ଭ୍ରମଣ ? ପଦ ।ବିରାଟ ଭୀଷଣ ସ୍ଥାନ ଅଟେ ଏ ମହାଶ୍ମଶାନଜଳେ ଚିତାନଳ କରି ଶିଖା ତୋଳନ । ୧ ।ନିରାଟ ନିଛାଟ ପଦା ଯହିଁ ଦେଖ ଭସ୍ମଗଦାଭ୍ରମୁଛନ୍ତି ଶବାହାରୀ ଜନ୍ତୁ ଭୀଷଣ । ୨ ।ତାଙ୍କ ହର୍ଷ କୋଳାହଳ ଯେହ୍ନେ ପ୍ରଚଣ୍ଡ ଅନଳଜାଳି ପୋଡି ଦେଉଅଛି ସଦା ଶ୍ରବଣ । ୩ ।ଭୂତପ୍ରେତପିଶାଚାଦି ବୁଲନ୍ତି ବିକଟେ ନାଦିସେ ଗର୍ଜନେ ଉଡିଯାଏ ପିଣ୍ଡୁ ଜୀବନେ । ୪ ।ଛାଡି ତୁହି ନିଜ ଘର କିପାଁ ହେଉ ହରବରବିଅର୍ଥେ ସହୁଛ କିପାଁ ଏତେ କଷଣ । ୫ ।ରହିଛି ତୋ ସୁନାପୁର ନୁହେଁ ତ ସେ ବେଶି ଦୂରଅଛି ତହିଁ ପୂର୍ଣ୍ଣ ହୋଇ ଅଷ୍ଟରତନ । ୬ ।ରାଜସୁଖ ପରିହରି ବୁଲୁଛୁ ଅର୍କ୍ଷିତ ପରିକିଣୁ କିପାଁ ଏ ଦୁର୍ଦ୍ଦଶା ଅଧଃପତନ । ୭ ।ଚାରିଆଡ଼ୁ ଶିବାଶ୍ୱାନ ଘେରି ଓଟାରନ୍ତି ପ୍ରାଣଚିନ୍ତାମଣି କହେ ପଳା ପଳା ବହନ । ୮ ।ମନପ୍ରତି
( ୨ )
ମନ, ତୁ କି ମୋର ହାକିମ,ଜନ୍ମିଛି ମୁଁ ପାଳିବାକୁ ତୋର ହୁକୁମ । ପଦ ।ସହିବି ଜୁଲମ୍ ତୋର ଖାଇଛି କୋ ତୋ ବାପରକି ଚାରା ରେ, କ୍ଷୁଦ୍ର ମୁହିଁ ତୁ ଯେ ଅସୀମ । ୧ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ