ଦେଖ ସ୍ୱପ୍ନ ପୁଣି*
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୮
- ସ୍ଥିତି
- ସାର୍ବଜନୀନ (Public domain)
ଧରଣୀର ସନ୍ଧ୍ୟା ସିନ୍ଧୁତୀର ପ୍ରାନ୍ତେ ବସିକିଏ ତୁମେ କି ସପନ ଦେଖ ହେ ଉଦାସି !ଗଣୁଛ ଲହରୀ ସତେ, ହୃଦ-ସିନ୍ଧୁ ତଳେଆଉ କି ନ ଉଠେ ତବ ଲହରୀ ହିଲ୍ଲୋଳେ ?କୁଞ୍ଚିତ କପୋଳେ ଶିଖା କ୍ଷିପ୍ତ ଭାବନାରନେଇଛି ବିଦାୟ ସତେ ? ପୁଣ୍ୟ ଉପହାରଦେଇଗଲା ଯେ ଯୌବନ କଣ୍ଠେ, ନେତ୍ରେ, ବୁକେ,ଜୀବନର ବାଣୀରୂପେ ସବୁରି ସମ୍ମୁଖେ–ଅଳକାର ଲୀଳାୟିତ ସହାସ୍ୟ ବଦନ,ଅଚୁମ୍ବିତ ତନୁଶିଖା ଅସ୍ପର୍ଶ କମ୍ପନ;ଫେରି ଥରେ ଚାହଁ ଜୀବନର ମଧ୍ୟଭାଗେ–ଧରଣୀର ବୁକୁତଳେ ତୁମ ଛାୟା ଜାଗେ ।ଶାନ୍ତ ତବ ଦେହ ଦୀପତଳେ ସ୍ମୃତିବେଶେଏବେ କି ହେ ସେ ସପନ ବାରେ ନାହିଁ ଆସେ ?କି ଲାଗି ସପନ ତେବେ ଦେଖ ମର ନର ?ପ୍ରବାଳ ଅଧର ଲାଗି ଆକୁଳ ଅନ୍ତର ?ଚପଳ ଲୋଚନ ଜ୍ୟୋତି ହୃଦୟ-କନ୍ଦରେସତେ କି ଆଲୋକ ଜାଳେ ? ସତେ ପ୍ରେମାଦରେଫୁଟଇ ଦୁଇଟି ହୃଦେ ପ୍ରାଣ-ପାରିଜାତପରିପୂର୍ଣ୍ଣ ମୁକ୍ତିରୂପେ ? ସତେ କି ଜାଗ୍ରତଧମନୀର ତଳେ ତଳେ ଉଠେ ବହ୍ନି ଜଳି ?ପ୍ରଭାତର ଶୁକ୍ର ତାରା ନ ଯାଏ ମଉଳି ?ନୁହେଁ, ନୁହେଁ, ତନୁ ଦୀପତଳେ ପୁଣି ଜଳେଅରୂପ ସେ ମହାଦୀପ ବିଶ୍ୱ ପରିସରେ ।ସେ ଆଲୋକେ, ହେ ଉଦାସି, ଦେଖୁଛ କି ବସିଉଦ୍ବେଳିତ ଯଉବନ ଭାବସିନ୍ଧୁରାଶିଧରଣୀର ସନ୍ଧ୍ୟା ସିନ୍ଧୁତୀର ପ୍ରାନ୍ତେ ରହି ?ଦେଖ ସ୍ୱପ୍ନ, ଦେଖ ପୁଣି, ହେ ବିଶ୍ୱ ବିରହି !ନାହିଁ ତହିଁ ଚୁମ୍ବନର ପିଚ୍ଛିଳ କମ୍ପନ ।ଗଗନେ ତାରକା ଯଥା କରେ ଆଲିଙ୍ଗନ,କୁସୁମେ ସୌରଭ ସମ, ଜଳେ ବୀଚିଭଳିଶରୀର କାମନା ତଳେ ପ୍ରୀତି ଉଠେ ଜଳି ।ନାହିଁ ତହିଁ କୁହାକୁହି, ଖାଲି ନିର୍ନିମେଷଲୋଚନ-ପଲକେ ନାଚେ ରୂପାତୁର ବିଶ୍ୱ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର