ଦାନ୍ତ ଓ ପ୍ରେମ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୫
- ସ୍ଥିତି
- ସାର୍ବଜନୀନ (Public domain)
ଦିନେ ସ୍ନିଗ୍ଧ ସନ୍ଧ୍ୟାଗମେ ବସି ଭାବୁ ଭାବୁ,ପ୍ରଣୟର ଚିତ୍ରପଟେ ଚିନ୍ତାମଣିବାବୁ;ଦେଖିଲେ ମାନସନେତ୍ରେ ଆସି ଉଭାହେଲାସୁହାସିନୀ କୁନ୍ଦଦନ୍ତୀ ଶ୍ରୀମତୀ ବେହେଲା ।ଭୂଷିତ ଯୁଗଳ ବାହୁ ବର୍ତ୍ତୁଳ ବଳୟେହଲିଲେ କନକ ଚୁଡ଼ି ସତେ କଥା କହେ !ଲମ୍ବିତ କବରୀ ଛୁଏଁ ତଳେ ପଦ୍ମପାଦନାହିଁ ସେ ବଦନେ ଦୁଃଖ ଚିନ୍ତା ଅବସାଦ !ସୁଗଠିତ ତନୁ, ଲୀଳା-କ୍ଷେତ୍ର ଯୌବନରସବୁଠୁ ବଳିଚି ଦନ୍ତରୁଚି ମନୋହର ।ସେ ହସରେ ଶଶିଜ୍ୟୋତ୍ସ୍ନା; କୁନ୍ଦକଳି-ଶିରୀମଉଳି ପଡୁଛି ସତେ ନିଶି ପଦ୍ମ ସରି ।ଶ୍ରୀମତୀ ବେହେଲା ଚିନ୍ତାମଣି ଚିତ୍ତପଟେସେଦିନ ଦିନାନ୍ତେ କେତେମନ୍ତେ ପରକଟେ !ଶିଶିର ସାୟାହ୍ନେ ଥରେ ବନ୍ଧୁ ସମାଗମେମିଳିଥିଲା ଚାରିଚକ୍ଷୁ ପ୍ରୀତି ଆଳାପନେ ।ଗହନ ସେ ପ୍ରୀତି କଥା, ହସିଲା ବେହେଲା;ହସି ନ ପାରିଲେ ଚିନ୍ତାମଣି, ଏ କି ହେଲା !ବୟସ ଯାଇନି ଖସି, ଲୁଚିନାହିଁ ଶିରୀ,ହେଲେଟି କାହାର ଶାପେ ଦଶନମଣ୍ଡଳୀ ।ଅକାଳେ ଯାଇଚି ଖସି, ପୀରତି ପଧରେନ ହସି ଚାହିଁଲେ ଖାଲି ନେତ୍ରେ ଥରେ ଥରେ ।ସେଇ କଥା ଆଜି ଖାଲି ଘାରୁଚି ମରମେ-ବେହେଲା କି କରେ ପ୍ରୀତି ଦନ୍ତହୀନଜନେ !ଗଲା କିଛି ଦିନ ବିତି ବାବୁ ଚିନ୍ତାମଣିଆଣିଲେ ୟାଁ ଚୁଁ - ଦୋକାନରୁ ନିଜେ କିଣି,ଦି’ପାଟି କୁନ୍ଦେନ୍ଦୁ ଶୁଭ୍ରଦନ୍ତ ମନୋରମ;ହସିଲେ ହସାଇ ଦେବ ବିରହିଣୀ ମନ !ବାବୁ ଚିନ୍ତାମଣି, ପୁଣି ଶ୍ରୀମତୀ ବେହେଲା-କେତେ ବାର ବନ୍ଧୁ ସମାଗମେ ଦେଖାହେଲା ।ହସିଲେ ବେହେଲା ତହୁଁ ବଳି ହସି ଉଠେଫୁଟାଇ ଦଶନ ଚିନ୍ତାମଣି ଓଷ୍ଠପୁଟେ ।ବହୁଥିଲା ମୃଦୁ ମନ୍ଦ ମଳୟ ସମୀରସନ୍ଧ୍ୟା ପରିଭ୍ରମଣରେ ଚଳାଇ ମୋଟରଗଲେ ଦିନେ ଚିନ୍ତାମଣି, ବେହେଲା ରୂପସୀପାଖେ ବସି କହୁଥିଲା କଥା ହସି ହସି ।ଦୁଷ୍ମନ୍ତ ଓ ଶକୁନ୍ତଳା ମଣୁଥିଲେ ମନେଏକା ହସ ଫୁଟୁ ଥିଲା ଯୁଗଲା ଯୁଗଳ ବଦନେ ।ଏକେ ଆନେ ପୁଚ୍ଛାପୁଚ୍ଛି ହେଲେ କେତେ କଥା,ଭୁଲିଗଲେ ଏ ମରତ ଚଳନ୍ତି ବାରତା ।ଭୁଲିଗଲେ - ଯାଉ ଚନ୍ତି ଦୂରେ ଯାନ ବାହିଏକ ଆନ ପରେ ଢଳି କଥା କହି କହି ।ଅତର୍କିତେ ଯାନ ଖାଲେ ପଡ଼ିଲା କଚାଡ଼ି,ଦେଖିଲେ ଏ ଦୃଶ୍ୟ ବସାଫେରନ୍ତା ବିକାଳି ।ଚାହୁଁ ଚିନ୍ତାମଣି ତଳୁ ଗୋଟାଇ କାତରେଭରିଲେ ଆପଣା ମୁଖେ କିବା ତରତରେ ?ହାୟ ଭଗବାନ ! ଦାନ୍ତ ନ ଧଇଲା ପାଟି;ଚାହିଁଲେ ବେହେଲା ମୁଖେ ଲଜ୍ଜାରେ ଲେଉଟି !ଏ କି ଦୃଶ୍ୟ ! ସେ ଶ୍ରୀମତୀ ସଲଜ୍ଜ ପଲକେକିବା ଭରି ତୁଣ୍ଡେ, ଚାହିଁ ଚିନ୍ତାମଣି ମୁଖେକହିଲେ - ‘‘ନକଲି ଦନ୍ତ ବୟସ ଖସନ୍ତେଲଗାଇ ମୁଁ ଥିଲି, ଆଜି ନ ହେଲା କେମନ୍ତେ ?’’‘‘ଗଲା କି ବଦଳି !’ କହି ଚିନ୍ତାମଣିବାବୁ-କହିଲେ - ‘ତୁମର ମୋର ପ୍ରୀତି କଥାସବୁଖାଲି ଏ ଜାଣିଲା ଦାନ୍ତ, ନ କହିବ କା’ରେଆମ ଦାନ୍ତ ସାକ୍ଷୀ ଆମ ପ୍ରୀତି-କାରବାରେ ।ରାମ + ଅୟନ = ରାମାୟଣପ୍ରଥମ କାଣ୍ଡନାଆଁ ତାର ଇଙ୍ଗିତା, କଲେଜ ଗଳିବନ୍ଧୁ ମୋ ଭଇରବ, ସେ ତାର ଶାଳୀ ।ପିନ୍ଧେ ସେ ତିନି ଥର ତିନିଟି ଶାଢ଼ିପାଇନି ତା ଇଙ୍ଗିତ,ଶୁଣିଲି ଖାଲି ।ତନୁ ତାର ସୁବଳିତ, ବଦନ- ଶଶୀସୁଚକିତ କରେ ଚିତ୍ତ ଉଠିଲେ ହସି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ