ଭବିଷ୍ୟତ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୩
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ମଙ୍ଗଳଆହେ ଭବିଷ୍ୟତ ଦେବ! ବସି ସମ୍ମୁଖରେଗଠନ କରୁଛି କେତେ ଦ୍ରବ୍ୟ ସ୍ୱହସ୍ତରେ,ପ୍ରତିଦିନ ଉଦୟାସ୍ତ ଚନ୍ଦ୍ରମା ତପନ,ପ୍ରବାହିତ ହେବେ ସମୀରଣ ପ୍ରତିକ୍ଷଣ,ପ୍ରତିଦିନ ରଜନୀରେ ସୁନୀଳ ଆକାଶେଅସଂଖ୍ୟ ତାରକାମାଳା କିରଣ ପ୍ରକାଶେ,ପ୍ରାତଃ ସନ୍ଧ୍ୟା ନିୟମରେ କରିବ ସୃଜନ,ଧାଇଁବେ ସ୍ୱକକ୍ଷେ ଗ୍ରହ ଉପଗ୍ରହଗଣ,ଯଥାକାଳେ ନିୟମରେ ହେବ ଜଳବୃଷ୍ଟି,ଅବନୀମଣ୍ଡଳେ ରକ୍ଷାପାଇଁ ଜୀବସୃଷ୍ଟି,ଦିବା, ନିଶି, ମାସ, ଋତୁ, ବର୍ଷ, ନିୟମରେକରିବି ସୃଜନ ଏହି ସର୍ବ ସ୍ୱହସ୍ତରେ ।ପ୍ରତ୍ୟେକ ପ୍ରାଣୀର ଯାହା ଯାହା ପ୍ରୟୋଜନ,ହେ ଦେବ! କରିବ ସର୍ବ ଆପଣେ ସୃଜନ,ଉତ୍ସବ ଉଲ୍ଲାସ କେତେ ବିଷାଦ କ୍ରନ୍ଦନ,ହାହାକାର ଦୀର୍ଘ ଶ୍ୱାସ ବିଚ୍ଛେଦ ମିଳନ,ସୃଜନ କରିବେ ଏହି ସର୍ବ ସ୍ୱହସ୍ତରେ,ଗତାୟାତ ହେଉଥିବେ ସ୍ୱପ୍ନ ସମାନରେ,କେତେ କାଳଯାଏ ବସି କରିବ ଏ କାର୍ଯ୍ୟ,ହେ ଦେବ! ଏଥିରେ କିହେ ନାହିଁ ସୀମା ଧାର୍ଯ୍ୟଅବା ଅବିଳମ୍ବେ କରିଦେବ କାର୍ଯ୍ୟ ଶେଷ,ବ୍ରହ୍ମାଣ୍ଡର ଚିହ୍ନ ମାତ୍ର ନ ରହିବ ଲେଶ,ତୁମ୍ଭ ବିନା ଏ ରହସ୍ୟ କେ ପାରିବ ଜାଣି,କି ଜାଣିବି ମୁହିଁ କ୍ଷୁଦ୍ରାଦପି କ୍ଷୁଦ୍ର ପ୍ରାଣୀ!ଥାଉ ସେ ସୃଷ୍ଟିର କଥା କରୁଛି ଜଣାଣ,ମୋହପାଇଁ କରିବଟି କି ଦ୍ରବ୍ୟ ନିର୍ମାଣ,କେତେ ଦୁଃଖ କେତେ ସୁଖ ସୃଜିବ ଗୋସାଇଁ?ହେ ଦେବ! ତା ବର୍ତ୍ତମାନ ବୋଲିବ କି ନାହିଁ ?ନ ବୋଲନ୍ତୁ ଜାଣିବାର କିବା ପ୍ରୟୋଜନ,ମୋ ଭାରତ ସ୍ୱହସ୍ତରେ ଘେନିଛ ଆପଣ,ସାଧବା ହେଉନ୍ତୁ ଦେବ! ଆପଣା କର୍ତ୍ତବ୍ୟ,ମୋ ପକ୍ଷରେ ଜାଣିବାର ନିଶ୍ଚେ ଅସମ୍ଭବ ।ଗତ ଜୀବନର କଥା ଅଛି ଭୁଲି ଯାଇ,ଚିତ୍ରଗୁପ୍ତ ପଞ୍ଜିକାରେ ରଖିଛ ଲେଖାଇ,ଲୁଚାଇ ପାରିବ ନାହିଁ ମାତ୍ର ମୋ ପାଶରେ,କିଛି କିଛି ପାରେ ଜାଣି ପ୍ରଭୁଦତ୍ତ ବରେ ।ନ ବୋଲ ପଛକେ ପ୍ରଭୋ! ଫେଡ଼ି ସେହି ସର୍ବ,ଜାଣି ପାରେଁ ମୋହପାଇଁ ସୃଜିଛ ଯେ ଦ୍ରବ୍ୟ,ଜୀବନରେ ଯାହା କରିଅଛ ଆଚରଣ,ରଖିଛ ତ ସେଥି ଫଳ କରି ଆୟୋଜିନ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି