ମନ ଉଚ୍ଚାଟନ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୮
- ସ୍ଥିତି
- ସାର୍ବଜନୀନ (Public domain)
ଭୈରବ-ଝୁଲାକିପାଇଁ ହେଉଛି ମନ ଉଚ୍ଚାଟନ ଅତିଶୟ?କିବା ନାହିଁ? କି ଯାଇଛି? ଶୂନ୍ୟ କରି ଏ ହୃଦୟ?ଦେଖୁଛି ମୁଁ ଚାହିଁ ଏବେ ହୃଦୟର ଅନ୍ତଃସ୍ଥଳ,ଅବସାଦ, ନିରାଶ୍ୱାସ ଢାଙ୍କି ରହିଛି କେବଳ !ଶାନ୍ତି, ସୁଖ, ସ୍ନେହ, ପ୍ରୀତି ବିଗତ ହୋଇଛି ମନୁ,କୁହୁଳି ହେଉଛି ମନ, ଶୁଷ୍କ ଲୋତକ ନୟନୁ ।ଆହା ବୋଲିବାକୁ ସାହା କେହି ତ ମୋହର ନାହିଁ,ଧୈର୍ଯ୍ୟ ଧରି ରହିବି ମୁଁ ଆଉ କାହା ମୁଖ ଚାହିଁ ?କଠିନୁ କଠିନ ଏବେ ହେଉଛି ମୋହର ପ୍ରାଣ !ହେଉଛି ତ ଦିନୁ ଦିନୁ ମୋହ ହୃଦୟ ପାଷାଣ !ନିର୍ଦ୍ଦୟ ନିର୍ମମ ଭାବେ ଢାଙ୍କିଦେଇ ଦୁଃଖରାଶିଅନନ୍ତସାଗରେ କିବା ଯାଇଅଛି ଭାସି ଭାସି ।ବିଷାଦ-ବିଳାପ-ଗୀତି ଗାଇବି ବିରଳେ ବସି,ବିଗତ ଜୀବନ ଲୀଳା ହେଉଥିବ ନିତ୍ୟ ଘୋଷି ।ସାନ୍ତ୍ୱନା, ସୌଭାଗ୍ୟ ସୁଖ ନ ଲୋଡ଼େଁ ତ ଏହା କିଛିଯାଉ ଚିରକାଳପାଇଁ, ଯାଉ ଯାହା ତ ଯାଇଛି !
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି