ଅଦିନ ମେଘ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୯
- ସ୍ଥିତି
- ସାର୍ବଜନୀନ (Public domain)
ଖରା କରୁଅଛି ମେଘ ବରଷୁଛିବିଲୁଆ ପୁଅର ବିଭା,ଗାତରୁ ବାହାରି ହିଡ଼ରେ କଙ୍କଡ଼ାଖରା ପୋଉଁଛନ୍ତି କିବା ॥
ଘୋର ଘଡ଼ଘଡ଼ି ଘଡ଼ଘଡ଼ ରଡ଼ିକମ୍ପେ ପ୍ରାଣ ତାହା ଶୁଣି,‘‘ଗରଜିଲା ମେଘ ନ ବରଷେ ପାଣି’’କିଏ କହୁଥାଏ ପୁଣି ॥
ଜକ ଜକ ମେଘ ଦିଶଇ ବିଜୁଳିତାଳଗଛ ଯାଏ ଜଳି,ପିଲାଏ ଶୁଣିଣ ମେଘ ଗରଜନଛାଡ଼ନ୍ତି ଉଝଟ ଅଳି ॥
ବିଜୁଳି ଚମକେ ଦୂର ଆକାଶରେଦିଶେ ସୁନାଲଟା ପରି,ଶବଦ ମାତର ଘଡ଼ଘଡ଼ି ସିନାତାହାକୁ କିପାଇଁ ଡରି ॥
ପାଣି ସାଙ୍ଗେ ପଡ଼େ ସରଗ ପଥରତାହା ଦେଖି ପିଲାମାନେ,ସାଉଁଟି ଖାଇଣ ଗୀତ ଗାଉଥାନ୍ତିନାଚି କୁଦି ତାନମାନେ ॥
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ