ଧଉଳୀ ଗଣେଶ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୭
- ସ୍ଥିତି
- ସାର୍ବଜନୀନ (Public domain)
କେମନ୍ତ ଥନ୍ତଲ ପେଟ,ହରଚାଟ ହେଲି ଭେଟ ।ପଡିଛି ଘୋର ସଂକଟ,ଗଣେଶ୍ୱର ଫେଡ କଷ୍ଟ ହେ ।୧।ଲିଙ୍ଗରାଜ ଦେଉଳକୁ,ଚାହିଁ ବସିଛ ଆଗକୁ ।ସେ ଅଟନ୍ତି ତୁମ୍ଭ ପିତା,ଅଟ କନିଷ୍ଠେ ଗଣିତା ହେ ।୨।ଆହେ ଦେବ ଗଣପତି,ଖାଉଅଛ କେଉଁ ଥାତି ।*ଏଡେ ବଡ ମୋଟକାୟ,ପାଇଚ ଫିଟାଇ କହ ହେ ।୩।ଇଚ୍ଛା ଅଛି ମୋର ଥରେ,ରଜସଂକ୍ରାନ୍ତି ମେଳାରେ ।ଯିବି ବୋଲି ତୁମ୍ଭ ପାଶ,ହରଶିଶୁ ପୂରୁ ଆଶ ହେ ।୪।ସୁବୁଦ୍ଧୀଶ୍ୱରହେ ପ୍ରଭୁ ସୁବୁଦ୍ଧୀଶ୍ୱର,ସୁବୁଦ୍ଧି ଦିଅ ସତ୍ୱର ।ଦୁଷ୍ଟ ନିଧନ ସାଧନ,କର ଶିଷ୍ଟଙ୍କୁ ପାଳନ ହେ ।୧।ଭଗିପୁରରେ ବଣିକ,ଗୋଟଏ ଥିଲା ଧନିକ ।ତବ ମଣ୍ଡପ ନିର୍ମାଣି,କୀରତି ରଖିଲା ଜାଣି ହେ ।୨।ତା ପଦ ଥିଲା ସୁବୁଦ୍ଧି,ଏ କାଯ୍ୟ କଲା ସୁବୁଦ୍ଧି ।ତେଣୁଟି ସୁବୁଦ୍ଧୀଶ୍ୱର,ନାମ ହୋଇଲା ପ୍ରଚାର ହେ ।୩।ବହୁତ କଟକୀ ଜନ,କରନ୍ତି ସଦା ଦର୍ଶନ ।ନାରିକେଳ ରମ୍ଭାଫଳ,ଭୋଗଦେଇ ଢାଳି ଜଳ ହେ ।୪।ତଡମପଡାର ନରେଶ,ଜାଗରେ ହୋଇ ପ୍ରବେଶ ।ଆଣି ସୁବ୍ରାହ୍ନଣଗଣ,ପୀଠେ କରାନ୍ତି ବରଣ ହେ ।୫।ଥିଲେ ଯେ ବୃଦ୍ଧବ୍ରାହ୍ମଣ,ତୁମ୍ଭର ପୂଜାରିପଣ ।ଅଲୋକିତ କରାମତି,ତାହାଙ୍କ ମୁଖେ ବଦତି ହେ ।୬।