ଭଦ୍ରକାଳୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୦
- ସ୍ଥିତି
- ସାର୍ବଜନୀନ (Public domain)
ଆଗୋ ମାଗୋ ଭଦ୍ରକାଳି ।କରେ ତବ ନିଉଛାଳି ।ଶାଳନ୍ଦୀ ସୁଶୀତଜଳେ ।ଅବଗାହି ପ୍ରାତଃକାଳେ ଗୋ ।୧।ଚନ୍ଦନ କର୍ପୁର ଗୋଳା,ଅଙ୍ଗେ ଥାଏ ସଦା ବୋଳା ।ଗୋଳା ସିନ୍ଦୂରର ଟୋପା,ପଡେ ଅଙ୍ଗେ ଥୋପାଥୋପା ଗୋ ।୨।ମସ୍ତକରେ ଫୁଲଗଭା,ବାଳଭୋଗ ପକ୍ୱରମ୍ଭା ।ବଙ୍ଗଶାସନୀ ବ୍ରାହ୍ମଣ,ସେବନ୍ତି ତବ ଚରଣ ଗୋ ।୩।ବିନୟେ କରେ ଜଣାଣ,ରକ୍ଷା କର ମୋର ପ୍ରାଣ ।ମୋ କାର୍ଯ୍ୟେ କର ଫିକିରି,କରିବି ଖେଚଡୀ କ୍ଷୀରି ଗୋ ।୪।