ବେଲେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୬
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ପ୍ରଭୁ ବେଲେଶ୍ୱର,ବାଲିଧରଣୀ ଉପର ।ପଡିଛ ହୋଇ ଖାକଡ଼ା*,ନ କଲ ଭଲ ଆଖଡା ହେ ।୧।ତୁମ୍ଭେତ ଶ୍ମଶାନବାସୀ,କିପାଁଇ ହେବ ବିଳାସୀ ।ଏହିପରି କାଳ କାଟ,ଦୁଃଖୀଙ୍କି ଦେଖାଇ ବାଟ ହେ ।୨।* ଖାକଡ଼ା - ମୁକୁଳା,ଚମ୍ପେଶ୍ୱରନରସିଂହ ପୂର ରାଜ୍ୟ,ମଧ୍ୟରେ ପ୍ରଭୁ ବିରାଜ ।ଆହେ ଦେବ ଚମ୍ପେଶ୍ୱର,ହରିବ ହୁଃଖ ମୋହର ହେ ।୧।ପୁଣ୍ୟ ତିଥି ପୂଣ୍ଣିମାରେ,ବଡମେଳା କାର୍ତ୍ତିକରେ ।ନରସିଂହପୁରଈଶ,ପୂଜନ୍ତି ସଦା ଗିରୀଶ ହେ ।୨।କାହୁ ପୁର ମହାଜନେ,ଭକ୍ତି ରଖିଥାନ୍ତି ମନେ ।ରାଜ୍ୟରେ ଯେ ସୁବ୍ରାହ୍ମଣ,ପୀଠେ ହୁଅନ୍ତି ବରଣ ହେ ।୩।ତବ ରମ୍ୟ ସରୋବରେ,ସ୍ନାନ କରିଥିଲି ଥରେ ।ଦର୍ଶନ ଚରଣାମୃତ,ପାଇ ହେଲି କୃତକୃତ ହେ ।୪।କୋଇଲେ । ଦଧିବାମନହେ ପ୍ରଭୁ ଦଧିବାମନ ।ତବ ଶୀତଳ ନୟନ ।ପଡିଲେ ରୋଗୀ ଉପରେ,ମହାରୋଗ ହେଲେ ଦୂରେ ହେ ।୧।ଦିକ୍ଷିତପଡା କାୟଥେ,ରହିଥାନ୍ତି ସାଥେ ସାଥେ ।ଚଳୁଥାଏ ଯେବେ ରଥ,ଗୁଣ୍ଡିଚା ମଣ୍ଡପପଥ ହେ ।୨।ପବିତ୍ର ପଡା କରଣେ,ରହନ୍ତି ରକ୍ଷକ ପଣେ ।ଘର୍ଘର ଶବଦେ ରଥ,ଯେବେ ଚଳେ ରାଜପଥ ହେ ।୩।କୋଇଲର ସୁବ୍ରାହ୍ମଣେ,ମିଳନ୍ତି ଆସି ଗହଣେ ।ଅତି ଉଚ୍ଚତରେ ବାଣୀ,ପହଣ୍ଡି କରନ୍ତି ଟାଣି ହେ ।୪।ପାଶ ଦୂର ଗ୍ରାମଲୋକେ,ଆସିଥାନ୍ତି ଥୋକେ ଥୋକେ ।କରି ରଥ ଭୋଗମାନ,ଗୃହେ କରନ୍ତି ଗମନ ହେ ।୫।ଏ ପୀଠେ ରାମନବମୀ,ଦେଖନ୍ତି ଯେହୁ ଜନମି ।ସାର୍ଥକ ଜୀବନ ତାର,ପ୍ରଭୁ ମହିମା ଅପାର ହେ ।୬।ଆଳି ରାଜ୍ୟରେ ଝୁଲଣ,ଓଳକଣାରେ ମିଳନ ।ପୁରୁଷୋତ୍ତମ ଚନ୍ଦନ,କୋଇଲୋ ଲୀଳା ପ୍ରଧାନ ହେ ।୭।ରାମନବମୀରେ ଥରେ,