ଛୁଞ୍ଚି ଓ ଚାଲୁଣୀ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୪
- ସ୍ଥିତି
- ସାର୍ବଜନୀନ (Public domain)
ଚାଲୁଣୀ କହଇ, “ଛୁଞ୍ଚି ରେ, ତୋର ଛିଦ୍ରକୁ ଅନାବଡ଼ ଲାଜକଥା ସିନା ଏ । ଧିକ ବିଧିକୁ ନାନା ।କରୁ ତୁହି ଲୁଗା ସିଲେଇ ସତ ମାନୁଛି ମୁହିଁ,ଏ ଦୁର୍ବହ ଲଜ୍ଜା ମାତ୍ରକ ସହି ଥାଉ ତ ତୁହି ।କେମନ୍ତେ ଲାଞ୍ଛନା ଘୁଞ୍ଚିବ ସଦା ମୋର ଭାବନା ।”ଛୁଞ୍ଚି କହୁଅଛି, “ଗୋଦରି ! ନିଜ ଗୋଡ଼କୁ ଅନା ।ସହସ୍ର ଛିଦ୍ର ଯେ ନିଜର ! ତାହା ଦେଖି ନ ଦେଖୁ,ଗୋଟିକ ଛିଦ୍ରଏ ମୋହର, ତାକୁ ବାହୁନି ଲେଖୁ ।ସାରା ସଂସାର ଏ ବେଭାର ତୁ ବା କରିବୁ କିସ,ବିଷଦୃଶ କିପାଁ ଏ ସୃଷ୍ଟି କଲ ହେ ଜଗଦୀଶ ।”ସାରା ଶ୍ରେଷ୍ଠଜୀବ ମାନବ ମଧ୍ୟେ ଏହି ବେଭାର,ନିରନ୍ତର ଦେଖା ଯାଉଛି ସ୍ୱାର୍ଥ କାରଣ ତାର ।ନିଜଦୋଷ ଦେଖି ମାନବେ ପର ଦୋଷ ବିଚାର,କରୁଥିଲେ ସ୍ୱର୍ଗ ପାଲଟି ଯା’ନ୍ତା ଏହି ସଂସାର ।ପ୍ରକତି ଓ ସମାଜ
(୧)
ଚାଲୁଥିଲି ପଲ୍ଲୀପଥେ ନିର୍ଜ୍ଜନ ଭ୍ରମଣେ,ଗଛହଣା ଶଦ୍ଦ ଦୂରୁ ଶୁଣିଲି ଶ୍ରବଣେ ।ଜନପଦ ଉପକଣ୍ଠେ ଥିଲା ଉପବନନାନାଜାତି ଲତାଦ୍ରୁମେ ନୟନ−ରଞ୍ଜନ ।କେତେ ଥର ଦେଖି ତୃପ୍ତ ହୋଇଥିଲା ଚିତ୍ତଦେଖିଲଇଁ ଆଜି ଆହା ଦୃଶ୍ୟ ବିପରୀତ ।ହାଣି ତାହା ପଦା କିଏ କରିଛି ସେ ସ୍ଥାନଚଉକତି ଚଷି ପୁଣି ବୁଣି ଅଛି ଧାନ ।ମଝିରେ ଝୁମୁକିଝାଟି ବତା କାଠ ଜାଳପୋତି ଠିଆ କରିଅଛି କୁଟୀର କଙ୍କାଳ ।ଦେଖି ହେଲା ଦୁଃଖ, ଆସି ଓଳଗିଲା ଚଷା—“ବାବୁ ତୋଳୁଅଛି ଘର; ଛାମୁତ ଭରସା ।ଶୁଣି ତେର କଥା ମୋର ଜଳିଗଲା ହାଡ଼,କହିଲି, “ଦୂର ହୋ ମୂର୍ଖ ଅଜ୍ଞାନ ଚୁହାଡ଼ ।
(୨)
ଗୃହେ ଫେରି ଗୁମାସ୍ତାକୁ କଲି ତିରସ୍କାର—“ମୋ ବିନା ଆଦେଶେ କିପାଁ କଲ ଏ ପ୍ରକାର ?”କହିଲା, “ସଲାମି କର ମିଳିଯିବ କିଛିହାତରୁ ରାଜସ୍ୱ ଗଣି ଦେବାକୁ ହେଉଛି ।”ବିଚାରିଲି, ‘ଏ ଦେଶରେ ନାହିଁ ମନୁଷ୍ୟତାନାହିଁ ସୌନ୍ଦର୍ଯ୍ୟର ଜ୍ଞାନ କବିତ୍ୱ କ୍ଷମତା ।’ଗଲା କିଛିକାଳ ବହି, ଗଲି ମୁଁ ଭ୍ରମଣେଡାକି ନେଲା ସେ କୃଷକ ମୋତେ ତା ଅଙ୍ଗନେକେତେ ଜାତି ଲତା ବୃକ୍ଷେ ଫଳଅଛି ଫଳ,ନାରୀ ଏକ ଆଳବାଳେ ଢାଳୁଅଛି ଜଳ ।କୁଟୀରଅଙ୍ଗନେ ବନ୍ଧା ଗାଈ ଦୁଇ ଚାରିକୃଷକବାଳିକା ଘରେ ପଢ଼ାଉଛି ସାରୀ ।କୃଷକର ସାନପୁଅ ରଖି ମେଷଛାଗ,ଗ୍ରାମଦଣ୍ଡା ଆଡ଼ୁ ଛାଡ଼ିଅଛି ଗ୍ରାମ−ରାଗ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ