ଧାଙ୍ଗିଡ଼ି ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୪
- ସ୍ଥିତି
- ସାର୍ବଜନୀନ (Public domain)
କେଳୀ କରଞ୍ଜମାଳୀ ହେଳାରେ ପାଶୋରି ଦେଲିନା । ଘୋଷା ।ଆମ୍ବଗଛ ଆବୁ ଆବୁ ସତେ ହୋଇଥିବୁ ପିଲାର ବାବୁସେ ଯାତରା ଦେଖାଇ ନେବୁନା ।୧।କୁରାଢ଼ି ମାଇଲି ଚୋଟେ କଳା ଜାମୁକୋଳି ଧରିଛି ହାତେମୁଁ କେତେକେ ଛାଡ଼ୁଛି ତୋତେ ନା ।୨।କୁକୁଡ଼ା ମୁଣ୍ଡରେ ଜଟ ବରମପୁରର ଧେଙ୍ଗିଡ଼ି ନାଟସେ ଗଉଡ଼ ସାହିରେ ଭେଟ ନା ।୩।କୁରାଢ଼ି ମାଇଲି ଚୋଟେ କି ମନ୍ତ୍ର କରୁ କି ଯନ୍ତ୍ର କରୁସେ ଗୋଡ଼ାଇଲି ପଛେ ପଛେ ନା ।୪।ବାଉଁଶ ପତର ସରୁ ତୋର ମୋର ଯିବା ଛତରପୁରୁସେ ଧାନ କଟାକଟି ସରୁ ନା ।୩।ନଈରେ କିଏ ଯାଉଛି ବାର ହାତ ଲୁଗା ପିଲ ପଡ଼ିଛିସେ ଚାଲିରୁ ଜଣାଯାଉଛି ନା ।୬।କଇଠ ଗଛର ଛାଲି ଧୋବଣୀ ପିଲାକୁ କି କଥା କଲିମୁଁ ଲୁଗା କାଚି କାଚି ମଲି ନା ।୭।ଆମ୍ବ ଗଛ ଚକା ଛାଇ ତୋହରି ଭଉଣୀ ଚକଟା ଖାଇସେ ବୁଲୁଥିବ ସାଇ ସାଇ ନା ।୮।ଡେଇଁ ଡେଇଁ ଗଲା ବଣି ସତ କଥା କହ ରମଣୀମଣିମୋ ହୃଦୟ ହେଉଛି ହାଣି ନା ।୯।ତାଟିଆରେ ଦେଲି ମହୁ କାହା ଘରେ ଅଛି ସୁନ୍ଦର ବୋହୁସେ ମୋତେ ବିଭା କରି ଦେଉନା ।୧୦।ବାଟେ ବାଟେ ଗଲା ଭାଲୁ ବାଟିବା ହଳଦି କାହାକୁ ଦେଲୁସେ ସୁନାରି ଘଇତା କଲୁ ନା ।୧୧।କୁଅରେ ପଡ଼ିଲା ମାଛି ସରୁ ଚୁଡ଼ା ଖାଇ ଘଇତା ବାଛିସେ ଉପର ସାଇରେ ଅଛି ନା ।୧୨।ବମ୍ବେରୁ ଆଣିଲି ପାନ କିଏ ଖାଇବ ସେ ବଙ୍ଗାଲି ପାନସେ ଜଟିଆ ପାଖରେ ମନ ନା ।୧୩।କୂଅରେ ପଡ଼ିଲା କଣ୍ଟା ଏକ ଜୁଆଳିରେ ଭାଙ୍ଗିବି ଅଣ୍ଟାସେ ଶିଖାଇବି ଧାନ କୁଟା ନା ।୧୪।ସମାପ୍ତଡୁଂଡ଼ୁଂଗା ଗୀତକୁଢ଼ାଇ ପତରୁରେ ନୁନି ସରଗ ପତରୁ‘ଜଇପୁରୁ’ ଦେଖିନଜା ବିଜୁଲି ଲାନ୍ତୁରୁ ।୧।ଏ ଝିଲି ବଡ଼ିଗାଡୁ ଖୁନା ଯୋଡ଼ିଗାଡ଼ୁ ଖୁନା‘କୋରାପୁଟୁ’ ସୁନା ବଜାରୁଦାଣ୍ଡ ସୁନା‘ଆସାମୁ’ ସାଇବୁ ମରିଗାଲା‘କୋରାପୁଟୁ’ ସୁନା ।୨।ପଦାଇ ମାରିଲି ଲିଟି ବେଢ଼ାଇ ମାରିଲି ଲିଟିଯୁଗୁରାଜା ମରିଗଲି ରାଜ୍ୟ ଗଲି ଚିଟିଦେଶେ ଗଲି ଚିଟି ।୩।ସିଆଡ଼ି ପତର କଡ଼ିଲି ସାଇ ଠଡ଼ ଠଡ଼ଜାମୁଘରେ ପାଡ଼ ଇନ୍ଦୁଘରେ ପାଡ଼ବାରମାସି କାନ୍ଦଣା ଜାମୁଘରେ ପାଡ଼ ।୪।ଲାଇ ପେଜ ବାସି ଭେଦନା ପେଜ ବାସିକାନ୍ଦିକରି ରେସି ହେତାଇ କରି ରେସି ।୫।‘ଘରୁ’ ‘ଫାମ୍ପୁଣୀ’ ଜବନା ବେଢ଼ାଟୋଟା ଆମ୍ବା ଟାକୁ ଦୁଇପାଡ଼ାପାକଲା କୁମୁଂଡ଼ା ଦୁଇପାଡ଼ାଏକଟା କାକଡ଼ା ଦୁଇଟା ଦାଡ଼ା‘ମୁସଲଜୁବିଆ ଚଲାବାଟେସବୁ କାନ୍ଦା ବାଡ଼ାଆଲୁ ଆଲୁ ଦୁବୁଲି ଝିଲି,ସବୁକାନ୍ଦା ବାଡ଼ା ।୬।‘ଡାଇ’ କରି ପୁଟୁଲି ଟେଙ୍ଗଣୀ ସିଆଡ଼ିରାଙ୍ଗି, ବସି ଉଦୁଲି ଦାମରା ଦିଆଲିଡାଲୁନିଆଲି ବୁଟା ନିଆଲିଉଠିନାଟୁ କଲି ବସି ନାଟୁକଲିଡାଲୁ ନିଆଲି ।୭।ପେଲାଡ଼ି ପଦାର ବାଜିଲି ଡାଙ୍ଗୁରାଏସୁର ଦିନେ ଲନ୍ଦି ଲନ୍ଦି ବେଳେଢଳିମାଙ୍ଗୁରା ଉପରି ମାଙ୍ଗୁରା(ନୁନୀ) ଢଳି ବାଗୁରା ଉପରି ବାଗୁରାନୁନୀ.... ଏ ଝିଲୀ....।୮।ରାଣୀକନ୍ଦା ପୋଡ଼ାଇ ଖାଇଲିମାମୀ ସୁଆଁ ପେଟେଖାସୁର ବିଡ଼ି ଘେନି ଦେଲିକାବୁରି ପୋଛିଆଗୋଟେ ବେସୁ ପାଛି ଆଗୋଟେ ସୁରୁରା ମା ।୯।ହାତ ଧେଇଲେ, ଗୋଡ଼ ଧେଇଲେ‘ପୋଡ଼ାଦୁବୁଲି-ବନ୍ଦେ ଧବୁଲି ଗଞ୍ଜା କାନ୍ଦେବାନା ଗଞ୍ଜା କାନ୍ଦେ କାବୁଲି ଗଞ୍ଜା କାନ୍ଦେତରୁ ଘରୁ ମୋରୁ ଘରୁ ମିଶିଲା ନିଉଡ଼ାମିଶିଲା ଦେଡ଼ନଏ ନୁନୀ...ଘେନି ଖାଉ ମୁଠା ଚିଉଡ଼ା ଖେଜା ଚିଉଡ଼ାଏ ନୁନୀ.... ।୧୦।ଆଲୁ କନ୍ଦା ମନ୍ଦା ସାରୁ କନ୍ଦା ମନ୍ଦାଟୋଇଲା ଦୋଲା ବନ୍ଧାଏ ଝିଲି, ଟୋଇଲା ଦେଲା ବନ୍ଧାକିନ୍ଦିରା ଦେଲା ବନ୍ଧା ।୧୧।ମାଡ଼ୁନାଡ଼ା ଭାଜି ଖୁଟୁନାଡ଼ା ଭାଜି‘ମୁଣ୍ଡୁରା ମାଝୀ’ କଡ଼ାଇ ନେଲା ଧଠାଗଡ଼ି ନୋଇଲା ରାଜିକେଆଦା ଝିକି ଏ ଧାଙ୍ଗଡ଼ା ମାଝୀ(ଓହୋ ନୁନୀ...) କାକୋଡ଼ି ରୋପେଲିଆଡ଼ମୁଣ୍ଡା ସାନ୍ଦି‘ଥୁଆ’ ବାଡୁ ସାନ୍ଦିମେଘେ ପାଣି ।୧୨।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ