ଦକ୍ଷିଣା ପବନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୪
- ସ୍ଥିତି
- ସାର୍ବଜନୀନ (Public domain)
ଆ ଆରେ ଦକ୍ଷିଣା ବାୟୁ ବହି ଆ ତୁ ଝିରି ଝରିମୋ ଅଙ୍ଗ ଶୀତଳ କରି ଧାଇଁ ଯାରେ ଧୀରି ଧୀରି ।ମୁଁ ଯେ ଆତପ−ତାପତ ଦେହେ ମନେ ସନ୍ତାପିତଚାଲି ଯା ତୋ ବାଟେ ବାଟେ ମୋ ତନୁ ଶୀତଳ କରି ।ମଳୟ ତୋହର ଘର ବହି ସାଗରଶୀକରଆଣୁ ତୁ ସୁଧା−ସମ୍ଭାର ମୋ ପ୍ରାଣ ପରଶ କରି ।ସୁରଭି କୁସୁମ ବନ ବାସ କରି ଆହରଣମହାକାଇ ପ୍ରତିପ୍ରାଣ ଯାଅ ଚାଲି ତୁ ବିତରି ।ସୁରଭି କୁସୁମ ବନ ବାସ କରି ଆହରଣସୁରଭି ସମ୍ଭାର ଘେନି ପ୍ରାଣମନ ତୋଷ କରି ।ପରଶିଣ ପଦ୍ମବନ, ହରି ମକରନ୍ଦ−ଧନକରି ତୋଷ ବିଶ୍ୱମନ ବହିଯାଅ ଧୀରି ଧୀରି ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ