ଭକ୍ତ ସାଲବେଗଙ୍କ ପ୍ରାର୍ଥନା
ଭକ୍ତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୧
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ରାମ ହରିଆହେ ରାମହରି !ପ୍ରଭୁ ବିଜେ କରିଅଛ ନୀଳଗିରି ।ପ୍ରଭୁ ଦର୍ଶନ ମାତ୍ରକେ ଯିବି ତରି ॥
ପ୍ରବେଶ ହୋଇଲି ବଡ଼ଦାଣ୍ଡ ।ଚରଣ ଧୂଳିଲେ ପୂରିଲା ତୁଣ୍ଡ ॥
ଦାଣ୍ଡରେ ବସିଛି କୈବଲ୍ୟ ପସରାଟଙ୍କ ତୋରାଣିରେ ମନ ତୋଷ ।୧।ଧନ୍ୟ ପୁରସ୍ତମ କ୍ଷେତ୍ରବାସୀ ।ଭାଗ୍ୟ ଥିଲେ ସାଧୁ ସଙ୍ଗେ ମିଶି ॥
ଗ୍ରାସ ପୂରାଇଣ କୈବଲ୍ୟ ପାଆନ୍ତିମିଛେ ବୋଲୁଥାନ୍ତି ଏକାଦଶୀ ।୨।ସିଂହଦ୍ୱାରଠାରେ ବେତବାଡ଼ି ।ବାଜିଲେ ପାତକ ଯାଏ ଛାଡ଼ି ॥
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେସାଧୁଜନମାନେ ଠେଲାଠେଲି ।୩।ବାଇଶି ପାବଚ୍ଛ ଗଲି ସୁଖେ ।କୈବଲ୍ୟ ବସିଛି ବେନି ପାଖେ ॥
ବ୍ରାହ୍ମଣ କ୍ଷତ୍ରୀୟ ଶୁଦ୍ର ଚାରିବର୍ଣ୍ଣକୈବଲ୍ୟ ଦିଅନ୍ତି ମୁଖେ ମୁଖେ ।୪।ରୋହିଣୀ କୁଣ୍ଡର ପାଦରଜ ।ସିଂହ ମାଡ଼ି ବସିଅଛି ଗଜ ॥
ସତେ କି ଜୀବନ ସଫଳ ହୋଇବକାକ ପଡ଼ି ହେଲା ଚତୁର୍ଭୁଜ ।୫।ଗରୁଡ଼ ପାଖରେ ରହି ଦେଖ ।କି ଶୋଭା ପାଉଛି ପଦ୍ମମୁଖ ॥
ହୀରା ନୀଳା ମୋତି ମାଣିକ୍ୟ ଜଳୁଛିହୃଦେ ଲମ୍ବିଅଛି ବ୍ୟାଘ୍ରନଖ ।୬।ସଳଖ ସୁନ୍ଦର ବଡ଼ଦାଣ୍ଡ ।ନବକୋଟି ଲୋକ ତହିଁ ରୁଣ୍ଡ ॥
ଦର୍ଶନ ମାତ୍ରକେ ପାପକ୍ଷୟ ଯିବପାପାଧି ପାତକ ହୋଇ ଖଣ୍ଡ ।୭।ସିଂହଦ୍ୱାର ଆଗେ ତିନିରଥ ।ପାଟପତନୀରେ ମଣ୍ଡେ ନେତ ॥
ଆଗେ ବଳଭଦ୍ର ମଝିରେ ସୁଭଦ୍ରାପଛେ ବିଜେ କଲେ ଜଗନ୍ନାଥ ।୮।କହେ ସାଲବେଗ ମୂଢ଼ମତି ।ତ୍ରାହି କରିବେ ଶ୍ରୀ ଲକ୍ଷ୍ମୀପତି ॥
ଶ୍ରୀରଙ୍ଗା ଚରଣେ ପଶୁଛି ଶରଣତ୍ରାହି କର ଶାଳଗ୍ରାମ ମୂର୍ତ୍ତି ।୯।ଆହେ ନୀଳ ଶଇଳଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।ମୋ ଆରତ ନଳିନୀବନକୁ କର ଦଳନ ।୧।ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ।ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ।୨।ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ ।କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ।୩।