ବୈତରଣୀ ତୀରେ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୨୩
- ସ୍ଥିତି
- ସାର୍ବଜନୀନ (Public domain)
‘‘କାହିଁ, ଲୋ ମାଉସି, ଏକା ଯାଇଥିଲୁ ଦୂରେକୁଟୀର ଦୁଆର ତେଜି ? ଫେରୁଛୁ ଆତୁରେ ।ପାଦେ ନାହିଁ ବଳ, ପଥ ଯିବା ପାଇଁ ଚାଲି,ମୁଣ୍ଡ ଭରା କାନ୍ଧ ପରା ନପାରେ ସମ୍ଭାଳି ।ଏ ଥବିର କାଳେ ଛାଡ଼ି କେ ଦେଲା ଗୋ ଘରୁ ?ବସିଯାଅ ଦଣ୍ଡେ, ଛାୟା ଢାଳୁଛିତ ତରୁ ।’’ଶୁଣି, ମୁଣ୍ଡୁ ଓହ୍ଲାଇଲା ଟୋକେଇଟି ବୁଢ଼ୀ,ନଇଁ ଧୀରେ, ଥୋଇ ତଳେ, କାଢ଼ିଲା ଚାଙ୍ଗୁଡ଼ି ।ଚିରାକନା ଗଣ୍ଠି ଫେଇ, ବାଢ଼ିଲା ସମ୍ଭାର-ଚାଉଳ ଦି ମୁଠି କେତେ ଯତ୍ନେ ବନ୍ଧା ତାର ।କହିଲା, ‘‘ମାଗି, ରେ ବାବୁ, ସାରା ଦିବସଟିଗାଉଁ ଗାଏଁ, ଆଣିଛି ମୁଁ ଏ ଚାଉଳ ମୁଠି ।କିଏ ଦେଲେ, କିଏ ପୁଣି କଲା ହିନିମାନ,ପାଦେ ଚାଲି ଥକିବାର ସାର ହେଲା ଜାଣ ।ଯମପୁରେ ନ କରନ୍ତି ପେଟ ଚିନ୍ତା ଲେଶେ,ପ୍ରାଣପତି ପାଶେ ଶୋଇ ମଶାଣି ପାଉଁଶେ ।ଛାଡ଼ି ଯେ ଅଛନ୍ତି ଯାଇ କୁଳର ଦୁଲଣା,ସଉତୁଣୀ ପେଟୁ ମୋର ପୁଅ ନିଉଛୁଣା ।ଜୀଇଥିଲେ ବାପା ମାଆ କୋଳେ ଧରି ସୁଖେ,ପେଟୁ କାଟି ଭାତ ଗୁଣ୍ଡା ଦେଉଥାନ୍ତେ ମୁଖେ ।ବାଳୁତୁ ଓପାଦ ଅତି, ନ ପାରଇ ଖଟି,ସେ ଲାଗି ମାଗି ମୁଁ ବୁଲେ, ନାହିଁ ଅନ୍ୟ ଗତି ।ରାନ୍ଧିବାଢ଼ି ଦେଲେ, ଭୁଞ୍ଜି ବସିବ ସେ ଠାଏ,ବଳିଲେ, ଏ ପୋଡ଼ା ପେଟେ ଭରିବି ଗୁଣ୍ଡାଏ ।କେଡ଼େ ହିନିମାନେ ଅଛି ମୋ ଦୁଖପସରା,ଭେଣ୍ଡା ହେଲା, ପିଲାପଣ ନ ଭାଜିଲା ପରା ।କାଲି ଦେଇଅଛି ମାଡ଼ି, ଫୁଲାଇଛି ପିଠି;ପୀଡ଼ା ଯୋଗେ ଦେହ ମୋର ହୁଏ କିଟି କିଟି ।ମାଗିନାହିଁ ଆସିଥିଲେ କି ଭୁଞ୍ଜନ୍ତା ଧନ ?କି ଦରବ ନେଉଛି ବା, ମାଗି ସାରା ଦିନ ?ଦୁଧ ଭାତ ଖାଆନ୍ତି ସେ ଥିଲା ଘର ପୁଏମୋ ଧନମାଳିରେ ପେଜ ନ ମିଳେ ଟୋପିଏ ।’’କହି ବୁଢ଼ୀ ଗଡ଼ାଇଲା ନେତ୍ରୁ ବାରିଧାରାହାତ ବାଡ଼ି ଭରା ଦେଇ ନଇଁ ହେଲା ଛିଡ଼ା ।ଲୋଡ଼ା ତା ନୋହିଲା ଆଉ କହିବାର ଲବେ,ମଉନୁ ବଳି କି ତିଳେ କଣ୍ଠଭାଷ ଭବେ ?କାଢ଼ି ବନ୍ଧୁ କୋଷୁଁ ତରେ ଦୁଇଟି ପଇସା,ଦେଲେ ହାତେ ସଙ୍କୋଚେ ତ, ଦୟା ଚିତ୍ତେ ମିଶଝରିଗଲା ନେତ୍ରଯୁଗୁଁ ଲୁହ ବେନି ଝର,ବଦନେ ବିଷାଦ ଶୋହା ହେଲା ଢଳ ଢଳ ।ଆଠଦିନ ସେ ଦିନୁ ମୋ ଗଲାଣିଟି ବିତି,ଏ ଆଠ ଯୋଜନ ରାଜ୍ୟେ ଚାଲି ମୁଁ ଆସିଛି ।ତେବେ ନିତି ଭ୍ରମେ ଚିତ୍ତ ସାୟାହ୍ନ ବିହାରେ,ଜୟନ୍ତୀ ଗଡ଼େ ସେ ଦୁର ବୈତରଣୀ ତୀରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର