ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୪୩
- ସ୍ଥିତି
- ସାର୍ବଜନୀନ (Public domain)
ପୁ- ଏ ବଉରସ, ଗଲାଣିରେ ଜାଡ଼ ଦିନ, ସୁଉଁଡ଼ା ଶିଲେମଉଲ ଚାଣ୍ଡିଲା ବେଲେଗା ବଉଚି ପାଉଁତି କାକର- ଏ ବଉରସ ।ସ୍ତ୍ରୀ- ଏ ବଉରସ- ପାଇଁତିଆ କାକର ବୋଇଲା ଧନ, ଦୁଃଖ ନାହିଁ ଧର - ଏ ବଉରସ ।ଉମଲା ଲଗାଇ ଝାରକାଠେ ହୋ, ଜୁଇ ଠୁଳ କରଉମଲା ଲଗାଇ ଝାରକାଠେ କାଇଁ ଜୁଇ ଠୁଲ କର ।ପୁ- ଏ ବଉରସ, ମଉଲିଆ ଗୁର ମଉଲିଆରେଗୁର, ଏ ମଉଲିଆଗୁରମଉଲ ତଲାରେ ପବାଇବା ଛନେ କୁଲେ ଧର - ଏ ବଉରସମଉଲ ଡାଲାରେ ପକାଇ କାଇଁ ବେଲେ କୁଲେ ଧର ।ସ୍ତ୍ରୀ- ଏ ବଉରସ ? ବାଟର ମଉଲ ପିଲାରେ ସାନ ବଡ଼ କୁଚି, ଏ ସାନ ବଡ଼ କୁଚିକୁଲେ ଧରିବାର ବେଲେଗା ବଡ଼େ ଦୂରେ ଅଛି, ଏ ବଉରସକୁଲେ ଧରିବାର ବେଲା କାଇଁ ବଡ଼େ ଦୂରେ ଅଚି ।ପୁ- ଏ ବଉରସ ! କୁହୁଡ଼ି କାକର ରସରେ କେତେ କାଳ ଥିବ, ଏ କେତେ କାଳ ଥିବଛନେ ଦେଖା ହୋଇ କାଇଁ ନିଆଲି ଛନକେ ସୁଇନ ହେବ ଏ ବଉରସଛନକେ ଦେଖା ହୋଇ କାଇଁ ନିଆଲି, ଛନେ ସୁଇନ ହେବ ।ପୁ- ଏ ବଉରସ, ସୁସରା ଦେଲେ ପାନି ମୂଳେ ଧରମ ବିଚାର, ଏ ଧରମ ବିଚାର,ଭୁକେ ମରିଲାର ବେଲେଗା ଚିନି ଦୟାକର, ଏ ବଉରସଭୁକେ ମରିଲାର ବେଲେ କାଇଗା ଚିନି ଦୟାକରସ୍ତ୍ରୀ- ଏ ବଉରସ ! ଘରେ ଥିଲେ ଧୋଇ ତୁହୋ, ଡେଏଡ଼ିରପେଜ ଏଡ଼େ ଏଡ଼ିରମଉଲିଆ ଟାରେ କାଇଁ - ଭାବଗା ମନେ ମନେ ହେଜ, ଏ ବଉରସମଡ଼ଲିଆ ଟାରେ କାଇଁ- ଭାବଗା ମନେ ମନେ ହେଜ ।ପୁ- ଏ ବଉରସ, ହଳଦିଆ ନାଗ ପିଲାରେ ପଶି ଗଲାରେ ଦଲି, ଏ ପଶିଗଲା ଦଲିକେଉଁ ନାଗ ମୁହଁପା ଭାଙ୍ଗିଲା ପାରୁଆର ଟାଉଲି- ଏ ବଉରସକେଉଁ ନାଗ ମୁହଁପା ଭାଙ୍ଗିଲା ପାରୁଆର ଟାଉଲି- ଏ ବଉରସ ।ସ୍ତ୍ରୀ- ଏ ବଉରସ, କାଇ କଥା କହୁଛୁଗା କଇ ନାଇ ଜାନୁ ଏ କାଇ କୁଇ ଜାନୁକାଲି ତୋତେ ପ୍ରାପତ ବାଇଗା ଗୁରୁ ମନ ଟାଣୁ - ଏ ବଉରସକାଲି ତୋତେ ପ୍ରାପତ ବାଇଗା ଗୁରୁ ମନ ଟାଣୁ ।
ଜୟପୁର ଅଞ୍ଚଳର ଅମ୍ବାଦଳା ଜଗଦଳପୁର ଦିଗରୁ ଧରି ଗଞ୍ଜାମ ଜିଲାର ବାଲିଗୁଡ଼ାର ଗମନ ଖୋଲ ପୋଖରୀ ବନ୍ଦି ବେଲ ଗଡ଼ଟିରି ପାଣି ପର୍ଯ୍ୟନ୍ତ ପାର୍ବତୀୟ ଜାତୀମାନେ ଏହା ଗାନ କରନ୍ତି ।
ଧାଙ୍ଗଡ଼ା ଧାଙ୍ଗିଡ଼ି ଘର ବୋଲି ପ୍ରତି ଗ୍ରାମରେ ଗୋଟିଏ ଘର ଥାଏ । ରାତ୍ରିରେ ଗ୍ରାମର ଧାଙ୍ଗଡ଼ା ଧାଙ୍ଗିଡ଼ିମାନେ ସେଠାରେ ସେମାନେ ଯେଉଁଗୀତର ପ୍ରଶ୍ନ ଉତ୍ତର ଦିଆଦେଇ ହୁଅନ୍ତି ସେଥିରୁ କେତେପଦ ଗୀତ
ସ୍ତ୍ରୀ- ହାରି - ନାରିନା- ତିନାରି ନାନା ତାରିର ନାନା, ହାରି ନାରିନା ବଚନ ଦେଇକେବେ କେତେବେଳେ ଆସିଲ ବନ୍ଧୁରାନ୍ଧି ଖାଇଲ କି ନାହିଁ ହେ ବନ୍ଧୁ, ରାନ୍ଧି ଖାଇଲକି ନାହିଁ ।ରାନ୍ଧି ନଖାଇଲେ କଇତ ମୋତେ, ରାନ୍ଧି ପରଶନ୍ତି ତୋତେ ହେ ବନ୍ଧୁପୁ- ହାରି ନାରିନା ...ଆସିଲି ସରିସା ତୋର କଥା ପାଇଁ ସୋରିଷ ଫୁଲ, ପଚାରି ଜାଣିଲୁ ନାଇଁରେସରିଲେ ସରନ୍ତା ଚଉଲା ପଡ଼େ ପଚାରିଲୁ ନାହିଁ ତୁଣ୍ଡରେ ସରି ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର