ଗୋଲାପ ସୁନ୍ଦରୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୮
- ସ୍ଥିତି
- ସାର୍ବଜନୀନ (Public domain)
ରାଗ- ରାମକେରୀଫୁଟିଛି ଗୋଲାପ ସୁନ୍ଦରୀଶୋଭା ମେଲି ଉଦ୍ୟାନେ,ପ୍ରଫୁଲ୍ଲ କୁସୁମମଣ୍ଡଳେପାଟରାଣୀ ସମାନେ ।ଛୁଅଁ ନା ଛୁଅଁ ନା ତାହାକୁବଡ଼ କୋମଳଦେହୀ,ତା ଅଙ୍ଗେ କଳଙ୍କ ଲାଗିବଯେବେ ଛୁଇଁବ କେହି ।ହରିତ ପଲ୍ଲବ ବିଛାଇଶୋଇଛି ତ ସୁନ୍ଦରୀ,ସୁତୀକ୍ଷ୍ଣ କଣ୍ଟକମଣ୍ଡଳୀରହିଛନ୍ତି ପ୍ରହରୀ ।ସେ ତ ବଡ଼ ଅଭିମାନିନୀଥାଏ ଲାଜ ସରମେ,ପରଶ କଲେକ ତାହାକୁମରିଯାଏ ମରମେ ।ଗୁଣବତୀ ତାହା ସମାନେକେ ବା ଅଛି ସୁମନା,ନ ଦେଖେଁ ତା ସଙ୍ଗେ କାହାକୁଦେବାପାଇଁ ତୁଳନା ।ତାହାର ସୁଯଶ ପ୍ରଚାରକରିବାରୁ ପବନ,ଧାଇଁଛନ୍ତି ତାହା ପାଶକୁଲୋଭେ ମଧୁପଗଣ ।ବଡ଼ ଦୟାବତୀ ଗୋଲାପମନେ ନାହିଁ ତା ଲୋଭ,ଭିକ୍ଷୁକ ମଧୁପଗଣକୁବାଣ୍ଟିଦିଏ ସୌରଭ ।ଢଳି ଢଳି ନାଚୁଥାଏ ସେଧୀର ମନ୍ଦପବନେ,କିଞ୍ଚିତ କଳୁଷ କାମନାଜାତ ନାହିଁ ତା ମନେ ।ବିଧିରେ ବିଧାତା ବିଧାନକଲେ ପଦାର୍ଥଦ୍ୱୟ,ସୁନ୍ଦର ଗୋଲାପ ସୁମନସାଧୁଜନ ହୃଦୟ ।ପର ଉପକାର କାମନାଦୁହିଙ୍କର ହୃଦୟେ,ଉଦାସ ପ୍ରୟାସ ସାଧନାସଦା ସ୍ୱାର୍ଥ ବିଷୟେ ।ଛି ଛି!! ସ୍ୱାର୍ଥପର ମାନବେବୋଲ କେଉଁ ପ୍ରାଣରେସ୍ୱର୍ଗର ସୁଷମା ପ୍ରାଣଟିଦଳିଦେଲ ହସ୍ତରେ?ତୋହର କଳୁଷ ହସ୍ତଟାଦେଲୁ ତାହା ଅଙ୍ଗରେ,ସଙ୍କୋଚ ଜାତ କି ନ ହେଲାକେଭେ ତୋହ ମନରେ?ମାନବ କଳୁଷ ନିଶ୍ୱାସସହେ ବୋଲ କିପରି,ବିଚିତ୍ର ପବିତ୍ର ତା ଅଙ୍ଗଅଟେ ସୁରସୁନ୍ଦରୀ ।ମାଜଣା ବଢ଼ାଏ ନିୟମେସ୍ୱର୍ଗୁ ପଡ଼ି ଶିଶିର,ତାଳେ ତାଳେ ତାକୁ ନଚାଏବହି ଧୀର ସମୀର ।ଧିକ ରେ ନିର୍ଦୟ ମାନବତୋର ଅନ୍ୟାୟ କାର୍ଯ୍ୟ!ନଷ୍ଟ କଲୁ ବୋଲ କିପାଇଁଉଦ୍ୟାନର ସୌନ୍ଦର୍ଯ୍ୟ!ବୋଲୁଛୁ ଦେବତା ସେବାରେଦେବୁ ଏହି କୁସୁମ?ନିର୍ବୋଧ ବୁଝିଲୁ ନାହିଁରେତୁହି ଆପଣା ଭ୍ରମ!ଯେ ମହାଦେବତା ପୁଷ୍ପଟିରଖିଥିଲେ ଏ ସ୍ଥାନେ,ତାଙ୍କ ମହିମା କି ବୁଝନ୍ତିତୋହ ପରି ଅଜ୍ଞାନେ?ଯାହାଙ୍କ ଆଜ୍ଞାରେ ବିସ୍ତାରେସର୍ବ ପୁଷ୍ପ ସୌରଭ,ତାହାଙ୍କୁ ପୂଜିବୁ କୁସୁମେଆରେ ଅନ୍ଧ ମାନବ ।ପବିତ୍ରତା-ଜଳେ ଧଉତକରି ଭକ୍ତି- ସୁମନ,ନିର୍ମଳ ହୃଦୟେ ପୂଜରେମହାପ୍ରଭୁ ଚରଣ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି