ବୋଲେଭୀମଭୋଇ ହେଉଛନ୍ତି
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ସଂକଳନ: ଭଜନମାଳା
- ପଢ଼ିବା ସମୟ
- ୩୦ ମିନିଟ୍
- ଶବ୍ଦ
- ୪୭୮୭
- ସ୍ଥିତି
- ସାର୍ବଜନୀନ (Public domain)
ବାଇ ବିଷ୍ଣୁ କୁଟମାୟା ଧନ୍ଦାରେମାତି । ୪ ।୧୬୫-୨- ସ୍ୱାମୀପାଦେ । ୧୬୫-୭- କୀର୍ତ୍ତନ ଗୋଷ୍ଠି ।୧୬୫-୯- କେବେ ନୁହେଁ ଭଲ ହେଉଥିବ ବାଣ୍ଟି ।
( ୧୬୬ )
ଆନନ୍ଦେ ନାମବ୍ରହ୍ମେ ବିଚର, କର୍ମ କାମନାରେ ଭ୍ରମି ନ ମର । ଘୋଷା ।ଯେତେବେଳେ ବ୍ରହ୍ମ ଏକପାଦେ ଥିଲା ନ ଥିଲା ମାତ୍ରା ଅକ୍ଷର ।ହୋଇ ନିଶବଦ ନ ଥିଲା ଶବଦ ମହାଘୋର ଭୟଙ୍କର । ୧ ।ନ ଥିଲା ଏ ଜଳ ନ ଥିଲା ପବନ ନ ଥିଲା ସଚରାଚର ।ଜ୍ୟୋତି ନିରାକାର ଠୁଳ ଶୂନ୍ୟେ ଘର ନ ଥିଲା ଶୂନ୍ୟ ସଞ୍ଚାର । ୨ ।ନ ଥିଲା ଏ ଜ୍ୟୋତି ଯୁଗଳ ସରାଗ ସଙ୍ଗରେଖା ବି ରଙ୍ଗର ।ତରୁଜ ଗରୁଜ ଅରୁଜ ସରୁଜ ନ ଥିଲା ଦୀର୍ଘ ପ୍ରତିର । ୩ ।ନ ଥିଲା ଏ ପିଣ୍ଡ ନ ଥିଲା ବ୍ରହ୍ମାଣ୍ଡ ବଚନ ନ ଥିଲା ସାର ।ସିଦ୍ଧିତ୍ୟ ଅକ୍ଷର ବିଦିତ୍ୟେ ଗୋଚର କେ କଲା ବେଦ ବିଚାର । ୪ ।ନ ଥିଲା ଏ ଚାରି ଯୁଗ ଚାରି ଭୋଗ ନ ଥିଲା ଜପ ମନ୍ତର ।ପ୍ରଭୁ ଆସ୍ଥାନକୁ ମନ୍ତ୍ର ଯନ୍ତ୍ର ଧ୍ୟାନ ସହସ୍ରେ ଯୋଜନ ଅନ୍ତର । ୫ ।ବେଦ ବିଦ୍ୟା ଆଦି ମନ୍ତ୍ର ମଉଷଧି କି କରିବ ଏମାନର ।ବୋଲେ ଭୀମଭୋଇ ଗୁରୁପଦ ଧ୍ୟାଇ ଏକା ମୋ ଗୁରୁ ପୟର । ୬ ।
( ୧୬୭ )
ଆହେ ପ୍ରଭୁ ମହିମା ମେରୁ ଅଟ ଆପଣଆରତେ ଡାକିଲେ କିପାଁ ନ ଶୁଣ । ଘୋଷା ।୧୬୫-୧୩- ନ ଜାଣିଲେ ଆତ୍ମାର ଗତି ।ଦୁଖୀଜନଙ୍କ ଦୁଖ ନିବାରଣ ।କଳିଯୁଗେ ଯେତେକ ଜନ । ମିଥ୍ୟାଭାଷୀ ଦାମ୍ଭିକ ମନସେ ହେବେ ଅଗ୍ୟାନ । ପାପପଙ୍କେ ପଡ଼ି, କାମଜଳେ ବୁଡ଼ିକାଳିକା ଖପରେ ହେବେ ଦହନ । ୧ ।ଦେଖି ପ୍ରଭୁ ଆଗ୍ୟାଁ ବହନ । ଜନମିଲେ ଭଗତ ଜନତପୁସି ହୋଇଣକରି କ୍ଷୀରପାନ ଦୁଖେ ନେଲେ ଦିନପାପିମାନଙ୍କ ପାପ ଉଦ୍ଧାରଣ । ୨ ।ଜମ୍ବୁଦ୍ୱୀପ ମଧ୍ୟରେ ଜାଣ । ମାଳବିହାରପୁର ସ୍ଥାନପୂର୍ବେ ଥିଲା ଧାମ ।ଚାରିପାଖ ଗିରି ମଧ୍ୟେ ଅଛି ପୂରି ।କାଳନ୍ଦୀ ହ୍ରଦ ପ୍ରାୟେ ଶୋଭାବନ । ୩ ।ତଥିପରେ ପୁର ନିର୍ମାଣ । ସ୍ୱୟେଂ ବିଶ୍ୱକର୍ମା ଘଟଣକରିଛ ଆପଣ ।ହୀରା ନୀଳା ମୋତି ମାଣିକ୍ୟ ଲାଗିଛିପାପିମାନଙ୍କୁ ଦିଶେ ଭିନ୍ନାଭିନ୍ନ । ୪ ।ଏକ ଘର ଷୋଳଦ୍ୱାର ଚାରିଦିଗେ ହେଲେ ବାହାରଦିଶେ ମନୋହର ।ଲାଗିଅଛି ଧୂନି ଜଗିଛନ୍ତି ମୁନିଅଲେଖ ବାନାକୁ କରିଣ ଧ୍ୟାନ । ୫ ।ଧନ୍ୟ ଧନ୍ୟ ଧନ୍ୟ ସେ ସ୍ଥାନ ଷୋଳକଳା ଘେନି ଆପଣବିଜେ ଆଦି ବ୍ରହ୍ମ,କହେ ଭୀମଭୋଇ ମହିମାକୁ ଧ୍ୟାୟିସେ ଗୁରୁ ଚରଣେ ରହୁ ମୋ ମନ । ୬ ।
( ୧୬୮ )
ମହିମା ଆଗ୍ୟାଁ ଜଗତେ ଖ୍ୟାତ । ଏ କଳିଯୁଗରେ ନାମବିଖ୍ୟାତ । ଘୋଷା ।କଳିଯୁଗେ ସାତ୍ତ୍ୱିକ ମତ । ଏକାକ୍ଷର ହୋଇଲା ଜାତଶୂନ୍ୟରୁ ସମ୍ଭୁତ । ସେ ପୁରୁଷ ଜାତ ।ନର ଦେହରେ କେ କରିବ ଅନ୍ତ । ୧ ।କ୍ଷୀର ପାନେ ତୋଷିଲେ ଚିତ୍ତ । ମହୀ ଭ୍ରମଣରେ ଉଷତ ।ବାଛି ଭଗତଙ୍କୁ । ଆଗ୍ୟାଁ ଦେଲ ତାଙ୍କୁ ।ବୋଇଲ ହୁଅ ଅବଧୂତ ମତ । ୨ ।ମାଳବେହାରପୁର ସତ । ପୂର୍ବେ ଥିଲା ସ୍ଥାନ ଗୁପତ ।ମାଳ ମାଳ ଗିରି । ମଧ୍ୟେ ଛନ୍ତି ପୂରି ।ମାନ ସରୋବର ପ୍ରାୟେ ଶୋଭିତ । ୩ ।ସେ ଠାବରେ ଧୂନି ସମ୍ଭୁତ । ଅଣାକାର ପରେ ଯା ସ୍ଥିତ ।କି ଭାଗ୍ୟ ଅର୍ଜିଲେ ନର ଦେହ ପାଇ ।ଦର୍ଶନ ମାତ୍ରକେ ହେଲେ ମୁକତି । ୪ ।ପାପ ଆତ୍ମା ଦାମ୍ଭିକ ଚିତ୍ତ । ସେ ସ୍ଥାନେ ନୁହେ ଉପଗତ ।ଯହିଁରେ ପାବଚ୍ଛ ସତ ରଜ ତମସେଠାରେ ପାତକ ହେଉଛି ହତ । ୫ ।ଧୂନି ପୁରିଅଛି ସମସ୍ତ । ସେ ଧୂନିରେ ଦିଅ ତୁ ଚିତ୍ତକହେ ଭୀମ ଭୋଇ ଶ୍ରୀଗୁରୁଙ୍କୁ ଧ୍ୟାୟିରଖ ବା ନ ରଖ ମୁଁ ତୁମ୍ଭ ଭୃତ୍ୟ । ୬ ।
( ୧୬୯ )
ଅଣହିଂସା ଧର୍ମ ଏହି । ହିଂସା ନାହିଁ ।ଡାକି କହୁଛି ବୁଝାଇ । ଘୋଷା ।ପୃଥ୍ୱୀ ପରାୟେ ସହିଲେ ଧୀର ବଚନ କହିଲେ ।ଶାନ୍ତି ଶୀଳ ଦୟା କ୍ଷମା ବହିଲେ ଯାଇ ।ସମୁଦ୍ର ପ୍ରାୟେକ ବୁଦ୍ଧି । ସଦବ୍ରହ୍ମ ହେଲେ ସିଦ୍ଧି ।ସାଧୁସନ୍ଥ ବୋଲି କହି । ୧ ।ଆକାଶ ପ୍ରାୟେ ବିବେକ । ପରକାଶ ବ୍ରହ୍ମବାକ୍ୟମୁଖେ ବଚନ ଭାସିଲେ ବେଦ ଜନ୍ମଇ ।ପିଣ୍ଡବ୍ରହ୍ମାଣ୍ଡ ଏକତ୍ୱ । ମଣିଥାଇ ଏକମତ ।ତେଣୁ ଯୋଗୀନ୍ଦ୍ର ଅଟଇ । ୨ ।ଚାହୁଁ ଥାଇ ଚନ୍ଦ୍ରପଣେ । କରୁଣାଜଳ ନୟନେଦୁଷ୍ଟ ସନ୍ଥ କାହାକୁ ଅନ୍ତର ନ ଥାଇ ।ମନେ ନ କରି ବିକାର । ସର୍ବଭୂତେ ନିର୍ବିକାରତେବେ ଅତିଥ ବୋଲାଇ । ୩ ।ଧୀରପଣେ କହେ ସତ । ବୀରପଣେ ସାମରଥବାଚା ବିଚଳିତ କଦାଚିତ ନୁହଇ ।ସକଳ ଭୂତରେ ଏକ । ଏକ ଆତ୍ମା ପ୍ରାଏ ଦେଖ ।ଗୁରୁପଣକୁ ଯୋଗାଇ । ୪ ।ପାଳୁଥାଇ ଇନ୍ଦ୍ରପଣେ । ଅନ୍ତର ନ ଥାଇ ମନେଛପନା କୋଟିକି ପଡ଼ି ବାଣ୍ଟି ଦିଅଇ ।ବ୍ରହ୍ମଗ୍ୟାନ ତତ୍ତ୍ୱ କୁହେ । ବଚନରେ ତାରି ନିଏ ।ସାଧୁର ଲକ୍ଷଣ ଏହି । ୫ ।ସମସ୍ତଙ୍କୁ ବୋଲେ ମୋର । ମୁହିଁ ଅଟଇ ତୁମ୍ଭରଆପଣା ଆତ୍ମାକୁ ଶିଷ୍ୟଭାବେ ରଖଇ ।ଭଣେ ଭୀମ ଅରକ୍ଷିତ । ସେହିଟି ଏକା ଅତିଥତା ପାଦ ଧରିବି ଯାଇଁ । ୬ ।
(୧୭୦)
ଗୁରୁଙ୍କୁ ପରା ସେବୁଛ, ଜାଣୁଅଛି ॥
ସତ୍ୟକୁ ମିଥ୍ୟା ମଣୁଛ । ଘୋଷା ।ବ୍ରହ୍ମ ଯାହା ବୋଲିବାର ରଜବୀଜରୁ ବାହାରପୂରି ରହିଅଛି ସ୍ୱର୍ଗ ପାତାଳ ମଞ୍ଚ ।ଧର୍ମ ପୁରୁଷ ଅଟଇ ଜନ୍ମ ମୃତୁ ନ ଲାଗଇନୁହନ୍ତି କାହାରି ବଶ ।୧।ଭଗତ ଅଙ୍ଗରେ ସିନା ପଡ଼େ ଏହୁ ଧର୍ମ ଚିହ୍ନାଭକ୍ତ ଭଗବାନ ଦିଶନ୍ତି ସମକଚ୍ଛ ।ଚାରି ଯୁଗେ ଏହିପରି ଭୁଲାଉଛି ମାୟା କରିକେହି ଜାଣି ନ ପାରୁଛ ।୨।ଅଗ୍ନିର କାନ୍ତି ପରାଏ ବିରାଜନ୍ତି ଭକ୍ତ ଦେହେଁଭରତକୁ ଆଗ କରି ଆପଣ ପଛଭଗତ ଅଙ୍ଗରେ ଥାନ୍ତି ଅଶେଷ ସେବା ଘେନନ୍ତିକିମ୍ପାଇ ଭିନ୍ନ କରୁଛ ।୩।ହୃଦୟ ପଦ୍ମରେ ବାସ ଆତ୍ମାରୂପେ ତାର ବାସଭଗତ ଅଙ୍ଗଟି ସିଂହାସନ ପାବଚ୍ଛମଣିମୟ ମଣ୍ଡପରେ ପ୍ରଭୁ ବିଜଏ ତହିଁରେଡ଼େଙ୍ଗା ଜଗତୀରୁ ଉଞ୍ଚ ।୪।ତାଳୁକା ଦୁଆର ଶିଖେ ଫୁଙ୍କା ବନ୍ଧ ହଦ କଳ୍ପେଶୂନ୍ୟାଦି ମଣ୍ଡଳ ନିର୍ଭା ହୋଇଛି ସଞ୍ଚଶୂନ୍ୟ ଅବନା ମନ୍ଦିର ଅଲେଖ ଅବର୍ଣ୍ଣ ପୁରଯେସନେ ମୟୁର ପୁଚ୍ଛ ।୫।ସେ ପ୍ରଭୁ ଅନାଦି କନ୍ଦ ଏକାକ୍ଷର ପାଦ ବିନ୍ଦପିଣ୍ଡ ପ୍ରାଣ ସେ ଠାବରେ ଦେଇଛି ଲାଞ୍ଚଭଣେ ଭୀମସେନ ଭୋଇ ବ୍ରହ୍ମେ ଲୀନ ହେବା ପାଇଁଶ୍ରୀଗୁରୁ ପାଦରେ ନେଞ୍ଚ ।୬।
(୧୭୧)
ସମ୍ଭାଳ ସତ୍ୟ ଧର୍ମକୁ ବ୍ରହ୍ମାଣ୍ଡକୁ ।କହୁଅଛି ସମସ୍ତଙ୍କୁ । ଘୋଷା ।ଧର୍ମ୍ମ ଅବତାର ଗୁରୁ ଫେରୁ ଅଛନ୍ତି ଶୂନ୍ୟରୁକଳିଯୁଗେ କେହି ନାହିଁ ଜାଣିବାକୁରୂପ ବର୍ଣ୍ଣ ଛନ୍ତି ହୋଇ ମନରେ ପରତେ ନାହିଁବେନି ନେତ୍ରେ ଦେଖୁଁ ଦେଖୁଁ ।୧।କିସ ମୁଁ ପରୀକ୍ଷା ଦେବି ଅଧିକରେ କି କହିବିଭଜନାରେ ବୁଝାଇ କହୁଛି ଏ ସଂସାରକୁବେନି କର୍ଣ୍ଣ ଥାଉଁ ଥାଉଁ ଭେଦ ନ ପଶିଲା ଆଉନ ଗଲା ତାଙ୍କ ମନକୁ ।୨।ପାଷାଣ ତରଳି ଗଲା ଶୁଷ୍କତରୁ ପଲ୍ଲବିଲାଲେଶେ ଗ୍ୟାନ ନ ଭେଦିଲା ଲୋକମାନଙ୍କୁ ।ଦୁର୍ଲ୍ଲଭ ଜନମ ପାଇ ଅଗ୍ୟାନରେ ହେଲ ବାଇନ ଚିହ୍ନିଲ ସେ ପ୍ରଭୁଙ୍କୁ ।୩।ଏବେ ଦୃଢ଼ କରି ଧର ସତ୍ୟାଦି ଧର୍ମ୍ମେ ବିଚରଅନେକ ପ୍ରକାରେ କହୁଅଛି ତୁମ୍ଭଙ୍କୁ ।କବି ପଣେ ବସିଥିଲା କିଛି ସମସ୍ୟା ନ ଦେଲାନିନ୍ଦା ନ ଦେବ ପ୍ରଭୁଙ୍କୁ ।୪।କେତେଦିନ ସଂସାରରେ ଥିବା ମହୀମଣ୍ଡଳେଆସ ସମସ୍ତେ ସେବିବା ସଦଗୁରୁଙ୍କୁଧନ ନୋହେ ମାଳ ମାଳ ଜୀବ ନୋହେ କାଳ କାଳଲୋଡ଼ ସେ ଶୂନ୍ୟ ପ୍ରଭୁଙ୍କୁ ।୫।ସେ ଅଲେଖ ଅଣାକାର କଲେ ଯେତେ ଅବତାରଚିର କରି ରଖି ଦେଇ ନାହିଁ କାହାକୁଭଣେ ଭୀମସେନ ଭୋଇ ପିଣ୍ଡ ପ୍ରାଣ ଦାନ ଦେଇଶ୍ରୀଗୁରୁ ପାଦତଳକୁ ।୬।
(୧୭୨)
ଭ୍ରମି ଯାଉଛ ଚିତ୍ତରେ ଅଜ୍ଞାନରେଜାଣୁ ଜାଣୁ ସଦେହରେ । ଘୋଷା ।ଅଲେଖ ଶବଦ ଡାକ ତିନିପୁର ତ୍ରୈଲୋକମହିମା ନାମ ମିଶାଇ ଦୁଇ ପ୍ରକାରେନିଜ ବ୍ରହ୍ମରେ ଭଜନ ଆତଯାତ ଅନୁକ୍ଷଣଦିବାନିଶି କଳ୍ପାନ୍ତରେ ।୧।ନର ନାରାୟଣ ରୂପ ବିସ୍ତାର ବ୍ରହ୍ମ କଳାପମୂର୍ତ୍ତିବନ୍ତ ହୋଇ ବିରାଜୁଚ ମହୀରେ ।ଜଗତଜନଙ୍କ ହିତେ ଧର୍ମ୍ମ ସ୍ଥାପିବା ନିମନ୍ତେଖୀନ ବୁଦ୍ଧ ଅବତାରେ ।୨।ପ୍ରବୁଧ ବୁଦ୍ଧ ସ୍ୱରୂପ ମାନବ ଶରୀର କଳ୍ପନିଜ ଶକତ କି ଘେନି ନବ କ୍ଷିତିରେଏକ ବ୍ରହ୍ମ ଦୁତୀ ରୂପ ଗୁରୁ ଶିଷ୍ୟ ପ୍ରାୟେ ଦେଖଆସିଛନ୍ତି ଗୁପତରେ ।୩।ଶ୍ରୀଗୁରୁ ବଚନ ମାନି ଛାମୁ ଆଗ୍ୟାଁ ଶିରେ ଘେନିଏକମତ ହୋଇ ଚାଲ ଧର୍ମ୍ମ ପଥରେଧରି ସଦଗୁରୁ ପାଦ ମନରୁ ସଂଶୟ ଛେଦକପଟ ଛାଡ଼ି ଅନ୍ତରେ ।୪।ଅଶ୍ରୁତି ହୋଇ ଯାଉଚ ହେତୁ ଚେତା ବୁଡ଼ାଉଚସମସ୍ତେ ଭାସି ଯାଉଚ ମାୟାସାଗରେଅନ୍ତର୍ଯ୍ୟାମୀ ଗୁରୁଦେବ ଛାଡ଼ିଛନ୍ତି ଧର୍ମ୍ମ ନାବଏ ଘୋର କଳିଯୁଗରେ ।୫।ବେନି ଜନ ଏକମତ ବାରିଲେ ବାରି ନୋହେତମନର ଭିତରେ ଜଣାଉଛି ଅନ୍ତରେଭଣେ ଭୀମ ଅରକ୍ଷିତ ଶତେ ବାର ପ୍ରଳମ୍ବିତଶ୍ରୀଗୁରୁ ଶିଷ୍ୟ ପୟରେ ।୬।
(୧୭୩)
ଶୂନ୍ୟରେ ଲାଗିଛି ପୁଣ୍ୟ ତପସ୍ୟା ଗୋ ।ତେଣୁ ଶୁନ୍ୟ ନାମ କର ଭରସା ଗୋ । ଘୋଷା ।ଅପୂର୍ବ ମହିମା ନାମ, ନିଷ୍କାମ ଅଟଇ ଧର୍ମ ।ଦେଖି ନ ସହନ୍ତି ସାହି ପଡ଼ିଶା ଗୋ ।୧।ଏ ଦେହରେ ସବୁ ଅଛି, ବେଦ ଭୁଲାଇ ମାରୁଛିବିଅର୍ଥେ ନ ଯାଅ କ୍ଷେତ୍ର ଓଡ଼ିଶା ଗୋ ।୨।ବ୍ରହ୍ମକୁ ଯେବେ ଚିହ୍ନିବ, ଆତ୍ମା ଲିଙ୍ଗ ନ ଟଳିବ,ଦୁରାନ୍ତ ହୋଇବ କ୍ଷୁଧା ତୁରୁଷା ଗୋ ।୩।ଆପେ ହୋଇବ ଉଦ୍ଧାର, ପ୍ରବେଶ ନିଜ ବ୍ରହ୍ମର,ଉଦ୍ଧାର ପାଇବେ ସପ୍ତପୁରୁଷ ଗୋ ।୪।ମନ ମଧ୍ୟେ କଲେ ତତ୍ତୂ ପାଇବା ପୁର୍ବର ହେତୁସକଳ ଜୀବରେ କଲେ ଅହିଂସା ଗୋ ।୫।ଭଣେ ଭୀମ ଅରକ୍ଷିତ, ଅରୂପ ବ୍ରହ୍ମରେ ଚିତ୍ତ,ନିରନ୍ତରେ କରିଅଛି ସାହସ ଗୋ ।୬।
(୧୭୪)
ହୋଇଲେ ସ୍ତିରୀ ପୁରୁଷ ଭଗତି ଗୋ ।ତେବେ କଳିଯୁଗ ଯିବ କଟତି ଗୋ । ଘୋଷା ।ସତ୍ୟାଦି ଧର୍ମେ ଯେ ଜନ, ରଖିଥିବ ପିଣ୍ଡ ପ୍ରାଣ,ଲଭିବ ଧନ ରତନ ସମ୍ପତ୍ତି ଗୋ ।୧।ଭୟ ତେଜି ଭକ୍ତି କର, ହାନି ଲାଭକୁ ନ ଡର,ତେବେ ସେ ପାଇବ ଗତି ମୁକତି ଗୋ ।୨।ପୁତ୍ର ଦୁହିତା ପ୍ରଦାନ, କରିବ ଯେବଣ ଜନ,ଚାରି ଯୁଗେ ରଖିଥିବ କିରତି ଗୋ ।୩।ଏତେବେଳେ ସବୁ ଅଛି, ଆଗକୁ ନ ମିଳେ କିଛି,ଭାରତେ ଛିଡ଼ିବେ ଲକ୍ଷେ ନୃପତି ଗୋ ।୪।ନାମେ ଆଶ୍ରିତ ଯେ ହେବେ, ରବିତଳେ ସେ ରହିବେ,ନିଶ୍ଚିନ୍ତେ ଭୋଗ କରିବେ ଏ ପୃଥୀ ଗୋ ।୫।ଭଣେ ଭୀମ ହୀନ ଭୋଇ, ବେଳୁ ବେଳ ଅନର୍ଥୁହିଁ,ତେଣୁ ଘୋଟି ଆସୁଅଛି ବିପତ୍ତି ଗୋ ।୬।
(୧୭୫)
ଶୂନ୍ୟେ ଅବଧୂତ ବାନା ଉଡ଼ୁଛି ଗୋ ।ଧରତି ଆକାଶ କମ୍ପି ଯାଉଛି ଗୋ । ଘୋଷା ।ଅନାହତ ବ୍ରହ୍ମ ଧୂନି ମର୍ତ୍ତ୍ୟରେ ସ୍ଥାପିଲେ ଆଣିମର୍ତ୍ତ୍ୟକୁ କେଡ଼େ ଶୋଭା ପାଉଛି ଗୋ ।୧।ନ ଜାଣନ୍ତି ତିନି ପୁର ମାୟା ସଂସାରେ ପ୍ରଚାରଏକାକ୍ଷର ପାଦ ଉଦେ ହୋଇଛି ଗୋ ।୨।ଚାରିଲକ୍ଷ ବତିଶ ସସ୍ର, କଳି ହୋଇଯିବ ଶେଷ,ସତ୍ୟାଦି ହେବାକୁ କଥା ପଡ଼ିଛି ଗୋ ।୩।ଗୁରୁ ପାଦପଦ୍ମ ଜାଣ, ପାନ କରେ ଯେଉଁ ଜନ,ଚେତା ଥିଲେ ନାମ ନୁହେ ମୁରୁଛି ଗୋ ।୪।ଗୁରୁ ନ ଦେଲେ ବତାଇ, ଏହା ମୁ ଜାଣନ୍ତି କାହିଁ,ଅମନ ମନ୍ଦିରୁ ଉଦେ ହୋଇଛି ଗୋ ।୫।ଭଣେ ଭୀମସେନ ଭୋଇ, ଶ୍ରୀଗୁରୁ ଚରଣେ ଧ୍ୟାଇ,ଛାମୁ ଆଜ୍ଞା ଶିର ପରେ ବହିଛି ଗୋ ।୬।
(୧୭୬)
କର ନିଷ୍କାମ ଭକ୍ତି ସୁଚିତ୍ତେ ଗୋଦେହ-ଧାରୀ ଯେତେ ଅଛ ଜଗତେ ଗୋ । ଘୋଷ ।ଭଗତଙ୍କ ହିତକାରୀ, ଅନାଦି ଅରୂପ ହରିବ୍ରହ୍ମାଣ୍ଡକୁ ରଖିବାର ନିମନ୍ତେ ଗୋ ।୧।ଏହି କଳିଯୁଗେ ଜାଣ, ବୁଦ୍ଧ ରୂପେ ନାରାୟଣ,ଭାଗ୍ୟ ଥିଲେ ବାନ୍ଧି ରଖ ପଣନ୍ତେ ଗୋ ।୨।ଅରୁପ ବ୍ରହ୍ମକୁ ଭାବ, ପାଇବ ଯେମନ୍ତେ ଠାବ,ଅନନ୍ତ ଗର୍ଭେ ରହିବ ନିଶ୍ଚିନ୍ତେ ଗୋ ।୩।ସ୍ଥିତି ଉଭପତ୍ତି ପ୍ରଳୟ, ନ ଥିବ କାହାକୁ ଭୟକଟିବ ଜନ୍ମ ମରଣ ସାକ୍ଷାତେ ଗୋ ।୪।କଳି ଭାଙ୍ଗି ସତ୍ୟ ହେବ, ନିର୍ଣ୍ଣୟ ବଚନ ଧ୍ରୁବ,ଦ୍ୱାଦଶ ବାରେ କୋଟି ଭଗତି ଗୋ ।୫।ଭଣେ ଭୀମ ହୀନ କନ୍ଧ, ନ ଭଜିଲେ ପାଦ ବିନ୍ଦ,କଦାଚିତ କ୍ଷମା ନାହିଁ ପଶ୍ଚାତେ ଗୋ ।୬।
(୧୭୭)
ନ ପଡ଼ ଚିହ୍ନା, କରମୁ ଅଛି ଜଣା ।ଅବନା ମନ୍ଦିରେ ଥାଇ ଦେଖ ଦେଖ ଭାବନା । ଘୋଷା ।ସତ୍ୟ ଧର୍ମ ବୋଲି ଜାଣି, କେହି କାହାକୁ ନ ମାନିହୋଇଲେ ବଣାଭଜିଥିଲା ଭକ୍ତମାନେ ମନ କଲେଣି ଊଣା ।୧।ମହିମା ନାମ ମହୀରେ, ଏ ନବ ଜମ୍ଭୁଦ୍ୱୀପରେହୋଇଲା ବୁଣା ।ଆୟ ବ୍ୟୟ କରି ନ ପାଇଲେ କଳଣା ।୨।ଏକେ ଧର୍ମ ବେନି ଭାଗ, ବଢ଼ିଲାଣି ହିଂସା ମାର୍ଗକରି ବାରଣା ।ନିଷ୍କାମର ପୁଣ୍ୟଫଳ ବୁଡ଼ିଲାଣି ଧାରଣା ।୩।ଏଥର ଏଣିକି ପ୍ରଭୁ, ଉଦଯୋଗ ହେଲା ସବୁନୂଆ ରଚନା ।ଅଲେଖ ମଣ୍ଡଳୁ ଯାହା କରିଥିଲେ ପାଞ୍ଚନା ।୪।ବହିବାରୁ ନରଦେହ, ହେଲାଣି ମହୀ ଦୁର୍ଣ୍ଣୟପଡ଼ି ବନ୍ଦନା ।ପଞ୍ଚଭୂତ ହୃଦୟରେ ଲାଗିଛି ହେଜ ଗୁଣା ।୫।ଭଣେ ଭୀମ ଅରକ୍ଷିତ ଶ୍ରୀଗୁରୁ ଚରଣେ ଚିତ୍ତହୋଇ ବିମନା ।ପୂର୍ବକଥାମାନ ସବୁ ମନେ ପଡ଼ୁଛି ସିନା ।୬।
(୧୭୮)
ଉଦୟ ନୁହ, ଗୁପତେ ରହିଥାଅ ।ଏ ବ୍ରହ୍ମାଣ୍ଡ ବୁଝିବାକୁ ଶ୍ରୀମୁଖେ ଆଜ୍ଞା ଦିଅ । ଘୋଷା ।ବାଳକ ପରାୟେ ହୋଇ, ଅବନା ମନ୍ଦିରେ ଥାଇବାହାର ନୁହ ।ଚାରି ଦିନ ହୋଇ ନାହିଁ ତେଜିଛି ପରା ଦେହୀ ।୧।ଅନନ୍ତେ ଗର୍ଭ ଭୁବନ, ମେରୁ ପୃଷ୍ଠରେ ଆସନ,ଅଚିନ୍ତା ହୁଅ ।ଆଉ ଥରେ ଆସିବାକୁ ବେଳ ନୋହେ ସମୟ ।୨।ଛପନାକୋଟି ଜୀବର, ଏକୋଇଶ ବ୍ରହ୍ମାଣ୍ଡର,ହିସାବ ନିଅ ।ଗତି ମୁକ୍ତି ସମ୍ପତ୍ତିକି କୋଠ ଭଣ୍ଡାରେ ଥୁଅ ।୩।ଏହିଠାରୁ ସତ୍ୟ ଧର୍ମ, ସବୁ ଗୁରୁ ଆଜ୍ଞା ମାନନୋହିଲା ନ୍ୟାୟ ।ଧର୍ମ ବୁଡ଼ିଗଲା ବୋଲି ହୃଦୁ ଉଠୁଛି କୋହ ।୪।ବୁଝାଇ କହିଲି ଯେତେ, କେହି ନ ଗଲେ ପରତେମୁକ୍ତି ବିଷୟ ।ଗୁରୁପାଦେ ଶତେବାର ଆହୁରି କଲେ ଦ୍ରୋହ ।୫।ଅନାଦି ଠାକୁର ସେହି, ହଜିଯିବ ଅବା ଏହିଜ୍ଞାନକୁ କଲେ ଭୟ ।ଭଣେ ଭୀମ ଅରକ୍ଷିତ ନେତ୍ରୁ ବହୁଛି ଲୁହ ।୬।
(୧୭୯)
ନ ଆସ ଗୁରୁ, ନିଶବଦ ମନ୍ଦିରୁ ।ଲଘୁଯଶା ବହିବାକୁ କି ନେବ ଏ ସଂସାରୁ । ଘୋଷା ।ବତାଇ କହିଲେ ଯେତେ, ନ ମାନିଲେ କଦାଚିତେପାପ କର୍ମରୁ ।ସମସ୍ତେ ଅଜ୍ଞାନୀ ହେଲେ ଘୋର କଳିୟୁଗରୁ ।୧।ଅଭ୍ୟାଗତମାନେ ହେଲେ, ମହିମା ଦୀକ୍ଷା ତ ନେଲେସତ୍ୟ ଧର୍ମରୁ ।କାମ କଳ୍ପଣା ପ୍ରକୃତି ନ ଛାଡ଼ିଲେ ମନରୁ ।୨।କେହି ଜାଣି ନ ପାରିଲେ, ଅରୂପରୁ ରୂପ ହେଲେ,ମହାଶୂନ୍ୟରୁ ।ଭୟେ ବଞ୍ଚି ପଳାଇଲେ ମାୟା ସିନ୍ଧୁସାଗରୁ ।୩।ଏହି ନର ଦେହ ଲୋକ, ନିଷ୍କଳଙ୍କରେ କଳଙ୍କଲଗାଇବାରୁ ।ସାକ୍ଷାତେ ନିଜ ବ୍ରହ୍ମକୁ ଦେଖି ଡରିଲେ ଦୂରୁ ।୪।ଏ କଳିଯୁଗ ମନୁଷ୍ୟ, ସର୍ବେ କରିଛନ୍ତି ଦୋଷଗୁରୁ ପୟରୁ ।ପୂର୍ଣ୍ଣ ନୋହେ ଭକ୍ତିମାନ ନାମେ ଦ୍ରୋହୀ ହେବାରୁ ।୫।ଆଦ୍ୟରୁ ଅନାଦି ଏକ, ସୁଜନେ କର ବିବେକବେଦାନ୍ତ ଘରୁ ।ଭଣେ ଭୀମ ଗୁରୁ ଚିନ୍ତା ଅନନ୍ତ ପୃଷ୍ଠ ମେରୁ ।୬।
(୧୮୦)
ନୁହନ୍ତି ଦୃଶ, ଅନାଦିତ ପୁରୁଷ ।ଜଗତ ଭଗତ କେହି ନ ପାନ୍ତି ଅନ୍ତ ଲେଶ । ଘୋଷା ।ମହାଶୂନ୍ୟ ଶୂନ୍ୟଦେହୀ, ରୂପ ରେଖ ବର୍ଣ୍ଣ ନାହିଁ,ନିଗମେ ପଶ ।ଅଲେଖ ମହିମା ନାମ ମଣୁଅଛନ୍ତି ବିଷ ।୧।ଯାହା ଜଣାଉଛି ପ୍ରଭୁ, ଅପ୍ରାଧ ଖଣ୍ଡିବ ସବୁ,ନ ଧରି ଦୋଷ ।ଅନ୍ତର୍ଯ୍ୟାମୀ ଗୁରୁ ମୋର ଆଉ କି କହିବି କିସ ।୨।ମୋର କିଛି ଦୋଷ ଅଛି, କବିତା ରୂପେ ବର୍ଣ୍ଣିଛି,କରି ବିଶ୍ୱାସ ।ନିନ୍ଦିତ ବଡ଼ିମା କରି ନ ଆସୁଛନ୍ତି ପାଶ ।୩।ଛପନା କୋଟି ଜୀବକୁ, ଧର୍ମ ଯାଚିଲା ବେଳକୁ,ନୋହିଲେ ବଶ ।ପ୍ରଳୟ ହେଲାଣି ଯୁଗ କଳି ହୋଇବ ଶେଷ ।୪।ଗୁରୁ ରୂପେ ବିରାଜିତ, ଘେନି ବ୍ରହ୍ମ ତେଜବନ୍ତଆବୋରି ବସ ।ସମ୍ବତ୍ସର ତ୍ରୟ ସାଲ ଆସି ହେଲା ଛଅ ମାସ ।୫।ସେ ଅଲେଖ ଅଣାକାର, ହେଲେ ବୁଦ୍ଧ ଅବତାରଗୁପ୍ତେ ପ୍ରକାଶ ।ଭଣେ ଭୀମ ଅରକ୍ଷିତ ଅନନ୍ତ ପରେ ବାସ ।୬।
(୧୮୧)
ଚିନ୍ତା ବହୁତ ଦିନୁ ଦିନକୁ ଶିର ପରେ ବଜ୍ର ପ୍ରାୟେ ତ । ଘୋଷା ।ଅଲେଖ ଶ୍ରୀଗୁରୁ, ଜାଣନ୍ତି ଅନ୍ତରୁ,ଯାହା ମୋ ଜଣାଣ ସେବା ଭକ୍ତି ।ସଦା ଅପରାଧୀ ଜୀବ, ଦୟା ହେଲେ ଯାଇଁ ହେବଥୟ ନାହିଁ ପଞ୍ଚମନ ଆରତ ।୧।ଏ ଘୋର ବିପଦ, ଅରୂପ ଅନାଦ,କାଟିବାକୁ ଏକା ସାମରଥ ।ଏ ପିଣ୍ଡ ପ୍ରାଣକୁ ଆଶା, ଅନ୍ୟେ ନୋହୁଛି ଭରସାବେନି ନେତ୍ରୁ ବହୁଅଛି ଅଶ୍ରୁତ ।୨।ଦିବସ ରଜନୀ, ପଡ଼ିଛି ଭାଳେଣି,ହୃଦପଦ୍ମେ ମୋର ଘାରି ହୋଇ ।କରୁଛି ହାରି ଗୁହାରି, ହେ ଗୁରୁ ଶୂନ୍ୟବିହାରୀ,ନିବାର ମନ ସନ୍ତାପ ଦୁରିତ ।୩।ବ୍ରହ୍ମାଣ୍ଡ କରତା, ମୋ ଇଷ୍ଟ ଦେବତାତେଣୁ ସୁମରଣା ମନେ ମୋର ।କାହାଗେ କହିବି ଆଉ, ଉଦ୍ଧର ହେ ମହାବାହୁ ।ଶ୍ରୀଛାମୁରେ ପ୍ରସାରିଛି ପଣନ୍ତ ।୪।ଏ ଶିରକମଳ, ଦେଇ ପାଦତଳ,ହାରି ଗୁହାରି ସର୍ବଦା ତୁମ୍ଭର ।ରଖ ବା ନ ରଖ ଇଚ୍ଛା, ଆଉ ଅନ୍ୟେ ନାହିଁ ବାଞ୍ଛା,ବାରେକ ମାତ୍ର ସମ୍ଭାଳ ମହତ ।୫।ଭକ୍ତ ହିତକାରୀ, ବୁଝ ବେଗ କରି,ଆବୋରି ସମ୍ଭାଳ ଧର ଧର ।କରିଅଛ ଦାସୀ ଦାସ, ତୁମ୍ଭେ ରଖ ତୁମ୍ଭ ଯଶ,ଅନୁସରି ଅଛି ଭୀମ ଅର୍କ୍ଷିତ ।୬।
(୧୮୨)
ଭୟ ନ ଗଲା, ହୃଦ ପଦ୍ମରୁ, ମହାବ୍ରହ୍ମ ଗୁରୁ ଥାଇଁ । ଘୋଷା ।ଗୁରୁଦେବ ମୋର, ସଂକଟରୁ ତାରଏ ଛାର ବିପତ୍ତି କେଡ଼େ ଗରୁ ।ଚାହିଁ ଦେଲେ ଉଡ଼ିଯିବ, ଆର ଦିନକୁ ନ ଥିବ,ଏବେ ଆସି ମୋତେ ଦଣ୍ଡ ପଡ଼ିଲା ।୧।ତେଣୁ କରି ସିନା, ଶ୍ରୀଛାମୁରେ ଜଣା,କରୁଅଛି ଭୃତ୍ୟ ବାରୁଁବାର ।ମନେ ଲାଗୁଛି ସଂଶୟ, କର୍ମ ଅକର୍ମ ବିଷୟନିରନ୍ତରେ ଅପରତେ ଦିଶିଲା ।୨।ଅଭୟ ଚରଣ, ଭଜି ଅପମାନ,କିମ୍ପାଇଁ କରୁଛ ଏତେ ସରି ।ଶ୍ରୀଗୁରୁ ଆଗ୍ୟାଁ ଗରିଷ୍ଠ, ଏକି ଅଟେ ବଡ଼ରିଷ୍ଟ,କଳପିଲେ ଖଣ୍ଡ ଖଣ୍ଡ ଛିଡ଼ିଲା ।୩।ଦୁଖିଜନ ବନ୍ଧୁ, ଫେଡ଼ ମାୟା ଦ୍ୱନ୍ଦୁ,ନ ଜାଣଇ କିଛି ଭଲ ମନ୍ଦ ।ଭରସା କରିଛି ଭାରି, ଦେଖ ମୁଁ ଯାଉଛି ସରି,ରକ୍ଷା ନ କଲେ ଏ ଜୀବ ଭାସିଲା ।୪।ଶୂନ୍ୟ ସତ୍ୟଧର୍ମ, ଫେଡ଼ ମାୟା ଭ୍ରମକରିଅଛି ଦୋଷ ଅପରାଧ ।ଅଲେଖ ଗୁରୁ ଯାହାର, କାହାକୁ ଭୟ ତାହାରଅପ୍ରସନ୍ନ ହେଲେ ସବୁ ନାଶିଲା ।୫।ଧ୍ୟାଇ ପାଦ ବିନ୍ଦ, ଭଣେ ଭୀମ କନ୍ଧ,ପାରି କରି ନିଅ ସ୍ୱାମୀ ମୋତେ ।ଗଳାରେ ବସନ ବାନ୍ଧି, କାକୁସ୍ତରେ କାନ୍ଦି କାନ୍ଦି,ବିପତ୍ତି ନିମନ୍ତେ ରଟି ବସିଲା ।୬।
(୧୮୩)
ଏତେ ଅବସ୍ଥା, ନର ତନୁରେ, ଶୂନ୍ୟ ପୁରୁଷଙ୍କୁ ଭଜି । ଘୋଷା ।କି କରିବି ବୁଦ୍ଧି, ମନ୍ତ୍ର ମଉଷଧି,ସକଳ ଅଟନ୍ତି ଗୁରୁଦେବ ।କରୁଣାସିନ୍ଧୁ କାରେଣି, ଦେବେ ଭକ୍ତ ମନ ଜାଣି,ଆତଯାତ ଦଇବତ ବିଧାତା ।୧।ଗଳାରେ ବସନ, ଦନ୍ତରେ ତିରଣପଡ଼ି ସଦଗୁରୁ ପାଦତଳେ ।ଅଥଳେ ଯାଉଛି ଭାସି, ରକ୍ଷା କର ଶୂନ୍ୟବାସୀ,ଏ ପିଣ୍ଡ ବ୍ରହ୍ମାଣ୍ଡ ସବୁ ଗଢ଼ନ୍ତା ।୨।ହରତା କରତା, ଗୁରୁ ଗ୍ୟାନଦାତା,ଗତି ପତି ତ୍ରାହିକାରୀ ପ୍ରଭୁ ।ଦରିଦ୍ର ପ୍ରାଣିଙ୍କ ଧନ, ନିରକ୍ଷଙ୍କ ଗଣ୍ଠିଧନ,ଶରଣ-ରକ୍ଷଣବାନା ବହନ୍ତା ।୩।ଯେଣୁ ତୁ ଅରୂପ, ନାହିଁ ତୋର ରୂପ,ଚିହ୍ନି ଭଜିବାକୁ ଦୃଢ଼ ବନ୍ଧେ ।କେବଣ ମୂରତି ତୋର, ମୋତେ ନାହିଁ ନା ଗୋଚରବିହି ରୂପେ କପାଳରେ ଲିହନ୍ତା ।୪।ଏହି ଛାର କଥା, ହୋଇଲାଣି ବୃଥା,ମନ କଳ୍ପଣା ଜାଣିବେ ମୋର ।ଅନ୍ତରଯାମିନ ପଦ, ଗୁରୁ ପରା ହେ ଅନାଦ,ସମ୍ପତ୍ତି ବିପତ୍ତି ଠାରେ ଶକତା ।୫।ମୋଠାରେ ନିର୍ଦ୍ଦୟା, କରୁଅଛ ମାୟା,ଆତଙ୍ଗ- ନାଶନ ଫେଡ଼ ପ୍ରଭୁ ।ଭଣେ ଭୀମ ଅରକ୍ଷିତ, ଶ୍ରୀଗୁରୁ ଚରଣେ ଚିତ୍ତ,ଜଣାଉଛି ଦୁଖ ସୁଖ ବାରତା ।୬।
(୧୮୪)
ଭୃତ୍ୟ ବିନତି, କିମ୍ପା ନ ଶୁଣ, ଶୂନ୍ୟ ଅଲେଖ ଅଜ୍ୟୋତି । ଘୋଷା ।ସଦାକାଳେ ଦୁଖ, କେବେ ନାହିଁ ସୁଖ,ନ ଗଲା ହୃଦରୁ ଚିନ୍ତା ମୋର ।ପିଣ୍ଡ ବ୍ରହ୍ମାଣ୍ଡେ ପୂରିଛି, କି ଅବା କି ନ ଜାଣୁଛ,କିମ୍ପାଇ ଭିଆଉଅଛ ଅକୀର୍ତ୍ତି ।୧।ଦିନୁ ଦିନ ମୋତେ, ଭୟ ଅନ୍ତର୍ଗତେ,ଅଭୟ ଚରଣ ବାନା ଥାଇଁ ।ଗୁପତରେ ଉଦେ ହୋଇ, ସତ ଶାନ୍ତି ଦୟା ଫେଇଜାଣି କରି ପକାଉଛ ବିପତ୍ତି ।୨।ତନୁ ବହିବାର, କି ହେଲା ଅସାର,ଉଛନ୍ନ ହେଉଛି ପଞ୍ଚମନ ।ଘୋଟୁଛି ଦୁର୍ଦ୍ଦଶା ଯୋଗ, ପଡ଼ୁଛି ଭୋଗରେ ରୋଗ,ଥାଉଁ ଅଲେଖ ମହିଁମା ଶକତି ।୩।ଅକଳ୍ପଣା ହୋଇ, କଳ୍ପଣା କିମ୍ପାଇଯେମନ୍ତେ ନ ଥିଲା ପ୍ରୟୋଜନ ।ମନୁଷ୍ୟ ପରାଏ ମୋତେ, ଜାତ କଲେ କି ନିମନ୍ତେଦେଇ ନ ପାରିବ ଯେବେ ମୁକତି ।୪।ଧିକ ଏହୁ ପିଣ୍ଡ, ଭୁଞ୍ଜିବାର ଖଣ୍ଡ,ସମ୍ପୂର୍ଣ୍ଣ ଏ ଥିଲେ କର୍ମକାଣ୍ଡେ ।ଧିକ ଧିକ ଏ ଜୀବନ, ସ୍ନେହଲତା ଘୋରବନ,ଧିକ ପ୍ରାଣ ନ ଯୋଗାଏ ୟେ ପୃଥୀ ।୫।ଏଡ଼େ ପ୍ରଭୁ ଥାଇଁ, ମାୟା ମୋହେ ବାଇ,ହେଉଅଛି ଦିବା ନିଶି ଧନ୍ଦି ।ଭଣେ ଭୀମ ଅରକ୍ଷିତ, ଶ୍ରୀଗୁରୁ ଚରଣେ ଚିତ୍ତ,ନିରନ୍ତରେ ଲାଗିଥାଉ ମୋ ମତି ।୬।
(୧୮୫)
ଦେଖ ସଜନି ଗାଦି ମନ୍ଦିର ଗୋ ।କମ କବାଟ ଚିତ୍ର ବିଧିର ଗୋ । ଘୋଷା ।ସତ୍ୟଯୁଗେ ଏହି ହରି, ବାମନ ମୂରତି ଧରି,ତମ୍ବାପାତ୍ରୀ କୁଶ ବଟୁ ହସ୍ତର ଗୋ ।ଇନ୍ଦ୍ର ଦେବତାର ଛଳେ, କପଟେ ବିଜୟ କଲେ,ଦାନ ଘେନିଲେ ବଳି ଦୁଆର ଗୋ ।୧।ତ୍ରେତୟା ଯୁଗରେ ଏହି, ରାମ ଅବତାର ହୋଇ,ସୀତା ଘେନି ବୁଲୁଥିଲେ ବନର ଗୋ ।କଷା କଉପୁନି ବେଶ, ରାବଣକୁ କଲେ ନାଶ,ଅଭିଷେକ ହେଲେ ନିଜ ରାଜ୍ୟର ଗୋ ।୨।ଦ୍ୱାପର ଯୁଗରେ ହରି, କୃଷ୍ଣ ଅବତାର ଧରି,ଗୋପୀଗଣ ଘେନି ପ୍ରୀତି ଗୁପ୍ତର ଗୋ ।ଇନ୍ଦ୍ର ସଙ୍ଗତେ ବିବାଦ, ରଖିଲେ ଗୋପ ସମ୍ପଦ,କରେ ଟେକିଥିଲେ ଗିରି ମନ୍ଦର ଗୋ ।୩।ଘୋର କଳିଯୁଗେ ଆସି, ହୋଇଛନ୍ତି ଭିକ୍ଷାବାସୀ,କାମ କଳ୍ପଣା ଛଡ଼ାଇ ଅନ୍ତର ଗୋ ।କେହି ନ ପାଇବେ ଅନ୍ତ, କଳି ଯାଇଁ ହେବ ସତ୍ୟ,ଧୂନି ସ୍ଥାପିଛନ୍ତି ମାଳ ବିହାର ଗୋ ।୪।ଯେ ପ୍ରଭୁଙ୍କ ଦାସୀ ଦାସ, ଶରଣ ପଶିବା ଆସ,ଦୁର୍ଲ୍ଲଭ ଜନ୍ମେ ପାଇଛ ଶରୀର ଗୋ ।ଭଣେ ଭୀମ ହୀନ ଭୋଇ, ବହିଛ ମାନବ ଦେହୀ,ମାୟାସଂସାରୁ କରିବେ ଉଦ୍ଧାର ଗୋ ।୫।
(୧୮୬)
ଧୂନି ଘରେ ରାଧିକା ବିଳାସ ଗୋ । କରିବେ ଭଗତେ ଖେଳ ରସ ।ଆସ ସର୍ବେ ହୋଇଯିବା ବେଶ ଗୋ । ଘୋଷା ।ମଦନ ମୋହନ ହରି, ଲାବଣ୍ୟମୂରତି ଧରି,ଭଜ ଯାଇଁ ପାଶ ଗୋ ।ଜନ୍ମ ପାପ ନାଶ, ସକଳେ ବେଢ଼ିବା ଆସ,ଚାରିଦ୍ୱାର ଦଶ ଦିଶ ।କାହିଁଯିବେ ପ୍ରଭୁ ପୀତବାସ ଗୋ ।୧।ଦୁଖିର ଜୀବର ଧନ, ଆହା ମୋ ଗଳା ରତନ,ଭାବଭୋଳେ ବଶ ଗୋ ।ଅଭାବେ ଅଦୃଶ୍ୟ ।ଅଣହତ ଧୂନି ମଧ୍ୟେ, ବିଜୟେ ଅନାମ ବେଦେ,ଧରି ରୂପ ବର୍ଣ୍ଣ ପରକାଶ ଗୋ ।୨।ମନର ମନ୍ଥନ ବଂଶୀ, ଜୀବନ ଘେନି ଯାଉଛି,ଋତୁ ମଧୁମାସ ଗୋ ।ଫୁଟିଅଛି ପୁଷ୍ପ ।ମୋହର ମନକୁ ଏହା, ବିଚାର ଆସୁଛି ଯାହା,ପିଉଥାନ୍ତି ସୁଧା ମଧୁରସ ଗୋ ।୩।ଆସି ପାହିଲାଣି ଦିନ, ପିଣ୍ଡ ପ୍ରାଣ ଦେଲି ଦାନ,ବୁଝୁଅଛ କିସ ଗୋ ।ତେଜ ଗୃହବାସ ।କେହି ନ ମଣୁଛ ସତ, ଏହି ଗୋ ଯଶୋଦା ସୁତ,ସାକ୍ଷ ଥାନ୍ତୁ ଧରତି ଆକାଶ ଗୋ ।୪।ନବୀନ ନଟନାଗର, ଗୋପ ଯୁବତୀଙ୍କ ବର,ନବରଙ୍ଗେ ବେଶ ଗୋ ।କରିବେ ରାହାସ ।ସାତଦିନ ସାତରାତି, ଢାଳିବେ ଚାମର ଛତି,ଚାହିଁଲେ ଖଣ୍ଡିବ ପାପ ଦୋଷ ଗୋ ।୫।ହୋଇବ ଅବଶ୍ୟ ଦେଖ, ଜାଣିବେ ଜଗତ ଯାକ,ବଟମୂଳେ ଦୃଶ୍ୟ ଗୋ ।କାଳିନ୍ଦୀ ପାରୁଶ ।ଥାଅରେ ମୋ ପିଣ୍ଡ ଜୀବ, ଦେଖିବୁ ପ୍ରଭୁଙ୍କ ଭାବ,ଭଣିଲେ ଭଗତ ଭୀମ ଦାସ ଗୋ ।୬।
(୧୮୭)
ଦେଖ ଆଦିବ୍ରହ୍ମ ମୂର୍ତ୍ତି, ନିତ୍ୟେ ପଡ଼ୁଛି ଆହୁତି ।ଚିହ୍ନି ସୁଜ୍ଞ ସାଧୁଜନେ ନିରନ୍ତରେ ଭଜୁଛନ୍ତି । ଘୋଷା ।ଦଧି ଦୁଗ୍ଧ ମଧୁ ଘୃତ, ଗୁଡ଼ ସଞ୍ଚା ପଞ୍ଚାମୃତ ।ଭୁଞ୍ଜାଉଛନ୍ତି ଭଗତେ ମଜାଉଛନ୍ତି ପୀରତି ।୧।ଚଉଷଠି ସିଦ୍ଧ ଯୋଗୀ, ଧୂନିକି ଅଛନ୍ତି ଜାଗି ।ପିଉଛନ୍ତି ସୁଧାଧାର ଛେଦି ଲୋଭ ମୋହ ପ୍ରକୃତି ।୨।ବିଜେ ପ୍ରଭୁ ଜମ୍ବୁଦ୍ୱୀପେ, ବାହ୍ୟକୁ ଅତିଥିରୂପେ ।ତାରିବେ ଭଗତଗଣ ସାଧି ସପ୍ତଦ୍ୱୀପ ପୃଥ୍ୱୀ ।୩।ଭରସା ଯେମନ୍ତେ ଅଛି, ଅପ୍ରତେ ନ କର କିଛି ।ଧୂନି ମନ୍ଦିରକୁ ଧ୍ୟାନ ନାମେକ ମାନ୍ୟେ ଭଗତି ।୪।ଭଣେ ଭୀମ ଅରକ୍ଷିତା, ହୃଦରୁ ଛଡ଼ାଇ ଚିନ୍ତା ।ଜୀବ ଉଦ୍ଧାର ନିମନ୍ତେ ଭଜୁଅଛି ଦିବା ରାତି ।୫।
(୧୮୮)
ଦେଖରେ ଅଲେଖ ଧୂନି ବ୍ୟାପିଛି ଜଗତରେ ।ଚିହ୍ନି ନ ପାରୁଛୁ ମନ ଏ ମାୟା ଅନ୍ଧକାରେ । ଘୋଷା ।ଯଜ୍ଞକୁଣ୍ଡ ସ୍ଥାପିଅଛି ମହାମାୟୀ ଉପରେ ।ଓଁକାର ଶ୍ରୁବ ଘେନିଣ ପକାନ୍ତି ଆହୁତିରେ ।୧।ଯେ ଧୂନି ମହିଁମା ବ୍ରହ୍ମା ଗାଏ ଚତୁର୍ମ୍ମୁଖରେ ।ନାରଦ ବୀଣା ଯନ୍ତ୍ରରେ ବଜାନ୍ତି ସପ୍ତସ୍ୱରେ ।୨।ଯେ ଧୂନିକି ଜାଗି ଯୋଗୀ ହୋଇଗଲେ ଶଙ୍କରେ ।ସେ ଧୂନିକି ଜାଗି ଶୁକ ହେତୁ ମାତୃ ଗର୍ଭରେ ।୩।ସେ ଧୂନି ସ୍ଥାପିତ ହେଲା କାଳିନ୍ଦୀ ନିକଟରେ ।ନୃସିଂହ ଚେତାଉଛନ୍ତି ଶ୍ରୀଗୁରୁଙ୍କର ଆଜ୍ଞାରେ ।୪।ଯେ ଧୂନି ପ୍ରଣାମ କରି ଚଉଷଠି ସିଦ୍ଧରେ ।ଅଲେଖ ବାନା ବହିଣ ଫେରନ୍ତି ବ୍ରହ୍ମାଣ୍ଡରେ ।୫।ଭୀମ କହେ ସୁମନ ତୁ ଯାଅ ହେତୁ ପଥରେ ।ହେତୁରେ ତୁ ନ ଗମିଲେ ପଡ଼ିବୁ କୁହୁକରେ ।୬।
(୧୮୯)
ଦେଖିଲେ ମାତ୍ର ଚର୍ମନେତ୍ରରେ ।ପୂରିଛି ବ୍ରହ୍ମାଣ୍ଡ ଗର୍ଭ ଭିତରେ । ଘୋଷା ।ନୁହନ୍ତି ମୋ ସୁତ ବ୍ରହ୍ମାଣ୍ଡର ନାଥ ଜାତ ହେଲେ ମୋ ପୁରରେ ।ବଡ଼ ଅଭାଗିନୀ ମୁଁ ମୂଢ଼ ପାପିନୀ ମିଛେ ବୋଲୁଛନ୍ତି ମୋର କୁମରେ ।ଆଦି ଈଶ୍ୱରେ, ବିଜେ ସଂସାରେ, ପ୍ରତକ୍ଷେ ପରଂବ୍ରହ୍ମ ଅବତାରେ ।୧।ଭଗତଙ୍କ ଛଳେ ମହୀଭାରା ବଳେ ବିଜୟେ ଆସି ଏ ମର୍ତ୍ତ୍ୟପୁରେ ।ନାଶିବେ ସକଳ ଦୁଷ୍ଟ ଦୁରାଖଳ ରୁହାଇବେ କୀର୍ତ୍ତି ରବିତଳରେ ।ଶାସ୍ତ୍ରବେଦରେ ଭକ୍ତ ଭାବରେ ଯଥା ବିଧିମତ ନାମ ବାହ୍ୟରେ ।୨।ଧନ୍ୟ ସେ ଭୁବନ ଧନ୍ୟ ପିଣ୍ଡପ୍ରାଣ ଦେଖିବ ଚର୍ମ ନୟନରେ ।କୋଟି ଜନ୍ମ ପାପ ବିନାଶିଲି ଦେଖ ପୂର୍ବର ସୁକୃତ ଭାଗ୍ୟ ଥିବାରେ ।ପ୍ରସନ୍ନ ମୋରେ ପୁତ୍ର ଭାବରେ କମ୍ପୁଛନ୍ତି ହୃଦେ ହେଜ ପାଞ୍ଚରେ ।୩।ହେଉଛି ଭାରତ ଭୂମି କୁରୁକ୍ଷେତ୍ର ବାଦି ପଞ୍ଚୁପାଣ୍ଡବରେ ।ଠାବେ ଠାବେ ଲୀଳା ନାମ ସଂକୀର୍ତ୍ତନ ରାମଚନ୍ଦ୍ର ମିତ ସୁଗ୍ରୀବଠାରେ ।କପି ସନ୍ୟରେ ବୀରବେଶରେ ରାମାୟଣ ଯୁଦ୍ଧ ଲଙ୍କାଦ୍ୱୀପରେ ।୪।ଜୟ ଜୟ ହରି ନିକୁଞ୍ଜବିହାରୀ କରୁଣା କର ମୋଠାରେ ।ଭଣେ ଭୀମସେନ ଦୁର୍ବୁଦ୍ଧି ଦୁର୍ଜନ ଦିବାନିଶି ଧ୍ୟାନ ସ୍ୱାମୀ ପୟରେ ।ଅନୁଭବରେ ମନଧ୍ୟାନରେ ନିର୍ଣ୍ଣ ପଞ୍ଚୁଆତ୍ମା ନାମ ବ୍ରହ୍ମରେ ।୫।
(୧୯୦)
ବିକାଶି ତାଙ୍କ ପୂର୍ବ ସୁକୃତ, ନନ୍ଦ ବସୁମାତ୍ର ଭାବେ ଭଗତ । ଘୋଷା ।କଂସାସୁର ପୁରେ ବସୁଦେବ ଘରେ ଦେବକୀ ଗର୍ଭେ ଚକ୍ରଧର ।ଗର୍ଭେ ଦଶମାସ ରହି ସେ ପୁରୁଷ ଜନ୍ମ ହେଲେ ବହି ନର ସ୍ୱରୂପ ।ଜାଣି ବେଦାନ୍ତ, ଆଦି ଅନନ୍ତ, ପୁଣି ଦୃଷ୍ଟି କଲେ ମଧୁପୁରେତ ।୧।ଚାହିଁ ପୁତ୍ର ମୁଖ ଲଭି ତାର ଦୁଖ କି କୃତ୍ୟ କଲୁ ବିଧାତ ।ଦେଖିଲି ନୟନେ ପୂର୍ବର ଯେ ପୁଣ୍ୟ କେ ମୂର୍ଚ୍ଛିବ ରୂପ ବର୍ଣ୍ଣ ବିଦିତ ।ଆକୁଳ ଚିତ୍ତ, ନେତ୍ରୁ ଲୁହତ ହା ହା ବୋଲି ଦେଲେ ଲଲାଟେ ହସ୍ତ ।୨।ଜାଣି କଂସ ପତି ଦୂତ ପେଷି ଧାତି ପୁତ୍ର ମାରିବ ନିୟତ ।ନାଶି ବିଶ୍ୱଗୋତ୍ର ନାହିଁ ତା ବିଚିତ୍ର ନୋହେ ଶାନ୍ତି ଶୀଳ ଦୟାମହତ୍ତ୍ୱ ।ଅଣବିହିତ, ଜିଣି ଜଗତ, ହାରିଛନ୍ତି ଯାକୁ ସୁର ସିଦ୍ଧାନ୍ତ ।୩।ନନ୍ଦଘରେ ମୁହିଁ ସମର୍ପିଲେ ନେଇ ଗୋପେ ବଢ଼ିବ ପୁତ୍ରାନ୍ତ ।କାଖତଳେ ନେଇ ବସନ ଘୋଡ଼ାଇ ଚଳିଲେ ସେ ଗୋପନବର ପଥ ।ଅର୍ଦ୍ଧ ନିଶାନ୍ତ ଦେବକୀ କାନ୍ତ ସମର୍ପିବି ନେଇ ଯଶୋଦା ହସ୍ତ ।୪।ପାଇ ଧର୍ମସୁତ ଯଶୋବନ୍ତୀ ମାତ ପଞ୍ଚୁମନରେ ଉଷତ ।ବୋଲେ ଭୀମଭୋଇ ଅନ୍ତର୍ଯ୍ୟାମୀ ସେହି ଗୋପପୁରେ ପ୍ରଭୁ ହେଲେ ଉଦିତ ।ନାମ ବିଖ୍ୟାତ, ଜଗତ ତାତ, ବୋଲାଇଲେ ତେଣୁ ଯଶୋଦା ସୁତ ।୫।
(୧୯୧)
ଭଜ ଅଲେଖ ବ୍ରହ୍ମଙ୍କୁ, ଛଡ଼ାଇ ବାହ୍ୟ କର୍ମକୁ ।ଘୋଟିଯିବ ଭବବାରି ତ୍ରିଅମର ଦେଖୁ ଦେଖୁ । ଘୋଷା ।ଅନହତ ପୁରେ ସ୍ଥିତି, ଜାଜୁଲ୍ୟମୟ ତା ଜ୍ୟୋତି ।କୋଟି ଚନ୍ଦ୍ର ସୂର୍ଯ୍ୟ କାନ୍ତି ଲକ୍ଷ ନୋହେ ତା ତେଜକୁ ।୧।ଅଣ ଆକାର ତା ଦେହୀ, ନିତ୍ୟେ ଛନ୍ତି ଉଦେ ହୋଇ ।ପୂରିଛି ସକଳ ଦେହୀ ଅନୁବ୍ରତେ ଖୋଜ ତାଙ୍କୁ ।୨।ନିଶବ୍ଦ ଘରୁ ଶବଦ, ଆଣ୍ଟେ କରୁଅଛି ନାଦ ।ଅଣଭେଦ ଚିତ୍ତେଭେଦ ଛେଦ ମୋହନ ମଦକୁ ।୩।ଶୂନ୍ୟେ ବାଜୁଛି ବାଜଣା, ଏକକୁ ଆରେକ ଜିଣା ।ବେନି କର୍ଣ୍ଣ ମୂଳେ ଠଣା ଭେଦୁଛି ଚଉଦିଗକୁ ।୪।ଆବୋରି ବେନି ନୟନ, ନଳିନୀ ଜଳ ଯେସନ ।କରୁଛି ସର୍ବ ବିଧାନ ଘେନି ଅକର୍ମ କର୍ମକୁ ।୫।ଚଳୁଛି ନାସା ପୁଡ଼ାରେ, ହୋଇ ଭିତର ବାହାରେ ।ସ୍ଥିତି ଉତ୍ପତ୍ତି ପ୍ରଳୟ ଦିବା ନିଶି ନାହିଁ ଯାକୁ ।୬।ତ୍ରିକୂଟ ସନ୍ଧିରେ ରହି, ରାଉଛି ବଚନ ସେହି ।ବୋଲେ ଭୀମସେନ ଭୋଇ ଧ୍ୟାଇ ଗୁରୁ ପୟରକୁ ।୭।
(୧୯୨)
କୃପାସାଗର ହେଲେ ବାହାର, ଅନାଦି ପୁରୁଷ ଯୋଗେଶ୍ୱର ।ଡୁବି ଗଲା ଯହୁଁ ସତ୍ୟସାର । ଘୋଷା ।ଭଗତଙ୍କ ହିତେ, ବିଜୟେ ଜଗତେ ।ଦୀକ୍ଷା ଅବଧୂତ, ନିର୍ବେଦୁ ସମ୍ଭୁତ ।ଦେଖି ଅନିତ୍ୟ ଅଣ ଆଚାର ।ନ ବିଶ୍ରାମି ଦଣ୍ଡେ, ବୁଲନ୍ତି ବ୍ରହ୍ମାଣ୍ଡେ,କ୍ଷୀର ନୀର କରି ଆହାର ।୧।ବିଜୟେ ଧରତି, ଆଦି ବ୍ରହ୍ମବେତ୍ତା,ସାଧନେ ଶକତା, ଜୀବ ପରେ ହିତା,କାରଣ ଲଭିଲେ ଚରାଚର ।ସ୍ଥାବର ଜଙ୍ଗମ, କୀଟାଦି ପତଙ୍ଗ,ଲାଗିଅଛି ତେଜ ତାହାଙ୍କର ।୨।ଯହୁଁ ପାଦପାଣି, ପଡ଼ିଲା ଧରଣୀ ।କମ୍ପେ ପୁର ତିନି, ଚେତିଲେ ସୁଜ୍ଞାନୀ ।ବିଘ୍ନ କରୁଛନ୍ତି ସୁରନର ।ସତ୍ୟରେ ଭଜିଲେ, ଚିତ୍ତରେ ମଜ୍ଜିଲେ,ଭେଟ ଯେଉଁଦିନୁ ଏକଠାର ।୩।ଗତି ପତି ଦାତା, ମୋ ଜୀବନ କର୍ତ୍ତା,ପାଇ ଆନନ୍ଦିତା, ମନେ ଉନମତ୍ତା,ତରିବି ବୋଲି ଭରସା ମୋର ।ଶ୍ରୀପୟର ରେଣୁ, ବୋଳି ହୋଇ ତନୁ,ଭଣେ ଭୀମ ଭୋଇ ପାମର ।୪।
(୧୯୩)
ଶୁଣ ହେ ସୁଜନ, ମହିମା ବିଧାନ, ଅଲେଖ ଶୂନ୍ୟପୁରୁଷ ।ଲବଣ ସମୁଦ୍ର, ଜମ୍ବୁଦ୍ୱୀପ ପୃଥ୍ୱୀ ଦକ୍ଷିଣ ଉତ୍କଳ ଦେଶ ଯେ ।ମାଳବିହାର ପୁର । ତହିଁ ଆରମ୍ଭିଲେ ଧୂନିଘର ।ଭକ୍ତେ ଢାଳୁଛନ୍ତି ଘୃତଧାର । ହବିପାନେ ତୋଷ ବୈଶ୍ୱାନର ଯେ ।୧।ଗୁରୁଦେବ ସ୍ୱାମୀ, ପ୍ରଭୁ ଅନ୍ତର୍ଯ୍ୟାମୀ ଆଦି ଅନ୍ତ ଯାର ନାହିଁ ।ନବ ଖଣ୍ଡ ପୃଥ୍ୱୀ, ଏକାଙ୍ଗେ ଭ୍ରମନ୍ତି, ବୁଦ୍ଧ ଅବତାର ହୋଇ ଯେ ।କଳି କରିବେ ହତ । ଅଷ୍ଟଦିନ ହୋଇବ ଭାରତ ।ଦୁଷ୍ଟଗଣ ମରିବେ ବହୁତ ।୨।ଅନନ୍ତ ମୂରତି, ମର୍ତ୍ତ୍ୟେ ଉତପତ୍ତି, ନିଜ ନାମ ଗୋପ୍ୟ କଲେ ।ଜଗତ ଭିତରେ, ଭଗତ ହିତରେ, ଅଲେଖବାନା ବହିଲେ ଯେ ।ଦେଖ ପ୍ରଭୁ ମହିମା । ଭାଙ୍ଗିଦେବେ ଦୁଷ୍ଟଙ୍କ ଗାରିମା ।ଅନ୍ତ ନ ପାଇଲେ ବେଦ ବ୍ରହ୍ମା, ଜଳ ପୃଥ୍ୱୀ ନକ୍ଷତ୍ର ସୁଧର୍ମା ।ସାକ୍ଷ ଥାନ୍ତୁ ଚନ୍ଦ୍ର ସୂର୍ଯ୍ୟ ସିନା ଯେ ।୩।ସ୍ୱାମୀ ପଦ ରଜ, ହୃଦପଦ୍ମେ ଭଜ, ଆହେ ସାଧୁ ସୁଜ୍ଞଜନ ।ଗତ ଜନ୍ମ ଦୋଷ, ହୋଇବ ବିନାଶ, ନ ଯିବ ଯମ ଭୁବନ ଯେ ।ସ୍ୱାମୀ ଚରଣେ ପଡ଼ି । କହେ ଭୀମ ହୀନ କରଯୋଡ଼ି ।ଗତ ଜନ୍ମ ଦୋଷ ଯିବ ଛାଡ଼ି । ପ୍ରଭୁ ରଖିବେ ଚକ୍ର ଉହାଡ଼ି ।ସ୍ୱାମୀ ଚରଣେ ସାଷ୍ଟାଙ୍ଗେ ପଡ଼ି ଯେ ।୪।
(୧୯୪)
ଗୁରୁ ରୂପ ଗ୍ୟାନ ଦେଲେ ଆଣି ।ଜଗତ ଭଗତ ମନ ଜାଣି ।ଗତି ପତି ଦାତା, ବ୍ରହ୍ମାଣ୍ଡ କରତା,ବିଜେ କରିଛନ୍ତି ଦେଖ ଦେଖ ହେ ।ପ୍ରିୟ ଲୋକ,ଶୂନ୍ୟ ପୁରୁଷ ଅଲେଖ ହୋଇ ଲେଖ ।୧।ସାଧୁ ସୁଜ୍ଞଜନ ଅଛ ଯେବେ,ଗ୍ୟାନନେତ୍ରେ ଚିହ୍ନି ଧର ଏବେ,ଅଶେଷ ବ୍ରହ୍ମାଣ୍ଡେ, ପୃଥ୍ୱୀ ନବ ଖଣ୍ଡେ,ଭେଦିଛନ୍ତି ଚନ୍ଦ୍ର ସୂର୍ଯ୍ୟ ପ୍ରାୟେ ହେ ।ନର ଦେହେ ।ଜାଣି ଆଶ୍ରେ କଲେ ପିଣ୍ଡ ନୋହେ କ୍ଷଏ ।୨।ସପ୍ତବ୍ରହ୍ମାଣ୍ଡକୁ ସାତ ବାରବତାଇ କହୁଛି ହେତୁ କରକିମ୍ପାଇଁ ଅଗ୍ୟାନ, ହେଉଛ ସୁଜନ,କାଳମାୟା ମୋହେ ପଡ଼ିଅଛ ହେ ।ନୁହେ ମିଛ ।ବୃଥା ସଂସାର ମତରେ ଭୁଲୁଅଛ ।୩।ଅଭୟ ଚରଣ ଥାଉଁ ଥାଉଁ,କାହାକୁ ଚିତ୍ତରେ ଭୟ ଆଉ,ଧର ଦୃଢ଼ ବନ୍ଧେ, ଗୁରୁ ପାଦବିନ୍ଦେ,ବ୍ରହ୍ମଗ୍ୟାନ ହେବ ପରାପତ ହେ ।ସାରସ୍ୱତ ।ବାକ୍ୟ ଶ୍ରୀଗୁରୁ ବଚନ ନୋହେ ମିଛ ।୪।ଚାରିଯୁଗ ସଂଖ୍ୟା ଛିଡ଼ୁ ଅଛି,ଆଦି ଅନ୍ତ କିଛି ନ ମିଳୁଛି,ପରମ ପୁରୁଷ, ଗୋପ୍ୟାନେ ପ୍ରଚରି,ଅଲେଖ ଶବଦ ଭିଆଇଛି ହେ ।କଳିକାଳେ ।ବୁଦ୍ଧି ପ୍ରବୁଦ୍ଧ ସ୍ୱରୂପ ରବିତଳେ ।୫।ନିଷ୍କାମ ଧର୍ମକୁ ବୃକ୍ଷ ରୂପି,ବ୍ରହ୍ମକର୍ମ ଧର୍ମ ଦେଲେ ସ୍ଥାପି,ଏବେ ସେହି ଫଳ, ଦେଖ ହେ ସକଳପ୍ରାପତ ହୋଇବ ସମସ୍ତଙ୍କୁ ସେ ।ଧର୍ମ ରୂପ ।ଗତି ମୁକତି ପାଇବେ ସର୍ବ ଲୋକ ।୬।ପରମ ପୁରୁଷ କବି ରୂପ,ପୁରାଣ ହୋଇଛି ବେଦ ବାକ୍ୟ,ଆପ ବ୍ରହ୍ମାଣ୍ଡରେ ଆପେ ବିଜେ କରି,ସମ୍ପାଦନ କରୁଛନ୍ତି ଆସି ହେ ।ଦାସ ଦାସୀ ।ଦେଖ ତିନିପୁର ଯାଉଥିଲା ଭାସି ।୭।ନ ପାଇ ବ୍ରହ୍ମର ଆଦି ଅନ୍ତ,ଭୁଲି ଯାଉଛନ୍ତି ସାଧୁ ସନ୍ଥ,ଚାରି ଯୁଗେ ବ୍ରହ୍ମ, ନର ଅଙ୍ଗେ ଥାଇ,ଭୁଲାଇ ମାରୁଛି ବେଦ ବାଦେ ହେ ।ତପ ସାଧ୍ୟେ ।ବୋଲେ ମୁହିଁ ଅଛି ମୋହ ଶୂନ୍ୟ ମଧ୍ୟେ ।୮।ବ୍ରହ୍ମର ମହିମା ବ୍ରହ୍ମ ଜାଣେ,କେବା ସାମରଥ ତ୍ରିଭୁବନେ,ଅବ୍ୟୟ ବ୍ରହ୍ମଙ୍କୁ କଳିବାକୁ ତାକୁ,ଅଶେଷ ବ୍ରହ୍ମାଣ୍ଡେ ଯେତେଛନ୍ତି ହେ ।ନ ଦିଶନ୍ତି ।ସର୍ବ ବ୍ରହ୍ମାଣ୍ଡେ ବଡ଼ିମା କହୁଛନ୍ତି ।୯।ନାମ ବ୍ରହ୍ମ ପଦ ଅନୁସର,ଦିବା ନିଶି ହେଳା ନାହିଁ କର,ଭଣେ ଭୀମହୀନ, ପାମର ଅଗ୍ୟାନଡାକି କହୁଅଛି ଶତେବାର ହେ ।ସାଧୁଜନ ।ହୃଦେ ମହିମା ଅଲେଖ ନାମ ଗୁଣ ।୧୦।
(୧୯୫)
ମନ ସଧୀରେ ହୋ, ଦୃଢ଼େ ସାଧ୍ୟ କର ।ପାହିଗଲା ନିଶି ପତିକି ତୁ ଧର । ଘୋଷା ।ଚନ୍ଦ୍ର ସୂର୍ଯ୍ୟ ଉଦେ ହୋନ୍ତି ବ୍ରହ୍ମାଣ୍ଡ ମଧ୍ୟର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ତେଜ ତାହାଙ୍କର ।୧।ନିର୍ଧୂମ ଅଗ୍ନିର ତେଜ ଧୂମାନ୍ତ ଆକାର ।ଯୋଗୀନ୍ଦ୍ର ପରେ ଯୋଗୀନ୍ଦ୍ର ଯାଇ ଯୁଗାନ୍ତର ।୨।ଷୋଳକଳା କଳା କଳା କଳାରୁ ଅନ୍ତର ।ଅର୍ଦ୍ଧ ନିଶି ନିଶି ନିଶି ନିଶାଚର ।୩।କହେ ଭୀମଭୋଇ ଅର୍ଥ ବେନି ଯେ ପ୍ରକାର ।ଅଗ୍ୟାନିକି ଆଗୋଚର ଗ୍ୟାନିକି ଗୋଚର ।୪।
(୧୯୬)
ଲତାବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ।ପ୍ରତିଦିନ ତିନିପୁରେ ହେଉଛନ୍ତି ବେଶ । ଘୋଷା ।ରୂପା ବୃକ୍ଷ ମୂଳେ ଚେତ ନାହିଁ ତା ବିକାଶ ।ମେରୁକୁ ଦ୍ୱିଗୁଣେ ମୋଟ ହୋଇଛି ପ୍ରକାଶ ।୧।ଅବସନ୍ତେ ପଲ୍ଲବୁଛି ନାହିଁ ମଧୁମାସ ।ନିତି ଫୁଟେ ନିତି ତୁଟେ ନ କରୁଛି ବାସ ।୨।ବେନି ପରକାର ରୂପ ବର୍ଣ୍ଣ ତାର ଦୃଶ୍ୟ ।ନାହିଁ ମଧୁରସ ତହିଁ ତେଜ ତାର ବିଷ ।୩।ଅଣ ଛାୟା ତରୁତଳେ କରିଛନ୍ତି ବାସ ।କଢ଼ିରୁ ପଡ଼ିଲେ ଝଡ଼ି ସର୍ବେ ଯିବେ ନାଶ ।୪।ଚତୁର୍ଥ ପାଖୁଡ଼ା ଦୁତୀ ପାଖୁଡ଼େ ବିଳାସ ।ବୋଲେ ଭୀମ ଭୋଇ ଭୃଙ୍ଗ ନ ଯାଏ ତା ପାଶ ।୫।
(୧୯୭)
ପ୍ରତ୍ୟକ୍ଷରେ ଅନନ୍ତ ସ୍ୱରୂପ ହେ ରହି ଦେଖ,ଠୂଳ ଶୂନ୍ୟେ ହୋଇଛନ୍ତି ଗୋପ୍ୟ ହେ । ଘୋଷା ।ପାତାଳେ ବାସୁକିଗଣ, ଅନନ୍ତ ସେ ନାରାୟଣ,ଶିରେ ବହି ସପ୍ତସିନ୍ଧୁ ଦ୍ୱୀପ ।ରଚନା ତିନି ବ୍ରହ୍ମାଣ୍ଡ, ଅଛି ପୃଥ୍ୱୀ ନବଖଣ୍ଡ,ଅନନ୍ତ ବାସୁକି ଶିରେ ଗୋପ୍ୟ ।୧।ସକଳ ଘଟରେ ହରି, ଅଛନ୍ତି ବିଜୟ କରି,ରାଧା କୃଷ୍ଣ ନାମ କିମ୍ପା ଜପ ।ବିଅର୍ଥେ ହେଉଛ ଧନ୍ଦି, କର୍ମ କାମ ପାଶେ ବନ୍ଦିଡୋଳା ମଧ୍ୟେ ରାଧାକୃଷ୍ଣ ରୂପ ହେ ।୨।ଅର୍ଦ୍ଧନାସା ବେନି ପୁଡ଼ା, ଚନ୍ଦ୍ର ସୂର୍ଯ୍ୟ ତହିଁ ଯୋଡ଼ାଉଜାଣି ବହୁଛି ତହିଁ ଦେଖ ।ପରଚେ ହୋଇବ ଯେବେ, ନୟନେ ଦେଖିବ ତେବେ,ଛଡ଼ ବେଦ ପରେ ବ୍ରହ୍ମ ରୂପ ହେ ।୩।ଗୁମ୍ଫାକୁ ଫିଟିଛି ବାଟ, ତହୁଁ ଆସନ ନିକଟ,ହର ବ୍ରହ୍ମା ଗମ୍ୟ ନାହିଁ ଶକ୍ୟ ।ଅତିହିଁ ଅଗମ୍ୟ ଭୂମି, ଖୋଜି ନ ପାଆନ୍ତି ଗ୍ୟାନୀ,ଚନ୍ଦ୍ର ସୂର୍ଯ୍ୟ ତେଜ ନାହିଁ ଧାପ ହେ ।୪।ଉଦେ ଅସ୍ତ ଭୂମି ଚିହ୍ନି, ଥୟ କର ପଞ୍ଚମନ,ନିରନ୍ତରେ ଅଣାକାର ଜପ ।ମାରୁଛି ବ୍ରହ୍ମ ଲହଡ଼ି, ଦେଖୁ ଦେଖୁ ଯିବ ଛାଡ଼ି,ପବନକୁ ବାନ୍ଧି ଧୀରେ ରଖ ହେ ।୫।ଜୟ ଜୟ ଶୂନ୍ୟ ହରି, ଅରୂପାନନ୍ଦ ବିହାରୀ,ଅକୃପା କଲେ ହୋଇଲି ନିରେଖ ।ଶ୍ରୀଗୁରୁ ପାଦପଦ୍ମରେ, ଚିତ୍ତ ଜନ୍ମ ଜନ୍ମାନ୍ତରେ,ରଖି ଭଣେ ଭୀମଭୋଇ ରଖ ।୬।
(୧୯୮)
ଯାକୁ ଭଜୁଅଛ, ତାକୁ ନ ବୁଝି ନିନ୍ଦିତ କରୁଅଛ । ଘୋଷା ।ଲୋଡ଼ୁଅଛ ବେଦେ ଜପେ ତପେ,ଝସାଇ ପଡ଼ୁଛି ମୁଖେ ମୁଖେ,ତା ଅଙ୍ଗେ ତୁମ୍ଭର, ଅଙ୍ଗ ଲାଗିଅଛି,ଚାଲି ଯାଉଅଛି କରି ପଛ ।୧।ଯେତେ ଏ ମାନବ ପିଣ୍ଡ ଜାଣ,ସବୁ ଘଟେ କରି ନିରୂପଣ,ନରଦେହେଁ ବ୍ରହ୍ମ, କେଉଁ ବର୍ଣ୍ଣ ଦିଶେବୁଦ୍ଧିରେ ବିବେକ କରି ବାଛ ।୨।କବିତ ପଣ୍ଡିତ ସାଧୁମାନେ,ସପ୍ତାଙ୍ଗୀ ଅଷ୍ଟାଙ୍ଗୀ ଯୋଗୀଜନେ,ହେତୁ କରି ବୁଝ, ତତ୍ତ୍ୱମନେ ଖୋଜ,ସତ୍ୟ ବାକ୍ୟ ନାହିଁ ମଣ ମିଛ ।୩।ସତ୍ୟ ସାଧୁ ସଙ୍ଗେ ଛନ୍ତି ଗୁରୁ,ଶୂନ୍ୟ ହୋଇ ବୁଦ୍ଧ ଅବତାରୁ,ଯହିଁ ସତ୍ୟ ଧର୍ମ, ତହିଁ ରହେ ବ୍ରହ୍ମ,ନ ବାରନ୍ତି ସେ ଯେ ଉଚ୍ଚ ନୀଚ ।୪।ଛପ୍ନା କୋଟି ଯାକୁ ଧ୍ୟାନ କରି,ସେ ହୋଇଛି ଯୋଗୀ ଭିକ୍ଷାକାରୀ,କରୁଅଛି ସ୍ନାନ, ଅନ୍ନ ଜଳ ପାନ,ରହିଛନ୍ତି ମଧ୍ୟ ସ୍ୱର୍ଗ ମଞ୍ଚ ।୫।ଭଣେ ଭୀମ ଅରକ୍ଷିତ କନ୍ଧ ।ଧରି ଶ୍ରୀଗୁରଙ୍କ ପାଦ ବିନ୍ଦ,ଅଶେଷ ଲକ୍ଷଣେ, ଲକ୍ଷିତ ପ୍ରକାଶ,କେଉଁ ରୂପ ଦେବି ସମକଛ ।୬।
(୧୯୯)
ଧ୍ୟାନ ଧଉର୍ଯ୍ୟେ ଗୁରୁ ପାଦ ସୁମର ।ଦାରା ସୁତ ବିତ୍ତ ନ ଯିବେଟି ସଙ୍ଗର । ଘୋଷା ।ଯେତେ ଦିବସରୁ ପିଣ୍ଡ ରଚନା ହେଲା,ତେତେ ଦିନଠାରୁ ମାୟା ମୋହ ଘୋଟିଲା,ଆଦି ଗର୍ଭରେ ସିଦ୍ଧି, ରୋମ ଚର୍ମରେ ଭେଦି,ପଶିଲା ମାୟାବୁଦ୍ଧି, ପ୍ରବୃତ୍ତିକି ସମ୍ପାଦି,ବିକୃତି ଉଦ୍ଦୀପନ, ପ୍ରେମହାସ୍ୟକୁ ଭେଦି,ପ୍ରେମ ହାସ୍ୟରୁ କାମ, କଳ୍ପଣା ଘରେ ବନ୍ଦି,ତେଣୁ ପଡ଼ିଲା ମାୟ ମୋହ ବନ୍ଦିର ।୧।ଦୁର୍ଲ୍ଲଭ ଜନମ ପିଣ୍ଡ ନିଶ୍ଚିନ୍ତେ ଦେଲା,ଉତ୍ପତ୍ତିରୁ ସ୍ଥିତି କରି ଫେରି ମାଇଲା,ଆଗେ ଖୁଆଇ ଖଣ୍ଡ, ବୁହାଇ ଦେଲା ଦଣ୍ଡ,ଘୋଟିଲା କର୍ମ କାଣ୍ଡ, ଭୂମି ପଡ଼ିଲା ପିଣ୍ଡ,ଛିଡ଼ିଲା ଗଣ୍ଡି ମୁଣ୍ଡ, ହୋଇଲା ଖଣ୍ଡ ଖଣ୍ଡ,ଜଳେ ମୃତ୍ତିକା ଭାଣ୍ଡ, ପରାଏ ମସି ଗୁଣ୍ଡ,ମଥା ପରେ ପିଟିଲା ବଜ୍ର ପାହାର ।୨।ଜାଣି ଜାଣି ସବୁ ନ ଜାଣିବାର ହେଲା,ବ୍ରହ୍ମଶାପ ପାଇ ତେଣୁ ଅଳପେ ମଲା,ଜିଇବା, ସୂଚିଥିଲା, ମରଣ ମୂଳ କଲା,ସୁଖ ଭୋଗ ରହିଲା, ଯୋଗକୁ ନ ଧଇଲା,ପାଇ ପ୍ରକୃତି ଲୀଳା, ସକଳ ପାସୋରିଲା,ଆପଦକୁ ସେ ସତ୍ୟ, ବୋଲିଣ ଆଦରିଲା,ନିତ୍ୟେ ଭାବେ ମଜ୍ଜିଲା ଭବ ଦୁଆର ।୩।ଆଉ କଥାମାନ ସବୁ ଦୂରକୁ ଛାଡ଼,ନିଶ୍ଚୟ ଅନ୍ତକାଳରେ ପାଇବୁ ମାଡ଼,ଭାରିଯା ରୂପେ ଦେବୀ, ଜଗିଥିବ ବାଟରେ,ପ୍ରକୃତି ପୁତ୍ରରୂପେ, ଜଗିଥିବେ ପାଶରେ,କାଳ ଗଣେ କଟାଳ, କରିବେ ନିରନ୍ତରେ,ପ୍ରହାର କରି ମାଡ଼ି ବସିବେ ଏ ଦେହରେ,ଚଉଦିଗ ଦିଶିବ ସବୁ ଅନ୍ଧାର ।୪।ଶୁଣ ସାଧୁ ସୁଜ୍ଞଜନେ ପ୍ରଳୟ କଥା,ମାଟି ପଥରକୁ ରଚିଅଛି ବିଧାତା,ନବତନୁରେ ମହୀ, ଯିବ ପ୍ରଳୟ ହୋଇ,ଉଲୁକା ପାତ ହୋଇ, ଶୂନ୍ୟ ଶବଦ ବାଇ,ଚନ୍ଦ୍ର ସୂର୍ଯ୍ୟ ଲୁଚିବେ, ମେରୁ ତ୍ରିକୂଟେ ଯାଇଁ,ତ୍ରିପୁର ଅନ୍ଧକାର, ନକ୍ଷତ୍ରଗଣ ନାହିଁ,ଶୂନ୍ୟ ଆକାଶେ ଘୋଟିଯିବ କୁହୁର ।୫।କାରୁଣ୍ୟ ଜଳ ଘୋଟିବ ଯେବଣ ଦିନେ,ଯୋଗୀମାନେ ଆସନ ବାନ୍ଧିଥିବେ ଶୂନ୍ୟେ,ମନ ହୋଇ ଆସନ, ଉଡ଼ିବେ ସର୍ବଜନ,ଉଜାଣି ଉଠି ଶୂନ୍ୟ, ବ୍ରହ୍ମରେ ହେବେ ଲୀନ,ଭାଙ୍ଗିବ ମେରୁ ଦ୍ରୁମ, ବ୍ରହ୍ମାଣ୍ଡ ହେବ ଶୂନ୍ୟ,ସ୍ୱର୍ଗରେ ଦେବଗଣ, ହୋଇବେ ରଣ ଭଣ,ତିନି ଭୁବନ ହେବ ଜଳବିମ୍ବର ।୬।ବୁଦ୍ଧିଥିବା ଲୋକମାନେ ହେଲେଣି ବଣା,ସାମର୍ଥକ ପଣ ଧନ ହେଲାଣି ଊଣା,ବୁଦ୍ଧି ହେଲାଣି ବାମ, ଆଶ୍ରୟ ନାହିଁ ନାମ,ହୋଇଲେଣି ଅଧମ, ମାୟା ମୋହରେ ଭ୍ରମ,ନ କରି କ୍ରିୟା କର୍ମ, ଅଚେତାରେ ଅଜ୍ଞାନ,ଛାଡ଼ିଣ ସତ୍ୟପଥ, ଅଧର୍ମ ଆଚରଣ,ହେତୁ ଚେତା ମନେ ନାହିଁ କାହାର ।୭।ଜନମ ଦିନରୁ ଯେତେ କରିଛି ଦୋଷ,ସଂଖ୍ୟା କରି ଶାହାସ୍ତ୍ରେ ମୁଁ କହିବି କିସ,ଅନ୍ତର୍ଯ୍ୟାମୀ ପୁରୁଷ, ଜାଣୁଥିବେ ଅବଶ୍ୟ,ଯୁଗ ହେଲାଣି ଶେଷ, ନ କରିବ ନିରାଶ,କରିଣ ଦାସୀ ଦାସ, ରଖିଣ ଥିବ ପାଶ,କୃପା କଲେ ଦହନ, ହେବ ପାପ କଳୁଷ,ଅଣ ବୁଝାମଣା ହେଲାଣି ସଂସାର ।୮।ଗୁରୁ ଲାତ ବାଜିବାରୁ ପାଇଲି ପଦ,ଅବନା ମନ୍ଦିରରୁ ବଖାଣିଲି ନିର୍ବେଦ,ଯୋନି ଜନମ ପିଣ୍ଡ, ଲଭିଅଛି ବ୍ରହ୍ମାଣ୍ଡ,ଏ ଯୁଗ ପରଚଣ୍ଡ, ହେଲାଣି ନବଖଣ୍ଡ,ନାଶଯିବ ବ୍ରହ୍ମାଣ୍ଡ, ଆଦିମାନବ ପିଣ୍ଡ,କୁଢ଼ କୁଢ଼ ହୋଇଣ, ଛିଡ଼ିବ ଗଣ୍ଡି ମୁଣ୍ଡ,ଦୋଷ ଅପରାଧ କ୍ଷମାକରି ଉଦ୍ଧର ।୯।ଷୋଳ ବରଷ ଠାରୁ କଲି କବିତ୍ୱ,ଏକା ରାଗେ ବାନ୍ଧିଲି ମୁଁ ଦି ଯୋଡ଼ା ଗୀତ,ଭଣେ ଭୀମ ଅର୍କ୍ଷିତ, ଗୁରୁ ମୋ ସାମରଥ,ଅଭୟ ବାନା ତଳେ, କରିଅଛି ଆଶ୍ରିତ,ଏକାକ୍ଷର ପୟରୁ, ଆପ୍ୟାନ ସୁଧାମୃତ,କରୁଣା କରିବାରୁ, ଅନାଦି ଅବଧୂତ,ଗ୍ୟାନ ନେତ୍ରେ ଦେଖିଲି ବାହ୍ୟ ଭିତର ।୧୦।
(୨୦୦)
ଯହିଁ ପ୍ରଭୁଛନ୍ତି, ତତ୍ତ୍ୱ ଭେଦ କରି କେହି ନ ଜାଣନ୍ତି । ଘୋଷା ।ମନୁଷ୍ୟ ସ୍ୱଭାବେ କରି ମତ,ସଂସାର ବୁଦ୍ଧିରେ ଆତ ଯାତ,ଦେଖା ପଡ଼ୁଅଛି, ଲୁଚି ଯାଉଅଛିପରକାଶ ହେଉଛନ୍ତି ନିତି ।୧।ନବଖଣ୍ଡ ମେଦିନୀ କି ଧରି,ଲୋଡ଼ ସ୍ୱର୍ଗ ମର୍ତ୍ତ୍ୟ ତିନିପୁରୀ,ଗୁରୁଠାବ କର, ସେବାରେ ବିହରଧର୍ମେ ରକ୍ଷାହେଉ ନବକ୍ଷିତି ।୨।ପିଣ୍ଡ ବ୍ରହ୍ମାଣ୍ଡରେ କର ଠାବ,ପ୍ରତକ୍ଷରେ ଗୁରୁ ଧରାଦେବ,ଭକ୍ତ ହିତକାରୀ କରୁଣା ସାଗରୁ,ତାରିବାକୁ ରୂପିଛନ୍ତି ଛାତି ।୩।ମହିମା ଆଶ୍ରିତ ଯେତେଛନ୍ତି,ଏ ଭିତରେ ସ୍ୱାମୀ ଲୁଚିଛନ୍ତି,ଗ୍ୟାନନେତ୍ରେ ଚିହ୍ନ ନିରୋପି ଶଙ୍କୁନ,ନିଶ୍ଚୟ ଲଭିବ ସଦଗତି ।୪।ଯେଉଁଠାରେ ଗୁରୁଥିବେ ରହି,ପୂରିଥିବ ଅଙ୍ଗ ଊଣା ନାହିଁ,ଜଗତ ଭଗତ ଛପ୍ନା କୋଟି ଜୀବ,ସେଠାରେ କରିବା ସେବା ଭକ୍ତି ।୫।ଅଲେଖ ପୁରୁଷ ଲେଖା ନାହିଁ,ଅଶେଷ ନାମରେ ଉଦେ ହୋଇ,ଭଣେ ଭୀମଭୋଇ କେ ପଶିବ ଯାଇଁ,ଅନଳ ପରାୟେ ରୂପ କାନ୍ତି ।୬।ଦ୍ୱିତୀୟଖଣ୍ଡ ସମାପ୍ତ
ସମ୍ବନ୍ଧିତ ରଚନା
ନାଗନାଥ
ଗୋବିନ୍ଦ ରଥ
ନାର ।ୟଣୀ
ଗୋବିନ୍ଦ ରଥ
ବିରାଟ ଗୀତା
ବଳରାମ ଦାସ
ବଳଦେବ
ଗୋବିନ୍ଦ ରଥ