ଚିତ୍ତବୋଧ ବା ଚିତ୍ତବିନୋଦ (ଚତୁର୍ଥ ଭାଗ)
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୩୮୬ ମିନିଟ୍
- ଶବ୍ଦ
- ୬୧୬୮୦
- ସ୍ଥିତି
- ସାର୍ବଜନୀନ (Public domain)
ଦୁର୍ଗାଙ୍କ ବନ୍ଦନା
୫.
ଗ୍ରନ୍ଥ ସୂଚନା
୬.
ରୁକ୍ମିଣୀ ହରଣ
୭.
ଜରାସନ୍ଧାଦି ରାଜାମାନଙ୍କ ସହ ବଳରାମଙ୍କର ଭୀଷଣ ସମର ଓ ଶିଶୁପାଳ ଅପମାନ ପାଇ ବିବାହ ବେଦୀରୁ ବାହୁଡ଼ି ଯିବା
୮.
ଦ୍ୱାରକାରେ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କର ବିବାହ
୯.
ଶିବଙ୍କ କୋପରେ ମଦନ ଭସ୍ମ ଓ ରତିର ବିଳାପ
୧୦.
ରତିଙ୍କର ତପସ୍ୟା ଓ କନ୍ଦର୍ପର ଜନ୍ମ ଓ ସମ୍ବରାସୁର ଦ୍ୱାରା ରତିଦେବୀ ହରଣ
୧୧.
କର୍ନ୍ଦପ ସହିତ ରତିଦେବୀଙ୍କ ପରିଚୟ ଓ ସମ୍ବର ଅସୁର କର୍ନ୍ଦପ ହସ୍ତେ ବିନାଶ
୧୨.
ବଳରାମଙ୍କ ସହିତ ରେବତୀର ବିଭା ଓ କୁମ୍ଭ ନିକୁମ୍ଭ ବଧ
୧୩.
ବଳରାମଙ୍କ ସହିତ ରେବତୀର ବିଭା ଓ କୁମ୍ଭ ନିକୁମ୍ଭ ବଧ
୧୪.
ନାରକାସୁର ବଧ, ଷୋଳସସ୍ର କନ୍ୟା ସହ ବିବାହ ଓ ପାରିଜାତ ହରଣ
୧୫.
ପାରିଜାତ ପୁଷ୍ପ ନିମିତ୍ତେ ରୁକ୍ମିଣୀ ଓ ସତ୍ୟଭାମାଙ୍କ ମଧ୍ୟରେ ବିବାଦ ଓ ଇନ୍ଦ୍ର ରାଜାର ଦର୍ପ ଧ୍ୱଂସ
୧୬.
ଶ୍ରୀକୃଷ୍ଣ ରୁକ୍ମିଣୀ ନିତ୍ୟ ଗମନ ଓ ରୁକ୍ମିଣୀଙ୍କର ଗର୍ବଗଞ୍ଜନ ନିମନ୍ତେ ଶ୍ରୀକୃଷ୍ଣ ତରଳିଯିବା
୧୭.
ତୁଳସୀ ମାହାତ୍ମ୍ୟ ଓ ସତ୍ୟଭାମା ଗର୍ବ ଗଞ୍ଜନ
୧୮.
ସୁଦାମା ଦାରିଦ୍ର୍ୟ ଭଞ୍ଜନ ଓ ଭକ୍ତର ଭଗବାନ
୧୯
ହରି ଅର୍ଜୁନ ନିତ୍ୟକୁ ଗମନ ସୁଧର୍ମା ସଭାରେ ଯଦୁବଂଶ ଧ୍ୱଂସ ନିମିତ୍ତ ଦେବତାମାନଙ୍କର ପରାମର୍ଶ
୨୦
ରହସ୍ୟ ଦ୍ୱାରକାପୁର ସ୍ଥାପନ ଓ ଉଦ୍ଧବ ଅକ୍ରୂର ସହ ଶ୍ରୀକୃଷ୍ଣଙ୍କର ଗୋପକୁ ଗମନ
୨୧
ଅଷ୍ଟପାଟବଂଶୀମାନଙ୍କ ଶ୍ରୀକୃଷ୍ଣଙ୍କ ରହସ୍ୟ, ଦ୍ୱାରକାରେ ବାଲ୍ୟଲୀଳା ଦେଖାଇବା
୨୨
ଦୁର୍ବାସା ଋଷିଙ୍କ କୃଷ୍ଣ କୁମରେ ଅଭିଶାପ ଓ ଦ୍ୱାରକାରେ କୋକୁଆ ଭୟ
୨୩
ଦ୍ୱାରକା ବିନାଶ ଓ ଶ୍ରୀକୃଷ୍ଣ ନାରୀମାନଙ୍କର ଦେହତ୍ୟାଗ ଓ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠାଜଗଦାନନ୍ଦକନ୍ଦାୟ ପ୍ରଣତାର୍ତ୍ତିହରାୟ ଚନୀଳାଚଳ ନିବାସାୟ ଜଗନ୍ନାଥାୟତେ ନମଃ ।ଶ୍ରୀ ଜଗନ୍ନାଥଙ୍କ ବନ୍ଦନାଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ନାମଭବ ପାରାବାରେ ପାରି ହେବାକୁ ଆଶ୍ରମ ।ଜଗବନ୍ଧୁ ଜଗବନ୍ଧୁ ଜଗବନ୍ଧୁ ହରିମହିମା କିଏ ବର୍ଣ୍ଣିବ ଆଦିଅନ୍ତ କରି ।ବନ୍ଦଇ ଶ୍ରୀ ଜଗନ୍ନାଥ ଆରତ ଭଞ୍ଜନବନ୍ଦଇ ଶ୍ରୀ ଜଗନ୍ନାଥ ଆରତ ରକ୍ଷଣ ।ଶରଣ ପଶିଲା ଗଜ କୁମ୍ଭୀର ଯୁଦ୍ଧରେରକ୍ଷାକଲ ତାକୁ ଚକ୍ରେ ନାଶିଣ କୁମ୍ଭୀରେ ।ବନ୍ଦଇ ଶ୍ରୀ ଜଗନ୍ନାଥ ଦୟାମୟ ସିନ୍ଧୁବନ୍ଦଇ ଶ୍ରୀ ଜଗନ୍ନାଥ ଦୀନଜନ ବନ୍ଧୁ ।ଦୀନ ସୁଦାମାର କଲ ଦାରିଦ୍ର୍ୟ ଭଞ୍ଜନନିଜେ ଭାର ବୋହି ତାକୁ ଦେଇ କୋଟି ଧନ ।ଅଜାମିଳ ମହାପାପୀ ଆକୁଳେ ଡାକିଲାଅନ୍ତକାଳେ ଯାଇ ବଇକୁଣ୍ଡରେ ବସିଲା ।ରଘୁ ଅରକ୍ଷିତେ କ୍ଷମା କଲ ଭଗବାନଅରକ୍ଷିତ ବନ୍ଧୁ ନାମ କରିଲ ଅର୍ଜନ ।ପତିତପାବନ ବାନା ଉଡ଼େ ଦିବାନିଶିଛେଦ ଚକ୍ରେ କ୍ଷେତ୍ରମୋହନର ଦୁଃଖରାଶି ।ଗଣେଶ ବନ୍ଦନାଜୟ ଜୟ ଗଣନାଥ ପାର୍ବତୀ ନନ୍ଦନଅଯୋନି ସମ୍ଭୂତ ଦେବ ମୂଷିକ ବାହନ ।ମହା ଯୋଗେଶ୍ୱର ଦେବ ଅଟ ବ୍ରହ୍ମବେତ୍ତାକପାଳରେ ଶୋଭା ପାଏ ସିନ୍ଦୂରର ଚିତା ।ଜ୍ଞାନୀମାନଙ୍କର ଗୁରୁ ବିଦ୍ୟାର ସାଗରସର୍ବଦେବ ଅଗ୍ରତରେ ପୂଜା ଯେ ତୁମ୍ଭର ।ସର୍ବ ସିଦ୍ଧିଦାତା ପ୍ରଭୁ କାଳ କାମ ଜୟୀଅମୃତ ଲଡ଼ୁ ଭକ୍ଷିଲ ଶିବଠାରୁ ନେଇ ।ଏକଦନ୍ତ ମହାକାୟ ବିଘ୍ନବିନାଶକତବ ଶ୍ରୀପଦରେ ମୋର ମାଗୁଣି ଏତେକ ।ଶ୍ରୀକୃଷ୍ଣ ଦ୍ୱାରିକାଲୀଳା କରିବି ରଚନଭିକ୍ଷାକରେ ସୁଦୟା କରିବେ ଗଜାନନ ।ଭାଗବତ ହରିବଂଶୁ କରିଣ ଉଦ୍ଧାରଚିତ୍ତବୋଧ ନାମେ ଗ୍ରନ୍ଥ କରୁଛି ପ୍ରଚାର ।ପଦ୍ମପାଦେ କରଯୋଡ଼ି ଜଣାଉଛି ମୁହିଁନ ଆସିଲେ କଣ୍ଠେ ବସି ପଦ ଦେବ କହି ।ତବ ପ୍ରସାଦରୁ ପ୍ରଭୁ ଧରିଛି ଲେଖନଭଲମନ୍ଦ ବୁଝିବାକୁ ନାହିଁ ମୋର ଜ୍ଞାନ ।ଦୟାକରି ପଦ ପ୍ରଭୁ ଦେଉଥିବା କହିଅଧମ କ୍ଷେତ୍ରମୋହନ ଶରଣ ପଶଇ ।ଦୁର୍ଗାଙ୍କ ବନ୍ଦନାଜୟ ଜୟ ଜୟ ଦୁର୍ଗେ ବିପଦ ଭଞ୍ଜନୀଜୟ ଜୟ ଜୟ ଦୁର୍ଗେ ମହେଶ ଘରଣୀ ।ତୋର ନାମ ଧରି ମାତି ଧରୁଛି ଲେଖନୀତୁ ସଦୟ ହେଲେ ମୂର୍ଖ ହୁଏ ମହାଜ୍ଞାନୀ ।ନିମିଷକେ ଧ୍ୱଂସକରୁ ସକଳ ସଂସାରପୁଣି ମାତ କ୍ଷଣକରେ କରୁ ତୁ ତିଆର ।ବ୍ରହ୍ମଜ୍ଞାନ ସାଧୁ ନିଜେ ଯୋଗୀ ମହେଶ୍ୱରମମତା ରଜ୍ଜୁରେ ତୋତେ ବାନ୍ଧନ୍ତି ପାଶର ।ଅଶେଷ ବ୍ରହ୍ମାଣ୍ଡ ମାତ ଗର୍ଭେ ଧରୁ ତୁହିନମୋ ଆଦିମାତା ତୋର ଚରଣେ ନମଇଁ ।ତୋର ନାମ ସର୍ବଦା ମୁଁ ଜପାମାଳ କରିସାହସ କରୁଛି ଭବସିନ୍ଧୁ ହେବି ପାରି ।ତୋବିନେ ସଂସାରେକେହି ସାହାନାହିଁ ମୋରତୋରି ପଦ୍ମପାଦେ କ୍ଷେତ୍ରମୋହନ ଜୁହାର ।ଶାରଳାଙ୍କ ବନ୍ଦନାବନ୍ଦଇ ଶାରଳା ମାଗୋ ଚରଣେ ତୁମ୍ଭରିଝଙ୍କଡ଼େ କର୍ଣ୍ଣପୁରରେ ଅଛି ବିଜେକରି ।ଦୁର୍ଦ୍ଦାନ୍ତ କଳାପାହାଡ ଜଗି ସପ୍ତଦିନଛୁଇଁ ନ ପାରିଲେ ମାତ ତୁମ୍ଭରି ବଦନ ।ମୂର୍ଖ କାଳିଦାସ ତୁମ୍ଭଙ୍କୁ ମା ଆଶ୍ରେକରିସପ୍ତଜନ୍ମ ମୂର୍ଖଦୋଷୁ କ୍ଷଣେ ଗଲା ତରି ।ବିପ୍ର ପର୍ଶୁରାମ ତୁମ୍ଭଙ୍କୁ ପୂଜା କରିଣଏକୋଇଶ ବାର ପୃଥ୍ୱୀ କଲେ ପ୍ରଦକ୍ଷିଣ ।ଯେତେକ କ୍ଷତ୍ରିୟ ମାତ ଥିଲେ ଏ ସଂସାରସମୂଳେ ନାଶିଲେ ସେହୁ ପାଇ ତବ ବର ।ତୁମ୍ଭରି ପୂଜା କରିଣ ପରାଶର ସୁତଅଠର ସହସ୍ର ଶ୍ଳୋକ କଲେ ଭାଗବତ ।କି ଅବା ବର୍ଣ୍ଣିବି ମୁହିଁ ମହିମା ତୁମ୍ଭରମୁଁ ମୂର୍ଖ ଅଧମ କିବା ବୁଦ୍ଧିଅଛି ମୋର ।ତୁମ୍ଭଙ୍କୁ ଆଶ୍ରା କରିଣ ଅଗାଧ ସାଗରଲଙ୍ଘିବାକୁ ଯାଏ ମାତ ତିଳେ ଦୟାକର ।ଅନୁସରି ଅଛି ଭୃତ୍ୟ ଚରଣେ ତୁମ୍ଭରମହିମା ସମୁଦ୍ରୂ କୋଣେ ବିତରଣ କର ।ଏତିକି ମାତ୍ର ଚରଣେ କରେ ନିବେଦନନ ଆସିଲେ କଣ୍ଠେ ବସି କହି ପଦମାନ ।ରୁକ୍ମିଣୀ ହରଣଶୁଣ ହେ ବିବୁଧ ଜନେ ଦେଇ ମନକର୍ଣ୍ଣଚିତ୍ତବୋଧ ଗ୍ରନ୍ଥ ଏ ଯେ ଅମୃତ ସମାନ ।ଏ ଗ୍ରନ୍ଥ ଶୁଣିଲେ ପୂର୍ବ ପାପ ହୁଏ କ୍ଷୟଅନ୍ତକାଳେ ନ ଥିବଟି ଶମନକୁ ଭୟ ।ରୁକ୍ମିଣୀ ଦେବୀ ଯେ ଘୋର ତପ ଆଚରିଲେସନ୍ତୋଷ ହୋଇ ମଙ୍ଗଳା ପ୍ରସନ୍ନ ହୋଇଲେ ।ଲୋହିତ ପିଙ୍ଗଳ ବର୍ଣ୍ଣ ଦିଶେ ମାତ ତନୁନୀଳ ଗଗନରେ ଯେହ୍ନେ ଉଦେ ବାଳଭାନୁ ।ଶିରେ ସୁବର୍ଣ୍ଣ କିରୀଟି ଦିଶେ ଜକଜକକଣ୍ଠେ ଶୋଭେ ରତ୍ନହାର ହୀରାର ପଦକ ।ନୀଳମେଘ ଶାଢ଼ୀ ଅଙ୍ଗେ ଶୋଭା ଯେ ଦିଶଇତିନିଭୁବନେ ସେ ରୂପ ସମ କେହି ନାହିଁ ।ରୁକ୍ମିଣୀ ଆଗରେ ଆସି ଉଭାହେଲେ ମାତମୃଦୁ ମୃଦୁ ହସି ବାଣୀ ଭାଷନ୍ତି ଅମୃତ ।କିମ୍ପାଇଁ ବ୍ୟାକୁଳ ମାତ ହେଉଅଛୁ କହକେଉଁ କଥା ପାଇଁ ଏତେ ମନେ ହେଉ କୋହ ।ସଚରାଚର ବ୍ରହ୍ମାଣ୍ଡ ତୋ ଗର୍ଭରୁ ଜାତଚନ୍ଦ୍ର ସୂର୍ଯ୍ୟ ସମସ୍ତଙ୍କୁ କରୁ ତୁ ସଂଭୂତ ।ଯୁଗେ ଯୁଗେ ଶ୍ରୀ ବିଷ୍ଣୁଙ୍କ ବାମା ଅଟୁ ତୁହିନଳିନୀକୁ ତେଜି ସୂର୍ଯ୍ୟ ରହି କି ପାରଇ ।ଜଳ ତେଜିଲେ ମୀନର ଅଛି କି ନିସ୍ତାରଚକୋରୀକୁକେଭେ ଛାଡିପାରେକି ଚକୋର ।ସେହିପରି ତୋତେ ତେଜି ପ୍ରଭୁ ଦଇତାରିନିମିଷ ମାତ୍ରକ କି ସେ ଥିବେ ଦେହଧରି ।ମାୟାରେ ପଡ଼ି ତୁ ମର୍ତ୍ତ୍ୟେ ହରାଇଲୁ କାୟାତେଣୁ କିଛି ନ ଜାଣି ମା ହେଉଛୁ ଛାନିଆ ।ଶ୍ରୀବିଷ୍ଣୁ ନିମନ୍ତେ ମର୍ତ୍ତ୍ୟେ ହୋଇଛୁ ଜନମଆଉ ପୃଥିବୀରେ କେହି ନାହିଁ ତୋର ସମ ।ଏ ମର୍ତ୍ତ୍ୟ ଭୁବନେ ଛନ୍ତି ଯେତେ ନାରୀ ନରସମସ୍ତେ ପରା ଅଟନ୍ତି ଗର୍ଭୁ ଯେ ତୋହର ।ସତ୍ୟରେ ନୃସିଂହ ଅବତାର ହେଲେ ହରିତୁ ମାଳତୀ ରୂପେ ପାଦ ସେବିଲୁ ତାଙ୍କରି ।ତ୍ରେତା ଯୁଗେ ପ୍ରଭୁ ହେଲେ ରାମ ଅବତାରସୀତା ରୂପେ ଜନ୍ମ ମାତ ହେଲୁ ମର୍ତ୍ତ୍ୟପୁର ।ପଞ୍ଚବଟୀରୁ ରାବଣ ନେଲା ତୋତେ ହରିରାବଣ ମାରିଣ ତୋତେ ରଖିଲେ ଶ୍ରୀହରି ।ଏକଥା କିପରି ତୁହି ମନୁ ଭୁଲିଗଲୁଭୀଷ୍ମକ ଭାଗ୍ୟରୁ ତାର ଦୁହିତା ହୋଇଲୁ ।ବର୍ତ୍ତମାନ ଦ୍ୱାରକାରେ ପ୍ରଭୁ ଚକ୍ରଧରସମୁଦ୍ର ମଝିରେ ସ୍ୱୟଂ ରଚିଛନ୍ତି ପୁର ।କଂସ କେଶୀ ଆଦି ବହୁ ଦାନବଙ୍କୁ ମାରିବାଲ୍ୟଲୀଳା ଗୋପୁ ଅଷ୍ଟବର୍ଷ ସାରି ହରି ।ମଥୁରାରେ ଉଗ୍ରସେନେ କରି ନରପତିଜରାସନ୍ଧ ଭୟେ ପ୍ରଭୁ ଦ୍ୱାରକାରେ ଛନ୍ତି ।ଆଗରୁ ଚିନ୍ତା କରିଣ ପ୍ରଭୁ ଦାମୋଦରତୋ ନିମନ୍ତେ ରଚିଛନ୍ତି ମଧ୍ୟେ ଅନ୍ତଃପୁର ।ନିଶ୍ଚୟ ପାଇବୁ ତୁହି ପ୍ରଭୁ ଚକ୍ରଧରଫେରିଯିବ ଶିଶୁପାଳ ନୋହି ବିଭାଘର ।ଏତେ କହି ଯୋଗମାୟା ହେଲେ ଅନ୍ତର୍ଦ୍ଧାନଚାହୁଁ ଚାହୁଁ ଶୂନ୍ୟମାର୍ଗେ ମାତ ହେଲେ ଲୀନ ।ଦେବୀଙ୍କଠାରୁ ରୁକ୍ମିଣୀ ଏ ବଚନ ଶୁଣିହଜିଲା ଧନ ପାଇଲା ପରାୟ ସେ ମଣି ।ହୃଦ ମଧ୍ୟେ ଦେବୀ ଚିନ୍ତା କଲେ ନାରାୟଣସତେକି ଦାସୀ ହୋଇ ମୁଁ ସେବିବି ଚରଣ ।ସୁମେଧା ଆଦି ଯେତେକ ସଖୀ ପାଶେ ଥିଲେଏ ସମସ୍ତ କଥା କେହି ଜାଣି ନ ପାରିଲେ ।ସଖୀକୁ ରାଇ ରୁକ୍ମିଣୀ ବୋଇଲେ ବଚନକିପରି ପାଇବି ମୁହିଁ ପ୍ରଭୁ ଭଗବାନ ।ଲୋ ବସୁଧା ତୋ ବିହୁନେ ସାହା ନାହିଁ ମୋରପାରିଲେ ଏ ବିପଦରୁ ମୋତେ ରକ୍ଷାକର ।ଯେବେ ମୋ ପ୍ରାଣନାଥକୁ ଆଣି ଭେଟାଇବୁପ୍ରାଣ ଦେବି ନିଶ୍ଚେ ସଖୀ ଯଦି ତୁ ମାଗିବୁ ।ଶୁଣି ତା ସୁମେଧା ଏକାନ୍ତରେ କହେ ଗୀରବେଳହୁଁ ଉପାୟ କରିବା ଯେ ଦରକାର ।ଦ୍ୱାରକା ପୁରକୁ ଏକ ଚାର ପଠାଇବାନାରାୟଣଙ୍କ ଆଗରେ ସର୍ବ ଜଣାଇବା ।ଅଳପ ଦିନ ମାତର ଅଛି ବିଭାଘରଉପାୟ ନ କଲେ ପଛେ ହେବା ହରବର ।ନିଶ୍ଚେ ଶୁଣିଲା ମାତ୍ରକେ ଅନ୍ତର୍ଯ୍ୟାମୀ ନାଥସଙ୍ଗେସଙ୍ଗେ ଆସି ତୋତେ ଘେନିଯିବେ ରଥ ।ପ୍ରେମେ ସଖୀକୁ ରୁକ୍ମିଣୀ ଆଲିଙ୍ଗନ କରିବୋଲଇ ତୋ ସମ କେହି ନାହିଁ ସଖୀମୋରି ।ଜୀବନେ ତୋ ଉପକାର ଶୁଝି ନ ପାରିବିପ୍ରଭୁଙ୍କୁ କହିଣ ତୋତେ ମୁହିଁ ସଙ୍ଗେ ନେବି ।ଦୁଇଜଣ ତାହାଙ୍କର ପାଦ ସେବାକରିଏ ଘୋର ସଂସାରୁ ଯିବା ପ୍ରିୟ ସଖୀ ତରି ।ବହୁତ ଦୂର ପଥ ଯେ ଦ୍ୱାରକା ଅଟଇଅଳପ ଦିନରେ କିଏ ଯିବ କହ ସହୀ ।ଆମ୍ଭେ ତ ଅବଳା ଆମ୍ଭ ବୋଲ କେ ମାନିବକାଳେ ଜ୍ୟେଷ୍ଠ ଭ୍ରାତେ ଡରି କେ ରାଜି ନ ହେବ ।ସୁମେଧା ବୋଲଇ ସଖୀ ଭାବନା ନ କରବହୁ ଧନ ଦେଇ ଆମ୍ଭେ ପଠାଇବା ଚାର ।ଆନ ସଖୀଙ୍କୁ ରାଇଣ ସୁମେଧା ବୋଲଇଯାଅ ଏକ ବ୍ରାହ୍ମଣଙ୍କୁ ଡାକିଆଣ ସହୀ ।ଶୁଭକାର୍ଯ୍ୟେ ବ୍ରାହ୍ମଣଙ୍କୁ ଦୂତ ପଠାଇଲେକାର୍ଯ୍ୟ ସଫଳ ହୋଇବ ଜାଣଇ ମୁଁ ଭଲେ ।ଚନ୍ଦ୍ରାବନୀ ପ୍ରିୟମ୍ବଦା ସଖୀ ଦୁଇ ଥିଲେଶୁଣିଲା ମାତ୍ରକେ ବିପ୍ର ଖୋଜିବାକୁ ଗଲେ ।ନଗର ଚତୁଃପାର୍ଶ୍ୱରେ ଯତନେ ଖୋଜିଣଦେଖିଲେ ଦକ୍ଷିଣଦ୍ୱାରେ ଏକଇ ବ୍ରାହ୍ମଣ ।ଆଜାନୁଲମ୍ବିତ କଟା ଦିଶଇ ସୁନ୍ଦରରୁଦ୍ରାକ୍ଷମାଳା କଣ୍ଠରେ ଶୋଭାପାଏ ତାର ।ସାମବେଦ ମନ୍ତ୍ର ମୁଖେ କରଇ ଗାୟନକୈଳାସପତିଙ୍କ ପ୍ରାୟ ଦିଶଇ ଶୋଭନ ।ଦେଖି ତାକୁ ସଖୀଗଣ କରି ନିମନ୍ତ୍ରଣରୁକ୍ମିଣୀ ପାଶରେ ଆସି ମିଳିଲେ ତକ୍ଷଣ ।ଦେଖିଣ ରୁକ୍ମିଣୀଦେବୀ ବ୍ରାହ୍ମଣ ପାଦରଭକ୍ତିଭରେ ପ୍ରଣାମ କରିଲେ ବାରମ୍ବାର ।ସୁବାସିତ ଜଳେ ବିପ୍ର ପାଦ ପଖାଳିଲେପାଦଉଦକ ଆଣିଣ ଗର୍ଭକୁ କ୍ଷେପିଲେ ।କରଯୋଡ଼ି ବୋଲଇ ଯେ ଭୀଷ୍ମକ ନନ୍ଦିନୀସୌଭାଗ୍ୟ ମୋହର ପୂଜି ତବ ପାଦ ବେନି ।ଭକ୍ତ ଦେଖି ଜେମାଙ୍କର ବ୍ରାହ୍ମଣ ବୋଲଇକିମ୍ପାଇ ହତଭାଗାକୁ ଆଣିଲ ଡକାଇ ।ସୁମେଧା ସଖୀ କହଇ ଶୁଣ ବିପ୍ରବରଅସମୟରେ ଆମ୍ଭଙ୍କୁ ସାହାଯ୍ୟ ହେ କର ।ଜେମାମଣିଙ୍କର ଏକ ପତ୍ର ତୁମ୍ଭେ ନେଇଦ୍ୱାରକା ଶ୍ରୀକୃଷ୍ଣ ପାଶେ ପାରିବ କି ଯାଇ ।ଯେତେ ଧନ ଲୋଡ଼ା ତବ ଆମ୍ଭ ପାଶୁ ନିଅଏତିକି ମାତାର କାର୍ଯ୍ୟ ତୁମ୍ଭେ ଯେ ତୁଲାଅ ।ତୁମ୍ଭ ବିନା ସଖୀଙ୍କର କେହୁ ଉପକାରକରି ନ ପାରିବେ ଆହେ ଧାର୍ମିକ ପ୍ରବର ।ପଞ୍ଚମୀ ପୂର୍ବରୁ ଯେହ୍ନେ ପତ୍ରର ଉତ୍ତରଆଣି ତୁମ୍ଭେ ପହଞ୍ଚିବ ଆମ୍ଭ ନିକଟର ।ଚାତକ ପରି ତୁମ୍ଭର ପଥ ଆମ୍ଭେ ଚାହିଁବସିଣ ଥିବୁ ସକଳେ ଶୁଣ ହେ ଗୋସାଇଁ ।ଦାସୀ ବାଣୀ ଶୁଣି ବିପ୍ର କୃତ୍ୟକୃତ୍ୟ ହୋଇବୋଲେମୋତେ ଅନୁରୋଧକର କାହିଁପାଇଁ ।ଜଗତ ଜନନୀଙ୍କର ଦୂତ ହେବି ମୁହିଁପୂର୍ବ ଭାଗ୍ୟବଳେ ସିନା ଏ କାର୍ଯ୍ୟ ମିଳଇ ।ଜେମାମଣିଙ୍କୁ ମୁଁ ବାଲ୍ୟାବସ୍ଥାରୁ ଚିହ୍ନିଛିସେ ବିଷୟରେ ମୋତେ କେ ନ ବୁଝାଅ କିଛି ।ବିଳମ୍ବ ନ କରି ଶୀଘ୍ର ଲେଖନ୍ତୁ ଚିଟାଉମାତ୍ର ପଞ୍ଚମୀ ରହିଲା ଚାରିଦିନ ଆଉ ।ପତ୍ରର ଉତ୍ତର ସଙ୍ଗେ ସଙ୍ଗେ ଘେନି ମାତଦୁଇଦିନେ ତବ ପାଶେ କରିବି ସାକ୍ଷାତ ।ଶୁଣିଣ ରୁକ୍ମିଣୀଦେବୀ ମନେ ତୋଷହେଲେନିଜ କଣ୍ଠୁ ରତ୍ନହାର ଖୋଲି ବିପ୍ରେ ଦେଲେ ।ଆଉ ମଧ୍ୟ ନାମାଙ୍କତ ମୁଦ୍ରିକାଟି ନେଇବ୍ରାହ୍ମଣ ହସ୍ତେ ଗୁପ୍ତରେ ଦେଲେ ମହାମାୟୀ ।ପ୍ରଭୁ ସୁମରି ସ୍ୱହସ୍ତେ ପତ୍ର ସେ ଲେଖିଲେନିଜ ମନ କଥା ଖୋଲି ସମସ୍ତ ଲେଖିଲେ ।ଗୋଲାପ ଫୁଲ ଗୋଟିଏ ତା ମଧ୍ୟରେ ଭରିସୁଗନ୍ଧ ଅତର ପତ୍ର ମଧ୍ୟେ ସିଞ୍ଚି ଗୋରୀ ।ଯେଉଁ ପରି ପ୍ରଭୁଙ୍କର ମନକୁ ତୋଷିବଯେହ୍ନେ ପଢ଼ି ଖୁସି ହେବେ ନୂତନ ବାନ୍ଧବ ।ଏହା ଦେଖି ସଖୀଗଣ ହେଲେ ଠରାଠରିବୋଲନ୍ତି ନିଶ୍ଚେ ବାଉଳା ହୋଇବେ ମୁରାରି ।ଆମ୍ଭ ପାଇଁ କି ଗୋ ସଖୀ କିଛି ଲେଖିଥାଅପ୍ରଣାମ ଆମ୍ଭ ସଭିଙ୍କ କାନ୍ତଙ୍କୁ ଜଣାଅ ।ଚିତ୍ରା ନାମେ ସଖୀ ବୋଲେ ଶୁଣ ସହଚରୀଆସିଲେ ମୁଁ ଟିକେ ତାଙ୍କୁ ପଚାରିବି ଧରି ।ଆମ୍ଭ ସଖୀଙ୍କୁ ଯେତିକି ଦେଲେଣି କଷଣସୁଧମୂଳ ସବୁ ନେବା ଅସୁଲ କରିଣ ।ରୁକ୍ମିଣୀ ବୋଲନ୍ତି ସଖୀ ସତେ ଏହା ହେବମୋ ଭଗ୍ନକୁଟୀରେ ସତେ ଜ୍ୟୋଛନା ଉଇଁବ ।ଛଳ ଛଳ ନେତ୍ରେ ଗୋରୀ ବିପ୍ର ମୁଖ ଚାହିଁବୋଲନ୍ତି ମୋ ଧର୍ମପିତା ହେଲ ହେଗୋସାଇଁଏକାନ୍ତେ ପ୍ରଭୁଙ୍କୁ ଡାକି ସମସ୍ତ କହିବପଞ୍ଚମୀରେ ବିଭାଘର ବୋଲି ଜଣାଇବ ।ଏ ମୁଦ୍ରିକା ଗୋଟି ଦେବ ପ୍ରଭୁଙ୍କୁ ପିନ୍ଧାଇପତ୍ରଗୋଟି ଏକାନ୍ତରେ ତାଙ୍କୁ ଦେବ ନେଇ ।ଜଣାଇବ ଶତ ଶତ ନମସ୍କାର ମୋରରାଣ ପକାଇ କହିବ ଆସିବେ ନିକର ।ପ୍ରଭୁଙ୍କୁ କହିବ ଯଦି ଶୀଘ୍ର ନ ଆସିବେନାରୀହତ୍ୟା ଦୋଷ ଗୋଟି ମୁଣ୍ଡରେ ବହିବେପଞ୍ଚମୀଯାକେ ରହିଲି ତାଙ୍କ ପଥ ଚାହିଁନ ଆସିଲେ ନିଶ୍ଚୟ ମରିବି ବିଷ ଖାଇ ।କହିବ ଯେ ଧର୍ମପିତା ବହୁତ ବୁଝାଇତାଙ୍କ ବିନା ଅଭାଗିନୀର କେ ସାହା ନାହିଁ ।ଶୁଣିଣ ବ୍ରାହ୍ମଣ ବୋଲେ ଶୁଣ କନ୍ୟା ମୋରନିଶ୍ଚୟ ପ୍ରଭୁଙ୍କୁ ଆଣିଦେବି ତୋ ପାଶର ।ସୁମେଧା ବୋଲଇ ସଖୀ ଗୋଟିଏ ଶ୍ରୀଫଳଗୋସାଇଁ ହସ୍ତରେ ପଠା କରି ଅନୁକୂଳ ।ଘରୁ ବାହାର ହୁଅନ୍ତେ ଦେବେ ଦ୍ୱିଜବରପୂର୍ଣ୍ଣକୁମ୍ଭ ଭରି ନ୍ୟନ୍ତି ନଗ୍ର ନାରୀନର ।ଆବର ଯେ ଭରଦ୍ୱାଜ ଶଙ୍ଖ ଚିଲ ପକ୍ଷୀବାମରେ ଯାଏ ଶୃଗାଳ ଘେନି ଶୃଗାଳୀକି ।ଏସନ ରୀତି ଦେଖିଣ ବୋଲନ୍ତି ସଜନୀନିଶ୍ଚୟ ବିପ୍ର ଆସିବେ ଠାକୁରଙ୍କୁ ଘେନି ।ଦେଖ ସଖୀ ତୋର ଭାଗ୍ୟ ଅଟଇ ଉଜ୍ଜ୍ୱଳବିପ୍ର ବାହାର ହୁଅନ୍ତେ ଶୁଭ ଅନୁକୂଳ ।ପାଦୁକା ମନ୍ତ୍ର ବିପ୍ରଙ୍କୁ ଜେମାମଣି ଦେଲେଆନନ୍ଦ ମନରେ ତହୁଁ ବ୍ରାହ୍ମଣ ଚଳିଲେ ।ବିପ୍ରଙ୍କୁ ବିଦାକରିଣ ସଖୀମାନେ ଗଲେଯେ ଯାହା କର୍ମକ୍ଷେତ୍ରରେ ନିଯୋଗ ହୋଇଲେଏଣେ ଭୀଷ୍ମକ ରାଜନ ଜ୍ୟେଷ୍ଠପୁତ୍ରେ ରାଇରାଜା ରାଣୀ ଦୁଇ ଜଣ କହନ୍ତି ବୁଝାଇ ।ଶୁଣ ଆରେ ପୁତ୍ରମଣି ତୁ ଆମ୍ଭର ଗୀରଚଭୁର୍ଥ ଅବସ୍ଥା ଆସି ହେଲାଣି ଆମ୍ଭର ।ଭଉଣୀ ବିବାହ ଭାର ରହିଲା ତୋହରବିଧି ବିଧାନରେ ଶୀଘ୍ର କର ବିଭାଘର ।ନୁହେଁ ସାତ ପାଞ୍ଚ ଏକମାତ୍ର ଅଟେ ଝିଅଯେପରି ନୟନୁ ସେହୁ ନ ବୁହାଏ ଲୁହ ।ରୀତିମତ ଯଉତୁକ ଭିଣୋଇକୁ ଦେବୁଭଉଣୀର ମନ ଜାଣି ଗହଣା ଆଣିବୁ ।ହସ ଖୁସି ହୋଇ ଯେହ୍ନେ ଭଉଣୀ ତୋହରଶାଶୁଘର ଯାଏ କରିବୁ ତା ପ୍ରତିକାର ।ଶୁଣିଣ ରୁକ୍କଣ ବୋଲେ ଭଉଣୀ ମୋହରସୌଭାଗ୍ୟବତୀ ଅଟଇ ସଂସାର ମଧ୍ୟର ।ସ୍ୱୟଂ ଜରାସନ୍ଧ ଆସୁଛନ୍ତି ବିଭାଘରେଛୟାଣୋଇ ସସ୍ର ରାଜା ଘେନିଣ ସଙ୍ଗରେ ।ଆଉ ମଧ୍ୟ ବଡ଼ ବଡ଼ ନରପତିଗଣବରଯାତ୍ରି ହୋଇ ଆସିବେ ଆମ୍ଭ ପୁରେଣ ।ଶିଶୁପାଳ ସମ ବର ତିନିପୁରେ ନାହିଁରୂପ ଗୁଣେ ବଳେ ପାରେ ଜଗତକୁ ଦହି ।ରୁକ୍ମିଣୀର ଭାଗ୍ୟ ଅଟେ ମହା ତେଜିଆନପିତା ମାତା ଭ୍ରାତାଙ୍କର ରଖିଲା ସମ୍ମାନ ।ଶୁଣିଣ ଯେ ନରପତି ଆନନ୍ଦ ହୋଇଲେମନେ ମନେ ଜ୍ୟେଷ୍ଠପୁତ୍ର ବହୁ ପ୍ରଶଂସିଲେ ।ମନ୍ତ୍ରୀମାନଙ୍କୁ ଡକାଇ ବୋଲାଇ ରୁକ୍ମଣବିଭାଘର ଆୟୋଜନ କରନ୍ତୁ ଶୀଘ୍ରେଣ ।ପଚାଶ ହଜାର ରାଜା ରହିବାର ପାଇଁଉପଯୁକ୍ତ ଘରମାନ ଦିଅ ହେ ଭିଆଇ ।ପୁଣି ହଜାର ହଜାର ବେପାରୀଙ୍କ ପାଇଁଲମ୍ବା ଲମ୍ବା ତାଟଘର ଦିଅ ହେ ତୋଲାଇ ।ଆମିଷଠାରୁ ଯେ ନିରାମିଷ ପରିଯନ୍ତଖାଦ୍ୟ ଦ୍ରବ୍ୟ ଆୟୋଜନ କର ହେ ତୁରନ୍ତ ।ଆଉ ଯାହା ଦରକାର କର ବନ୍ଦୋବସ୍ତରହିଲା ବିବାହ ଆଉ ଚାରିଦିନ ମାତ୍ର ।ଯାହା ଧନ ଲୋଡ଼ା ତୁମ୍ଭେ ରାଜକୋଷୁ ନେବନ ଆଣିଲେ ମଧ୍ୟ ପରେ କରଜ କରିବ ।ମୋ ଭଉଣୀ ବିଭା ଯେହ୍ନେ ଜାଣିବେ ସକଳଭାଗ୍ୟବଳୁ ଭିଣୋଇ ପାଇଛି ଶିଶୁପାଳ ।ଶୁଣ ଆହେ ମହାମନ୍ତ୍ରୀ ମୋହର ବଚନଅନୁକୂଳ ମଧ୍ୟ ମୁଁ କରୁଛି ଆଜଦିନ ।ଜ୍ୱାଇଁ ନିମନ୍ତ୍ରଣ କରି ଆଣିବି ସଙ୍ଗରେସର୍ବ କାର୍ଯ୍ୟଭାର ଦେଲି ତୁମ୍ଭର ହସ୍ତରେ ।ପିତାଙ୍କର ହେଲାଣି ତ ଆସି ମତିଭ୍ରମତାଙ୍କୁ ନ ପଚାରି କରିଯିବ ସବୁ କାମ ।ଶୁଣିଣ ସେ ମହାମନ୍ତ୍ରୀ ସମ୍ମତ କରିଲେବର ନିମନ୍ତ୍ରଣ ଲାଗି ରୁକ୍ମଣ ଚଳିଲେ ।ଏଥୁଅନ୍ତେ ଶୁଣ ନରେ ଅପୂର୍ବ ଚରିତପତ୍ର ନେଇ ବିପ୍ର ଦ୍ୱାରକାରେ ଉପସ୍ଥିତ ।ଦ୍ୱାରକାର ପୁର ଶୋଭା ଦେଖିଣ ବ୍ରାହ୍ମଣଆଶ୍ଚର୍ଯ୍ୟ ହୋଇଣ ହୃଦେ ଚିନ୍ତେ ନାରାୟଣ ।ରାଜଧାନୀରେ ଯେ ବିପ୍ର ପ୍ରବେଶ ହୋଇଲାସଦର ରାସ୍ତାର ପ୍ରହରୀକୁ ପଚାରିଲା ।ବୋଇଲା ଶୁଣ ପ୍ରହରୀ ବଚନ ମୋହରଆଉ କେତେ ଦୂର ପଡ଼ିବ ହେ ରାଜାଘର ।ଶୁଣି ପ୍ରହରୀ ବିପ୍ରକୁ ସଙ୍ଗତରେ ଧରିରାଜପଥ ଦେଇଯାନ୍ତି ଶ୍ରୀକୃଷ୍ଣଙ୍କ ପୁରୀ ।ସେ ପୁର ଶୋଭା ନିରେଖି ଚାହେଁ ବିପ୍ରବରମନେ ଭାବେ ସ୍ୱର୍ଗଠାରୁ ଅଟେ ଏ ସୁନ୍ଦର ।ଆମ୍ଭ ରାଜାଙ୍କ ନଅରଠାରୁ ଶତେ ଗୁଣବଳି ଶୋଭା ଅଟେ ଏହି ଦ୍ୱାରକା ଭୁବନ ।ମର୍ମର ପ୍ରସ୍ତର ରାସ୍ତା ହୋଇଛି ତିଆରିନ ଦେଖିଲା ଖଣ୍ଡି କୁଟା ଖଣ୍ଡ ବିପ୍ରବର ।ପୁର ଚୌଦିଗେ ବିଚିତ୍ର ପ୍ରାଚୀର ଶୋଭଇଆକାଶକୁ ସେ ପ୍ରାଚୀର ମସ୍ତକ ଚୁମ୍ବଇ ।ହୀରା ନୀଳା ମଣି ମାଣିକ୍ୟର ଇଟାମାନଗୋଟି ଗୋଟି ହୋଇ ଖଞ୍ଜା ଦିଶଇ ଯତନ ।ଅଦିନରେ ଯେ ବସନ୍ତ ପବନ ବହଇଅଣ୍ଡିରା କୋକିଳ ସ୍ୱନେ ଦିଗ ଚମକଇ ।ଫଳ ପୁଷ୍ପ ସୌରଭରେ ମୋହିଛି ସେ ପୁରସୁବାସରେ ଚଉଦିଗ କମ୍ପଇ ପ୍ରଖର ।ପୁଣି ବିପ୍ର ସେ ନଗ୍ରର ନାରୀଙ୍କୁ ଦେଖିଲାଅତୁଟ ସୌନ୍ଦର୍ଯ୍ୟ ଦେଖି ବହୁ ପ୍ରଶଂସିଲା ।ଦେବାଙ୍ଗନା ସମ ତାଙ୍କ ରୂପ ଝଟକଇକାଳ ନାଗ ପରି ବେଣୀ ଭୂମିରେ ଲୋଟଇ ।ଶୁଦ୍ଧ ସ୍ୱର୍ଣ୍ଣ ପରି ସର୍ବେ ରମଣୀଙ୍କ କାନ୍ତିପୂର୍ଣ୍ଣ ଇନ୍ଦୁ ପରି ମୁଖ ଶୋଭା ଝଟକନ୍ତି ।ପୁର ଶୋଭା ଦେଖି ବିପ୍ର ବିହ୍ୱଳ ହୋଇଲାଧନ୍ୟ ଧନ୍ୟ ନାରାୟଣ ବୋଲି ପ୍ରଶଂସିଲା ।ଯେଉଁ ଦ୍ୱାରକା ପୁର ଶୋଭା ଏତେ ଥାଇରାଜାଙ୍କ ନଅର କିପରି ଯେ ଥିବ ହୋଇ ।ଏହିପରି ମନେ ମନେ ଭାବି ଦ୍ୱିଜବରଶ୍ରୀକୃଷ୍ଣଙ୍କ ପୁରେ ଯାଇ ହୋଇଲେ ହାଜର ।ପ୍ରହରୀ ପ୍ରଭୁଙ୍କ ପାଶେ ଯାଇ ଜଣାଇଲାଆଜ୍ଞା ପାଇ ବ୍ରାହ୍ମଣକୁ ସଭା ସ୍ଥଳେ ନେଲା ।ସମସ୍ତ ଯାଦବଗଣ ହୋଇଥାନ୍ତି ଠୁଳତା ମଧ୍ୟେ ବିରାଜ କରିଛନ୍ତି ଆଦିମୂଳ ।ଉଗ୍ରସେନ ରାଜା ସିଂହାସନେ ବସିଛନ୍ତିରାମ କୃଷ୍ଣ ଦୁଇ ଭାଇ ପାଶେ ଶୋଭା ପାନ୍ତି ।ଯହୁଁ ବିପ୍ରକୁ ଦେଖିଲେ ପ୍ରଭୁ ଦାମୋଦରଅନ୍ତର୍ଯ୍ୟାମୀ ମନକଥା ଜାଣିଲେ ତାହାର ।ଆସ୍ଥାନ ଛାଡ଼ିଣ ପ୍ରଭୁ ଚମକି ଆସିଲେବ୍ରାହ୍ମଣର ପାଦତଳେ ପ୍ରଣିପାତ କଲେ ।ବୋଲନ୍ତି ଚାଲ ଗୋସାଇଁ ଅନ୍ତଃପୁରେ ଯିବାଜଳଯୋଗ ସାରି ସର୍ବେ ସଭାକୁ ଆସିବା ।ଦେଖିଣ ବ୍ରାହ୍ମଣ ମନେ ଆଶ୍ଚର୍ଯ୍ୟ ହୋଇଲାଶଙ୍ଖ ଚକ୍ର ଗଦା ପଦ୍ମ ତାଙ୍କୁ ଦୃଶ୍ୟ ହେଲା ।ଭାବେ ନିସ୍ତରିଲି ଆଜି ଏ ଭବ ସଂସାରସ୍ୱୟଂ କମଳାପତିଙ୍କୁ ଦେଖିଣ ଚକ୍ଷୁର ।ଧନ୍ୟଲୋ ଦେବୀ ରୁକ୍ମିଣୀ କେଡ଼େ ଭାଗ୍ୟତୋରସ୍ୱାମୀ ପଣରେ ପାଇବୁ ପ୍ରଭୁ ଚକ୍ରଧର ।ଏହିପରି ଯହୁଁ ବିପ୍ର ମନେ ବିଚାରଇତାହା ମନ ଜାଣି ପ୍ରଭୁ କହନ୍ତି ଗୋଳାଇ ।କେଣିକି ଆସିଛ କିବା କାର୍ଯ୍ୟେ ହେ ଗୋସାଇଁଦୟାକରି ମୋର ଆଗେ ପାରିବ କି କହି ।ବିପ୍ର କହେ ସବୁ ଜାଣି ନ ଜାଣିଲା ପରିକିମ୍ପାଇ ମୋତେ ପଚାର ଆହେ ବଂଶୀଧାରୀନିଅ ତବ ପତ୍ର ବୋଲି ମସ୍ତକରେ ମାରିବଢ଼ାଇ ଦିଅନ୍ତେ ବିପ୍ର ନେଲେ ଦଇତ୍ୟାରି ।ଗଜଦନ୍ତ ପଲ୍ୟଙ୍କରେ ତୁଳି ତଳ୍ପ ପରେବିପ୍ରକୁ ବସାଇ ପ୍ରଭୁ ବସିଲେ ସଧୀରେ ।ପଢ଼ିବାକୁ ପତ୍ରଗୋଟି ଖୋଲନ୍ତେ ଶ୍ରୀଧରସୁବାସରେ ମହ ମହ କମ୍ପିଲା ଯେ ପୁର ।ଆହୁରି ମଧ୍ୟ ଗୋଲାପ ପୁଷ୍ପଗୋଟି ନେଇଆଗ୍ରହରେ ବକ୍ଷେ ଲଗାଇଲେ ଲକ୍ଷ୍ମୀସାଇଁ ।ପତ୍ରଗୋଟି ପଢ଼ି ପ୍ରଭୁ ହୋଇଲେ ଅଧୀରସ୍ୱୟଂ ରୁକ୍ମିଣୀ ଦେବୀଙ୍କ ଅଟେ ହସ୍ତାକ୍ଷର ।ଆଗ ଲେଖିଛନ୍ତି ପୁଜ୍ୟ ଦେବତା ହେ ମୋରଗ୍ରହଣ କରିବ ଅଧୀନାର ନମସ୍କାର ।ଦାସୀ ହୋଇ ସେବିବାକୁ ତବ ଶ୍ରୀପୟରଚାହିଁଅଛି ଚାତକିନୀ ପରି ପ୍ରାଣେଶ୍ୱର ।ପତ୍ରଗୋଟି ବାର ବାର ପଢ଼ି ଚକ୍ରଧରମୃଦୁ ମୃଦୁ ହସି ବିପ୍ରେ ଦିଅତି ଉତ୍ତର ।ଚାଲ ହେ ଗୋସାଇଁ କାଳ ବିଳମ୍ବ ନ କରିଏହି ମୁହୁର୍ତ୍ତରେ ଏଠୁ ଯିବା ଯେ ବାହାରି ।ରୁକ୍ମିଣୀଙ୍କ ନାମାଙ୍କିତ ଅଙ୍ଗୁରୀକୁ ନେଇବିପ୍ର ପ୍ରଭୁଙ୍କ ଶ୍ରୀକରେ ଦେଲା ଯେ ପିନ୍ଧାଇ ।ମନେ ମନେ ଭାଳନ୍ତି ଯେ ପ୍ରଭୁ ଚକ୍ରଧରକେତେ ଶ୍ରଦ୍ଧା ଆମ୍ଭ ପରେ ରୁକ୍ମିଣୀ ଦେବୀର ।ସାଙ୍ଗେ ସାଙ୍ଗ ସାରଥିକୁ ଡାକି ନାରାୟଣଆଜ୍ଞାଦେଲେ ରଥ ଶୀଘ୍ର ସଜକରି ଆଣ ।ଭୀଷ୍ମକ ରାଜନ କନ୍ୟା ରୁକ୍ମିଣୀ ସୁନ୍ଦରୀଲେଖିଛନ୍ତି ପତ୍ର ଆମ୍ଭ ନିକଟେ ତିଆରି ।ଶିଶୁପାଳକୁ ତା ଭ୍ରାତ ବିଭା ହେବା ପାଇଁପଞ୍ଚମୀ ତିଥିକି ସ୍ଥିର କରିଅଛି ସେହି ।ଆମ୍ଭ ନିକଟକୁ କନ୍ୟା ବିକଳ ହୋଇଣଲେଖିଛନ୍ତି ପତ୍ର ରଥ ଚଳା ହେ ଶୀଘ୍ରେଣଅନ୍ୟ କା ଆଗେ ଏକଥା ପ୍ରକାଶ ନ କରିରଥ ବାହା ସଙ୍ଗେ ଯିବା ବ୍ରାହ୍ମଣଙ୍କୁ ଧରି ।ପୁଣି ତରତରେ ରଥ ସାରଥି ଆଣିଲାକେହି ନ ଜାଣିଲେ ଶୂନ୍ୟମାର୍ଗରେ ବାହିଲାମନ ବେଗେ ଯାନଗୋଟି ଉଡ଼ଇ ଗଗନେକୁଣ୍ଡି ନଗ୍ରେ ପ୍ରବେଶିଲା ସାତଘଡ଼ି ଦିନେ ।କୁଣ୍ଡଳି ପର୍ବତ ତଳେ କୁଣ୍ଡି ନଦୀ ତୀରେଆକାଶରୁ ଖସି ଯାନ ରହିଲା ସେଠାରେ ।ତିନିକ୍ରୋଶ ଆୟତନ ଅଟଇ ସେ ତୋଟାଦୁର୍ବାସା ଋଷିଙ୍କ ଆଶ୍ରମ ଯେ ସେହି ଗୋଟା ।କୁଣ୍ଡଳି ନଗ୍ରରଠାରୁ ଏକ କୋଶ ଦୂରସେହି ସ୍ଥାନରେ ରହିଲେ ପ୍ରଭୁ ଚକ୍ରଧର ।ଏଣେ ରୁକ୍ମିଣୀ ଯେ ଶିଶୁପାଳେ ବର ବରିମହା ଆଡ଼ମ୍ବରେ ଆସେ ବରଯାତ୍ରୀ ଧରି ।କୁରୁସୈନ୍ୟ ପରି ଥାଟ କ୍ରୋଶ କ୍ରୋଶ ଧରିଲାଗିଥାନ୍ତି ଯେ ଯାହାର ଯାନକୁ ଆବୋରି ।ସଭିଙ୍କ ଆଗରେ ରଥେ ଜରାସନ୍ଧ ବୀରମହା ଆଡ଼ମ୍ବରେ ଯାଏ ଘେନି ରହୁବର ।ବାଦ୍ୟ ନାଦେ ଦଲଦଲ କମ୍ପଇ ମେଦିନୀବାଣ ଶବଦରେ ତିନିପୁର ହୁଏ ଧ୍ୱନି ।ଦେବତାଗଣ ସ୍ୱର୍ଗରେ ହେଲେ ଥରହରବେଦପତିଙ୍କ ଛାମୁରେ ହୋଇଲେ ହାଜର ।ଭୋ ଦେବ ମଣିମା ଶୁଭେ ଏ କି ଗରଜନଯୁଦ୍ଧ କି ଆସଇ ସ୍ୱର୍ଗ କେବା ଦୁଷ୍ଟଜନ ।ବିଧାତା ବୋଲନ୍ତି ଦେବେ ନ ହୁଅ କାତରବିଭାହେବା ଲାଗି ଆସେ ଶିଶୁପାଳ ବୀର ।କୁଣ୍ଡି ନଗ୍ରେ ରୁକ୍ମିଣୀକୁ ବିଭାହେବା ପାଇଁଆସେ ଶିଶୁପାଳ ବାଣ ରୋଷଣୀ ଲଗାଇ ।ବୃଥା ସିନା ଗରଜନ କରୁଅଛି ଏହିକନ୍ୟାକୁ ନ ପାଇ ଯିବ ଦରବାହା ହୋଇ ।ଇନ୍ଦ୍ର ବୋଲେ କିମ୍ପା ଦେବ ଯିବ ଏହି ଫେରିକିଏ ସେ କନ୍ୟାକୁ ନେବ କୁହନ୍ତୁ ବିସ୍ତାରି ।ଏଡ଼େ ବଡ଼ ବଳବାନ୍ ବୀର ଅଛି କିଏଜରାସନ୍ଧ ଆଗୁ କନ୍ୟା ହରିନେବ ସିଏ ।ବିଧାତା ବୋଲନ୍ତି ସେ ଯେ ବିଷ୍ଣୁଙ୍କର ନାରୀତେଣୁ ତାହାକୁ ବିବାହ ହେବେ ଚକ୍ରଧାରୀ ।ଶୁଣି ଆଗ୍ରହରେ ଇନ୍ଦ୍ର ରାଜନ କହଇଚାଲ ଯିବା ସର୍ବ ଦେବଗଣ ସଙ୍ଗେ ନେଇ ।ସ୍ୱୟଂ ଜଗନ୍ନାଥଙ୍କର ସ୍ୱରୂପ ଦେଖିବାଲକ୍ଷ୍ମୀ ସଙ୍ଗେ ନାରାୟଣ ଦର୍ଶନ କରିବା ।ଶୁଣି ଆନନ୍ଦ ମନରେ ସର୍ବଦେବ ଯାଇ ।ଅନ୍ତରୀକ୍ଷେ ଶୂନ୍ୟମାର୍ଗେ ରହିଲେକ ଚାହିଁଏଣେ ଭୀଷ୍ମକ ରାଜନ ମନ ଆନନ୍ଦିତବଡ଼ ଆଡ଼ମ୍ବର ଦେଖି ହୁଏ ପୁଲକିତ ।ପୁର ନରନାରୀ ଗୋଡ଼ ତଳେ ନ ଲାଗଇନୂତନ ବସ୍ତ୍ର ଭୂଷଣେ ଛନ୍ତି ମଣ୍ଡିହୋଇ ।ନଗ୍ର ନାରୀଗଣ ସର୍ବେ ହୋଇଣ ହରଷପ୍ରତି ଦାଣ୍ଡ ପୂର୍ଣ୍ଣକୁମ୍ଭ ସ୍ଥାପନ୍ତି କଳସ ।ସର୍ବରାଜା ସହ ଜ୍ୱାଇଁ ନବରେ ମିଳିଲେବାଟ ବରଣ କରିଣ ବିପ୍ରେ ଚଳିଗଲେ ।ହୁଳହୁଳି ଦେଇ ଗ୍ରାମ୍ୟ ସୀମନ୍ତିନୀଗଣମଙ୍ଗଳ ଅଷ୍ଟକ ପଢେ ଜ୍ୟୋତିଷ ଆସିଣ ।ହସ ଖୁସିରେ ସଭିଙ୍କ ମନ ପୁଲକଇଏକା ଜଣକର ମନେ ମାତ୍ର ସୁଖ ନାହିଁ ।ପିଠେ ବସାଇ ଜେମାକୁ ସର୍ବ ସଖୀଗଣବେଶ ବନାଇବା ପାଇଁ ପ୍ରସ୍ତୁତ ହୋଇଣ ।ଆଜାନୁଲମ୍ବିତ ଘନ କେଶକୁ ଛଇଳୀଗଜରଦ କଙ୍କତିକାରେ ଆସ୍ତେ ସାମଳି ।ଯେତେବେଳେ ସଖୀ ଗୋରୀ କେଶ ସଜାଡ଼ନ୍ତିଦିଶେ କଳାବାଳ ବାଳା ପୃଷ୍ଠେ କି ଧାମନ୍ତି ।ସୁବାସ ତଇଳ ଲେପି ଗଭା ସଜାଇଲେକୁସୁମ ଗଜରା ଚଉପାଶେ ଘେରାଇଲେ ।ତା ମଧ୍ୟେ କନକ ଚନ୍ଦ୍ର ଦେଲେ ସଖୀ ଥୋଇନିଶିଥେ ବାସର ଘରେ ଆଲୋକ ହେଲଇଁକର୍ମେ ହୀରାବସା କୁଣ୍ଡଳ ଯେ ଲଗାଇଲେନାସାରେ ହୀରାର ନୀଳା ଚିଡ଼ିଆ ଖଞ୍ଜିଲେ ।ମଥାରେ ହୀରାର ମଥାମଣି ଦିଶେ ଝଳିଟୋପି ଟୋପି ଭାଲେ ଚିତା ମାଜିଦ୍ୟନ୍ତି ଆଳି ।ଚକ୍ଷୁରେ ଯେ ଖଞ୍ଜିଦେଲେ କଜ୍ଜ୍ୱଳର ଗାରଭ୍ରୂଲତା ଚାହିଁ ନାଗର ହୋଇବେ ଅସ୍ଥିର ।ଗଳେ ରତ୍ନହାର କରେ ଯେ ସୁବର୍ଣ୍ଣ ଚୁଡ଼ିବାହୁରେ ରତ୍ନ କିରୀଟି ଦେଲେ ସଖୀ ଭିଡ଼ି ।ଏହିପରି ସଖୀମାନେ ବେଶ ବନାଇଲେଯଥାସ୍ଥାନେ ଅଳଙ୍କାର ବସନ ଖଞ୍ଜିଲେ ।ସେ ରୂପ ଶୋଭାକୁ ସମ ନୋହେ ତିନିପୁରଶ୍ରୀ ବିଷ୍ଣୁଙ୍କ ବାମା ସେ ଯେ ଲକ୍ଷ୍ମୀ ଅବତାରଏଣେ ମଙ୍ଗୁଳା ହୋଇଣ ବସିଅଛି ବରବିଭାବେଳ ହୋଇଲାଣି ଆସି ଯେ ଉଛୁର ।ଅହ୍ୟ ସ୍ତ୍ରୀମାନଙ୍କୁ ରାଣୀ ଦିଅନ୍ତି ଆଦେଶଦେବୀ ଦର୍ଶନ କରାଇ ଶୀଘ୍ର ଘେନିଆସ ।ସେ ବେଳଯାଏ ରୁକ୍ମିଣୀ ଥିଲେ ସ୍ଥିରହୋଇବ୍ରାହ୍ମଣ ନ ଆସିବାର କାନ୍ଦିଲେ ସୁମୁହୀଁ ।ଏକାନ୍ତରେ ସୁମେଧାକୁ ରାଇ ଜେମାମଣିହୃଦୟ ଫିଟାଇ ଅଧୈର୍ଯ୍ୟେ କହନ୍ତି ବାଣୀଆଗୋ ପ୍ରିୟସଖୀ କିମ୍ପା ପ୍ରଭୁ ନ ଆସିଲେଉତ୍ତର ନେଇଣ ବିପ୍ର ବାହୁଡି ନଇଲେ ।ଧରୁଛି ଚରଣ ଆଗୋ ପ୍ରିୟସହୀ ତୋରଶୀଘ୍ର ଟିକେ ବିଷ ଆଣି ଦିଅ ମୋ ମୁଖର ।ବୋଇଲେ ସଖୀ ମୋ ଅଙ୍ଗ ଅପବିତ୍ର ହେବଛାର ଶିଶୁପାଳ ମୋର ବଦନ ଛୁଇଁବ ।ହୋମ ଘୃତ ବି କୁକୁର ଯୋଗ୍ୟ ଅଟେ ସହୀଯଜ୍ଞ ହବି କି ଶୃଗାଳ ଭକ୍ଷଣ କରଇ ।ବର୍ତ୍ତମାନ ଦେବୀ ଦରଶନ ହେଲେ ଶେଷବଳାତ୍କାରେ ମୋତେ ବିଭା କରିବେ ଅବଶ୍ୟ ।ବର୍ତ୍ତମାନଠାରୁ ବିଷ ଖାଇଥିଲେ ମୁହିଁସେତେବେଳେ ମଡ଼ା ଭାବି ନ ଛୁଇଁବେ କେହିଖମ୍ବରେ ମୂର୍ଦ୍ଧନା ପିଟି କାନ୍ଦଇ ସୁନ୍ଦରୀମୁଖେ ଜଳ ସିଞ୍ଚି ବୋଧ କରେ ସହଚରୀ ।ମାନ ମୋର ବୋଲି ଆଗୋ ପ୍ରିୟସଖୀ ତୁହିଦୂତ ବିଳମ୍ବରେ କାର୍ଯ୍ୟ ସଫଳ ହୁଅଇ ।ଦେଖିବୁ ଦେବୀ ମନ୍ଦିରୁ ତୋତେ ନରହରିବଳାତ୍କାରେ କର ଧରି ନେଇଯିବେ ହରି ।ରାଜାମାନଙ୍କ ମୁଖରେ ଚୂନକାଳି ଦେଇରଥେ ବସାଇ ଦ୍ୱାରକା ଯିବେ ପ୍ରଭୁ ନେଇ ।ପ୍ରତିଜ୍ଞା କରି କହୁଛି ମୁହିଁ ସପ୍ତବାରଦେବୀ ମନ୍ଦିରକୁ ଶୀଘ୍ର ସହୀ ତୁ ବାହାର ।ଏଣେ ରାଜ୍ୟ ମଧ୍ୟେ ଗୁପ୍ତଚର ବୁଲୁଥିଲାତୋଟାରେ କୃଷ୍ଣଙ୍କୁ ଦେଖି ଖବର ସେ ଦେଲାଭୀଷ୍ମକ ରାଜନ ଆଗେ ଜଣାଇଲା ଚାରଯଦୁପତି କୃଷ୍ଣ ଉଭା ବେଣୀନଦୀ ତୀର ।ଯହୁଁ ରାଜନ ପାଇଲା ଏସନ ଖବରଭୟ ଜାତ ହୋଇଲା ମନରେ ତାହାର ।ଜରାସନ୍ଧ ଆଗେ ରାଜା ଯାଇଣ କହଇଶୁଣିଲି ମୁଁ କୃଷ୍ଣ ରଣେ କିମ୍ପା ଆସିଛଇଁ ।ଶ୍ରୀକୃଷ୍ଣଙ୍କ ନାମ ଶୁଣି ଜରାସନ୍ଧ ବୀରଛନ ଛନ ହୋଇଲାକ ମନ ଯେ ତାହାର ।ସର୍ବ ରାଜାଙ୍କୁ ଡକାଇ ସତର୍କେ କହଇସେ ଗଉଡ଼ଟୋକା କିମ୍ପା ଏଣେ ଆସିଛଇଁ ।ଦେବୀ ମନ୍ଦିରକୁ ସର୍ବେ ଅସ୍ତ୍ର ଶସ୍ତ୍ର ଧରିନିର୍ବନ୍ଧେ ଜରା କନ୍ୟାକୁ ଚଉପାଶେ ଘେରି ।ଯେହ୍ନେ ପଶି ନ ପାରଇ ମାତ୍ର ପିପିଲିକାଏକଥାକୁ ଅତି ସାବଧାନ ଥିବ ଏକା ।ଭୀଷ୍ମ ବୋଇଲା କୃଷ୍ଣେ ଡାକିବିକି ମୁହିଁପୁଣି ଜରାସନ୍ଧ ବୀର ବୋଲେ ନାହିଁ ନାହିଁ ।ଏଠିତ କ୍ଷତ୍ରିୟଙ୍କର ସଭା ଅଛି ହୋଇଆସିଲେ କେଉଁଠି ସେ ଗଉଡ଼ ଦସିବଇଁ ।ସେଟା ତ ନିର୍ଲ୍ଲଜ ମୁଖେ ଲାଜି ନାହିଁ ତାରବେହିଆପଣେ ବସିବ ଆସିଣ ମଝିର ।ପୁଣି ଏକ କୁଲକ୍ଷଣ ତାହାର ଅଛଇପରଝିଅ ବୋହୁ ଦେଖି ସେ ଆଖି ଠାରଇଗଉଡ଼ ଜାତିରେ ବୁଦ୍ଧି ବୃତ୍ତି ତାର ନାହିଁଦେଖିଲେ ନାକ ଟେକିବେ ତାକୁ ନରସାଇଁ ।ଘୃଣା କରିବେ ସଭିଏଁ ରୂପ ଦେଖି ତାରକାଳିଆ ଭୂତ ପରାଏ ଦିଶେ ତା ଶରୀର ।ଯଦି ଅକସ୍ମାତେ କନ୍ୟା ତାହାକୁ ଦେଖିବଭୂତ ଭାବି ଡର ଛାନିଆରେ ପଡ଼ିଯିବ ।ପୁଣି ବାଂଶ ବଂଶୀଟାଏ ହାତରେ ଧରିଛିକେଳାଙ୍କ ପରି ସ୍ତିରୀଙ୍କ ଆଗରେ ବାଉଛି ।ତୁମ୍ଭେ ଯଦି ତାକୁ ଆଣ ନିମନ୍ତ୍ରଣ କରିଆମ୍ଭେ ସର୍ବ ନରପତି ଯିବୁ ଯେ ବାହାରି ।ଶୁଣିଣ ଭୀଷ୍ମକ ରାଜା କଲେ ନାହିଁ ନାହିଁଏତେ ଗୁଣ ଅଛି ତାର ମୁହିଁ ଜାଣେ ନାହିଁ ।ଶୁଣି ଜଣେ ସଖୀ ଅନ୍ତଃପୁରେ ଦୌଡ଼ିଯାଇଚୁପୁ ଚୁପୁ କରି ଜେମା ଆଗରେ କହଇ ।ଆଗୋ ସହୀ ବେଣୀ ନଦୀ ତୀରେ ନରହରିରଥ ଆଣି ସେଠାବରେ ଅଛନ୍ତି ଉତୁରି ।ପିତା ଯାଉଥିଲେ ତାଙ୍କୁ ଆଣିବାର ପାଇଁଜରାସନ୍ଧ ନାହିଁ କରିବାକୁ ଗଲେ ନାହିଁ ।ସଖୀଠୁ ଶୁଣି ରୁକ୍ମିଣୀ ହୋଇଲେ ଆନନ୍ଦଯେହ୍ନେ ହସ୍ତେ ପାଇଲେ ସେ ହଜିଥିବା ଚାନ୍ଦବୋଇଲେ ଗୋ ସଖୀ ତୁହି ଶୀଘ୍ର ଯାଅ ଧାଇଁକହିବୁ ଦେବୀ ମନ୍ଦିରୁ ଯିବେ ମୋତେ ନେଇତୁରନ୍ତ ଆସିବେ ପ୍ରଭୁ ବିଳମ୍ବ ନ କରିଯାଅ ସଖୀ ଧରୁଅଛି ଚରଣ ତୋହରି ।ଜେମା ବଚନରେ ସଖୀ ତରତରେ ଗଲାଗୋଟି ଗୋଟି କରି ସବୁ ପ୍ରଭୁଙ୍କୁ କହିଲା ।ଯାଅଗୋ ସଖୀ କହିବ ଜେମାଙ୍କୁ ତୁମରିଚୋରଙ୍କ ପରି କିମ୍ପାଇ ଆଣିବି ଯେ ଧରି ।ଛାର ଜରାସନ୍ଧଟାକୁ ମୋର ଡର ନାହିଁମାତ୍ର ସତର ଥର ସେ ଯାଇଛି ପଳାଇ ।ଆଉ ସବୁ ନୃପତିଙ୍କୁ ମୁଁ ଛାଗଳ ପରିମନ୍ଥି ଦେଇ ଆଣିବି ମୁଁ ସଖୀଙ୍କୁ ତୁମ୍ଭରି ।ନେବି ସହୀଙ୍କୁ ଆମ୍ଭଙ୍କୁ ଯିବ ଛାଡ଼ିଦେଇଶ୍ରୀକୃଷ୍ଣ ବୋଲନ୍ତି ସମସ୍ତଙ୍କୁ ନେବି ମୁହିଁ ।ମୋ ପ୍ରିୟାର ଯେତେ ଉପକାର ଅଛି କରିଗୋଟି ଗୋଟି ସବୁ ଶୁଝିଦେବି ମୁଁ ତୁମ୍ଭରି ।ସଖୀ ପଚାରଇ ହସି କିସ ଦେବ କୁହଏକା ସଙ୍ଗେ ବିଭା ହେବି ସଭିଙ୍କୁ ନିଶ୍ଚୟ ।ଲାଜରା ହୋଇଣ ସଖୀ ବଦନ ପୋତିଲାପଦ୍ମଲୋଚନକୁ ଦେଖି କାମେ ବାଇ ହେଲା ।ତାହାର ମନ ଜାଣିଣ ବୋଲନ୍ତି ଶ୍ରୀହରିନିଶ୍ଚୟ ତୁମ କାମନା ଦେବି ପୂର୍ଣ୍ଣକରି ।ବର୍ତ୍ତମାନ କର୍ତ୍ତବ୍ୟରେ ଅଗ୍ରସର ହୁଅଶୀଘ୍ର ବାରତା ନେଇଣ ମୋ ପ୍ରିୟାକୁ ଦିଅ ।ପାଦେ ପ୍ରଣିପାତ ହୋଇ ସେ ସଖୀ ଚଳଇମିଳି ରୁକ୍ମିଣୀଙ୍କୁ ସବୁ ତିଆରି କହଇ ।କୋଳ କରି ତାକୁ ଜେମା ସ୍ନେହରେ କହଇବଡ଼ ଭାଗ୍ୟବତୀ ଏ ସଂସାରେ ଅଟୁ ତୁହି ।ମୋ ପ୍ରାଣନାଥଙ୍କୁ ଆଗ ଦର୍ଶନ କରିଲୁଧନ୍ୟ ଧନ୍ୟ ତୋର ପ୍ରାଣ ମୁକତି ଲଭିଲୁ ।ଏହି ଚିତ୍ତବୋଧ ଗ୍ରନ୍ଥ ଅପୂର୍ବ ବିଧାନଶୁଣିଣ ଭବସାଗରୁ ତର ସର୍ବଜନ ।ଦ୍ୱାରକାପୁରେ ଯାଦବେ ପ୍ରଭୁଙ୍କୁ ନ ପାଇବଳରାମ ଠାକୁରଙ୍କୁ ଜଣାଇଲେ ଯାଇଁ ।ନାହାନ୍ତି ମୁରାରି ବୋଲି ତାହାଙ୍କୁ କହିଲେଯୋଗବଳେ ବଳରାମ ସମସ୍ତ ଜାଣିଲେ ।ଯାଦବଙ୍କୁ ତିଆରିଲେ ସମସ୍ତ ବାହାରରୁକ୍ମିଣୀଙ୍କୁ ଆଣିବାକୁ ଯାଆନ୍ତି ଶ୍ରୀଧର ।ଘୋର ସମର ସେ ସ୍ଥାନେ ବର୍ତ୍ତମାନ ହେବଜରାସନ୍ଧ ଆଦି ବୀର ଅଛନ୍ତି ସେ ଠାବ ।ଏକା ହୋଇ ମୋର କ୍ଷୁଦ୍ର ଭାଇ ନ ପାରିବକାଳେ ମୋହର ଶ୍ରୀକୃଷ୍ଣ ପରାସ୍ତ ହୋଇବ ।ଚାଲ ଚାଲ ସର୍ବେ ଶୀଘ୍ର ନ କର ଉଛୁରଆଜି ସେ ସଭିଙ୍କୁ ମାରି କରିବି ମୁଁ ଚୂର ।ଲଙ୍ଗଳେ ସଭିଙ୍କୁ ସମୁଦ୍ରରେ ପକାଇବିରୁକ୍ମିଣୀଙ୍କୁ ଆଣି ମୋର କୃଷ୍ଣ ବିଭାଦେବି ।ଶୁଣି ଉଗ୍ରସେନ ଆଦି ଯଦୁବଂଶ ବୀରଯେ ଯାହା ଆୟୁଧ ଘେନି ହୋଇଲେ ବାହାରସମୁଦ୍ର ଲହରୀ ପରି ସର୍ବେ ଛନ୍ତି ଧାଇଁରାମ ତାଳଧ୍ବଜ ରଥ ଆଗରେ ଧାମଇ ।ଏତେ ପଥ ଅତିକ୍ରମ କରି ଯଦୁବୀରଘଡ଼ିକ ମଧ୍ୟରେ ଯାଇ ହୋଇଲେ ହାଜର ।ବେଣୀ ନଦୀତୀରେ ଯାଇ ହୋଇଲେ ପ୍ରବେଶଦେଖିଲେ ସେଠାରେ ରହିଅଛି ନନ୍ଦିଘୋଷ ।ପୂର୍ଣ୍ଣ ଇନ୍ଦୁ ପରି ଦିଶେ ଶ୍ରୀକୃଷ୍ଣଙ୍କ ଜ୍ୟୋତିକୁଣ୍ଡୀ ନଗ୍ରଆଡ଼େ ପ୍ରଭୁ ଚାହିଁଣ ଅଛନ୍ତି ।ବଳରାମଙ୍କୁ ଦେଖିଣ ଆନନ୍ଦେ ଉଠିଲେଜ୍ୟେଷ୍ଠଭ୍ରାତାଙ୍କ ଚରଣେ ପ୍ରଣିପାତ ହେଲେ ।ଉଗ୍ରସେନ ଆଦି ଯେତେ ମାନ୍ୟ ବ୍ୟକ୍ତି ଥିଲେସମସ୍ତଙ୍କୁ ଯଥାବିଧି ମାନ୍ୟ ପ୍ରଭୁ କଲେ ।କଲ୍ୟାଣ କଲେ ସରବେ ଜୟ ହେଉ ତୋରଶତ୍ରୁ ଦର୍ପ ଧ୍ୱଂସ କନ୍ୟାରତ୍ନ ଲାଭକର ।ଯାଦବ ସଇନ ଏକଠାବେ ହେଲେ ଠୁଳକନ୍ୟା ଲଭିବାକୁ ଚିନ୍ତା କରନ୍ତି ସକଳ ।ସେହି ସମୟରେ ପୁରନାରୀ ମେଳ ହୋଇଦେବୀ ମନ୍ଦିରକୁ ଯାନ୍ତି ହୁଳହୁଳି ଦେଇ ।ହଜାର ହଜାର ଅହ୍ୟସ୍ତିରୀଙ୍କ ମଝିରେଯାନ୍ତି ଦେବୀ ମନ୍ଦିରକୁ ଚାନ୍ଦମୁହିଁ ଧୀରେ ।ବକଗଣ ମଧ୍ୟେ ଯେହ୍ନେ ରାଜହଂସ ଶୋଭାକଳା ମେଘ ଶୋଭେ ଯେହ୍ନେ ବିଦ୍ୟୁତ୍ର ପ୍ରଭାସେହି ପରି ଶୋଭା ପାନ୍ତି ଭୀଷ୍ମକ ନନ୍ଦିନୀଚଉପାଶେ ରାଜା ଯାନ୍ତି ଅସ୍ତ୍ର ଶସ୍ତ୍ର ଘେନି ।ପାଦଗାମୀ ହୋଇ ସର୍ବେ କରିଣ ଗମନଦେବୀ ମନ୍ଦିର ନିକଟେ ମିଳିଲେ ବହନ ।ନଇବେଦ୍ୟ ଡାଲା ହସ୍ତେ ଧରି ଜେମାମଣିନାରୀଙ୍କ ମଧ୍ୟେ ଚାଲନ୍ତି ଭୀଷ୍ମକ ଦୁଲ୍ଲଣୀ ।ଶ୍ରୀ କୃଷ୍ଣ ଚରଣାବିନ୍ଦେ ଦେଇଥାନ୍ତି ମନତିଳେମାତ୍ର ନଥାଏ ରୁକ୍ମିଣୀ ବାହ୍ୟଜ୍ଞନ ।ଜଳୁଜୁଳା ପୋକ ପରି ସର୍ବ ନରପତିଜେମାମଣିଙ୍କର ନୟନକୁ ଦେଖୁଥାନ୍ତି ।ସର୍ବ ନାରୀଏ ବାହାରେ ଅପେକ୍ଷା କରିଲେସୁମେଧାକୁ ଘେନି ଜେମା ମନ୍ଦିରକୁ ଗଲେ ।ପଦ୍ମାସନ ପାଡ଼ି ଦେବୀ ସମ୍ମୁଖେ ସୁନ୍ଦରୀସ୍ତବ ଆରମ୍ଭ କରିଲେ ଶ୍ରୀବିଷ୍ଣୁ ସୁମରି ।ଜୟ ଜୟ ଜୟ ମାତ ତ୍ରିପୁର ମୋହିନୀଜୟ ଜୟ ଜୟ ମାତ ଶଙ୍କର ଘରଣୀ ।ଜୟ ଜୟ ଜୟ ମାତ ଅପର୍ଣ୍ଣା ପାର୍ବତୀଜୟ ଜୟ ଜୟ ମାତ ତୁହି ମହାସତୀ ।ଜୟ ଜୟ ଜୟ ମାତ ତୁହି ଆଦିମାତାଜୟ ଜୟ ଜୟ ମାତ ତୁ ହର୍ତ୍ତା କରତା ।ସଚରାଚର ଅଟଇ ତୋହର ଭିଆଣପ୍ରଳୟ କାଳେ ବ୍ରହ୍ମାଣ୍ଡ ଧରୁ ମା ଗର୍ଭେଣ ।ସଦା ଧ୍ୟାନ କରୁଥାନ୍ତି ତୋତେ ମହେଶ୍ୱରତେଣୁ ଭକ୍ତିଭରେ ବନ୍ଧା ତାହାଙ୍କ ପାଦର ।ମୁଁ ତୋହର କନ୍ୟା ମାତ କିଛି ନ ଜାଣଇକେବଳ ତୋ ପାଦପଦ୍ମ ଆଶ୍ରା କରିଛଇଁ ।ଯେଉଁ ବର କନ୍ୟାକୁ ଦେଉଛୁ ଦୟାକରିବର୍ତ୍ତମାନ ପୂର୍ଣ୍ଣକର ତାହାକୁ ଶଙ୍କରୀ ।ରୁକ୍ମିଣୀ ତପେ ସନ୍ତୁଷ୍ଟ ହୋଇ ମହାମାୟୀଶୂନ୍ୟରେ ବାଣୀ ଭାଷିଲେ ଜେମାକୁ ଶୁଭଇ ।ରୁକ୍ମିଣୀଙ୍କ ବିନେ ଅନ୍ୟ କେହି ନ ଜାଣନ୍ତିଅମୃତ ବଚନ ଦେବୀ ଶୂନ୍ୟରେ ଶୁଣାନ୍ତି ।ତୋତେ ନେବା ପାଇଁ ଆସିଛନ୍ତି ଚକ୍ରଧରଏକଘଣ୍ଟା ରହ ତୁହି ମନ୍ଦିର ଭିତର ।ମନେରଖ ଆସିଲା ମାତ୍ରକେ ସ୍ୱାମୀ ତୋରମସ୍ତକରୁ ମୋର ପୁଷ୍ପ ଖସିବ ତୋ କର ।ଯେତେବେଳେ କବାଟେ ମାରିଲେ ପଦ୍ମକରସାଙ୍ଗେ ସାଙ୍ଗେ ଖୋଲିଦେବୁ ତୁ ମନ୍ଦିରଦ୍ୱାର ।କର ପ୍ରସାରନ୍ତେ ପ୍ରଭୁ ପଡ଼ିବୁ ତୁ ଡେଇଁକୋଳେଧରି ରଥେ ତୋତେନେବେ ପାଣସାଇଁଯହୁଁ ଏତକ ଶୁଣିଲେ ଶ୍ରୀକୃଷ୍ଣଙ୍କ ନାରୀପଦ୍ମାସନେ ଦୃଢ ହୋଇ ବସିଲେ ସୁନ୍ଦରୀ ।ମନ୍ଦିର ଚତୁଃପାର୍ଶ୍ୱରେ ବହୁ ନରପତିଅସ୍ତ୍ରଶସ୍ତ୍ର ଧରିଣ ନିର୍ବନ୍ଧେ ଜଗିଛନ୍ତି ।ପିପିଲିକା ପରିଯନ୍ତେ କାକୁ ଭିତରକୁଛାଡ଼ି ଦେଇଣ ଜଗିଛନ୍ତି ରୁକ୍ମିଣୀଙ୍କୁ ।ଏଣେ ଯାଦବ ଶୁଣିଣ ହୁଳହୁଳି ସ୍ୱନରାମ ଗୋବିନ୍ଦ ସହିତେ ହେଲେ ଛନ ଛନ ।ନନ୍ଦିଘୋଷେ ବିଜେକଲେ ପ୍ରଭୁ ଚକ୍ରଧରଯେ ଯାହାର ରଥ ମଧ୍ୟେ ହୋଇଲେ ବାହାରଦେଖ ମନ୍ଦିର ନିକଟେ ପ୍ରବେଶିଲେ ଯାଇଦେଖିଲେ ଜଗିଅଛନ୍ତି ବହୁ ନରସାଇଁ ।ଯିବାକୁ ଉପାୟ ନାହିଁ ମନ୍ଦିର ଭିତରମନେ ମନେ ଚିନ୍ତାକଲେ ପ୍ରଭୁ ଚକ୍ରଧର ।ନିଶ୍ଚେ ମୋତେ ଅନାଇଣ ରହିଛି ସୁନ୍ଦରୀତେଣୁ ମନ୍ଦିର ଦୁଆର ଅଛି ବନ୍ଦକରି ।ଶୂନ୍ୟେ ଉଡ଼ାଇ ସାରଥି ନନ୍ଦିଘୋଷ ନେଲାଦେବୀ ମନ୍ଦିର ଦୁଆର ସାମନା ରଖିଲା ।ରଥେ ଥାଇ କବାଟରେ କର ମାରି ହରିଡାକନ୍ତି ତୁରନ୍ତ ଆସ ମୋ ପ୍ରାଣ ଈଶ୍ୱରୀ ।ବିଳମ୍ବ ହୋଇଲେ କାର୍ଯ୍ୟ ହୋଇବ ବିଫଳବର୍ତ୍ତମାନ ଏ ସ୍ଥାନରେ ହେବ ମହାଗୋଳ ।ଯହୁଁ ପ୍ରଭୁଙ୍କର ବାଣୀ କର୍ଣ୍ଣରେ ବାଜିଲାସଙ୍ଗେ ସଙ୍ଗେ ଜେମା କରେ ପୁଷ୍ପ ବର୍ଷାହେଲାସେ ପୁଷ୍ପକୁ କରେ ଧରି ଶ୍ରୀକୃଷ୍ଣ ଘରଣୀଖୋଲିଦେଇ ଦ୍ୱାର ଗୋରୀ ଚାହିଁଲେ ତକ୍ଷଣି ।ଶଙ୍ଖ ଚକ୍ର ଗଦା ପଦ୍ମ ତାହାଙ୍କୁ ଦିଶଇନିସ୍ତରିଲି ନିସ୍ତରିଲି ବୋଲିଣ ବୋଲଇ ।ପଦ୍ମକର ବଢାଅନ୍ତେ ପ୍ରଭୁ ଚକ୍ରଧରଡେଇଁପଡ଼ିଲେ କୋଳକୁ ରୁକ୍ମିଣୀ ସତ୍ବର ।ସୁମେଧାକୁ ଚାହିଁ ଆଜ୍ଞା ଦେଲେ ନରହରିକିମ୍ପାଇଁ ଭୂତଳେ ଛିଡ଼ା ହୋଇଛୁ ସୁନ୍ଦରୀ ।ତୁରନ୍ତ ରଥ ଉପରେ ଆସ ଚାନ୍ଦମୁହିଁତୁମ୍ଭେ ମୋ ପ୍ରାଣେଶ୍ୱରୀଙ୍କ ଅଟ ପ୍ରିୟସହୀ ।ଚାହିଁଦ୍ୟନ୍ତେ ସୁମେଧା ଶ୍ରୀ ରାଜିବଲୋଚନରଥପରେ ପଡ଼ିଗଲା ହୋଇ ହତଜ୍ଞାନ ।ତହିଁପରେ ଦେବୀ କୋଳେ ହେଲେ ବିଦ୍ୟମାନସ୍ୱର୍ଗେ ସକଳ ଦେବତା କଲେ ଧନ୍ୟ ଧନ୍ୟ ।ଦେଖ ଆହେ ସର୍ବଦେବ ବୋଲନ୍ତି ବିଧାତାବିଷ୍ଣୁଙ୍କ କୋଳେ ଲକ୍ଷ୍ମୀ ଦିଶନ୍ତି ଶୋଭିତା ।ଯହୁଁ ଚଳାଇ ସାରଥି ନେଲା ରହୁବରନେଇଗଲା ନେଇଗଲା ପଡ଼େ ହାହାକାର ।କେ ବୋଲଇ ମାର ମାର କେ ବୋଲଇ ଧରକେ ବୋଲଇ ନାରୀ ଚୋରଟାକୁ ପ୍ରାଣେମାରଅସ୍ତ୍ର ଝଙ୍କାର ଆବର ଧନୁର ଟଙ୍କାରଦଲ ଦୁଲ ନାଦେ କମ୍ପିଯାଏ ତିନିପୁର ।ରଥ ଚାରିପାଖ ଯାକ ସର୍ବେ ଗଲେ ବେଢ଼ିଦେଖି କ୍ରୋଧେ ହଳଧର ତାଳଧ୍ବଜ ଚଢ଼ି ।ଲଙ୍ଗଳେ ରାଜାମାନଙ୍କୁ କରିଣ ପ୍ରହାରନନ୍ଦିଘୋଷ ସମ୍ମୁଖରେ ହୋଇଲେ ହାଜର ।ବୋଇଲେରେ କୃଷ୍ଣ ମୁହିଁ କରୁଅଛି ରଣବୋହୂକୁ ନେଇଣ ନଗ୍ରେ ଯାଅ ତୁ ଶୀଘ୍ରେଣ ।ଏହା ଶୁଣି ଚକ୍ରଧର ଆନନ୍ଦ ହୋଇଲେଏ ମୋହର ଜ୍ୟେଷ୍ଠଭ୍ରାତା ଦେବୀଙ୍କୁ ବୋଇଲେଶୁଣି ଆନନ୍ଦେ ଅଧୀରା ହୋଇଣ ସୁନ୍ଦରୀରଥପରେ ଦେଢଶୁରେ ପ୍ରଣମିଲେ ଗୋରୀ ।ଝାଉଁଳିଲା ଲତା ପରି ରୁକ୍ମିଣୀ ଦିଶନ୍ତିପ୍ରଭୁଙ୍କ କୋଳରେ ଢଳି ପଡ଼ିଲେ ଯେ ସତୀ ।ରୋମେ ରୋମେ ଶିହରଣ ଜାଗି ବାଳାରକୃଷ୍ଣଙ୍କୁ ପାଇଣ ଗୋରୀ ହୃଦୟ ଅସ୍ଥିର ।ସ୍ୱୟମ୍ବରେ ଲକ୍ଷେ ରାଜା ଦେଖିଲାକ ବାଳୀକାହାପରେ ତିଳେ ମନ ନଥିଲାକ ବଳି ।ଯେ ଯାହାର ସେ ତାହାର ଦଇବ ଲିଖନଚନ୍ଦ୍ର ବିନେ କୁମୁଦ କି ଆନେ ଶୋଭାବନ ।ଜାଣି ପ୍ରିୟା ମନ ଦରହସି ଚକ୍ରଧରଆତ୍ମୀୟ ବଚନ ବାଣୀ ଭାଷନ୍ତି ମଧୁର ।ମୁଖ ନୀଳ ଅମ୍ବରରେ ଢାଙ୍କିଣ ରୁକ୍ମିଣୀଲାଜେ ଚକ୍ଷୁ ବୁଜି ଗୋରୀ ନ କହନ୍ତି ବାଣୀ ।ସୁମେଧା ସହୀକୁ ବାସେ ଧରିଣ ଶ୍ରୀହରିଦରହସି ପଚାରନ୍ତି ଶୁଣ ଗୋ ସୁନ୍ଦରୀ ।କିମ୍ପା ଲାଜ କରୁଛନ୍ତି ସଜନୀ ତୁମ୍ଭରଯେତେ ବୁଝାଇଲେ ପଦେ ନ କହନ୍ତି ଗୀରସହଜେ ତ ତୁମ୍ଭେ ତାଙ୍କ ପ୍ରିୟ ସହଚରୀଜାଣିଥିବ ନିଶ୍ଚେ ଶୁଣ ପ୍ରିୟାର ସୁନ୍ଦରୀ ।ସୁମେଧା ବୋଲଇ ତୁମ୍ଭେ ବଡ଼ ଦଗାଦାରବହୁତ କନ୍ଦାଇ ଅଛ ସଖୀଙ୍କୁ ଆମ୍ଭର ।ଫୁସୁଲା ଫୁସୁଲି କଲେ ନୋହିବ ନିସ୍ତାରନିଶ୍ଚୟ ଜେମା କରିବେ ତାହାର ବିଚାର ।ଏହିପରି ହାସ୍ୟ ପରିହାସ୍ୟ ପ୍ରଭୁ କରିରୁକ୍ମଣୀଙ୍କୁ ସଙ୍ଗେ ଘେନି ଚଳନ୍ତି ମୁରାରି ।ଏଣେ ଭୀଷ୍ମକ ପୁରରେ ଜରାସନ୍ଧ ଥିଲାସଙ୍ଗେ ସଙ୍ଗେ ଚାର ମୁଖୁଁ ବାରତା ପାଇଲା ।ରୁକ୍ମିଣୀ ସହିତ ବହୁ ରାଜା ହୋଇ ଠୁଳବସିଥିଲେ ସଭା ମଧ୍ୟେ ହୋଇଣ ବିହ୍ୱଳ ।ଯହୁଁ ଏସନ ଖବର କର୍ଣ୍ଣରେ ଶୁଣିଲେକିହେଲା କିହେଲା ବୋଲିଣ ଧାଇଁଲେ ।ପୁରବାସୀଗଣ ଶୁଣି ହୋଇଲେ ଚକିତପିତା ମାତା ଆଦି ସର୍ବେ ହେଲେ ସ୍ତମ୍ଭୀଭୂତସମସ୍ତେ ଶୁଣି ବସିଲେ ମୁଣ୍ଡେ ହସ୍ତ ଦେଇଏତେ ବଡ଼ ଆୟୋଜନ ଗଲା ପଣ୍ଡ ହୋଇ ।ଗରଜନ କରି କହେ ଜରାସନ୍ଧ ବୀରତିଳେମାତ୍ର ମନେ କେହି ଭାବନା ନ କର ।ଆଜି ଗଉଡ଼କୁ ମୁହିଁ ଶତ ଶିକ୍ଷା ଦେବିସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଗୋଡ଼ାଇ ମାରିବି ।ଉଗ୍ରସେନ ବନ୍ଧୁ ବୋଲି ଉପରୋଧ କରିଛାଡ଼ିଦେବାରୁ ଆସ୍ପର୍ଦ୍ଧା ବଢିଛି ତାହାରି ।ଚୁଚୁନ୍ଦ୍ରା ମାରିଲେ ହାତ ଗନ୍ଧ ହେବ ବୋଲିବହୁତ ବାର ତାହାକୁ ମୁହିଁ ଛାଡ଼ିଦେଲି ।ପୁଣି ଛୋଟ ଜାତି ବୋଲି କିଛି ନ କହଇତେଣୁ ଗଉଡ଼ ଟୋକାର ମୁହଁ ବଢ଼ିଛଇଁ ।ଜରାସନ୍ଧ ବାଣୀ ଶୁଣୁଥାନ୍ତି ଦଣ୍ଡଧାରୀମୁରବୀ ହୋଇଣ କହେ ଦେଖାଇ ଖାତିରି ।କିନ୍ତୁ ମନ ଭିତରେ ତା ଥାଏ ପୁରା ଭୟଲୋକ ଦେଖାଣିଆ ଖାଲି ଶୁଣାଏ ଅଭୟ ।ଥୋକେ ମଣିମା ମଣିମା ବୋଲି ହେଉଥାନ୍ତିଭୟେ କରାୟତ ନୃପ ପ୍ରଶଂସା କରନ୍ତି ।ରୁକ୍ମିଣୀଙ୍କୁ କୃଷ୍ଣ ରଥେ ନେଇଯିବା ଶୁଣିରାଗେ ଭୀଷ୍ମକ ନନ୍ଦନ ଉଠେ ଶିରଝୁଣି ।ସଭିଙ୍କ ସମୀପେ ପ୍ରତିଜ୍ଞା କରଇ ବୀରରୁକ୍ମିଣୀର ଶକ୍ତି ଜାଣି ନାହିଁ ସେ ପାମର ।ଷଣ୍ଡଟାଏ ନାରୀଟାଏ ବଗଟାଏ ମାରିମନେ ମନେ ଦେଖାଉଛି ଭାରି ବାହାଦୁରୀ ।କଂସରାଜାକୁ ତ ସେ ଗଉଡ଼ ମାରି ନାହିଁପରମାୟୁ ଶେଷ ହୋନ୍ତେ ପଡ଼ି ମଲେ ସେହି ।ଆଜି ନିଶ୍ଚେ କ୍ଷତ୍ରିୟଙ୍କ ନୀତି ସେ ଜାଣିବଛାର ଶୃଗାଳ ହୋଇଣ ସିଂହଭଗ୍ନୀ ନେବ ।ଏହିପରି ଗରଜନ କରି ବୀରବରସୈନ୍ୟ ସଙ୍ଗେ ଅସ୍ତ୍ର ଧରି ହୋଇଲା ବାହାରଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ଚରିତଶୁଣିଲେ କଳୁଷ ଦେହୁ ହୋଇବ ଦୂରିତ ।ଅସମ୍ପୂର୍ଣ୍ଣ ଅଚ୍ୟୁତଙ୍କ କଳ୍ପନା ମନ୍ଦିରଅଜ୍ଞାନ କ୍ଷେତ୍ରମୋହନ କରଇ ତିଆର ।କିପରି ସୌଧ ଗଢ଼ିବି ଜାଣେ ନାହିଁ କିଛିଶ୍ରୀ ଶାରଳାଦେବୀ ପଦ ଧ୍ୟାୟି ମୁଁ ଲେଖିଛି ।ଏହି ଚିତ୍ତବୋଧ ଗ୍ରନ୍ଥ କରିଲି ଉଦ୍ଧାରଶ୍ରୀଗୁରୁ ଅଚ୍ୟୁତାନନ୍ଦ ଶରଣ ପୟର ।ଜରାସନ୍ଧାଦି ରାଜାମାନଙ୍କ ସହ ବଳରାମଙ୍କର ଭୀଷଣ ସମର ଓଶିଶୁପାଳ ଅପମାନ ପାଇ ବିବାହ ବେଦୀରୁ ବାହୁଡ଼ି ଯିବାଶୁଣ ଆହେ ସାଧୁଜନେ ଧୀରସ୍ଥିର ହୋଇକୁଣ୍ଡଳି ନଗ୍ରରେ ମହାସମର ହୁଅଇ ।ବିଶ୍ୱ ବିକ୍ରମ ମୂରତି ଧରି ହଳଧରଲକ୍ଷ ଲକ୍ଷ ସୈନ୍ୟ ସଙ୍ଗେ କରନ୍ତି ସମର ।ଚଉପାଶେ ମହା ମହା ଯୋଦ୍ଧା ଘେରିଛନ୍ତିମଧ୍ୟେ ପ୍ରଚଣ୍ଡ ମୂରତି ହଳି ହୋଇଛନ୍ତି ।ମାର ମାର ଧର ଧର କମ୍ପଇ ଶବଦସ୍ୱର୍ଗରେ ଦେବତାଗଣ ହୋଇଲେ ସ୍ତବଧ ।ଦିବସେ କୁହୁକମୟ ପୁର ଗଲା ହୋଇଗର୍ଜନ୍ତି ତର୍ଜନ୍ତି ସୈନ୍ୟ ମେଦିନୀ କମ୍ପାଇ ।ଯାକୁ ସମ୍ମୁଖେ ଦେଖନ୍ତି ସ୍ୱାମୀ ହଳଧରଏକା ଚାପୁଡ଼ାକେ ପ୍ରାଣ ଘେନନ୍ତି ତାହାର ।ସକଳ ଯାଦବଗଣ ରଣ କରୁଥାନ୍ତିଏକୁ ଏକ ବଳି ଯମ ପରାୟ ଦିଶନ୍ତି ।ବୋଲନ୍ତିରେ ନୃପ ସର୍ବେ ଯିବ ଯମାଳୟପର ବୁଦ୍ଧିରେ ପଡ଼ିଣ ନିଶ୍ଚେ ହେବ କ୍ଷୟ ।ଯାଦବଙ୍କ ବାଣୀ ଶୁଣି ଶାଲ୍ୱ ଦନ୍ତବକ୍ରଅଧର କାମୋଡ଼ି ଧାନ୍ତି ହୋଇଣ ନିର୍ଭୀକ ।ରହ ରହରେ ଗଉଡ଼େ ଆଜ ହେବ ଧ୍ୱଂସଯାଦବ କୁଳ ମହୀରୁ ହୋଇବ ନିର୍ବଂଶ ।ଏଗାର ସହସ୍ର ରାଜା ତାଙ୍କ ପଛେ ଧାନ୍ତିରଥ ଗଜ ଅଶ୍ୱ କେତେ କଳନା ନ ଯାନ୍ତି ।ନିର୍ଘାତ ଶବଦ ଜାଣି ପଡ଼େ ବଜ୍ରବାଣଧବଳ ଛତ୍ର ଚାମର ଚିରାଳ ଆଢଣ ।ଅଜଗଜ ନାମେ ଧନୁ ଶାଲ୍ୱ ଧରି କରେସହସ୍ରେ ନାରାଚ ସନ୍ଧି ବିନ୍ଧିଲା କ୍ରୋଧରେ ।ନାରାଚ ଆସନ୍ତେ ଦୂରୁ ଦେଖି ଉଗ୍ରସେନକତୁରି ବାଣରେ କାଟି କଲେ ଛିନ୍ନ ଭିନ୍ନ ।ତା ଦେଖି ଲଜ୍ଜିତ ହୋଇ ଶାଲ୍ୱ ମହାବୀରପୁଣି ଶତେ ବାଣ ଯୋଖି ବିହିଲା ସତ୍ତ୍ବର ।କହୁ କହୁ ପଞ୍ଚଶତ ବାଣ କରେ ଧରିହସ୍ତବ୍ୟଗ୍ରେ ବିନ୍ଧି ଦେଲା ଧନୁର୍ବେଦ ସ୍ମରି ।ବାବଲ କୁନ୍ତ ମୁନା ଯେ ଲୌହଶତେ କାଣ୍ଡଓଟାରି ବିନ୍ଧିଲା କ୍ରୋଧେ ହୋଇଣ ପ୍ରଚଣ୍ଡ ।ସେ ବାଣ ଆକାଶମାର୍ଗେ ହୋଇ ଏକମେଳଭୟଙ୍କର ରୂପ ଧରି ହୋଇଲା କରାଳ ବାବଲବାଣକୁ ହାତେ ଧରି ଉଗ୍ରସେନଏକାଥରେ ଦୈତ୍ୟବାଣ କରିଲେ ଛେଦନ ।ପଞ୍ଚଶତ ବାଣ କ୍ରୋଧେ ଉଗ୍ରସେନ ବୀରବିନ୍ଧି ଶାଲ୍ବ ରଥ ଅଶ୍ୱ ଛେଦିଲ ସତ୍ୱର ।ସମ୍ଭାଳ ସମ୍ଭାଳ ବୋଲି ଶାଲ୍ୱକୁ ଡାକନ୍ତିପୁଣି ମନ୍ତ୍ର ପଢି ଦଶବାଣ ସେ ବିନ୍ଧନ୍ତି ।ଧନୁକୁ ସତର କାଣ୍ଡ ତୂଣୀରକୁ ବିଂଶହାତୀ ଘୋଡ଼ା ପଦାତିଙ୍କୁ ବିନ୍ଧି ଦଶ ଦଶ ।ଏକାବେଳେ ଏତେ ଶର ପେଶି ଉଗ୍ରସେନସମ୍ଭାଳ ସମ୍ଭାଳ ବୋଲି କଲେ ଗରଜନ ।ସେ ବାଣ ଗଗନମାର୍ଗେ ପକ୍ଷୀ ପ୍ରାୟ ଉଡ଼ିଶାଲ୍ୱ ନୃପତି ରଥରେ ପଡ଼ିଲେ କଚାଡ଼ି ।ସାରଥି ଅଶ୍ୱ ତୂଣୀରୁ ଧନୁ ଧ୍ୱଜା ଆଦିଚାହୁଁ ଚାହୁଁ ନିମିଷକେ ପକାଇଲେ ଛେଦି ।ସାରଥି ଅଶ୍ୱ ମରନ୍ତେ ବିରଥୀ ହୋଇଣରଥୁ ଡେଇଁ ତଳେ ଉଭା ଶାଲ୍ୱ ନରରାଣ ।ତାହା ଦେଖି ଉଗ୍ରସେନ ଅତି କ୍ରୋଧଭରେହାବୋଡ଼ା ଶରକେ ବିନ୍ଧିଲେ ଶାଲ୍ୱ ଉପରେସେ ବାଣ ବାଜନ୍ତେ ଯାଇ ବୀର ବକ୍ଷସ୍ଥଳେମୂର୍ଚ୍ଛାଗତ ହୋଇ ରାଜା ପଡ଼ିଲା ଭୂତଳେଜରାସନ୍ଧ ଦେଖୁଥିଲା କିଛି ଦୂରେ ରହିଆରେ ପୁତ୍ରହନ୍ତା ବୋଲି ଗର୍ଜିଣ ଧାମଇଁ ।ଉଗ୍ରସେନ ନିକଟରେ ବିଶ୍ୱ ମୂର୍ତ୍ତି ହୋଇପ୍ରଚଣ୍ଡ ବେଗରେ ପ୍ରବେଶିଲେ ନରସାଇଁ ।ବାସ୍ତରୀ ଭାରର ଗଦା କରେ ଅଛି ଧରିକୁନ୍ତଯଷ୍ଟି ଭିନ୍ଦିପାଳି ଖଡ୍ଗ ଆଦିକରି ।ରେ ରେ କାର କରି ଉଚ୍ଚେ ଦିଏ ସିଂହରଡ଼ିସେ ରଡ଼ି ଘାତରେ ବୃକ୍ଷୁ ଡାଳପତ୍ର ଛିଡ଼ି ।ବାମେ ଗଦାବର ଟେକି ଦକ୍ଷେ ମୋଡ଼ି ନିଶବୋଲଇ ଆରେ ନିର୍ଲ୍ଲଜ ପ୍ରାଣେ ଛାଡ଼ ଆଶ ।ସମୁଦି ବୋଲିଣ ଉପ୍ରୋଧ ମୁଁ କରିଥିଲିଆଜି ତୋହଠାରୁ ମାୟା ମମତା ଛାଡ଼ିଲି ।ସୋମବଂଶ ନୃପ ହୋଇ ବନ୍ଧୁବର୍ଗ ଛାଡ଼ିଛାର ଗଉଡ଼ ଟୋକାଟା ସଙ୍ଗେ ଅଛୁ ପଡ଼ି ।ଆରେ ଅଲାଜୁକ ତୋର ମୁଖେ ଲାଜ ନାହିଁତୋ ବଂଶ ପରା ନାଶିଲେ ରାମକୃଷ୍ଣ ଦୁଇ ।ପୁଣି ତାକୁ ସେବାକରୁ ମୁଖେ ନାହିଁ ଲାଜଦେଖିବି କିପରି ତୋତେ ରଖିବେ ସେ ଆଜଶତ୍ରୁ ସଙ୍ଗେ ମିତ୍ର ହେଉ ଅଟୁ ବଡ଼ ହୀନଜନମହୁଁ ଅଲକ୍ଷଣେ ଗଲା ତୋର ଦିନ ।ପିତା ଅର୍ଜିଲା ମଥୁରା ରଖି ନ ପାରିଲୁପ୍ରାଣଭୟେ ଦ୍ୱାରକାରେ ଯାଇଣ ଲୁଚିଲୁ ।ପିତୃ ବୈରୀ ମାତୃ ବୈରୀ ପୁତ୍ରବୈରୀ ତିନିଆମ୍ଭ ବଇରୀ ସଙ୍ଗରେ ଏମାନଙ୍କୁ ଘେନି ।ଆରେ ଓଲୁ କିପରି ତୁ ଗଉଡ଼ ସଙ୍ଗତେନିଶ ଫୁଲାଇ ବୁଲଛୁ ଲାଳ ନାହିଁ ତୋତେ ।ଶୁଣି ଉଗ୍ରସେନ ବୋଲେ ତୋର ବାହାଦୁରିଦେଖିଛି ସତର ଥର ପଳାଇଲୁ ହାରି ।ପର ବୋଲି ଯାହାକୁ ତୁ ଆଖ୍ୟା ଅଛୁ ଦେଇଜାଣିନାହୁଁ କିରେ ସେ ଯେ ଚନ୍ଦ୍ରମା ଅଟଇ ।ମୋ କନ୍ୟା ଗର୍ଭରୁ ଯେହୁ ହୋଇଅଛି ଜାତଯଦୁକୁଳକୁ ରେ ସହି ଅଟଇ ପବିତ୍ର ।ଲାଜ ନାହିଁ ମୋ ଆଗରେ କହୁଛି ବଡ଼ାଇନିଜର ମହତ୍ୱ ଜଗି ଫେରିଯାଅ ତୁହି ।ଶୁଣି ଜରାସନ୍ଧ ବୀର ରାଗେ ପରଜ୍ଜ୍ୱଳିରହରେ ରଖିବ ଅଛି କିଏ ମହାବଳୀ ।ମାର ମାର ବୋଲି ଜରାସନ୍ଧ କରେ ରଡ଼ିଗର୍ଜ୍ଜନ ଘାତରେ ଗିରିଶୃଙ୍ଗ ପରେ ଝଡ଼ି ।ଯେତେ ସୈନ୍ୟ ଜରାସନ୍ଧ ରାଜା ପଛେ ଥିଲେରେ ରେ କାର ଗରଜନେ ସରବେ ଧାଇଁଲେ ।ଜରାସନ୍ଧ ଯୁଝିବାକୁ ଦେଖି ରଘୁବୀରଉଗ୍ରସେନଙ୍କ ନିକଟେ ହୋଇଲେ ହାଜର ।ଉଭୟ ସୈନ୍ୟଙ୍କ ମଧ୍ୟେ ହୁଏ ଘୋର ରଣକକଡ଼ା ମାସରେ ଯେହ୍ନେ ବାଣ ବରଷଣ ।ସେହିପରି ସୈନ୍ୟମାନେ ଶର ବରଷନ୍ତିଦୂରେ ଦେଖି ବଳରାମ ତହୁଁ ପ୍ରଶଂସନ୍ତି ।ସମସ୍ତ ଯଦୁଗଣଙ୍କୁ ପ୍ରଭୁ ଦଇତ୍ୟାରିଦେଇ ଅଛନ୍ତି ଯେ ବିଷ୍ଣୁ ତେଜ ଦାନକରି ।ସର୍ବ ସୈନ୍ୟମାନେ ବିଷ୍ଣୁ ପରାୟ ଦିଶନ୍ତିଦେଖି ଜରାସନ୍ଧ ବୀର ମନେହୁଏ ଘାଣ୍ଟି ।ରହରେ ଯାଦବ ତବ ପୁରାଉଛି କାଳଏତେ କହିଣ ଉଠିଲା ଜରା ମହାବଳ ।ଲକ୍ଷ୍ୟ କରୁଥିଲେ ଦୂରେ ରହି ହଳଧରଜରାସନ୍ଧକୁ ଦେଖିଣ ଧାଇଁଲେ ପ୍ରଖର ।ଆରେରେ ଅସୁର ତୋର ଆଉ ରକ୍ଷା ନାହିଁଜନ୍ତୁପତି ପୁରେ ଯିବା ମନ ବଳିଛଇଁ ।ପ୍ରଚଣ୍ଡ ମୂରତି ଗୋଟା ଧରି ହଳଧରଲଙ୍ଗଳ ଅଗ୍ରେ ବୁଲାଇ ଧାଇଁଲେ ପ୍ରଖର ।ଯେତେବେଳେ ବଳରାମ ଥାଟରେ ମିଳିଲେଦେଖିଣ ଯାଦବ ସୈନ୍ୟ ଫୁଲି ଯେ ଉଠିଲେ ।ବଳରାମ ମୂର୍ତ୍ତି ଦେଖି ସ୍ୱର୍ଗେ ସୁନାସୀରଭାବିଲେ ନିଶ୍ଚେ ପ୍ରଳୟ ହୋଇବ ସଂସାର ।ପାତାଳ ବାସୁକି ମୁଖୁ ଗଳେ ରକ୍ତଧାରଅନୁକ୍ଷଣେ ଡାକେ ରକ୍ଷାକର ଚକ୍ରଧର ।ପ୍ରାଣ ମୂର୍ଚ୍ଛା ହୋଇ ସର୍ବ ଯାଦବେ ଲଢନ୍ତିଜରାର ସଇନମାନେ ଗୋଡ଼ାଇ ମାରନ୍ତି ।ରାମଙ୍କୁ ଆଗରେ ଦେଖି ଜରା ନରଗଣଅରି ନିବାରଣ ରଥେ ବସିଲା ତକ୍ଷଣ ।ରାମକୁ ଚାହିଁଣ କ୍ରୋଧେ ବୋଲେ ଜରାସନ୍ଧଆରେରେ ଗଉଡ଼ ତୁମ୍ଭେ ଅଟ ବଡ଼ ମନ୍ଦ ।ତୁମ ସକାଶରୁ ମୋର ହେଲା ଏତେ ହାନିଗଉଡ଼ ଟୋକା ଦୁଇଟା ନ ପାରିଲ ଜିଣି ।ବଳରେତ ମୋ ସଙ୍ଗରେ ନୁହ ତୁମେ ସରିଗୁଡ଼ିଏ ଯାଦୁ ମନ୍ତର ଅଛ ଶିକ୍ଷାକରି ।ତେଣୁ ଅଷ୍ଟାଦଶ ଥର ଧାଡ଼ି ଦେଲି ମୁହିଁଖସି ପଳାଇ ଲୁଚିଛ ତୁମେ ଦୁଇଭାଇ ।ସମୁଦ୍ର ମଝିରେ ଭୟ ଲୁଚିଅଛ ଯାଇକ୍ଷତ୍ରିୟଙ୍କର କି ଏହା ଉଚିତ ଅଟଇ ।ଜାତିରେ ଗଉଡ଼ ବୋଲି ତୁମ ଲାଜ ନାହିଁତେଣୁ ଚୋର ଖଣ୍ଟ ପରି ଲୁଚୁଅଛ ଯାଇ ।ମହାପାପୀ ଅଟ ତୁମ୍ଭେ ନରଜନ୍ମ ପାଇତୁ ତାକୁ ମାରିବା ତୋର ଉଚିତ ନୁହଇ ।ଗୋପୀ ହରିଲା ପ୍ରାୟେକ ମଣିଅଛ ଏବେକ୍ଷତ୍ରିୟ କନ୍ୟାକୁ ନେଉଅଛ କେଉଁ ଦମ୍ଭେ ।ପଞ୍ଚାଣୋଇ ସସ୍ର ରାଜା ଆଖିରେ ଦେଖିଲତଥାପି ଅଜ୍ଞାନ ହୋଇ ଏଡ଼େ କର୍ମ କଲ ।ଜଳନ୍ତା ଅନଳେ ପଡ଼ି ମଲରେ କିମ୍ପାଇଅବରଣେ ଆସି କନ୍ୟା ନେଉଛ ଚୋରାଇ ।ଏତେ କହି ଜରାସନ୍ଧ କ୍ରୋଧେଣ ଗରଜିବୋଲେ କାଳଯମ ତୋର ପୋଛିଲାଣି ପାଞ୍ଜିସାତପୁର ଘେର ମଧ୍ୟେ ପଡ଼ିଅଛି ଏବେନିଶ୍ଚେ ନାଶଗଲେ ସାତବଂଶର ଯାଦବେ ।ବର ଘେନି ରାଜାମାନେ କରିଛନ୍ତି ସଭାମଙ୍ଗୁଳିଲା କନ୍ୟା ନେଇ ତୁମ୍ଭେ ହେବ ବିଭା ।ଶିଶୁପାଳ ବସିଛନ୍ତି ବାନ୍ଧିଣ ମୁକୁଟକନ୍ୟାକୁ ଚୋରାଇ ନେଲା ତୋ ଭାଇ ପାପିଷ୍ଠଏତେ କହି ନୃପବର ଧନୁଗୁଣ ଟାଣିଲକ୍ଷେକ ବାବଲ ଶର ବସାଇଲା ଆଣି ।ନାରାଚ ଆସିବା ଦେଖି ପ୍ରଭୁ ହଳଧରକତୁରୀ ବାଣ କାଢ଼ିଣ ବିନ୍ଧିଲେ ସତ୍ୱର ।ଜରାସନ୍ଧ ଶର ସବୁ ପକାଇଲ କାଟିଅସ୍ତ୍ର ହତ ହେବା ଦେଖି ରାଜା ରାଗେ ଉଠି ।ଧାତିକାରେ ବିନ୍ଧିଲା ଯେ ପଞ୍ଚଶତଶରବାଣ ଆଣିବା ଦେଖିଣ ପ୍ରଭୁ ହଳଧର ।ଦରହସିତ ହୋଇଣ ପ୍ରଭୁ ହଳଧରତୀକ୍ଷ୍ଣମୁନା ଅସ୍ତ୍ରେ ଫିଙ୍ଗି ଦେଲେ ଯେ ସତ୍ୱରଆବର ଯେ ଜରା ଲକ୍ଷ ଲକ୍ଷ କ୍ଷୁର ବାଣଯାଦବ ସୈନ୍ୟ ଉପରେ ବିନ୍ଧେ କରି ଟାଣ ।ଧନୁର୍ବେଦ ସୁମରଣି ବିନ୍ଧିଲେ ଗରଜିତରସ୍ତ ହୋଇଣ ଯଦୁବଳ ଗଲେ ଭାଜି ।ସୈନ୍ୟଭଗ୍ନ ଦେଖି ଅର୍ଦ୍ଧଚନ୍ଦ୍ର ବାଣ ରାମପେଶିଦେଲେ ଜରାସନ୍ଧ କ୍ରୋଧେ ହୋଇ ତମଯେତେ ବାଣ ଜରାସନ୍ଧ ବୀର ପେଶିଥିଲାହଳଧରଙ୍କର ବାଣ ସମସ୍ତ କାଟିଲାତା ଦେଖି ମଗଧରାଜ ଆଶ୍ଚର୍ଯ୍ୟ ହୋଇଲା ।ଧନ୍ୟ ଧନ୍ୟ ଗଉଡ଼ ତୁ ବୋଲି ପ୍ରଶଂସିଲାତା ପରେ ପେଶିଲା ଜରା ଲକ୍ଷ ଲକ୍ଷ ଶରସମସ୍ତ ଶରକୁ ଛେଦିଦେଲେ ହଳଧର ।ପନ୍ନଗ ନାରାୟଣ ଯେ ମହା ଭୟଙ୍କରଚାହୁଁ ଚାହୁଁ ହୋଇଲେ ସେ ବିଶ୍ୱ ଅବତାରମତ୍ତକରୀ ଯେହ୍ନେ ପଦ୍ମ ବନକୁ ମନ୍ଥଇସେହିପରି ଜରାସୈନ୍ୟ ରାମ ମନ୍ଥୁଛଇ ।ପର୍ବତ ପରାୟ ମଢ କୁଢ କୁଢ ହୋଇପଡ଼ୁଛନ୍ତି ରକତରେ ନଦୀ ଯେହ୍ନେ ବହି ।କିଳିକିଳା ନାଦକରି ଯୋଗ୍ନି ରୁଣ୍ଡ ହୋଇରୁଧିର ପାନ କରନ୍ତି ମନେ ଖୁସି ବହି ।ଯେତେ ସୈନ୍ୟ ରଣକ୍ଷେତ୍ରେ ଥିଲେ ରୁଣ୍ଡହୋଇଅର୍ଦ୍ଧକରୁ ବେଶି ସୈନ୍ୟ ଗଲେ ନଷ୍ଟ ହୋଇ ।ଏହା ଦେଖି ଜରା ଗଦା ବୁଲାଇଣ ଟେକିମଲୁରେ ଗଉଡ଼ ବୋଲି ପିଟିଲା ନିରେଖି ।ଦେହେ ନ ବାଜୁଣୁ ତାହା ଦେଖି କାମପାଳବାମଭୁଜେ ପାତିଦେଇ ପକାଇଲେ ତଳ ।ତିନିଥର ବ୍ୟର୍ଥ ଯହୁଁ ହେଲା ଗଦା ତାରରାମ ବିଚାରିଲେ ବଳ ସରିଲା ଏହାର ।ତହୁଁ କତୁରୀ ବାଣକୁ ପେଶି ହଳଧରଦୁଇଖଣ୍ଡ କରି କାଟିଦେଲେ ଗଦାବର ।ଦେଖି ଜରାସନ୍ଧ ବୀର ବାକ୍ୟ ନ ସ୍ଫୁରଇଖଡ଼ଗ ଧରିଣ ରାଗେ ଗର୍ଜିଣ ଧାମଇଁ ।ତୀକ୍ଷ୍ଣଧାର ଖଡ଼ଗ ଗୋଟି ଧରି ଧାତିକାରଗରଜନେ କମ୍ପାଇଲା ସେହି ତିନିପୁର ।ଦେଖି ବଳରାମ ସ୍ୱାମୀ କ୍ରୋଧେ ପରଚଣ୍ଡଶର ମାରି ଖଡ଼ଗ ତାର କଲେ ବେନିଖଣ୍ଡ ।ତତକ୍ଷଣେ ରୁଦ୍ରତେଜ ଧରି ସଙ୍କର୍ଷଣମନ୍ତ୍ରପଢ଼ି ବସାଇଲେ ପାଶୁପତ ବାଣ ।ପ୍ରଳୟ ଅନଳ ସମ ଦିଶେ ବାଣ ଜ୍ୟୋତିକାଳାନଳ ବାଣ ତେଜି ଭୟଙ୍କର ମୂର୍ତ୍ତି ।କୋପଭରେ ରୁଦ୍ରମୂର୍ତ୍ତି ଧରିଛନ୍ତି ହଳୀସ୍ୱର୍ଗ ମଣ୍ଡଳ ପର୍ଯ୍ୟନ୍ତ ଘୋଟିଛି ମଉଳି ।ଶୁକ୍ଳାମ୍ବର ବିଷ୍ଣୁକୁଣ୍ଡ ଇନ୍ଦୁ ପ୍ରାୟ ମଣିଲହ ଲହ ଜିହ୍ୱା ଶିରେ ଶୋହେ ସପ୍ତଫେଣୀ ।ଜରାକୁ ମାରିବା ପାଇଁ ହୋଇଲେ ତିଆରସ୍ବର୍ଗରେ ଦେବତାମାନେ ହେଲେ ଥରହର ।ଭାବିଲେ ଜରାକୁ ଯେବେ ରାମ ମାରିଦେବେଯୁଧିଷ୍ଠିର ଦେବ ଯଜ୍ଞ କିପରି କରିବେ ।ତେଣୁ ସର୍ବ ଦେବତାଏ ଶୂନ୍ୟେ ହୋଇ ଠୁଳଡାକିଲେ ଜରାସନ୍ଧକୁ ନ ମାର ଏ କାଳ ।ଯଦି ବର୍ତ୍ତମାନ ପ୍ରଭୁ ତାହାକୁ ମାରିବେଯୁଧିଷ୍ଠିର ରାଜସୁୟ କିପରି କରିବେ ।ଅନ୍ତର୍ଯ୍ୟାମୀ ନାଥ ତୁମ୍ଭେ ଅଟ ନିରାକାରଆମ୍ଭ ବୋଲ ମାନି ଏହି ବାର କ୍ଷମାକର ।ଦୈବବାଣୀ ଯହୁଁ ହେଲା କର୍ଣ୍ଣରେ ଶୁଣିଲେପାଶୁପତ ବାଣ ଗୋଟି ତୂଣୀରେ ଭରିଲେ ।ବୋଇଲେ ଯାଆରେ ଦୁଷ୍ଟ ତୋତେ କ୍ଷମା ଦେଲିଦେବତାଙ୍କ ବଚନରେ ତୋ ପ୍ରାଣ ରଖିଲି ।ବଳରାମ ବିଶ୍ୱମୂର୍ତ୍ତି ଦେଖି ଜରା ବୀରଭୟରେ ସର୍ବାଙ୍ଗ ଥରି ହୋଇଲା କାତର ।ଯା ଦେହରେ କୋଟି କୋଟି ସିଂହ ପରାକ୍ରମଲକ୍ଷ ଜରାସନ୍ଧଙ୍କର ଅଟଇ ସେ ଯମ ।ଦେଖି ସେହି ରୂପ ଜରା ହୋଇଲା କାତରବାତେ ରମ୍ଭାବନ ପ୍ରାୟ ହୁଏ ଥରହର ।ରଥ ଗଜ ଆଦି ସର୍ବ ଯାନ କରି ତେଜ୍ୟାପଦଗାମୀ ହୋଇ ତହୁଁ ପଳାଇଲା ରାଜା ।କୁଣ୍ଡୀ କଟକକୁ ନ ପଶିଲା ମାନ ଭଙ୍ଗେବାହାରେ ପଳାଇ ଗଲା ନୃପ ଘେନି ସଙ୍ଗେଏଣେ ରୁକ୍ମିଣୀକୁ ରଥେ ଘେନି ଚକ୍ରଧରଦ୍ୱାରକାଭିମୁଖେ ଯାତ୍ରା କରନ୍ତି ଠାକୁର ।ରୁକ୍ମିଣୀଙ୍କ ଜ୍ୟେଷ୍ଠ ଭ୍ରାତ ରୁକ୍ମଣ ଶୁଣିଲାଭଉଣୀକୁ କୃଷ୍ଣଚନ୍ଦ୍ର ଘେନି ପଳାଇଲା ।ଯେତେବେଳେ ହଳଧର ଜରାସନ୍ଧ ଦୁଇକରୁଥିଲେ ଘୋର ରଣ ଗଲା ସେହି ଧାଇଁ ।ଯୁଦ୍ଧରେ ଯୋଗ ନ ଦେଇ ଭୀଷ୍ମକ କୁମରଦଉଡ଼ିଲା କରିବାକୁ ଭଗ୍ନିକୁ ଉଦ୍ଧାର ।ଭାବିଲା ମୁଁ ରୁକ୍ମିଣୀକୁ ଆଣିଲେ ଛଡ଼ାଇବେଦୀରେ ବର ବସିଛି ବିବାହ ଦେବଇଁ ।ସେ ତ ଜାଣେ ନାହିଁ ମାତ୍ର ମହିମା ପ୍ରଭୁରପିଲା ଖେଳ ପରି ଭାବି ଦଉଡ଼ିଲା ବୀର ।ମନେ ବିଚାରି ଦେଖିଲେ ମୋତେ ନାରାୟଣଭଉଣୀକୁ ଛାଡ଼ିଦେଲେ ପଶିବ ଶରଣ ।ଏତେ ପାଞ୍ଚି ଥୋକେ ସୈନ୍ୟ ସଙ୍ଗତରେ ନେଇଚଳିଲା ଗଗନମାର୍ଗେ ବୀର ଯାନ ବାହି ।ତେଣେ କୁଣ୍ଡି ନଗ୍ରସୀମା ପାର ହୋଇ ହରିଆସ୍ତେ ଆସ୍ତେ ନ୍ୟନ୍ତି ରଥ ଗପ ସପ କରି ।ପଶ୍ଚାତ୍ରେ ରଥ ଗଜ ଶବଦ ଶୁଭିଲାଶୁଣିଣ ସୁମେଧା ସଖୀ ପ୍ରଭୁଙ୍କୁ ବୋଇଲା ।ଆହେ ଦେବ ରହୁବର ଚଳାଅ ବହନପଶ୍ଚାତେ ଧାଇଁଛି ରୁକ୍ମଣ ଘେନିଣ ସୈନ୍ୟ ।ଜଣେ ମାତ୍ର ସୈନ୍ୟ ନାହିଁ ସଙ୍ଗରେ ତୁମ୍ଭରିସେ ଯେ ଧାଇଁଛି ଲକ୍ଷ ଲକ୍ଷ ସୈନ୍ୟ ଧରି ।ଚୁଢଙ୍ଗ ଦେଶର ଧର୍ମଗିରି ନିକଟରେମିଳିଲା ରୁକ୍ମଣ ରଥ ଘେନି ଅତି ଖରେ ।ଭାଇକୁ ଦେଖି ରୁକ୍ମିଣୀ ହେଲେ ଥରହରପ୍ରଭୁଙ୍କ ବଦନ ଚାହିଁ ବୋଇଲେ ଯେ ଗୀର ।ବିକଳେ ସତୀ କହନ୍ତି ଶୀଘ୍ର ବାହା ରଥନୋହିଲେ ମୋତେ ଛଡ଼ାଇ ନେବ ଜ୍ୟେଷ୍ଠଭ୍ରାତନେଇଗଲେ ଶିଶୁପାଳେ ମୋତେ ବିଭାହେବକିପରି ଏ ବିପଦରୁ ରଖ ପ୍ରାଣଧବ ।ଦର ଦର ହସି ପ୍ରଭୁ କହନ୍ତି ବଚନବାଳୁତ ପରାୟ ମୋତେ ଭାବୁଛି କି ମନ ।ଏହା କହି ରହୁବର ରଖିଲେ ସେଠାରୟା ଦେଖି ବିକଳେ ପାଦେ ପଡ଼େ ନାରୀବର ।ହେ ସ୍ୱାମୀ ଜାଣ ନା ସେ ଯେ ମହାବଳିୟାରଅସ୍ତ୍ର ହୁଳେ ନ ପାରିବେ ଜିଣି ତିନିପୁର ।ପୁଣି ତୁମ୍ଭେ ଏକା ସୈନ୍ୟ ସଙ୍ଗରେ ନାହାନ୍ତିଅକଳନା ଥାଟ ଘେନି ସେ ଯେ ଧାଇଁଛନ୍ତି ।ଧରୁଛି ଚରଣ ଶୀଘ୍ର ଚଳା ରହୁବରନ ପାରିବ କେଭେ ଜିଣି ଭାଇଙ୍କୁ ମୋହର ।କିବା ପ୍ରଭୁ ଏ ଦାସୀକୁ ପସନ୍ଦ ନ କରିତେଜ୍ୟା କରିବାକୁ ମନ ହେଲାଣି ତୁମ୍ଭରି ।ସୁମେଧା ରୁକ୍ମିଣୀ ଦୁହେଁ ଭୟ ଥରହରନୟନୁ ବହଇ ଯେହ୍ନେ ଆଷାଢର ନୀର ।ଦେଖି ତାହାଙ୍କ ବଦନ ପ୍ରଭୁ ଆଦିମୂଳବୋଲନ୍ତି କିମ୍ପାଇ ଧନୀ ହେଉଛି ବିକଳ ।ଯେତେବେଳେ ଏତେ ରାଜା ସମ୍ମୁଖରୁ ମୁହିଁବଳାତ୍କାରେ ତୁମ୍ଭଙ୍କୁ ଆଣିଛି ଚାନ୍ଦମୁହିଁ ।ସେତିକି ସାହସ ମାତ୍ର ଅଛି ବୋଲି ମୋରତେଣୁ ତୁମ୍ଭଙ୍କୁ ଆଣିଛି ଆରେ ରାମାବର ।ଲକ୍ଷେ ରୁକ୍ମଣ ହୋଇଲେ ଆରେ ଚାନ୍ଦମୁହିଁମୋ ସମ୍ମୁଖେ ମୋ ପ୍ରିୟାକୁ ନ ପାରିବେ ନେଇକେହି ନ ଜାଣନ୍ତି ଚକ୍ରେ ଆଜ୍ଞାଦେଲେ ହରିରଥ ଆଗେ ରହି ଶତ୍ରୁ ବିନାଶ ସବୁରି ।ଆଜ୍ଞା ପାଇ ସୁଦର୍ଶନ ଚକ୍ର ଧାତିକାରେପ୍ରଳୟ ଅନଳ ସମରଥ ଆଗେ ଘୂରେ ।ରୁକ୍ମିଣୀ ସୁମେଧାକୁ ଯେ ବୋଲନ୍ତି ଶ୍ରୀଧରନିର୍ଭୟରେ ମୋର ପଛେ ରୁହହୋଇ ସ୍ଥିର ।ଶାରଙ୍ଗ ଧନୁ ଶ୍ରୀହରି ନିଜ କରେ ଧରିଘନ ଘନ ଟଙ୍କାରନ୍ତେ କମ୍ପେ ତିନିପୁରୀ ।କେତେ ଖଣ୍ଡେଦୂରେ ଥାଇ ଭୀଷ୍ମକ କୁମରଗର୍ଜିଣ ବୋଲଇ ରହ ଆରେ ନାରୀଚୋର ।ଗଉଡୁଣୀଙ୍କ ପରାୟେ ମନେ ଭାବି ତୁହିସିଂହର ଭଗ୍ନିକୁ ଦୁଷ୍ଟ ନେଉଛୁ ଛଡ଼ାଇ ।ମାର୍ଜାର ସଙ୍ଗେ ମୂଷିକ ଲଗାଉଛୁ ଗୋଳଜଣାଗଲାଣି ତୋହର ପୁରିଲାଣି କାଳ ।କଂସ ପୁତ୍ର ପ୍ରାୟ ମୋତେ ମଣୁଛୁକି ତୁହିଛଦ୍ମରେ ବୁଡ଼ାଇ ଜଳେ ଦେଲୁରେ ମରାଇଦେବୀ ମନ୍ଦିରୁ ମଙ୍ଗଳା ଭଗ୍ନିକୁ ମୋହରବଳାତ୍କାରେ ଚୋରି କରି ନେଉରେ ପାମର ।ଆଜି ନିଶ୍ଚେ ତୋତେ ମୁହିଁ ପରାଣେ ମାରିବିଶ୍ୱାନ ଶୃଗାଳେ ତୋହର ମାଉଁସ ବାଣ୍ଟିବି ।ଏତେ କହି ବୀର ରାଗେ ହୋଇ ଜର ଜରନନ୍ଦିଘୋଷ ରଥ ଆଗେ ହୋଇଲା ହାଜର ।ଆଗେ ଓଗାଳିଣ ରୁକ୍ମିଣୀକୁ ବୋଲେ ଗୀରଆଲୋଲୋ ପାପିନୀ ଏଡ଼େ ସାହସ ତୋହରକ୍ଷତ୍ରିୟ ନନ୍ଦିନୀ ହୋଇ ହୀନକର୍ମ କଲୁଛାର ଗଉଡ଼ ଟୋକାଟା ସଙ୍ଗରେ ଆସିଲୁ ।ଗୁପତରେ ପତ୍ର ଲେଖି ବ୍ରାହ୍ମଣ ପଠାଉଦେବୀ ମନ୍ଦିରକୁ ତୁହି ଥିଲୁ ଠାବ ଦେଇ ।ତୋତେ କି କହିବି ଏହା କରୁଛି ସୁମେଧାତେଣୁ ସଙ୍ଗତରେ ଯାଏ ମନେବହି ଶ୍ରଦ୍ଧା ।ଏହିକ୍ଷଣି ଗଉଡ଼କୁ ବାଣେ ବିନାଶିବିଧରି ତୋତେ ଶିଶୁପାଳେ ନେଇ ବିଭାଦେବି ।ଶୁଣି ଶ୍ରୀହରି ବୋଲନ୍ତି ବୁଝି କଥା କୁହମୋ ସମ୍ମୁଖେ ମୋ ନାରୀକୁ ଅପମାନ ଦିଅ ।ପୁରୁଷ ସଙ୍ଗେ ପୁରୁଷ କରଇ ବେଭାରଯୁବତୀ ସଙ୍ଗତେ କିବା ପ୍ରୟୋଜନ ତୋର ।ଜାଣୁ ନାହିଁ କିରେ ସେହି ଅଟେ କାର ନାରୀକଥା କହୁଅଛୁ ଆଗ ପଛ ନ ବିଚାରି ।ଶୁଣିଣ ରୁକ୍ମଣ ରାଗେ ହୋଇ ଥରହରବୋଇଲେ ମୋ ଭଉଣୀରେ କି ଦାବି ତୋହରରହ ରହ ଦେଉଅଛି ଫିସାଦ ଛଡ଼ାଇଏତେ ବୋଲି କରେ ଧନୁ ଧରିଣ ଉଠଇ ।କର୍ଣ୍ଣମୂଳ ପରିଯନ୍ତେ ଟାଣି ଧନୁ ପୁଣମନ୍ତ୍ର ସୁମରି ନାରାଚ ପେଶିଲା ତକ୍ଷଣ ।ଅର୍ଦ୍ଧ ନିମିଷକ ମଧ୍ୟେ ଶତ ଶତ ଶରବିନ୍ଧିଲା ତେଜେ ଆକାଶ ଦିଶିଲା ଅନ୍ଧାର ।ଭୟେ ଥରହର ହେଲେ ଦଶଦିଗପାଳରଥରେ ତାଇ ରୁକ୍ମିଣୀ ହୋଇଲା ବିକଳ ।ଗର୍ଜନ କରିଣ ବାଣ ଆସେ ରଥପରଦେଖିଣ ମୂର୍ଚ୍ଛା ହୋଇଲେ ଦେବୀ ଯେ ରଥରନନ୍ଦିଘୋଷ ଆଗେ ସୁଦର୍ଶନ ବୁଲୁଥିଲାତା ମଧ୍ୟରେ ବାଜି ସର୍ବ ଶର ଯେ ପଡ଼ିଲା ।ରୁକ୍ମଣର ପରାକ୍ରମ ଜାଣି ଚକ୍ରପାଣିସାରଙ୍ଗ ଧନୁରେ ଗୁଣ ଦେଲେ ତତକ୍ଷଣି ।ମନଭେଦି ଶର ପୁଣି ଯେ କତୁରୀ ବାଣରୁକ୍ମଣ ରଥକୁ ପ୍ରଭୁ ପେଶିଲେ ତକ୍ଷଣ ।ଘୋର ଗରଜନ କରି ସେହି ଶର ଗଲାରଥ ଚକ ଅଶ୍ୱଖଣ୍ଡ କାଟି ପକାଇଲା ।ରୁକ୍ମଣ ହସ୍ତରୁ ଧନୁ କାଟିଦେଲେ ହରିରଥୁ ଡେଇଁ ଧାଇଁ ବୀର ଖଡ଼ଗ ହସ୍ତେ ଧରି ।ନନ୍ଦିଘୋଷ ରଥ ପରେ ମିଳିଲା ତୁରନ୍ତତାହା ଦେଖିଣ ହସିଲେ ରୁକ୍ମିଣୀର କାନ୍ତ ।ହାବୋଡ଼ା ଶର ମାରିଲେ ପ୍ରଭୁ ନାରାୟଣବକ୍ଷେ ବାଜିବାରୁ ମୂର୍ଚ୍ଛା ହୋଇଲେ ରୁକ୍ମଣପାଶୁପତ ଶରଗୋଟି ଯୋଚିଲେ ଧନୁରବୋଇଲେ ନିଶ୍ଚୟ କାଟିଦେବି ୟାର ଶିର ।ମାରିବା ପାଇଁକି ଯହୁଁ ପ୍ରଭୁ ସଜ ହେଲେପ୍ରଭୁଙ୍କର ପାଦତଳେ ରୁକ୍ମିଣୀ ପଡ଼ିଲେ ।ବୋଇଲେ ହେ ସ୍ୱାମୀ ଦାସୀ ନିବେଦନ ଘେନବାରେ ମାତ୍ର ସେବିକାର ଛୋଟ କଥା ମାନ ।ସେ ସିନା ମୁରୁଖ ତାର ବୁଦ୍ଧି ବଳ ନାହିଁତୁମ୍ଭେ ପରା ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡ ଗୋସାଇଁ ।ଯଦି ବା ବିବେକ ହୃଦେ ଥାଆନ୍ତା ତାହାରଶିଶୁପାଳକୁ ବରିଣ ଆଣିଥାନ୍ତା ବର ।ଦେଖିଛି ଭଉଣୀ ସ୍ୱଇଚ୍ଛାରେ ଅଛି ଯାଇବିବେକ ଥିଲେ କି ପଛେ ଥାଆନ୍ତା ଗୋଡ଼ାଇ ।ଯଦି ବାସୀଠାରେ ଦୟା ଅଛି ପ୍ରାଣଧନମୋର ବୋଲ ମାନି ବାରେ ରଖ ତା ଜୀବନଯଦି ତାହାକୁ ପରାଣେ କରିବ ସଂହାରଜଗତରେ ନିନ୍ଦା ପ୍ରଭୁ ହୋଇବ କାହାର ।ସମସ୍ତେ ବୋଲିବେ ନିଜ ଭଉଣୀ ୟା କଲାସ୍ୱ ଇଚ୍ଛାରେ ବର ବରି ଭାଇକୁ ମାରିଲା ।ଏକଥା ନିଶ୍ଚୟ ପ୍ରଭୁ ବୋଲିବେ ଜଗତସ୍ତିରୀ ନିନ୍ଦା ଗୋଟି ଜାଣି ସ୍ୱାମୀକୁ ପ୍ରାପତ ।ଆଗ ତବ ନାମ ପ୍ରଭୁ ପଛରେ ମୋହାରଅମୁକ ଗୃହିଣୀ ବୋଲି ବୋଲିବେ ସଂସାର ।ରୁକ୍ମିଣୀ ବଦନ ଚାହିଁ ପ୍ରଭୁ ଦାମୋଦରବୋଇଲେ ଉଠ ନ ମାରି ତୁମ୍ଭରି କଥାର ।କିନ୍ତୁ ଦେବୀ ଏ ଦୁଷ୍ଟକୁ ମୁହିଁ ଶିକ୍ଷା ଦେବିକେଶ ମୁଚ୍ଛ କାଟି ସାତବେଣ୍ଟିଆ କରିବି ।କତୁରୀ ବାଣ ଗୋଟିଏ ପେଶି ଚକ୍ରଧରସାତବେଣ୍ଟି କରି ଚୁଟି କାଟିଲେ ତାହାର ।ରଥ ପରେ ଥାଇ ନାଗଫାଶ ପେଶି ହରିବାନ୍ଧି ରୁକ୍ମିଣୀକୁ ନେଲେ ସେ ଦ୍ୱାରକା ପୁରୀ ।କୁଶସ୍ଥଳୀ ଦ୍ୱାରକାରେ ମିଳିଲେ ବହନରୁକ୍ମିଣୀ ଦେବୀଙ୍କ କର ଧରି ଭଗବାନ ।ଅନ୍ତଃପୁରେ ଯାଇ ମାତା ଚରଣେ ନମିଲେପୁତ୍ରବଧୂ ଦେଖି ସର୍ବଜନ ଖୁସି ହେଲେ ।ଇନ୍ଦୁମତୀ ଆଦି ସର୍ବପୁର ନାରୀଗଣହୁଳହୁଳି ଦେଇ ନେଲେ କନ୍ୟା ବନ୍ଦାଇଣ ।ସୁମେଧା ରୁକ୍ମିଣୀ ଦୁଇ ପୁରରେ ରହିଲେଶୁଣ ହେ ବିବୁଧ ଜନେ ଆନ କଥା ଭଲେ ।ଏଣେ କୁଣ୍ଡୀ ନଗ୍ରେ ଦୂତ ଯାଇଣ ମିଳିଲେଗୋଟି ଗୋଟି କରି ସର୍ବ କଥା ବଖାଣିଲେ ।ପୁର ନରନାରୀମାନେ ଚକିତ ହୋଇଲେଏପରି ଯେ କେବେ ଶୁଣା ନ ଥିଲା ବୋଇଲେ ।ଶିଶୁପାଳ ବସିଅଛି ବରବେଶ ହୋଇଗୁପତେ କହିଲା ଦୂତ ସବୁକଥା ଯାଇ ।ଚାର ମୁଖରୁ ଶୁଣିଣ ଶିଶୁପାଳ ବୀରଗରଳ ଭକ୍ଷିଲା ପରି ଭାବିଲା ଅନ୍ତର ।ପୁଣି ଦୂତ ବୋଲେ ହରି ଜରାସନ୍ଧ ବୀରପାଦଗାମୀ ହୋଇ ପଳାଇଲା ସେ ରାଜ୍ୟର ।ତାକୁ ମାରି ଦେଇଥାନ୍ତେ ନିଶ୍ଚେ ହଳଧରସ୍ୱର୍ଗ ଦେବତାଏ ମନା କଲେ ବାରମ୍ବାର ।ତେଣୁ ନ ମାରି ତାହାକୁ ଦେଲେ ଘଉଡ଼ାଇଭୟେ ସର୍ବ ନରପତି ଗଲେ ଯେ ପଳାଇ ।ଆବର ରୁକ୍ମଣ କନ୍ୟା ଫେରାଇବା ପାଇଁଯାଉଥିଲା ଅକଳନ ସୈନ୍ୟ ସଙ୍ଗେ ନେଇ ।ଚୁଡ଼ଙ୍ଗ ଦେଶରେ ରହୁବର ଥିଲା ହୋଇବିଦ୍ୟୁତ ବେଗେ ମିଳିଲେ ତହିଁ ବୀର ଯାଇ ।କୃଷ୍ଣ ସଙ୍ଗରେ ସମର କରିଲା ପ୍ରଖରଶେଷେ ନାରାୟଣ ତାକୁ ବାନ୍ଧିଲେ ରଥର ।ରଥ ଖମ୍ବ ପରେ ତାକୁ ବାନ୍ଧି ନରହରିଦ୍ୱାରକା ପୁରକୁ ନେଇଛନ୍ତି ଦଇତ୍ୟାରି ।ଯହୁଁ ଏ ଖବର ଶିଶୁପାଳ ଯେ ଶୁଣିଲାଲଜ୍ଜିତ ହୋଇଣ ତଳେ ସେ ମଥା ପୋତିଲା ।ବୋଲେ କିମ୍ପାଇ ନିର୍ଲ୍ଲଜ ପ୍ରାଣ ମୁଁ ଧରିବିକିପରି ଦୁନିଆ ଦ୍ୱାରେ ମୁଖ ଦେଖାଇବି ।ଏତେ ଭାବି ମୁକୁଟ ଯେ ଦେଲେ ଫୋପାଡ଼ଇଚୋରଙ୍କ ପରାୟେ ତହୁଁ ଯାଏ ସେ ପଳାଇ ।ଶିଶୁପାଳ ଯିବା ଦେଖି ନଗ୍ର ନାରୀନରମୁଖେ ବାସ ଦେଇ ଯେ ହସିଲେ କର କର ।କେ ବୋଲଇ ରହ ରହ ଯାଉଛୁ କିମ୍ପାଇଁବିଭାହୋଇ ପ୍ରାଣେଶ୍ୱରୀ ଯିବୁ ସଙ୍ଗେ ନେି ।ନ ଶୁଣିବା କଥା ଶିଶୁପାଳ ଲାଜଭରେଯାଆନ୍ତେ ଇଙ୍ଗିତ ଦାସୀ କରନ୍ତି ପଛରେ ।ହଳଦୀରେ ଗରଗର ବସନ ସକଳପାଦେ ଅଳତା ଚକ୍ଷୁରେ ଲାଗିଛି କଜ୍ଜଳ ।ସିନ୍ଦୂର ଲିଭାଇ ହସ୍ତୁ ଫିଙ୍ଗିଦେଲେ ମୁଦିବିଭାଘର ପାଞ୍ଚି ଫିଙ୍ଗି ପାଲଟିଲା ଖଦି ।ବେଦୀ ଉପରେ ଯେ ବିପ୍ରଗଣ ବସିଥିଲେବର ପଳାଇବା ଦେଖି ଯେଝା ଘରେ ଗଲେ ।ଲଜ୍ୟାଭରେ ଯେ ଯାହାର ବାଟେ ପଳାଇଲେଲୋକେ ପଚାରିବାରୁ ସେ ଉତ୍ତର ନ ଦେଲେ ।ଏଣେ ରଣ ଜୟକରି ପ୍ରଭୁ ହଳଧରଯାଦବଙ୍କୁ ସଙ୍ଗେ ଘେନି ଗଲେ ନିଜପୁର ।ଦ୍ୱାରକା ନଗରେ ଯାଇ ପ୍ରବେଶ ହୋଇଲେରଥେ ବନ୍ଧା ହୋଇଛନ୍ତି ରୁକ୍କଣ ଦେଖିଲେ ।ରୁକ୍ମଣଙ୍କୁ ଦେଖି ରାମ ଡାକିଲେ ଶ୍ରୀହରିବୋଲନ୍ତି ଏହା କି କୃଷ୍ଣ ଚରିତ ତୋହରି ।ଜ୍ୟେଷ୍ଠ ଶାଳକ ରୁକ୍ମଣ ଅଟଇ ହେ ତୋରଭିଣୋଇ ହେବାକୁ କିମ୍ବା କରୁ ଅବିଚାର ।ବନ୍ଧୁ ନ ହେବା ଆଗରୁ ହୁଏ ଏହିପରିଏ ନିମନ୍ତେ କିମ୍ପା ତୁହି ଅଛୁ ଦୋଷ ଧରି ।ଅନ୍ତପୁରରେ ରୁକ୍ମିଣୀ ଦେବୀ କି ଭାବିବେଆମର ମହତ ନାହିଁ ବୋଲି ବିଚାରିବେ ।ଜଗତ ଜନ ଶୁଣିଲେ ବୋଲିବେ ବା କିସକହିବେ ଶ୍ରୀକୃଷ୍ଣର ବୁଦ୍ଧି ନାହିଁ ଲେଶ ।ଏହିପରି ଶ୍ରୀକୃଷ୍ଣଙ୍କୁ ରାମ ଆକଟିଲେସ୍ୱୟଂ ରୁକ୍ମଣ ବନ୍ଧନ ସ୍ୱହସ୍ତେ ଖୋଲିଲେ ।ବନ୍ଧନ ଖୋଲିଣ ରୁକ୍ମଣଙ୍କୁ ପବୋଧନ୍ତିବାଳୁତ ଭାଇର ଦୋଷ ନ ଧର ଏ ଘାନ୍ତି ।ସହଜେତ ଜ୍ୟେଷ୍ଠ ଶଳା ଅଟୁ ଯେ ତାହାରସାନ ଭିଣୋଇର ଦୋଷ ତୁମ୍ଭେ ହେ ନ ଧର ।ଯେତେବେଳେ ନିଜ ଭଉଣୀକୁ ତୁମ୍ଭେ ଦେଲକାଳ କାଳକୁ ଆମ୍ଭର ବାନ୍ଧବ ହୋଇଲ ।ଚାଲ ଚାଲ ଅନ୍ତପୁରେ ବିଶ୍ରାମ କରିବବିଭାଘର ଶେଷକରି ତୁମ ଘରେ ଯବ ।ଶୁଣି ହଳଧର ବାଣୀ ଭୀଷ୍ମକ ନନ୍ଦନମଣିଲା ଅନେକ ଦେଲା ପରି ଯେ ଇନ୍ଧନ ।ତଳକୁ ମୁଖ ପୋତିଣ କଲା ନାହିଁ ନାହିଁଯେତେ ମତେ ବୁଝାଇଲେ ନ ମାନିଲା ସେହି ।ନ ଚାହିଁ କାହା ମୁଖକୁ ରୁକ୍କଣ ଲାଜରେପଳାଇ ଯାଇ ପଶିଲା ଅରଣ୍ୟ ମଧ୍ୟରେ ।ମନେ ମନେ ଭାବଇ ମୁଁ କିମ୍ପାଇଁ ନ ମଲିଛାର ଗଉଡ଼ ହାତରେ ମହତ ସାରିଲି ।ପର୍ବତ ଡିଙ୍ଗର ମାଡ଼ି ବୁଲୁଥାଏ ବୀରନୟନରୁ ନୀର ବହୁଥାଏ ଧାର ଧାର ।କେତେ କଥା ମନ ମଧ୍ୟେ ମୁହିଁ ପାଞ୍ଚିଥିଲିଶେଷେ ପୁଣି ସାତବେଣ୍ଟ ହୋଇ ବନ୍ଧାହେଲି ।ଧିକ ଧିକ ବଳ କାର୍ଯ୍ୟ ଅଟଇ ମୋହରମୋ ବୀରପଣ କରିବେ ସର୍ବେ ଅଖାତର ।ଆଉ କୁଣ୍ଡୀ ନବରକୁ ମୁହିଁ ନ ଫେରିବିକୈଳାଶପତି ଶିବଙ୍କୁ ତପସ୍ୟା କରିବି ।ବର ପାଇଲେ ମାରିବି ନିଶ୍ଚେ କୃଷ୍ଣ ମୁହିଁନୋହିଲେ ପରାଣ ମୋର ଶାନ୍ତି ହେବ ନାହିଁ ।ନିଶ୍ଚୟ ସେ ଭଉଣୀର ପ୍ରତିଶୋଧ ନେବିସର୍ବ ଯାଦବମାନଙ୍କୁ ନିର୍ମୂଳ କରିବି ।ଏତେ ଭାଳି ବୀରବର ତପ ଆଚରିଲାପବନ ନିରୋଧି ଯୋଗ ଆସନେ ବସିଲା ।ଚିତ୍ତବୋଧ ଗ୍ରଛ ଏ ଯେ ଅପୂର୍ବ ଚରିତଶୁଣି ସର୍ବ ନର ହୁଅ ଏ ସଂସାରୁ ମୁକ୍ତ ।ମହାପୁରୁଷ ଅଚ୍ୟୁତ ଭାବ ଅନୁଯାୟୀଶ୍ରୀଦୁର୍ଗା ସୁମରି କ୍ଷେତ୍ରମୋହନ ଲେଖଇ ।ଦ୍ୱାରକାରେ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କର ବିବାହଶୁଣ ହେ ବିବୁଧ ଜନେ ଦେଇ ମନକର୍ଣ୍ଣଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ବିଧାନ ।ଏଥୁଅନ୍ତେ ରାମକୃଷ୍ଣ ଦ୍ୱାରକା ଭୁବନେଯାଦବଙ୍କୁ ସଙ୍ଗେ ଘେନି ବସିଲେ ଯତନେ ।ଯେତେ ନାରୀ କରିଥିଲେ ଦ୍ୱାରକାରେ ବାସରୁକ୍ମିଣୀର ରୂପ ଦେଖି ସର୍ବେ ହେଲେ ତୋଷ ।ଏହାପରେ ଯାହା ହେଲା ଶୁଣ ସାଧୁଜନଭୀଷ୍ମକ ଜେମାକୁ ହରିନେଲେ ଭଗବାନକୁଣ୍ଡୀନଗ୍ର ରାଜ୍ୟେ ହେଲା ଅତ୍ୟନ୍ତ ଚହଳଭୀଷ୍ମକ ନୃପତି ଶୁଣି ଏକଥା ସକଳ ।ଚାରି କୁମାରକୁ ପାଶେ ରାଇ ନୃପବରପାତ୍ର ମନ୍ତ୍ରୀମାନଙ୍କୁ ଯେ ହକାରି ପାଶର ।ସଭା କରିଣ ସଭିଙ୍କୁ ବୋଲନ୍ତି ରାଜନପଣ୍ଡ ହୋଇଗଲା ଏତେ ବଡ଼ ଆୟୋଜନ ।ଭାବିଥିଲି ବୁଦ୍ଧିମତୀ ଅଟେ କନ୍ୟା ମୋରଗଳେ ଛୁରୀ ଦେଇଗଲା ସବଂଶେ ମୋହର ।ପୁଣି ଶୁଣିଲି ବିଶ୍ବାସୀ ଦୂତ ଯେ ପଠାଇକଲା ଏଡ଼େ ବଡ଼ କାର୍ଯ୍ୟ ଆମ୍ଭଙ୍କୁ ନ କହି ।ପିତାମାତା ସବୁବେଳେ ଚିନ୍ତନ୍ତି ମଙ୍ଗଳଆଗହୁଁ କହିଲେ କରିଥାଆନ୍ତୁ ସକଳ ।ଦେବୀ ମନ୍ଦିରୁ ତାହାଙ୍କୁ କିଏ ହରିନେଲାକୃଷ୍ଣ ନେଇଛି ବୋଲି କେ ଦେଖି ନ କହିଲା ।ଶୁଣା ଶୁଣିରେ କହନ୍ତି କୃଷ୍ଣ ଛନ୍ତି ନେଇଯାହାକୁ ପୁଚ୍ଛିଲେ ସେ କହୁଛି ଦେଖି ନାହିଁ ।ତେଣୁ ଛଟପଟ ମୋର ହେଉଅଛି ମନଅବା କନ୍ୟାକୁ ମୋ ନେଲା କେଉଁ ଦୁଷ୍ଟଜନ ।ମନରେ ବିଳାପ କରି ରାଜା ରାଣୀ ଦୁଇକନ୍ୟା ଗୁଣ ସ୍ମରି ନେତ୍ରୁ ନୀର ଯାଏ ବହି ।ଅନ୍ତଃପୁରେ କାନ୍ଦେ ରାଣୀ ମୁଣ୍ଡକୋଡ଼ି ହୋଇଏ ସମୟେ ଏକ ଦୂତ ପ୍ରବେଶିଲା ଯାଇ ।ରାଜସଭା ମଧ୍ୟେ ଦୂତ ମିଳିଲା ବହନସିଂହାସନେ ନୃପତିଙ୍କୁ କଲା ଯଥାମାନ୍ୟ ।ପତ୍ର ଖଣ୍ଡିଏ ନୃପତି ହସ୍ତରେ ସେ ଦେଲାପୁଚ୍ଛିବାରୁ ସଭାଜନେ ସମସ୍ତ କହିଲା ।ଦ୍ୱାରକା ପୁରରୁ ମୋତେ ପ୍ରଭୁ ହଳଧରପେଶିଛନ୍ତି ମହାରାଜ ପାଶେ ଧାତିକାର ।ଦେବୀ ମନ୍ଦିରରେ ମାତା ପୂଜା କରୁଥିଲେସେହିଠାରୁ ପ୍ରଭୁ ତାଙ୍କୁ ସତେ ଘେନିଗଲେପଥେ ନ୍ୟନ୍ତେ ରୁକ୍ମଣ ଯେ ପଥ ଓଗାଳିଲା ।ଶଳା ଭିଣୋଇ ଦୁହିଁଙ୍କ ବହୁ ଯୁଦ୍ଧ ହେଲାଶେଷେ ସାତବେଣ୍ଟି କାଟି ପ୍ରଭୁ ନରହରିମାରିଦେବା ପାଇଁ ତାଙ୍କୁ ଥିଲେ ଯେ ବାହାରି ।କିନ୍ତୁ ଆମ୍ଭ ଠାକୁରାଣୀ ପାଦତଳେ ପଡ଼ିମନା କରିବାରୁ ପ୍ରଭୁ ଦେଲେ ତାଙ୍କୁ ଛାଡ଼ି ।ରଥ ଖମ୍ବରେ ବାନ୍ଧିଣ ଦ୍ୱାରକାକୁ ନେଲେବଡ଼ ଠାକୁର ଯେ ଦୟାକରି ଫିଟାଇଲେ ।ଲଜ୍ୟା ପାଇ ରାଜ୍ୟକୁ ସେ ନ ଆସିଲେ ଫେରିତପସ୍ୟା କରିବା ପାଇଁ ଗଲେ ଯେ ବାହାରି ।ସୁମେଧା ଠାକୁରାଣୀ ଯେ ସଙ୍ଗତେ ଅଛନ୍ତିତୁମ୍ଭ ନିକଟକୁ ବଳଦେବ ପେଶିଛନ୍ତି ।ବୋଇଲେ କହିବୁ ଆମ୍ଭ ଶ୍ୱଶୁରଙ୍କୁ ଏକାବିଭା ସାମଗ୍ରୀ ଘେନିଣ ଆସିବେ ଦ୍ୱାରକା ।ଯହୁଁ ଶୁଣିଲେ ଶ୍ରୀକୃଷ୍ଣ କନ୍ୟା ନେଇଛନ୍ତିପିତା ସହ ସଭାଜନ ମନହେଲା ଶାନ୍ତି ।ରାଜନ ବୋଇଲେ ବଡ଼ ସୌଭାଗ୍ୟ ମୋହରଜାମାତା ପଣେ ପାଇଲି ପ୍ରଭୁ ଚକ୍ରଧର ।ସଭାକୁ ଅନାଇ ରାଜା ବୋଇଲେ ବଚନକିସ ଯୋଗାଉଛି ମନେ କୁହ ସଭାଜନ ।ସର୍ବେ ବୋଲନ୍ତି ଉଚିତ କଲେ ଜେମାମଣିଶିଶୁପାଳ ନୁହିଁ କୃଷ୍ଣ ସଙ୍ଗତରେ ଗଣି ।ସେ ତ ଲକ୍ଷ୍ମୀ ଅବତାର ନାରାୟଣ ପାଇଁବଡ଼ ସୌଭାଗ୍ୟ ତୁମ୍ଭର ଆହେ ନରସାଇଁ ।ଅନ୍ତଃପୁରେ ରାଣୀ ଯହୁଁ ବାରତା ପାଇଲେସଙ୍ଗେ ସଙ୍ଗେ ଆସି ରାଜସଭାରେ ମିଳିଲେ ।ଡଗର ମୁଖୁଁ ଶୁଣିଲେ ସକଳ ଖବରବୋଇଲେ ଭଲ କରିଛି ରୁକ୍ମିଣୀ ମୋହର ।ରାଜା ବୋଇଲେ ରୁକ୍ମଣ କୃଷ୍ଣେ କଲା ବାଦତେଣୁ ଉପଯୁକ୍ତ ଶିକ୍ଷା ଦେଇଛି ଗୋବିନ୍ଦ ।ପୁଣ ଦେଖ କେତେ ସ୍ନେହ କନ୍ୟାର ମୋହରଭାଇ ବୋଲି ରକ୍ଷାକଲା ପରାଣ ତାହାର ।ନୋହିଲେ ନିଶ୍ଚୟ ମାରିଥାନ୍ତା ଚକ୍ରଧରରୁକ୍ମିଣୀ ଯୋଗୁ ରୁକ୍ମଣ ବଞ୍ଚିଗଲା ମୋର ।ସେ କନ୍ୟାକୁ ବହୁ ସ୍ନେହ କରିନ୍ତି ଗୋବିନ୍ଦଯେଣୁ ଶୁଣିଲେ ରୁକ୍ମିଣୀ ବାଣୀ ଆଦିକନ୍ଦ ।ରାଜା ରାଣୀଙ୍କ ଆନନ୍ଦ କେ ପାରିକ କହିସ୍ୱୟଂ ବୈକୁଣ୍ଠନାଥଙ୍କୁ କରୁଛନ୍ତି ଜ୍ବାଇଁ ।ବହୁ ଧନ ରତ୍ନ ସଙ୍ଗେ ଘେନି ନୃପବରସଜହେଲେ ଯିବେ ବୋଲି ସେ ଦ୍ୱାରକାପୁର ।ହୀରା ନୀଳା ମଣି ମାଣିକ୍ୟ ଯେ ସଙ୍ଗେ ଧରିଶୁଭ ଅନୁକୂଳେ ରାଜା ଯାନ୍ତି ବିଭାକରି ।ମତ୍ତହସ୍ତୀ ଚଢି ରାଜା ହୋଇଲେ ବାହାରବିବିଧ ବାଦ୍ୟ ନାଦରେ କମ୍ପେ ତିନିପୁର ।ହଜାର ହଜାର ବାଦ୍ୟକାର ଲକ୍ଷ ଜନନରପତିଙ୍କ ସଙ୍ଗରେ କରନ୍ତି ଗମନ ।ନଟ ଭାଟ ଜଉତିଷ ଜ୍ଞାତି ବନ୍ଧୁ ଦ୍ବିଜଗଣିକା ଗୁଣିକା ଆଦି ସର୍ବେ ହେଲେ ସଜ ।ଦ୍ୱାରକାପୁରେ ଯାଇଣ ହୋଇଲେ ପ୍ରବେଶଦେଖିଣ ଆନନ୍ଦ ହେଲେ ପ୍ରଭୁ ପୀତବାସ ।ଯଥାବିଧିରେ ଶ୍ବଶୁରେ ମାନ୍ୟ କଲେ ହରିଜ୍ୱାଇଁ ଦେଖିଣ ଭୀଷ୍ମକ ମନ ଗଲା ପୁରି ।ଭାବିଲେ କନ୍ୟା ସୌଭାଗ୍ୟବତୀ ଅଟେ ମୋରନିଜ ଇଚ୍ଛାରେ ବରିଛି ଜଗତ ଠାକୁର ।କନ୍ୟା ଯୋଗେ ମୋର ସପ୍ତପୁରୁଷ ଉଦ୍ଧାରହୋଇବ ନିଶ୍ଚୟ ବଡ଼ ସୌଭାଗ୍ୟ ମୋହର ।ଭୀଷ୍ମକ ରାଜନେ ହଳଧରେ ମାନ୍ୟ କଲେରାଜପୁର ମଧ୍ୟେ ଯଥା ସ୍ଥାନରେ ରଖିଲେ ।ଯେତେ ଅନୁଚର ରାଜାଙ୍କର ସଙ୍ଗେ ଥିଲେସମସ୍ତଙ୍କୁ ବିଧିମତ ସନମାନ କଲେ ।ବିଭାଘର ଆୟୋଜନ ନିମନ୍ତେ ଶ୍ରୀହରିବିଶ୍ୱକର୍ମାକୁ ଆଦେଶ ଦେଲେ ନରହରି ।ବୋଇଲେ ହେ ବିଶ୍ୱକର୍ମା ଆମ୍ଭ ବୋଲ କରଆଜ ରାତ୍ର ମଧ୍ୟେ ତୁମ୍ଭେ ନଅର ତିଆର ।ସମସ୍ତ ଭାର ରହିଲା ତୁମ୍ଭ ପରେ ନ୍ୟସ୍ତଆମ୍ଭେମାନେ ଅନ୍ୟାନ୍ୟ କାର୍ଯ୍ୟରେ ହେଲୁ ବ୍ୟସ୍ତ ।କାମଧେନୁକୁ ରାଇଲେ ପ୍ରଭୁ ଚକ୍ରଧରଆଦେଶିଲେ ଖାଦ୍ୟ ଭାର ଦେଲି ତୁମ୍ଭ ପର ।ଯାହାର ଯେପରି ଖାଦମାନ ଲୋଡ଼ା ହେବରୀତିମତ ସମସ୍ତଙ୍କୁ ତୁମ୍ଭେ ଯୋଗାଇବ ।ଆଦେଶ ମାତ୍ରକେ ଯେଝା କାର୍ଯ୍ୟରେ ଲାଗିଲେବିଶ୍ୱକର୍ମା ହାରା ନୀଳା ପୁର ନିର୍ମାଣଲେ ।ବିଭାମଣ୍ଡପ ଶୋଭା ଯେ କଳନା ନ ଯାଏହୀରା ନୀଳା ମଣି ମାଣିକ୍ୟରେ ଶୋଭା ପାଏସ୍ୱରଗରୁ ପାରିଜାତ ମାଳ ସୁନସୀରବରଗିଲେ ଶ୍ରୀକୃଷ୍ଣଙ୍କ ପାଶକୁ ସତ୍ୱର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେତେ ନରପତିସମସ୍ତଙ୍କୁ ନିମନ୍ତ୍ରଣ କଲେ ଯଦୁପତି ।ଦେବତା ବ୍ରାହ୍ମଣ ଋଷି ମୁନି ଆଦିକରିସମସ୍ତଙ୍କୁ ନିମନ୍ତ୍ରଣ କଲେ ନରହରି ।ଯଥା ସମୟରେ ସର୍ବେ ପ୍ରବେଶ ହୋଇଲେଶ୍ରୀକୃଷ୍ଣଙ୍କ ପୁର ଶୋଭା ଦେଖି ଖୁସି ହେଲେବୈକୁଣ୍ଠ ପୁର ପରାୟ ହୋଇଛି ତିଆରପ୍ରତ୍ୟେକ ରାଜାଙ୍କ ଲାଗି ଅପୂର୍ବ ନଅର ।ରାଜାଗଣ ସଙ୍ଗତରେ ଥିଲେ ଯେତେ ଚାରତାଙ୍କ ଲାଗି ମଧ୍ୟ ଘର ହୋଇଛି ତିଆର ।ହାତୀ ଘୋଡ଼ା ଆଦି ଯାନ ରହିବାର ପାଇଁଆଗରୁ ନଅରମାନ ଅଛି ତୋଳାହୋଇ ।ଖାଦ୍ୟଭଣ୍ଡାର ଅଜସ୍ର ହୋଇଛି ତିଆରକାମଧେନୁ ପ୍ରସାଦରେ ସବୁ ଭରପୁର ।ଯେଉଁ ଅପୂର୍ବ ପଦାର୍ଥ ନ ଦେଖିଛି କେହିସ୍ୱାଦୁ ଦ୍ରବ୍ୟ କାମଧେନୁ ଦେଇଛି ଯୋଗାଇ ।ଲକ୍ଷ୍ମୀ ନାରାୟଣ ବିଭା ଦେଖିବାର ପାଇଁସର୍ବ ଋଷିଗଣମାନେ ଛନ୍ତି ଉଭା ହୋଇ ।ଦ୍ୱାରକା ପୁରେ ତୋରଣ ସଜା ହୋଇଅଛିପ୍ରତ୍ୟେକ ଦ୍ୱାରେ ସୁବର୍ଣ୍ଣ କଳସ ବସିଛି ।ସେ ପୁରର ଶୋଭାଗୋଟି ବଢାଇ ସୁନ୍ଦରଉପମା ଦେବାକୁ କେହି ନାହିଁ ତିନିପୁର ।ସ୍ବୟଂ ବେଦବର ଅଛନ୍ତି ପୁରୋଧା ହୋଇଯେତେ ଜଳ ଲୋଡ଼ା ଇନ୍ଦ୍ର ଦିଅଇ ଯୋଗାଇ ।ସୂପକାର ହୋଇ ଦିଗପାଳ ପରଷନ୍ତିଅଇଁଠା ପତ୍ର ସକଳ ପବନ ଉଡ଼ାନ୍ତି ।ଯେଉଁଠି ପବନ ନେଇ ପତ୍ର କରେ ଗଦାଅଗ୍ନି ଦେବ ଜାଳି ସବୁ କରିଦ୍ୟନ୍ତି ପଦା ।ସ୍ୱର୍ଗ ଅପ୍ସରା ସକଳ ନୃତ୍ୟ ଯେ କରନ୍ତିତିନିପୁର ଅତିଥିଙ୍କ ମନ ସେ ମୋହନ୍ତି ।ତାଳ ଧରନ୍ତି ହରଷେ ସେ ଗନ୍ଧର୍ବଗଣତାଣ୍ଡବ ନୃତ୍ୟ କରନ୍ତି ଶିବ ଆନନ୍ଦେଣ ।ଘୃତ ସମୁଦ୍ରରୁ ଐରାବତ ଆଣି ଘୃତଯଜ୍ଞ କୁଣ୍ଡରେ ଢାଳନ୍ତି ସେ ଯେ ଅନୁବ୍ରତ ।ମଙ୍ଗଳାଷ୍ଟକ ପଢନ୍ତି ବିପ୍ର ଜଉତିଷଗହ ଗହ ଶବଦରେ କମ୍ପଇ ତ୍ରିଦଶ ।ସ୍ୱୟଂ ବେଦବର ମୁଖେ ବେଦ ପାଠ କରିଅଗ୍ନିରେ ଆହୁତି ଦ୍ୟନ୍ତି ତମ୍ବା ପାତ୍ରଭରି ।ଦେବନାରୀ ମର୍ତ୍ତ୍ୟନାରୀ ପାତାଳର ନାରୀମିଳିଣ ଯେ ହୁଳହୁଳି ଦିଅନ୍ତି ସବୁରି ।ସ୍ବୟଂ ନାରାୟଣ ବାମେ ରୁକ୍ମିଣୀଙ୍କୁ ଧରିମୁକୁଟ ବାନ୍ଧିଣ ବସିଅଛନ୍ତି ମୁରାରୀ ।ଶଙ୍ଖେ ଜଳ ଟେକିଦେବ ଭୀଷ୍ମକ ରାଜନକନ୍ୟା ସହ ବହୁଦ୍ରବ୍ୟ ଦେଲେ ରାଜା ଦାନ ।ହସ୍ତଗଣ୍ଠି ପକାଇଣ ବରକନ୍ୟା ଦୁଇଜୁଆ ଖୋଳାଇଲେ ସର୍ବନାରୀ ମେଳ ହୋଇ ।ଦେବଲୋକ ନରଲୋକ ନାଗଲୋକଗଣବିଷ୍ଣୁ ଲକ୍ଷ୍ମୀ ବିଭା ଦେଖୁଥାଆନ୍ତି ହର୍ଷେଣ ।ଋଷିପତ୍ନୀ ଦେବପତ୍ନୀ ଇନ୍ଦ୍ରାଣୀ ସର୍ବାଣୀସାବିତ୍ରୀ ସହିତେ ଅର୍ଘ୍ୟ ବନ୍ଦାଇଲେ ଆଣି ।ସାତବଂଶ ଯାଦବଙ୍କ କୁଳ ନାରୀ ଯେତେରାଣୀ ଇନ୍ଦୁମତୀ ମାଳାଦେବୀଙ୍କ ସହିତେ ।ଅର୍ଘ୍ୟ ବନ୍ଦାଇଲେ ସର୍ବେ ବେଦୀ ପରେ ମିଳିସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହୁଳି ।ଧନ୍ୟ ଧନ୍ୟ ଯେତେ ପ୍ରାଣୀ ଦେଖିଲେ ସେ ବିଭାପୂର୍ବଜନ୍ମେ କେତେ ତପ କରିଥିଲେ ଅବା ।ଭୀଷ୍ମକ ରାଜା ଆନନ୍ଦ କେ ପାରିବ କହିସ୍ୱୟଂ ବିଷ୍ଣୁଙ୍କ ଶ୍ୱଶୁର ଆଜି ସେ ଅଟଇ ।ବେଦ ବିଧାନରେ ଶେଷ ହେଲା ବିଭାଘରଗୁରୁଜନଙ୍କ ପାଦରେ କଲେ ନମସ୍କାର ।ବ୍ରହ୍ମା ଆଦି ଉଗ୍ରସେନ ପାଦରେ ନମିଲେଶେଷେ ବରକନ୍ୟା ଭୀଷ୍ମ ପାଦେ ପ୍ରଣମିଲେ ।ଯେତେବେଳେ ଝିଅ ଜ୍ୱାଇଁ କଲେ ନମସ୍କାରଆନନ୍ଦେ ବିଭୋର ହେଲେ କୁଣ୍ଡୀ ନରେଶ୍ୱର ।ମନେକଲେ ଅଟଇ ମୁଁ ମହାଭାଗ୍ୟବାନକନ୍ୟା ଲାଗି ବୈକୁଣ୍ଠରେ ପାଇବି ମୁଁ ସ୍ଥାନ ।ଶ୍ରୀକୃଷ୍ଣ କହନ୍ତି ମୁହିଁ ଅଟଇ ଗଉଡ଼ଶିଶୁପାଳ ଅଟେ ସିନା କ୍ଷତ୍ରିୟ ମଉଡ଼ ।କ୍ଷତ୍ରିୟ ସଙ୍ଗେ ବସିଲେ ଜାତି ଯିବ ବୋଲିପୁରକୁ ଡାକିଲେ ନାହିଁ ତୋଟାରେ ପଡ଼ିଲିପୁଣି ଭୀଷ୍ମ ରାଜନ ଧରି ପଦ୍ମକରବୋଇଲେ ସେ କଥା ସବୁ ମନରୁ ପାଶୋରସ୍ୱୟଂ ଲକ୍ଷ୍ମୀ ମୋ ଗୃହରେ ଥିଲେ ଅବତରିକାହୁଁ ବା ଚିହ୍ନିଥାନ୍ତି ମୁଁ ନରଦେହ ଧରି ।ତୁମ୍ଭର ମହିଁମା ଅଟେ ଦେବ ଅଗୋଚରକିପରି ଜାଣିବି ମୁହିଁ ଅଟେ ଛାର ନର ।କେବଳ ଏତିକି ବର ମାଗୁଅଛି ମୁହିଁସୁଦୟା ବହିଣ ମୋତେ ଦେବ ଭାବଗ୍ରାହୀ ।ମୋର ଅଲିଅଳ କନ୍ୟା କିଛି ଜାଣେ ନାହିଁପାଦେ ଦୋଷ କଲେ କ୍ଷମା ଦେବ ଦୟାବହି ।ବାଲ୍ୟ କାଳରୁ ତୁମ୍ଭଙ୍କୁ ଆଶ୍ରା କରିଅଛିଜୀବନରେ ତବ ବିନୁ ନ ଜାଣଇ କିଛି ।ବଡ଼ ଲାଜକୁଳି କନ୍ୟା ଅଟଇ ମୋହରନ ମାଗିଲେ ଯାଚି ଦ୍ରବ୍ୟ ଦେବ ଚକ୍ରଧର ।ଅନ୍ତଃପୁରରେ ରୁକ୍ମିଣୀ ସବୁ ଶୁଣୁଥାନ୍ତମୁଖପୋତି ତଳେ କର କର ହସୁଥାନ୍ତି ।ପ୍ରଭୁ ବୋଲିଣ ଆପଣ ନ ଭାବିବେ କିଛିଯାହା ତାଙ୍କ ଲୋଡ଼ା ଆମ୍ଭ ରାଜପୁରେ ଅଛି ।ଯେତେବେଳେ ଯେଉଁ ଦ୍ରବ୍ୟ ହେବ ଦରକାରସୁମେଧା ଅଛି ଯୋଗାଇ ଦେବ ଯେ ପାଶର ।ଆବର ବୋଲନ୍ତି ନୃପ ଏତିକି ମାଗୁଣିନିତାନ୍ତ ନିର୍ବୋଧ ଅଟେ ମୋର ପୁତ୍ରମଣି ।ଯାହା ଦୋଷ କରିଅଛି ପୟରେ ତୁମ୍ଭରଶଳା ବୋଲି ଭାବି କ୍ଷମା ଦେବ ହେ ଠାକୁର ।ଶ୍ୱଶୁର ବଚନ ଶୁଣି ବୋଲନ୍ତି ଶ୍ରୀଧରମୋର ତିଳେ ରାଗ ନାହିଁ ତାହାଙ୍କ ଉପର ।ସେ ତ ତପ କରୁଛନ୍ତି ମୋତେ ମାରିବାକୁବିଧବା କରିବା ପାଇଁ ନିଜର ଭଗ୍ନିକୁ ।ଶୁଣିଣ ରାଜା ବୋଲନ୍ତି ଥାଉ ଥାଉ ତପଅମଙ୍ଗଳ କଥା କିଆଁ ଧରୁଅଛ ମୁଖ ।କଲ୍ୟାଣ କରୁଛି ତୁମ୍ଭ ଦାମ୍ପତ୍ୟ ଜୀବନସୁଖରେ ଅତିବାହିତ ହେଉ ଚିରଦିନ ।ଝିଅ ଜ୍ୱାଇଁଙ୍କୁ ପ୍ରବୋଧ ଦେଇ ନରେଶ୍ୱରକୁଣ୍ଡୀ ନଗ୍ରେ ଯିବା ପାଇଁ ହୋଇଲେ ବାହାର ।ଅପୂର୍ବ ଚରିତ ଏ ଯେ ଚିତ୍ତବୋଧ ଗ୍ରନ୍ଥଦ୍ୱାରକାପୁରେ ଶ୍ରୀକୃଷ୍ଣ ବିବାହ ଚରିତ ।ଏହାପରେ ଯାହା ହେଲା ଶୁଣ ନାରୀବରରଜସ୍ୱଳା ହେଲେ ରୁକ୍ମିଣୀ ଯେ ଗୁରୁବାର ।ପୁଣି ଦ୍ୱାରକାରେ ଜନେ ହରଷ ହୋଇଲେକୁଳବଧୂମାନେ ଆସି ପୁରିରେ ମିଳିଲେ ।ନୃତ୍ୟଗୀତରେ ମାତିଲେ ସର୍ବେ ମେଳହୋଇହଳଦୀ ପାଣି ଗୋଳିଲେ ନାରୀଗଣ ତହିଁ ।ସଭା ମଧ୍ୟେ ରାମକୃଷ୍ଣ ଉଗ୍ରସେନ ଥିଲେହଳଦୀ ପାଣିରେ ତାଙ୍କୁ ଜୁଡୁବୁଡୁ କଲେ ।ଯେପରି ଫଗୁ ଖେଳନ୍ତି ବୃନ୍ଦାବନେ ହରିଗୋପୀ ଗୋପାଳମାଙ୍କୁ ସଙ୍ଗତରେ ଧରିସେହିପରି ସର୍ବନାରୀ ଦ୍ୱାରକା ନଗରହଳଦୀ ପାଣିରେ କରିଦେଲେ ଗର ଗର ।ଶୁଣି ଉଗ୍ରସେନ ରାଜା ମନେ ଖୁସିହୋଇଦୁର୍ବାସା ଋଷିଙ୍କୁ ପୁରେ ଆଣିଲେ ଡକାଇ ।ରୁକ୍ମିଣୀଙ୍କ ରଜସ୍ବଳା କଥା ପଚାରିଲେବୋଇଲେ ବିଧିବିଧାନ ବତାଅ ହେ ଭଲେ ।ନାତୁଣୀ ବଧୂର ରଜ ଚକ୍ର କହ ଫେଡ଼ିଏହା ଶୁଣି ଋଷିବର ଧଇଲେକ ଖଡ଼ି ।ବୋଇଲେ ଗୁରୁବାରେ ଯେ ହୁଏ ରଜବତୀଗୋଟିଏ ପୁତ୍ର ତାହାର ହୁଅଇ ଉତ୍ପତ୍ତି ।ନଣନ୍ଦ ସୌତୁଣୀ ପଦ ତଳରେ ଖଟନ୍ତିସ୍ୱାମୀ ସହଗାମିନୀ ସେ ନାରୀମାନେ ହ୍ବନ୍ତି ।ରଜ ଚକ୍ର ତତ୍ତ୍ୱ ଋଷି ବହୁ ବୁଝାଇଲେଧନ ଜନ ଗୋପ ଲକ୍ଷ୍ମୀ ବଢ଼ିବ ବୋଇଲେ ।ଶୁକ୍ରବାରେ ରଜସ୍ବଳା ଯେବେ ହୁଏ ନାରୀପତି ସୋହାଗିନୀ ଧନଜନ ବହୁ ତାରି ।ଶନିବାରେ ରଜୋବତୀ ହେଲେ ମରେ ପତିରବିବାରେ ହେଲେ ବନ୍ଧ୍ୟା ଅପୁତ୍ରିକ ହୋନ୍ତି ।ସୋମବାରେ ରଜସ୍ୱଳା ନାରୀ ପତିବ୍ରତାମଙ୍ଗଳେ ଷୋଳ ବରଷେ ମରେ ତାର ଭର୍ତ୍ତା ।ବୁଧବାରେ ଯଦି ନାରୀ ହୁଏ ରଜୋବତୀଧନଜନ ସହିତରେ ଲଭେ ବହୁ କୀର୍ତ୍ତି ।ଏହିପରି ସବୁକଥା ମୁନି ବୁଝାଇଲେଠିକେ ଠିକେ ଏହାକୁ ଯେ କହିଲି ମୁଁ ଭଲେ ।ଆବର କହନ୍ତି ଋଷି ଶୁଣନ୍ତି କେଶବକହିଲେ ଏକଇ ପୁତ୍ର ଦେବୀଙ୍କର ହେବ ।ସେହି ପୁତ୍ର ଯଦୁବଂଶ ପବିତ୍ର କରିବସମରେ ଅସୁର ନାଶି ଭାରା ଉଶ୍ୱାସିବ ।ଶ୍ରୀକୃଷ୍ଣ ବୋଲନ୍ତି ମୁନି ପ୍ରଘଟ ନକରଯେହ୍ନେ ଅନ୍ୟମାନେ ନ ଶୁଣନ୍ତି ଏ ଖବର ।ସବୁ କଥା ଶୁଣି ପ୍ରଭୁ ଆନନ୍ଦ ହୋଇଲେଶ୍ବଶୁର ଆଳୟେ ଦୂତ ତକ୍ଷଣେ ପେଶିଲେ ।ଆସ୍ଥାନରେ ବସିଥିଲେ କୁଣ୍ଡୀ ନରବରଏକମାତ୍ର ରାଣୀ ଥିଲେ ରାଜାଙ୍କ ପାଶର ।ଯହୁଁ ଶୁଣିଲେ ଆସିଛି ଦ୍ୱାରକାର ଚାରପାଶେ ଡାକିଆଣି ଦୂତେ ବୋଲେ ନୃପବର ।ପ୍ରବେଶିଣ ଚାର ପଦେ ପ୍ରଣାମ ହୋଇଲାପତ୍ର ଖଣ୍ଡି ନୃପତିଙ୍କ ହସ୍ତରେ ସେ ଦେଲା ।ପତ୍ର ଖୋଲିଣ ଆନନ୍ଦେ ପଢିଲେ ନୃପତିପାଶେ ରାଣୀ ବସି ଆଗ୍ରହରେ ଶୁଣୁଥାନ୍ତି ।ଶୁଭ ସମ୍ବାଦ ପାଇଣ ରାଜା ରାଣୀ ଦୁଇମନ ଆନନ୍ଦ ତାହାଙ୍କ କେ ପାରିବ କହି ।ବନ୍ଦାପନା ସାମଗ୍ରୀ ଯେ ଭିଆଇବା ପାଇଁଲୋକଙ୍କୁ ପଠାଇ ରାଜା ଠୁଳ ଯେ କରଇ ।ବିଧିମତେ ଯାହା ଲୋଡ଼ା ହୋଇବ ସେ ଦିନତାଠାରୁ ଅଧିକ ଦ୍ରବ୍ୟ କଲେ ଆୟୋଜନ ।ଶବ ଶତ ଶକଟରେ ଭରି ମହାରାଜାମିଳନ୍ତି ଦ୍ୱାରକା ପୁରେ ବଜାଇଣ ବାଜା ।ଦେଖିଣ ଶ୍ରୀହରି ମନେ ଆନନ୍ଦ ହୋଇଲେଶ୍ୱଶୁରଙ୍କୁ ଯଥାବିଧି ମାନ୍ୟ ପ୍ରଭୁ କଲେ ।ଗୁରୁବାରେ ରଜୋବତୀ ହେଲେ କୃଷ୍ଣନାରୀସେ ଦିନ ଯେ ଉପବାସ କରିବା ସୁନ୍ଦରୀ ।ରାତ୍ରେ ଉଜାଗର ହେଲେ ଜାଳି ଦୀପାବଳିବେଶ ଭୂଷଣ ତେଜିଲେ ଭୀଷ୍ମକ ଦୁଲାଳୀ ।ରଙ୍ଗ ପାଟ ତେଜି ଶୁକ୍ଳ ବସ୍ତ୍ର ଯେ ପିନ୍ଧିଲେକୌଶେୟ ବସନ ପିନ୍ଧି ଭୂମିରେ ଶୋଇଲେ ।କର୍ପୂର କସ୍ତୁରୀ ଗନ୍ଧ ପୁଷ୍ପ କଲେ ଦୂରତେଲ ଅଙ୍ଗେ ନ ଲେପିଲେ ନ ଖାଇ ମଧୁର ।ଏହିପରି ସପ୍ତଦିନ ଗଲା ଭୋଗ ହୋଇରାତ୍ର ବେନି ଘଡ଼ି ଥାଇ ଗଲେ ଯେ ଗାଧୋଇବେଦ ଶାସ୍ତ୍ର ପ୍ରମାଣରେ ନିତ୍ୟକର୍ମ ସାରିକୂଳେ ଦର୍ଶନ କରିଲେ ସ୍ୱାମୀଙ୍କୁ ସୁନ୍ଦରୀ ।ଗନ୍ଧ ଚନ୍ଦନ ଅତର କର୍ପୂର ଯେ ବୋଳିତନୁକୁ ସୁବେଶ କରି ସଜାନ୍ତି ଯେ ଆଳି ।ଦେବାଙ୍ଗ ବସନେ ଦେବୀ ପୋଛିଲେ ଶରୀରଯତନେ ବେଶ ବାନ୍ଧନ୍ତି ଦାସୀଏ ସତ୍ୱର ।କୁଞ୍ଚିତ ସୁଦୀର୍ଘ କେଶ ଗଭା ଯେ ମଣ୍ଡିଲେମଥାରେ ମୁକୁତା ଚନ୍ଦ୍ର ନୀଳମଣି ଦେଲେ ।ତିଳପୁଷ୍ପ ନାସାରେ ଯେ ଚିଡ଼ିଆ ଖଞ୍ଜିଲେକର୍ଣ୍ଣେ ହୀରାବସା ପେଣ୍ଡୀ ଯତ୍ନେ ପିନ୍ଧାଇଲେ ।କପୋଳେ ସିନ୍ଦୂର ବିନ୍ଦୁ ଚଉପାଶେ ତାରଟୋପି ଟୋପି କରି ଚିତା ଚନ୍ଦନ ରୁଚିର ।ଚକ୍ଷୁରେ ସଖୀଏ ଲଗାଇଲେ ଯେ କଜ୍ଜଳଚାହିଁଦ୍ୟନ୍ତେ ସବୁ ଆଡ଼ ଦିଶେ ଢଳଢଳ ।ଭ୍ରୂଲତା କି କାମଧେନୁ ଡୋଳା ଅଟେ ତାରଯେହ୍ନେ ପୁଂସ ଉପରକୁ କରୁଛି ପ୍ରହାର ।ଗଳେ ଶୋଭେ ରତ୍ନହାର ହୀରାର ପଦକପିନ୍ଧାଇ ଦିଅନ୍ତେ ଗୋରୀ ଦିଶେ ଜକ ଜକ ।ହସ୍ତରେ ସୁବର୍ଣ୍ଣ ଚୂଡ଼ି ବାଜେ ବାଜୁବନ୍ଧପାଦେ ସୁବର୍ଣ୍ଣ ଝୁଣ୍ଟିଆ କିଙ୍କିଣୀର ନାଦ ।ଡମ୍ବରୁ କଟିରେ ସ୍ୱର୍ଣ୍ଣ ଚାପସରି ଭିଡ଼ିନୀଳ କାଞ୍ଚଲା ଯତନେ ଅଙ୍ଗେ ଯାଏ ଜଡ଼ି ।ଏହିପରି ସଖିଗଣ ବେଣୀ ବନାଅନ୍ତିକି କଳନା ଦେବି ମୋର ଅଛି କିବା ଶକ୍ତି ।ବ୍ରହ୍ମାଣ୍ଡ କର୍ତ୍ତା ଘରଣୀ ବେଶ କି ରୁଚିରହୋଇଥିବ ସାଧୁଜନେ ମନେ ଚିନ୍ତାକର ।ଅନ୍ତଃପୁରେ ଥିଲେ ଯେତେ ବଛା ବଛା ନାରୀବନ୍ଦାପନା କରିବାକୁ ଆସିଲେ ବାହାରି ।ସାତବଂଶ ଯାଦବ ଯେ ପ୍ରବେଶ ହୋଇଲେଭୀଷ୍ମକ ରାଜନ ଦ୍ରବ୍ୟ ଦେଖି ଖୁସି ହେଲେ ।କିନ୍ନରୀ ଅପ୍ସରା ଆଦି ଦେବକନ୍ୟାଗଣତିନିପୁର ସୁଲକ୍ଷଣୀ ମିଳିଲେ ତକ୍ଷଣ ।ସର୍ବେ ସୁବର୍ଣ୍ଣ ଥାଳିରେ ରତନ ପୁରାଇଶ୍ରୀକୃଷ୍ଣ ପୁରେ ମିଳିଲେ ବିମାନ ଆରୋହୀ ।ଜଉତିଷ ସହ ମିଳି ବହୁ ବ୍ରହ୍ମଚାରୀମଙ୍ଗଳାଷ୍ଟକ ପଢନ୍ତି କମ୍ପେ ତିନିପୁରୀ ।ଯଦୁବଂଶ ପୁରୋହିତ ଗାର୍ଗ ମୁନିବରବେଦ ବିଧାନ କରିଲେ ହୋମର ବେଭାର ।ତା ପରେ ସର୍ବ ନାରୀଏ ଏକ ମେଳ ହୋଇଆଗ ନାରାୟଣ ଅର୍ଘ୍ୟ ବନ୍ଦାଇଲେ ନେଇ ।ପଛେ ରୁକ୍ମିଣୀ ଦେବୀଙ୍କୁ ଅର୍ଘ୍ୟ ବନ୍ଦାଇଲେହୁଳହୁଳି ନାଦେ ତିନିପୁର କମ୍ପାଇଲେ ।ଶ୍ରୀଗୋବିନ୍ଦ କୋଳେ ଦେବୀହେଲେ ବନ୍ଦାପନାଅଶେଷ ବ୍ରହ୍ମାଣ୍ଡ ପିତା ମାତା ଦୁଇ କିନା ।ପ୍ରଭୁଙ୍କୁ ବନ୍ଦାଉଥିଲେ ଯେତେ ଯୁବାନାରୀଶ୍ରୀବିଷ୍ଣୁ ମୋହନ ରୂପ ଦେଖି ହେଲେ ଘାରି ।ମନେ ଚିନ୍ତାକଲେ ସର୍ବେ ସ୍ୱଗୃହେ ନ ଯାଇଏହିଠାରେ ପ୍ରଭୁପାଦ ସେବନ୍ତୁ କି ରହି ।ଶୁଣ ନରେ ରଜ ବନ୍ଦାପନା କରି ଶେଷଅପୂର୍ବ ମିଷ୍ଟାନ୍ନ ଭୂଞ୍ଜି ସର୍ବେ ହେଲେ ତୋଷ ।କେଳିପୁରେ ରୁକ୍ମିଣୀଙ୍କୁ ନାରୀମାନେ ନେଇପ୍ରଭୁଙ୍କ ନିକଟେ ସର୍ବେ ଦେଲେ ପହଞ୍ଚାଇ ।ନିଅ ଅବକାଶେ ରହିଲେ ବିଷ୍ଣୁ ଲକ୍ଷ୍ମୀ ଦୁଇରାତ୍ରେ ଯେ ଯାହାରପୁରେ ସୁଖେଗଲେ ଶୋଇରତ୍ନ ପଲଙ୍କ ଉପରେ ରୁକ୍ମିଣୀ ନ ଯାଇତଳେ ମୁଖ ପୋତିଣ ଯେ ଥାନ୍ତି ଉଭାହୋଇତେଣେ ମୃଦୁ ମୃଦୁ ହସି କହନ୍ତି ଶ୍ରୀଧରଆମ୍ଭଙ୍କୁ ଛୁଇଁଲେ ପାପ ହୋଇବ ତୁମ୍ଭର ।ସେଇଥି ନେଇ ମୋ ପାଶେ ନ ଆସ ସୁନ୍ଦରୀଜାତିରେ ଗଉଡ଼ ଦେଖି ଘୃଣା ଅଛ କରି ।ଯହୁଁ କିଛି ଉତ୍ତର ନ ଦେଲେ ନାରୀବରନୀରବ ହୋଇ ରହିଲେ କ୍ଷଣେ ଚକ୍ରଧର ।ସେହି କେଳିପୁର ଶୋଭା କହିଲେ ନ ସରେଅଦିନେ ମୃଦୁ ସମୀର ମନ୍ଦେ ବହେ ଧୀରେ ।ସୁବାସ ଅତର ଗନ୍ଧେ ପୁର ଚହଟଇନାନା କୁସୁମରେ ଖଟ ଅଛି ସଜହୋଇ ।ତାହାର ମହକେ ମନ ହେଉଅଛି ମୋହିଫୁଲର ବିଛଣା ଫୁଲ ତକିଆ ଶୋଭଇ ।ଚନ୍ଦ୍ରାତପ ଚାନ୍ଦୁଆ ଯେ ସୁନ୍ଦର ଦିଶଇତା’ମଧ୍ୟେ ମାଣିକ୍ୟ ଝରେ କେରିକେରି ହୋଇନାନା ଯତ୍ନେ ସଖୀ ମଣ୍ଡିଛନ୍ତି କେଳିପୁରଦେଖିଲେ ଯେହ୍ନେ ସନ୍ତୁଷ୍ଟ ହେବେ ଲକ୍ଷ୍ମୀବର ।ନିଜେ ବିଶ୍ୱକର୍ମା ପୁର କରିଛି ତିଆରମୋ ପୁରର ସମକକ୍ଷ ନାହିଁ ତିନିପୁର ।ସ୍ୱୟଂ ଲକ୍ଷ୍ମୀ ନାରାୟଣ କେଳିପୁର ସେହିପୁର ଶୋଭା ଦେଖି ଦେବୀ ମନେ ଖୁସି ହୋଇଲୋକାଚାର ମତେ ସେହି ଥାନ୍ତି ଉଭାହୋଇପ୍ରଭୁଙ୍କର ଶ୍ରୀଚରଣ ଚିତ୍ତେ ମାତ ଧ୍ୟାୟି ।ରୁକ୍ମିଣୀ ମନ ବିଡ଼ିବା ପାଇଁ ଚକ୍ରଧରଅନେକ ପ୍ରକାରେ କହୁଥାନ୍ତି ଚାଟୁଗୀର ।ଏଣେ ମନେ ଭାବୁଥାନ୍ତି ରୁକ୍ମିଣୀ ସୁନ୍ଦରୀହାତଧରି ନ ନେଲେ ବା ଯିବି କେଉଁ ପରି ।ଯଦି ଛାଏ ଯିବି ପାଶେ କିସ ବା ବୋଲିବେଭାବିବେ ୟା ମୁଖେ ମାତ୍ର ଲାଜ ନାହିଁ ଲବେ ।ମନେ ଆଣ୍ଟ ବାନ୍ଧି ଦେବୀ ନ ଶୁଣିଲା ପରିଭୂମିରେ କରରେ ଗାର କାଟନ୍ତି ସୁନ୍ଦରୀ ।ତେଣୁ ପ୍ରଭୁ ବସି କହୁଥାନ୍ତି ଚାଟୁଗୀରଯେଉଁଥିରେ ହୃଦୟ ଯେ ଦହିବ ଦେବୀର ।ପ୍ରଭୁ କହନ୍ତି ଆଗରୁ ଜାଣିଥିଲେ ମୁହିଁବ୍ରାହ୍ମଣ କଥାରେ ପଡ଼ି ନଥାନ୍ତି ଯେ ଯାଇ ।ରାଜକନ୍ୟା ଆସି ମୁହିଁ ବଡ଼ ଭୁଲ କଲିନ ଜାଣି ଦେବୀ ମନ୍ଦିରୁ ଚୋରେଇ ଆଣିଲି ।ଜାଣୁ ଜାଣୁ ଅକାରଣେ ମନ୍ଦକୃତ୍ୟ କଲିବନ୍ଧୁ ବାନ୍ଧବ ସଙ୍ଗରେ ଅପ୍ରୀତି ହୋଇଲି ।ଯେଉଁ ଜରାସନ୍ଧ ଭୟେ ମଥୁରାରେ ଆସିସମୁଦ୍ର ମଝିରେ ଚୋର ପରି ଅଛି ପଶି ।ତାହା ସଙ୍ଗେ ମନ୍ଦପଣ ମୁହିଁ ଆଚରିଲିଜଣକୁ ଆଣିବା ଲାଗି ଦୁନିଆରୁ ଗଲି ।ଆମ୍ଭେ ତ ଗଉଡ଼ ଜାତି କିଛି ଜାଣୁ ନାହୁଁଗାଈ ଚରା ବେଉସା ଯେ ଆମ୍ଭର ଅଟଇ ।ବାଳୁତ କାଳରୁ ଗୋରୁ ଜଗୁ ଦୁଇଭାଇଦିନେମାତ୍ର ଚାଟଶାଳୀ ଘର ଦେଖି ନାହିଁ ।ପ୍ରତାପୀ ଭୀଷ୍ମକ ରାଜା ପୁଣି ସେ ବ୍ରାହ୍ମଣତାହାଙ୍କ କନ୍ୟା ପଣ୍ଡିତା ପଣରେ ନିପୁଣ ।ତାଙ୍କ ସମକକ୍ଷ ଆମ୍ଭେ ହେବୁ ଅବା କାହିଁଜାଣୁ ଜାଣୁ ମନ୍ଦକର୍ମ ଅରଜିଲି ମୁହିଁ ।ବଳାତ୍କାରେ ଆଣିବାଟା ଦୋଷ ହେଲା ମୋରତୁମ୍ଭ ସମ ନୁହେଁ ମୁହିଁ ଆରେ ନାରୀବର ।ବର୍ତ୍ତମାନ ଆଗୋ ସଖି କହୁଅଛି ମୁହିଁଯଦି ଶିଶୁପାଳ ଚାହିଁଦେବି ପହଞ୍ଚାଇ ।ନୋହିଲେ ଗୋଟିଏ ରାଜପୁତ୍ରକୁ ଅଣାଇତାର କରେ ସମର୍ପିବ ଆରେ ପ୍ରିୟସହୀ ।ଜାଣୁଛି ମୁଁ ତୁମ ପରି ଯତି ନ ମିଳିବପଣ୍ଡିତା ସଙ୍ଗେ ମୂରୁଖ ସମାନ କି ହେବ ।ପ୍ରଭୁଙ୍କ ବଚନେ ଦେବୀ ହୋଇଲେ ଅଧୀରନୟନରୁ ବହିଯାଏ ନୀର ଧାର ଧାରକ୍ରୋଧ ଅଭିମାନେ ଫୁଲି ଉଠିଲେ ସୁନ୍ଦରୀସତେ କି ପିଣ୍ଡ ପରାଣ ଯାଉଛି ବାହାରି ।ବାଳୁତ ପିଲାଙ୍କ ପରି କାନ୍ଦି କଇଁ କଇଁଭୂମି ପରେ ଚେତା ହରି ପଡ଼ିଲେ ସୁମୁହିଁ ।ଏହା ଦେଖିଣ ଶ୍ରୀହରି ଆଶ୍ଚର୍ଯ୍ୟ ହୋଇଲେପଲଙ୍କୁ ଡେଇଁପଡ଼ିଣ ସାଉଁଟି ଧରିଲେ ।ଆହା ମୋର ପ୍ରାଣେଶ୍ୱରୀ କି ହେଲା ତୁମ୍ଭରଏହା କହି ମୁଖେ ଜଳ ସିଞ୍ଚିଲେ ଠାକୁର ।ପଦ୍ମକରେ କେଶ ସାଉଁଳିଲେ ଜନାର୍ଦ୍ଦନସେ କର ସ୍ପରଶେ ଦେବୀ ପାଇଲେ ଚେତନ ।ଚକ୍ଷୁ ଖୋଲି ପ୍ରଭୁଙ୍କର ମୁଖେ ଅନାଇଲେନୟନରୁ ଢଳ ଢଳ ନୀର ଯେ ଢାଳିଲେ ।ଆଉଁସିଲେ ଦେହ କୋଳେ ବସାଇ ମୁରାରୀବୋଇଲେ ନ କାନ୍ଦ ଆଉ ମୋ ପ୍ରାଣଈଶ୍ୱରୀ ।ଦେଖିଲା ମାତ୍ରକେ ସଖି ତୋ ନୟନୁ ନୀରପିଣ୍ଡରୁ ପରାଣ ଛାଡ଼ି ଯାଉଛି ମୋହର ।କିମ୍ପା ସୁନ୍ଦରୀ ଭୂମିରେ ପଡ଼ିଲ ଗୋ ଢଳିତବ ଚନ୍ଦ୍ରମା ବଦନ ପଡ଼ିଛି ମଉଳି ।ମୋ ଅନ୍ତର କଥା ନାହିଁ ତୁମ୍ଭଙ୍କୁ ଅଜଣାବିଡ଼ୁଥିଲି ମନ ଏଣୁ ତେଣୁ କହି ସିନା ।ତୁମ୍ଭେ ମୋର ପଞ୍ଚଭୂତ ଆତ୍ମାର କାରେଣିଯୁଗେ ଯୁଗେ ପ୍ରିୟସହି ତୁମ୍ଭେ ମୋର ରାଣୀ ।ପିଣ୍ଡକୁ ଛାଡ଼ି ପରାଣ ରହି କି ପାରଇଏହା କହି ଗଣ୍ଡେ ଚୁମ୍ବ ଦେଲେ ଭାବଗ୍ରାହୀ ।ତୁମ୍ଭ ବିହୁନେ ଗୋ ଆଜଯାଏ ଚାନ୍ଦମୁହୀଁଶୟନ ସ୍ୱପନ ମୋତେ ବିଷ ଯେ ଲାଗଇ ।କ୍ଷୁଧିତ ଶାର୍ଦ୍ଦଳ ଯେହ୍ନେ ପାଇଲେ ଆହାରହୁଅଇ ତେସନ ସଖୀ ଅବସ୍ଥା ମୋହର ।ଏତେ କହି କୋଳେ ଧରି ପ୍ରଭୁ ଭାବଗ୍ରାହୀରତ୍ନ ଖଟ ଉପରରେ ବସାଇଲେ ନେଇ ।ପ୍ରଭୁଙ୍କ ଅଙ୍ଗ ସ୍ପରଶ ପାଇ ଠାକୁରାଣୀଶିହରୀ ଉଠିଲା ଅଙ୍ଗ ମର୍ମ ହୁଏ ହାଣି ।ଶ୍ରୀକୃଷ୍ଣଙ୍କ ବକ୍ଷ ମଧ୍ୟେ ଢଳିଲେ ରୁକ୍ମିଣୀଲାଜେ ଚକ୍ଷୁ ମୁଦି ଥାନ୍ତି ନ କହନ୍ତି ବାଣୀ ।ସେଥିପାଇଁ ବ୍ରତ ଗୋରୀ କରିଥିଲେ ମନଓଲଟା ପ୍ରଭୁଙ୍କ ପରେ କଲେ ଅଭିମାନ ।ଦର ଦର ହସି ଦେବୀ ଠାକୁରଙ୍କୁ ଚାହିଁସୁବାସ ତାମ୍ବୁଳ ମୁଖେ ଦେଲେ ଯେ ଭୁଞ୍ଜାଇ ।ବୋଇଲେ ମୁଁ ପରା ରାଜା ବ୍ରାହ୍ମଣର ଝିଅକିମ୍ପା ଜାତି ନେଇ ପ୍ରଭୁ ଛୁଇଁ ମୋର ଦେହ ।କ୍ଷତ୍ରିୟ ନନ୍ଦନ ପରା କରିଦେବ ସ୍ଥିରନ ଛୁଇଁ ମୋ ଅଙ୍ଗ ତୁମ୍ଭେ ଆହେ ନାରୀ ଚୋର ।ପ୍ରେମଭରେ ବସି ପ୍ରଭୁ ବୋଲନ୍ତି ବଚନକିଏ ଚୋରଣୀ ଅଟଇ ମନେ ମନେ ଘେନ ।ଚୋର ପାଶେ ଦୂତ କେଉଁ ଚୋରଣୀ ପେଶିଲାଏତେ ଚଞ୍ଚଳ ସେ କଥା ମନୁ ଭୁଲିଗଲା ।ଠାକୁରାଣୀ ବୋଲନ୍ତି ସେ ଚୋରଣୀକୁ ଚାହିଁବିପ୍ର ହସ୍ତେ ପତ୍ର ଦେଇ ନ ଥିଲି ଡକାଇ ।ଉଗ୍ରସେନ ରାଜା ନାତି ବସୁଦେବ ସୁତକ୍ଷତ୍ରୀୟ ମଉଡ଼ମଣି ଅଟନ୍ତି ମୋ କାନ୍ତ ।ସେ ଚୋରଙ୍କୁ ମୁଁ ଚୋରଣୀ ଥିଲି ଯେ ଡକାଇତୁମ୍ଭେ କିମ୍ପା ଜାତି ନିଅ ମୋର ଅଙ୍ଗଛୁଇଁ ।ଏତେ ବୋଲି ଦେବୀ କଣ୍ଠୁ କାଢି ରତ୍ନହାରପ୍ରଭୁଙ୍କ ଗଳେ ଲମ୍ବାଇ ପଡ଼ିଲେ ପୟର ।ଯୁଗେ ଯୁଗେ ଏହି ପାଦ ଭରସ ମୋହରମାଗେ ବର ତିଳେ ଦାସୀ ନ ହେବ ଅନ୍ତର ।ଉଠି ମାତ ପରଦରଜ ଗର୍ଭକୁ କ୍ଷେପିଲେଚାହିଁ ଦ୍ୟନ୍ତେ ଦିବ୍ୟ ରୂପ ନୟନେ ଦେଖିଲେ ।ଶଙ୍ଖ ଚକ୍ର ଗଦା ପଦ୍ମ ଦିଶେ ପ୍ରଭୁଙ୍କରକଣ୍ଠ କଉସ୍ତୁଭ ମଣି ପୁଣି ରତ୍ନହାର ।ସୁନ୍ଦର ନୀଳ ଜୀମୁତ କର୍ଣ୍ଣରେ କୁଣ୍ଡଳହୀରାର କିରୀଟି ଶିରେ ଦିଶେ ଢଳ ଢଳ ।ପ୍ରଭୁଙ୍କ ସ୍ୱରୂପ ଦେଖି ଦେବୀ ହେଲେ ଭୋଳଅପଲକ ନେତ୍ରେ ଚାହିଁ ହୁଅନ୍ତି ବିହ୍ୱଳ ।ଆସରେ ପ୍ରିୟା ବୋଲିଣ କୋଳେନେଲେ ହରିବୋଇଲେ ସଦା ଏ ବକ୍ଷେ ଆସ୍ଥାନ ତୁମ୍ଭରିଯହୁଁ ରୁକ୍ମିଣୀକୁ କୋଳେ ଧରିଲେ ଶ୍ରୀଧରପ୍ରେମ ଭୋଳେ ଗୋରୀ ମନ ହୋଇଲା ଆତୁରବିମ୍ବୋଷ୍ଠୀର ମୁଖ ପଦ୍ମଟେକି ଆଡ଼େ ଚାହିଁଦରହସି ଗଣ୍ଡେ ଚୁମ୍ବ ଦେଲେ ଭାବଗ୍ରାହୀ ।ବାଳ ବେଳ ଉଣ୍ଡିଣ ଯେ ପ୍ରଭୁ ଦାମୋଦରଦେବୀଙ୍କ ଅଙ୍ଗରେ କରି ଚାଲିଲେ ସତ୍ୱର ।ପୁରୁଷ ପ୍ରବର ସେ ତ ସ୍ୱୟଂ କାମେଶ୍ୱରକେଉଁ କଥା ତାଙ୍କୁ ଅବା ଅଛି ଅଗୋଚର ।ଷଡ଼ରସେ ପ୍ରଭୁ ଗୋରୀ ମନକୁ ମୋହିଲେଚୌଷଠି ବନ୍ଧରେ କାମେ ସହୀକି ତୋଷିଲେରୁକ୍ମିଣୀ ଦେବୀଙ୍କୁ ପ୍ରଭୁ କାମେ ତୋଷକରିପଲଙ୍କପରେ ଶୟନ କଲେ କୋଳେ ଧରି ।ନିଦ୍ରାରେ ଦେବୀ ପଲଙ୍କେ ଅଛନ୍ତି ଯେ ଶୋଇକାମଦେବ ସ୍ୱପ୍ନେ ପାଦତଳେ ବସେ ଯାଇ ।କରେ ଫୁଲ ଗୋଟି ତାଙ୍କୁ ଉଜ୍ଜ୍ୱଳ ଦିଶଇବୋଲନ୍ତି ଗୋ ମାତ ଗର୍ଭେ ସ୍ଥାନ ଦିଅ ତୁହିମୁହିଁ ତୋର ପୁ୍ତ୍ର ମାଗୋ ହୋଇବି ଯୁକତେତେଣୁ ତୋଗର୍ଭରେ ମାତାସ୍ଥାନ ଦେବୁ ମୋତେଈଶ୍ୱରଙ୍କ କୋପାନଳେ ହୋଇଥିଲି ଦହିବ୍ରହ୍ମଲୋକ ଆଦି କେହି ସ୍ଥାନ ଦେଲେ ନାହିଁଏତେ କହିଣ ମଉନ ହେଲା ରତିପତିନିଦ୍ରା ତେଜି ରୁକ୍ମିଣୀ ଯେ ଉଠିଲେ ଝଟତି ।ଦେଖିଲେ ଘୋର ନିଦ୍ରାରେ ପ୍ରଭୁ ଛନ୍ତି ଶୋଇନ ଡାକିଣ ପାଦ ମଞ୍ଚାଳିଲେ ମହାମାଈ ।ଯହୁଁ ପ୍ରଭୁ ପାଦ ମଞ୍ଚାଳିଲେ ନାରୀବରନିଦ୍ରା ତେଜି ଜଗନ୍ନାଥ ଉଠିଲେ ସତ୍ୱର ।ଆଉ ସଖୀ କଷ୍ଟ ହେବ ଯେ କୋମଳ କରଅତି ଅଲିଅଳେ ତୁମ୍ଭେ ଥିଲ ପିତା ଘର ।ତୁମ୍ଭ ସେବା କରୁଥିଲେ ଶତ ଶତ ଦାସୀଆଜି ପୁଣି ମୋର ପାଦ ମଞ୍ଚାଳୁଛ ବସି ।ହସି ଦେବୀ ବୋଇଲେ ସେ ସୌଭାଗ୍ୟ ମୋହରପାଦ ନ ସେବିଲେ କାହିଁ ହୋଇବି ନିସ୍ତାରପ୍ରଭୁ ବୋଲନ୍ତି ବାନ୍ଧବୀ ଦେଲି ଏହି ବରକନ୍ଦର୍ପ ପରାୟେ ପୁତ୍ର ହେବ ଯେ ତୁମ୍ଭର ।ଲାଜେ ବଦନ ପୋତିଣ ବୋଲନ୍ତି ରୁକ୍ମିଣୀବର୍ତ୍ତମାନ ଏକ ସ୍ୱପ୍ନ ଦେଖିଲି ଯେ ପୁଣି ।କାହୁଁ ଗୋଟିଏ ସୁନ୍ଦର ଯୁବକଟି ଆସିଫୁଲ ଧନୁ ଧରି ମୋର ପାଦତଳେ ବସି ।ବୋଇଲା ଗୋମାତା ମୋତେଗର୍ଭେ ସ୍ଥାନଦିଅହର କୋପ ନଳେ ଭସ୍ମହେଲା ମୋର ଦେହଏତିକି କହିଣ ମୋର ଗର୍ଭରେ ପଶିଲାସେତିକିବେଳୁ ଯେ କାନ୍ତ ନିଦ୍ରା ଭାଙ୍ଗିଗଲା ।ତେଣୁ ତୁମ୍ଭଙ୍କୁ ଏକଥା କହିବାର ପାଇଁଉଠି ଦେଖିଲି ନିଦ୍ରାରେ ଅଛ ପ୍ରଭୁ ଶୋଇ ।କୁହ କାନ୍ତ ଏ ଦାସୀକି ମନେ ଦୟା ବହିସ୍ୱପ୍ନ କଥା ସତ୍ୟ କିବା ମିଥ୍ୟା ଯେ ହୁଅଇ ।ଶ୍ରୀକୃଷ୍ଣ ବୋଇଲେ ଅଟେ ଏହା ସତ୍ୟବାଣୀଆମ୍ଭେ ମଧ୍ୟ ଏହି ସ୍ୱପ୍ନ ଦେଖିଲୁ ଏକ୍ଷଣି ।ପରମ ଲକ୍ଷ୍ମୀ ଗୋ ତୁମ୍ଭେ ଅନାଦି ଦେବତୀକାମଦେବ ତୁମ୍ଭ ଗର୍ଭୁ ହେଲେ ଉତପତ୍ତି ।ଦଗ୍ଧହୋଇଥିଲେ ହର କୋପାନଳେଏବେ ଆସି ଜନ୍ମ ପୁଣି ହେବ ଯେ ଭୂତଳେ ।ଶ୍ରୀକୃଷ୍ଣଙ୍କ ମୁଖୁ ଦେବୀ ଏ ବଚନ ଶୁଣିମନେ ମନେ ଆନନ୍ଦିତ ହେଲେ ମାହା ପୁଣିଏହି ସମୟରେ ରାତ୍ର ଗଲା ଶେଷ ହୋଇକେଳି ପୁରୁ ଉଠି ଦେବୀ ଗଲେ ଯେ ପଳାଇ ।ଲକ୍ଷ୍ମୀନାରାୟଣଙ୍କ ପାଦ ପଦ୍ମ ଧ୍ୟାୟିଅଚ୍ୟୁତ ଆଜ୍ଞାରେ ମୁହିଁ ଏ ଗ୍ରନ୍ଥ ଲେଖଇ ।ଶିବଙ୍କ କୋପରେ ମଦନ ଭସ୍ମ ଓ ରତିର ବିଳାପଶୁଣ ଆହେ ସାଧୁଜନେ ଅପୂର୍ବ ଚରିତଚିତ୍ତବୋଧ ଗ୍ରନ୍ଥ ଯେ ଏ ଅଟଇ ଅମୃତ ।ଦିନେ ପରୀକ୍ଷ ପୁଚ୍ଛନ୍ତି ଶୁକଙ୍କୁ ଯେ ଚାହିଁକିମ୍ପା ଶିବ କୋପେ କାମ ଗଲା ଭସ୍ମହୋଇସେ କଥା ବୁଝାଇ ମୋତେ କୁହ ମୁନିବରଶୁଣିବାକୁ ଶ୍ରଦ୍ଧା ଜାତ ହୁଏ ମୋ ମନର ।ରାଜାଙ୍କ ବଚନ ଶୁଣି ଶୁକ ମୁନିବରବୋଲନ୍ତି କହୁଛି ତୁମ୍ଭେ ଶୁଣ ନୃପବର ।ଶିବ ପୁରାଣରୁ ଏହା ହୋଇଛି ଉକତତାରକା ବଧ ନିମନ୍ତେ କାର୍ତ୍ତିକେୟ ଜାତ ।ଏକଦିନେ ବୃଷ ପୃଷ୍ଠେ ବିଜେ କରି ହରବ୍ରହ୍ମଲୋକେ ପରବେଶ ହୋଇଲେ ସତ୍ୱର ।ଦେଖିଲେ ଯୋଗରେ ବେଦବର ଛନ୍ତି ବସିବନ୍ଧଭେଦ ମୁଦ୍ରା ମନପବନ ସେ ତୋଷି ।ରୁକ୍ ଯଜୁଃ ସାମ ବେଦ ଅଥର୍ବ ଏ ଚାରିବିସ୍ତାର ପଢନ୍ତି ଗୀତ ମୁଖରେ ଉଚ୍ଚାରି ।ତାଙ୍କୁ ଦେଖି ସଦାଶିବ ମନେ ଖେଦ ବହିବୋଇଲେ କେବଳ ସାମ ବେଦ ପଢ ତୁହି ।ଯହୁଁ ମହେଶ୍ୱର ବାଣୀ ବିଧାତା ଶୁଣିଲେତକ୍ଷଣେ ସେ ମୁଣ୍ଡ ପରେ ମୁଣ୍ଡ ଜାତ କଲେ ।ଓଁକାର ପୂର୍ବକ ସାମ ବେଦର ଯେ ବାଣୀଶୁଣି ବେଦ ମିଶାଇଣ ଗାଇଲେ ତକ୍ଷଣି ।ସଦାଶିବ ବୋଇଲେ ତୁ ଅଟୁ ବଡ଼ ଦୁଷ୍ଟକିମ୍ପାଇ ତୁ ପାଞ୍ଚମୁଣ୍ଡ ବହିଲୁ ପାପିଷ୍ଠ ।ଆମ୍ଭେ ପଞ୍ଚାନନ ବୋଲି ଦୁନିଆ ଜାଣଇତୁ ଛାର ଆମ୍ଭ ସମ ନ ପାରିବୁ ହୋଇ ।ବ୍ରହ୍ମା ବୋଇଲେ ଯେ ମୁହିଁ ବ୍ରହ୍ମାଣ୍ଡ ଭିଆଏଆତଜାତ କରି ସର୍ବ ପ୍ରାଣୀଙ୍କୁ ଚଳାଏକିଛିହିଁ ନ ଜାଣି ତୁହି ଜ୍ଞାନୀ ବୋଲାଉଛୁମୋଠାରୁ କେଉଁ ଗୁଣରେ ଅଧିକ ହୋଇଛୁଶୁଣିଣ ସଦାଶିବ ଯେ ରାଗେ ପରଜ୍ୱଳିଯେସନେ ବାତ ଆଘାତେ ହୁଅଇ କଦଳୀଯେଉଁ ମୁଖେ ଶିଶୁ ବେଦ ବ୍ରହ୍ମାଙ୍କର ଗାନଚାପୋଡ଼େ ମାରି ତାହାକୁ କରିଲେ ଚ୍ଛେଦନବ୍ରହ୍ମାଙ୍କ ମୁଣ୍ଡ ଯେ ଶିବ କରରେ ଲାଗିଲାଯେତେ ଉପାୟ କରିଲେ ମାତ୍ର ନ ଛାଡ଼ିଲା ।ଚଉଦ ଭୁବନେ ଥିଲା ଯେତେ ପୁଣ୍ୟ ତୀର୍ଥସବୁଠାରେ ମହାଦେବ ହେଲେ ଉପଗତକାଳ କାଳ ଧରି ବହୁ ତପ କଲେ ଭୋଳାକୌଣସି ମତେ ଯେ ମୁଣ୍ଡ ହସ୍ତୁ ନ ଛାଡ଼ିଲା ।ବ୍ରହ୍ମହତ୍ୟା ପାପ ଲାଗିଅଛି ତାହାଙ୍କରଶୟନ ଭୋଜନ ସବୁ ତେଜ୍ୟାକଲେ ହର ।ମହାଦେବଙ୍କର ମନେ ବଡ଼ ଚିନ୍ତା ହେଲାଦିନକୁ ଦିନ ଯେ ତାଙ୍କ ତନୁ କ୍ଷୀଣ ହେଲା ।ସକଳ ସ୍ଥାନରେ ବୁଲି ବୁଲି ମହେଶ୍ୱରପାତାଳ ପୁରରେ ଯାଇ ହୋଇଲେ ହାଜରନାଗଗଣ ଦେଖି ତାଙ୍କୁ ହେଠମାଥ ହେଲେଟଳ ଟଳ ବସୁମତୀ ଦେଖିଣ ହୋଇଲେ ।ବାସୁକୀ ବୋଲନ୍ତି ତୁମ୍ଭେ ଶୁଣ ହେ ଶଙ୍କରବ୍ରହ୍ମହତ୍ୟା ଦୋଷୀ କିମ୍ପା ଆସିଲ ମୋ ପୁରଦେଖ ତୁମ ଲାଗି ପୃଥ୍ୱୀ ହୁଏ ଟଳ ଟଳରହିଲେ ଏ ସ୍ଥାନେ ସବୁ ଯିବ ରସାତଳ ।ତ୍ରାସ ପାଇ ସେଠାବରୁ ଶଙ୍କର ଫେରିଲେଧର୍ମଙ୍କ ନିକଟେ ଯାଇ ପ୍ରବେଶ ହୋଇଲେ ।ଦେଖିବାମାତ୍ରେ ତାହାଙ୍କୁ ଧର୍ମ ନିରଞ୍ଜନବୋଇଲେ ମୋ ପାଶୁ ତୁମ୍ଭେ ପଳାଅ ବହନବ୍ରହ୍ମହତ୍ୟା ପାତକ ଯେ ତୁମଙ୍କୁ ଗ୍ରାସିଛିତୁରନ୍ତ ମୋ ନିକଟରୁ ଯାଅ ହେ କହୁଛି ।ତୁମ୍ଭ ଯୋଗେ ଧର୍ମହାନି ହେବ ତିନିପୁରଧାର୍ମିକ ପୁରୁଷ ସର୍ବେ ପଡ଼ିବେ ନର୍କର ।ଭୟେ ତହିଁ ସେଠାବରୁ ଭୋଳି ପଳାଇଲେଇନ୍ଦ୍ରଙ୍କ ନିକଟେ ଯାଇ ପ୍ରବେଶ ହୋଇଲେ ।ଦେଖିବାମାତ୍ରେ ବୋଇଲେ ତାଙ୍କୁ ସୁନାସୀରତୁମ୍ଭ ଯୋଗେ ନିଶ୍ଚେ ସ୍ୱର୍ଗ ହେବ ଛାରଖାରବ୍ରହ୍ମହତ୍ୟା ପାତକ ଯେ ତୁମ୍ଭଙ୍କୁ ଗ୍ରାସିଛିଦେଖିଲା ମାତ୍ରକେ ମୁଖ ଡର ଯେ ମାଡ଼ୁଛି ।ରହିଲେ ଏ ସ୍ଥାନେ ବର୍ଷା ନ ହୋଇବ ଜଳଦୁଷ୍ଟ ଗ୍ରହମାନେ ମର୍ତ୍ତ୍ୟେ ହୋଇବେ ପ୍ରବଳ ।ଶସ୍ୟ ନ ଫଳିବ ସର୍ବଲୋକ ହେବେ ନାଶସ୍ୱର୍ଗରେ ଦେବତାଗଣ ପାଇବେ ତରାସ ।ତହିଁ ସେ ଠାବରୁ ଶିବ ହୋଇଲେ ବାହାରନିରାକାର ବିଷ୍ଣୁ ପାଶେ ହୋଇଲେ ହାଜର ।ଯାଇଣ ପଡ଼ିଲେ ନିରାକାରଙ୍କ ଚରଣବୋଇଲେ ହେ ନାଥ ତୋର ପଶିଲି ଶରଣଯଦି ଏ ପାପର ପ୍ରତିକାର ନ କରିବତୁମ୍ଭରି ଆଗେ ମରିବି ଏହା ଅଟେ ଧ୍ରୁବ ।ଅତ୍ୟନ୍ତ ବିକଳ ହୋନ୍ତି ନିରାକାର ପାଶକରେ ମୁଣ୍ଡ ଲାଗିଅଛି ନ ଛାଡ଼ଇ ଲେଶ ।ଦେଖି ଶିବଙ୍କ ବିକଳ ପ୍ରଭୁ ନିରାକାରବୋଇଲେ ତୁରନ୍ତ ତୁମ୍ଭେ ଯାଅ ମର୍ତ୍ତ୍ୟପୁର ।ବ୍ରହ୍ମକପାଳ କରରୁ ନ ଛାଡ଼େ ତୋହରବ୍ରହ୍ମେ ଲୟକଲେ ନିଶ୍ଚେ ଯିବ ପାପଭାର ।ବ୍ରହ୍ମେ ଲୟକଲେ ଯାଏ ବ୍ରହ୍ମହତ୍ୟା ଦୋଷଏ କଥାଗୋଟି ତୁ ହୃଦେ କର ହେ ବିଶ୍ବାସଯେଉଁ ବ୍ରହ୍ମ ପୁରୁଷର ଆଦିଅନ୍ତ ନାହିଁତାଙ୍କୁ ଲୟକର ବ୍ରହ୍ମରନ୍ଧ୍ରେ ମନଦେଇ ।ଆକାଶ ଉପରେ ଜାଣ ପରାକାଶ ମିଶାମନପବନ ତହିଁରେ ହୋଇଅଛି ଆଶା ।ସେ ମନପବନ ଯେବେ କରିପାରେ ଠୁଳତେବେ ସେ ଜୀବ ପରମ ହେବ ଏକମେଳ ।ଇଅଁଳା ପିଅଁଳା ଶିଶୁମନା ଷଡ଼ଚକ୍ରେଏକାଦଶ ପବନ ଯେ ବହୁଅଛି ବକ୍ରେ ।ତାହାକୁ ନିରେଖି ଯେବେ କରିପାରୁ ଲୟନିଶ୍ଚୟ ପାତକ ତୋର ଅଙ୍ଗୁ ହେବ କ୍ଷୟ ।ମୋର ବୋଲ ମାନି ଶିବ ଚଳନ୍ତୁ ବହନମର୍ତ୍ତ୍ୟେପୁର ମଧ୍ୟେ ଅଛି ଏକାମ୍ର କାନନ ।ଯେତେବେଳେ ଏହି ସୃଷ୍ଟି ପ୍ରଳୟ ହୋଇଲାବାଡ଼ବାନଳରେ ଚନ୍ଦ୍ର ସୂର୍ଯ୍ୟ ନାଶଗଲା ।ନବଦ୍ବୀପ ସପ୍ତସିନ୍ଧୁ ହେଲା ଜଳମୟସେହି କାଳରେ ସମସ୍ତେ ହୋଇଗଲେ କ୍ଷୟ ।ଅନାଦି ନାରୀ ଯେ ବଇକୁଣ୍ଠ ଠାକୁରାଣୀଗର୍ଭଭିତରୁ ସେ ପୁର ସଞ୍ଚିଥିଲେ ଆଣି ।ପାଞ୍ଚକ୍ରୋଣ ଆୟତନ ଅଟେ ସେହି ସ୍ଥାନଏକାମ୍ର ଭୂମି ଯେ ସେହୁ ଅଟେ ଶ୍ୱେତବର୍ଣ୍ଣ ।ପବିତ୍ର ବିନ୍ଦୁସାଗର ବୋଲି ଅଛି କୁଣ୍ଡତା ମଧ୍ୟେ ସ୍ନାହାନ କଲେ ନାହିଁ ଯମଦଣ୍ଡ ।ପୂର୍ବଭାଗରେ ଅନନ୍ତ ପୁରେକ ରହିଛିଅନନ୍ତକୋଟି ଲିଙ୍ଗ ଯେ ସେ ସ୍ଥାନରେ ଅଛି ।ମୋ ବୋଲ ମାନି ସେ ସ୍ଥାନେ ଚଳ ହେ ଶଙ୍କରନିଶ୍ଚେ ତୋହର ପାତକ ହୋଇଯିବ ଦୂର ।ଶୁଣିବା ମାତ୍ରକେ ଶିବ ପାଦରେ ପଡ଼ିଲେସଙ୍ଗେ ସଙ୍ଗେ ଏକାମ୍ର କାନନେ ବାହାରିଲେ ।ପାର୍ବତୀ ଆଦି ସଭିଙ୍କୁ ତେଜିଣ ଶଙ୍କରନନ୍ଦି ଭୃଙ୍ଗି ସମସ୍ତଙ୍କୁ କରିଲେ ଯେ ପର ।ବିନ୍ଦୁସାଗରରେ ସ୍ନାନକରି ତିପ୍ରୁରାରିବସିଲେକ ତପସ୍ଥାନେ ଏକ ଲୟକରି ।ସହସ୍ର ସହସ୍ର ବର୍ଷ ଦେବ ଶୂଳପାଣିନ ଭକ୍ଷିଲେ ଅନ୍ନ ଜଳ ନ ଛୁଇଁଲେ ପୁଣି ।କଳ୍ପ କଳ୍ପ ଧରି ଯୋଗ ଲୟ ଆରମ୍ଭିଲେନିରାକାର ବ୍ରହ୍ମପାଦେ ଲୟ ଲଗାଇଲେ ।ଏହିପରି ମଧ୍ୟ କେତେ ଯୁଗ ଗଲା ବହିଏକଲୟେ ବ୍ରହ୍ମ ନିରାକାର ଶିବାଧ୍ୟାୟି ।କୋଟରଗତ ହେଲାଣି ଚକ୍ଷୁ ଦୁଇ ତାଙ୍କଶରୀରରେ ଲୋକଙ୍କର ତିଳେ ନାହିଁ ଲକ୍ଷ୍ୟ ।ଧ୍ୟାନରେ ନିମଗ୍ନ ହେଲେ ଶଶାଙ୍କ ଶେଖରଏଥୁଅନ୍ତେ ଆନ ରସ ଶୁଣ ସୁଜ୍ଞନର ।ନାରକାସୁର ନାମରେ ଏକଇ ଦଇତବହୁ ତପସ୍ୟା କରିଣ ବର ହୋଇ ପ୍ରାପ୍ତ ।ପିତାମହଙ୍କୁ ବହୁତ ଆରାଧନା କଲାଶେଷେ ବଳବାନ ବର ତାଙ୍କଠାରୁ ନେଲା ।ଖଡ଼୍ଗେ ନ ଛିଡ଼ିବ ଅନଳରେ ନ ପୋଡ଼ିବଅକାଳ ମୃତ୍ୟୁ ନୋହିବ ଜଳେ ନ ବୁଡ଼ିବ ।ଅସ୍ତୁ ବୋଲି ପିତାମହ ବର ଯାଚି ଦେଲେଯାହା ତୁ ଚାହିଁବୁ ତାହା ପାଇବୁ ବୋଇଲେ ।ବିନ୍ଧ୍ୟଗିରି ନିକଟରେ ଅଟେ ତାର ପୁରଶତେ କ୍ରୋଶ ପରିଯନ୍ତେ ନଅର ତାହାର ।ଯେତେ ବଳବାନ ଦୈତ୍ୟ ଥିଲେ ତିନିପୁରସମସ୍ତଙ୍କଠାରୁ ଏ ଯେ ଅଟେ ବଳିୟାର ।ସର୍ବ ଦେବତାମାନଙ୍କୁ ନ କରି ଖାତରପାଦତଳରେ ଖଟାଇଥାଏ ଦୈତ୍ୟବର ।ଅସୁର ସଇନ୍ୟମାନେ ସ୍ୱର୍ଗେ ଧାଡ଼ି ଦ୍ୟନ୍ତିମଦ୍ୟ ପାନକରି ଘୋର ଅନ୍ୟାୟ କରନ୍ତି ।ଦେବକନ୍ୟାମାନଙ୍କୁ ଯେ କରି ବଳାତ୍କାରଧରିଆଣି ଅତ୍ୟାଚାର କରନ୍ତି ଅସୁର ।ଦେଖିଣ ଏସନ ରୀତି ସର୍ବ ଦେବଗଣଥରହର ହୋନ୍ତି ଦୁଷ୍ଟ ଦୈତ୍ୟଙ୍କ ଡରେଣ ।ଯେତେ ଚେଷ୍ଟାକଲେ ଅସୁରଙ୍କୁ ନ ପାରିଲେକିପରି ମରିବ ବୋଲି ମନେ ଚିନ୍ତାକଲେ ।ସର୍ବଦେବ ମେଳ ହୋଇ କରିଲେ ବିଚାରବୈକୁଣ୍ଠପୁରରେ ଯାଇ ହୋଇଲେ ହାଜର ।ଶ୍ରୀନାରାୟଣଙ୍କ ପାଦେ ପ୍ରଣାମ ହୋଇଲେକରପତ୍ର ଯୋଡ଼ି ଦେବଗଣ ସ୍ତବକଲେ ।ଶୁଣିଣ ସର୍ବ ଘଟଣା ବୋଲନ୍ତି ଶ୍ରୀଧରକେଭେ ଆମ୍ଭର ହସ୍ତରେ ନ ମରେ ଅସୁର ।ବ୍ରହ୍ମାବିଷ୍ଣୁ ଇନ୍ଦ୍ରକରେ ମୃତ୍ୟୁ ନ ହୋଇବଜଳସ୍ଥଳ ଅନଳରେ ଦୈତ୍ୟ ନ ମରିବ ।ଜନ୍ମ ମରଣ ତାହାର ନାହିଁଟି ସଂସାରଏକ ମୃତ୍ୟୁଭେଦ ତାର ଅଛି ତୁମ୍ଭେ କର ।ଗୁପ୍ତ ମୃତ୍ୟୁଭେଦ ତାର ଶୁଣ ଦେବଗଣଈଶ୍ୱର କୁମର ହସ୍ତେ ହୋଇବ ମରଣ ।ଶୁଣି ଏହା ସର୍ବ ଦେବ ଆଶ୍ଚର୍ଯ୍ୟ ହୋଇଲେମହାଦେବଙ୍କର ପୁତ୍ର ନାହିଁ ସେ ବୋଇଲେ ।ନାରାୟଣ ବୋଲନ୍ତି ସେ ସ୍ୱୟଂ ଦିଗମ୍ବରପାର୍ବତୀ ଦେବୀଙ୍କ ସଙ୍ଗେ କରନ୍ତୁ ବିହାର ।ତାହାଙ୍କ ବୀର୍ଯ୍ୟେ ସେ ପୁତ୍ର ଜନମ ହୋଇବସେହି ପୁତ୍ର ଅକ୍ଳେଶରେ ଦୈତ୍ୟ ବିନାଶିବ ।ଦେବଗଣଙ୍କ ମଧ୍ୟରେ ପଡ଼ିଲା ବିଚାରମହେଶ୍ୱର ତ ନାହାନ୍ତି ଯେ କୈଳାସପୁର ।ଧାତା ମୁଣ୍ଡ ଲାଗିବାରୁ କରରେ ତାଙ୍କରଏକାମ୍ର କାନନେ ତପ କରନ୍ତି ଈଶ୍ୱର ।ଗଣ୍ଡା ଗଣ୍ଡା ହୋଇ ବହୁ ଯୁଗ ବିତିଲାଣିତପସ୍ୟା ନ ଭାଙ୍ଗି ନ ଆସନ୍ତି ଶୂଳପାଣି ।ବ୍ରହ୍ମାମୁଣ୍ଡ ତାଙ୍କ ହସ୍ତୁ ନୋହିଲେ ବାହାରନ ଫେରିବେ ଭୋଳାନାଥ କେଭେ କୈଳାସରଶୁଣି ଦେବଙ୍କୁ ଆଦେଶ ଦେଲେ ଭଗବାନମଦନକୁ ପେଶି ତାଙ୍କ ତପ କର ଭଗ୍ନ ।ନ ଫେରିଲେ ମହାଦେବ ନ ମରେ ଅସୁରପୁଣି ତାଙ୍କ ବୀର୍ଯ୍ୟୁ ଜନ୍ମ ନ ହେଲେ କୁମର ।ସର୍ବ ଦେବଗଣ ବସି କରିଲେ ଯେ ସ୍ଥିରଯାଅ ମଦନକୁ ଡାକିଆଣ ଧାତିକାର ।ସ୍ୱୟଂ ଅଙ୍ଗାରପନ୍ନଗ ସଜ କରି ରଥମଦନ ନିକଟେ ପହଞ୍ଚିଲା ସେ ତୁରନ୍ତ ।ଦେଖେ ମଦନ ରତି ଯେ ବିଜେ କରିଛନ୍ତି ।କେହୁ ଆଲଟ ଚାମର ଧରିଣ ବିଞ୍ଚଇକେହୁ ପୁଷ୍ପହାର ଗୁନ୍ଥି ଶିରରେ ମଣ୍ଡଇ ।ଏହି ସମୟେ ପ୍ରବେଶ ହୋଇ ଇନ୍ଦ୍ରସୁତବୋଲେ ଡାକୁଛନ୍ତି ଦେବ ଚାଲ ଆହେ ଭ୍ରାତରତି ବୋଲେ କାହିଁ ପାଇଁ ଦେବ ଡାକୁଛନ୍ତିତାଙ୍କ ବୋଲ ମାନି ତୁମ୍ଭେ ଯାଅ ହେ ଝଟତି ।ରଥେ ବସିଣ ମଦନ ହୋଇଲେ ବାହାରବୈକୁଣ୍ଠପୁରରେ ଯାଇ ହୋଇଲେ ହାଜର ।ସର୍ବ ଦେବତାଗଣଙ୍କୁ ଯଥାମାନ୍ୟ କରିନାରାୟଣ ଶ୍ରୀଚରଣେ ବହୁ ଭକ୍ତି କରି ।ବୈକୁଣ୍ଠନାଥ ବୋଇଲେ ମଦନକୁ ଚାହିଁଯାଅ ବାବୁ ମର୍ତ୍ତ୍ୟେ ଦେବକାର୍ଯ୍ୟ କର ତୁହି ।ଏକାମ୍ର କାନନେ ହର ହେଲା ବହୁଦିନତପ କରୁଛନ୍ତି ପାପ ହେବାକୁ ମୋଚନ ।ଘୋର ତପ କରୁଛନ୍ତି ଅନାହାରେ ହରତାଙ୍କ ପାଶେ ଯାଇ ଯୋଗ ତୁମ୍ଭେ ଭଗ୍ନ କର ।ଶିବ ବୀର୍ଯ୍ୟେ ଯଦି ଜନ୍ମ ନ ହେବେ କୁମରକେଭେ ନ ମରିବ ଦୁଷ୍ଟ ତାରକା ଅସୁର ।ଯହୁଁ ସମସ୍ତ ଘଟଣା ପ୍ରଭୁ ବୁଝାଇଲେଯିବା ପାଇଁ ସନମତ ମଦନ ଯେ କଲେ ।ପୁଣି ଆଜ୍ଞାଦେଲେ ପ୍ରଭୁ ବ୍ରାହ୍ମଣ ଠାକୁରରତିଦେବୀଙ୍କୁ ପଠାଇ ପାର୍ବତୀ ପାଶର ।ତୁମ୍ଭେ ଯାଇ ଶିବଙ୍କର ତପ କର ତୁଷ୍ଟରତିଦେବୀ ପାର୍ବତୀଙ୍କୁ କରନ୍ତୁ ଉଚ୍ଚାଟ ।ଦୁଇଜଣଙ୍କର ଅଙ୍ଗେ ମାର ଫୁଲ ଶରଯେପରି କାମେ ଉତ୍ୟକ୍ତ ହୋନ୍ତିୁ ଉମା ହର ।ସର୍ବଦେବ ମଦନକୁ ଆଶୀର୍ବାଦ କଲେଯାଅ ବାବୁ ଦେବକାର୍ଯ୍ୟ କରସି ବୋଇଲେତୁମ୍ଭ ଯୋଗେ ନିଶ୍ଚେ ଦୁଷ୍ଟ ଦୈତ୍ୟ ନାଶଯିବକାଳ କାଳକୁ ଯେ କୀର୍ତ୍ତିଧ୍ୱଜା ଉଡ଼ାଇବ ।ବହୁ ରତ୍ନେ ବିଭୂଷିତ କଲେ ମଦନକୁବାହାରିଲେ କାମଦେବ ଏକାମ୍ର ବନକୁ ।କାମଦେବ ଭାବେ ମୁଁ ତ ନିଶ୍ଚୟ ମରିବିଯୁଗ ଯୁଗକୁ କୀରତି ଜାଣ ମୁଁ ରଖିବି ।ନିଜ ପୁରେ ଯାଇ ଦେବ ପ୍ରବେଶ ହୋଇଲେରତି ଦେବୀଙ୍କ ଆଗରେ ସବୁ ବଖାଣିଲେ ।ଶୁଣିଲା ମାତ୍ରକେ ରତି ଜ୍ଞାନ ହରାଇଲେକରେ ଅନୁରୋଧ ତୁମ୍ଭେ ଯାଅନା ବୋଇଲେମଦନ ବୋଲନ୍ତି ଦେବୀ ଶୀଘ୍ର ସଜ ହୁଅଜନ୍ମ ହେଲେ ମୃତ୍ୟୁ ଘଟେ ଜାଣ ଗୋ ନିଶ୍ଚୟଦେବତାଙ୍କ ଉପକାର ଆମ୍ଭେ ଯେ କରିବାଯୁଗ ଯୁଗକୁ କୀରତି ସଖି ଗୋ ରଖିବା ।ବହୁ ପରକାରେ ରତି ଦେବୀ ମନା କଲେସ୍ୱାମୀଙ୍କ ଚରଣ ଧରି ବାହୁନି କାନ୍ଦିଲେ ।ହରିଶ୍ଚନ୍ଦ୍ର ନାମେ ରାଜା ଏକା ପୂର୍ବେ ଥରେସତ୍ଯେ ସପ୍ତଦ୍ୱୀପା ମହୀ ବିଶ୍ୱାମିତ୍ର ଦେଲେ ।ଦକ୍ଷିଣା ପାଇଁକି ଭାରିଯାକୁ ବିକ୍ରିକରିମୃତ୍ୟୁପରେ ସ୍ବର୍ଗେ ସେହି ବାସକଲେ ଗୌରୀଏହିପରି ରତିକୁ ବହୁତ ବୁଝାଇଲେପାର୍ବତୀ ନିକଟେ ଯାଅ ବୋଲି ଆଜ୍ଞାଦେଲେତେଣୁ ମହାସତୀ ସ୍ୱାମୀ ଆଜ୍ଞା ଶିରେ ବହିବିଷ୍ଣୁ ସୁମରିଣ ସତୀ ପତି ପାଦ ଧ୍ୟାୟି ।ପତିଦେବ ଚରଣରେ ପ୍ରଣିପାତ ହୋଇପାଦରଜ ବୋଳେ ମୁଣ୍ଡେ ରତି ଦେବୀ ନେଇଆଗ ରତି ଦେବୀଙ୍କୁ ଯେ ମଦନ ପେଶିଲେପାର୍ବତୀ ନିକଟେ ତୁମ୍ଭେ ଯାଅ ହେ ବୋଇଲେତୁମ୍ଭେ ଦେବୀଙ୍କ ଅଙ୍ଗରେ ମାର ଫୁଲ ଶରମୁହିଁ ତବ ପାଶେ ଗୋରୀ ହୋଇବି ହାଜର ।ପାର୍ବତୀଙ୍କଠାରୁ ମୁହିଁ ଅନୁମତି ନେବିତେବେ ଯାଇଁ ତ କୈଳାସ ପତିଙ୍କ ପାଶେ ଯିବିଶୁଣି ରତିଦେବୀ ସ୍ୱାମୀ ପାଦେ ଦେଇ ଚିତ୍ତସୁବେଶ ହୋଇଣ ଗୋରୀ ଚଳିଲେ ତୁରିତ ।କଇଳାସରେ ଉମାଙ୍କ ନିକଟେ ମିଳିଲେଖଣ୍ଡେ ଦୁରେ ରହି ଫୁଲଶର ପ୍ରହାରିଲେ ।ବହୁ ଦିନ ହେଲା ଶୂଳି ନାହାନ୍ତି ପାଶରକାମାନଳେ ଦେବୀ ହୃଦ ଦେହ ଜର ଜର ।କିପରି ମହାଦେବଙ୍କୁ ପାଇବେ ସୁନ୍ଦରୀସେହି ଚିନ୍ତାରେ ମହେଶ ନାରୀ ହେଲେ ଘାରି ।ପଣେ କାମଦେବ ରତି ଦେବୀଙ୍କୁ ପଠାଇନିଜେ ଅନୁକୂଳ କଲେ ଦିବ୍ୟ ବେଶ ହୋଇ ।ତହିଁ ବାହାର ହୋଇଲେ ରତିଦେବୀ ବରମଳୟ ଚୋର ବସନ୍ତ ବାହାରେ ସଙ୍ଗର ।ହାଃ ହାଃ ହୁଃ ହୁଃ ସହିତରେ ବହୁ ବିଦ୍ୟାଧରୀରମ୍ଭା ମେନକା ସହିତେ ତିଳୋତ୍ତମା ନାରୀକାମଦେବଙ୍କ ସଙ୍ଗରେ ଗମନ୍ତି ସମସ୍ତେବାଛି କାମ ପୁଷ୍ପବାଣ ଧରି ଦକ୍ଷ ହସ୍ତେ ।କୈଳାସ ପର୍ବତେ ଯାଇ ପ୍ରବେଶ ହୋଇଲେପାର୍ବତୀ ଦେବୀଙ୍କ ପାଦପଦ୍ମେ ପ୍ରଣମିଲେ ।ଦେବୀ ବୋଲନ୍ତିରେ ବତ୍ସା ତୋ କଲ୍ୟାଣ ହେଉଏମାନଙ୍କୁ ସଙ୍ଗେ ଘେନି କେଉଁଆଡ଼େ ଯାଉ ।ମଦନ ବୋଇଲେ ମାତ ଯାଉଅଛି ମୁହିଁଏକାମ୍ର କାନନେ ଶିବ ତପ ଧ୍ୱଂସ ପାଇଁ ।ଆସିଲେ ଭୋ ତାରକା ଅସୁର ମରିବଯେଣୁ ମୋତେ ପେଶିଛନ୍ତି ମିଳି ସର୍ବ ଦେବ ।ଯହୁଁ ମହାମାୟା ଶିବ ଆସିବା ଶୁଣିଲେମଦନକୁ ବହୁ ପରଶଂସା ଦେବୀ କଲେ ।ବୋଇଲେରେ ବାବୁ ଯେବେ ଆଣି ତୁ ପାରିବୁବହୁ ଉପକାର ମୋର ତୁହି ଯେ କରିବୁ ।ବହୁଦିନ ହେଲା ଗଲେଣି ତ୍ରିଶୂଳଧରକିପରି ରହିବି ମୁହିଁ ଏକା କୈାଳାସର ।ଏବେ ତ ଅଟଇ ପୁଣି ମୁହିଁ ନବଯୁବାନୁହଇ ସଧବା କିବା ନୁହଁଇ ବିଧବା ।ଜୀବନରେ ଦିନେ ମାତ୍ର ସୁଖ ମୁଁ ନ କଲିଧିକ ଏ ନାରୀ ଜନମ କିମ୍ପା ମୁଁ ହୋଇଲି ।ଏତେ କହି ଦେବୀ ନେତ୍ରୁ ବହେ ନୀର ଧାରବୁଝାଇଲେ ମଦନ ଯେ ବହୁ ପରକାର ।ଦେବୀ ବୋଇଲେ ତାଙ୍କର ପାଶେ ମୁହିଁ ଯିବିକିପରି ଅଛନ୍ତି ତାଙ୍କୁ ଦର୍ଶନ କରିବି ।ମଦନ ବୋଇଲେ ମାତ ନିଶ୍ଚେ ଭଲ ହେବପ୍ରଭୁଙ୍କୁ ସଙ୍ଗରେ ଘେନି ଆନନ୍ଦେ ଫେରିବ ।ମନ ଆନନ୍ଦରେ ସର୍ବେ କଇଳାସ ଛାଡ଼ିବହୁତ ଗିରି କନ୍ଦର ଯାଉଥାନ୍ତି ମାଡ଼ି ।ଚାଲି ଚାଲି ବହୁଦିନ ପଥଶ୍ରମ ହୋଇଏକାମ୍ର କାନନେ ସର୍ବେ ମିଳିଲେକ ଯାଇ ।ଖୋଜିଲେ କେବଣ ସ୍ଥାନେ ଅଛନ୍ତି ଈଶ୍ୱରନ ପାଇ କୌଣସି ସ୍ଥାନେ ସର୍ବେ ହେଲେସ୍ଥିର ।ରତିଦେବୀ ବୋଇଲେ ମୁଁ ନ ପାରଇ ଚାଲିବିଶ୍ରାମ କରିବି କିଛି ସମୟ ନ ବୁଲି ।ଏ ସମୟେ ଗଡ଼ୁ ହସ୍ତେ ଏକ ମୁନିବରସ୍ନାନ ସାରି ଯାଉଛନ୍ତି କମଣ୍ଡଳୁ କର ।ଥୋକାଏ ବାଟ ଯେ ତହୁଁ ଋଷିବର ଗଲେଖଣ୍ଡିଏ କୁଟୀର ମଧ୍ୟେ ପ୍ରବେଶ ହୋଇଲେ ।ଦେଖି ଋଷିଙ୍କୁ ପାର୍ବତୀ ଦେବୀ ଯେ ବୋଲନ୍ତିଏହି ବନେ ବୋଧେ ବହୁ ଋଷିବର ଛନ୍ତି ।ଚାଲ ଆଗେ ଦେଖା ଯାଉଅଛି ଯେ କୁଟୀରସେ ସ୍ଥାନରେ ରହିଛନ୍ତି ଏକ ମୁନିବର ।ତାଙ୍କୁ ପଚାରିଲେ ନିଶ୍ଚେ ସେ ଯେ କହିଦେବେଯଦି ଏହିଠାରେ ମହେଶ୍ୱର ନିଶ୍ଚେ ଥିବେ ।ଶୁଣିଣ ସର୍ବେ ଋଷିଙ୍କ ନିକଟେ ଚଳିଲେଚୌରାଅଶୀ ଶିଷ୍ୟ ଋଷି ସଙ୍ଗରେ ଦେଖିଲେଅଗସ୍ତି ନାମ ତାଙ୍କର ବ୍ରହ୍ମଋଷି ସେହିତାଙ୍କ ପାଦତଳେ ସର୍ବେ ନମିଲେକ ଯାଇ ।ପାର୍ବତୀଙ୍କୁ ଚିହ୍ନି ଋଷି ଆଶୀର୍ବାଦ କଲେମନ କାମନା ପୂରଣ ହେଉ ତୋର ଭଲେ ।ବିନୟରେ ଦେବୀ ପଚାରନ୍ତି ଯତିବରଦେଖିଛନ୍ତି କି କେଉଁଠି ଅଛନ୍ତି ଶଙ୍କର ।ଶୁଣିର ବୋଲନ୍ତି ଋଷି ଦେଖିଅଛି ମୁହିଁବିନ୍ଦୁ କୁଣ୍ଡ ପୂର୍ବେ ଛନ୍ତି ଧ୍ୟାନମଗ୍ନ ହୋଇ ।ଶୁଣିଣ ସକଳେ ମନେ ଆନନ୍ଦ ହୋଇଲେମହାଦେବଙ୍କ ନିକଟେ ଯିବା ସଜ ହେଲେ ।ସେ ସ୍ଥାନ ଶୋଭାକୁ ସମ ନାହିଁ ତିନିପୁରସର୍ବ ତୀର୍ଥ ଲୁଚିଛନ୍ତି ଯେ ବିନ୍ଦୁ ସାଗର ।ପବିତ୍ର ସ୍ଥାନ ଦେଖିଣ ଦେବୀ ମାହେଶ୍ୱରୀବୋଇଲେ ଏ ସ୍ଥାନେ ଆମ୍ଭେ ରୁହନ୍ତୁ କିପରି ।ମଦନ ରତିଦେବୀ ଉମା ଗନ୍ଧର୍ବଗଣଖୋଜି ମିଳିଲେ ଯେ ଋଷି କହିବାର ସ୍ଥାନ ।ଦେଖିଲେ ପଦ୍ମାସନରେ ବସି ମହେଶ୍ୱରଲଗାଇ ଅଛନ୍ତି ଲୟ ଯେ ବ୍ରହ୍ମ ପଦର ।ଦେହୁ ସର୍ବ ରକ୍ତ ମାଂସ ଅଛି ଲୋପ ହୋଇମାତ୍ର ଚର୍ମ ଢାଙ୍କୁଣିଟି ଉପରେ ଅଛଇ ।ଶୁଖି ମୁଖପଦ୍ମ ଦିଶେ ପୋଡ଼ା କାଷ୍ଠ ପରିକୋଟରଗତ ଚକ୍ଷୁ ଯେ ଦିଶଇ ସବୁରି ।କେବଳ ଯେ ରହିଥାଏ ଅସ୍ଥି ମାତ୍ର ସାରଯୋଗ ଲୟ କରୁଥାନ୍ତି ସେ ପାର୍ବତୀବର ।ବାହ୍ୟ ଜଗତରେ ପ୍ରାଣ ତାହାଙ୍କର ନାହିଁପରଂବ୍ରହ୍ମ ପାଦେ ଭୋଳିଛନ୍ତି ଲୟଦେଇ ।ଯହୁଁ ଶିବଙ୍କ ବଦନ ପାର୍ବତୀ ଦେଖିଲେଆହେ ସ୍ୱାମୀ ବୋଲି ମାତ ରୋଦନ କରିଲେସାନ୍ତ୍ୱନା କରିଣ ତାଙ୍କୁ ରତିଦେବୀ ବରଫୁଲଧନୁ ଧରି ବିନ୍ଧିଲେ ସେ ଧାତିକାର ।ସକଳ ଗନ୍ଧର୍ବଗଣ ତାଳ ଯେ ଧଇଲେରମ୍ଭା ଉର୍ବଶୀ ମେନକା ନୃତ୍ୟ ଆରମ୍ଭିଲେ ।ଅଦିନରେ ବସନ୍ତ ଯେ ହେଲା ଆଗମନନବ ପଲ୍ଲବ ପୁଷ୍ପରେ ପୂରିଲା କାନନ ।ଯହୁଁ ବାରବାର ଧନୁ ମଦନ ବିନ୍ଧିଲେକାମବାଣେ ତିନିପୁର ଅଚେନ ହେଲେ ।ପକ୍ଷୀ ପକ୍ଷିଣୀଙ୍କୁ ଘେନି କରନ୍ତି ବିହାରଜୀବଜନ୍ତୁ ଯେ ଯାହାର ରଚିଲେ ଶୃଙ୍ଗାର ।କାମିନୀଗଣ ଯେ କାମ ବାଣେ ଭୋଳ ହେଲେବୃଦ୍ଧ ସଙ୍ଗେ ବୃଦ୍ଧାମାନେ କେଳି ଆରମ୍ଭିଲେ ।ନବ ପୁଲକ ହୋଇଲା ସଭିଙ୍କ ଶରୀରଅତି ବୃଦ୍ଧ ଖୋଜିଲେ ଯେ ଯୁବାନାରୀବର ।ଶିବଙ୍କ ହୃଦରେ ବାଣ କରି ଘନ ଘନସକଳ ସ୍ଥାନକୁ ବିନ୍ଧୁ ଥାଆନ୍ତି ମଦନ ।ବ୍ରହ୍ମେ ଲୟ ଲଗାଇଣ ଭୋଳାନାଥ ଥିଲେକାମ ଜ୍ୱାଳା ଶରୀରରେ ଅନୁଭବ କଲେ ।ମଦନ ଯେ ପ୍ରତି ସ୍ଥାନେ ବିନ୍ଧୁଛନ୍ତି ଶରନବ ତେଜେ ତେଜୀୟାନ ହୁଅନ୍ତି ଶଙ୍କର ।ଶୁଷ୍କଚର୍ମ ନବପଲ୍ଲବିତ ଯାଏ ହୋଇମାଂସ ରକ୍ତ ପୂର୍ବଠାରୁ ଅଧିକ ହୁଅଇ ।ମଦନଠାରୁ ଯେ ପ୍ରଭୁ ଦିଶିଲେ ସୁନ୍ଦରଦେଖିଣ ଆନନ୍ଦ ଦେବୀ ହୋଇଲେ ଅପାରନୂପୁର ଶବଦ ପୁଣି ସୁମଧୁର ଗାନବିବିଧ ବାଦ୍ୟେ ଗନ୍ଧର୍ବ ମୋହୁଛନ୍ତି ମନ ।ଏଣେ ମଦନ ଯେ ରତିଦେବୀ ସଙ୍ଗେ ଧରିଈଶ୍ୱରଙ୍କ ଅଙ୍ଗେ ବାଣ ଦିଅନ୍ତି ପ୍ରହାରି ।କାମଜ୍ୱାଳା ଯହୁଁ ବେଳୁ ବେଳ ବେଶି ହେଲାଯୋଗଲୟେ ଶିବଙ୍କର ମନ ନ ରହିଲା ।ଛନ୍ନ ଛନ୍ନ ମନେ ପ୍ରଭୁ ହୋଇଲେ ଅସ୍ଥିରବ୍ରହ୍ମ ମଧ୍ୟେ ପାର୍ବତୀଙ୍କୁ ଲୟେ କଲେ ହର ।ଅନଙ୍ଗ ବାଣରେ ପ୍ରଭୁ ଅଧୈର୍ଯ୍ୟ ହୋଇଲେକରେ ଚକ୍ଷୁ ମଳି ଦେବ ଅନାଇଣ ଦେଲେ ।ଦିବ୍ୟ ବେଶ ମଦନର ଅତି ମନୋହରତିନିପୁରେ ତା ସମାନ ନାହିଁ କେ ସୁନ୍ଦର ।ତପ ନଷ୍ଟ କଲୁ ବୋଲି ପରଜ୍ଜ୍ୱଳି ଭୋଳିଅନାଇ ଦିଅନ୍ତେ ହୁ ହୁ କାମ ଗଲା ଜଳି ।ଚାହୁଁ ଚାହୁଁ ଭସ୍ମ ହେଲା ଶରୀର ତାହାରଶେଷେ ଦେଖନ୍ତେ କେତେକ ପାଉଁଶ ମାତରପୁଣି ସନ୍ତୁଷ୍ଟ ନୟନେ ଦେଲେ ଦେବ ଚାହିଁପାର୍ବତୀ ଦେବୀ ପଛରେ ଛନ୍ତି ଉଭାହୋଇ ।ଆହେପ୍ରାଣେଶ୍ୱରୀ ବୋଲିକୋଳେ ବସାଇଲେଶିବଙ୍କୁ ପାଇ ପାର୍ବତୀ ଆନନ୍ଦ ହୋଇଲେ ।ପ୍ରେମଭରେ ଭୋଳାନାଥ ଆଲିଙ୍ଗନ କଲେବହୁଦିନେ ଯେଣୁ ପତି ପତ୍ନୀ ଭେଟ ହେଲେ ।ଶୁଣ ଆହେ ସାଧୁଜନେ ଏଣେ ଆନ ରସଶିବଙ୍କ କୋପେ ମଦନ ହୋଇଲେ ପାଉଁଶ ।କାମଦେବଙ୍କ ପଛରେ ରତିଦେବୀ ଥିଲେମଦନଙ୍କ ଭସ୍ମ ସେହୁ ଆଖିରେ ଦେଖିଲେ ।ଆହା ପ୍ରାଣନାଥ ବୋଲି ମୂର୍ଚ୍ଛାଗଲେ ତହିଁପିଣ୍ଡରୁ ପରାଣ ଛାଡ଼ିଗଲା ପ୍ରାୟ ହୋଇ ।ଦେବୀ ଉମା ମହେଶ୍ୱର ଅପସରୀ କିନ୍ନରରତିଙ୍କୁ ସାଷ୍ଟାମ କରି ମୁଖେ ସିଞ୍ଚି ନୀର ।ଉଠି ଦେବୀ ବସୁଧାକୁ କରେ ଉଣ୍ଡାଳନ୍ତିକେଣେ ପ୍ରାଣନାଥ ଗଲ ବୋଲିଣ କାନ୍ଦନ୍ତି ।ଶଚିଦେବୀ ମାତା ପୁଣି ଇନ୍ଦ୍ରଦେବ ପିତାବିଧାତା ଜାମାତା ପୁଣି ଅଟ ରତିଭର୍ତ୍ତା ।ରୋଦନ କରିଣ ରତି ହୁଅନ୍ତେ ବିକଳନବଯୌବନ ଗୌରୀର ଦିଶେ ଢଳ ଢଳ ।କେଶ ବାସ ଅସମ୍ଭାଳ ଧୂଳିରେ ଧୂସରମଥାଫାଟି ରକ୍ତ ବହିଯାଏ ଧାର ଧାର ।ଯେତେ ପ୍ରକାରେ ସଭିଏଁ ପ୍ରବୋଧ କରନ୍ତିକାହାର କଥାରେ ଦେବୀ ତୃପ୍ତ ନ ହୁଅନ୍ତି ।ବହୁ ବିକଳ ହୋଇଣ ବ୍ରହ୍ମାଙ୍କ କୁମାରୀହର ଗୌରୀ ନିକଟକୁ କାନ୍ଦି ଚଳେ ଗୋରୀ ।ଏଣେ ମହାଦେବ ମଦନକୁ ଭସ୍ମକରିପାର୍ବତୀ ଦେବୀଙ୍କୁ ହର ଛନ୍ତି କୋଳେ ଧରି ।ହାସ୍ୟ ପରିହାସେ ମାତ ମନୁ ଛାଡ଼ି ବ୍ରୀଡ଼ାମୁଖରେ ଚୁମ୍ବନ ଦେଇ ଆରମ୍ଭନ୍ତେ କ୍ରୀଡ଼ା ।ପାର୍ବତୀ ବୋଲନ୍ତି ନାଥ ଛନ୍ତି ବହୁଜନପାର୍ବତୀ ବୋଲନ୍ତି ଆଦି ସର୍ବେ ବିଦ୍ୟମାନ ।ଲାଜ ଛାଡ଼ି କିମ୍ପା ପ୍ରଭୁ ହେଉଛ ଆତୁରମୁଁ ପରା ପାଶରେ ବନ୍ଧା ରହିଣ ତୁମ୍ଭର ।ପତି ପତ୍ନୀଙ୍କର କ୍ରୀଡ଼ା ଏକାନ୍ତରେ ହୋଇଏ କଥାକି ଭୁଲିଗଲ ଜଣାଇବି ମୁହିଁ ।ବିଶେଷତଃ କାମ ଭସ୍ମ କରିଛ ହେ ଦେବଦେଖ ମହାସତୀ ପାଉଅଛି ପରାଭବ ।ସ୍ତିରୀଙ୍କ ବେଦନା ସିନା ସ୍ତିରୀଏ ଜାଣନ୍ତିତାକୁ ଦେଖୁ ଶୃଙ୍ଗାରରେ ନାହିଁ ମୋର ମତି ।ଆଗ ରତିକୁ ସନ୍ତୁଷ୍ଟ କର ଆହେ ଦେବପଛରେ ଶୃଙ୍ଗାର କଲେ ସୁଖ ଉପୁଜିବ ।ପଡ଼ି ହର ପାଦେ ରତି କରଇ ରୋଦନକିପରି ଧରିବି ପ୍ରଭୋ କହ ମୋ ଜୀବନ ।ଶ୍ରାବଣ ଧାରା ପରାୟେ ତା ନୟନୁ ବୀରରହି ଯାଉଥାଏ ହର ଗୌରୀ ପାଦ ପର ।ତୁମ୍ଭେ ଦେବ ଜଗତର ଅଟ ପିତା ମାତାସବୁଠାରେ ଅଟେ ତବ ଅଧିକ କ୍ଷମତା ।ଏତିକି ମାତର ପାଦେ ମାଗୁଣି ମୋହରସେ ସ୍ୱାମୀକୁ ଆଣି ପ୍ରଭୁ ମୋତେ ଦାନକରବହୁତ ତପ ଯେ ରତି ଶିବଙ୍କୁ କରିଲେସନ୍ତୁଷ୍ଟ ହୋଇଣ ଭୋଳି ବଚନ ଭାଷିଲେ ।କିମ୍ପା ଦେବୀ କାନ୍ଦୁଅଛୁ ମୋର ଦୋଷ ନାହିଁଜାଣୁ ଜାଣୁ ତୋର ସ୍ୱାମୀ ମଲାରେ ସୁମୁହୀଁଚଉଦ ମନରୁ ତପ ମୋର ନାଶ କଲାତେଣୁ କର୍ମ ଅଭାବରୁ ମଦନ ମରିଲା ।ତୋ ସ୍ୱାମୀ ମୋହର ତପ ଭାଙ୍ଗିଲାକ ଯେଣୁପାର୍ବତୀଙ୍କ ଅଙ୍ଗସଙ୍ଗ ଲଭିଲି ମୁଁ ତେଣୁ ।ନ ମରିଥିଲେ ମଦନ ମୋର ତପ କେହିନ ପାରିଥାଆନ୍ତେ ଭାଙ୍ଗି ଶକ୍ତି କାର ନାହିଁତେବେବଡ଼ ଜ୍ଞାନୀ ବୋଲି ମୋରପାଶେ ମଲାକାଳକାଳକୁ ବ୍ରହ୍ମାଣ୍ଡେ ଯଶ ସେ ରଖିଲା ।ନିଜେ ନାଶ ଯାଇ ପରେ କିଲା ଉପକାରତା ସମାନେ ତ୍ୟାଗୀ କେହି ନାହିଁ ତିନିପୁର ।ନ ମରିଥିଲେ ମଦନ ନ ଥାନ୍ତି ମୁଁ ଫେରିତାରକାସୁରକୁ କେହି ନ ପାରନ୍ତି ମାରି ।ଏତେ ବୋଲି ରତିକୁ ଯେ ସନ୍ନିଧିକୁ ରାଇଧାତୁ ଦ୍ରବ୍ୟ ଅଷ୍ଟାକ୍ଷର ଦେଲେ ସେ ଶିଖାଇ ।ବୋଇଲେ ମନ୍ତ୍ରର ଗୁଣ ଅଟଇ ଅପାରସମୁଦ୍ର ମନ୍ଥନେ ପାଇଥିଲି ପୁରସ୍କାର ।ଅତି ଗୋପନରେ ସଖୀ ମୁହିଁ ରଖିଥିଲିତୋହର ବିକଳ ଦେଖି ଆଜ ଦାନକଲି ।ଏହି ମନ୍ତ୍ର ଗୋଟି ପ୍ରତିଦିନ ଜପକଲେଯାହା ମନାସିବୁ ତାହା ମିଳିବ ବୋଇଲେ ।ଏହାର ମହିମା ଗୋଟି ଅଟେ ଅଗୋଚରନ ଲାଗଇ କ୍ଷୁଧା ତୃଷା ନିଦ୍ରା ଯେ ଆବର ।ଏ ମନ୍ତ୍ର ଜପିଲେ ସଦାକାଳେ ଯୁବା ଥିବରୋଗ ଶୋକ ଜରା ବ୍ୟାଧି ଅଙ୍ଗେ ନ ଛୁଇଁବ ।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ତିନିଶତ୍ରୁ ଦେଖିଲେ ମୁଖକୁ ହୋଇ ଯିବେ ତୁନି ।ଯେତେବେଳେ ଯେଉଁ ରୂପେ ଇଚ୍ଛା ହେବ ତୋରଏହି ମନ୍ତ୍ର ଜପକଲେ ହେବୁ ନାରୀବରଏ ମନ୍ତ୍ର ଗୋଟି ଜପିଲେ ସ୍ୱାମୀଙ୍କୁ ପାଇବୁନିଜ ମନକଥା ଗୋଟିଏ ପରେ ନ କହିବୁ ।ଆବର ଖଣ୍ଡିଏ ମାତ୍ର ମୂଳ ଘେନିଯାଅନବ ଉଚ୍ଚାଟନ ମହୌଷଧି ସାଧି ଖାଅ ।ଏ ମୂଳ ଖାଇଲେ ତୁହି ଦେବୁ ମହାଜ୍ଞାନୀଅତି ଆପଣାର ଲୋକେ ନ ପାରିବେ ଚିହ୍ନି ।ରତି ଦେବୀଙ୍କର ମନ ଥୋକେ ଶାନ୍ତି ହେଲାପତିଙ୍କୁ ପାଇବ ବୋଲି ଯହୁଁ ସେ ଜାଣିଲା ।ଶିବଙ୍କର ପଦରଜ ମୁଣ୍ଡେ ବୋଳି ସତୀଗନ୍ଧର୍ବ ସହିତେ ସ୍ୱର୍ଗେ ଚଳିଗଲେ ରତି ।ସର୍ବେ ଚଳିଯିବାରୁ ଯେ ଏକାନ୍ତରେ ହରମିଳିଲେ ଧବଳପୁର ନାମ ଯେ କନ୍ଦର ।ବିରହେ ବ୍ୟାକୁଳ ହୋଇ ଉମା ସଙ୍ଗେ ଶିବକୋଳେ ବସାଇ ହରଷେ ଗଣ୍ଡେ ଦେଲେ ଚୁମ୍ବମଦନ ତ ଲୋମେ ଲୋମେ ବିନ୍ଧିଅଛି ଶରରତି ମଧ୍ୟ ପାର୍ବତୀଙ୍କୁ କରିଛି ଆତୁର ।ଉନ୍ମାଦ ହୋଇଣ ଶିବ ପାର୍ବତୀ ଯେ ଦୁଇନାନା କଉତୁକେ କ୍ରୀଡ଼ା କଲେ ହର୍ଷ ହୋଇ ।ବହୁଦିନରୁ ସଞ୍ଚିତ ରେତ ରହିଥିଲାହରଙ୍କ କପାଳୁ ବ୍ରହ୍ମବୀର୍ଯ୍ୟ ଯେ ଖସିଲା ।ପାର୍ବତୀଙ୍କ ଗର୍ଭେରେ ତ ଯାଇଣ ମିଳିଲାସମ୍ଭାଳି ନ ପାରି ଦେବୀ ବାହୁଡ଼ି ଆସିଲା ।ପାଲଟିଣ ଶମ୍ଭୁ ବିନ୍ଦୁ ପଡ଼ିଲାକ ଢଳିଅକ୍ଷୟ କନ୍ଦର୍ପେ ମାତ୍ର ନ ଯାଏ ମଉଳି ।ଶୃଙ୍ଗାରେ ଯେବଣ ସ୍ଥାନ ଖାଲ ହୋଇଥିଲାବିନ୍ଦୁ ପଡ଼ନ୍ତେଣ ଏକ ବିବର ଫୁଟିଲା ।ସେହି ବିନ୍ଦୁ ପଡ଼ି ବିନ୍ଦୁ ସାଗର ହୋଇଲାପୁଣି ଥୋକାଏ ଏକ ବୀର୍ଯ୍ୟ ଉଛୁଳି ପଡ଼ିଲା ।ସଂସାର ଧାତୁ ନାମରେ ହୋଇଲା ବିଦିତପାରା ବୋଲି ଯେଉଁ ଧାତୁ ହୋଇଛି ବିଖ୍ୟାତ ।ଆଉ ଥୋକା ଏକ ବିନ୍ଦୁ ଶିବ ହସ୍ତେ ଧରିପବନ ଦେବତାକୁ ଯେ ବୋଇଲେ ହକାରି ।ଆହେ ମରୁତ ଆମ୍ଭର ବୋଲ ମାନି ତୁହିଉପଯୁକ୍ତ କ୍ଷେତ୍ରେ ଏହି ବିନ୍ଦୁ ପକା ନେଇ ।ଏ ବୀର୍ଯ୍ୟ ମଧ୍ୟରୁ ଜାତ ହେବ ଯେଉଁ ସୁତପୃଥିବୀ ମଧ୍ୟରେ ଦେବୀ ସେହି ବଳବନ୍ତ ।ତାରକାସୁରକୁ ସେହି ନିଧନ କରିବଏହା କହି ବିନ୍ଦୁ ଦେଲେ ପବନକୁ ଶିବ ।ସେଠୁ ଈଶ୍ୱର ପାର୍ବତୀ କଇଳାସେ ଗଲେଅତି ଯତନେ ବିନ୍ଦୁକୁ ବାୟୁ ସାଇତିଲେ ।ଏଥୁଅନ୍ତେ ଶୁଣ ନରେ ଅପୂର୍ବ ବିଧାନଷଡ଼ କୁମାରୀଙ୍କୁ ଗୁଣ କରିବି ଲେଖନ ।ଏକସ୍ଥାନେ ବାଳୁତ କୁମାରୀ କେତେ ଜଣଖେଳ ଖେଳୁଥାନ୍ତି ସର୍ବେ ହରଷ ହୋଇଣ ।ବରୁଣ ଆଦିତ୍ୟ ଇନ୍ଦ୍ର ଚନ୍ଦ୍ରଙ୍କ କୁମାରୀଏକୁ ଏକ ବଳି ସର୍ବେ ଅଟନ୍ତି ସୁନ୍ଦରୀ ।କାହାକୁ ବୟସ ବାର କାକୁ ଅଟେ ତେରଅତି ବେଶି ହେଲେ କାରେ ହୋଇବ ପନ୍ଦର ।ଖେଳ ସାରି ସର୍ବଜେନ ସ୍ନାହାନ ସାରିଲେଶୀତେ ଜଳ ମଧ୍ୟେ ଥାଇ ଥରହର ହେଲେ ।ସ୍ନାନ ସାରି ଓଦା ବସ୍ତ୍ର ଅଙ୍ଗେ ଢାଙ୍କି ଗୋରୀଦୂରେ ଅନଳ ଜଳୁଛି ଦେଖିଲେ କୁମାରୀ ।ଶୀତେ ଥରି ଯାଉଥାଏ ସଭିଙ୍କ ଶରୀରଅନଳ ନିକଟେ ଯାଇ ହୋଇଲେ ହାଜର ।ଓଦାଲୁଗା ଫିଙ୍ଗିଦେଇ ଉଲଗ୍ନ ହୋଇଣଅଗ୍ନି ଚଉପାଶେ ଘେରି ବସିଲେ ହର୍ଷେଣଅନଳ ଚତୁଃପାର୍ଶ୍ୱରେ ସର୍ବେ ଛନ୍ତି ବେଢିଦେହେ ବସ୍ତ୍ର ନାହିଁ ସବୁ ତଳେ ଅଛି ପଡ଼ି ।ଯହୁଁ ମରୁତ ଦେଖିଲା ସର୍ବେ ବିବସନଭାବିଲା ମୋହର କାର୍ଯ୍ୟ କରିବି ସାଧନ ।ଯାଉଛି ବୀର୍ଯ୍ୟ ମୁଁ ଦେବି ଅନଳେ ପକାଇପୋଡ଼ି କୁମାରୀଙ୍କ ଗର୍ଭେ ଯିବ ସେ ପଳାଇ ।ଗୁପ୍ତେ ରେତ ଆଣି ପବନ ଯେ ପକାଇଲାଅନଳ ତେଜରେ ବିନ୍ଦୁ ତରଳି ପଡ଼ିଲା ।ଉଲଗ୍ନ ହୋଇଣ କୁମାରୀ ଯେ ଥିଲେ ବସିନିଜ ସ୍ଥାନ ଦେଖି ବିନ୍ଦୁ ଗର୍ଭେ ଗଲା ପଶି ।କମଳ ମୂଳ ଦେଇଣ ବ୍ରହ୍ମବୀର୍ଯ୍ୟ ଗଲାଭ୍ରମର ଗୁମ୍ଫା ମଧ୍ୟରେ ଯାଇଣ ମିଳିଲା ।ଭେଟୁ ନାଭିଚକ୍ର ଦ୍ୱାରମାନ ହେଲା ବନ୍ଦଅତି ଅଦ୍ଭୁତ କରମ ହେଲା ବଡ଼ ମନ୍ଦ ।ଦିନୁ ଦିନ କୁମାରୀଙ୍କ ଗର୍ଭ ବିକାଶିଲାଯେତେ ଲୁଚାଇଲେ ମାତ୍ର କେଭେ ନ ଲୁଚିଲା ।ତହୁଁ ସର୍ବ କୁମାରୀଏ କରିଲେ ବିଚାରଉଦ୍ଗାରୀ ସମସ୍ତେ କରିଦେବା ଯେ ବାହାରସେହି ଉପାୟଟି ଷଡ଼କନ୍ୟା କରି ସ୍ଥିରଉଜାଣି ପବନ ଭିଡ଼ି କଲେ ସେ ଉଦ୍ଗାର ।ଉଦ୍ଗାରନ୍ତେ ଭୂମି ତଳେ ପଡ଼ନ୍ତି କୁମରଦେହେ ନାଳ ଜର ଜର ବଡ଼ାଇ ସୁନ୍ଦର ।ତହିଁ କୁମାରୀଏ କଥା ଏକ ସ୍ଥିରକରିପଦ୍ମନାଦେ ବାନ୍ଧିଲେକ ସର୍ବ ଏକ କରିଷଡ଼ପୁତ୍ର ଏକ କରି ପଦ୍ମପତ୍ରେ ଭରିଜଳ ମଧ୍ୟକୁ ଯେ ଫିଙ୍ଗି ଦେଲେ ଭୟ କରି ।ଫୋପାଡ଼ି ଦେଇଣ ବାଳୀ ଯେଝା ଘରେ ଗଲେକାହାକୁ କିଛି ନ କହି ନୀରବ ରହିଲେ ।ଏଥୁଅନ୍ତେ ଶୁଣ ନରେ ଆନ ସମାଚାରପୋଟଳା ଭିତରେ ଶିଶୁ ହେଲା ଏକାକାର ।ସେ ତ ନିରଞ୍ଜନ ପୁରୁଷର ବ୍ରହ୍ମଚର୍ଯ୍ୟଷଡ଼ପୁତ୍ରେ ଏକ ହୋଇ ବିକଶିଲା ତେଜ ।ପ୍ରାଣେ ନ ମରି କୁମର ଏକତ୍ର ହୋଇଲାପାଦ ପ୍ରହାର କରନ୍ତେ ପୋଟଳା ଫାଟିଲା ।ଷଡ଼ମୁଣ୍ଡ ଦୁଇପାଦ ଦ୍ୱାଦଶ ଯେ କରମହା ତେଜୀୟାନ୍ ରୂପ ଅତି ବଳିୟାର ।ସ୍ୱର୍ଗେ ଥାଇ ଦେବଗଣ ପୁଷ୍ପ ବରଷିଲେବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ଆସି ନିକଟେ ମିଳିଲେ ।ପୁତ୍ରକୁ କୋଳରେ ଧାତା ଆଗ୍ରହେ ଧରିଲେଚନ୍ଦ୍ର ତାହାଙ୍କ ପାଟିରେ ଅମୃତ ଯେଦେଲେକୁଆଁର ପୂର୍ଣ୍ଣମୀ ଦିନ କୁମାରୀ ଗର୍ଭରଜନ୍ମହେଲା ବୋଲି ନାମ ଦେଲେ ଯେ କୁମାର ।କୈଳାସରେ ଯହୁଁ ହର ପାର୍ବତୀ ଶୁଣିଲେପୁତ୍ରକୁ ନେବା ପାଇଁକି ସେ ଯେ ଦଉଡ଼ିଲେ ।ମହେଶ୍ୱରଙ୍କ ଆନନ୍ଦ କେ ପାରିବ କହିଦେବୀଙ୍କର ରଜ ଶିବଙ୍କର ବୀର୍ଯ୍ୟ ସେହି ।ନିଶ୍ଚେ ଦେବୀଙ୍କ ଗର୍ଭକୁ ରେତ ଥିଲା ଯାଇତେଣୁ ପୁତ୍ରଗୋଟି ପ୍ରାପ୍ୟ ତାହାଙ୍କ ଅଟଇ ।କନ୍ଦର୍ପଠାରୁ ସୁନ୍ଦର ରୂପ କୁମାରରକୋଳେ ଧରି ଦେବୀ ଚୁମ୍ବ ଦିଅନ୍ତି ମୁଖର ।କୈଳାସେ ନେଇଣ ପୁତ୍ର ପାର୍ବତୀ ଯାଆନ୍ତିଏ ସମୟେ ସୂର୍ଯ୍ୟ ଅସ୍ତଗାମୀ ହେଉଥାନ୍ତି ।ସ୍ୱଭାବେ ବାଳକ ଏକ କିଛି ଜାଣେ ନାହିଁକଉତୁକେ ସୂର୍ଯ୍ୟ ରଥ ହସ୍ତେ ଓଟାରଇ ।ଦକ୍ଷେ ସୂର୍ଯ୍ୟ ରଥ ବାମେ ଇନ୍ଦ୍ରକୁ ଟାଣିଲେଦେଖି ଦିନମଣି ମନେ ମହାଭୟ କଲେ ।ପାର୍ବତୀ ଦେବୀ ପୁତ୍ରକୁ ବହୁ ବୁଝାଇଲେମାତାଙ୍କ ବଚନେ କୁମାର ଯେ ଛାଡ଼ିଦେଲେ ।ପୁତ୍ର ବୀରତ୍ୱ ଦେଖିଣ ମାତା ପିତା ଦୁଇଭାବନ୍ତି ନିଶ୍ଚେ ତାରକା ମାରିବ ଯେ ଏହି ।କୈଳାସେ କୁମରମଣି ନିଶ୍ଚିନ୍ତରେ ରହିଶୁକ୍ଳପକ୍ଷ ଚନ୍ଦ୍ର ପରି ଜ୍ୟୋତି ବିକାଶଇ ।ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ଚରିତଶୁଣନ୍ତେ ଖଣ୍ଡଇ ଦେହୁ ଅଶେଷ ଦୂରିତ ।ଦିନେ ତାରକା ପୁରରେ ମହର୍ଷି ନାରଦମନ ଯାନେ ପ୍ରବେଶିଲେ କରି ବୀଣାନାଦ ।ନାରଦଙ୍କୁ ଦେଖିଣ ଯେ ତାରକା ଅସୁରପାଦେ ଅର୍ଘ୍ୟ ଦେଇ ପୂଜାକରେ ଦୈତ୍ୟବରବୋଇଲେ ହେ ମୁନିବର ନିସ୍ତରିଲି ମୁହିଁବ୍ରହ୍ମ ରଷିଙ୍କ ପୟର ରାଜ୍ୟେ ପଡ଼ିଛଇଁ ।ଆସ୍ଥାନ ଉପରେ ନେଇ ନାରଦେ ବସାଇସୁମିଷ୍ଟ ଦ୍ରବ୍ୟ ଭୋଜନ ନିମନ୍ତେ ଦିଅଇ ।ବୋଲଇ ହେ ମୁନିଶ୍ରେଷ୍ଠ କୁହ ଭଲ ମନ୍ଦତୁମ୍ଭେ ତ ତ୍ରିକାଳଜ୍ଞାତା ଜାଣ ସର୍ବ ଭେଦ ।ଅତୁଳ ଭକ୍ତି ମହର୍ଷି ଦେଖିଣ ତାହାରଖେଦ ମନେ ବସିଲେକ ବ୍ରହ୍ମାଙ୍କ କୁମର ।ଅସୁର ବୋଲଇ ଦେବ କିମ୍ପା ମନ ଦୁଃଖକରିଣ ବସିଛ ଶୁଖିଲା ଦିଶୁଅଛି ମୁଖ ।ଶୁଣିଣ ନାରଦ ଭାଷନ୍ତି ଯେ ଭୀତ ମନେକି କହିବି ବାକ୍ୟ ମୋର ନ ସ୍ଫୁରଇ କେହ୍ନେନିକଟେ ଶତ୍ରୁ ଗୋଟାଏ ଜାତ ହେଲା ତୋରବାଳକାଳୁ ରୂପ ତାର ମହା ଭୟଙ୍କର ।ଈଶ୍ୱର ବୀର୍ଯ୍ୟ ପାର୍ବତୀ ରଜରୁ ଯେ ସୁତମହା ବଳବାନ ହୋଇ ହୋଇଛି ସମ୍ଭୁତ ।ସମସ୍ତ ଦେବତାମାନେ କଉଶଳ କରିଶିବଙ୍କର ତପଭଗ୍ନ କରିଲେ ବିଚାରି ।ତୋତେ ମାରିବା ପାଇଁକି ଜନ୍ମିଛି କୁମାରତେଣୁ ମହାଭୟ ହୁଏ ମନରେ ଆମ୍ଭର ।ନାରଦଙ୍କଠାରୁ ଏହା ଶୁଣିଣ ଅସୁରଅଟ୍ଟହାସ୍ୟେ କମ୍ପାଇଲେ ବୀର ତିନିପୁର ।ନାରଦ ବୋଇଲେ ତୁମ୍ଭେ ଶ୍ରେଷ୍ଠ ଋଷି ହୋଇବିଗିଡ଼ି ଯାଉଛି ତମ ମଥା ଠିକ୍ ନାହିଁ ।ସାମାନ୍ୟ ବାଳକ ଦୁଗ୍ଧ ପୋଷ୍ୟ ଶିଶୁ ଛାରସେ ପୁଣି ପରାଣ ନେବ ନରକାସୁରର ।ଅସମ୍ଭବ କଥା ମୋତେ କୁହ ମୁନିବରଶୁଣିଲେ ଜଗତ ଜନେ ହସିବେ ପ୍ରଖର ।ପାତ୍ରମନ୍ତ୍ରୀ ରାଇ ଦୈତ୍ୟ ସଭା ମଧ୍ୟେ ବସିବୋଲେ ଅସମ୍ଭବ କଥା କହନ୍ତି ମହର୍ଷି ।ଏମାନେ ଅଟନ୍ତି ଋଷି ଦେହେ ବଳ ନାହିଁସାମାନ୍ୟ ଲୋକ ଦେଖିଲେ ଡରିଯାନ୍ତି ଏହିତେଣୁ ଭୟ ପାଇ ଆସିଛନ୍ତି ମୁନିବରନିଶ୍ଚୟ ସେ ଶିଶୁ କାଲି କରିବି ସଂହାର ।କରେ ବିକଟାଳ ରଡ଼ି ରଟମଟ ଚାହିଁସେହି ରଡ଼ି ଘାତେ ତିନିପୁର ଯେ କମ୍ପଇ ।କୁମାରୀ ଯେ କରେ ଏକ ଧନୁଶର ଧରିଏକାକୀ ଏକାମ୍ର ବନେ ଥିଲା ଯେ ବିହରି ।ତାରକା ଶବଦ ଯହୁଁ କର୍ଣ୍ଣରେ ଶୁଣିଲାକନ କନ ହୋଇ ଚଉଦିଗେ ଅନାଇଲା ।ଯେହ୍ନେ ଶିକାରେ ବାସରେ ଚାହେଁ ପଶୁବରତେସନେ କୁମରମଣି ଚାହେଁ ଚୌପାଶର ।ବୋଲେ କିଏରେ ପାମର କରୁଅଛୁ ରଡ଼ିଜାଣୁ ନାହୁଁ ମୋତେ ଗର୍ଜ୍ଜୁ ଯେହ୍ନେ ଘଡ଼ଘଡ଼ି ।ସେ ବନରେ ଏକ ବଜ୍ର ଫିଙ୍ଗି ପଡ଼ିଥିଲାଦକ୍ଷ କରେ କୁମାର ଯେ ଗୋଟାଇ ଧଇଲାବାମ ହସ୍ତରେ ଯୋଚିଲା ସେ ପନ୍ନଗା ଶରଶବଦକୁ ଅନୁସରି ବିନ୍ଧଇ ସତ୍ୱର ।ହୁଁକାର ନାଦ କରିଣ ସେହି ଶର ଗଲାସତୁରି ଯୋଜନ ଏକ ପର୍ବତେ ବାଜିଲା ।ପ୍ରଚଣ୍ଡ ମୂରତି ଶର କରି ଗରଜନତାରକାସୁର ମସ୍ତକେ ପଡ଼ିଲା ବହନ ।ଗର୍ବଭରେ ସିଂହାସନେ ବସିଥିଲା ବୀରସଭା ସ୍ଥଳେ ଥିଲେ ଲକ୍ଷ ଲକ୍ଷ ପରିଚାର ।ରତ୍ନ ସିଂହାସନେ ତୁଳିତଳ୍ପେ ନରସାଇଁଥିଲେ ବିଜେ କରି ବହୁ ସେବୁଥିଲେ ରହି ।କୁମରର ଶର ଗୋଟି ପଡ଼ି ମଥାପରଅସୁରର ଛଟପଟେ ହୋଇଲା ବାହାର ।ବଚନ ନ ଭାଷି ଦୈତ୍ୟ ଆଉଜି ପଡ଼ିଲାତକ୍ଷଣେ ତା ପିଣ୍ଡୁ ପ୍ରାଣପକ୍ଷୀ ଉଡ଼ିଗଲା ।ପାତ୍ର ମନ୍ତ୍ରୀ ଅମାନତ୍ୟ ଯେତେ ବସିଥିଲେକି ହେଲା କି ହେଲା ବୋଲି ସରବେ ଧାଇଁଲେଦେଖିଲେ ସରବେ ରାଜା ପିଣ୍ଡେ ପ୍ରାଣ ନାହିଁଶିଶୁମୁନା ଭେଦି ଶର ଯାଇଛି ପଳାଇ ।ଦୈତ୍ୟବର ପାଶେ ଯେତେ ପାର୍ଶ୍ୱଚର ଥିଲେରାଜା ଗୁଣ ବାହୁନିଣ ସରବେ କାନ୍ଦିଲେ ।ଦେବଋଷି ଆସ୍ଥାନ ଉପରେ ଥିଲେ ବସିରାକ୍ଷାସର ମୃତ୍ୟୁ ଦେଖି ମନେହେଲେ ଖୁସି ।ତକ୍ଷଣେ ମନଯାନରେ ଚଢ଼ି ଋଷିବରଦଣ୍ଡକରେ ସ୍ୱର୍ଗପୁରେ ହୋଇଲେ ହାଜର ।ତାରକା ମରଣ କଥା ଦେବଙ୍କୁ କହିଲେଶୁଣିଣ ଅମରଗଣ ଆନନ୍ଦ ହୋଇଲେଇନ୍ଦ୍ର ଚନ୍ଦ୍ର ବରୁଣାଦି ଦଶଦିଗପାଳଯେ ଯାହାର ଆସ୍ଥାନକୁ ଚଳିଲେ ସକଳ ।ସ୍ୱରଗ ପୁରେ କୁମାର ଉତ୍ସବ ହୋଇଲାମହାନନ୍ଦେ ଚଉଦିଗ ଚମକି ଉଠିଲା ।କାର୍ତ୍ତିକ ପୂର୍ଣ୍ଣିମା ଦିନ ତାରକା ଦାନବମରିବାରୁ ଦେବଗଣ ପାଳିଲେକ ସର୍ବ ।ଧାତା ଆଦି ଦେବଗଣ କୈଳାସେ ମିଳିଲେହର ପାର୍ବତୀଙ୍କୁ ବାର୍ତ୍ତା ଏହି ଜଣାଇଲେ ।କୁମାରକୁ ନିକଟକୁ ରାଇ ଦେବଗଣନାନାବିଧ ଅଳଙ୍କାର ମଣ୍ଡିଲେ ଯତ୍ନେଣ ।ତେତ୍ରିଶକୋଟି ଦେବତା ଏକମେଳ ହୋଇକଲ୍ୟାଣ କଲେ କୁମାର ହୁଅନ୍ତୁ ଦୀର୍ଘାୟୁ ।ବ୍ରହ୍ମା ଯେ ବୋଇଲେ ଏତ ଅଟେ ନିରଞ୍ଜନପୃଥିବୀର ଭାରାଭର କରିବ ଦହନ ।କାର୍ତ୍ତିକ ବୋଲିଣ ନାମ ଦେଲେ ଦେବଗଣସେ ଦିନୁ କାର୍ତ୍ତିକବ୍ରତ ହୋଇଲା ପାଳନ ।ଯେଣୁ କୁମାରୀ ଗର୍ଭରୁ ହୋଇଲେ ସମ୍ଭୂତସେ ନେଲ କୁମାର ନାମ ପୃଥିବୀ ବିଦିତ ।ତେଣୁ କୁମାରୀ କରନ୍ତି କୁମାର ପରବକୁମାର ପରାୟ ପତି ତାହାଙ୍କୁ ମିଳିବ ।ନୋକିଲେ ପାଇଲେ ପୁତ୍ର ତାହାଙ୍କ ସମାନଭକ୍ତିରେ କରିବେ ଯେହୁ ଏ ବ୍ରତ ପାଳନ ।ବିବାହିତା ବାଳୀମାନେ କରିଲେ ଏ ବ୍ରତନିଶ୍ଚେ କାର୍ତ୍ତିକ ସମାନ ପୁତ୍ର ହେବ ପ୍ରାପ୍ତ ।ଚିତ୍ତବୋଧ ଗ୍ରନ୍ଥ ଏ ଯେ ପୂର୍ବ ବିଧାନଶୁଣିଲେ ସର୍ବ କଳ୍ମଷ ହୋଇବ ଦହନ ।ସ୍ୱୟଂ ପରମ ପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଆରମ୍ଭିଲେ ଚିତ୍ତବୋଧ ହୋଲଣ ଆନନ୍ଦ ।କାଳ କରାଳ ମୂରତି ଦେଖି ନ ରହିଲେବୈକୁଣ୍ଠନାଥ ବୈକୁଣ୍ଠପୁରେ ପଳାଇଲେ ।ଚାରିଖଣ୍ଡ ଲେଖିବାକୁ ଆଦ୍ୟ ଛନ୍ତି କହିକିନ୍ତୁ ଅଧା ରଖି ଗଲେ ସ୍ୱରଗେ ପଳାଇ ।ଅସମ୍ପୂର୍ଣ୍ଣ ଗ୍ରନ୍ଥ ଦୁଇଖଣ୍ଡ ଥିଲେ ଥୋଇପ୍ରକାଶ କରିଲେ ଧର୍ମଗ୍ରନ୍ଥ ଷ୍ଟୋର ନେଇ ।
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି