କୃଷ୍ଣ-ବିରହେ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୯
- ସ୍ଥିତି
- ସାର୍ବଜନୀନ (Public domain)
ନାହାନ୍ତି କି ଗୋପେ ସଖି ଗୋପସୁନ୍ଦର,ନିଲକ୍ଷଣ ଦିଶେ କିପାଁ ଦିଗ ଅମ୍ବର । ୦ ।ଫିକା ଦିଶେ କୁଞ୍ଜବନ,ଶୁଖିଲା ଗୋବତ୍ସଗଣ,କାନ୍ଦନ୍ତି ମୟୂର କୁଞ୍ଜ-ନଟ-ନାଗର । ୧ ।ଆବିଳ ଯମୁନାଜଳ,ପିତା ଲାଗେ ମିଠାଫଳ,କେଳି-କଦମ୍ବ ହୋଇଛି ଶୂନ୍ୟ ପତର । ୨ ।ଶୁଭୁ ନାହିଁ ବଂଶୀସ୍ୱନ,ଗୋପ ଗୋପୀ ଅଚେତନ,ବିକଳେ ହମ୍ବାଳୁଛନ୍ତି ଧେନୁନିକର । ୩ ।ଗୋବର୍ଦ୍ଧନ ଗିରିବର,ହୋଇଛି ଧୂଳି ଧୂସର,ଶିରୀ ତୁଟିଯାଇଅଛି ବ୍ରଜପୁରର । ୪ ।ଖେଳ ଛାଡିଣ ବାଳୁତେ,କାହ୍ନୁସଖା ଗୋପସୁତେ,କି ମହାନୀରବ ଶୋକେ ଆଜି କାତର । ୫ ।ଦିବସେ ଘୋଟେ ଅନ୍ଧାର,ଏ କି ଦୁର୍ଯୋଗ ଦୁର୍ଭାର,ମଲା କି ଜୀଇଛି ରାଧା ବୁଝ ସତ୍ୱର । ୬ ।କି ଅଦ୍ଭୁତ ଏ ସମସ୍ୟା,ନୁହେଁ ଆଜି ଅମାବାସ୍ୟା,ଶୁଭୁ ନାହିଁ କିପାଁ ଦଧି ମନ୍ଥନ ସ୍ୱର । ୭ ।ଏ କିସ ଗୋ ଅଘଟନ,ଫୁଲେ ନାହିଁ ଗନ୍ଧଧନ,ହାହାକାର ସ୍ୱର ବହେ ବାୟୁ ପ୍ରଖର । ୧୦ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ