ଧ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
ଧୀର ପାଣି ପଥର କାଟେ ।ଧନ୍ୟା ମୃତା ଯେ ନରାଃ ।ଧରମଗାଣ୍ଡିରେ ମେଖ ।ଧୂଆ ମୂଳା ଅଧୂଆ ମୂଳା ସମାନ ।ଧନ ଯଉବନ ଜୁଆରପାଣି ।ଧୀର ଧୀର ଚାଲିକି, ସରି ନୁହେ ଘୋଡ଼ା ପାଲିଙ୍କି ।ଧରି ମାଇଲେ ଯେ, ବାନ୍ଧି ମାଇଲେ ସେ ।ଧର୍ମବକ ।ଧାଇଁ ନ ପାରଇ ପାଇକ ଆଗେ, ଟାଣ କରୁଥାଇ ମାଇପ ଆଗେ ।ଧନ ଜନ ପରିବାର, କେହି ନୁହେ ଆପଣାର ।ଧନ୍ୟ ସେ ରାଜା ଧନ୍ୟ ସେ ଦେଶ, ଯଦି ବରଷେ ମାଘର ଶେଷ ।ଧୋବ ଧାଉଳିଆ ଚୋରି କରନ୍ତି, ରଙ୍କୁଣା ଦେଖିଲେ ମାରି ଗୋଡ଼ାନ୍ତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର