ଆଜି ଏ ପ୍ରଭାତେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
ଧରଣୀର ରୂପସିନ୍ଧୁ ଅବା ଉଦ୍ବେଳିତ ଆଜି ଏ ପ୍ରଭାତେ,ପାଲଟିଲା ଶ୍ୟାମ ଶିରୀ ପୀତ ମହାର୍ଣ୍ଣବେ; ଜଳିଲା କି ସତେକାମନାର ତୀବ୍ର ଶିଖା ତୀବ୍ରତର ବେଶେ ? ଉନ୍ମୁଖ ଶିଖରୀଦେଖେ ଦୂରେ ମୁଖ ଟେକି । ମହାକାଶ ତଳେ ବାଜେ କରତାଳି !ଚଳପକ୍ଷ ବିହଙ୍ଗମ ନିଃସଙ୍ଗ ସଙ୍ଗୀତେ ସଚକିତ ଧରା,ଅବା ଶୀତ-ଶୀର୍ଣ୍ଣ ତନୁ ଗଲାବେଳେ ତେଜି ଏ ଉତ୍ସବ ପରା !ବାଜିଉଠେ କ୍ଷେତେ କ୍ଷେତେ ଏ କିବା ଝଙ୍କାର କିବା ଖରଶ୍ୱାସ,ମୃତ୍ୟୁ ପଛେ ସତେ ଆସେ ପକ୍ୱ ଶସ୍ପପାତ୍ରେ ? ଜୀବନ ଉଚ୍ଛ୍ୱାସ ?ଶୁଣି ଶୁଣି ଏ ସଙ୍ଗୀତ, ଏ ଶତ ଉଚ୍ଛ୍ୱାସ, ଏ ନିଃଶ୍ୱାସ ନାଦେଯୌବନ ଶିଖରୀ ତଳେ କାମନା ନିର୍ଝର ରଚେ ନିର୍ବିବାଦେଅତୀତର ମୃତ୍ୟୁ କର୍ଣ୍ଣେ ମଧୁର ସଙ୍ଗୀତ । ଶୁଣ କିଏ ଶୁଣ,ଜାଗିଉଠେ ଧରଣୀର ଏ ନବ ପ୍ରଭାତେ ଉଜ୍ଜ୍ୱଳ ଜୀବନ !ଧରଣୀର ରୂପଶିଖା ନିତ୍ୟ ଯୌବନର ତୀରେ ତୀରେ ଉଠେ,କ୍ଳାନ୍ତ ବୁକୁ, ଶ୍ରାନ୍ତ ତନୁ ଲୋଡ଼େନା ମୁଁ କେବେ ମୋ ଯୌବନ-ପୀଠେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ