ଆଲୋତ ଓ ଅନ୍ଧାର
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୨
- ସ୍ଥିତି
- ସାର୍ବଜନୀନ (Public domain)
ଆଲୋକ କହଇ, “ଛିରେ ଅନ୍ଧାର ତୁ କଳାଦେଖ ମୁହିଁ କି ଉଜ୍ଜ୍ୱଳ, ଗୌରବର୍ଣ୍ଣ, ଧଳା !ସର୍ବେ ମୋତେ ସୁଖ ପା’ନ୍ତି ମୁହିଁ ଜୀବମିତ୍ର,ତୁ ଅଟୁ ପ୍ରାଣୀର ଅରି ଅତୀବ କୁତ୍ସିତ !ଉଦ୍ଭିଦ, ମାନବ, ଶିଶୁ, ବୃଦ୍ଧ, ଯୁବାଜନସମସ୍ତେ ମୋହର ଭକ୍ତ, ମୁଁ ଜୀବଜୀବନ ।”ଅନ୍ଧାର କହଇ, “ସତ ଭବେ ତୋ ଆଦରତାହାର କାରଣ କିନ୍ତୁ ଅସ୍ତିତ୍ୱ ମୋହର ।ମୋ ଅସ୍ତିତ୍ୱ ଯେବେ ବନ୍ଧୁ ସଂସାରେ ନ ଥାନ୍ତା,କିଏ କିପାଁ ତୋର ଭାଇ କଣିକା ଲୋଡ଼ନ୍ତା ?ମୁହିଁ ନିଦ୍ରା ପକ୍ଷପାତୀ, ଆୟୁବୃଦ୍ଧିକାରୀ,ମୋତେ ଲୋଡ଼ିଥାନ୍ତି ବେଳକାଳେ ନରନାରୀ ।ଅତ୍ୟନ୍ତ ଗର୍ହିତ ସର୍ବ—ଏ ଆପ୍ତବଚନ,ସମସ୍ତ ଲୋଡ଼ା ଭବେ, ଗର୍ବ ଅକାରଣ ।”
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ