ବିଦାୟେ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୪୨
- ସ୍ଥିତି
- ସାର୍ବଜନୀନ (Public domain)
ବେଳତ ହେଲାଣି ପହର ଆଖର,ତପତ ପ୍ରାନ୍ତର ବନ,କୋମଳ କପାଳେ କାଟୁ ଥିବ ଖରା;ବାଧିବଣି ପାଦଶ୍ରମ ।ଚାଲନାହିଁ, ବାବୁ, ନଚାଲ ଆଉ ହେ,ଅସରନ୍ତି ସେ ସରଣୀଚୁତ କୁଞ୍ଜ କାହିଁ ଆଶ୍ରି ହେ ଚିରନିକୁଞ୍ଜ ସମ୍ଭୋଗ ଘେନି ।ପରିଚିତ ଏ ଯେ ଭାର୍ଗବୀ ପ୍ରବାହୁ,ତାହାରି ସୋଦର ପରା,ଦୟାର ସାଗର ସେ ଦୟା ଭୂତଳେ,ବୁହାଇ ବିମଳ ଧାରା ।ରହି ସେଥି, ବାବୁ, ଯାପି ଏ ମଧ୍ୟାହ୍ନ,ଶରମ ବିସୋରି ମନୁ,ମୁକୁଳ ସୁବାସ ଛାୟାତଳେ ଶୋଇ,ଶୀତଳ କରହେ ତନୁ ।ପକାଇ ଯାଇଛ କେତେଦୁରେ ଏଥି,ରହିଛ ବିଦେଶ ପଥେ,ଉଡ଼ି ମୁଁ ଯାଆନ୍ତି ଏତେ ଯଦି, ସଙ୍ଗେନାହିଁକି ନିଅନ୍ତ ସତେ ?ଶିଶୁସୁଧା ଧାରା ସଜାଡ଼ି ବିପିନେ,କନକ ଚରଣେ ଚାଲି,ଯିବାର ଅନାଇ ରହିଲି, ନୟନେଶୁଖାଇ ନୟନ ବାରି ।କୁଳପତିଙ୍କି ଯେ ନେଇଛ ସଙ୍ଗତେପିଅନ ସେନେହେ ଘେନି,ପାଶେ ସେ ଯାବତ ଥିବେ, ହେ ପରାଣେକହିକି ଦୁଃଖ ଭାଳେଣି ?ଗଲାବେଳେ ସେହୁ କହିଲେ ଆଦେଶେଅଧର ବିଷାଦ ହାସେ-‘‘ଦୁଇଦିନ ଯାଇ, ଅଧ ଅୟନେ ହେଭେଟିବ ପ୍ରବାସ ବାସେ ।’’‘ନାହି’ ବୋଲିବାରେ ନିରୋଧି ବଚନସଙ୍କେତେ ସମ୍ମତି କହି,ଫେରି ମୁଁ କୁଟାରେ ଆସିଲ ତୁରିତେ,ରହିଲି ସରଣୀ ଚାହିଁ ।ଏ ଯେ ଛୁରିଅନା ତରୁଣ ନିକୁଞ୍ଜ,ତା ପଛ ନିଠୁର ପଥେ,ମୋ ନେତ୍ର ପଲକେ ଲୁଚିଗଲା ତ୍ତ୍ୱରାଗିରି ନଦୀ ଧାରେ ସତେ ।କେତେ ଦୁରେ, ବାବୁ, ସାଙ୍ଗ ସାଥି ମେଳେକରୁଛ ବାଳୁତ ଲୀଳା,ବାସନା-ଶ୍ମଶାନେ ଜାଳି ଚିତାନଳ,ବସିଛି ଏଥି ମୁଁ ପରା ।ଅର୍ଦ୍ଧ ପଥେ ଯାଇ ଭେଟନ୍ତି ଯାହା ସେତେଜୁଛି ସୋହାଗ ମନୁ,ନେତ୍ର-ନୀରା-ଧାରା ବୁହାଇ ନିରତେପାଷାଣ କରୁଛି ତନୁ ।ଯାଅ, ବାବୁ, ଯାଅ ଏ ଦୀନ ସ୍ମୃତିଟିବିସ୍ମୃତି-ଗରଭେ ଢାଳି,ଦେଶୁ ଦେଶାନ୍ତରେ ଅନ୍ତର ପ୍ରବାହେଯିବ ହେ ଉଷତେ ଖେଳି ।ବରୁଣୀ ଶିଖର ଶଇଳ ବିପିନେସାୟାହ୍ନ ବିହାରେ ଯାଇ,ଅଶୋକ-ନିକୁଞ୍ଜେ ନିବସି ମୋ କଥା,ମନେ ପକାଇବ ନାହିଁ ।ପାଣ୍ଡବ ଘରାର ପାଷାଣ ବିବରେ,ପାଣ୍ଡବ ସୋଦରପଣେ,ଗୁରୁ ଶିଷ୍ୟ ସଖା ନିମିଷେ ପରାଣନିହିବ ହରଷ ମନେ ।ବୀର ରକ୍ତେ ଗଢ଼ା ଗଡ଼ ଅବଶେଷମାଡ଼ି ପାଦତଳେ ଖେଦେ,ସ୍ୱଦେଶ ଅତୀତ କୀରତି ଗାଥାହେସୁରି ହେଉଥିବ ହୃଦେ ।ମୁଁ କେତେ ବୁଲିଛି ହ୍ରଦ ନଦୀ ତୀରେ,ପୁର ପଲ୍ଲୀ ବିଲ ବନେ;ମୋ ଜନମ ଭୁଇଁ ମୋହନ ଭରସେବାଳୁତ ଉଦାସ ମନେ ।ବନ ଫଳମୂଳେ ଏଡ଼ି ସୁଖେ କ୍ଷୁଧା,ପିଇଛି ଝରଣା ନୀର,ତରୁ ତଳେ ଶୋଇ ଦେଖିଛି ସପନ,ଶିଳା ପୀଡ଼େ ଥାପି ଶିର ।ସୋଲରି ଭାଲେରି ଶ୍ୟାମଳିତ କାୟେ,ଗିରି ଘଣ୍ଟଶିଳା ଚୂଳେ,କେଉଁ ଶିଳା, କେଉଁ ଲତା ନିକୁଞ୍ଜଟିଅଛଇ ଅଜଣା ମୋରେ ?ଶାଳିଆ ସୁବର୍ଣ୍ଣ ଶେଯେ କି ଅଛଇଏକଇ ସିକତା ରେଣୁ,ତା ସୁଧା ପ୍ରବାହେ ବିନ୍ଦୁ ଏ ସଲିଳନ ପରଶି ମୋର ତନୁ ?ଆଜି ସିନା ଆସି ରହିଛି, ଏ ହୃଦବିଦେଶ ବିଭଭେ ଢାଳି,ମୋ ସ୍ୱଦେଶ ଶିରୀ କଣିକା ମାତରପ୍ରାଣୁ କି ପାରିବି ଭୁଲି ?ଦେଖି ଆସ, ବାବୁ, ଶିଶୁ ନୟନରସରଳ ସେନେହ ଧାରେ,ପ୍ରତି ଚାରି ବରି ବନ ତରୁଲତାଲେଖି ହୃଦେ ସ୍ୱର୍ଣ୍ଣ ଗାରେ ।ବରୁଣୀ ପ୍ରାନ୍ତର ରସାଳ ନିକୁଞ୍ଜେବିଶ୍ରାମେ ପରାଣ ନିହି,ବସିଥିଲା ବେଳେ, ଭେଟି ଯେ ଥାଆନ୍ତି-ଏ ଭାଗ୍ୟେ ଘଟିଲା କାହିଁ ?ଦୂରେ ଦୂରେ ପୁଣି ଯାଅ, ବାବୁ ଚାଲିନବୀନ ପ୍ରବାସ ବାସେ,ପ୍ରଭାତି ବଉଦ ଛାୟାତଳେ, କିବାରବି ଅପରାହ୍ନ ତ୍ରାସେ ।ଝରଣା ସଲିଳେ ଅବଗାହି ତନୁତପତ ହଟକେଶ୍ୱରେ,ଜଳାର୍ଦ୍ର ବସନେ ଏଡ଼ି ଯେବେ ଖରା,ଫେରୁଥିବ ବିଲମାଳେ;ବନ ପଥେ ହାତ ଧରା ଧରି ହୋଇସୁକେ ଚାଲୁଥିବ ଯହିଁ,ଅତୀତ ଜୀବନେ ଯେତେ ଯା ଘଟିଛିଏକେ ଆନେ ସବୁ କହି;ବନସ୍ତର ବାଘ ଭାଲୁ ସଙ୍ଗେ କାହିଁକିଏ ଭେଟିଅଛି କେବେ,କିଏ କେତେବେଳେ ଏଡ଼ିଛି ଆପଦକି ଭାବେ କେବଣ ଠାବେ;ମହାନଦୀ ସ୍ୱର୍ଣ୍ଣ ସଇକତ ଶେଯେପୁଲକେ ଯିବାର ଢଳି,କ୍ଷୀଣ କଳେବରେ ଚୈତ୍ର ନୀର ଧାରାସରଗ ଜାହ୍ନବୀ ବଳି;ସେହି ନୀର ଯେବେ ପଖାଳି ପୟର,ସେନେହ ସଙ୍କୋଚ ଚାରେ,ଦେଖିବ ପୁଳିନେ ଦେବୀ ଭଟ୍ଟାରିକାସଉଧ ଶଇଳ ତଳେ;ଶିଖରୁ ଶିଖରେ ବୁଲିବ ଶଇଳେ,ଖେଳାଇ ଶୈଶବ ଧାରା,ଶୁଣିବ ଗ୍ରହ୍ୱରୁ ସପତ ଭଉଣୀବିଷାଦ ବଚନ ଭରା;ଏତେ ଏତେ ବେଳେ ସକଳ ସମ୍ପଦେବିଦେଶ ବିହାର ଭୂମେ,ନିମେଷେ ଏ ଦୁଃଖୀ ସ୍ମୃତି ଗୋଟି, ବାବୁ,ଆଣିବ ନାହିଁଟି ମନେ ।ଯାହା ଲାଗି ଯାହା ଖଞ୍ଜିଛି ବିଧାତାହୃଦୟ ଦହନ ଶିରୀ,ବିଶ୍ୱ ବିଇଭବେ ତା ଛାୟା ସଂଯୋଗଆସଇ କେବେ କି କରି ?କେବେ ଯେ ଆସିବ ଏ ମହା ବିଜନେଏକାଟି ବସିଛି ଚାହିଁ;ମାଆ ଭଟ୍ଟାରିକା, କରୁଣା ବହି ଗୋ,ଆଣ ଶୁଭେ ବାହୁଡ଼ାଇ ।ଛୁରିଅନା କୁଞ୍ଜେ ଫୁଟିବାର ଯେତେଫୁଟନ୍ତି ସୁମନ ପନ୍ତି;ବେନି କଳିକା ସେ ଆସିଲା ବେଳକୁଡାଳେ ରହିଥାଉ ଭାତି ।ଏ ଚାରୁ ବିପିନ ଅରପି ଯେ ଭାବେମୋ କରେ ଅଛନ୍ତି ଯାଇ,ତହୁଁ ତଳେ ପୁଣି ନିଉନ କରି ମୁଁସମ୍ପିତ ପାରିବି ନାହିଁ ।ନଢ଼ାଳ, କୋଇଲି, ତରୁ ଡାଳେ ବସିଅମୃତ ସଙ୍ଗୀତ ଧାରା,ନବହ, ସମୀର, ନଚାଇ ବିପିନ;ଲୁଚି; ରବି ଚନ୍ଦ୍ର ତାରା ।
ସତ୍ୟବାଦୀ ବିଦ୍ୟାଳୟର ଅଧିକାଂଶ ଛାତ୍ର, ଅଭ୍ୟସ୍ତ ବାର୍ଷିକ ଭ୍ରମଣରେ ୧୯୧୭ ମସିହା ବସନ୍ତ ଋତୁରେ, ଖୋରଧାବାଟେ, ପଦବ୍ରଜରେ, ଖଣ୍ଡାପଡ଼ା ପର୍ଯ୍ୟନ୍ତ ଯାଇଥିଲେ । ସେହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ରହୁଥିଲେ ସୁଦ୍ଧା, ‘ଆଚାର୍ଯ୍ୟ’ ତାର ପ୍ରଧାନ କର୍ତ୍ତୃପକ୍ଷ ଥିଲେ । ତାହାଙ୍କୁହିଁ କୁଳପତି କୁହାଯାଉଥିଲା । ହରିହର ଦାସଙ୍କର ପ୍ରଚଳିତ ‘ଆଚାର୍ଯ୍ୟ’ ଉପାଧି ସେହିଥିରୁ ଆସିଛି ।
ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କୁ ସକାଳେ ନିଦରୁ ଉଠାଇବା ଲାଗି, ଛାତ୍ରାବାସରେ ଗୋଟିଏ ଘଣ୍ଟା ବାଜୁଥିଲା । ଛାତ୍ରମାନେ ଅନ୍ଧାରରେ ଏକା ଯିବା ଆସିବା କଲାବେଳେ ନିର୍ଜନତା ଦୂର କରିବା ନିମନ୍ତେ ଗୀତ ଗାଉଥିଲେ ।
ସତ୍ୟବାଦୀରୁ ପଦବ୍ରଜରେ ଖଣ୍ଡପଡ଼ା ଗଲେ, ଦୟାନଦୀ, ବରୁଣୀ ପାହାଡ଼, ଖୋରଧା, ବାଘମାରି, ନିକଟସ୍ଥ ହଟକେଶ୍ୱର ଉଷ୍ମ ପ୍ରସ୍ରବଣ ଆଦି ବାଟରେ ପଡ଼େ । ଦୟା ଓ ଭାର୍ଗବୀ ନଦୀ ଦୁଇଟି କୁଆଖାଇରୁ ବାହାରିଛି । ଭର୍ଗବୀ ସତ୍ୟବାଦୀକୁ ପାଖ । ବରୁଣୀ ପାହାଡ଼ ତଳେ ଖୋରଧାର ସ୍ୱାଧୀନ ରାଜାଙ୍କର ପ୍ରାଚୀନ ଗଡ଼ର ଭଗ୍ନାବଶେଷ ରହିଛି । ପାହାଡ଼ ଉପରେ ଗୋଟିଏ ଗୁମ୍ଫାର ନାମ ପାଣ୍ଡବଘରା । ଭଟ୍ଟାରିକା ପାହାଡ଼ ଖଣ୍ଡପଡ଼ାରେ, ମହାନଦୀ କୂଳେ ଅଛି । ଭଟ୍ଟାରିକା ଦେବୀମନ୍ଦିର ସେହି ପାହାଡ଼ରେ । ପାହାଡ଼ରେ ଗୋଟିଏ ଗୁମ୍ଫା ଅଛି । ସେହିଠାରେ ସାତ ଭଉଣୀ ହାଣ ଖାଇଥିବାର ପ୍ରବାଦ ଅଛି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ