ଧାନ୍ୟ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୮
- ସ୍ଥିତି
- ସାର୍ବଜନୀନ (Public domain)
ତୁଚ୍ଛ ତୃଣଗର୍ଭୁ ତୁହି ସମ୍ଭୁତରେ ଧାନ୍ୟ,ମାତ୍ର କିଏ ଜ୍ଞାତ ନୁହେଁ ତୋ ମହାପ୍ରାଧାନ୍ୟ ।ଦୁର୍ଗନ୍ଧ ପଙ୍କରୁ ଜାତ ହେଲେହେଁ କମଳ,ନ ଲଭେ କି ଦେବ କତି ଆଦର ପ୍ରବଳ ।ହୀନକୁଳେ ଜନ୍ମି କେହି ହୀନ ହୁଏ ନାହିଁ,କର୍ମ ସିନା ସାନ ବଡ଼ ଦିଅଇ ଚିହ୍ନାଇଁ ।ବଳୁ ତୁହି ସର୍ବରତ୍ନ ସକଳ ସମ୍ପଦେ,ମାନବ ଜୀବନ ଅହୋ ବନ୍ଧା ତୋହୋ ପଦେ ।ଶରୀରର ବଳ ତୁହି ମାନସର ଜ୍ଞାନ,ବାସ୍ତବେ ତୁ ଜ୍ଞାନମଞ୍ଜି ସକଳର ମାନ୍ୟ ।ତୋତେ ତେଜି ସଂଗ୍ରହେ ଯେ ଯତନେ ରତନ,ନରକୁଳେ ଅରାଜନ ସେହି ଅକିଞ୍ଚନ ।ହିମାଁଦ୍ରି ପ୍ରମାଣେ ରତ୍ନ କଲେ ଆଣି ଠୁଳ,ଗୋଟିଏ ଧାନ୍ୟର ସହ ନ ହେବ ସେ ତୁଳ ।କରେ ଧାନ୍ୟ ଦେହବଳ ମନ ସଂଗଠନ,ଅଛି କି କ୍ଷମତା କେଉଁ ରତ୍ନର ଏସନ ?
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ