ମାତୃଭାଷା
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୭
- ସ୍ଥିତି
- ସାର୍ବଜନୀନ (Public domain)
ମହାମହୀୟସୀ ଦେବୀ ମାତା ମାତୃଭାଷା,ସଂସାର-କାନ୍ତାରେ ତୁହି ମାନବର ଆଶା ।ବିରାଟ ମାନବ ବିଶ୍ୱ ତୋ ଯୋଗେ ଚାଳିତ,ପାଳିତ ହେଉଛି ସଦା ପୁଣି ନିୟନ୍ତ୍ରିତ ।କିଛିକାଳ ପୋଷି ମାତା ହୁଅନ୍ତି ଅନ୍ତର,ମାତ୍ର ତୁହି ଆଜୀବନ ପୋଷୁ ନିରନ୍ତର ।ପରମାତ୍ମା ଜୀବାତ୍ମାର ଅଛି ଯେ ସମ୍ବନ୍ଧ,ସେ ଦୃଢ଼ ସମ୍ପର୍କେ ନର ତୋଠାରେ ଆବଦ୍ଧ ।ସାହିତ୍ୟିାଦି ଶାସ୍ତ୍ରେ ସୃଜ ନିଜ ଦେହେ ଚିତ୍ରି,ମାନବକୁଳର ତୁହି ମହା ଶିକ୍ଷୟତ୍ରୀ ।ପଶୁଠାରୁ ଭିନ୍ନ ସିନା ତୋ ସକାଶୁ ନର,ସୁଖ-କର୍ଣ୍ଣଧାର ଅଟୁ ଜୀବନ-ନାବର ।ତୋହ ଯୋଗୁଁ ନର ସିନା ସମର୍ଥ ସର୍ବଥା,ଝିଙ୍କିଆଣିବାକୁ ମର୍ତ୍ତେ ଅମର୍ତ୍ତ୍ୟ ନରତା ।ଶବ୍ଦଦେହା ! ଦେହେ ବୋଳି ହୋଇଛୁ କି ସୁଧା,କରାଏ ଆତ୍ମାର ତାହା ଦୂର ତୃଷ୍ଣା କ୍ଷୁଧା ।ହେଉ ପଛେ ମାତୃସ୍ୱର ରୁକ୍ଷ ବା କୋମଳ,ଢାଳେ ସେ ସନ୍ତାନ କର୍ଣ୍ଣେ ସୁଧା ଅନର୍ଗଳ ।କରୁ ଦେବି, ମତି ଶକ୍ତି ପ୍ରତିଭା ସ୍ଫୁରଣ,ପାରତ୍ରିକ-ପଥର ତୁ ସାରଲ୍ୟ କାରଣ ।ଯେତେ ପୁଣ୍ୟ ହୁଏ ଦେବ-ସେବା-ତୀର୍ଥାଟନେତହୁଁ କୋଟି ଗୁଣ ମିଳେ ତୋ ପଦ ସେବନେ ।ଦେବତାର ଦେବତା ତୁ ତୀର୍ଥ ଯେ ତୀର୍ଥର,ବ୍ରତ-ବ୍ରତ, ତପସ୍ୟାର ତପସ୍ୟା ଆବର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ