ଚୋର
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୪
- ସ୍ଥିତି
- ସାର୍ବଜନୀନ (Public domain)
ଘରେ ଘରେ ଚୋରି କରେ କିଏ ଏ ଚୋର,ଦୁଧଦହିରଙ୍କ ସରଲବଣୀଚୋର । ୦ ।ଦିନରାତି ଚୋରି କରେ,ଥରନ୍ତି ଗୋପୀ ତା ଡ଼ରେ,ଧର ଧର ବୋଲି ରଡି ଛାଡନ୍ତି ଘୋର । ୧ ।ସେ ଦୁର୍ବଳ-ବଜ୍ରସେହ୍ନା,ଚୋରି କରେ ଭକ୍ତି-ଛେନା,ବେହେଡି ଭାଙ୍ଗି ଛିଣ୍ଡାଏ ଶିକାର ଡ଼ୋର । ୨ ।କା ଘରେ ଭାଙ୍ଗି ପଞ୍ଜର,ଚୋରି କରେ ପ୍ରେମ-ସର,ଦୁଃଖୀ ରଙ୍କି ନ ବାରେ ସେ ଅତି କଠୋର । ୩ ।କାହାର ପ୍ରୀତି-ଅଧାମ,ଚୋରାଏ ସେ ଘନଶ୍ୟାମ,ପ୍ରଣୟ-ଅମଳେ ସଦା ଥାଏ ବିଭୋର । ୪ ।ନିତି ନିତି ବ୍ରଜଧାମେ,ହାଟ ବସେ ତାହା ନାମେ,ଅଶେଷ କୀର୍ତ୍ତିଚନ୍ଦ୍ର ସେ ନବକିଶୋର । ୫ ।ସେ ଅଦ୍ଭୁତ ଚୋର ଥରେ,ପଶି ମୋ ହୃଦୟ-ଘରେ,କବି କହେ ଚୋରି କରୁ ଦୁଷ୍କୃତି ମୋର । ୬ ।ସ୍ୱାଗତ ହେ ଚୋରଚନ୍ଦ୍ର,ଚୋରି ବିଦ୍ୟାରେ ଧୁରନ୍ଧ୍ର,ତୁମ୍ଭ ପାଇଁ ତୃଷିତ ମୋ ନେତ୍ର-ଚକୋର । ୭ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ